ଫୁଲବାଣୀ,୦୬।୦୯(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା ର ବରିଷ୍ଠ ସମାଜ ସେବୀ, ଶିକ୍ଷାବିତ୍ ଓ ଆଧ୍ୟାତ୍ମିତାର ବାର୍ତ୍ତା ବହ ରୋଟାରିଆନ ବିପ୍ର ଚରଣ ପାତ୍ର ସପ୍ତାହ ବ୍ୟାପୀ ଋଷିକେଶ ଯାତ୍ରା କରିଛନ୍ତି l ସେଠାରେ ଦିବ୍ୟ ଜୀବନ ସଂଘ ର ବିଭିନ୍ନ କାର୍ଯ୍ଯ କ୍ରମ ରେ ଅଂଶ ଗ୍ରହଣ କରିବେ l ପାତ୍ର ବହୁବର୍ଷ ଧରି କନ୍ଧମାଳ ଗଞ୍ଜାମ ପୁରୀ ଜିଲ୍ଲା ସମେତ ଅନେକ ଅଞ୍ଚଳ ରେ ଲୋକଂକ ମଧ୍ୟରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିବା ସହ ପ୍ରଚାର ପ୍ରସାର କରିବା ସାଙ୍ଗକୁ ଦିବ୍ୟଜିବନ ସଂଘ, ଆଶ୍ରମ ମାନ ପ୍ରତିଷ୍ଠା କରି ଲୋକଙ୍କୁ ଶତପଥ ଗାମୀ କରି ବେଶ୍ ପ୍ରଶଂସା ସାଉଁଟି ଛନ୍ତି l ସେଠାରୁ କାର୍ଯ୍ୟକ୍ରମ ସାରି ଆସନ୍ତା ୯ରେ ଫୁଲବାଣୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି l

