ଫୁଲବାଣୀ,୫।୭(ସୁନୀଲ ପଟ୍ଟନାୟକ):ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଏସ ଆଇ ଆର୍ ପରେ ୩୯ହଜାର ୫୬ଜଣ ଭୋଟର ତାଲିକା ରୁ ବାଦ୍ ପଡିଛନ୍ତି l କନ୍ଧ ମାଳ ଜିଲ୍ଲା ରେ ମୋଟ ୫ଲକ୍ଷ ୭୦ହଜାର ୮୯୮ଭୋଟର ଙ୍କ ମଧ୍ୟରୁ ୫ଲକ୍ଷ ୩୧ହଜାର ୮୪୨ଜଣ ଏନୁମେରେଶନ ଫର୍ମ ଦାଖଲ କରିଥିବା ବେଳେ ୩୯ହଜାର ୫୬ଟି ଫର୍ମ ମୃତ, ସ୍ଥାନାନ୍ତରିତ, ଡୁ ପ୍ଲିକେଟଭୋଟର ଅନୁପସ୍ଥିତ କାରଣ ରୁ ସଂଗ୍ରହ ହୋଇପାରିନି l ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ବର୍ତ୍ତମାନ ପ୍ରତ୍ୟେକ ଭୋଟ ଗ୍ରହଣ କେନ୍ଦ୍ରରେ ସର୍ବାଧିକ ୧୨୦୦ଭୋଟର ରହିବେ l ପୁର୍ବରୁ ଗୋଟିଏ ବୁଥ ରେ ପ୍ରାୟ ପ୍ରାୟ ୧୫୦୦ଭୋଟର ରହିଥିବା ବ୍ୟବସ୍ଥାକୁ ପରିବର୍ତ୍ତନ କରାଯାଇଥିବାରୁ ଜିଲ୍ଲାରେ ୧୫୧ଟି ନୂତନ ଭୋଟ ଗ୍ରହଣ କେନ୍ଦ୍ରସୃଷ୍ଟି କରଯାଇଛି l ଏହା ଫଳରେ ଜିଲ୍ଳାର ମୋଟ ବୁଥ ସଂଖ୍ୟା ୬୬୧ରୁ ବୃଦ୍ଧି ପାଇ୮୧୨ ରେ ପହଞ୍ଚିଛି l ଭୋଟର ତାଲିକା ରୁ ବାଦ୍ ପଡ଼ିଥିବା ବ୍ୟକ୍ତି ଙ୍କ ଜୁଲାଇ ୫ତାରିଖ ୨୦୨୬ରୁ ୪ଅଗଷ୍ଟ ୨୦୨୬ଯାଏ ଦାବୀ ଓ ଅପତି ର ଶୁଣାଣୀ ଓ ସମାଧାନ କରାଯିବ l ଏହା ପରେ ୬ସେପ୍ଟେମ୍ବର ୨୦୨୬ରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ l ବୈଠକ ରେ ଜିଲାପାଳ ବେଦ ଭୂଷଣ ଙ୍କ ସମେତ ଉପଜିଲା ପାଳ ଭିକାରୀ ସାହୂ, ଉପ ଜିଲ୍ଲା ନିର୍ବାଚନ ଅଧିକାରୀ କୁମୁଦିନୀ ମଲିକ, ଡେପୁଟି କଲେକ୍ଟର ଅଙ୍କିତ ଜେନା, ଏ ଡି ପି ଆର୍ ଓ ଇଥାନିଆଲ ନାୟକ ଙ୍କ ସମେତ ବିଭିନ୍ନ ରାଜ ନୈତିକ ଦଳର ପ୍ରତିନିଧି, ଓ ନିର୍ବାଚନ ବିଭାଗ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l ଏହି ଅବସରରେ ସମସ୍ତ ରାଜନୈତିକ ଦଳ ପ୍ରତିନିଧି କୁ ନିର୍ବାଚନ ଆୟୋଗ ଙ୍କ ନିର୍ଦ୍ଦେଶାବଳୀ ପାଳନ କରି ସ୍ୱଚ୍ଛ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ରେ ସହଯୋଗ କରିବା ପାଇଁ କୁହାଯାଇଥିଲା l ଜିଲ୍ଲାପାଳ ବେଦ ଭୂଷଣ ଓ ଉପ ଜିଲ୍ଲାପାଳ ଭିକାରୀ ସାହୂ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟ କ୍ରମ ସୁଚାରୁରୂପେ ସମ୍ପାଦନ ହୋଇଥିଲା

