ରାୟଗଡ,୨୦।୮(ଅମୂଲ୍ୟ ନିଶଙ୍କ):ରାୟଗଡ ଜ଼ିଲ୍ଲା ପଦ୍ମପୁର ବ୍ଲକ କର୍ଣ୍ଣପାଡୁ ଗ୍ରାମର ପବିତ୍ର ବଂଶଧାରା ନଦୀକୂଳ ରର ଅବସ୍ତିତ ଶ୍ରୀ ଶ୍ରୀ ଶ୍ରୀ ଗଙ୍ଗାଧର ମହାଦେବ ଙ୍କ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଶ୍ରାବଣ ମାସ ର ସିଂହ ସଂକ୍ରାନ୍ତି ନାଗପଞ୍ଚମୀ ଅବସୋର ରେ ମିଟ୍ସ ଅଧକ୍ଷ ବଲକୃଷ୍ଣ ପଣ୍ଡା ଙ୍କ ପରିବାର ଆନୁକୂଲ୍ୟରେ ପୂଜ୍ୟ ଯୋଗୀ ଶ୍ରୀ ଚୈତନ୍ୟ ରାମଜୀ ଙ୍କ ପ୍ରତାକ୍ଷ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ପ୍ରଥମ ଥର ଏହି ଭଳି କାର୍ଯ୍ୟକ୍ରମ ଏହି ଗଙ୍ଗାଧର ମହାପ୍ରଭୁ ଙ୍କ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିବାରୁ ବହୁ ଦୁରଦୂରାନ୍ତ ରୁ ବହୁ ଶ୍ରଦ୍ଧାଳୁ ଭକ୍ତ ଦର୍ଶନ ସହିତ ପୂଜନ ଅଭିଷେକ ଓ ମହାରୁଦ୍ରାଭିଷେକ ଯଂଜ୍ଞ ସମ୍ପୂର୍ଣ୍ଣ କରିଥିଲେ l ସତଧୂକ ଭକ୍ତ ବଂଶଧାରା ନଦୀରୁ କଳସ ରେ ପାଣି ଆଣି ମହାଦେବ ଙ୍କ ସହସ୍ରା ଧିକ କଳସ ରୁଦ୍ରପାଠ ଶିବ ସହସ୍ରା ନାମପୂର୍ବକ ଅଭିଷେକ କରିଥିଲେ l ପରେ ପରେ 24 କୁଣ୍ଡିୟ ମହାମୃତ୍ୟୁଞ୍ଜୟ ରୁଦ୍ରଯଂଜ୍ଞ ଅତ୍ୟନ୍ତ ସୁନ୍ଦର ଭାବେ ଶ୍ରଦ୍ଧା ଭକ୍ତି ର ସହିତ ପୂର୍ଣ୍ଣାହୁତି କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଭକ୍ତ ଙ୍କ ନିମନ୍ତେ ଅନ୍ନ ପ୍ରସାଦ ର ବ୍ୟବସ୍ଥା ହୋଇଥିଲା l ବଲକୃଷ୍ଣ ପଣ୍ଡା, ଚନ୍ଦ୍ରଧ୍ଵଜ ପଣ୍ଡା, ବିଷ୍ଣୁ ପଣ୍ଡା ଓ ନିରଞ୍ଜନ ପାଢ଼ୀ ଦମ୍ପତି ଏହି ଯଜ୍ଞ କାର୍ଯ୍ୟକ୍ରମ ରେ ସଂଚଳନ କରିବା ଦିଗରେ ସମ୍ପୂର୍ଣ ସହାୟତା ପ୍ରଦାନ କରିଥିଲେ l ମନ୍ଦିର ପୂଜକ ଗୌରୀ ଶଙ୍କର, ଗାୟତ୍ରୀ ପରିବ୍ରାଜକ ପ୍ରମୋଦ କୁମାର ସାହୁ, ସତ୍ୟନାରାଣ ପାଣିଗ୍ରାହୀ, ସୁଶାନ୍ତ ପଣ୍ଡା, ଉଦୟ ପଣ୍ଡା, ସୀତାକାନ୍ତ ପଣ୍ଡା, ଖାଲିଜେନା ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ନିମନ୍ତେ ସସହଯୋଗ କରିଥିଲେ l ରାୟଗଡ଼ ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷ ବିଦ୍ୟାଧର ଶବର, ବିଜେପି ର କାଉନସିଲ ସଭ୍ୟ ୱାଇ ଗଣପତି ରାଓ, ଜ଼ିଲ୍ଲା ପରିଷଦ ସଭ୍ୟା ଡାରଗିନ ଶବର, ନାଇରା ସରପଞ୍ଚ ତୁଳସା ଶବର ଙ୍କ ସମତେ ବହୁ ନେତା ଯୋଗ ଦେଇ ମହାଦେବ ନଲ ଆଶୀର୍ବାଦ ଭିକ୍ଷା କରିଥିଲେ l

