ପୋଲସରା ୩୧/୩(ଶିବ ପ୍ରସାଦ ସାହୁ):ପୋଲସରା ଥାନା ଅଧୀନ କେଂଦୁଵାଡି ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଯାଇଛି। ଏହି ହତ୍ୟାକାଣ୍ଡ ର ଶିକାର ହୋଇଛନ୍ତି ସମ୍ପୃକ୍ତ ଗ୍ରାମର ବିକ୍ରମ ସେଠି (୨୨)। ସୂଚାଯୋଗ୍ୟ ଯେ ଥାନାଧିକାରୀ କୌଶିକ ମାଝୀ ଙ୍କ ସୂଚନା ଅନୁଯାୟୀ ରବିବାର ରାତିରେ ବିକ୍ରମ ସେଠି ଏବଂ ପ୍ରଶାନ୍ତ କୋଠିଆ ଦୁହେଁ ଡ୍ରାଇଭିଂ ଲାଇସେନ୍ସ କୁ ନେଇ କଥାବାର୍ତା ହେଉଥୁବା ସମୟରେ ତୋର ଏଇଟା ଡୁପ୍ଲିକେଟଟା ମୋର ଅରଜିନାଲ ଟା ଏହିଭଳି କଥାବାର୍ତା ହୋଇ କଥା କଟାକଟି ହୋଇଥିଲେ। ପରବର୍ତୀ ସମୟରେ ପ୍ରଶାନ୍ତ କୋଠିଆ ଏକ ଧାରୁଆ ଅସ୍ତ ଧରି ଘର ଭିତରେ ପଶି ସେହି ଧାରୁଆ ଅସ୍ତ୍ର ରେ ବେକ ଓ ହାତକୁ ହାଣିଦେଇଥିଲା। ପରେ ପରେ ଆହତ ବିକ୍ରମ କୁ ପ୍ରଥମେ ପୋଲସରା ମେଡିକାଲ ତାପରେ ବ୍ରହ୍ମପୁର ମେଡିକାଲ କୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ସକାଳ ପ୍ରାୟ ୬ ଘଣ୍ଟ ସମୟରେ ମୃତ୍ୟୁ ଘଟିଛି। ପ୍ରମୁଖ ଘଟଣା କୁନେଇ ଅଭିଯୋଗ ପତ୍ରରେ ମୃତକଙ୍କ ଅଜା କାଳିଆ ସେଠି ବୁଧବାର ଥାନାଧିକାରୀ ଙ୍କୁ ଦେଇଥିବା ଅଭିଯୋଗପତ୍ର ରେ ଦର୍ଶାଇଛନ୍ତି ଯେ ପ୍ରଶାନ୍ତ କୋଠିଆ ହତ୍ୟା କରିଛି। ଏଥିନେଇ ପୋଲସରା ଥାନାରେ ମଙ୍ଗଳବାର ଅଭିଯୋଗ କରିଛନ୍ତି। ଏନେଇ ପୋଲସରା ଥାନାରେ ୧୭୪/୨୬ ରେ ମାମଲା ରୁଜୁ କରିବାସହିତ ସମ୍ପୃକ୍ତ ଯୁବକ କୁ ଅଟକ ରଖି ତଦନ୍ତ ଚଳାଇଛି।

