ନୂଆପଡ଼ା,୧୭/୦୬(ପରମେଶ୍ୱର ମେହେର):ସିନାପାଲି ବ୍ଲକ ସଦର ମହକୁମା ଧାନ ମଣ୍ଡିରେ ଚାଷୀଙ୍କ ସମସ୍ୟା ଏବେ ଚରମ ସୀମାରେ ପହଞ୍ଚିଛି, ମଣ୍ଡି ଖୋଲିବା ପରେ ମଧ୍ୟ ଏପର୍ଯ୍ୟନ୍ତ ଚାଷୀଙ୍କର ଧାନ କିଣା ହୋଇପାରିନାହିଁ ଟୋକନ ଅନୁସାରେ ଧାନ ରଖି ଚାଷୀମାନେ ଦୀର୍ଘ ଦିନ ହେଲା ମଣ୍ଡି ପରିସରରେ ଅପେକ୍ଷା କରି ରହିଛନ୍ତି, ମଣ୍ଡି ଖୋଲିବାର ଅନେକ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜଣେ ହେଲେ ଚାଷୀଙ୍କ ଠାରୁ ଧାନ କିଣାଯାଇ ନାହିଁ, ଯାହାକୁ ନେଇ ଚାଷୀମାନ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି,ସୂଚନା ଅନୁଯାୟୀ, ମଣ୍ଡି ପରିଚାଳନା ଦାୟିତ୍ଵରେ ଥିବା ସଂପୃକ୍ତ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ଚାଷୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଧାନ ଗଦା ହୋଇ ରହିଥିଲେ ମଧ୍ୟ କ୍ରୟ ପ୍ରକ୍ରିୟା ଆରମ୍ଭ କରାଯାଉ ନାହିଁ l ଚାଷୀମାନେ ପାସେଲ ଅଧିକାରୀ ଏବଂ ଯୋଗାଣ ବିଭାଗକୁ ବାରମ୍ବାର ଗୁହାରି କରିଥିଲେ ହେଁ କେବଳ “ଅପେକ୍ଷା କର” ବୋଲି କହି ପ୍ରଶାସନ ନିଜ ଦାୟିତ୍ଵ ସାରିଦେଉଛି ଏପଟେ ଚାଷୀଙ୍କୁ ମିଳିଥିବା ମଣ୍ଡି ଟୋକନର ଅବଧି ଶେଷ ହେବାକୁ ବସିଥିବାରୁ, ଚାଷୀମାନେ ନିଜର ବର୍ଷକର ମେହନତ ବୁଡ଼ିଯିବା ଭୟରେ ଆତଙ୍କିତ ଅଛନ୍ତି ମଣ୍ଡି କେତେବେଳେ ଖୋଲୁଛି ତ କେତେବେଳେ ଦିନ ଦିନ ଧରି ବନ୍ଦ ରହୁଛି, ଯାହା ପ୍ରଶାସନିକ ସମନ୍ଵୟର ଅଭାବକୁ ସ୍ପଷ୍ଟ କରୁଛି lଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସିନାପାଲିର ସମସ୍ତ ଚାଷୀ ଏକତ୍ରିତ ହୋଇ ସିନାପାଲି ତହସିଲଦାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଚାଷୀଙ୍କ ଅଭିଯୋଗ ଶୁଣିବା ପରେ ତହସିଲଦାର ଘଟଣାର ଗୁରୁତ୍ଵକୁ ଉପଲବ୍ଧି କରିଥିଲେ। ସେ ଚାଷୀମାନଙ୍କୁ ଆଶ୍ଵାସନା ଦେଇ କହିଛନ୍ତି ଯେ, ଖୁବ୍ ଶୀଘ୍ର ମିଲରମାନଙ୍କ ସହ ସେ ନିଜେ ସିଧାସଳଖ ଆଲୋଚନା କରିବେ ଏବଂ ମଣ୍ଡିରୁ ତୁରନ୍ତ ଧାନ ଉଠାଇବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବେ।ଅନ୍ୟପଟେ ଚାଷୀ ସଂଗଠନ ପକ୍ଷରୁ ପ୍ରମୋଦ କୁମାର ଯୋଶୀ, ଗୀତେନ ମେହେର ପ୍ରମୁଖ ଚେତାବନୀ ଦେଇଛନ୍ତି ଯେ, ଯଦି ପ୍ରଶାସନିକ ପ୍ରତିଶ୍ରୁତି ସତ୍ତ୍ଵେ ଆସନ୍ତାକାଲି ମଧ୍ୟରେ ସିନାପାଲି ସମବାୟ ସମିତିର ଅଧିକାରୀମାନେ ତତ୍ପରତା ପ୍ରକାଶ ନକରନ୍ତି ଏବଂ ମଣ୍ଡିରୁ ଧାନ ଉଠା ନଯାଏ, ତେବେ ଚାଷୀମାନେ ବାଧ୍ୟ ହୋଇ ମଣ୍ଡି ସମ୍ମୁଖରେ ରାଜପଥ ଅବରୋଧ କରି ବ୍ୟାପକ ଆନ୍ଦୋଳନ କରିବେ ଏହି ଚାଷୀ ଆନ୍ଦୋଳନ ଯୋଗୁଁ ଯଦି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ତେବେ ସ୍ଥାନୀୟ ପ୍ରଶାସନ ଓ ଯୋଗାଣ ବିଭାଗ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ଚାଷୀମାନେ ସ୍ପଷ୍ଟ କରିଛନ୍ତି

