ବେଗୁନିଆପଡ଼ା,୧୭।୯(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସତସଙ୍ଗ ବିହାର ପରିସରରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୯ ତମ ଜନ୍ମ ଦିବସ ମହୋତ୍ସବ ବୁଧବାର ଦିନ ସନ୍ଧ୍ୟାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟସୂଚୀ ଅନୁଯାୟୀ ପ୍ରାତଃ ବିନତି ପ୍ରାର୍ଥନା,ସନ୍ଧ୍ୟା ବିନତି ପ୍ରାର୍ଥନା, ଗ୍ରନ୍ଥ ପାଠ, ଭଜନ, କୀର୍ତ୍ତନ,ସଦା ଆଲୋଚନା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଦାଆଲୋଚନା କାର୍ଯ୍ୟକ୍ରମରେ ଠାକୁରଙ୍କର ରିତିକ ଏମ. ରାଘବ ସୁବୁଦ୍ଧି, ବୈକୁଣ୍ଠ ନାଥ ମହାରଣା ପ୍ରମୁଖ ଉପସ୍ଥିତ ରହି ଠାକୁରଙ୍କ ନୀତି ଆଦର୍ଶ ଏବଂ ଭାବାଦର୍ଶ ବିଷୟରେ ଆଲୋଚନା କରିଥିଲେ । ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦସେବନର ବନ୍ଦୋବସ୍ତ ହୋଇଥିଲା । ଏଥିରେ ବହୁ ଶ୍ରଦ୍ଧାଳୁ ଭକ୍ତ, ଗୁରୁଭାଇ ଓ ମା ମାନେ ଯୋଗଦେଇଥିଲେ । ଏହି ଉତ୍ସବ ପାଇଁ ସୁମଣ୍ଡଳ ସତସଙ୍ଗ ବିହାର ଉତ୍ସବ ମୁଖର ପାଲଟିଥିଲା । ଏଥିରେ ସ୍ଥାନୀୟ ଅଞ୍ଚଳର ସମସ୍ତ ଗୁରୁ ଭାଇ ଓ ମା ମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।

