ବ୍ରହ୍ମପୁର,୧୬/୦୬(ହିମାଂଶୁ ଶେଖର ସାବତ):ଗଞ୍ଜାମ କଳାପରିଷଦ ଠାରେ ସୋମବାର ସନ୍ଧ୍ୟାରେ,ଦକ୍ଷିଣ ଓଡ଼ିଶା କବଣ୍ଠ ଶିଳ୍ପୀ ଙ୍କ ଦ୍ଵାରା ବଲିଉଡ୍ ସିଙ୍ଗର ସୁମନ କଲ୍ୟାଣପୁରଙ୍କ ସ୍ମୃତିରେ ଏକ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସମାଜସେବୀ ଅମ୍ଭିକା ପ୍ରସାଦ ପଣ୍ଡା ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ରୂପେ ମହମ୍ମଦ ଅସଲମ, ଡ.ନିରଞ୍ଜନ ପାଣିଗ୍ରାହୀ,ଇଂଜିନିୟର ଆଶୁତୋଷ ପାତ୍ର ,ଇଂଜିନିୟର ମନୋଜ କୁମାର ଦଣ୍ଡପାଟ୍,ନାଟ୍ୟକାର ତିରୁପତି ନାୟକ ଯୋଗ ଦେଇଥିଲେ l ସ୍ୱର୍ଗତ ସୁମନ କଲ୍ୟାଣପୁର ଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କର ଅଭୁଲା ସଙ୍ଗୀତ ଗୁଡ଼ିକ ପରିବେଷଣ କରିଥିଲେ l କାର୍ଯ୍ଯକ୍ରମରେ ମୁଖ୍ୟ ବକ୍ତା ଭାବେ ଡକ୍ଟର ଶଙ୍କର୍ଷଣ ପାତ୍ର ଯୋଗଦେଇଥିଲେ l କଣ୍ଠଶିଳ୍ପୀ ସର୍ବଶ୍ରୀ ବିଜୟ ଭାସ୍କର ବାଙ୍ଗାରି, ବାସୁଦେବ ରଥ ,ଶ୍ରୀମତୀ ଅନୁରାଧା ,ମୌସୁମୀ ମିଶ୍ର ,ଲିଜା ପ୍ରଧାନ,ସୌରଭ ବେହେରା , ରାଜ ନନ୍ଦିନୀ ବେହେରା ପ୍ରମୁଖ କଣ୍ଠଶିଳ୍ପୀ ସଙ୍ଗୀତ ଉତ୍ସବରେ ନିଜ ସୁମଧୁର କଣ୍ଠରେ,ସ୍ୱର୍ଗତ ସୁମନ କଲ୍ୟାଣପୁର ଙ୍କ ବହୁ ସଙ୍ଗୀତ ଗାନ କରିଥିଲେ l ମଧୁର ସଙ୍ଗୀତ ଗୁଡ଼ିକ ଉପସ୍ଥିତ ଦର୍ଶକଙ୍କ ମନମୁଗ୍ଧ କରିଦେଇ ଥିଲା l କାର୍ଯ୍ଯକ୍ରମର ପରିଶେଷ ରେ ବରିଷ୍ଠ କଣ୍ଠଶିଳ୍ପୀ ଭାସ୍କର ବାଙ୍ଗାରୀ ଙ୍କୁ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା l ତାପସ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ l

