(ଫୋଟୋ)ବେଗୁନିଆପଡା,୧୯।୮(ବାପୁନି ମାଲୁ):ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାରେ ପରିବର୍ତ୍ତନ କରିବା ପ୍ରକ୍ରିୟାକୁ ବିରୋଧ କରିଛି ଗଞ୍ଜାମ ବେଗୁନିଆପଡ଼ା ବ୍ଲକ ଦଣ୍ଡିଶ୍ୱର ସାମ୍ବାଦିକ ସଂଘ। ଏନେଇ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ କୋଦଳା ଅତିରିକ୍ତ ତହସିଲଦାର ରବି ନାରାୟଣ ସେଠୀ ଓ ବେଗୁନିଆପଡ଼ା ବିଡ଼ିଓ ସୁନୀଲ ସାମନ୍ତକଂ ଜରିଆରେ ଏକ ଦାବୀପତ୍ର ସଂଘ ପକ୍ଷରୁ ପ୍ରଦାନ କରାଯାଇଛି।ସଂଘ ପକ୍ଷରୁ କୁହାଯାଇଛି ଯେ, କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପ୍ରଚଳିତ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାର ନିଜସ୍ବ ସୁବିଧା ରହିଛି। ଏହି ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନା ସହ ପରିବର୍ତ୍ତିତ କରାଯିବା ନେଇ ଖବର ପ୍ରକାଶ ପାଇବା ପରେ ସାମ୍ବାଦିକ ମହଲରେ ଅସନ୍ତୋଷ ଦେଖାଦେଇଛି।ଗୋପବନ୍ଧୁ ସାମ୍ବାଦିକ ସୱାସ୍ଥ୍ୟ ବୀମା ଯୋଜନାକୁ ସ୍ବତନ୍ତ୍ର ଭାବେ ଜାରି ରଖିବା ସହିତ ଏଥିରେ ଖବରଦାତାଙ୍କ ମାତା,ପିତାଙ୍କୁ ମଧ୍ୟ ସାମିଲ କରାଯାଉ ବୋଲି ବେଗୁନିଆପଡ଼ା ଅଞ୍ଚଳର ସାମ୍ବାଦିକ ମାନେ ଦାବି କରିଛନ୍ତି। ଏହାସହ ଦାବିଗୁଡ଼ିକ ପୂରଣ ନ ହେଲେ ଆଗାମୀ ଦିନରେ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଦଣ୍ଡିଶ୍ୱର ସାମ୍ବାଦିକ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

