ଖଜୁରୀପଡ଼ା,୨୩।୯(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ପୋଲିସ ପକ୍ଷରୁ ଦିନବେଳା ପାଟ୍ରୋଲିଂ ସମୟରେ ବଡ଼ଧରଣର ନିଶାଦ୍ରବ୍ୟ ଜବତ କରାଯାଇଛି। ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ହେପାଜତରେ ନେଇଛି।ଖଜୁରୀପଡ଼ା ଥାନା କେସ୍ ନଂ-୧୮୬, ତାରିଖ ୨୨.୦୯.୨୦୨୬, ଏନ୍ଡିପିଏସ୍ ଆକ୍ଟର ଧାରା ୨୦(ବି)(ii)(C) ଅନୁଯାୟୀ ମାମଲା ରୁଜୁ ହୋଇଛି।ଗିରଫ ଅଭିଯୁକ୍ତମାନେ ହେଲେ ଖେତାପାଜୁ ଗ୍ରାମର ଅନିରୁଦ୍ଧ ସେଠୀଙ୍କ ପୁଅ ପାଉଲୋ ଓରଫ ମୃତ୍ୟୁଞ୍ଜୟ ସେଠୀ (୨୬) ଏବଂ ସେହି ଗ୍ରାମର ସର୍ବକାର ମଲ୍ଲିକଙ୍କ ପୁଅ ଦିନବନ୍ଧୁ ମଲ୍ଲିକ (୨୩)। ପୋଲିସ ସୂଚନା ଅନୁଯାୟୀ, ଫିରିଙ୍ଗିଆ ଅଞ୍ଚଳର ମିହିର ଦିଗାଲ ଏବଂ ଫୁଲବାଣୀ ମାର୍କେଟ୍ର ସିଦ୍ଧାନ୍ତ ବେହେରା ଏହି ମାମଲାରେ ଯୋଗାଣକାରୀ ଭାବେ ଉଲ୍ଲେଖ ହୋଇଛନ୍ତି।ପାଣ୍ଡ୍ରିସୁଗା ଗ୍ରାମ ନିକଟରେ ପାଟ୍ରୋଲିଂ ସମୟରେ ଉକ୍ତ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଧରିଥିଲା। ସେମାନଙ୍କ ନିକଟରୁ ୨୬ କେଜି ଗଞ୍ଜେଇ, ୦.୩୬୦ ଗ୍ରାମ ବ୍ରାଉନ୍ ସୁଗାର, ନମ୍ବର ପ୍ଲେଟ୍ ନଥିବା ଗୋଟିଏ Bajaj Pulsar NS 200 ମୋଟରସାଇକେଲ, ନଗଦ ୧୭ ହଜାର ଟଙ୍କା ଏବଂ ୨ଟି ସ୍ମାର୍ଟଫୋନ୍ ଜବତ କରାଯାଇଛି।ଏହି ଘଟଣାରେ ଖଜୁରୀପଡ଼ା ଥାନାର ଏସ୍ଆଇ ଦିନବନ୍ଧୁ ପ୍ରଧାନ ଅଭିଯୋଗକାରୀ ଥିବାବେଳେ, ଏସ୍ଆଇ ସି.ଡି. ପ୍ରଧାନ, ଆଇଆଇସି ଖଜୁରୀପଡ଼ା ଥାନା, ମାମଲାର ତଦନ୍ତ ଦାୟିତ୍ୱ ନେଇଛନ୍ତି।ଗିରଫ ଦୁଇ ଅଭିଯୁକ୍ତଙ୍କୁ ଆଇନାନୁଯାୟୀ କୋର୍ଟରେ ହାଜର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।ଖଜୁରୀପଡ଼ାରୁ ମନୋଜ କୁମାର ବେହେରାଙ୍କ ରିପୋର୍ଟ।

