ଫୁଲବାଣୀ,୧୬।୦୮(ସୁନୀଲ ପଟ୍ଟନାୟକ):ପବିତ୍ର ସ୍ବାଧୀନତା ଦିବସ ପାଳନ ଅବସରରେ ଫୁଲବାଣୀ ର କେନ୍ଦୂପଦର୍ ନିକଟ ସ୍ଵଧlର ଗୃହ ର ଅନ୍ତେବାସୀ ମାନଙ୍କୁ ଜିଲ୍ଲା ପ୍ରେସ କ୍ଲବ ଓ ଭlଗବତ ଘରପକ୍ଷରୁ ପାଉଁରୁଟି ଓ ଫଳ ବିସ୍କୁଟ ପ୍ରଦାନ କରାଯାଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବାଣିଜ୍ୟ ପରିବହନ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇ ସମସ୍ତ ଅନ୍ତେବାସୀ ଙ୍କ ଭଲ ମନ୍ଦ୍ ସୁବିଧା ଅସୁବିଧା ପଚାରି ବୁଝିବା ସହ ପାଉଁରୁଟି,ଫଳ, ବିସ୍କୁଟ ଆଦି ବଣ୍ଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲାପାଳ ବେଦ ଭୂଷଣ, ଏସପି ରମେନ୍ଦ୍ର ପ୍ରସାଦ, ପ୍ରୋବେସନର ଆଇ ଏ ଏସ ୟାସ୍ବନ୍ତ୍ ସିଂହ,ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ, ଭକ୍ତ ବନ୍ଧୁ ଜନାର୍ଦ୍ଦନ ଦଳେଇ, ପୀଡି ଶମ୍ଭୁନାଥ ନନ୍ଦୀ, ପିଡୀ ଦ୍ୟୁଡ଼ା ପ୍ରବୀଣ କୁମାର ବାଣୁଆ, ବିଡିଓ ସୌମ୍ୟ ରଂଜନ ପାତ୍ର, ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, ସମ୍ପାଦକ ତ୍ରିନାଥ ସାହୁ, କାର୍ଯ୍ୟ କାରୀ ସଭାପତି ପ୍ରଶାନ୍ତ କୁମାର ବେହେରା, ଉପ ସଭାପତି ସୁଜିତ ବେହେରା, ମୁସ୍କାନ ସ୍ୱlର, ଅଶୋକ ପରିଡ଼ା, ଶିବ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l

