Author: Janabani News

ଫୁଲବାଣୀ,୨୮।୧୦(ସୁନୀଲ ପଟ୍ଟନାୟକ):ସମ୍ଭାବ୍ୟ ବାତ୍ୟା *‘ଅର୍ଣ୍ଣବ’* ର ମୁକାବିଲା ଏବଂ ଜନଜୀବନର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ କନ୍ଧମାଳ ଜିଲ୍ଲାରେ ପ୍ରଶାସନିକ ପ୍ରସ୍ତୁତି ଜୋରଦାର ହୋଇଛି। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଶୂନ୍ୟ ମୃତ୍ୟୁହାର ହାସଲ କରିବା ସହ ଧନଜୀବନର ସୁରକ୍ଷା, ଜରୁରୀ ସେବାର ନିରବଚ୍ଛିନ୍ନତା ଓ ବିପର୍ଯ୍ୟୟ ପରବର୍ତ୍ତୀ ତ୍ୱରିତ ସହାୟତା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ଜିଲ୍ଲାର ସମସ୍ତ ବିଭାଗକୁ ସମନ୍ୱୟ ରକ୍ଷା କରି ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହି ପରିପ୍ରେକ୍ଷୀରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ରବିନାରାୟଣ ନାୟକ ଦୁଇଦିନିଆ କନ୍ଧମାଳ ଗସ୍ତରେ ଆସି ବାତ୍ୟା ମୁକାବିଲା ପ୍ରସ୍ତୁତି ସହ ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବାତ୍ୟା ସମୟରେ ଯେପରି କୌଣସି ଜୀବନହାନି ନ ହୁଏ, ସେଥିପାଇଁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ, ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଏବଂ ଜରୁରୀକାଳୀନ…

Read More

ଖଜୁରୀପଡ଼ା,୨୮।୧୦(ମନୋଜ କୁମାର ବେହେରା):‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ପ୍ରବଳ ପବନରେ ବିଭିନ୍ନ ସ୍ଥାନରେ ଆମ୍ବ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଥିବାରୁ ଗାଡ଼ିମୋଟର ଯାତାୟାତରେ ବହୁ ଅସୁବିଧା ସୃଷ୍ଟି ହୋଇଛି।ଖଜୁରୀପଡ଼ା ଅଞ୍ଚଳର ଗଡ଼ପଦର, ଦୁତିପଡ଼ା ଓ ବନ୍ଧସାହି ଆଦି ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି। ଫଳରେ ଯାତାୟାତ କରୁଥିବା ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।ଏଭଳି ପରିସ୍ଥିତିରେ ଖଜୁରୀପଡ଼ା ଦମକଳ ବାହିନୀର କର୍ମଚାରୀମାନେ ବର୍ଷା ଓ ପ୍ରବଳ ପବନକୁ ଖାତିର ନକରି ରାସ୍ତା ଉପରେ ପଡ଼ିଥିବା ଗଛଗୁଡ଼ିକୁ ହଟାଇବା ସହ ଯାତାୟାତ ସ୍ୱାଭାବିକ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।ନିଜର ସୁରକ୍ଷାକୁ ଗୁରୁତ୍ୱ ଦେବା ସହିତ ଜନସାଧାରଣଙ୍କ ସୁବିଧା ଓ ସୁରକ୍ଷା ପାଇଁ ଦମକଳ ବାହିନୀର ଏହି ନିଷ୍ଠାପର ସେବା ପ୍ରଶଂସନୀୟ। ବିପଦ ସମୟରେ ଲୋକଙ୍କ ପାଖରେ ଠିଆ ହୋଇ ନିଜ…

Read More

ବୋଲଗଡ଼,୨୮।୧୦(ସୁଶାନ୍ତ କୁମାର ପ୍ରଧାନ):ଆଜି ବୋଲଗଡ଼ରେ ସାମ୍ବାଦିକତାର ସଂଜ୍ଞା ବଦଳି ଯାଉଛି। ଆଗରୁ ସାମ୍ବାଦିକ ମାନେ ପ୍ରଶ୍ନ ପଚାରୁଥିଲେ, ଏବେ ପ୍ରଶଂସା କରୁଛନ୍ତି। ନେତାଙ୍କ ଜୟଗାନ, ଅଫିସରଙ୍କ ଗୁଣଗାନ, ଆଉ ସୋସିଆଲ ମିଡିଆରେ ଫଟୋ।କିନ୍ତୁ ପ୍ରକୃତ ସାମ୍ବାଦିକତା କ’ଣ ? ପ୍ରଶଂସା କରିବା ପାଇଁ ଚାମଚା ଅଛନ୍ତି, ଆଇଟି ସେଲ୍ ଅଛି। ସାମ୍ବାଦିକର କାମ ହେଉଛି ପ୍ରଶ୍ନ କରିବା। ବୋଲଗଡ଼ରେ ପ୍ରଶ୍ନ କରିବାର ସାହସ କାହିଁକି ହଜୁଛି ? ଏନଏସି ଘୋଷଣା ୨ ବର୍ଷ ହେଲା, କାର୍ଯ୍ୟକାରୀ କାହିଁକି ହେଲାନି? ଏହି ପ୍ରଶ୍ନ କିଏ ପଚାରିବ ? କୋର୍ଟ ଘୋଷଣା ମଞ୍ଚରେ, ଜମି କେଉଁଠି ? ଏହି ପ୍ରଶ୍ନ କିଏ ପଚାରିବ ? ମାଣିକପୁରର ବିଧବା ୪ ଝିଅକୁ ନେଇ ଭୋକରେ, ତାକୁ ଯୋଜନା ମିଳୁନି କାହିଁକି ? ଏହି ପ୍ରଶ୍ନ କିଏ ପଚାରିବ ? ସରକାରୀ ବିଭାଗରେ ବିନା ଟଙ୍କାରେ କାମ ହେଉନି କାହିଁକି ? ଏହି ପ୍ରଶ୍ନ କିଏ ପଚାରିବ…

Read More

ପାରଳାଖେମୁଣ୍ଡି,୨୮।୧୦(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ଗଜପତି ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ଵିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଆଜି ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ବାତ୍ୟାକୁ ନେଇ ଅବଗତ କରାଇଥିଲେ। ଜିଲ୍ଲା ନୋଡାଲ ଅଧିକାରୀ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର ଦାଶ ଉପସ୍ଥିତ ଥିଲେ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା କାଲି ୨୮ ଓ ୨୯ ତାରିଖରେ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି…

Read More

ରାୟଗଡ,୨୯।୧୦(ଅମୂଲ୍ୟ ନିଶଙ୍କ):ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ କୁ ଦୃଷ୍ଟିରେ ରଖି ରାୟଗଡ ବିଧାୟକ ତଥା ରାୟଗଡ ଜ଼ିଲ୍ଲା କଂଗ୍ରେସ ସଭାପତି ଆପାଳସ୍ଵାମୀ କାଡ୍ରକା ଙ୍କ ସହିତ ତାଙ୍କରି କାର୍ଯ୍ୟାଳୟ ସହ ଜଡ଼ିତ ଭାଇମାନେ ସ୍ୱର୍ଗଦ୍ୱାରରେ କାଠ ସଂଗ୍ରହ କରୁଥିବା ସହଯୋଗୀମାନଙ୍କ ସହ ଏକ ଆଗୁଆ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଛି। ସହର ଓ ଆଖପାଖ ଅଞ୍ଚଳରେ ବାତ୍ୟା ଯୋଗୁଁ ରାସ୍ତା ଅବରୋଧ କିମ୍ବା ଯେକୌଣସି ଅଘଟଣ ଘଟିଲେ ତୁରନ୍ତ ଉଦ୍ଧାର ଓ ସହାୟତା କାର୍ଯ୍ୟ କରିବା ପାଇଁ ଆବଶ୍ୟକ ସରଞ୍ଜାମ ପ୍ରସ୍ତୁତ ରଖାଯାଇଛି। ଜେସିବି , ହିଟାଚି, ଟ୍ରାକ୍ଟର, ବୋଲେରୋ, ମୋଟରସାଇକେଲ ଏବଂ ସାଇକେଲ ଏହି ସମସ୍ତ ଯାନବାହନ ଓ ସରଞ୍ଜାମକୁ ସଜାଗ ରଖାଯାଇଛି। ଆଗାମୀ ଦୁଇ ଦିନ ଏଠାରେ ରହି ଯେକୌଣସି ଆପାତ୍‌କାଳୀନ ସୂଚନା ମିଳିବା ମାତ୍ରେ ତୁରନ୍ତ କାର୍ଯ୍ୟରେ ନିୟୋଜିତ ହେବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି। ପ୍ରଶାସନ, ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ କର୍ମଚାରୀମାନଙ୍କୁ ଆବଶ୍ୟକ ସମୟରେ ସହଯୋଗ…

Read More

ବାଲିଗୁଡ଼ା,୨୭।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଲିଗୁଡ଼ା ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରତ୍ୟେକ ବ୍ଲକ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ବ୍ୟବସ୍ଥା କରାଯାଇଛି। ସମ୍ଭାବ୍ୟ ଭୂସ୍ଖଳନ ଓ ରାସ୍ତା ଅବରୋଧ ଭଳି ପରିସ୍ଥିତିକୁ ଆଖି ଆଗରେ ରଖି ଜେସିବି ମେସିନ୍ ସହ ଅଗ୍ନିଶମ ଟିମ୍‌କୁ ସଜାଗ ରଖାଯାଇଛି। ଯେକୌଣସି ଜରୁରୀ ପରିସ୍ଥିତିରେ ରାସ୍ତା ସଫା କରିବା ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି। ଅନ୍ୟପକ୍ଷରେ, ଗର୍ଭବତୀ ମହିଳାମାନଙ୍କ ସୁରକ୍ଷା ଓ ଆବଶ୍ୟକ ସେବା ଯୋଗାଇବା ପାଇଁ ‘ମା’ ଗୃହର ବ୍ୟବସ୍ଥା କରାଯାଇଛି। ଏଥିସହ ସମ୍ଭାବ୍ୟ ବାତ୍ୟା ସମୟରେ ଜରୁରୀକାଳୀନ ସେବା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ କର୍ମଚାରୀମାନଙ୍କୁ ରୋଷ୍ଟର ଡ୍ୟୁଟିରେ ନିୟୋଜିତ କରାଯାଇଛି। ଏନେଇ ବାଲିଗୁଡ଼ା ବିଡିଓ ଅକ୍ଷୟ ମଲ୍ଲିକଙ୍କ ସୂଚନା ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା…

Read More

କନ୍ଧମାଳ,୨୭।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):ସମ୍ଭାବ୍ୟ ପ୍ରବଳ ବର୍ଷା ଓ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାରେ ୨୮ ତାରିଖ ବୁଧବାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏନେଇ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ୨୭ ଅକ୍ଟୋବର ୨୦୨୬ରେ ଜାରି ଆଦେଶ ନଂ. ୧୧୭୮/ଏମ୍‌ଜି ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ, ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ବନ୍ଦ ରହିବ। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟ ଛୁଟି ଘୋଷଣା କରାଯାଇଛି। ତେବେ ବିଦ୍ୟାଳୟରେ ପାଠପଢ଼ା ବନ୍ଦ ରହିଲେ ମଧ୍ୟ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ପାଇଁ ଏହି ନିର୍ଦ୍ଦେଶ ଲାଗୁ ହେବ ନାହିଁ। ସେମାନେ ନିଜ ନିଜ ବିଦ୍ୟାଳୟ ରେ ଉପସ୍ଥିତ ରହି ଦାୟିତ୍ୱ ସମ୍ପାଦନ କରିବେ ବୋଲି ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଛି। ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ…

Read More

ପୁରୁଷୋତ୍ତମ ପୁର,୨୯।୧୦(ଶୁଭଙ୍କର ଦାସ):ପୁରୁଷୋତ୍ତମପୁର ବ୍ଳକ ରେ ବାତ୍ୟା ଅର୍ଣ୍ଣବ ର ପ୍ରଭାବ ନିମନ୍ତେ ବ୍ଲକରେ ଥିବା ୬ ଗୋଟି ବନ୍ୟା ଆଶ୍ରୟ ସ୍ଥଳୀକୁ ଯାଇ ତାର ସ୍ଥିତି ପରଖିଲେପୁରୁ ଷୋତ୍ତମ ପୁର ତହସିଲଦାର ଓ ବ୍ଳକ ଷ୍ଟାଫ | ଏହି ବାତ୍ୟା ଆଶ୍ରୟ ସ୍ଥଳୀର ସ୍ଥିତି ପରଖି ଛନ୍ତି ତହସିଲଦାର |ସେହି ପଞ୍ଚାୟତ ଗୁଡିକ ର କଚା ଘରେ ଥିବା ଲୋକମାନଙ୍କୁ ଏବଂ ଗୃହ ପାଳିତ ପଶୁ ମାନଙ୍କୁ ଏଠାରେ ସୁରକ୍ଷିତ ରଖିବା ପାଇଁ ବ୍ଳକ ପ୍ରଶାସନ ତରଫରୁ ସବୁ ପ୍ରକାର ବ୍ୟବସ୍ତା କରା ଯିବା ସହ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଓ ବିଶୁଦ୍ଧ ପାନୀୟ ଦେବାର ପ୍ରଶାସନ ଦ୍ୱାରା କରାଯାଇଛି |କୌଣସି ଲୋକ ବର୍ଷା ଓ ବାତ୍ୟା ସମୟରେ ଜିରୋ କାଜୁଆଲିଟି ରେ ଯେପରି ଉପକୃତ ହେବେ ସେଥିପାଇଁ ସମସ୍ତ ମୁକାବିଲା ନିମନ୍ତେ ଫାୟାର ଠାରୁ ପୋଲିସ ଓ ବ୍ଳକ ଏବଂ ତହସିଲ ଷ୍ଟାଫ ପ୍ରସ୍ତୁତ ଥିବାର କହି ଛନ୍ତି…

Read More

ବାଲିଗୁଡ଼ା,୨୭।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବେଲଘର ବନାଞ୍ଚଳର ଧରଣୀମାସ୍କା ଜଙ୍ଗଲରେ ବିଦ୍ୟୁତ୍‌ ତାର ବିଛାଇ ବନ୍ୟପ୍ରାଣୀ ଶିକାର ଉଦ୍ୟମ କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ ପାହାନ୍ତିଆରେ ବନ କର୍ମଚାରୀମାନେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ କାବୁ କରିଥିବା ଜଣାପଡ଼ିଛି।ଗିରଫ ଅଭିଯୁକ୍ତମାନେ ହେଲେ ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ମାଲିମୁଣ୍ଡା ଗ୍ରାମର ମନସାଇ ବାଛା (୬୬), ମକର ସୁନା (୩୧) ଏବଂ ଡାକାପୋଥା ଗ୍ରାମର ଗଙ୍ଗାଧର ବାଘ (୩୨)। ଘଟଣାସ୍ଥଳରୁ ଗୋଟିଏ ମୃତ କୁଟୁରା, ୨୧୫ ମିଟର ଜିଆଇ ତାର, ଗୋଟିଏ ବାଉଁଶ ଖୁଣ୍ଟ, ୧୩ଟି ବାଉଁଶ କିଳା ଏବଂ ଦୁଇଟି ହେଡ୍‌ ଟର୍ଚ୍ଚ ଜବତ କରାଯାଇଛି। ଏହି ଘଟଣାରେ ବନ ବିଭାଗ ପକ୍ଷରୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ, ୧୯୭୨ର ବିଭିନ୍ନ ଧାରାରେ ଓଆର୍‌ କେସ୍‌ ନଂ ୩୨/୨୦୨୬ -୨୭ ରୁଜୁ କରାଯାଇଛି। ଚଢ଼ଉ ଓ ଗିରଫ ଅଭିଯାନରେ…

Read More

ଫୁଲବାଣୀ,୨୭।୧୦(ସୁନୀଲ ପଟ୍ଟନାୟକ):ସମ୍ଭାବ୍ୟ ଭୀଷଣ ବର୍ଷା ଓ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାରେ ଆସନ୍ତାକାଲି, ଅକ୍ଟୋବର ୨୮ ତାରିଖରେ ସମସ୍ତ ବିଦ୍ୟାଳୟରେ ପାଠପଢ଼ା ବନ୍ଦ ରହିବ। ଏନେଇ କନ୍ଧମାଳ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଆଦେଶ ଜାରି କରିଛନ୍ତି।ଜିଲ୍ଲାପାଳଙ୍କ ଆଦେଶ ଅନୁଯାୟୀ, ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସହ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମଧ୍ୟ ବନ୍ଦ ରହିବ।ତେବେ ଜନସାଧାରଣଙ୍କ ଆବଶ୍ୟକତା ଓ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ନିଜ ନିଜ ବିଦ୍ୟାଳୟରେ ଉପସ୍ଥିତ ରହି କର୍ତ୍ତବ୍ୟ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ପାଣିପାଗ ପରିସ୍ଥିତିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି l

Read More

ବେଲଗୁଣ୍ଠା,୨୭।୧୦(ଶିବରାମ ଚୌଧୁରୀ):ସମ୍ଭାବ୍ୟ ବାତ୍ୟାର ମୁକାବିଲା ଏବଂ ଜନସାଧାରଣଙ୍କ ଧନଜୀବନର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଆଜି ବେଲଗୁଣ୍ଠା ବ୍ଲକ୍ ଓ ଏନ୍‌ଏସିର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବାତ୍ୟା ମୁକାବିଲା ପ୍ରସ୍ତୁତି, ଜନସାଧାରଣଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ଓ ଆଶ୍ରୟସ୍ଥଳୀରେ ଉପଲବ୍ଧ ସୁବିଧାର ସମୀକ୍ଷା କରିଥିଲେ।ପରିଦର୍ଶନ ସମୟରେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଙ୍ଗାପୁର ହରି ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।ଉପଜିଲ୍ଲାପାଳ ବେଲଗୁଣ୍ଠା ବ୍ଲକ୍‌ର ଉଡରା ଓ ବାଣତୁମ୍ବ ଗ୍ରାମ ପରିଦର୍ଶନ କରି ସେଠାରେ ଚାଲିଥିବା ଜନ ସ୍ଥାନାନ୍ତରଣ ପ୍ରକ୍ରିୟାର ତଦାରଖ କରିଥିଲେ। ବିପଦପ୍ରବଣ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଚିହ୍ନଟ କରି ସମୟୋଚିତ ଭାବେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଆଶ୍ରୟସ୍ଥଳୀରେ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଆଶ୍ରୟସ୍ଥଳୀ ଗୁଡ଼ିକରେ ପାନୀୟ ଜଳ, ଖାଦ୍ୟ, ଆଲୋକ,…

Read More

ଭଞ୍ଜନଗର,୨୭।୧୦(ନିଲୁ ବିଷୋୟୀ):କନ୍ଧମାଳ ଜିଲ୍ଲାରୁ ଭୁବନେଶ୍ୱରକୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ତାରସିଂ ପୁଲିସ୍ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ୍ ତା ନିକଟରୁ ୨୫.୧୧୦ କେଜି ଗଞ୍ଜେଇ ସହ ଏକ ମଟର ସାଇକେଲ ଜବତ କରିଛି। ଅଭିଯୁକ୍ତ ଜଣକ କନ୍ଧମାଳ ଜିଲ୍ଲା ରାଇକିଆ ଥାନାର ନରେଶ ପ୍ରଧାନ(୪୦) । ସୋମବାର ବଦାଙ୍ଗି ରାସ୍ତାରେ ପୁଲିସ ଟିମ୍ ସଦଳ ବଳେ ପାଟ୍ରୋଲିଂ କରୁଥିବା ବେଳେ ଚକାପାଦା ରାସ୍ତାର ଜାମବଣୀଆ ନିକଟରେ ଜଣେ ଯୁବକକୁ ଅଟକାଇ ଯାଞ୍ଚ୍ କରିବା ବେଳେ ଏକ ଜରିବସ୍ତାରୁ ଗଞ୍ଜେଇ ମିଳିଥିଲା। ଏନେଇ କେଶନଂ ୪୩୦/୨୬ରେ ଏନ୍ଡିପିଏସ ଆକ୍ଟରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି।

Read More