ବେଗୁନିଆପଡ଼ା,୧୧।୯(ବାପୁନି ମାଲୁ):ବେଗୁନିଆପଡ଼ା ମାଛ ମାର୍କେଟ ଭିତରେ ବର୍ଷା ହେଲେ ପାଣି ଜମି ରହୁଥିବାରୁ ବେପାରୀ ଓ ଗ୍ରାହକ ହନ୍ତସନ୍ତ ହେଉଛନ୍ତି । ପାଣି ଭିତରେ ଛିଡ଼ା ହୋଇ ବ୍ୟବସାୟ କରିବାକୁ ବାଧ୍ୟ ହେଉଛନ୍ତି ବେପାରୀ। ସାମାନ୍ୟ ବର୍ଷାରେ ଯଦି ମାର୍କେଟର ଏଭଳି ଅବସ୍ଥା ହେଉଛି, ତେବେ ଜଳ ନିଷ୍କାସନ ବ୍ୟବସ୍ଥା ନେଇ ପ୍ରଶାସନର ପ୍ରସ୍ତୁତି କେତେ ? ଲୋକଙ୍କ ସୁବିଧା ପାଇଁ ସରକାରୀ ଟଙ୍କାରେ ତିଆରି ମାର୍କେଟରେ ଏଭଳି ଅବ୍ୟବସ୍ଥା ପାଇଁ ଜବାବ୍ ଦେବ କିଏ ? ମାର୍କେଟରେ ଆଣ୍ଠୁଏ ପାଣି ଜମିବା ପରେ ମଧ୍ୟ କାହିଁକି ଚେତୁନାହାନ୍ତି ଅଧିକାରୀ ? ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କେବେ ହେବ ? ବେପାରୀ ଓ ସାଧାରଣ ଲୋକଙ୍କ ଦୁର୍ଦ୍ଦଶା କେବେ ସରିବ ? ପାଣି କେବେ ବାହାରିବ, ଆଉ ସମସ୍ୟାର ସ୍ଥାୟୀ ସମାଧାନ କେବେ ହେବ? ତାକୁ ହିଁ ଅପେକ୍ଷା ।
Author: Janabani News
ଭବାନୀପାଟଣା,୧୧।୯(କିଶନ ଶର୍ମା):ଶ୍ରମିକମାନଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବା ସହ ସରକାରଙ୍କ ବିଭିନ୍ନ ଶ୍ରମିକ କଲ୍ୟାଣକାରୀ ଯୋଜନାର ସୁବିଧା ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଡିଭିଜନାଲ୍ ଲେବର କମିଶନରଙ୍କ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଧର୍ମଗଡ଼ ବ୍ଲକ୍ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ଶ୍ରମିକ କଲ୍ୟାଣ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ପଞ୍ଜୀକୃତ ନିର୍ମାଣ ଶ୍ରମିକ ଓ ଅସଂଗଠିତ ଶ୍ରମିକମାନଙ୍କୁ ସରକାରଙ୍କ ଶ୍ରମିକ କଲ୍ୟାଣ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ ସହିତ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରାଯାଇଥିଲା। ଏହି ଅବସରରେ ୮୦ ଜଣ ପଞ୍ଜୀକୃତ ନିର୍ମାଣ ଶ୍ରମିକ ଓ ୨୦ ଜଣ ଅସଂଗଠିତ ଶ୍ରମିକଙ୍କୁ ଶ୍ରମିକ କାର୍ଡ ବଣ୍ଟନ କରାଯାଇଥିଲା।ଏଥିସହିତ ବିଭିନ୍ନ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ମୋଟ ୭୬୨ ଜଣ ହିତାଧିକାରୀଙ୍କୁ ୬.୬ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏଥିରେ ମୃତ୍ୟୁକାଳୀନ ସହାୟତା, ଅନ୍ତ୍ୟେଷ୍ଟିକ୍ରିୟା ସହାୟତା, ମାତୃତ୍ୱ…
ଫୁଲବାଣୀ,୧୧।୦୯(ସୁନୀଲ ପଟନାୟକ):ନିଜର ବୈବାହିକ ଜୀବନ ଓ ଏହାକୁ ନେଇ ଚାଲିଥିବା ଆଇନ ଗତ ପ୍ରକ୍ରିୟା ରେ ମାନ୍ୟବର ଅଦାଲତ ତାଙ୍କ ସପକ୍ଷରେ ଦେଇଥିବା ରାୟ ସଂପର୍କରେ ପ୍ରେସ ମିଟ୍ ଜରିଆରେ ତାଙ୍କୁ ନ୍ୟାୟ ପ୍ରଦାନ ପାଈଁ ଗୁରୁବାର ସ୍ଥାନୀୟ ପ୍ରେସ କ୍ଲବ ଠାରେ ସାମ୍ବାଦିକ ସମ୍ମିଳନୀ ରେ ସୁଚନା ଦେଇଛନ୍ତି ଟିକାବାଲି ଅଞ୍ଚଳ ର ଆସିଷ୍ଟାଣ୍ଟ ପ୍ରଫେସର ଶାନ୍ତନୁ କୁମାର ବେହେରା l ଶାନ୍ତନୁ ଙ୍କ କହିବା ପ୍ରକାରେ ତାଙ୍କ ସ୍ତ୍ରୀ ଭlଗ୍ୟଶ୍ରୀ ଙ୍କ ପରିବାର ପଠାଣ ସାହି ରେ ଥିବା ତାଙ୍କ ଘରେ ବିବାହ ପୁର୍ବରୁ କୁଆଡ଼େ କିଛି ବର୍ଷ ଧରି ଭଡ଼ା ରେ ରହୁଥିଲେ ଆଉ ସେହି ସମୟରେ ଶାନ୍ତନୁ ଓ ଭାଗ୍ୟଶ୍ରୀଙ୍କ ମଧ୍ୟରେ କୁଆଡ଼େ ପ୍ରେମ ସମ୍ପର୍କ ଗଢି ଉଠି ଥିଲା l ପରବର୍ତ୍ତୀ ସମୟରେ ଉଭୟ ପରିବାର ଙ୍କ ସମ୍ମତି ରେ ୩୦ ମାର୍ଚ୍ଚ ୨୦୨୧ରେ ଉଭୟ ଙ୍କ ମଧ୍ୟରେ ଟିକାବାଲି ଲୁଦୁରାମୁଣ୍ଡା ସ୍ଥିତ କାଳୀ…
ନୂଆପଡ଼ା,୧୧।୯(ପରମେଶ୍ୱର ମେହେର):ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ନୂଆପଡ଼ାର ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରତ୍ୟେକ ବ୍ଲକସ୍ତରୀୟ ପ୍ରତିଯୋଗିତାର ଶ୍ରେଷ୍ଠ ଦୁଇ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ।‘ଭାରତର ଶକ୍ତି ଭଣ୍ଡାର-୨୦୪୭: ସମ୍ଭାବନା ଓ ଆହ୍ୱାନ’ ଶୀର୍ଷକ ଉପରେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନା ଅତି ଉଚ୍ଚକୋଟୀର ଥିଲା। ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷୟତ୍ରୀ ଡ଼ଃ ସମ୍ବିତା ସାହୁ ଓ ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୋମନାର ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଅଶ୍ୱିନୀ ଓଟା ବିଚାରକ ଭାବରେ ଯୋଗଦେଇ ମୂଲ୍ୟାୟନରେ ସହଯୋଗ କରିଥିଲେ।ଏଥିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଝଗ୍ରାହୀର ଅଷ୍ଟମ ଶ୍ରେଣୀ ଛାତ୍ର ଅସୀତ ପଣ୍ଡା ପ୍ରଥମ, ସରକାରୀ ଉଚ୍ଚ ବିଦ୍ୟାଳୟ, ଖୁଟବନଭେରାର ଦଶମ ଶ୍ରେଣୀ ଛାତ୍ର ଖିଲେଶ୍ୱର ସାହୁ ଦ୍ୱିତୀୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କୋଶରାଜପୁରର ପ୍ରତ୍ୟୁଷା ସଂଜୀବନୀ ନାଏକ ତୃତୀୟ ସ୍ଥାନ ଅଧିକାର କରିଥିଲେ।କୃତି ପ୍ରତିଯୋଗୀଙ୍କୁ ଜିଲ୍ଲା…
ହିଞ୍ଜିଳିକାଟୁ,୧୦।୯(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ହିଞ୍ଜିଳିକାଟୁ ବ୍ଲକ ବେଲଗାଁ ଥାନା ଅନ୍ତର୍ଗତ ଧୋବାଡି ଗ୍ରାମରେ ଘଟିଛି ଅଘଟଣ । ଅସବଧାନତାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜୈନିକ ନାବାଳକଙ୍କ ମୃତ୍ୟୁ ଘଟିଛି ।ଖବରମିଳିଛିକି ଗଣେଶ ପୂଜା ଉପଲକ୍ଷେ ବାଉଁଶର ପୂଜାମେଢ଼ କରାଯାଇଛି । ଉକ୍ତ ମେଢ଼ର ଉପରେ ପାଲକୁ ବାନ୍ଧିବା ପାଇଁ ଉପରକୁ ଯାଇଥିଲେ । ଅସାବଧାନତା ଦୃଷ୍ଟିରୁ ଉକ୍ତ ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ ୧୭ ବର୍ଷୀୟ ପି. ଶୁଦାଂଶୁ ପାତ୍ର । ଏହି ବିଦ୍ୟୁତ୍ ଆଘାତ ପରେ ଶୁଦାଂଶୁଙ୍କୁ ପ୍ରଥମେ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ସାଇରାମ ଖଟେଇ ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ।ମୃତକ ନାବାଳକ ଜଣଙ୍କ ଧୋବାଡି ଗ୍ରାମର ପି. ଦଣ୍ଡାସୀ ପାତ୍ରଙ୍କ ପୁଅ ବୋଲି ଜଣାପଡ଼ିଛି। ଘଟଣାର ଖବର ପାଇ ବେଲଗାଁ ଥାନାର ଏସା ଆଇ ପ୍ରବୀଣ କୁମାର ମଣ୍ଡଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏହି ଦୁଃଖଦ ଘଟଣାରେ…
ଭଞ୍ଜନଗର,୧୧।୯(ନିଲୁ ବିଷୋୟୀ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ଭୋଟର ସଚେତନତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ଶ୍ରୀବତ୍ସ ସରକାରୀ ଉଚ୍ଚ ବିଦ୍ୟାଳୟ, ଏବଂ ଗା ଲେରୀ ଡି.ଏମ. ଜୁନିୟର ଓ ଡିଗ୍ରୀ ମହାବିଦ୍ୟାଳୟ ଠାରେ ବିଭିନ୍ନ ଭୋଟର ସଚେତନତା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଟିତ ହୋଇଯାଇଛି।ଶ୍ରୀବତ୍ସ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଭଞ୍ଜନଗର ନିର୍ବାଚନମଣ୍ଡଳୀର ନିର୍ବାଚକ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଉମାଶଙ୍କର ବେହେରା , ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମା, ନିର୍ବାଚନ ଉପଜିଲ୍ଲାପାଳ ରଚିତା ମହାପାତ୍ର, ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ତଥା ଭଞ୍ଜନଗର ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରୀଛାତ୍ର ମାନେ ଯୋଗ ଦେଇଥିଲେ। ସେହିପରି, ଗାଲେରୀସ୍ଥିତ ଡି.ଏମ. ଜୁନିୟର ଓ ଡିଗ୍ରୀ ମହାବିଦ୍ୟାଳୟର ନିର୍ବାଚନୀ ସାକ୍ଷରତା କ୍ଲବ ମାଧ୍ୟମରେ ମଧ୍ୟ ଏକ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଏଥିରେ ଭଞ୍ଜନଗର ନିର୍ବାଚନମଣ୍ଡଳୀର ନିର୍ବାଚକ ପଞ୍ଜୀକରଣ…
ଭଞ୍ଜନଗର,୧୧।୯(ନିଲୁ ବିଷୋୟୀ): ଭଞ୍ଜନଗର ଥାନା ଅଧିନ ଗୋହିରିବାଡ଼ି ଗ୍ରାମରେ ନଦୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣ ହେଲେ ଗୁଣ୍ଡୁରିବାଡ଼ି ପଞ୍ଚାୟତ ଗୋହିରିବାଡି ଗ୍ରାମର ବିଶ୍ୱନାଥ ନାୟକଙ୍କ ପୁଅ ସନ୍ତୋଷ କୁମାର ନାୟକ(୫୦)। ପରିବାର ଲୋକଙ୍କ ସୂଚନା ଅନୁଯାୟୀ ,ସନ୍ତୋଷ ଜଣେ ଚାଷୀ ହୋଇଥିବା ବେଳେ ଗୁରୁବାର ଅପରାହ୍ନ ସମୟରେ ଜମି ଆଡ଼କୁ କାମ କରିବାକୁ କରିବାକୁ ଯାଇଥିଲେ। ହେଲେ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। ଏହାପରେ ଗ୍ରାମ ନିକଟ ନଦୀରେ ସେ ପାଣିରେ ପଡ଼ିଥିବା କିଛି ଲୋକ ଦେଖିଥିଲେ। ଏହାପରେ ତୁରନ୍ତ ସେଠାରୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସନ୍ତୋଷକୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ୍ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।
ବାଲିଗୁଡ଼ା,୧୦/୦୯(ସଞ୍ଜୟ କୁମାର ପାଣିଗ୍ରାହୀ): ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସରକାରୀ ଯୋଜନାର ସୁବିଧା ଯୋଗାଇଦେବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ବାଲିଗୁଡ଼ାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଅଞ୍ଚଳର ବହୁ ସଂଖ୍ୟକ ଭିନ୍ନକ୍ଷମ ବ୍ୟକ୍ତି ଯୋଗଦେଇ ସରକାରୀ ସୁବିଧା ପାଇଁ ମୋଟ ୨୪୭ ଜଣଙ୍କ ପଞ୍ଜିକରଣ ହୋଇଥିବା ଜଣାପଡ଼ିଛି। ଏହି ଅବସରରେ ଯୋଗ୍ୟ ହିତାଧିକାରୀଙ୍କୁ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ସହାୟକ ଉପକରଣ ମଧ୍ୟରେ ୧ଟି ଟ୍ରାଇସାଇକେଲ, ୧ଟି କୁନି କ୍ରାଚେ, ୧ଟି ଚକିଆ ଚେୟାର ଓ ୧ଟି ସହାୟକ କ୍ରାଚେ ପ୍ରଦାନ କରାଯାଇଥିଲା। ଏହି ଉପକରଣ ମିଳିବା ଫଳରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଚଳପ୍ରଚଳ ଓ ଦୈନନ୍ଦିନ ଜୀବନ ଅଧିକ ସହଜ ହେବ ବୋଲି ଆଶା ପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ଉପ-ଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସ, ବ୍ଲକ୍ ଉନ୍ନୟନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ମଲିକ ଉପସ୍ଥିତ ରହି ଶିବିରର କାର୍ଯ୍ୟକ୍ରମ ତଦାରଖ କରିଥିଲେ। ଏଥିସହ…
ପୋଲସରା,୧୦।୯(ରୋହିତ୍ କୁମାର ପ୍ରଧାନ):ପୋଲସରା ଥାନା ଅନ୍ତର୍ଗତ ମାରଦା ମନ୍ଦିର ନିକଟ ପୋଲସରା–ବୁଢ଼ାମ୍ବ ରାସ୍ତାରୁ ଗଞ୍ଜେଇ ଭର୍ତ୍ତି ଏକ ପିକ୍ଅପ୍ ଗାଡ଼ିକୁ ପୁଲିସ ଜବତ କରିଛି । ତେବେ ଗାଡ଼ିରେ ଥିବା ୨ ଜଣ ଯୁବକ ପୁଲିସକୁ ଦେଖି ନିକଟସ୍ଥ କାଜୁ ଜଙ୍ଗଲକୁ ଦୌଡ଼ି ପଳାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକୁ କାବୁ କରି ଗିରଫ କରିବାରେ ସକ୍ଷମ ହୋଇଛି ପୋଲସରା ଥାନା ପୁଲିସ । ଗିରଫ ଅଭିଯୁକ୍ତ ଜଣକ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳର ଚିତ୍ର ଷଣ୍ଢ (୨୭)। ପୋଲିସ ସମ୍ପୃକ୍ତ ପିକଅପ ଭ୍ୟାନକୁ ଯାଞ୍ଚ ବେଳେ ବିପୁଳ ପରିମାଣର ଗଂଜେଇ ମିଳିଥିଲା । ଜବତ ଗଞ୍ଜେଇର ପରିମାଣ ୫୮୨ କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟିରୁ ଉର୍ଦ୍ଧ ଟଙ୍କା ହେବ ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ ସୂଚନା ଦେଇଛି । ସୂଚନା ଅନୁଯାୟୀ ପୋଲସରା ବୁଢ଼ାମ୍ବ ରାସ୍ତାର ମାରଦା ନିକଟରେ ଗୁରୁବାର ସକାଳ…
ଖୋର୍ଦ୍ଧା,୧୦।୯(କେଦାର ନାଥ ସାହୁ):ଜୟୀରାଜ ଗୁରୁ ଟାଉନ ହଲରେ ପୂଜା କମିଟିର ସଦସ୍ୟମାନଙ୍କୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବୈଠକ ବସିଥିଲା । ଖୋର୍ଦ୍ଧା ପୌରପାଳିକା ଅଂଚଳରେ ୮୪ଟି ପୂଜା କମିଟିର ସଦସ୍ୟ ମାନେ ଯୋଗଦେଇଥିଲେ।ଜିଲ୍ଲା ପ୍ରଶାସନ ସତ ଅନୁସାରେ ୧- ମୃର୍ତ୍ତିର ଉଚ୍ଚତା ୧୦ ପୁଟ ଭିତରେ ରହିବ ଓ ମଣ୍ଡପର ଉଚ୍ଚତା ୪ପୁଟ ରହିବ ।ମଣ୍ଡପ ପାଖରେ ଆଲୋକ ସଜା ସଜି କାମ ଭଲରେ ହୋଇଥିବ ।ପେଣ୍ଡାଲ ନିକଟ ରେ – ଅଗ୍ନି ନିରାପଦ ପାଇଁ ୨ ବାଲଟି ରେ ବାଲି ଓ ଦୁଇ ବାଲଟି ରେ ପାଣି ରହିବ I ଫାଷ୍ଟେଡ୍ ବକ୍ସ ରହିବ। ଯରୁରୀ କାଳିନ ସୂଚନା ପାଇଁ ପୋଲିସ, ହସପିତାଲ , ଦମକଳ କାର୍ଯ୍ୟାଳୟ ର ଫୋନ ନମ୍ବର ଲେଖାଥିବ। ଭଲେଣ୍ଟର ମାନେ ନିଜ ପୋଷାକ ସହିତ ସହଯୋଗ କରୁଥିବେ ।ରୋଡ ଠାରୁ ଦୁରରେ ପେଣ୍ଡାଲ୍ ରହିବ ।ସାଉଣ୍ଡ ବକ୍ସ ଲଗାଇବା ପାଇଁ ପ୍ରଶାସନଠାରୁ…
ଶେରଗଡ଼,୧୦।୦୯(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ଶେରଗଡ଼ ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ସ୍ଥାନୀୟ ପିଏମ୍ ଶ୍ରୀ ନଥେଶ୍ୱର ଉଚ୍ଚବିଦ୍ୟାଳୟ, ଧନନ୍ତର ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଶେରଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ (BEO) ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ରମାକାନ୍ତ ମହାନ୍ତି ସୁଚାରୁ ରୂପେ ପରିଚାଳନା କରିଥିଲେ।ଏହି ସେମିନାରରେ ଶେରଗଡ଼ ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମୋଟ ୩୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ନିଜ ନିଜର ବିଜ୍ଞାନ ଭିତ୍ତିକ ବକ୍ତବ୍ୟ ଓ ପ୍ରତିଭା ପ୍ରଦର୍ଶନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ (OES-II) ଶ୍ରୀ ପ୍ରତ୍ୟୁଷ କୁମାର ଦାସ ଏବଂ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ କୈଳାଶ ଚନ୍ଦ୍ର ସାହୁ ବିଚାରକ ମଣ୍ଡଳୀ ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ଚୟନ କରିଥିଲେ।ପ୍ରଥମ ସ୍ଥାନ ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁପ୍ରଭା ବିଶୋୟୀ ଦ୍ୱିତୀୟ ସ୍ଥାନ ଶେରଗଡ଼ ବାଳିକା ଉଚ୍ଚ ବିଦ୍ୟାଳୟର ଅମ୍ରିତା ପାତ୍ର ।ତୃତୀୟ…
ବୁଗୁଡ଼ା,୧୦।୦୯(ପୂର୍ଣ୍ଣଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମୋଟାବାଡ଼ି ପଞ୍ଚାୟତରେ ଷ୍ଟ୍ରିଟ୍ଲାଇଟ ଅଚଳ ହୋଇପଡ଼ିବା ଯୋଗୁଁ ଗ୍ରାମବାସୀ ଏବେ ଅନ୍ଧାରରେ ରାତି କାଟୁଥିବା ଅଭିଯୋଗ ହୋଇଛି। ଗାଁର ବିଭିନ୍ନ ସାହିରେ ଲଗାଯାଇଥିବା ଷ୍ଟ୍ରିଟ୍ଲାଇଟ ବହୁ ଧରି ଜଳୁନଥିବାରୁ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହେଉଛି।ବର୍ଷା ଋତୁରେ ଏହି ସମସ୍ୟା ଗ୍ରାମବାସୀଙ୍କ ଚିନ୍ତାକୁ ଆହୁରି ଦ୍ୱିଗୁଣିତ କରି ଦେଇଛି।ଅନ୍ଧାର ରାସ୍ତାରେ ରାତିରେ ଯାତାୟାତ କରିବା ସମୟରେ ବିଭିନ୍ନ ପ୍ରକାର ବିପଦର ଆଶଙ୍କା ରହୁଛି। ବିଶେଷ କରି ସନ୍ଧ୍ୟା ସମୟରେ ଟିଉସନ୍ ଯାଉଥିବା ଛାତ୍ରଛାତ୍ରୀ,ଶିଶୁ ଓ ବୃଦ୍ଧବୃଦ୍ଧାମାନେ ଅଧିକ ଅସୁବିଧାରେ ପଡ଼ୁଛନ୍ତି। ଏହାସହ ଚୋରିର ଭୟ ଏବଂ ବିଷାକ୍ତ ସାପ, କୀଟପତଙ୍ଗଙ୍କ ଆଶଙ୍କା ମଧ୍ୟ ଗ୍ରାମବାସୀଙ୍କୁ ଚିନ୍ତିତ କରିଛି। ମୋଟାବାଡି ପଞ୍ଚାୟତ ଅଧିନରେ ଥିବା ନାଗିରି,ଠଣାପଲ୍ଲୀ ଝାଟିକାପଲ୍ଲୀ ଗ୍ରାମରେ ମଧ୍ୟ ବହୁଦିନ ଧରି ଷ୍ଟ୍ରିଟ୍ ଲାଇଟ୍ ଗୁଡ଼ିକ ଅଚଳ ହୋଇ ପଡ଼ିରହିଛି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ପଞ୍ଚାୟତର ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିଥିବା…