Author: Janabani News

ନୂଆପଡ଼ା, ତା. ୨୦।୭(ପରମେଶ୍ୱର ମେହେର):ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକ ପରିସରରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ ସିଂଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସାଧାରଣ ଲୋକଙ୍କ ଅଭିଯୋଗର ଶୁଣାଣୀ କରାଯିବା ସହ ସେଗୁଡ଼ିକର ତ୍ୱରିତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରିଥିଲେ।ଆଜିର ଶିବିରରେ ମୋଟ ୧୧୮ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୧୦୩ଟି ବ୍ୟକ୍ତିଗତ ଏବଂ ୧୫ଟି ସାମୂହିକ ଅଭିଯୋଗ ଥିଲା। ପ୍ରତ୍ୟେକ ଅଭିଯୋଗର ଶୁଣାଣୀ କରାଯାଇ ଯଥାଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଶିବିରରେ ଦୁଇଜଣ ଅସହାୟ ବ୍ୟକ୍ତିଙ୍କୁ ରେଡକ୍ରସ ପାଣ୍ଠିରୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଲୋହରାପାଲି ଗ୍ରାମର ସଞ୍ଜୁଲତା ନାଏକଙ୍କୁ ୧୦,୦୦୦ ଟଙ୍କା ଏବଂ ସିନାପାଲି ବ୍ଲକ ଗଣ୍ଡାବାହାଳି ଗ୍ରାମର ତାରା ବାଗଙ୍କୁ ୫,୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା।ଏହି ଶିବିରରେ ମୁଖ୍ୟ ଉନ୍ନୟନ…

Read More

ନୂଆପଡ଼ା,୨୦।୭(ପରମେଶ୍ୱର ମେହେର):ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଦୋହେଲପଡ଼ା ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ଗ୍ରାମ ପଞ୍ଚାୟତ ସ୍ତରୀୟ ପ୍ରବାସୀ ଶ୍ରମିକ ନିରାକରଣ ସଚେତନତା ଶିବିର ଓ ବିଭିନ୍ନ ଜନସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡଃ ଦ୍ୱାରିକାନାଥ ଶତପଥୀ, ଖଡ଼ିଆଳ ବିଡିଓ ମିଳନ କୁମାର ଝାଙ୍କର, ତହସିଲଦାର ନରସିଂହ ଗଦବା, ସ୍ଥାନୀୟ ସରପଞ୍ଚ ଦୀପିକା ବେହେରା, ଜିଲ୍ଲା ପରିଷଦ ସଦସ୍ୟ ମାଲ୍ୟବନ୍ତ ସୁନା ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଶ୍ରମିକ, କୃଷକ, ମହିଳା ଓ ସାଧାରଣ ଜନତାଙ୍କୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରାଇଥିଲେ।କାର୍ଯ୍ୟକ୍ରମ ଆରମ୍ଭରେ ‘ଝିଅ ପାଇଁ ଗଛଟିଏ’ ଏବଂ ‘ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଜଣେ ନବଜାତ କନ୍ୟା…

Read More

ବେଲଗୁଣ୍ଠା,୨୦/୦୭(ଶିବରାମ ଚୌଧୁରୀ):ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷଠାରେ ସୋମବାର ଏକ ଜିଲ୍ଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ପ୍ରୋବେସନାରୀ ଆଇ.ଏ.ଏସ୍. ସରନ୍ୟା ସର୍ବଣା, ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଏବଂ ଭଞ୍ଜନଗରର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ ପ୍ରମୁଖ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସିଧାସଳଖ ଶୁଣାଣି କରିଥିଲେ।ଏହି ଜନଅଭିଯୋଗ ଶିବିରରେ ମୋଟ ୧୬୬ଟି ଅଭିଯୋଗର ପଞ୍ଜୀକରଣ କରାଯାଇଥିଲା। ସେଥିମଧ୍ୟରୁ ୧୪୭ଟି ବ୍ୟକ୍ତିଗତ ସମସ୍ୟା, ୧୦ଟି ସାମୂହିକ ସମସ୍ୟା ଏବଂ ୮ଟି ରେଡକ୍ରସ ସହାୟତା ସମ୍ବନ୍ଧୀୟ ଥିଲା। ଏହି ଶିବିର ଚାଲିଥିବା ସମୟରେ ତତ୍କାଳ ଭାବେ ଗୋଟିଏ ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଅବଶିଷ୍ଟ ୧୬୫ଟି ଅଭିଯୋଗର ସଠିକ୍ ଓ ଫଳପ୍ରଦ ସମାଧାନ ନିଶ୍ଚିତ ସମୟସୀମା ମଧ୍ୟରେ କରିବା ପାଇଁ ଜିଲ୍ଲାପାଳ ସମ୍ପୃକ୍ତ…

Read More

ବେଲଗୁଣ୍ଠା,୨୦/୭(ଶିବରାମ ଚୌଧୁରୀ):କାଉନସିଲରଙ୍କ ଗୁରୁତର ଅଭିଯୋଗ: ଗୋପନରେ ହେଲା ବୈଠକ, ମିଳୁନି ନିଷ୍ପତ୍ତିର ନକଲ ବେଲଗୁଣ୍ଠା ଏନ.ଏ.ସି.ର ୭ ନମ୍ବର ୱାର୍ଡର ମହିଳା କାଉନସିଲର ଟି. ବବିତା କୁମାରୀ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଗଞ୍ଜାମ ଜିଲ୍ଲାପାଳ ଙ୍କୁ ବେଲଗୁଣ୍ଠା ପଞ୍ଚାୟତ ସମିତି ଠାରେ ଅଭିଯୋଗ ଶୁଣାଣି ଶିବିର ରେ ପ୍ରଦାନ କରିଥିବା ପତ୍ର ଅନୁଯାୟୀ, ଗତ ୦୫.୦୬.୨୦୨୬ ରିଖ ପୂର୍ବାହ୍ନ ୦୯.୦୦ ଟାରେ ଏକ ସାଧାରଣ ବୈଠକ ପାଇଁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମାତ୍ର କାଉନସିଲର ଜଣକ ନିର୍ଦ୍ଧାରିତ ସମୟରେ ପହଞ୍ଚିବା ପରେ ଜାଣିବାକୁ ପାଇଥିଲେ ଯେ, ନିର୍ଦ୍ଧାରିତ ତାରିଖର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ୦୪.୦୬.୨୦୨୬ ରେ ହିଁ ଗୋପନୀୟ ଭାବେ ବୈଠକ ଶେଷ କରାଯାଇଛି। ଏହି ବୈଠକରେ ଗୃହୀତ ହୋଇଥିବା ନିଷ୍ପତ୍ତି ବା ନିର୍ଦ୍ଧାରଣର ନକଲ ମାଗିବା ସତ୍ତ୍ୱେ କାର୍ଯ୍ୟନିର୍ବାହୀ ଅଧିକାରୀ ତାହା ପ୍ରଦାନ ନକରି ଦାୟିତ୍ୱହୀନତା ପ୍ରଦର୍ଶନ କରୁଥିବା ନେଇ ସେ…

Read More

ବେଲଗୁଣ୍ଠା,୨୦/୦୭(ଶିବରାମ ଚୌଧୁରୀ):ମା ବୁଢାକେନ୍ଦୁ ପିଠରେ ଝିଅ ଅଦିତି ର ପ୍ରଥମ ଜନ୍ମଦିନ କୁ ଏକ ନିଆରା ଢଙ୍ଗରେ ପାଳନ କରି ସାହାଣୀ ପରିବାର ଓ ବେଲଗୁଣ୍ଠା ସାହିତ୍ୟ ଘରର ମିଳିତ ଆନୁକୂଲ୍ୟରେ ୪୦ ରୁ ଉର୍ଦ୍ଧ ବିଭିନ୍ନ କିସମର ଔଷଧୀୟ ବୃକ୍ଷ ମା ବୁଢାକେନ୍ଦୁଙ୍କ ପିଠରେ ରୋପଣ କରାଯାଇଥିଲା l ପ୍ରଥମେ ଅଦିତି କୁ ଧରି ତାର ବାପା ବିଶ୍ବଜିତ ସାହାଣୀ ଓ ମା ଭୂମିକା ସାହାଣୀ ଏକ ଅଁଳl ଗଛକୁ ରୋପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିଲେ ଗୋବରା ୟୁନିୟନ ବ୍ୟାଙ୍କ ମ୍ୟାନେଜର ଅଭିଷେକ କୁମାର, ଗୋବରା ପୁର୍ବତନ ସରପଞ୍ଚ ଗୋଲାପ ଜେନା, କାଉନ ସିଲର ତଥା ପରିବେଷବିତ ଦିବ୍ୟରଞ୍ଜନ ଦାଶ, ଯୋଗଦେଇ ଝିଅର ଜନ୍ମଦିନ କୁ ଏକ ନିଆରା ଢଙ୍ଗରେ ପାଳନ କରି ବୃକ୍ଷରୋପଣ ଭଳି ଏକ ମହତ କାଯ୍ୟକ୍ରମ କରିଥିବାରୁ ସାହିତ୍ୟ ଘର ଓ ସାହାଣୀ ପରିବାର କୁ ପ୍ରଶଂସା କରିଥିଲେ l…

Read More

ରାୟଗଡ,୨୦।୭(ଅମୂଲ୍ୟ ନିଶଙ୍କ):ଜଳ ସଂରକ୍ଷଣ ଓ ବର୍ଷାଜଳ ସଞ୍ଚୟର ଗୁରୁତ୍ୱ ସମ୍ପର୍କରେ ସହରବାସୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ରାୟଗଡ଼ ପୌରପରିଷଦ ପକ୍ଷରୁ “କ୍ୟାଚ୍ ଦ ରେନ୍” ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନର ଅଂଶ ସ୍ୱରୂପ ରାୟଗଡ଼ ପୌରପରିଷଦ ଅଞ୍ଚଳର ବିଭିନ୍ନ ପ୍ରମୁଖ ସ୍ଥାନରେ ଜନସାଧାରଣଙ୍କୁ ବର୍ଷାଜଳ ସଞ୍ଚୟ ଏବଂ ଜଳ ସଂରକ୍ଷଣ ସମ୍ପର୍କରେ ସଚେତନ କରିବା ପାଇଁ ହୋର୍ଡିଂ ଓ ବ୍ୟାନର ସ୍ଥାପନ କରାଯାଇଛି। ସେହିପରି ପୌରପରିଷଦର କାର୍ଯ୍ୟାଳୟ ପରିସରରେ ସୂଚନାମୂଳକ ଷ୍ଟାଣ୍ଡି ମଧ୍ୟ ସ୍ଥାପନ କରାଯାଇଛି, ବିଭିନ୍ନ ଛକ ମାନଙ୍କରେ ଲାଗିଥିବା ଏଲ ଇ ଡି ମାଧ୍ୟମରେ ଏହାର ବହୁଳ ପ୍ରଚାର ପ୍ରସାର କରାଯାଉ ଅଛି ଯାହା ମାଧ୍ୟମରେ ନାଗରିକମାନେ ବର୍ଷାଜଳ ସଞ୍ଚୟର ବିଭିନ୍ନ ପଦ୍ଧତି ଓ ଏହାର ସୁଫଳ ସମ୍ପର୍କରେ ଅବଗତ ହୋଇପାରିବେ। ରାୟଗଡ଼ ପୌର ପରିଷଦର ଅଧ୍ୟକ୍ଷ ଶ୍ରୀ ପି ମହେଶ ପଟ୍ଟନାୟକ ନାୟକ ସହରବାସୀଙ୍କୁ ନିବେଦନ କରି କହିଛନ୍ତି ଯେ, ବର୍ଷାଜଳର ପ୍ରତ୍ୟେକ ବୁନ୍ଦ…

Read More

ରୟାଗଡ଼,୨୦।୭(ଅମୂଲ୍ୟ ନିଶଙ୍କ):ଗୁଡ଼ାରି ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକାରୀ ନିହାରି ରଞ୍ଜନ ପ୍ରଧାନ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ରାୟଗଡ ଅକ୍ଷୟ କୁମାର ଖେମୁଣ୍ଡୁ, ବନଖଣ୍ଡ ଅଧିକାରୀ ଶ୍ରୀ ସଚିନ ଆନ୍ନାସାହେବ ଓହଲ, ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପ,ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ଃ ପ୍ରଶାନ୍ତ ମିଶ୍ର, ଗୁଣପୁର ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ, ଗୁଡାରି ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରମୁଖ ଯୋଗଦେଇ ସମସ୍ତ ଅଭିଯୋଗର ଶୁଣାଣୀ କରିଥିଲେ। ଆଜି ମୋଟ ୪୯ ଟି ଅଭିଯୋଗର ଶୁଣାଣୀ ହୋଇଥିବା ବେଳେ, ସେଥିରୁ ୩୬ ଟି ବ୍ୟକ୍ତିଗତ, ୧୩ଟି…

Read More

ଫୁଲବାଣୀ,୨୦/୦୭(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲାରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଏବଂ ପ୍ରତ୍ୟେକ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ତରଫରୁ “ଟିଚ୍ କନ୍ଧମାଳ” (Teach Kandhamala) ନାମକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ୨୦୨୬-୨୭ ଶିକ୍ଷାବର୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଅଧୀନରେ ଜିଲ୍ଲାର ଶୀର୍ଷ ଅଧିକାରୀମାନେ ପ୍ରତ୍ୟକ୍ଷ ଭାବେ ସ୍କୁଲଗୁଡ଼ିକୁ ଯାଇ ଶିକ୍ଷାଦାନ, ପରିବେଶ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ତଦାରଖ କରୁଛନ୍ତି। ଏହି କ୍ରମରେ ଆଜି ଜୁଲାଇ ୨୦ ତାରିଖ (ସୋମବାର) ଦିନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ପ୍ରମୁଖ ଅଧିକାରୀମାନେ ତୁମୁଡ଼ିବନ୍ଧ ବ୍ଲକର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ବେଦଭୂଷଣ ସିର୍ଲା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ସହ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ସକାଳ ପ୍ରାର୍ଥନା ସଭା, ଶ୍ରେଣୀଗୃହରେ ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟା, ସ୍କୁଲ ପରିସର, ଶୌଚାଳୟର ସ୍ୱଚ୍ଛତା ଓ ସାନିଟେସନ୍, ଛାତ୍ରଛାତ୍ରୀ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ…

Read More

ଫୁଲବାଣୀ,୨୦/୭(ସୁନୀଲ ପଟ୍ଟନାୟକ):କନ୍ଧମାଳ ଉପ ଜିଲ୍ଲା ପାଳ ଭିକାରୀ ସାହୁ ଙ୍କ ନିଷ୍ଠା ପର ଉଦ୍ୟମ ଓ ଆନ୍ତରିକତା ଯୋଗୁଁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଲୁଇସିଂ ପଞ୍ଚାୟତ ଅନ୍ତର୍ଗତ ରାଇଗୁଡ଼ା ଗ୍ରାମର ଗରିବ ଅସହାୟ ବୃଦ୍ଧ ଗଣ୍ଡକହଁର ଙ୍କୁ ଅତିଶିଘ୍ର ବାର୍ଦ୍ଧକ୍ୟ ଭତ୍ତା ମିଳିବ l ତାଙ୍କ ନାଁ ନୂତନ ଭତ୍ତା ତାଲିକା ରେ ଥିବା ଦେଖିବlକୁ ମିଳିଛି l ଗଣ୍ଡ ଭତ୍ତା ଗଣ୍ଡlକ ପାଇବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କରିଥିଲେ ସତ୍ତ୍ୱେ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନଥିଲା l ତେବେ ଏ ନେଇ ଖବର ପ୍ରକାଶ ପାଇବା ପରେ ଉପଜିଲ୍ଲାପାଳ ଙ୍କ ନଜର କୂ ଆସିଥିଲା l ଆଉ କାଗଜ ପତ୍ର ଯାଞ୍ଚ ପରେ ଗଣ୍ଡ କହଁର ଙ୍କୁ ଭତ୍ତା ବ୍ୟବସ୍ଥା ହୋଇଥିଲା l ଭତ୍ତା ପାଇବା ଖବର ଶୁଣି ଗଣ୍ଡ କହଁର ଓ ପରିବାର ଲୋକେ ଖୁସି…

Read More

ବେଲଗୁଣ୍ଠା,୧୯/୭(ଶିବରାମ ଚୌଧୁରୀ):ସଫଳତା କେବେ ଆର୍ଥିକ ଅଭାବ କିମ୍ବା ପରିସ୍ଥିତିର ଦାସ ହୁଏନାହିଁ, ବରଂ ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଆଗରେ ସବୁ ପ୍ରତିବନ୍ଧକ ହାର୍ ମାନିଥାଏ। ଏହାକୁ ଆଉ ଦଳେ ପ୍ରମାଣିତ କରି ଦେଖାଇଛନ୍ତି ବେଲଗୁଣ୍ଠା ଅଞ୍ଚଳର ଦୁଇ ମେଧାବୀ ସନ୍ତାନ ଜସ୍ମିନ୍ ପାଣିଗ୍ରାହୀ । ଚଳିତ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ରେ ଉଲ୍ଲେଖନୀୟ ସଫଳତା ହାସଲ କରି ସମଗ୍ର ବେଲଗୁଣ୍ଠା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଏବେ ଖୁସି ଓ ଉତ୍ସାହର ଲହରୀ ଖେଳିଯାଇଛି।ବେଲଗୁଣ୍ଠାର ଏକ ଅତ୍ୟନ୍ତ ଆର୍ଥିକ ଅନଗ୍ରସର ପରିବାରରୁ ଆସିଥିବା ଛାତ୍ରୀ ଜସ୍ମିନ୍ ପାଣିଗ୍ରାହୀଙ୍କ ସଫଳତା ଆଜି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି। ଜସ୍ମିନ୍‌ଙ୍କ ପିତା ତଥା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଜିରୋଳୀ ଗ୍ରାମର ଜଗବନ୍ଧୁ ପାଣିଗ୍ରାହୀ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ଏବଂ ସେ ଏକ ସ୍ଥାନୀୟ ଔଷଧ ଦୋକାନରେ ସେଲ୍ସମ୍ୟାନ…

Read More

ବେଲଗୁଣ୍ଠା,୧୯।୭(ଶିବରାମ ଚୌଧୁରୀ):ମନ୍ଦିର ମାଳିନୀ ତଥା ସଂସ୍କୃତି ସମ୍ପନ୍ନ ସହର ବେଲଗୁଣ୍ଠାରେ ଚଳଚଞ୍ଚଳ ହୋଇଉଠିଛି ଶ୍ରୀଗୁଣ୍ଡିଚା ମନ୍ଦିର। ପବିତ୍ର ଘୋଷଯାତ୍ରା ପରେ ଗୁଣ୍ଡିଚା ମନ୍ଦିର ବା ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଦୈନନ୍ଦିନ ରୀତିନୀତି ଅନୁଯାୟୀ ପ୍ରତିଦିନ ଭିନ୍ନ ଭିନ୍ନ ଦେବଦୁର୍ଲଭ ବେଶ ଅନୁଷ୍ଠିତ ହେଉଛି।ଏହି ପରିପ୍ରେକ୍ଷୀରେ ଆଜି ବାଲିଡିସାହି ଆଡପ ମଣ୍ଡପ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନରସିଂହ ବେଶ ଅନୁଷ୍ଠିତ ହୋଇଥିବା ବେଳେ ବଡ଼ଦାଣ୍ଡ ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କ ଏହି ଅପୂର୍ବ ବେଶ ଦର୍ଶନ କରି ଭକ୍ତମାନେ ଭାବବିହ୍ୱଳ ହୋଇପଡ଼ିଛନ୍ତି। ବିଶ୍ୱାସ ରହିଛି ଯେ, ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦଶାବତାର ରୂପରେ ଦର୍ଶନ କଲେ କୋଟି ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ।ଶ୍ରୀଜୀଉମାନଙ୍କର ଏହି ଦେବଦୁର୍ଲଭ ବେଶ ଦର୍ଶନ ପାଇଁ ପ୍ରତିଦିନ ସନ୍ଧ୍ୟା ସମୟରେ ଆଡପ ମଣ୍ଡପରେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ବିଶେଷ କରି ସନ୍ଧ୍ୟା ଆରତୀ ସମୟରେ ଭକ୍ତଙ୍କ ପ୍ରବଳ…

Read More

ବାଲିଗୁଡା, ୧୯/୦୭(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଗୁଣ୍ଡିଚା ମନ୍ଦିର ର ଆଡପ ମଣ୍ଡପରେ ଚତୁର୍ଥ ଦିନ ସନ୍ଧ୍ୟାରେ ଶ୍ରଦ୍ଧାଳୁ ଠାକୁର ବରାହ ଅବତାରରେ ଦର୍ଶନ ଦେଇଛନ୍ତି l ବଡ ସନ୍ଧ୍ୟା ଦର୍ଶନ ପାଇଁ ମନ୍ଦିର ଟ୍ରଷ୍ଟ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମନ୍ଦିର ତରଫରୁ ଟ୍ରଷ୍ଟ ର ସମସ୍ତ ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ। ମାଉସୀ ମା’ ମନ୍ଦିର ନିକଟରେ ନବଦିନ ବ୍ୟାପି ପ୍ରସାଦ ବଣ୍ଟନ କରାଯିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଜାରି ରହିଥ‌ିବା ବେଳେ ଶ୍ରୋତାମାନଙ୍କ ଗହଳି ହେଉଥିବା ଦେଖିବାକୁ ମିଳିଛି।

Read More