Author: Janabani News

ଭଂଜନଗର,୯।୯(ନିଲୁ ବିଷୋୟୀ):ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଅନେକ ଛାତ୍ରୀଛାତ୍ରଙ୍କ ପେପର ବ୍ୟାକ ରହିଛି। ଯାହାକୁ ନେଇ ଛାତ୍ର ଅଶାନ୍ତି ଦେଖା ଦେଇଛି। ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଏଭଳି ସମସ୍ୟା ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଧ୍ୟ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ଏସଂକ୍ରାନ୍ତରେ ଛାତ୍ରଛାତ୍ରୀ ଏକଜୁଟ ହୋଇ ଅଧ୍ୟକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଛାତ୍ରୀଛାତ୍ର ମାନଙ୍କ ଅଭିଯୋଗ ଅନୁଯାୟୀ, ମୂଲ୍ୟାଙ୍କନ ଠିକ ଭାବେ ହୋଇ ନାହିଁ। ଏକାଧିକ ପିଲାଙ୍କ ମାର୍କ ଗୋଟିଏ ବିଷୟରେ ୧୦ରୁ କମ୍‌ ମାର୍କ ଆସିଥିବା ସେମାନେ ଅଭିଯୋଗ କରିଛନ୍ତି। ଏଥିସହ ଅନ୍ୟାନ୍ୟ କାରଣ ଯୋଗୁ ସେମାନଙ୍କ ପ୍ରକାଶିତ ପରୀକ୍ଷା ଫଳ ଖରାପ ହୋଇଛି। କେଉଁ କାରଣ ପାଇଁ ଏଭଳି ମୂଲ୍ୟାଙ୍କନ ହେଉଛି ତାର ସଠିକ ଯାଞ୍ଚ ଦାବି…

Read More

ହିଞ୍ଜିଳିକାଟୁ,୯।(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ଦିନକୁ ଦିନ ଚୋରି ହେଉଥିବା କଥା ସ୍ଥାନୀୟ ଅଞ୍ଚଳରେ ଘଟୁଛି । କାହାର ଦୋକାନ ତାଡିବା ତ କାହାର ଘରୁ ବିଭିନ୍ନ ପ୍ରକାର ସାମଗ୍ରୀ ଏପରିକି ସ୍କୁଲ କଲେଜ କାର୍ଯ୍ଯାଳୟରୁ ଚୋରି ହେଉଛି । ସେହିଭଳି ମନ୍ଦିରରୁ ହୁଣ୍ଡିରୁ ଚୋରୀ ତ ସରକାରୀ କାର୍ଯ୍ୟାଳୟରୁ ସୋଲାର ପମ୍ପ ଚୋରି ଘଟଣା ଘଟୁଛି ।ଏପରି ଚୋର କଥା ପଡିଲେ କିମ୍ବା ଶୁଣିଲେ ଗ୍ରାମବାସୀଙ୍କ ମନରେ ଛନକା ପଶୁଛି ।ଯାହା ଫଳରେ ରାତିରେ ଶୋଇପାରୁଛନ୍ତି ନା ଭଲରେ ମୁଠାଏ ।ଖାଇପାରୁଛନ୍ତି ଗରିବ ଶ୍ରେଣୀର ଲୋକ ଏବଂ ମଧ୍ଯବିତ୍ତ ପରିବାର ।ଏଭଳି ଚୋରର ଉପର ମୁହାଁ ଦେଖି ଛୋଟିଆ ସରକାରୀ କର୍ମଚାରୀ ଏବଂ ସାଧାରଣଜନତା ଆତଙ୍କିତ ଅବସ୍ଥାରେ ରହିଛନ୍ତି ।ଏପରି ଘଟଣା ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଳକ ଅଞ୍ଚଳରେ ଘଟୁଛି ।ସୁଚନାପ୍ରକାରେ ଗତ ରାତିରେ ଶାସନ ଆମ୍ବଗାଁ ଗ୍ରାମରୁ ଛେଳି ଘରର କବାଟ ଭାଙ୍ଗି ଦୁର୍ବୃତ୍ତମାନେ ୩ଟି ମାଁ ଛେଳି ଚୋରି କରିନେଇଥିବା…

Read More

ପୁରୁଷୋତ୍ତମ ପୁର/ହିଞ୍ଜିଳିକାଟୁ,୯।୯(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ଆସନ୍ତା ୧୪ ତାରିଖରେ ହେବ ଗଣେଶ ପୂଜା, ସେଥିପାଇଁ ପୁରୁଷୋତ୍ତମପୁର ସହର ର ବିଭିନ୍ନ ସାହିରେ ଗଣେଶ ପୂଜା ଧୁମ ଧାମ ରେ ପାଳନ ନିମନ୍ତେ ବିଭିନ୍ନ ପୂଜା କମିଟି ତରଫରୁ ସବୁ ପ୍ରକାର ପ୍ରସ୍ତୁତି ଚାଲୁଥିଲା ବେଳେ ତାକୁ କିପରି ଶାନ୍ତି ଶୃଙ୍ଖଳା ସହିତ ପୂଜା ଏବଂ ଭଷାଣି କରାଯିବ ସେଥିନିମନ୍ତେ ପୁରୁଷୋତ୍ତମପୁର ଥାନା ପରିସରରେ ପ୍ରଶାସନିକ ଅଧିକାରୀ ତଥା ତହସିଲଦାର ଏବଂ ଏକଜୁକୁଟିଭ ମାଜିଷ୍ଟେଟ ଥିବା ବିନୋଦ କୁମାର ବେହେରା, ଉପଖଣ୍ଡ ସ୍ତରୀୟ ପୋଲିସ ଅଧିକାରୀ ସୁଜିତ କୁମାର ନାୟକ, ପୁରୁଷୋତ୍ତମପୁର ଥାନା ଅଧିକାରୀ କୂଳମଣି ସେଠୀ, ଏ ଏସ ଆଇ କିରଣ କୁମାର ବକ୍ସି ଓ 30,ଗୋଟି ପୂଜା କମିଟି ର କର୍ମକର୍ତ୍ତା ଏବଂ ସାମ୍ବାଦିକ ମାନଙ୍କ ଉପସ୍ଥିତି ରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା | ବୈଠକ ଆରମ୍ଭରେ ଥାନା ଅଧିକାରୀ ଗଞ୍ଜାମ ଜିଲ୍ଲା ରେ ଲାଗୁ ହୋଇଥିବା 30 ଧାରା…

Read More

ବୋଲଗଡ଼,୦୮।୦୯:ଜଣେ ପାଠକ ଆଜି ସକାଳେ ଫୋନ୍ କରି କହିଲେ – “ଦିନରେ ଲଣ୍ଠନ ଧରି ଖୋଜିଲେ ବି ସଚ୍ଚୋଟ ନେତା ମିଳୁନି।” ସେ ଆହୁରି କହିଲେ – “ବର୍ତ୍ତମାନ ରାଜନୀତିରେ ସଚ୍ଚୋଟ ନେତା ଖୋଜିବା ବେଶ୍ୟାଳୟରେ ସତୀ ଖୋଜିବା ସହ ସମାନ।”କଥା ଶୁଣିବାକୁ ଅତି କଟୁ ଓ ରୂଢ ଲାଗିପାରେ, ହେଲେ ଏହା ହିଁ ଆଜିର ନିର୍ମମ ବାସ୍ତବତା। “ଦିନରେ ଲଣ୍ଠନ ଧରି ଖୋଜିବା” ର ଅର୍ଥ ହେଲା ଅସମ୍ଭବକୁ ସମ୍ଭବ କରିବାକୁ ଚେଷ୍ଟା କରିବା। ଗ୍ରୀକ୍ ର ଦାର୍ଶନିକ ଡାୟୋଜେନିସ୍ ଦିନରେ ଲଣ୍ଠନ ଧରି ସଚ୍ଚୋଟ ମଣିଷ ଖୋଜୁଥିଲେ। ଆଜି ସେମିତି ଗାଁର ସାଧାରଣ ଲୋକ ଲଣ୍ଠନ ଧରି ସଚ୍ଚୋଟ ନେତା ଖୋଜୁଛନ୍ତି।ପଞ୍ଚାୟତରୁ ପାର୍ଲାମେଣ୍ଟ ଯାଏଁ ସମାନ ଚିତ୍ର ଆଜି ଯେଉଁଠି ଦେଖିବେ ସେଇଠି ସମାନ ଚିତ୍ର। ସରକାରୀ ଯୋଜନାରେ ୪୦% କମିଶନ, ଠିକାରେ ପିସି, ଚାକିରୀରେ ପାଉଣା ଭାଗ, ଆଉ କୁର୍ସୀ ପାଇଁ ସକାଳେ ଏ ଦଳ, ସନ୍ଧ୍ୟାରେ…

Read More

ବୋଲଗଡ଼,୯।୯(ସୁଶାନ୍ତ କୁମାର ପ୍ରଧାନ):ଓଡ଼ିଶାର ଗଣପର୍ବ ଓଷା ବ୍ରତ ମଧ୍ୟରେ ବୁଧେଇ ବା ବୁଧିବାମନ ଓଷା ଅନ୍ୟତମ। ପୁରପଲ୍ଲୀରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଘରେ ଘରେ ଏହି ଓଷା ନିଷ୍ଠାର ସହ ପାଳନ କରାଯାଉଛି।ଭାଦ୍ରବ ମାସର ସବୁ ବୁଧବାର ଦିନ ଏହି ଓଷା ପାଳନ କରାଯାଏ। କେତେକ ସ୍ଥାନରେ ୪ ବୁଧବାର ଓ କେତେକ ସ୍ଥାନରେ ୫ ବୁଧବାର ପାଳନ ହୁଏ। ଅନେକ ଗହ୍ମାପୂର୍ଣ୍ଣିମା ଠାରୁ ଆରମ୍ଭ କରୁଥିବା ବେଳେ ଆଉ କେହି ଭାଦ୍ର ସଂକ୍ରାନ୍ତିରୁ ଆଶ୍ୱିନ ସଂକ୍ରାନ୍ତି ପର୍ଯ୍ୟନ୍ତ ହିସାବ କରିଥାନ୍ତି। ଘରର ପୂଜାସ୍ଥଳୀକୁ ଗୋବରରେ ଲିପାପୋଛା କରି ଶୁଚି କରାଯାଏ। ଶିଳ ଓ ଶିଳପୁଆକୁ ଅଁଳା ହଳଦୀ ପାଣିରେ ସ୍ନାନ କରାଇ, ଚନ୍ଦନ, ସିନ୍ଦୁର, କଜ୍ୱଳ, କଉଡ଼ି ଓ ବିଭିନ୍ନ ଫୁଲରେ ସୁସଜ୍ଜିତ କରି ପୂଜା କରାଯାଏ। ପାଞ୍ଚ ପ୍ରକାର ଫୁଲ, ପାଞ୍ଚ ପ୍ରକାର ଫଳ, ପାଞ୍ଚଟି ଧୂପ, ପାଞ୍ଚଟି ଦୁବ, ପାଞ୍ଚଟି ବରକୋଳି ପତ୍ର ଓ ଅକ୍ଷତ…

Read More

ବେଲଗୁଣ୍ଠା,୯।୯(ଶିବରାମ ଚୌଧୁରୀ):ବେଲଗୁଣ୍ଠା ଥାନା ପୁଲିସ ପକ୍ଷରୁ ଗତ ୦୮ ତାରିଖ ସନ୍ଧ୍ୟା ୮:୩୦ ମିନିଟ୍‌ରେ ବ୍ଲକିଂ ଡ୍ୟୁଟି ସମୟରେ ବେଆଇନ ଗୁଟଖା ଓ ନିଷିଦ୍ଧ ତମାଖୁ ଚାଲାଣ କରୁଥିବା ଏକ କାର୍‌କୁ ଜବତ କରାଯାଇଛି। ଏହି ବେଆଇନ କାରବାରରେ ସଂପୃକ୍ତ ଅଭିଯୁକ୍ତ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଖଡ଼ିତେଲି ସାହିର ଅଶ୍ୱିନୀ କୁମାର ଗୌଡ଼ (୨୬)ଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କୁ ଆଜି ଭଞ୍ଜନଗର ଏସଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଛି।ବେଲଗୁଣ୍ଠା ଥାନାଧିକାରୀ ରେବତୀ ଶବରଙ୍କ ଅଭିଯୋଗ କ୍ରମେ ୪୯୫/୨୬ ରେ ବେଲଗୁଣ୍ଠା ଥାନରେ ଗୋଟିଏ ମାମଲା ରୁଜ୍ଜୁ କରାଯାଇ ଭାରତୀୟ ନ୍ୟାୟ ସଂହିତାର ଧାରା ୨୭୫/୧୨୩/୩୧୮(୨)/୬୧(୨)/୩୪୬/୩୪୯, COTPA ଆକ୍ଟର ଧାରା ୨୦/୨୪, ଖାଦ୍ୟ ସୁରକ୍ଷା ଆଇନର ଧାରା ୫୯, କପିରାଇଟ୍‌ ଆକ୍ଟର ଧାରା ୬୩/୬୫ ଏବଂ ଟ୍ରେଡ୍‌ମାର୍କସ ଆକ୍ଟର ଧାରା ୧୦୩/୧୦୪ ଅଧୀନରେ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଛି । ପୁଲିସ ଚଢ଼ାଉ ବେଳେ ଗୋଟିଏ ଧଳା ରଙ୍ଗର ହୁଣ୍ଡାଇ…

Read More

ବେଲଗୁଣ୍ଠା,୯।୯(ଶିବରାମ ଚୌଧୁରୀ):ବେଲଗୁଣ୍ଠାବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ତରଫରୁ ନିବା ଗତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ୍‌ କୁମାର ପଟ୍ଟନାୟକ ମୁଖ୍ୟଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଅନ୍ୟାନ୍ୟ ମଞ୍ଚାସୀନ ଅତିଥିଭାବେ ଅଧ୍ୟାପକ ତଥା ଅଧ୍ଯାପିକମଣ୍ଡଳୀ ସର୍ବ ସନ୍ତୋଷ କୁମାର ପ୍ରାଣିଗ୍ରାହୀ, ଅଶୋକ କୁମାର ସ୍ଵାଇଁ,ଡ଼. ପ୍ରଫୁଲକୁମାର ଜେନା, ଅଶୋକ କୁମାର ପ୍ରଧାନ, ଅଜୟ କୁମାର ବିଶ୍ଵାଳ, ପିଙ୍କି ପାତ୍ର, ଲକ୍ଷ୍ମୀ ଗୌଡ଼, ବିଶ୍ଵରଂଜନ ସ୍ଵାଇଁ, ଯୋଗଦେଇ ନିଜର ସୁଚିନ୍ତିତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଭାଗୀୟ ମୁଖ୍ୟ ସପନ କୁମାର ପ୍ରଧାନ। ଛାତ୍ରୀ ଦପ୍ତୀମୟୀ ବିଷୋୟୀ ସ୍ଵାଗତସଂଗୀତ ଗାନ କରିଥିଲେ । ଛାତ୍ରଛାତ୍ରୀମାନେ ମଧ୍ୟ ସେମାନଙ୍କ ସୁନ୍ଦରମତବ୍ୟକ୍ତ କରିଥିଲେ । ଶେଷରେ ଅଧ୍ୟାପିକା ଲକ୍ଷ୍ମୀ ଗୌଡ଼ ଧନ୍ୟ ବାଦ ଅର୍ପଣ କରିଥିଲେ ।

Read More

ବ୍ରହ୍ମପୁର,୯।୯(ହିମାଂଶୁ ଶେଖର ସାବତ):ସିଟି ହାଇସ୍କୁଲ ତେଲୁଗୁ ମାଧ୍ୟମର ଶିଶୁ ବାଟିକାଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଆଜି ସ୍କୁଲ ବ୍ୟାଗ୍ ଓ ମିଠା ବଣ୍ଟନ କରାଯାଇଛି। ସିଟି ହାଇସ୍କୁଲ ପୁରାତନ ଛାତ୍ର ସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ୍ ପ୍ରଦାନ କରାଯାଇଥିଲା।ପୁରାତନ ଛାତ୍ର ସଂଘର ସଭାପତି ଡା. ଇ. ଜୟନ୍ତୀ ରାଓ, ସମ୍ପାଦକ ପି. ସତ୍ୟନାରାୟଣ (ବାବୁ), ଉପସଭାପତି ଶ୍ରୀନିବାସ ରାଜନା ଓ ଯୁଗ୍ମ ସମ୍ପାଦକ ଜମ୍ମୁଲା ସୁରେଶଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ବ୍ୟାଗ୍ ବଣ୍ଟନ କରାଯାଇଥିଲା।ଏହି ଅବସରରେ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ସାହୁଙ୍କ ସମେତ ଶିକ୍ଷୟିତ୍ରୀ ଏମ୍. ଉମା ଜୟନ୍ତୀ, ଏନ୍. ନାଗେଶ୍ୱର ରାଓ ଓ ଏସ୍. ସ୍ୱାତୀ ଉପସ୍ଥିତ ଥିଲେ। ପୁରାତନ ଛାତ୍ର ସଂଘର ଏଭଳି ପଦକ୍ଷେପକୁ ସ୍କୁଲ ପକ୍ଷରୁ ପ୍ରଶଂସା କରାଯାଇଥିଲା। କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ପ୍ରତି ଉତ୍ସାହ ବୃଦ୍ଧି ସହ ସେମାନଙ୍କୁ ଆବଶ୍ୟକ ଶିକ୍ଷା ସାମଗ୍ରୀ…

Read More

ଭବାନୀପାଟଣା,୯।୯(କିଶନ ଶର୍ମା):ଭାରତୀୟ ଜ୍ଞାନ ପରମ୍ପରା, ଜ୍ୟୋତିଷଶାସ୍ତ୍ର ଓ କର୍ମତତ୍ତ୍ୱକୁ ନେଇ ପୁରୀସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଦୁଇଦିନିଆ ଆନ୍ତର୍ଜାତୀୟ ଜ୍ୟୋତିଷ ସମ୍ମିଳନୀରେ ବିଶିଷ୍ଟ ଜ୍ୟୋତିଷବିଦ୍ ଡ. ସୀତାକାନ୍ତ କରଙ୍କୁ ସମ୍ମାନଜନକ ‘ଦୈବଜ୍ଞ ଭାସ୍କର ସମ୍ମାନ’ ପ୍ରଦାନ କରାଯାଇଛି। ‘ଭାରତୀୟ ଜ୍ଞାନ ପରମ୍ପରାୟାମ୍ ଆଜୀବିକା ବିମର୍ଶଃ (କର୍ମବିଚାର)’ ବିଷୟବସ୍ତୁକୁ ଆଧାର କରି ୨୯ ଓ ୩୦ ଅଗଷ୍ଟ ୨୦୨୬ ଦୁଇଦିନ ଧରି ଏହି ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଧ୍ରୁବ-ଜ୍ୟୋତି ଅନୁସନ୍ଧାନ ସଂସ୍ଥାନ, ପୁରୀ ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଏହି ସମ୍ମିଳନୀର ଆୟୋଜନ କରାଯାଇଥିଲା। ଜନ୍ମପତ୍ରିକାର ଦଶମ ଭାବ ମାଧ୍ୟମରେ କର୍ମ, ଜୀବିକା, ବୃତ୍ତି, ଦାୟିତ୍ୱ, ପ୍ରତିଷ୍ଠା ଓ ସାମାଜିକ ପରିଚୟ ଆଦି ବିଷୟରେ ଭାରତୀୟ ଜ୍ୟୋତିଷଶାସ୍ତ୍ରର ଦୃଷ୍ଟିକୋଣ ଉପରେ ସମ୍ମିଳନୀରେ ବିଶେଷ ଆଲୋଚନା ହୋଇଥିଲା। ଉଦ୍‌ଘାଟନୀ ସମାରୋହରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଲକ୍ଷ୍ନୌର ନିର୍ଦ୍ଦେଶକ ଆଚାର୍ଯ୍ୟ ସର୍ବନାରାୟଣ ଝା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବାବେଳେ…

Read More

ଭବାନୀପାଟଣା,୯।୯(କିଶନ ଶର୍ମା):ସ୍ଥାନୀୟ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ତର୍କ କୁଇଜ୍ ପ୍ରତିଯୋଗିତା ୨୦୨୭ ପଞ୍ଜିକରଣ ଓ ପ୍ରତିଭାଗି ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ପଞ୍ଜିକୃତ କରାଯାଇଛି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତର ସ୍ୱପ୍ନରେ ଭାଗିଦାରୀ ହୋଇ ଯୁବକ ଯୁବତୀମାନେ ନିଜର ଜ୍ଞାନ ଓ ବିଚାରକୁ ଉପସ୍ଥାପନ କରିବାର ସୁଯୋଗ ପାଇବାର ଏହା ଏକ ମାଧ୍ୟମ। ୨୦ ଗୋଟି ପ୍ରଶ୍ନ ବିଶିଷ୍ଟ ଏହି କୁଇଜ୍ ପ୍ରତିଯୋଗିତାକୁ ନେଇ ଚଳିତ ବର୍ଷ ୫୦ ଲକ୍ଷ ଯୁବକ ଯୁବତୀମାନଙ୍କ ଭାଗିଦାରୀକୁ ଆଶା କରାଯାଉଥିବା ବେଳେ ଓଡ଼ିଶାରୁ ୧ ଲକ୍ଷ ୩୦ ହଜାର ଅନୁମାନ କରାଯାଉଛି। ଉଚ୍ଚଶିକ୍ଷା ବିଭାଗ ଓଡ଼ିଶା ସରକାର ଓ ଆଞ୍ଚଳିକ ନିର୍ଦ୍ଧେଶାଳୟ ଏନ୍‌ଏସ୍‌ଏସ୍ ଭୁବନେଶ୍ୱର ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମ ସମସ୍ତ ମହାବିଦ୍ୟାଳୟରେ ଚାଲୁଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ଅତ୍ୟଧିକ ପଞ୍ଜିକରଣ ହେବା ସହ ଛାତ୍ରଛାତ୍ରୀଙ୍କ ଉତ୍ସାହ ଦେଖିବାକୁ ମିଳୁଛି। ଏଥିନିମନ୍ତେ…

Read More

Phulbani,9।9(Sunil Pattnaik):A core committee meeting of the Kandhamal District Journalists Coordination Committee was held on Wednesday at the District Press Club in Phulbani. Presided over by senior journalist and committee president Sunil Pattnaik, general secretary Prashant Kumar Behera briefed the attendees on the goals and objectives of the association.Formed with experienced journalists from all blocks of the district, this district-level committee will work to protect the interests of working journalists. Discussions centred on key demands, including: Journalist Safety: Ensuring full security for all working journalists. Pension Scheme: Providing a monthly pension of at least ₹20,000 for retired journalists above 60…

Read More

ବାଲିଗୁଡା,୦୯।୦୯(ସଞ୍ଜୟ କୁମାର ପାଣିଗ୍ରାହୀ):ଗଣେଶ ଚତୁର୍ଥୀକୁ ନେଇ ଚଳଚଞ୍ଚଳ ହେଲାଣି ପୂଜା ବଜାର। ଆଉ କିଛି ଦିନ ପରେ ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା। ଏହାକୁ ନେଇ ସହରଠାରୁ ଗାଁ ପର୍ଯ୍ୟନ୍ତ ଉତ୍ସବର ମାହୋଲ ସୃଷ୍ଟି ହେବାକୁ ଲାଗିଛି। ଗଣେଶ ପୂଜା ପାଇଁ ମୂର୍ତ୍ତି କାରିଗରମାନେ ଦିନରାତି ଏକ କରି ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ ରହିଥିବା ବେଳେ, ପୂଜା ସାମଗ୍ରୀ ଓ ସାଜସଜ୍ଜା ସାମଗ୍ରୀ ବ୍ୟବସାୟୀମାନେ ଗ୍ରାହକଙ୍କ ଆଗମନକୁ ଅପେକ୍ଷା କରିଛନ୍ତି। କାରିଗରଙ୍କ ହାତର ସ୍ପର୍ଶରେ ମାଟିର ଗଣେଶ ମୂର୍ତ୍ତି ଧୀରେଧୀରେ ରୂପ ନେଉଛି। କେହି ମୂର୍ତ୍ତିର ଆକାର ଦେଉଛନ୍ତି ତ ଆଉ କେହି ରଙ୍ଗ ଓ ଅଳଙ୍କାରରେ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ। ଛୋଟ ମୂର୍ତ୍ତିଠାରୁ ଆରମ୍ଭ କରି ବଡ଼ ବଡ଼ ଆକର୍ଷଣୀୟ ମୂର୍ତ୍ତି ପର୍ଯ୍ୟନ୍ତ ତିଆରି ହେଉଛି। ପୂଜା କମିଟି ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମୂର୍ତ୍ତି ପାଇଁ ଆଗୁଆ ବରାଦ ମଧ୍ୟ ଦିଆଯାଉଛି। ଅନ୍ୟପଟେ ପୂଜାକୁ ନେଇ ବ୍ୟବସାୟୀଙ୍କ…

Read More