ଫୁଲବାଣୀ,୨୭।୧୦(ସୁନୀଲ ପଟ୍ଟନାୟକ):ଜିଲ୍ଲା ଲେଖକ ସାମ୍ମୁଖ୍ୟ, ଫୁଲବାଣୀର ମାସାନ୍ତ ସାହିତ୍ୟ ସୃଜନ ଆସର ଅନୁଷ୍ଠିତ ହୋଇଯାଇଛି | ସଭାପତି ଶ୍ରୀ ରବୀନ୍ଦ୍ରନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ “କୁମାର ଉତ୍ସବ : ଅତୀତ ଓ ବର୍ତ୍ତମାନ” ଶୀର୍ଷକକୁ ନେଇ ସହସମ୍ପାଦକ ଡ ପୁର୍ନେନ୍ଦୁ ତ୍ରିପାଠୀ, ଉପଦେଷ୍ଟା ନବୀନ କିଶୋର ପଣ୍ଡା ଓ ସାହିତ୍ୟିକ ନବ କିଶୋର ରଥ ପ୍ରମୁଖ ଆଲୋଚନା କରିଥିଲେ |ପ୍ରାରମ୍ଭରେ ସଂଗଠନ ସମ୍ପାଦକ କୈଳାସ ଚନ୍ଦ୍ର ଧଳ ସ୍ୱାଗତ ଭାଷଣ ଦେଇଥିଲା ବେଳେ କଣ୍ଠଶିଳ୍ପୀ ଅସିତ ନନ୍ଦ ଓ ଧନପତି ଦିଗାଲ ପ୍ରାରମ୍ଭିକ ଭଜନ ଗାନ କରିଥିଲେ | ଆସନ୍ତା ମାସାନ୍ତ ଆସର ପାଇଁ ସାହିତ୍ୟିକମାନେ ନିଜ ନିଜର ପ୍ରଥମ ସୃଷ୍ଟି ସମ୍ପର୍କରେ ଅନୁଭୂତି ବାଣ୍ଟିବେ ବୋଲି ଆଲୋଚନା କରାଗଲା | ପରେ ପରେ କବି ଅସିତ ନନ୍ଦଙ୍କ ସଂଯୋଜନାରେ କବି ପୂର୍ଣ୍ଣନ୍ଦୁ ତ୍ରିପାଠୀ, ନବ କିଶୋର ରଥ, ନବୀନ କିଶୋର ପଣ୍ଡା, ନାଭିଦତ୍ୟ ଦିଗାଲ, କୈଳାସ ଚନ୍ଦ୍ର…
Author: Janabani News
ଫୁଲବାଣୀ,୨୭।୧୦(ସୁନୀଲ ପଟ୍ଟନାୟକ):ଫୁଲବାଣୀ ସହରରେ ବେଶ୍ ଧୁମ୍ ଧାମରେ ଗଜଲକ୍ଷ୍ମୀ ପୂଜା ପାଳିତ ହେଉଛି l ସହରରେ ବଣିକ ସଂଘ ପକ୍ଷରୁ ପ୍ରଥମ ଥର ଗୁଣ୍ଡିଚା ମାର୍କେଟ ରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି l ସଂଘ ସଭାପତି ପି ସୁଧାଂଶୁ ମୋହନ ସେନାପତି ଟୁ ଟୁ ଙ୍କ ନିଷ୍ଠା ପର ଉଦ୍ୟମ ଆନ୍ତରିକତା, ଆଗ୍ରହ ଓ ବଳିଷ୍ଠ ନେତୃତ୍ବ ରେ ଏହି ପୁଜା ବେଶ ଆକର୍ଷଣୀୟ ଭାବେଶାନ୍ତି ଶୃଙ୍ଖଳା ର ସହ ଆୟୋଜିତ ହୋଇଥଲା l ପ୍ରତ୍ୟେକ ଦିନ ଦୁଇ ଓଳା ମହାଲକ୍ଷ୍ମୀ ଙ୍କ ପ୍ରାସାଦ ସେବନ ପାଈଁ ସର୍ବସାଧାରଣ, ଅଫିସିଆଲ୍, ଗଣ ମାଧ୍ୟମ ପ୍ରତିନିଧି ଙ୍କୁ କମିଟି ପକ୍ଷରୁ ଆମନ୍ତ୍ରଣ କରଯାଇଥିଲା l କମିଟି ସମ୍ପାଦକ ଅରୁଣ କୁମାର ପଣ୍ଡା, ଦୀପକ ବେହେରା, ସଂଜିତ କୁମାର ପାତ୍ର ପ୍ରମୁଖ ଙ୍କ ସମେତ ସମସ୍ତ ସଦସ୍ୟ ଙ୍କଆନ୍ତରିକ ସହଯୋଗ ରେ ଗଜଲକ୍ଷ୍ମୀ ପୂଜା ସଫଳତା ର ସହ ଅନୁଷ୍ଠିତ ହୋଇଥିଲା l…
ଖଜୁରୀପଡା,୨୬।୧୦(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷ ନିର୍ମୂଳ କରିବା ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି। ଗତ ୨୫ ତାରିଖରେ ଜିଲ୍ଲାର ୬ଟି ଥାନା ଅଞ୍ଚଳରେ ଏକକାଳୀନ ଚଢ଼ାଉ କରାଯାଇ ପ୍ରାୟ ୧୯୯ ଏକର ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି। ଏହି ଅଭିଯାନରେ ଗଞ୍ଜେଇ ଚାଷରେ ସମ୍ପୃକ୍ତି ଅଭିଯୋଗରେ ୬ ଜଣଙ୍କୁ ଗିରଫ କରାଯାଇଛି। ଆଗାମୀ ଦିନରେ ଡ୍ରୋନ୍ ନିରୀକ୍ଷଣ ମାଧ୍ୟମରେ ଗଞ୍ଜେଇ ଚାଷ ଚିହ୍ନଟ କରି ଚଢ଼ାଉକୁ ଅଧିକ ଜୋରଦାର କରାଯିବାକୁ ପଦକ୍ଷେପ ନିଆଯାଇଛି। ଜିଲ୍ଲାର ଦୁର୍ଗମ ଅଞ୍ଚଳଗୁଡ଼ିକରେ ବେଆଇନ ନିଶାଦ୍ରବ୍ୟ ଚାଷକୁ ରୋକିବା ଲକ୍ଷ୍ୟରେ ପୋଲିସ, ଅବକାରୀ, ରାଜସ୍ୱ ଓ ବନ ବିଭାଗର ମିଳିତ ଟିମ୍ ଏହି ଅଭିଯାନରେ ସାମିଲ ହୋଇଥିଲେ। ବାଲିଗୁଡ଼ା, ଫିରିଙ୍ଗିଆ, ଖଜୁରୀପଡ଼ା, ଟିକାବାଲି, ତୁମୁଡ଼ିବନ୍ଧ ଓ ଗୋଛାପଡ଼ା ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ବେଆଇନ ଗଞ୍ଜେଇ ଚାଷକୁ ଚିହ୍ନଟ…
କାଟୁ,୨୬।୧୦(କୃଷ୍ଣ ଚନ୍ଦ୍ର ସାମନ୍ତରାୟ): ଧନ, ଧାନ୍ୟ, ଐଶ୍ୱର୍ଯ୍ୟ ଓ ସମୃଦ୍ଧିର ଦେବୀ ମା’ ଗଜଲକ୍ଷ୍ମୀଙ୍କ ଆରାଧନାରେ ଭକ୍ତିମୟ ହୋଇଉଠିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଗଣ୍ଡଳା ଗ୍ରାମ। ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ଗ୍ରାମର ବଡ଼ ସାହି ଓ ନୂଆ ସାହିରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହାଆଡ଼ମ୍ବରରେ ଆରମ୍ଭ ହୋଇଛି। ମା’ଙ୍କ ଆଗମନକୁ ନେଇ ଗ୍ରାମରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିବା ବେଳେ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି। ପୂଜା ଅବସରରେ ଦୁଇ ସାହିର ପୂଜାମଣ୍ଡପକୁ ଆକର୍ଷଣୀୟ ଢଙ୍ଗରେ ସଜ୍ଜିତ କରାଯାଇଛି। ମା’ଙ୍କ ମନୋହର ପ୍ରତିମା, ରଙ୍ଗବେରଙ୍ଗ ଆଲୋକମାଳା ଓ ସୁନ୍ଦର ସାଜସଜ୍ଜା ମଣ୍ଡପର ଶୋଭା ବୃଦ୍ଧି କରୁଛି। ଧୂପ, ଦୀପ, ପୁଷ୍ପ ଓ ମନ୍ତ୍ରୋଚ୍ଚାରଣରେ ପୂଜାମଣ୍ଡପର ପରିବେଶ ଆଧ୍ୟାତ୍ମିକତାରେ ପରିପୂର୍ଣ୍ଣ ହୋଇଉଠିଛି। ମା’ଙ୍କ ଦର୍ଶନ କରିବା ସହ ପରିବାରର ସୁଖଶାନ୍ତି ଓ ମଙ୍ଗଳ କାମନା କରିବାକୁ ଶ୍ରଦ୍ଧାଳୁମାନେ ମଣ୍ଡପରେ ପହଞ୍ଚୁଛନ୍ତି।ପାରମ୍ପରିକ…
ଭଞ୍ଜନଗର,୨୬।୧୦(ନିଲୁ ବିଷୋୟୀ):ଅକ୍ଟୋବରରେ ବାତ୍ୟାକୁ ନେଇ ଗଞ୍ଜାମବାସୀଙ୍କ ଯେଉଁ ଭୟ ରହିଥିଲା ତାହା ଦ୍ବିଗୁଣିତ ହୋଇଛି। ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହା ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଆଣ୍ଡାମାନ ଦ୍ଵୀପପୁଞ୍ଜ ଉପରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ର ସୃଷ୍ଟି କରି ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ୨୫ରେ ଗଭୀର ଅବପାତ ଏବଂ ୨୬ ତାରିଖ ସକାଳ ସୁଦ୍ଧା ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ପାଣି ପାଗ ବିଭାଗ ଆକଳନ କରିଛି। ସେତିକି ନୁହେଁ, ପରବର୍ତ୍ତୀ ୨ ଦିନରେ ଆହୁରି ଶକ୍ତିଶାଳୀ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଏହା ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବ। ଏହାର ପ୍ରଭାବରେ ୨୬ ତାରିଖରୁ ଗଞ୍ଜାମ ଜିଲ୍ଲାର ପାଗ ବଦଳିବ। ବର୍ଷା ଓ ପବନର ସ୍ଥିତି ପୂର୍ବାନୁମାନ କରି ଗଞ୍ଜାମ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ହେଲେ…
ଛତ୍ରପୁର,୨୬।୧୦(ହିମାଂଶୁ ଶେଖର ସାବତ):ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ଏବଂ ଶୂନ୍ୟ ଜୀବନହାନି ଲକ୍ଷ୍ୟ ହାସଲ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଆଜି ଆର୍ଯ୍ୟପଲ୍ଲୀ ଜେଟି ପରିଦର୍ଶନ କରି ମାଛଧରା ଟ୍ରଲର୍ଗୁଡ଼ିକର ସୁରକ୍ଷା ଏବଂ ମତ୍ସ୍ୟଜୀବୀଙ୍କ ନିରାପଦ ସ୍ଥାନାନ୍ତରଣ ବ୍ୟବସ୍ଥାର ସମୀକ୍ଷା କରିଥିଲେ।ଏହାପରେ ଜିଲ୍ଲାପାଳ ନୋଳିଆ ନୂଆଗାଁ ଓ ଗୋପାଳପୁରସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ବିଦ୍ୟୁତ୍ ବ୍ୟାକ୍ଅପ୍, ଜେନେରେଟର ଓ ଅନ୍ୟାନ୍ୟ ଜରୁରୀକାଳୀନ ସୁବିଧାର ସ୍ଥିତି ଯାଞ୍ଚ କରିଥିଲେ। ବାତ୍ୟା ସମୟରେ ଆଶ୍ରୟସ୍ଥଳୀଗୁଡ଼ିକ ଯେପରି ତୁରନ୍ତ କାର୍ଯ୍ୟକ୍ଷମ ହୋଇପାରିବ, ସେଥିପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ପ୍ରସ୍ତୁତ ରଖିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।ଏହି ପରିଦର୍ଶନ ସମୟରେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ବନ୍ଦର କର୍ତ୍ତୃପକ୍ଷଙ୍କ ପ୍ରତିନିଧି ଭକ୍ତବନ୍ଧୁ ଶତପଥୀ ଓ ସତ୍ୟବ୍ରତ ସିଂ, ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜିତ ସାହୁ, ଗୋପାଳପୁର ନିର୍ବାହୀ ଅଧିକାରୀ…
ଭଞ୍ଜନଗର,୨୬।୧୦(ନିଲୁ ବିଷୋୟୀ):ଦୁର୍ନୀତିମୁକ୍ତ ସମାଜ ଗଠନ ଏବଂ ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା, ସଚ୍ଚୋଟତା ଓ ଉତ୍ତରଦାୟିତ୍ୱବୋଧ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଶପଥ ପାଠ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମା ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ବିରୋଧରେ ସଚେତନ ରହିବା ସହ ନିଜ ନିଜର କର୍ତ୍ତବ୍ୟ ସମ୍ପାଦନରେ ସଚ୍ଚୋଟତା, ସ୍ୱଚ୍ଛତା ଓ ନିଷ୍ଠା ବଜାୟ ରଖିବାକୁ ଶପଥ ଗ୍ରହଣ କରାଇଥିଲେ। ସରକାରୀ କାର୍ଯ୍ୟରେ ଦୁର୍ନୀତିକୁ ପ୍ରଶ୍ରୟ ନ ଦେବା, ଜନସାଧାରଣଙ୍କୁ ଉତ୍ତମ ଓ ସ୍ୱଚ୍ଛ ସେବା ପ୍ରଦାନ କରିବା ଏବଂ ଦୁର୍ନୀତିମୁକ୍ତ ପ୍ରଶାସନ ଗଠନ ଦିଗରେ ସମସ୍ତେ ନିଜ ନିଜର ଦାୟିତ୍ୱ ନିଷ୍ଠାର ସହ ପାଳନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଦୁର୍ନୀତି ଦେଶର ଆର୍ଥିକ, ରାଜନୈତିକ ଓ ସାମାଜିକ ପ୍ରଗତିରେ ଏକ ପ୍ରମୁଖ ପ୍ରତିବନ୍ଧକ ହୋଇଥିବାରୁ ଏହାର…
ଭଞ୍ଜନଗର,୨୬।୧୦(ନିଲୁ ବିଷୋୟୀ):ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୨ ଜଣକୁ ଭଞ୍ଜନଗର ପୁଲିସ୍ କାବୁ କରିଛି। କନ୍ଧମାଳ ଜିଲ୍ଲାରୁ ଭଞ୍ଜନଗରକୁ ବିଭିନ୍ନ ଗଳା ବାଟ ଦେଇ ଚାଲାଣକାରୀ ମାନେ ଗଞ୍ଜେଇ ନେଇ ଭୂବନେଶ୍ବର ସମେତ ରାଜ୍ୟ ବାହାରକୁ ମଧ୍ୟ ଗଞ୍ଜେଇ ଚାଲାଣ କରୁଥିବା ପୂର୍ବରୁ ଅଭିଯୋଗ ହୋଇ ଆସୁଥିବା ବେଳେ ଅନେକ ଗଞ୍ଜେଇ ଚାଲାଣକାରୀକୁ ପୁଲିସ ପୂର୍ବରୁ କାବୁ କରିଥିଲେ ମଧ୍ୟ ଏହାର ମୂଳରେ ପହଞ୍ଚିବାରେ ସକ୍ଷମ ହୋଇପାରୁନି। ତେବେ କଳିଙ୍ଗା ଘାଟି ରାସ୍ତା ଭୂସ୍ଖଳନ ପାଇଁ ବନ୍ଦ ରହିଥିବା ବେଳେ ବିକଳ୍ପ ଗାଁ ଗହଳି ବାଟ ଦେଇ କନ୍ଧମାଳ ଜିଲ୍ଲାରୁ ଚାଲାଣକାରୀ ମାନେ ଗଞ୍ଜେଇ ନେବା ପାଇଁ ପନ୍ଥା ବାହାର କରିଥିବା ଅନୁମାନ କରାଯାଉଛି। ପୁଲିସ ଡହ-ବାଇବାଲି ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ୨ ଟି ବାଇକରେ ଆସୁଥିବା ସନ୍ଦିଗ୍ଧ ୨ ଯୁବକଙ୍କୁ ଅଟକାଇ ଯାଞ୍ଚ କରିବା ସମୟରେ ସେମାନେ ଧରିଥିବା ବସ୍ତାରେ ଗଞ୍ଜେଇ ରହିଥିବା ପୁଲିସ ଜାଣିବାକୁ ପାଇଥିବା ଥାନା…
ବୁଗୁଡ଼ା,୨୬।୧୦(ପୂର୍ଣ୍ଣଚନ୍ଦ୍ର ବାରିକ):ପାର୍ବଣ ଋତୁରେ ନିଶା କାରବାର ଉପରେ ରୋକ୍ ଲଗାଇବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କକଡା ନିର୍ଦେଶ ରହିଥିବାବେଳେ ବୁଗୁଡ଼ା ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ ଜୋରଦାର କରାଯାଇଛି। ଏହି କ୍ରମରେ ବୁଗୁଡ଼ା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ପେଟ୍ରୋଲିଂ ସମୟରେ ଗୋଲିଆ ବାଘୁଆ ନାଳ ବ୍ରିଜ ନିକଟରେ ବିକ୍ରିପାଇଁ ଗ୍ରାହକ ଅପେକ୍ଷାରେ ଥିବା ଜଣେ ବ୍ୟକ୍ତି ଠାରୁ ୧୦୦ ଗ୍ରାମ ଧଳା ଜହର ଜବତ କରିବା ସହ ଗୋଟିଏ ହୋଣ୍ଡା ସାଇନ ବାଇକକୁ ମଧ୍ୟ ଜବତ କରି ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଅବକାରୀ ବିଭାଗ।ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମର ଅରୁଣ ପଲେଇ। ପାର୍ବଣ ସମୟରେ ନିଶାଦ୍ରବ୍ୟର ଅବୈଧ କାରବାର ରୋକିବା ଓ ଏହାର ଚୋରା ଚାଲାଣ ଉପରେ ନଜର ରଖିବା ପାଇଁ ଅବକାରୀ ବିଭାଗର ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ତେବେ ଜବତ ନିଶାଦ୍ରବ୍ୟର…
ଫୁଲବାଣୀ,୨୬।୧୦(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା ଟିକାବାଲି ବସ ଷ୍ଟାଣ୍ଡ ଠାରେ ମା ବ୍ୟାଘ୍ରଦେବୀ ଯୁବ ସଂଗଠନ ତରଫରୁ ଦୁଇ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି I ପ୍ରଥମ ଦିନ ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମେଲୋଡି ଅନୁଷ୍ଠିତ ହୋଇଥିଲା ଓ ଦ୍ୱିତୀୟ ଦିବସ ରେ ବହୁ ପ୍ରତୀକ୍ଷିତ ଦୁଃଖ ସୁଖ ଭରା ସାମାଜିକ ନାଟକ “ଆସିଛି ଏକା ଯିବି ମୁଁ ଏକା ” ନାଟ୍ୟ ପରିବେଷଣ କରାଯାଇଥିଲା I ଏହି ଦୁଇ ଦିନ ର କାର୍ଯ୍ୟକ୍ରମ ରେ ମା ବ୍ୟାଘ୍ରଦେବୀ କଳା ଓ ସଂସ୍କୃତି ପରିଷଦ ର ସଭାପତି ଶ୍ରୀ ତନୁଜ କୁମାର ଭୋଇ ସମସ୍ତ ଅତିଥି ଙ୍କ ଉପସ୍ଥିତରେମୁଖ୍ୟ ଅତିଥି ଙ୍କ ଦ୍ୱାରା କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ I ଅତିଥି ଙ୍କ ମଧ୍ୟରେ ଜି. ଉଦୟଗିରି ବିଧାୟକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଟିକାବାଲି ସମିତି ଅଧକ୍ଷ ଶ୍ରୀ ଦିଲ୍ଲୀପ କହଁର, ରାଇକିଆ ମହାବିଦ୍ୟାଳୟ ର ବର୍ତ୍ତମାନ ର…
ଫୁଲବାଣୀ,୨୬।୧୦(ସୁନୀଲ ପଟ୍ଟନାୟକ):ଦୁର୍ନିତୀ ନିବାରଣ ସଚେତନତା ସପ୍ତାହ ଅବସରରେ ସୋମବାର କନ୍ଧମାଳ ଜିଲ୍ଲା ପୋଲିସ୍ ମୁଖ୍ୟାଳୟ ରେ ଦୁର୍ନିତୀ ମୁକ୍ତ ସମାଜ ଗଠନ ପାଇଁ ସମସ୍ତ୍ କର୍ମଚାରୀ ଶପଥ ନେଇଥିଲେ l ଏହି କଂଧମାଳ ଏସପି ରାମେନ୍ଦ୍ର ପ୍ରାସାଦ ଉପସ୍ଥିତ ରହି ଶପଥ ପାଠ କରାଇଥିଲେ l ଏହି ଅବସରରେ ଉପସ୍ଥିତ ପୋଲିସ୍ ଅଧିକାରୀ ଓ କର୍ମଚାରୀ ମାନେ ଦୁର୍ନିତୀ ବିରୋଧ ରେ ସଚେତନ ତା ସୃଷ୍ଟି କରିବା ସହ ସଧାରଣ ଜୀବନ ରେ ସ୍ୱଚ୍ଛତା, ସୋଚ ଟତା ଓ ଉତ୍ତର ଦାୟିତ୍ବ ବଜାୟ ରଖିବା ପାଇଁ ଶପଥ ଗ୍ରହଣ କରିଥିଲେ l ସ୍ୱଚ୍ଛତା ଆମର ସଂକଳ୍ପ ହେବା ସହ ଦୁର୍ନୀତି ମୁକ୍ତ ସମାଜ ଆମ ସମସ୍ତ ଙ୍କ ଲକ୍ଷ୍ୟ ହେବା ଆବଶ୍ୟକ ବୋଲି ଏସପି ରମେନ୍ଦ୍ର ପ୍ରସାଦ କହିଛନ୍ତି l ଆଜି ଠାରୁ ନଭେମ୍ବର ୧ଯାଏଁ ଦୁର୍ନିତୀ ନିବାରଣ ସଚେତନତା ସପ୍ତାହ ପାଳନ ହେବ l
ଖଜୁରୀପଡ଼ା,୨୬।୧୦(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବଜାରଠାରେ ମା’ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଅନ୍ନପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ମା’ ଗଜଲକ୍ଷ୍ମୀଙ୍କ ଆଶୀର୍ବାଦ ଲାଭ କରିବା ସହ ଲୋକଙ୍କ ମଧ୍ୟରେ ସେବା, ସହଯୋଗ ଓ ଭାଇଚାରାର ଭାବନାକୁ ସୁଦୃଢ଼ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା।ପୂଜା କମିଟିର ସଭାପତି ସୁବୁଦ୍ଧି ଗଣ୍ଡା ଏବଂ ସମ୍ପାଦକ ସୁରେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ କମିଟିର ସଦସ୍ୟ ଓ ସଦସ୍ୟାମାନେ ଏହି ମହତ୍ କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ। ସମସ୍ତେ ମିଳିମିଶି ଅନ୍ନପ୍ରସାଦ ବଣ୍ଟନ କରିବା ସହ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ଏହି ଅବସରରେ କମିଟିର ସଦସ୍ୟ ପ୍ରଫୁଲ୍ଲ ମିଶ୍ର, ରବି ଶତପଥୀ, ରବିନାରାୟଣ ମିଶ୍ର, କିସାନ୍, ସୁଜ୍ଞାନୀ ବେହେରା, ଅରବିନ୍ଦ ପାତ୍ର, ଅଗାଧୁ ନାୟକ, ପ୍ରତାପ, କେଶବ ଦାସ, ସୌମ୍ୟରଞ୍ଜନ ସାହୁ, ରାଜେନ୍ଦ୍ର, ରାଜୁ ଦାସ, ଆରାଧ୍ୟା ଦାସ ଓ କରନ୍ ସାହୁଙ୍କ ସମେତ…