ଫୁଲବାଣୀ,୦୭/୦୪(ସୁନୀଲ ପଟ୍ଟନାୟକ):ଆସନ୍ତା କାଲି ବୁଧବାର ୮ଏପ୍ରିଲ ଠାରୁ ୧୯ଏପ୍ରିଲ- ୨୦୨୬ଯାଏ ଦୀର୍ଘ ୧୨ଦିନ ବ୍ୟାପୀ ସ୍ଥାନୀୟ କରୋ ନେ ସନ୍ ପଡିଆ ଠାରେ ଦ୍ୱିତୀୟ କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ଆରମ୍ଭ ହେବ l କନ୍ଧମାଳ ଜିଲ୍ଲା ର କଳା ସଂସ୍କୃତି ପରମ୍ପରା କୁ ବଜାୟ ରଖିବା ସହ ବାଣିଜ୍ୟକୁ ପାଥେୟ କରି ଭାଇଚାରା ଓ ସମନ୍ଵୟ ର ବାର୍ତ୍ତା ପ୍ରଚାର୍ କରିବା ଉଦ୍ଦେଶ୍ୟ ରେ ଚଳିତ ମାସ ଏପ୍ରିଲ ୮ରୁ ୧୯ଏପ୍ରିଲ ଯାଏ ଦିର୍ଘ ୧୨ଦିନ ବ୍ୟାପୀ ଫୁଲବାଣୀ ସହରର କୋରୋନେଶନ ପଡ଼ିଆ ଠାରେ ଦ୍ୱିତୀୟ କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ୨୦୨୬ଅନୁଷ୍ଠିତ ହେବ l ଏହି ଅବସରରେ ପ୍ରତ୍ୟ ହ ଅପରାହ୍ନ ୪ଟା ରୁ ରାତ୍ର ୧୦ଟା ଯାଏ ଜିଲ୍ଲା ଓ ଜିଲ୍ଲା ବାହାର ର ବାଣିଜ୍ୟିକ ବିପ୍ପଣି ଷ୍ଟଲ ,ଅଟୋ ମୋବାଇଲ୍, ଘରକରଣା ସାମଗ୍ରୀ ସହ ମିନା ବଜାର,ବିଭିନ୍ନ ପ୍ରକାର ଚଟ…
Author: Janabani News
ହିଞ୍ଜିଳିକାଟୁ:୬/୦୪(ସାରଥୀ ପାଢି):ବନୀକରଣ ପାଇଁ ଆସୁଥିବା ରାଜସ୍ବକୁ ହରିଲୁଟ ହୋଇଥିବା ଅଭିଯୋଗ ବେଳେ ଶେରଗଡ଼ ଅଞ୍ଚଳର ଜୈନିକ ସାମ୍ବାଦିକଙ୍କୁ ଧମକ ମିଳିଛି । ସାଧାରଣତଃ ସରକାରୀ ଅର୍ଥ ମଞ୍ଜୁର କେବଳ ସର୍ବସାଧାରଣଙ୍କ ଉଦ୍ଦେଶ୍ୟ ନେଇ କରାଯାଇଛି । ଆର୍ଥିକ ମଞ୍ଜୁର ବିବରଣୀ ଅନୁସାରେ ମୋଟ ସାମଗ୍ରୀ ଓ ମୋଟ କାର୍ଯ୍ୟକଳାପ ମୂଲ୍ୟ ଉପରେ ଜନତାଙ୍କ ଉଦ୍ଦେଶ୍ୟ ନେଇ ପ୍ରଦର୍ଶନ ଫଳକରେ ଉଲ୍ଲେଖ ରହିଥାଏ । ତେଣୁ ଫଳକରେ ଉଲ୍ଲେଖ ଥିବା ଏବଂ କାର୍ଯ୍ୟକାରୀ ହେଉଥିବା ଭିତରେ ଯାହା ଫରକ ଦେଖାଯାଏ ତାହା ବାଟମାରଣା କିମ୍ବା ହରିଲୁଟ ବୋଲି ସାଧାରଣ ଜନତା କୁହନ୍ତି । ସାଧାରଣ ନାଗରିକଙ୍କ ପାଇଁ ବିଭାଗୀୟ ଅଧିକାରୀମାନେ ଯାହା ସୁଚନାଫଳକରେ ଉଲ୍ଲେଖ କରିଛନ୍ତି କିମ୍ବା କରାଯାଇଛି ଯଦି ସେଠାରେ ସେହି କାର୍ଯ୍ୟ ହୋଇନଥାଏ ତେବେ କୌଣସି ସୁତ୍ରରୁ ଖବରପାଇ ଗଣମାଧ୍ୟମ ପ୍ରତିନିଧିଟି ସରକାରଙ୍କ ନଜରରେ ଆଣିବା ପାଇଁ ଖବର ପ୍ରସାରଣ କରିଥାଏ । ଯାହା ଫଳରେ ଉଭୟ ସରକାରଙ୍କ ନଜରରେ…
ବେଲଗୁଣ୍ଠା,୦୬/୦୪-(ଶିବରାମ ଚୌଧୁରୀ ): ନକ୍ସଲ୍ ମୁକାବିଲାରେ ଶହୀଦ୍ ହୋଇଥିବା ପୋଲିସ୍ କର୍ମଚାରୀଙ୍କ ବାସ ଭବନରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୋଲିସ୍ ଅଧିକାରୀ I ସୂଚନା ପ୍ରକାରେ ଗାଙ୍ଗପୁର ଥାନା ଅନ୍ତର୍ଗତ ଗୁଣ୍ଠପଲ୍ଲବା ଗ୍ରାମର ସୁଶାନ୍ତ କୁମାର ଗୌଡ଼ ପୋଲିସ୍ ବିଭାଗରେ ଜଣେ କନେଷ୍ଟବଲ୍ ଭାବେ କାର୍ଯ୍ୟ କରୁ୍ଥିବା ସମୟରେ ଶହୀଦ୍ ହୋଇଥିଲେ I ଆଜି ଗଞ୍ଜାମ ଆଡିସନାଲ୍ ଏସ୍.ପି ସୀମା ସ୍ୱାଇଁ ଏବଂ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ ଶହୀଦ୍ ସୁଶାନ୍ତ କୁମାର ଗୌଡ଼ଙ୍କ ବ୍ରହ୍ମପୁର ପାଣିଗ୍ରାହୀ ପେଣ୍ଠ, ଗଣପତି ନଗରସ୍ଥିତ ବାସ ଭବନରେ ପହଞ୍ଚି ଶ୍ରଦ୍ଧା ସୁମନ୍ ଅର୍ପଣ କରିଥିଲେ I ଏହା ସହିତ ଶହୀଦ୍ ସୁଶାନ୍ତଙ୍କ କର୍ତ୍ତବ୍ୟନିଷ୍ଠା ଏବଂ ବୀରତ୍ୱ ସମ୍ପର୍କରେ ତାଙ୍କ ପରିବାର ସହିତ ଆଲୋଚନା କରିଥିଲେ ଉଭୟ ଅଧିକାରୀ I
ବେଲଗୁଣ୍ଠା,୦୬/୦୪(ଶିବରାମ ଚୌଧୁରୀ ):ଗାଙ୍ଗପୁର ଥାନା ଅନ୍ତର୍ଗତ ଝାଡ଼ବନ୍ଧ ସ୍ଥିତ ଶ୍ରୀ ଗରୁଡ଼େଶ୍ୱର ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ ପ୍ରତାପ ସ୍ୱାଇଁ,ଶିକ୍ଷକ ପ୍ରମୋଦ ବରାଡ଼, ସନ୍ତୋଷ କୁମାର ବିଷୋୟୀ,ଶିକ୍ଷୟିତ୍ରୀ କନ୍ୟା କୁମାରୀ ପାତ୍ର ପ୍ରମୁଖ ଉପସ୍ଥିତ ରହି ନବମ ଶ୍ରେଣୀରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହ କଠିନ ପରିଶ୍ରମ କରି ଭବିଷ୍ୟତରେ ସୁନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ I ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବାପା ମାଆଙ୍କ କଥା ମାନିବା ସହିତ ସ୍ଵଚ୍ଛ ପରିବେଶ ପ୍ରତି ଯତ୍ନବାନ୍ ହେବା ପାଇଁ ପରାମର୍ଶ ଦେଇଥିଲେ I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ କର୍ମଚାରୀ ତୋଫାନ ଚରଣ ସ୍ୱାଇଁ, ଅରୁଣ କୁମାର ସ୍ୱାଇଁ, ବୃନ୍ଦାବନ ଡାକୁଆ, ଶ୍ରୀକାନ୍ତ…
ବ୍ରହ୍ମପୁର,୬/୪,(ହିମାଂଶୁ ଶେଖର ସାବତ):ଭାରତୀୟ ଜନତା ପାର୍ଟିର ୪୭ତମ ପ୍ରତିଷ୍ଠା ଦିବସ ଅବସରରେ ଭାରତୀୟ ଜନତା ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ତରଫରୁ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ରକ୍ତ ଦାନଶିବିର ଅନୁଷ୍ଠିତ ହେଇଯାଇଛି। ଏହି ରକ୍ତଦାନ ଶିବିରରେ ୧୦୪ ୟୁନିଟ ରକ୍ତ ସଂଗ୍ରହ ହୋଇଯାଇଛି l ବ୍ରହ୍ମପୁର ଏମ.କେ.ସି.ଜି ରକ୍ତଭଣ୍ଡାର କତୃପକ୍ଷଙ୍କ ସାହାଯ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲାର ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇ ସାଫଲ୍ୟମଣ୍ଡିତ କରିଥିଲେ l ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ସୋମନାଥ ପାତ୍ରଙ୍କ ନେତୃତ୍ୱରେ ଏହି କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର, ଜିଲ୍ଲା ସଭାପତି ସରୋଜ ସାବତ ଓ ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ତୁତୁନ୍ ପାତ୍ର ଯୋଗ ଦେଇଥିଲେ l ଏବଂ ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି , ଜିଲ୍ଲା ଉପ ସଭାପତି ପ୍ରଭାତ ଷଡ଼ଙ୍ଗୀ ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅନୀଲ ତ୍ରିପାଠୀ, ରାଜ୍ୟ ସଂଯୋଜକ…
ଭଞ୍ଜନଗର,୬/୪:(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ ଯୋଗୀମାରି ଗ୍ରାମର ସୁବାସ ଚନ୍ଦ୍ର ପ୍ରଧାନଙ୍କ ଗୃହ ସମ୍ମୁଖରେ ରବିବାର ପଞ୍ଚୁଦଣ୍ଡ ଅନୁଷ୍ଠିତ ହୋଇଛି। ଏହି ମହାମିଳନରେ କୁଲାଙ୍ଗୀ,ନାରୀଗୋଛା,କଳିଙ୍ଗପଦର,ପଟ୍ଟାଙ୍ଗି,ତୋଲଡି ଦଣ୍ଡପୁଞ୍ଜା ଅଂଶ ଗହଣ କରିଥିଲେ। ସକାଳ ସମୟରେ ସମସ୍ତ ଦଣ୍ଡ ପୁଞ୍ଜା କର୍ତ୍ତାଙ୍କ ଗୃହ ନିକଟରେ ପହଞ୍ଚିବା ପରେ ପ୍ରାରମ୍ଭିକ ବନ୍ଦନା କାର୍ଯ୍ୟକ୍ରମ ହୋଇଥିଲା। ଏହାପରେ ରୀତିନୀତି ମୁତାବକ ଠାକୁରଙ୍କର ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେବାପରେ ମଧ୍ୟାହ୍ନରେ ଧୂଳିଦଣ୍ଡ, ପାଣି ଦଣ୍ଡ ଓ ଅଗ୍ନିଦଣ୍ଡ ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ପଞ୍ଚୁଦଣ୍ଡ ଓ ପଞ୍ଚଶମ୍ଭୁ ମହାମିଳନ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଆଳତି ଦେଖିବା ଲାଗି ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।ଥାନାଧିକାରୀ ଜୀବନାନନ୍ଦ ଜେନାଙ୍କ ନେତୃତ୍ୱରେ ପୁଲିସ ବାହିନୀ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ଗ୍ରାମବାସୀ ଓ ଯୁବଗୋଷ୍ଠୀ ଏହାକୁ ପରିଚାଳନା କରିଥିଲେ।
ବୁଗୁଡା:୬/୪,(କୁମୁଦ ଚନ୍ଦ୍ର ବେହେରା): ବୁଗୁଡା ନଗର ବିଜେପି ପକ୍ଷରୁ ଭାରତୀୟ ଜନତା ପାର୍ଟିର ୪୨ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ନଗର ସଭାପତି କେଦାର ନାଥ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଓକିଲ ହରପ୍ରସାଦ ଦାଶ, ଉପସଭାପତି ସୁଜନ କୁମାର ଦାଶ, ବିଧାୟକ ପ୍ରତିନିଧି ଯୁ ଯଜ୍ଞ ନାରାୟଣ ପାତ୍ର, ମହିଳା ମୋର୍ଚ୍ଚା ସଭାନେତ୍ରୀ ଡି ରେଶମା ପାତ୍ର, ଆସ୍ଥା ଚିନି ଶିଳ୍ପ ନିର୍ଦ୍ଦେଶକ ବସନ୍ତ କୁମାର ଦଳେଇ, କାର୍ଯ୍ୟକର୍ତ୍ତା କୃଷ୍ଣ ଚନ୍ଦ୍ର ମହାପାତ୍ର, ଆଲୋକ କୁମାର ଦାଶ, ପ୍ରଦୀପ କୁମାର ଦାଶ, ବିଚିତ୍ର ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ରହି ତୃଣମୂଳ ସ୍ତରରେ ଦଳକୁ ଆହୁରି ଶକ୍ତିଶାଳି କରିବାକୁ ସଂକଳ୍ପ କରିଥିଲେ । ସେହିପରି ବାଲିପଦର ମଣ୍ଡଳ ତରଫରୁ ପୋତାଲୁଣ୍ଠି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ବାଲିପଦର ମଣ୍ଡଳ ସଭାପତି ଭଗବାନ ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଣ୍ଡଳ ପ୍ରଭାରୀ ସଂଜୟ…
ପୋଲସରା,୬/୪/:(ସନ୍ତୋଷ କୁମାର ପଣ୍ଡା):ଆଜି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ ଭାରତୀୟ ଜନତାପାର୍ଟିର ୪୭ ତମ ସ୍ଥାପନା ଦିବସ ସମଗ୍ର ଦେଶରେ ଦଳ ପକ୍ଷରୁ ପାଳନ କରାଯାଉଥିବା ବେଳେ ରାଜ୍ୟର ଘୁମୁସର ଜିଲ୍ଲା ପୋଲସରା ନିର୍ବାଚନମଣ୍ଡଳୀର ହାତୀଓଟ ମଣ୍ଡଳ ସ୍ତରୀୟ ସ୍ଥାପନା ଦିବସ ମଣ୍ଡଳ ସଭାପତି ପ୍ରଶାନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତା ଏଵଂ ପ୍ରଭାରୀ ଦୀପକ କୁମାର ପୋଲାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କଳମ୍ବ ପଞ୍ଚାୟତ ସ୍ଥିତ ଜୟଦୁର୍ଗା ପ୍ରେକ୍ଷାଳୟ (ନେହେରୁ ଯୁବ ସ°ସଦ) ଭବନ ଠାରେ ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥିଭାବେ ବର୍ଷିଆନ୍,ବିଜେପି କର୍ମୀ କାଶୀନାଥ ସାହୁ, ମୁଖ୍ୟବକ୍ତା ଭାବେ ଘୁମୁସର ଜିଲ୍ଲା ଉପ-ସଭାନେତ୍ରୀ ପ୍ରତିମା ସାହୁ ଏବଂ ସମ୍ମାନିତ ଅତିଥି ଭାବେ ପୂର୍ବତନ ସଭାପତି ରଞ୍ଜିତ ବାରିକ, କାଳୁଚରଣ ବେହେରା (ସମ୍ପାଦକ), ସାବିତ୍ରୀ, ରବିନ୍ଦ୍ର ପାତ୍ର, ଉତ୍ତମ ନାହାକ, ସତ୍ୟବାଦୀ ସାହୁ, ଗଣପତି ସାହୁ, କସ୍ତୁରୀ, ବାଲାଜୀ, ରମେଶ, ରାଜେନ୍ଦ୍ର, ମହେନ୍ଦ୍ର, ବନିତା, ବିକ୍ରମ, ଶ୍ୟାମସୁନ୍ଦର, ଉତ୍ତମ ନାୟକ, ବିକ୍ରମ, ନିବୃତ୍ତି…
ବାଲିଗୁଡା,୬/୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବିରାଗୁଡ଼ା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ ବାଟିକାରେ ସାତ ଜଣ ଶିଶୁ ନୂତନ ଭାବରେ ନାମ ଲେଖାଇଛନ୍ତି । ନୂତନ ଭାବରେ ବିଦ୍ୟାଳୟକୁ ଖଡ଼ି ଛୁଆଁ ପାଇଁ ଆସିଥିବା ଶିଶୁ ଓ ଅଭିଭାବକ ମାନଙ୍କୁ ପ୍ରଧାନ ଶିକ୍ଷକ ଅଲେଖ ରଣା ଫୁଲ ଚ଼ନ୍ଦନ ଦେଇ ସ୍ୱାଗତ କରିବା ପରେ ଶିଶୁ ବାଟିକାରେ ନାମ ଲେଖିବା ପାଇଁ ଆସିଥିବା ଶିଶୁମାନଙ୍କୁ ପ୍ରଧାନ ଶିକ୍ଷକ ଶ୍ରୀ ରଣା ଖଡ଼ି ଛୁଆଁଇଥିଲେ । ଏହି ଅବସରରେ ପ୍ରସ୍ତୁତ ହୋଇଥିବା ଖେଳଘର, ରଙ୍ଗର ଦୁନିଆ ଓ ଗପ ରାଇଜ କୋଣ ଗୁଡ଼ିକରେ ଶିଶୁ ମାନଙ୍କ ପାଇଁ ବିଭିନ୍ନ ଶିକ୍ଷଣ କାର୍ଯ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ, ସଦସ୍ୟା ତଥା ଅଭିଭାବକ…
ଫୁଲବାଣୀ,୬/୪:(ସୁନୀଲ ପଟ୍ଟନାୟକ): ଆଦିବାସୀ ବର୍ଗ ଙ୍କ ବିକାଶ ପାଇଁ ଗଠିତ ସ୍ବତନ୍ତ୍ର ଉନ୍ନୟନ ପରିଷଦ ର କନ୍ଧମାଳ ଜିଲ୍ଲା ଏସ ଡି ସି ଅଧ୍ୟକ୍ଷ ଭାବରେ ବରିଷ୍ଠ ବିଜେପି ନେତା ମାନ ଗୋବିନ୍ଦ ପ୍ରଧାନ ଙ୍କୁ ନିଯୁକ୍ତି ଦେଇଥିବା ବେଳେ ଉପାଧ୍ୟକ୍ଷ ଭାବେ କଳ୍ପନା କହଁର ଙ୍କୁ ନିଯୁକ୍ତି ଦେଇ ଛନ୍ତି l ଫଳରେ ଜିଲାର ଆଦିବାସୀ ଙ୍କ ବିକାଶ ପାଇଁ ଏହା ବେଶ ସହାୟକ ହେବ ବୋଲି ଜଣା ପଡ଼ିଛି l ନିଯୁକ୍ତି ପାଇବା ପରେ ଜିଲ୍ଲା ର ଆଦିବାସୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି l ନିଯୁକ୍ତି ମିଳିବ ପରେ ଅଧ୍ୟକ୍ଷ ମାନ ଗୋବିନ୍ଦ ପ୍ରଧାନ ଓ ଉପାଧ୍ୟକ୍ଷ କଳ୍ପନାକୁମାରୀ କହଁର ମୂଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି, କଂଧମାଳ ସାଂସଦ ଓ ବରିଷ୍ଠ ବିଜେପି ନେତା ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ଏହି ଦାୟିତ୍ବ କୁ ନିଷ୍ଠା,ଆନ୍ତରିକତା ଓ ସଚୋ ଟ୍ଟତ l…
ରାୟଗଡ ,୬/୪,(ଅମୂଲ୍ୟ ନିଶଙ୍କ):ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସଦର ମହକୁମାସ୍ଥିତ ଜିଲ୍ଲା ପରିଷଦ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣି ଶିବିରରେ , ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ , ଆରକ୍ଷୀ ଅଧିକ୍ଷକ ଶ୍ରୀ ଗୋସେନ ବାର୍ଲା, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଵି ସରୋଜିନୀ ଦେବୀ, ପ୍ରକଳ୍ପ ପ୍ରଶାସକ ତଥା ସମନ୍ବିତ ଆଦିବାସୀ ଉନ୍ନୟନ ଅଧିକାରୀ ଶ୍ରୀ ଚନ୍ଦ୍ରକାନ୍ତ ମାଝୀ ଓ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କୁ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ l ଆଜି ମୋଟ ୬୮ ଟି ଅଭିଯୋଗ ଜିଲ୍ଲାପାଳଙ୍କ ପାଖକୁ ଆସିଥିଲା । ସେଥି ମଧ୍ୟରୁ ୫୩ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୧୫ଗୋଟି ଗ୍ରାମବାସୀ ମାନଙ୍କର ସାମୂହିକ…
ରାୟଗଡ଼ା,୦୬/୦୪/(ଅମୂଲ୍ୟ ନିଶଙ୍କ):ରାୟଗଡ଼ା ଜିଲ୍ଲା ସଂସ୍କୃତି ବିଭାଗର ପତ୍ର ସଂଖ୍ୟା ୯୪୯ ତା ୩୦.୦୩.୨୦୨୬ ଅନୁସାରେ, ସମଗ୍ର ଜିଲ୍ଲାରେ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ “ଓଡ଼ିଆ ପକ୍ଷ” ବହୁ ଆଡ଼ମ୍ବରରେ ପାଳିତ ହେଉଛି। ଏହି ପରିପ୍ରେକ୍ଷୀରେ ଆଜି ରାୟଗଡ଼ ପୌରପରିଷଦ ପକ୍ଷରୁ ସ୍ଥାନୀୟ ପ୍ରେମ୍ ପାହାଡ଼ ପର୍ଯ୍ୟଟନ ସ୍ଥଳୀଠାରେ ଏକ ବୃହତ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ରାୟଗଡ଼ ପୌର ପରିଷଦର ଅଧ୍ୟକ୍ଷ ଶ୍ରୀ ପି. ମହେଶ ପଟ୍ଟନାୟକ ଏବଂ ନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାର ପ୍ରମୁଖ ଉପସ୍ଥିତ ରହି ସ୍ୱଚ୍ଛତା କାର୍ଯ୍ୟର ନେତୃତ୍ୱ ନେବା ସହ ସହରବାସୀଙ୍କୁ ପରିବେଶ ସୁରକ୍ଷା ଓ ଓଡ଼ିଆ ଅସ୍ମିତାର ବାର୍ତ୍ତା ଦେଇଥିଲେ। ଏହି ଅଭିଯାନରେ ପୌର ପରିଷଦର ସମସ୍ତ ୱାର୍ଡ କାଉନସିଲର, ଜିଲ୍ଲା ସ୍ତରୀୟ ପଦାଧିକାରୀ, ପୌର କର୍ମଚାରୀ, ସ୍ୱଚ୍ଛ ସାଥୀ, ସୁପରଭାଇଜର ଏବଂ ସଫେଇ କର୍ମଚାରୀମାନେ ସକ୍ରିୟ ଭାବେ ଯୋଗ ଦେଇଥିଲେ। ସହରର ବରିଷ୍ଠ…