Author: Janabani News

ଫୁଲବାଣୀ,୦୬/୦୪:( ସୁନୀଲ ପଟ୍ଟନାୟକ): ଓଡ଼ିଶାର କଳା, ସଂସ୍କୃତି ଓ ସମୃଦ୍ଧ ଐତିହ୍ୟକୁ ପ୍ରଚାର ପ୍ରସାର କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ‘ଓଡ଼ିଶା ପକ୍ଷ – ୨୦୨୬’ ଅବସରରେ ଆଜି ଫୁଲବାଣୀଠାରେ ଏକ ଐତିହ୍ୟ ଗଣ ଦୌଡ଼ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲ୍ଲା କ୍ରୀଡା ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି।ସ୍ଥାନୀୟ କନ୍ଧମାଳ ଷ୍ଟାଡିୟମରଠାରେ ଆୟୋଜିତ ଏହି ଗଣ ଦୌଡ଼କୁ ଫୁଲବାଣୀ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲ୍ଲିକ ଏବଂ କନ୍ଧମାଳ ଜିଲ୍ଲାପାଳ ଶ୍ରୀଯୁକ୍ତ ବେଦଭୂଷଣ ପତାକା ଦେଖାଇ ଶୁଭାରମ୍ଭ (Flag off) କରିଥିଲେ । ଏହି ଦୌଡ଼ରେ ଶତାଧିକ ଛାତ୍ରଛାତ୍ରୀ, କ୍ରୀଡ଼ାବିତ୍, ସ୍ବେଚ୍ଛାସେବୀ ଏବଂ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଏହି ପଦଯାତ୍ରା କନ୍ଧମାଳ ଷ୍ଟାଡିୟମଠାରୁ ବାହାରି ଏଫ୍ ସି ଆଇ ଛକ, ଗାନ୍ଧୀ ଛକ ଓ କୋରନେସନ୍ ଫିଲ୍ଡ ଦେଇ ପୁଣି କନ୍ଧମାଳ ଷ୍ଟାଡିୟମକୁ ଆସିଥିଲା…

Read More

ବୋଲଗଡ଼,୦୬/୦୪ (ସୁଶାନ୍ତ କୁମାର ପ୍ରଧାନ): ଓଡ଼ିଆପକ୍ଷ ପାଳନ ଅବସରରେ ସହୀଦ କାଳିଆ ଭୁଇମୁଳ ଏବଂ ସହୀଦ ସଚ୍ଚିଦାନନ୍ଦ ସ୍ମୃତି ପରିଷଦ ବାଙ୍କୋଇ ତଥା ପିଏ.ଏସ୍.ଏସ୍ ସାଗରଗୁଆଁ ମିଳିତ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ସାଗରଗୁଆଁ ବିଦ୍ୟା ବିକାଶ ନିକେତନ ସଭାଗୃହରେ ସହୀଦ କାଳିଆ ଭୁଇମୁଳ ଓ ସହୀଦ ସଚ୍ଚିଦାନନ୍ଦ ପଟ୍ଟନାୟକ ଙ୍କର ୨୦୭ତମ ମହାନ ବଳିଦାନ ଦିବସ ଅମର ସହୀଦ ଦ୍ୱୟଙ୍କର ବର୍ତ୍ତମାନର ଦାୟଦ ଡଃ ସେବକ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ଙ୍କର ସଭାପତିତ୍ବରେ ଏବଂ ବିଦ୍ୟାଳୟର ଗୁରୁଜୀ, ଗୁରୁମା,ବିଦ୍ୟାଳୟର କର୍ମଚାରୀ ଓ ସରପଞ୍ଚଙ୍କ ପ୍ରତିନିଧି ପ୍ରଫୁଲ୍ଲ କୁମାର ବେହେରା ଙ୍କ ଉପସ୍ଥିତିରେ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ସଭାରେ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଦେଶର ସ୍ୱାଧୀନତା ନିମିତ୍ତ ସହୀଦ ମାନଙ୍କର ଦେଶପ୍ରେମ ଓ ଦେଶଭକ୍ତି ଆତ୍ମ ବଳିଦାନ ପାଇଁ ଚିରକାଳ ଅମର ରହିବେ ବୋଲି ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ଛାତ୍ର ଛାତ୍ରୀ…

Read More

ନୂଆପଡ଼ା,ସିନାପାଲି: ୦୬/୦୪:(ପରମେଶ୍ୱର ମେହେର):ନୂଆପଡ଼ା ଜିଲ୍ଲାର ସିନାପାଲି ଅଞ୍ଚଳରେ ରବିବାର ସନ୍ଧ୍ୟାରେ ହଠାତ୍ ଆସିଥିବା ଝଡ଼-ତୋଫାନ ସହ ଘଡ଼ଘଡ଼ି, କୁଆପଥର ଓ ପ୍ରବଳ ବର୍ଷା ଜନଜୀବନକୁ ଅସ୍ଥବ୍ୟସ୍ତ କରିଦେଇଛି । ମାତ୍ର କିଛି ମିନିଟ୍‌ରେ ପ୍ରକୃତିର ଏହି ତାଣ୍ଡବ ରୂପ ସମଗ୍ର ଅଞ୍ଚଳକୁ ଆତଙ୍କିତ କରିଦେଇଥିଲା । ସ୍ଥାନୀୟ ସୂଚନା ଅନୁସାରେ, ଜୋର ଝଡ଼ ସହ ବର୍ଷା ହେବାରୁ ଅନେକ ବଡ଼ ବଡ଼ ଗଛ ଓ ଲତା ଭାଙ୍ଗି ପଡ଼ିଛି । ରାସ୍ତା ଉପରେ ଗଛ ପଡ଼ି ଯାଇଥିବାରୁ ଯାତାୟାତ ବ୍ୟବସ୍ଥା ମଧ୍ୟ କେତେକ ସ୍ଥାନରେ ବାଧାପ୍ରାପ୍ତ ହୋଇଛି । ଏହା ସହିତ ଅନେକ ବିଦ୍ୟୁତ ଖମ୍ବ ଭାଙ୍ଗି ପଡ଼ିଥିବାରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇ ଲୋକମାନେ ଅନ୍ଧକାରରେ ରହିବାକୁ ବାଧ୍ୟ ହୋଇଛନ୍ତି । ଏହି ପ୍ରାକୃତିକ ବିପର୍ଯ୍ୟୟରେ ବହୁତ ଧନ-ସମ୍ପତ୍ତିର କ୍ଷୟକ୍ଷତି ଘଟିଥିବା ଖବର ମିଳିଛି । ଘର ବାଡ଼ିର ଛାତ ଉଡ଼ିଯିବା ସହ ଅନେକ ଲୋକଙ୍କ ଜିନିଷପତ୍ର ମଧ୍ୟ କ୍ଷତି…

Read More

ରାୟଗଡ,୫/୪:(ଅମୂଲ୍ୟ ନିଶଙ୍କ): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଡଙ୍ଗରିଆ। ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସଲୀ ପଞ୍ଚାୟତଠାରେ ନିୟମଗିରି ସୁରକ୍ଷା ସମିତିର ଖବରଦାତା ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଥିଲା। ଏଥିରେ ନିୟମଗିରି ଉପରେ ରହୁଥିବା ସମସ୍ତ ଗାଁର ଡଙ୍ଗରିଆ ଉପସ୍ଥିତ ଥିଲେ। ଲଦ ଶିକାକ କହିବା ଅନୁଯାୟୀ, ଗତ ମାର୍ଚ୍ଚମଧ୍ୟାହ୍ନ ସମୟରେ ଲିଙ୍ଗରାଜ ଆଜାଦଙ୍କୁ ଭବାନୀପାଟଣାସ୍ଥିତ ତାଙ୍କ ନିଜ ଘରୁ ଉଠାଇ ନେଇଛି ପୋଲିସ। ବିନା କାରଣରେ କ’ଣ ପାଇଁ ଉଠାଇ ନେଇଛି ପୋଲିସ ବୋଲି ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ସିକ୍‌କା ପ୍ରଶ୍ନ କରିବା ସହ ଜଳ, ଜମି, ଓ ଜଙ୍ଗଲକୁ ଛଡାଇ ନେବାକୁ ଚେଷ୍ଟା କରୁଥିବା ସମ୍ବିଧାନ ବିରୋଧୀ କହି ରାଜ୍ୟ ସରକାର ଉପରେ ବର୍ଷିଥିଲେ। ଲିଙ୍ଗରାଜ ଆଜାଦ ଏବଂ ସୁରେଶ ସଂଗ୍ରାମକୁ ମିଥ୍ୟା ଅଭିଯୋଗରେ ଭବାନୀପାଟଣା ପୋଲିସ ଉଠାଇ ନେଇଛି।…

Read More

ନୂଆପଡ଼ା, ସିନାପାଲି, ୦୫/୦୪ (ପରମେଶ୍ୱର ମେହେର) : ସିନାପାଲି ବ୍ଲକ ଅନ୍ତର୍ଗତ ଯୁଗେନପଦର ଗ୍ରାମରେ ପବିତ୍ର ଗାଦି ଯାତ୍ରା ୨୦୨୬ ଦୁଇ ଦିନ ଧରି ଏପ୍ରିଲ ୫ ଓ ୬ ତାରିଖ (ରବିବାର ଓ ସୋମବାର) ଅନୁଷ୍ଠିତ ହେବ। ଏହି ଯାତ୍ରାକୁ କଦମ୍ବ ବଂଶୀୟ ମରକାମ ପରିବାରର ପାଳନ କମିଟି କର୍ମକର୍ତ୍ତା ଓ ସଦସ୍ୟମାନେ ସୁଚାରୁ ଭାବେ ଆୟୋଜନ କରୁଛନ୍ତି। ସିନାପାଲି, ଯୁଗେନପଦର ଓ ପଲସାପଡାର ଗାଦି ପୀଠଗୁଡ଼ିକରେ ବିଭିନ୍ନ ଦେବଦେବୀଙ୍କ ପୂଜାର୍ଚ୍ଚନା ପାରମ୍ପରିକ ରୀତିନୀତି ଅନୁଯାୟୀ ମହାସମାରୋହରେ ପାଳନ କରାଯିବ। ଏହି ଅବସରରେ ଭକ୍ତମାନଙ୍କର ବ୍ୟାପକ ଭିଡ଼ ହେବା ସହ ସମଗ୍ର ଅଞ୍ଚଳରେ ଧାର୍ମିକ ପରିବେଶ ଓ ଉତ୍ସାହ ଦେଖିବାକୁ ମିଳିବ।

Read More

ବାଲିଗୁଡା, ତା, ୦୫/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବନାଞ୍ଚଳ ଅଧୀନରେ ଥିବା ଚକାପାଦ ବ୍ଲକ୍ ବ୍ରାହ୍ମଣପାଦ ପଞ୍ଚାୟତ ରିଙ୍ଗିବାଡ଼ି ଗ୍ରାମ ନିକଟରେ ବନ ବିଭାଗ ଚଢ଼ଉ କରି ଏକ କଲରାପତରିଆ ବାଘଛାଲ ଜବତ କରିଛି। ବାଘ ଛାଲର ଲମ୍ବ ୧୬୮ ସେଣ୍ଟିମିଟର ହୋଇଥିବା ବେଳେ ଏହାକୁ ବିକ୍ରି କରିବା ଅଭିଯୋଗରେ ଅଭିଯୁକ୍ତ ପଙ୍କଜ କହଁର କୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ପଙ୍କଜ ଉକ୍ତ ବାଘ ଛାଲକୁ ବିକ୍ରି କରିବାକୁ ଆଣୁଥିବା ବେଳେ ଟିକାବାଲି ବନ କର୍ମଚାରୀ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରି ଏହାକୁ ଜବତ କରିଥିଲେ । ଏନେଇ ବନ୍ୟା ପ୍ରାଣୀ ସଂରକ୍ଷଣ ଆଇନ୍ ପ୍ରକାରେ ଏକ ମାମଲା ରୁଜୁ ହେବା ସହ ଏହି ଘଟଣା ରେ ଆଉ କିଏ କିଏ ସାମିଲ ଅଛନ୍ତି, ସେ ନେଇ ତଦନ୍ତ ଅବ୍ୟାହତ ଥିବା ବିଷୟ ବନାଞ୍ଚଳ ଅଧିକାରୀ…

Read More

ଫୁଲବାଣୀ,0୫/୦୪(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ରେ ପ୍ରାୟ କୋଟିଏ ଟଂକା ବ୍ୟୟରେ ଅତ୍ୟାଧୁନିକ ଶୈଳୀ ରେ ନିର୍ମିତ ହେଇଥିବା ନୁଆ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ସରି ଯାଇଥିଲେ ମଧ୍ୟ ଉଦ୍ଘାଟନ ହୋଇନି l ଫଳରେ ବସ ଷ୍ଟାଣ୍ଡ ଙ୍କୁ ଗାଡି ମୋଟର ପ୍ରବେଶ ନ କରି ବାହାରେ ରହୁଛି l ଶିଘ୍ର ଉଦ୍ଘାଟନ ହେଲେ ଯାତ୍ରୀ ଉପକୃତ ହୋଇପାରନ୍ତେ l ଏହାକୁ ପୋଲିସ ହଉସିଂ କର୍ପୋରେସନ ନିର୍ମାଣ କରିଛି l ତୁରନ୍ତ ଉଦ୍ଘାଟନ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି l

Read More

ଫୁଲବାଣୀ,୫/୦୪:(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା କୋଟଗଡ ଥାନା ପୋଲିସ ୩ଜଣ କୁଖ୍ୟାତ ଚୋର ଙ୍କୁ ଗିରଫ କରିଛି l ସେମାନଙ୍କ ନିକଟ ରୁ ୪ଟି ମଙ୍ଗଳ ସୂତ୍ର, ଗୋଟେ କାନ ଫୁଲ, ରୂପା ଚେନ, ବ୍ରେସ ଲେଟ, ରୂପା ମୁଦି ଆଦି ଜବତ କରିଛି l ଏଥି ସହ ଦୁଇଟି ମୋଟର ସାଇକେଲ, ନଗଦ ୨୫ହଜାର ୭୦୦ଟଂକା, ଓ ୩ଟି ମୋବାଇଲ୍ ଫୋନ ମଧ୍ଯ ଜବତ କରିଛି ପୋଲିସ l ଗିରଫ ୩ଜଣ ଚୋର ନବରଙ୍ଗ ପୁର ଜିଲ୍ଲାର ବୋଲି କୁହାଯାଉଛି l ଗତ ୨୩ରେ କୋଟଗଡ ଥାନା ରେଟl ବାଲି ଗ୍ରାମର ପବିତ୍ର ନାୟକ ଙ୍କ ଘରୁ ଚୋରୀ କରିଥିଲେ l ଘରେ କେହି ନଥିବା ସୁଯୋଗ ରେ ଚୋର ମାନେ ସୁନା ରୂପା ସହ ନଗଦ ଲକ୍ଷେ ଟଙ୍କା ଧରି ଚଂପଟ୍ଟ ମାରିଥିଲେ l ଏ ନେଇ ଅଭିଯୋଗ ହେବା ପରେ ବାଲିଗୁଡ଼ା ଏସ ଡି ପି ଓ ଶୁଭମ୍…

Read More

ବେଲଗୁଣ୍ଠା,୦୫/୦୪,(ଶିବରାମ ଚୌଧୁରୀ):କେନ୍ଦ୍ର ଶାସିତ ଅଞ୍ଚଳ ଦମନ, ବାପି ଏବଂ ଏହାର ଆଖପାଖରେ ରହୁଥିବା ପ୍ରବାସୀ ଓଡିଆ ଭାଇମାନଙ୍କ ଦ୍ଵାରା ଗଠିତ ଶ୍ରୀ ଜଗନ୍ନାଥ ସେବା ସମିତିର ସଦସ୍ୟମାନେ ସାମାଜିକ କାର୍ଯ୍ୟକ୍ରମର ସ୍ୱରୂପ ରବିବାର ଦିନ ଏକ ସାମୁହିକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ମୋତି ଦମନ ସ୍ଥିତ ସରକାରୀ ହସ୍ପିଟାଲ ରକ୍ତଦାନ କେନ୍ଦ୍ରରେ ଆୟୋଜିତ କରିଛନ୍ତି l ଏହି ରକ୍ତଦାନ ଶିବିରରେ ୨୧ ଜଣ ରକ୍ତଦାତା ଯୋଗ ଦେଇ ସ୍ଵେଚ୍ଛାକୃତ ରକ୍ତଦାନ କରିବା ସହ ଖୁସି ପ୍ରକଟ କରିଥିଲେ I ବହୁ ସଂଖ୍ୟା ରେ ସ୍ବେଛାସେବୀ ସଂଗଠନ ତରଫରୁ ପ୍ରତ୍ୟେକ ରକ୍ତଦାତାଙ୍କୁ ପୁଷ୍ପଗୁଚ୍ଛ,ଉପହାର ଏବଂ ପ୍ରଶଂସାପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା I ଏହିପରି ସାମାଜିକ କାର୍ଯ୍ୟକ୍ରମ ଆଗାମୀ ଦିନରେ ଜାରି ରହିବ ବୋଲି ସଂଗଠନ ର ସଦସ୍ୟ ମାନେ ପ୍ରକାଶ କରିଥିଲେ l ଜଗନ୍ନାଥ ସଂସ୍କୃତି ସହିତ ମାନବ ସେବା ହିଁ ମାଧବ ସେବା ଧର୍ମର ପ୍ରଚାର, ପ୍ରସାର ଏବଂ…

Read More

ବାଲିଗୁଡା,୦୫/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୭ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ଏପ୍ରିଲ ୫ ତାରିଖ ରବିବାର ଦିନ ବିପୁଳ ଉତ୍ସାହ ଉଦ୍ଦୀପନାର ସହ ଆୟୋଜନ ହୋଇ ଶାନ୍ତି ଶୃଙ୍ଖଳା ଭାବେ ଉଦଯାପିତ ହୋଇଯାଇଛି। ତେର ଶମ୍ଭୁ ଦଣ୍ଡଯାତ୍ରାର ଏହି ମହାମିଳନକୁ ଦେଖିବା ଲାଗି ବାଲିଗୁଡା ସମେତ ଆଖପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା l ଏହି ଅବସରରେ ଏଥିରେ ବାଲିଗୁଡ଼ା, ଦଣ୍ଡପଦର, ବାଟାଗୁଡ଼ା, ବାରଖମା, କତେରୀଭଟ୍ଟା, ସିଟୁପଡ଼ି, ଡାକା, ରୁତୁଙ୍ଗିଆ, ବାଲିଗାଡ଼ା, ବେନାରବାହାଲ , ମଳିକ ଗାଁ (ଲାଇନ୍‌ପଡ଼ା), ଘୋଡ଼ାପଥର (ଖଜୁରୀପଡ଼ା), ଗ୍ରୀନ୍‌ବାଡ଼ି (ଦାରିଙ୍ଗବାଡ଼ି) ଅଞ୍ଚଳ ର ଦଣ୍ଡଥଳ ଯୋଗ ଦେଇ ନିଜ ନିଜର ନାଚ ପରିବେଷଣ କରିଥିଲେ l ରବିବାର ଦିନ ସକାଳେ ମା’ ପାଟ୍ଟଖଣ୍ଡା ମନ୍ଦିରରେ ୧୩ ଦଣ୍ଡ ଥଳଙ୍କୁ ରୀତିନୀତି ଅନୁଯାୟୀ ପୂଜାର୍ଚନା କରି ବରଣ କରାଯାଇ ଥିଲା…

Read More

ବ୍ରହ୍ମପୁର,୫/୪:(ହିମାଂଶୁ ଶେଖର ସାବତ): ଓଡ଼ିଆ ପକ୍ଷ ଅବସରରେ ଏକ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ମାନ୍ୟବର ବିଧାୟକଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି। ଏହି ଗଣଦୌଡ ମହାତ୍ମା ଗାନ୍ଧୀ ଷ୍ଟାଡିୟମ୍ ଠାରୁ ଆରମ୍ଭ ହୋଇ ଖଲ୍ଲିକୋଟ କଲେଜ ପର୍ଯ୍ୟନ୍ତ ଯାଇ ପୁନର୍ବାର ଷ୍ଟାଡିୟମ୍‌କୁ ଫେରିଥିଲା।ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ, ବ୍ରହ୍ମପୁର ; ମେୟର, ଡେପୁଟି ମେୟର ବ୍ରହ୍ମପୁର ମହାନଗର ନିଗମ; କମିଶନର; ମହାନଗର ନିଗମ ବ୍ରହ୍ମପୁର, ଉପ ଜିଲ୍ଲାପାଳ, ବ୍ରହ୍ମପୁର ଓ ଜିଲ୍ଲା କ୍ରୀଡା ଅଧିକାରୀ, ଗଞ୍ଜାମ ଯୋଗଦେଇଥିଲେ।ଏହି ଗଣଦୌଡରେ ପ୍ରାୟ ୫୦୦ରୁ ଅଧିକ ବୁଦ୍ଧିଜୀବୀ, ମହିଳା, ଯୁବକ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଆଜିର ଏହି ଗଣ ଦୌଡ଼ ଅତ୍ୟନ୍ତ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହିତ ସମାପନ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଅଶେଷ ଧନ୍ୟବାଦ ଦିଆଯାଇ ଅଂଶଗ୍ରହଣକାରୀ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

Read More

ପୋଲସରା,୫/୪:(ଶିବ ପ୍ରସାଦ ସାହୁ):ପୋଲସରା ବ୍ଲକ କଳମ୍ବ ଗ୍ରାମରେ ରବିବାର ପଞ୍ଚୁଦଣ୍ଡ ମହାମିଳନ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପଞ୍ଚୁଦଣ୍ଡ ଯାତ୍ରା ଦେଖିବାକୁ ହଜାର ହଜାର ଦର୍ଶକ ଙ୍କ ସମାଗମ ହୋଇଥିଲା। ଏହି ଯାତ୍ରାରେ ରୂଖାକଣା, ମରେଈପଲ୍ଲୀ, ହାତୀଓଟ, ରାଣୀପଡ଼ା ଓ ମାଳ ତେନ୍ତୁଳିଆ ପ୍ରମୁଖ ୫ଟି ଦଣ୍ଡାଦଳ ଅଂଶଗ୍ରହଣ କରିଥିଲେ। ପଞ୍ଚୁଦଣ୍ଡମହାମିଳନ ଦେଖିବା ପାଇଁ ବିଭିନ୍ନ ଅଞ୍ଚଳ ରୁ ହଜାର ହଜାର ଦର୍ଶକ ଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ଗ୍ରାମବାସୀଙ୍କ ସହଯୋଗ ସାଙ୍ଗକୁ ଯୁବଗୋଷ୍ଠୀ ଙ୍କ ସହଯୋଗ ବେଶ ମହତ୍ୱପୂର୍ଣ ଥିଲା। ଉକ୍ତ ପଞ୍ଚୁଦଣ୍ଡ ମିଳନ କାର୍ଯ୍ୟକ୍ରମ ରେ ଅତିଥିଭାବେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ପୂର୍ବତନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ, ସମାଜସେବୀ ପ୍ରଭାକର ପଣ୍ଡା, ଜଗନ୍ନାଥ ବାଢେଇ ସମେତ ସହଯୋଗୀ ଯୋଗଦେଇଥିଲେ

Read More