Author: Janabani News

ବୋଲଗଡ଼,୨୬/୦୪(ସୁଶାନ୍ତ କୁମାର ପ୍ରଧାନ) :ପ୍ରବଳ ଖରାତାତି ବଢୁଥିବା ବେଳେ ଖରାତାତି ରୁ ରକ୍ଷା ପାଇବା ପାଇଁ ମନ ଚାହିଁଥାଏ ଥଣ୍ଡା ଯାତୀୟ ପାନୀୟ ବ୍ୟବହାର କରିବା ପାଇଁ କିନ୍ତୁ ଏହାର ଫାଇଦା ଉଠାଇବା ପାଇଁ ପ୍ରତ୍ୟେକ ଗ୍ରାମାଞ୍ଚଳର ଛୋଟ ଦୋକାନରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ନକଲି ଥଣ୍ଡା ପାନୀୟ,ସୋଢା,ପାଣି ପାଉଚର ଅପମିଶ୍ରିତ ସାମଗ୍ରୀର ଚାହିଦାସହ ବିକ୍ରୀ ମଧ୍ୟ ବଢୁଛି ଯାହା ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରୁଛି। ବିନା ଲାଇସେନ୍ସରେ ଏକାଧିକ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀ ଲୋଗୋରେ ନକଲି ସୋଢା ଯାତୀୟ ଥଣ୍ଡା ସାଙ୍ଗକୁ ନକଲି ପାଣିପାଉଚ ଓ ପାଣିବୋତଲ ବେଧଡ଼କ ଭାବେ ବିକ୍ରି ଚାଲିଛି। ଏମାନଙ୍କ ଉପରେ ଜିଲ୍ଲା ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗର ଅଙ୍କୁଶ ନଥିବା ହେତୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲା ଖାଦ୍ୟ ନିରାପତ୍ତା ଓ ଜନସ୍ୱାସ୍ଥ୍ୟ ବିଭାଗର ସ୍ଥାଣୁ ପାଲଟିଥିବା ଅଭିଯୋଗ ହୋଇଛି।ଏହି ନିମ୍ନମାନର ଥଣ୍ଡା ଓ ପାଉଚ,ବଟଲରେ ପାନୀୟ…

Read More

ବାଲିଗୁଡା,୨୫/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ର କୋଟଗଡ ବନାଞ୍ଚଳରୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ରେ ୩ ରଥ ନିର୍ମାଣ ପାଇଁ ରଥକାଠ କୁ ଶନିବାର ପୁରୀ ପଠାଗଲା | ୪୦ ଫୁଟ ଲମ୍ବ ୩ ଫୁଟ ଗୋଲେଇ ୨୩ଗୋଟି ଢ଼ଉ ଗଣ୍ଡିକାଠ ଯାହାର ପରିମାଣ ୬୦୦ସିପ୍ଟ | ବନବିଭାଗ ର ପୂର୍ବ ପ୍ରସ୍ତୁତି ଅନୁଯାଇ ଆଜି ଏହି କାଠ ବୋଝେଇ ଟ୍ରକ ଟିକୁ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ବାଲିଗୁଡ଼ା ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ପୂଜାର୍ଚନା ସହ କାଠଯାନ କୁ ସ୍ୱାଗତ ସମ୍ବର୍ଦ୍ଧନା ପୂର୍ବକ ପତାକା ଦେଖାଇ ଛଡା ଯାଇଛି।| ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ର ମଧୁସୂଦନ ଦାସ, ଭଗବାନ ପଣ୍ଡା, ଉପଜିଲ୍ଲାପାଳ ପ୍ରଣୀତା ଦାସ, ଏସଡିପିଓ ଶୁଭମ ଭୋସଲେ ପ୍ରମୂଖ ଉପସ୍ଥିତ ରହି ଥିବା ବେଳେ ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ସମସ୍ତ ଅୟୋଜନ କରାଯାଇ ଥିବା ବେଳେ ଡିଏଫଓ ଘନ ଶ୍ୟାମ ମହାନ୍ତ, ରେଞ୍ଜର…

Read More

ଚିକିଟି,୨୫/୦୪:(ନିଗମାନନ୍ଦ ପଣ୍ଡା):ଗଞ୍ଜାମ ଜିଲ୍ଲାରେ ପ୍ରଥମ ବିଦ୍ୟାଳୟ ତଥା ଚିକିଟି ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଗୋବିନ୍ଦ ନଗର ଠାରେ ଚଳିତ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଦୁଇ ହଳ ମାଗଣା ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମଗ୍ର ଶିକ୍ଷା ଅନୁକୁଲ୍ୟରେ ଏବଂ ଗଞ୍ଜମ ଜିଲ୍ଲା ଶିକ୍ଷାଧିକାରୀ ଆଜୟ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭାବେ ଚିକିଟି ଗୋଷ୍ଠୀ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ ଯୋଗଦେଇ ପିଲାମାନଙ୍କୁ ବିଭାଗ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ପ୍ରୋତ୍ସାହନ ଗୁଡ଼ିକ ଉପରେ ଆଲୋକପାତ କରିଥିଲେ ଓ ବିଦ୍ୟାଳୟରେ ନିୟମିତ ଉପସ୍ଥାନ ଉପରେ ପରାମର୍ଶ ଦେଇଥିଲେ। ପ୍ରଧାନଶିକ୍ଷୟିତ୍ରୀ ବନିତା ବିଷୋୟୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ, ଏସଏମସି ସଭାପତି ମନୋରଞ୍ଜନ ସାହୁ ଓ ସିଆରସିସି ସୁଶାନ୍ତ କୁମାର ପ୍ରଧାନ ଯୋଗଦେଇ ମୋଟ ୧୧୮ ଜଣ ଛାତ୍ରଛାତ୍ରୀଙ୍କୁ ଦୁଇହଳ ପୋଷାକ…

Read More

ପୁରୁଷୋତ୍ତମପୁର,୨୫/୪:(ଶୁଭଙ୍କରୀ ଦାସ):ପୁରୁଷୋତ୍ତମପୁର ବ୍ଳକକବିସୂର୍ଯ୍ୟ ନଗର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେପି ତରଫରୁ ମହିଳା ମାନଙ୍କୁ ନେଇ ଜନ ଆକ୍ରୋଶ ମହିଳା ସମାବେଶ ଭୁତ ସରସିଙ୍ଗି ସରପଞ୍ଚ ମନୋଜ ଦାଶଙ୍କ ସଂଯୋଜନା ରେ ଆରମ୍ଭ କରାଯାଇଛି | ଏହି କାର୍ଯ୍ୟକ୍ରମ ରେମୁଖ୍ୟ ଅତିଥି ଭାବେ ଆସ୍କା ସାଂସଦ ଅନୀତା ଶୁଭଦର୍ଶିନୀ }ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେପି ଘୁମୁସର ସଭାପତି ବିଜୟ କୁମାର ସ୍ୱାଇଁ, କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ କୁମାର ନାୟକ ଖଲ୍ଲିକୋଟ ବିଜେପି ବିଧୟିକା ପାର୍ଥି ହୋଇଥିବା ଭାରତୀ ବେହେରା ଙ୍କ ସହିତ ଜିଲ୍ଲାର ବହୁ ବିଜେପି ମହିଳାନେତ୍ରୀ ଓ କର୍ମକର୍ତ୍ତା ମଞ୍ଚାସିନ ହୋଈ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରି ଏହିଜନ ଆକ୍ରୋଶ ମହିଳା ସମାବେଶ କୁଆରମ୍ଭ କରିଥିଲେ | ଏହି ବୈଠକର ମୁଖ୍ୟ ଉଦେଶ୍ୟ ଥିଲା ମହିଳା ଶକ୍ତି ବନ୍ଦ ବିଲ ସମର୍ଥନ ଏବଂ ବିରୋଧୀ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟ ବିରୋଧରେ ମହିଳାମାନ ଙ୍କ ସ୍ୱର ଉତ୍ତୋଳନ…

Read More

ଫୁଲବାଣୀ:୨୫/୦୪(ସୁନୀଲ ପଟନାୟକ):ଚଳିତ ବର୍ଷ ଫୁଲବାଣୀ ସହର ରୁ ୫ଜଣ ହଜ ଯାତ୍ରl କରିଛନ୍ତି l ସେମାନେ ହେଲେ ମହମ୍ମଦ ଇଦିରିଶ ଓ ତାଂକ ପତ୍ନୀ, ସେଖ ଆବାସ ଓ ତାଙ୍କ ପତ୍ନୀ ଓ ପୁଅ ବୋଲି ଜଣା ପଡିଛି l ସେମାନେ ଯେପରି ସୂରୁଖୁରୁ ରେ ଯାଇ ତୀର୍ଥ କରି ଫେରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା ହୋଇଛି l ସମସ୍ତ ଯାତ୍ରୀ ଙ୍କୁ ସଙ୍ଗଠନ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରଯାଇଛି l

Read More

ଫୁଲବାଣୀ:୨୫/୦୪,(ସୁନୀଲ ପଟ୍ଟନାୟକ):ଏବେ କେନ୍ଦୁପତ୍ର ରୁତୁ l ଜିଲାର ୪୦/୫୦ହଜାର ମହିଳା କେନ୍ଦୁପତ୍ର ତୋଳୁ ଛନ୍ତି l ଫୁଲବାଣୀ କେନ୍ଦୁପତ୍ର ଡ଼ିଭିଜନ ଅନ୍ତର୍ଗତ ଭଞ୍ଜନଗର ଦଶପଲ୍ଲା, ସମେତ ୭ଟି ରେଞ୍ଜ ରହିଛି l ସେହିପରି ଡ଼ିଭିଜନ ରେ ମୁନସୀ, ଚପରlସି, ଚେକର, ବୁସ କଟର, ହେଡ ଚେକରମିଶି ୨୦ହଜାର ଅସ୍ଥାୟୀ କର୍ମଚାରୀ କାମ କରୁଛନ୍ତି l ୩୯୧ ଫଡ଼ି ରେ ସଂଗୃହିତ କେନ୍ଦୁପତ୍ର ସୁରକ୍ଷିତ ଭାବେ ରଖାଯାଊଛି l ତେବେ ସରକାରଚଳିତ ବର୍ଷ କେନ୍ଦୁ ପତ୍ର ଦର ବଢ଼ାଇନlହlନ୍ତି, କି ବୋନସ ନା ବର୍ଦ୍ଧିତ ଦରମା। ଆଶର୍ଯ୍ୟ ର ବିଷୟ ଯେ ପତ୍ର ଦାମ୍ ବୃଦ୍ଧି କରା ନ ଯାଇ ପତ୍ର କ୍ରୟ କରାଯାଉଛି। ବୋନସ ଘୋଷଣା ନ କରାଯାଇ ତୋଳାଳୀ ଓ କର୍ମଚାରୀ ଙ୍କ ପ୍ରତି ଅନ୍ୟାୟ କରାଯାଉଛି। ରାଜ୍ୟର କେତେକ ସ୍ଥାନ ରେ ସରକାରୀ ଫଡି ରେ ପତ୍ର ଦେଉ ନାହାନ୍ତି, ଆଉ ସରକାରୀ ଫଡ଼ି ପାଖରେ ଅନେକ ବେସରକାରୀ…

Read More

ଫୁଲବାଣୀ,୨୪/୦୪(ସୁନୀଲ ପଟ୍ଟନାୟକ):ମହିଳା ମାନଙ୍କୁ ବିଜେପି କେବେ ସମ୍ମାନ ଦେଇନି ଏହି ସଭାରେ ପ୍ରଦେଶ କଂଗ୍ରେସ ର ପର୍ଯ୍ୟବେକ୍ଷକ ତଥା ଆଇନ ଜୀବି ନବ କୁମାର ମିଶ୍ର ସମ୍ଭିଧାନର ମହିଳା ସରଂ କ୍ଷଣ ଆଇନ ୨୦୨୩ ସମ୍ପର୍କରେ ସୂଚନା ଦେଇଥିଲେ! ଆର୍ଟିକାଲ ୩୩0,୩୩୨ଓ ୩୩୪ ସମ୍ପର୍କରେ ଆଲୋଚନା କରିଥିଲେ! ବିଜେପି ଦକ୍ଷିଣାଞ୍ଚଳ ରେ ଭୋଟ ପାଉ ନାହିଁ! ସେଥି ପାଇଁ ବିଜେପି ର ଉତ୍ତରାଞ୍ଚଳ ରେ ବିଶାଳ ଭୋଟ ବ୍ୟାଙ୍କ ଥିବାରୁ ମହିଳା ସରଂ କ୍ଷଣ ନାମରେ ସେସବୁ ଅଂଚଳରେ ସୀମା ନିର୍ଦ୍ଧାରଣ କରି ସିଟ ସଂଖ୍ୟା ବୃଦ୍ଧି କରିବାକୁ ଉଦ୍ୟମ କରୁଥିଲା! ଯାହାକି ୧୧/୪ ୨୦୨୬ ରେ ବିଲ ଆଗତ କରିଥିଲା ସରକାର ଏବଂ ସେହି ବିଲ କୁ ବିରୋଧୀ ଦଳ ଡିଫିଟ କଲେ! କଂଗ୍ରେସ ଦଳ ୫୪୩ ରୂ ସରଂକ୍ଷଣ ମହିଳା ଙ୍କୁ ପ୍ରଦାନ କରିବାକୁ ଦାବୀ କରୁଛି! କଂଗ୍ରେସ କୁ ବିଜେପି ଅଯଥା ବଦନାମ କରୁଛି! ବିଜେପିର ମୁଖା…

Read More

ଫୁଲବାଣୀ:୨୫/୦୪(ସୁନୀଲ ପଟ୍ଟନାୟକ): ସରକାର ଗମନାଗମନ ଉପରେ ଯଥେଷ୍ଟ ଗୁରୁତ୍ବ ଦେଉଥିବା ବେଳେ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ନୁଆ ପଦର ପଂଚାୟତ ର ଲଇଯୋଡ଼ି ଗ୍ରାମକୁ ରାସ୍ତା ନାହିଁ l ସ୍ବାଧୀନତାର ୭୯ବର୍ଷ ପରେ ବି ଗ୍ରାମ କୁ ରାସ୍ତା ନାହିଁ l ଗାଁ ନିକଟ ରେ ଥିବା ଦାମା ଯୋଡ଼ି ନଦୀ ଉପରେ ପୋଲ ନିର୍ମାଣ କରାଯାଉନଥିବା ରୁ ଗମନl ଗମନ ବାଧାପ୍ରାପ୍ତ ହୋଇଛି l ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଶୁଣୁନି l ଗାଁ କୁ ଯିବାକୁ ମାଟି ରାସ୍ତା ଟିଏ ରହିଛି ଯାହା କି ବର୍ଷା ହେଲେ ଯିବା ଆସିବା ସମ୍ଭବ ହେଉନି l ସ୍ଥାୟୀ ପକ୍କା ରାସ୍ତା ଓ ପୋଲ ନିର୍ମାଣ ପାଇଁ ଗ୍ରାମ ବାସୀ ଦୀର୍ଘ ଦିନ ଧରି ଦାବୀ କରି ଆସୁଛନ୍ତି l ପ୍ରଶାସନ ନ ଶୁଣିବା ପରେ ଗ୍ରାମବାସୀ ବିଦ୍ୟୁତ୍ ପୋଲ ଯୋଗାଡ କରି ନଦୀ ଉପରେ ପକାଇ ପାଦରେ ଚାଲି ଚାଲି…

Read More

ଫୁଲବାଣୀ,୨୫/୦୪:(ସୁନୀଲ ପଟ୍ଟନାୟକ): ଦଳୀୟ ଶୃଙ୍ଖଳା ଭଙ୍ଗ କରିବା, ଦଳ ବିରୋଧୀ କାର୍ଯ୍ୟ, ସୋସିଆଲ ମିଡିଆରେ ଦଳ ବିରୋଧୀ ମନ୍ତବ୍ୟ ଦେବା, ଦଳ ପ୍ରତି ଆନୁଗତ୍ୟ ନ ରହିବା, ନିକଟ ରେ ଗଠିତ ଏକ ନୂତନ ଦଳରେ ଯୋଗ ଦେଇ ଅନ୍ୟ କୁ ପ୍ରବର୍ତ୍ତାଇବା ଆଦି ବିଭିନ୍ନ ଦୃଷ୍ଟାନ୍ତ ମୁଳକ ଅଭିଯୋଗ ଆସିବା ପରେ ଜିଲ୍ଲା କଂଗ୍ରେସ୍ ସଭାପତି ତଥା ବରିଷ୍ଠ ଆଇନଜୀବି ଚଂଦ୍ର ଶେଖର ପରିଡ଼ା ଜିଲ୍ଲାର ଦାରିଂବାଡ଼ି ଓ ରାଇକିଆ ବ୍ଲକ୍ ଅଂଚଳ ର ୧୭ଜଣ କଂଗ୍ରେସ କର୍ମୀ ଓ ନେତା ଙ୍କୁ ଦଳରୁ୬ବର୍ଷ ପାଇଁ ନିଲମ୍ବିତ କରିଛନ୍ତି l ଜିଲ୍ଲା ସଭାପତି ପରିଡ଼ା ରାଜ୍ୟ କଂଗ୍ରେସ୍ ସଭାପତି ଭକ୍ତ ଚରଣ ଦାସ ଙ୍କ ସହ ଏ ନେଇ ଆଲୋଚନା କରିବା ପରେ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ନେଇ ସାମ୍ବାଦିକ ଙ୍କୁ ସୁଚନା ଦେଇଛନ୍ତି l ଦଳରୁ ନିଲମ୍ବିତ ହୋଇଥିବା ସଦସ୍ୟ ମାନେ ହେଲେ ଦାରିଂବାଡ଼ିର ପ୍ରଭଞ୍ଜନ…

Read More

ବୋଲଗଡ଼,୨୫/୦୪(ସୁଶାନ୍ତ କୁମାର ପ୍ରଧାନ): ଖୋର୍ଦ୍ଧା ସମେତ ବିଭିନ୍ନ ସ୍ଥାନରେ ଅପମିଶ୍ରିତ ଖାଦ୍ୟର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି ଯାହା କି ଖାଦ୍ୟର ମାନ ଯାଞ୍ଚ ନହେବା ଏକ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଛି। ପ୍ରଶାସନିକ ଉଦାସୀନତା ଚଢାଉର ଅଭାବ ଯୋଗୁ ଅସ୍ୱାସ୍ଥ୍ୟ କର ଖାଦ୍ୟ ଖାଉଟିଙ୍କ ସହ ଖେଳା ଯାଉଛି। ଏପରିକି ବୋଲଗଡ଼ ବ୍ଲକ ଅଞ୍ଚଳ ରେ ଏବେ ଅପମିଶ୍ରିତ ତଥା ନକଲି ଖାଦ୍ୟର ବିକ୍ରି ବିପୁଳ ଭାବେ ବଢିଚାଲିଛି। ଏ ନେଇ ବିଭିନ୍ନ ସମୟରେ ଖାଉଟିଙ୍କ ପକ୍ଷରୁ ଅସନ୍ତୁଷ୍ଟ ଦେଖାଯାଇଲେ ମଧ୍ୟ ଖାଦ୍ୟ ନିରାପତ୍ତା ଅଧିକାରୀ ଖିଲାପକାରିଙ୍କ ବିରୋଧରେ ନୀରବଦ୍ରଷ୍ଟା ସାଜିଛନ୍ତି। ସୁଚନା ମୁତାବକ ବୋଲଗଡ଼ ବ୍ଲକ ଅଞ୍ଚଳ ରେ ଗଢି ଉଠିଥିବା ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକରେ ରାସନ ସାମଗ୍ରୀ, କ୍ଷୀର, ଦହି, ଛେନା, ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଫାଷ୍ଟଫୁଡ ବିକ୍ରି ଏବଂ ମିଠା ଆଦି ଦୈନଦିନ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଅପମିଶ୍ରଣ କରି ଖୋଲା ଖୋଲି ଭାବେ…

Read More

ପୁରୁଷୋତ୍ତମପୁର,୨୪/୪:(ଶୁଭଙ୍କରୀ ଦାସ): ପୁରୁଷୋତ୍ତମପୁର ବ୍ଲକ ପରିସରରେ ଆଜି ଜାତୀୟ ପଞ୍ଚାୟତି ରାଜ ଦିବସ ୨୦୨୬ ଅତି ଧୁମଧାମରେ ପାଳିତ ହୋଇଯାଇଛି। ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ପାତ୍ର ସଂଯୋଜନା ରେ ଏବଂବ୍ଲକ ଅଧକ୍ଷା ପିଙ୍କି ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଈ ଯାଇଛି |ଅନ୍ୟ ସମ୍ମାନିତ ଅତିଥି ମାନଙ୍କମଧ୍ୟରେଅତିରିକ୍ତ ବିଡ଼ିଓ ଜ୍ୟୋତିର୍ମୟୀ ନାୟକ, 36ନଂ ଜିଲ୍ଲା ପରିଷଦ ସଦସ୍ୟ ଭଜମନବେହେରା, 37ନଂ ଜିଲ୍ଲାପରିଷଦ ସଦସ୍ୟ ରଞ୍ଜିତ କୁମାର ବେହେରା ଏବଂ ଖଲ୍ଲିକୋଟ ବିଧାୟକ ପ୍ରତିନିଧି କୋରାନଥ ସ୍ୱାଇଁଯୋଗଦେଇ ପ୍ରଦିପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମଞ୍ଚାସିନ ଅତିଥି ମାନଙ୍କୁ ଏମ୍ବିକେ ମହିଳା ମାନେ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଈ ସ୍ୱାଗତ କରିଥିଲେ | ଏହାସହ ଉପସ୍ଥିତ ସରପଞ୍ଚ, ସମିତି ସଭ୍ୟ, ସାମ୍ବାଦିକ ଙ୍କୁ ଉପଢୌକନ ଦେଈ ସ୍ୱାଗତ କରିଥିଲେ | ଏହି ଅବସର ରେ ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ଦିବସ ର କାର୍ଯ୍ୟ କାରିତା…

Read More

୧୬୦୦ରୁ ଅଧିକ ହିତାଧିକାରୀ ଉପକୃତ ବେଲଗୁଣ୍ଠା,୨୪/୪:(ଶିବରାମ ଚୌଧୁରୀ):ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ପ୍ରଶାସନ ତରଫରୁ ଏକ ଭବ୍ୟ ସରକାରୀ ସହାୟତା ପ୍ରଦାନ ସମାରୋହ ସ୍ଥାନୀୟ ନୋଡାଲ ଜି.ଟି.ହାଇସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ହିତାଧିକାରୀ ସାମିଲ ହୋଇଥିଲେ।ଏହି ସମାରୋହରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଙ୍ଗାପୁରମ ହରି ଅଧ୍ୟକ୍ଷତା କରିଥିଲେ।ସୋରଡା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ମମତା ଭୋଳ ,ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ,ତହସିଲଦାର କଳାକୃଷ୍ଣ ପ୍ରଧାନ,ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ ଏବଂ ଅତିରିକ୍ତ ବିଡ଼ିଓ ସନ୍ତୋଷ କୁମାର ମନ୍ତ୍ରୀ ଉପସ୍ଥିତ ରହି ହିତାଧିକାରୀଙ୍କୁ ଉତ୍ସାହିତ କରିବା ସହ ସହାୟତା ବଣ୍ଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ସରକାରଙ୍କ ତିନୋଟି ପ୍ରମୁଖ ଯୋଜନା ଅଧୀନରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ…

Read More