Author: Janabani News

ଚିକିଟୀ,୨୩/୪:(ନିଗମାନନ୍ଦ ପଣ୍ଡା ):ରାଜନୈତିକ ଚାପରେ ହିତାଧିକାରୀ ଚୟନ , ପଲ୍ଲୀସଭା ଗ୍ରାମସଭା ରେ ସ୍ଥିରୀକୃତ ଚିଠା କୁ ବାଦଦେଇ ବିକଶିତ ଗ୍ରାମ ବିକଶିତ ଓଡିଶା ଯୋଜନାରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି, ଅନ୍ତୋର୍ଦୟ ଯୋଜନାରେ ଅଣ ହିତାଧିକାରୀ ମାନଙ୍କୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ, ଦୁଇବର୍ଷ ହେଲା ବକେୟା ବିଲ ପ୍ରଦାନ ଭଳି ସଙ୍ଗୀନ ଏଗାର ଦଫା ଦାବୀ ରଖି ଚିକିଟି ବ୍ଲକ ସରପଞ୍ଚ ସମିତି ମାନଙ୍କ ଅନଶନ ଚତୁର୍ଥ ଦିନ ଅତିକ୍ରମ କରିଛି। ଦୀର୍ଘ ଚାରଦିନ ପରେ ଆଜି ଗଞ୍ଜାମ ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ କ୍ରମେ ବ୍ରହ୍ମପୁର ଉପ ଜିଲ୍ଲାପାଳ ଅବିନାଶ କୁମାର ଚିକିଟି ବ୍ଲକ ପହଞ୍ଚି ଅନଶନରତ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଅନଶନ ପ୍ରତ୍ୟାହାର କରି ଆଲୋଚନା ମଞ୍ଚକୁ ଆସିବାକୁ ପ୍ରବର୍ତ୍ତାଇ ଥିଲେ। ନିର୍ବାଚିତ ପ୍ରତିନିଧିମାନେ ଉପ ଜିଲ୍ଲାପାଳ ମହୋଦୟଙ୍କୁ ନିଜ ସାମ୍ବିଧାନିକ ଅଧିକାର ପ୍ରଦାନ କରିବାକୁ ଅନୁରୋଧ କରି ଅନଶନ ପ୍ରତ୍ୟାହାରକୁ ରୋକଠୋକ ମନା କରିଦେଇଥିଲେ। ବ୍ରହ୍ମପୁର ଲୋକସଭା…

Read More

ନୂଆପଡ଼ା,୨୨/୪(ପରମେଶ୍ୱର ମେହେର): ସିନାପାଲି ବ୍ଲକ ଅନ୍ତର୍ଗତ ଭରୁଆମୁଣ୍ଡା ଗାଁରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଆଜି ଗ୍ରାମବାସୀଙ୍କ ଆଶାକୁ ଭଙ୍ଗିଦେଇଥିବା ଏକ କଷ୍ଟଦାୟକ ଚିତ୍ର ପ୍ରଦର୍ଶନ କରୁଛି। ସରକାରଙ୍କ ପକ୍ଷରୁ ଗ୍ରାମୀଣ ଅଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ଏହି କେନ୍ଦ୍ର ଖୋଲାଯାଇଥିଲେ ମଧ୍ୟ, ବର୍ତ୍ତମାନ ଏହା କେବଳ ନାମମାତ୍ରରେ ସୀମିତ ରହିଯାଇଛି।ସ୍ଥାନୀୟ ଲୋକମାନଙ୍କ କଥା ଅନୁସାରେ, ଏହି ଆରୋଗ୍ୟ ମନ୍ଦିରରେ ନିୟମିତ ଭାବରେ ଡାକ୍ତର ଉପସ୍ଥିତ ରହୁନାହାନ୍ତି। ଅନେକ ସମୟରେ ଡାକ୍ତରଙ୍କ ଅନୁପସ୍ଥିତିରେ ରୋଗୀମାନେ ଅସହାୟ ଅବସ୍ଥାରେ ଫେରିଯାଉଛନ୍ତି। ଜ୍ୱର, ଥଣ୍ଡା, ପେଟ ଯନ୍ତ୍ରଣା ଭଳି ସାଧାରଣ ରୋଗ ପାଇଁ ମଧ୍ୟ ଲୋକମାନେ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି। ଜରୁରୀ ସ୍ଥିତିରେ ରୋଗୀମାନେ ଦୂରସ୍ଥ ହସ୍ପିଟାଲକୁ ଯିବାକୁ ବାଧ୍ୟ ହେଉଥିବାରୁ ସମୟ ଓ ଧନ ଦୁହିଁର ଅପଚୟ ହେଉଛି।ଏହା ସହିତ ସମ୍ପର୍କିତ CHC (Community Health Centre)ରେ ଚାଲୁଥିବା ଶୁଶାନ୍ତ ପୁଷ୍ଟି କାର୍ଯ୍ୟକ୍ରମ ମଧ୍ୟ ଗୁରୁତର ଅବହେଳାର ସମ୍ମୁଖୀନ…

Read More

ନୂଆପଡ଼ା,ସିନାପାଲି,୨୩/୦୪:(ପରମେଶ୍ୱର ମେହେର):ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ବିରାଟ କଳସ ଶୋଭାଯାତ୍ରା ମାଧ୍ଯମରେ ନବନିର୍ମିତ ଭବ୍ଯ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଗୁରୁବାର ଆରମ୍ଭ ହୋଇଛି l ଏହି ଉପଲକ୍ଷେ ଆଜି ଅପରାହ୍ନରେ ଅନୁଷ୍ଠିତ କଳସ ଶୋଭାଯାତ୍ରାରେ ପ୍ରାୟ ପାଞ୍ଚ ଶହ ମହିଳା ସ୍ଥାନୀୟ ଉଦନ୍ତୀ ନଦୀରୁ ଅଭିମନ୍ତ୍ରିତ୍ତ ପୂର୍ଣ୍ଣ କଳସ ଧାରଣ କରି ନଗର ପରିକ୍ରମା ପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ l କଳସ ଶୋଭାଯାତ୍ରାରେ ବିଭିନ୍ନ ସ୍ଥାନରୁ ଆସିଥିବା ଘଣ୍ଟ, ସଂକିର୍ତ୍ତନ, ଘୁମୁରା, ରାମକାଠି ଆଦି ପାରମ୍ପରିକ ସାଂସ୍କୃତିକ ଦଳ ମୁଖ୍ୟ ଆକର୍ଷଣ ଥିଲା ା ମନ୍ଦିର ପ୍ରତିଷ୍ଠା ଅବସରରେ ଘୃତଯଜ୍ଞ, ଜ୍ଞାନଯଜ୍ଞ, ଅନ୍ନଯଜ୍ଞ ଆଦି ସହ ନୂତନ ମନ୍ଦିରର ଗର୍ଭାଧାନ, ରୁଦ୍ରାଭିଷେକ, ଷୋଡଶଉପଚାର, ଚଣ୍ଡୀପାଠ, ସୂର୍ଯ୍ୟପୂଜା, ବିଗ୍ରହଙ୍କ ନଗର ପରିକ୍ରମା, ଧ୍ବଜାରୋହଣ ଆଦି ଧାର୍ମିକ କାର୍ଯ୍ୟକ୍ରମ ଆସନ୍ତା ସୋମବାର ଯାଏଁ ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି l ମନ୍ଦିର ପ୍ରତିଷ୍ଠା ଉତ୍ସବ ପରିଚାଳନା…

Read More

ପୁରୁଷୋତ୍ତମପୁର,୨୩/୪: (ଶୁଭଙ୍କରୀ ଦାଶ):ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପିଞ୍ଚୁଲି ନିକଟରେ ଶିଖରପୁର ଗ୍ରାମରୁ ତିନିଜଣ ଗୋଟିଏ ବାଇକରେ ତାରାତାରିଣୀ ପଟକୁ ଆସିଲା ବେଳେ ପିଞ୍ଚୁଲି ନିକଟରେ ଅପରାହ୍ନ ଦୁଇଟା ବେଳେ ଦୃଘଟଣା ହୋଇଥିଲା ବାଇକ ରେ ବସିଥିବା ତିନିଜଣଙ୍କ ମାଧ୍ୟ୍ୟରୁ ଚାଳକ ଶିବ ଶଙ୍କର ନାହାକ 27ବର୍ଷ ପିତା ଲେଟ ରମେଶ ନାହାକ ଘଟଣା ସ୍ଥଳରେ ମୃତ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଥିବାରୁ ସେଠାରେ ଥିବା କିଛି ଲୋକ ପୋଲିସ କୁ ଖବର ଦେଇଥିଲେ ସଙ୍ଗେ ସଙ୍ଗେ ପୋଲିସ ପହଞ୍ଚି ଦୁଇ ଜଣକୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇବା ସହ ମୃତ ଶିବଶଙ୍କର କୁ ପୁରୁଷୋତ୍ତମପୁର ପୋଲିସ ଗାଡ଼ିରେ ମେଡିକାଲ ଅଣାଗଲା ସେଠାରେ ଡାକ୍ତରତାଙ୍କୁ ମୃତ ଘୋଷଣା କରି ବା ପରେ ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଗଲା ପୋଲିସ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଚଳାଇଛି

Read More

ବେଲଗୁଣ୍ଠା:୨୩/୪:(ଶିବରାମ ଚୌଧୁରୀ):ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା, ସୋରଡ଼ା ବ୍ଲକ ଅନ୍ତର୍ଗତ ସିଆରିମାଳ ଗ୍ରାମରେ ଗାଙ୍ଗପୁର ପୋଲିସ ଏକ ବଡ଼ ଧରଣର ସଫଳତା ହାସଲ କରିଛି। ବେଆଇନ କାଠ ମିଲ୍ ଉପରେ ଚଢ଼ାଉ ସମୟରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଲମ୍ବୁ ତାରିଣୀ ଓ ତା’ର ସହଯୋଗୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ବେଆଇନ ମାରଣାସ୍ତ୍ର ଜବତ କରାଯାଇଛି।୨୩ ଏପ୍ରିଲ ୨୦୨୬ ତାରିଖ ବିଳମ୍ବିତ ରାତି ପ୍ରାୟ ୧୨ଟା ୧୦ ମିନିଟ ସମୟରେ,ଉତ୍ତର ବନଖଣ୍ଡ ଅଧିକାରୀ ଭଞ୍ଜନଗରଙ୍କ ଅନୁରୋଧ କ୍ରମେ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ନେତୃତ୍ୱରେ ଏକ ମିଳିତ ଟିମ୍ ସିଆରିମାଳ ଗ୍ରାମକୁ ବେଆଇନ କାଠ ମିଲ୍ ଚଢ଼ାଉ ପାଇଁ ଯାଇଥିଲେ। ଏହି କାଠ ମିଲ୍‌ଟି ସେହି ଗ୍ରାମର ଲମ୍ବୁ ଓରଫ ନାରାୟଣ ତାରିଣୀ (୪୯) ଦ୍ୱାରା ପରିଚାଳିତ ହେଉଥିଲା। ଚଢ଼ାଉ ସମୟରେ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ, ଲମ୍ବୁ ତା’ର ଫାର୍ମହାଉସ୍‌ରେ ବେଆଇନ ଅସ୍ତ୍ରଶସ୍ତ୍ର ମଧ୍ୟ…

Read More

ବାଲିଗୁଡା,୨୩/୦୪:(ସଞ୍ଜୟକୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନାର ଲାଇନପଡା ଫାଣ୍ଡି କୁସୁମେଣ୍ଡି ଗ୍ରାମପଞ୍ଚାୟତର ବୁଡ଼େଡି ଠାରେ ଚଳିତ ମାସ ୧୮ ତାରିଖରେ ଘଟିଥିବା ଗୁଳିକାଣ୍ଡରେ ନାବାଳକ ବିଭୁତି କହଁର(୧୬)ଙ୍କ ମୃତ ଘଟିଥିଲା I ଉକ୍ତ ଗୁଳିକାଣ୍ଡରେ ଦୁଇଜଣ ସମ୍ପୃକ୍ତ ଥିବା ପୋଲିସ ଜାଣି ପାରିଥିଲେ ସେମାନେ ହେଲେ ପ୍ରତାପ କହଁର (୨୯) ଏବଂ ସୁମନ ବିନ୍ଧାଣି (୧୭) I ସେହି ଦୁହିଁଙ୍କ ମଧ୍ୟରୁ ପ୍ରତାପ କହଁର ମୁଖ୍ୟ ଆସାମୀ ଥିବା ବେଳେ ସେ ଫେରାର ହୋଇଯାଇଥିଲେ I ସୁମନ ବିନ୍ଧାଣିଙ୍କୁ ଅଟକ ରଖି ପଚରାଉଚରା ପରେ ପରବର୍ତ୍ତୀ ସମୟରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା I ଫେରାର ଥିବା ମୁଖ୍ୟ ଆସାମୀ ପ୍ରତାପ କହଁରଙ୍କୁ ଗୁରୁବାର ଟିକାବାଲି ପୋଲିସ ନିଜ ଗ୍ରାମରୁ ଧରିବା ନିମନ୍ତେ ସକ୍ଷମ ହୋଇଥିଲେ I ଟିକାବାଲି ପୋଲିସ ତାଙ୍କୁ ଜେରା କରିଥିଲେ l ତାଙ୍କ ବନ୍ଧୁକରୁ ଗୁଳି ବାଜି ସୁମନର ମୃତ ହୋଇଥିବା ବିଷୟ…

Read More

ଫୁଲବାଣୀ:୨୩/୦୪(ସୁନୀଲ ପଟନାୟକ):ଗାଁ ରେ ଏତେଟା କାମ ଧନ୍ଦା ମିଳିଲାନି l ଫଳରେ ପରିବାର ଲୋକ ଙ୍କ ମୁହଁ ରେ ଦୁଇ ଓଳା ଦୁଇ ମୁଠା ଦାନା ଦେବା ଲାଗି ଦାଦନ ଖଟିବାକୁ ସୁଦୂର କେରଳ ଯାଇ ଚଳନ୍ତା ଟ୍ରେନ ରୁ ଖସି ମୃତ୍ୟୁ ବରଣ କରିଛି ଦାରିଂବାଡ଼ି ବ୍ଲକ ଅନ୍ତର୍ଗତ ଗୁମିକିଆ ପଂଚାୟତ ର ଆ ଲିମlହା ଗ୍ରାମର ଜମ୍ବେଶ୍ଵର ପ୍ରଧାନ ର ପୁଅ ସେମ ପ୍ରଧାନ l ସେମ କେରଳ ର ଆଲୁବା ସହର ର ଗୋଟେ ଏକ୍ସପୋର୍ଟ କମ୍ପାନୀ ର ଲୋଡ଼ିଂ ଓ ଅନ ଲୋଡିଂ କାମ କରୁଥିଲା l ତେବେ ସେଠାରୁ କୌଣସି କାର୍ଯ୍ୟରେ ଟ୍ରେନ୍ ରେ ଯିବା ବେଳେ ଅସାବଧାନତା ଯୋଗୁଁ ଖସିପଡ଼ିବା ଫଳରେ ସେମ ର ମୃତ୍ୟୁ ହୋଇଥଲା l ଖବର ପାଇ ତ୍ରିଶୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପରେ ହସ୍ତାନ୍ତର କରିଥିଲା l ସେମ ପରିବାର…

Read More

ଫୁଲବାଣୀ: ୨୩/୦୪:(ସୁନିଲ ପଟ୍ଟନାୟକ):ଫୁଲବାଣୀ ସହରରେ ଦିନକୁ ଦିନ ବାଇକ ଦୁର୍ଘଟଣା ବଢ଼ିବାରେ ଲାଗିଛି l ଟାଉନ ଥାନା ପୋଲିସ ର ହୁଗୂଳl ଶାସନ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛିl କିଛି ଯୁବକ ନାବାଳକ ଦାମୀ ବାଇକ ଧରି ନିଜ ନିଜ ମଧ୍ୟରେ କମ୍ପିଟିସନ୍ କରି ଦୃତ ଗତିରେ ବାଇକ ଚଳାଇ ଦୁର୍ଘଟଣା ଘଟାଉଛନ୍ତି ଯେ ଉଁଥିରେ ନିଜର ଜୀବନ ଯିବା ସହ ଅନ୍ୟ ର ଜୀବନ ଯାଉଛି l ସେହିପରି ଗୁରୁବlର ସନ୍ଧ୍ୟା ରେ ଏକ ପଲ୍ସର୍ ବାଇକ୍ ରେ ତିନି ଜଣ ବସି ଦୃତ ବେଗରେ ଆସି ଭାରସାମ୍ୟ ହରାଇ ଦୁର୍ଘଟଣା ର ଶିକାର ହୋଈ ଗୁରୁତର ଅବସ୍ଥାରେ ସଦର ମହକୁମା ଡାକ୍ତର ଖାନା ରେ ଭର୍ତ୍ତି ହୋଇଛନ୍ତି l ଦୁର୍ଘଟଣା ଗ୍ରସ୍ତ ବାଇକ୍ ରେ ପଛ ପଟେ ନମ୍ବର ପ୍ଲେଟ ନଥିବା ବେଳେ ଆଗ ପଟେ ରହିଛି l ବାଇକ୍ ନମ୍ୱର୍ ଓ ଡି…

Read More

ପୁରୁଷୋତ୍ତମପୁର,୨୩/୪: (ଶୁଭଙ୍କରୀ ଦାଶ):ଦକ୍ଷିଣ କାଳୀ ମନ୍ଦିର ରେ ସପ୍ତ ସତୀ ଚଣ୍ଡୀ ମହା ଯଂଜ୍ଞ ରେ ନିଷ୍ଟାର ସହ କାର୍ଯ୍ୟ କରିଥିବା ପୁରୋହିତ ଓ ଗୁରୁ ଗୋସେଇଁ ଶରତ ଚନ୍ଦ୍ର ମିଶ୍ର,ଓ ତାଙ୍କ ପୁତ୍ର ସୁଧାଂଶୁ ମିଶ୍ର, ଏବଂ ତାଙ୍କ କକା ବାସୁଦେବ ମିଶ୍ର, ଙ୍କ ସହିତ ପୁତ୍ର ସନ୍ତୋଷ ମିଶ୍ର, ଯଂଜ୍ଞ ପ୍ରଚାରକ ସିମାଞ୍ଚଳ ତ୍ରିପାଠୀ ତାଙ୍କ ପୁତ୍ର ବିଭୂତି ଭୂଷଣ ତ୍ରିପାଠୀ, ଙ୍କୁ ଏବଂ ଯଂଜ୍ଞ କାର୍ଯ୍ୟ ରେ ସହଯୋଗ କରିଥିବା ଯୁବ ନେତା ତଥା ସମାଜ ସେଵୀ ନିର୍ମଳ ଚନ୍ଦ୍ର ସାହୁଙ୍କ ସହିତ ତାଙ୍କ ସହଯୋଗୀ ମାନଙ୍କୁ ମନ୍ଦିର ପରିଚାଳନା ଟ୍ରଷ୍ଟି ସୁଦର୍ଶନ ନାୟକ, ସଭାପତି ଜଗତ ବନ୍ଧୁ ପଣ୍ଡା, କୋଷାଧକ୍ଷ ବାବୁଲା ବେହେରା, ସରପଞ୍ଚ ପ୍ରତିନିଧି ବସନ୍ତ ମହାପାତ୍ର ଉପସ୍ଥିତ ମାଆଙ୍କ ଠାରେ ପୂଜାର୍ଚନା ଭୋଗ ରାଗ କରି ଉପସ୍ଥିତ ଅତିଥି ମାନଙ୍କୁ ପାଟ ବସ୍ତ୍ର ସହିତ ଏକ ଉପହାର ପ୍ରଦାନ କରିଥିଲେ | ଏହି…

Read More

ବାଲିଗୁଡା,୨୩/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ):ଭାରସାମ୍ୟ ହରାଇ ଗାର୍ଡୱାଲ ରେ ଝୁଲିଲା ଚିପ୍ସ ବୋଝେଇ ହାଇୱା l ଗୁରୁବାର ଅପରାହ୍ନ ରେ ବାଲିଗୁଡା ଥାନା ୪୧ ନଂ. ରାଜ୍ୟ ରାଜପଥ ର ମୁଖ୍ୟ ରାସ୍ତା ର ଗଟାଙ୍ଗୀ ନିକଟରେ ଘଟିଛି ଦୁର୍ଘଟଣା l ତେବେ ଦୁର୍ଘଟଣା ରେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତିଲେ ହାଇୱା ଡ୍ରାଇଭର l ତେବେ ଲଣ୍ଡାଗାଁ ପଟୁ ବାଲିଗୁଡା ଅଭିମୁଖେ ଚିପ୍ସ ବୋଝେଇ ହାଇୱା ଗାଡି ଟି ଆସୁଥିବା ବେଳେ ହଟାତ ଷ୍ଟେରିଙ୍ଗ ଅଚଳ ହୋଇଯାଇଥିଲା l ଗଟାଙ୍ଗୀ ନିକଟରେ ଷ୍ଟେରିଙ୍ଗ ଜାମ ହେବା ଫଳ ରେ ଡ୍ରାଇଭର ନିୟନ୍ତ୍ରଣ ହରାଇବା ପରେ ଗାର୍ଡୱାଲ ରେ ଝୁଲି ରହିଥିଲା ହାଇୱା l ତେବେ ସ୍ଥାନୀୟ ବାସିନ୍ଦା ଘଟଣା ସ୍ଥଳରେ ପହଂଚି ଡ୍ରାଇଭର କୁ ହାଇୱା ରୁ ଉଦ୍ଧାର କରି ବାହାର କୁ ଆଣିଥିଲେ l ତେବେ ଦୁର୍ଘଟଣା ପରେ ଡ୍ରାଇଭର ଜଣକ ସୁରକ୍ଷିତ ରହିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି l

Read More

ବାଲିଗୁଡା,୨୩/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ପୋଲିସ ଜଣେ ପୁରୁଣା ଚୋରି କେସରେ ଅଭିଯୁକ୍ତକୁ ଗିରଫ କରି ଫୁଲବାଣୀ ଏସଡିଜେଏମ କୋର୍ଟକୁ ଚାଲାଣ କରିଛନ୍ତି I ଘଟଣା ରୁ ପ୍ରକାଶ ଯେ, ଟିକାବାଲି ଥାନା ଶଙ୍କରାଖୋଲା ଗ୍ରାମର ଗୋକୁଳାନନ୍ଦ ପ୍ରଧାନ ଙ୍କ ପୁଅ ପ୍ରଭାକର ପ୍ରଧାନ,(୪୩) ପୂର୍ବରୁ ତିନୋଟି ଚୋରି ମାମଲାରେ କେଶ ନଂ.୧୫୮/୧୮ ଜି. ଉଦୟଗିରି ଥାନା, ୪୯୬/୧୮ ବାଲିଗୁଡା ଥାନା, ୨୦୪/୨୦ ହିଞ୍ଜିଳିକାଟୁ ଥାନାରେ ଅଭିଯୁକ୍ତ ହୋଇ ପୋଲିସ ହାତରୁ ଖସି ଫେରାର ଥିଲେ I ଗୁରୁବାର ଟିକାବାଲି ପୋଲିସ ଥାନା ଅଧିକାରୀ ସମୀର କୁମାର ବେହେରା ଙ୍କ ନେତୃତ୍ୱରେ ଏଏସଆଇ ଅବନୀ ପ୍ରଧାନ ଓ ପଞ୍ଚାନନ ମଲିକ ସହଯୋଗରେ ସଦଳବଳ ଅଭିଯୁକ୍ତ ପ୍ରଭାକର ପ୍ରଧାନଙ୍କୁ ଗିରଫ କରି ଫୁଲବାଣୀ ଏସଡିଜେଏମ କୋର୍ଟ କୁ ଚାଲାଣ କରିଛନ୍ତି I

Read More

ରାୟଗଡ,୨୩/୪:(ଅମୂଲ୍ୟ ନିଶଙ୍କ): ରାୟଗଡ ଜ଼ିଲ୍ଲା କୋଳନରା ବ୍ଲକ ସଦର ମୋହକୁମା କୋଳନରା ର ଗ୍ରାମର ଗ୍ରାମଦେବତୀ ମା ମୁତ୍ୟାଲୁଆମ୍ମା ଙ୍କ ମନ୍ଦିର ପ୍ରତିଷ୍ଠା ର ପ୍ରଥମ ବାର୍ଷିକ ଉତ୍ସବ ଚଳିତ ମାସ 26 ତାରିଖ ଠାରୁ 28 ତାରିଖ ତିନି ଦିନ ବ୍ୟାପି ଅନୁଷ୍ଠିତ ହେବ ବୋଲି ମନ୍ଦିର କମିଟି ର ଇପିଲି ଧବଳେଶ୍ୱର ନାଇଡ଼ୁ ସୂଚନା ଦେଇଛନ୍ତି l ପ୍ରଥମ ଦିନ 26 ତାରିଖରେ ଶାନ୍ତି ହୋମ ପୂଜା ସହିତ ମା ଙ୍କ ଷଡ଼ସ ଉପଚାର ଯଂଜ୍ଞ ଆରମ୍ଭ ସହିତ ପୂର୍ଣ୍ଣାହୁତି ହେବ l ଦ୍ୱତୀୟ ଡିମ 27 ତାରିଖରେ ରାୟଗଡ ଗାୟତ୍ରୀ ପରିବାର ପକ୍ଷରୁ ନବ କୁଣ୍ଡିୟ ଗାୟତ୍ରୀ ଯଂଜ୍ଞ ଅନୁଷ୍ଠିତ ହେବ ଅନ୍ତିମ ଦିନ, 28 ତାରିଖ ରେ ଯୋଗୀ ଶ୍ରୀରାମ ଚୈତନ୍ୟ ମହାରାଜ ଙ୍କ ଦ୍ୱାରା ଲଳିତ ସହସ୍ର ନାମ ପରାୟଣ ସହ କୁମ କୁମ. ପୂଜା କରାଯିବା ସହିତ ଭକ୍ତ ଙ୍କ ନିମନ୍ତେ ମନ୍ଦିର…

Read More