Author: Janabani News

ପୋଲସରା,୨୬/୦୪:(ଶିବ ପ୍ରସାଦ ସାହୁ):ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି ପୋଲସରା।କଥା କଥାକେ ଅପରାଧ ଘଟାଉଛନ୍ତି ଯୁବଗୋଷ୍ଠୀ।ଆଇନକାନୁନ କୁ ଖାତିର ନାହିଁ। କଅଁଳ ବୟସରେ ହାତରେ ଛୁରୀ, କାତି, ମାଉଜର ଧରିବାକୁ ପଛାଉନାହାନ୍ତି। ଏହିଭଳି ଏକ ଘଟଣା ଘଟିଛି ପୋଲସରା ଥାନା ବାଲିଘାଇ ଗ୍ରାମରେ।ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣରେ ଜଣେ ଯୁବକ ର ମୃତ୍ୟୁ ଘଟିଛି । ମୃତ ଯୁବକ ଙ୍କ ନାମ ଆକାଶ ଜେନା ବୟସ ୨୪ବର୍ଷ । ବଡ ଭାଇ ରିଙ୍କୁ ଜେନାର ବାହାଘର ବରଯାତ୍ରୀ ଚାଲିଥିବା ବେଳେ କୌଣସି କଥାକୁ ନେଇ ସେହି ଗ୍ରାମର ଗୌର ହରି ବିଷୋୟୀ ଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଗୌର ର ଅନ୍ୟ ସହଯୋଗୀ ମିଶି ଆକାଶ କୁ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିଥିଲେ। ଆକ୍ରମଣ ରେ ଆକାଶ ର ଅନ୍ତଃ ବୁଜୁଳା ବାହାରକୁ ଆସିଯାଇଥିଲା। ପରିବାର ଲୋକେ ତୁରନ୍ତ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ…

Read More

ଫୁଲବାଣୀ:୨୬/୦୪:(ସୁନୀଲ ପଟନାୟକ):ଫୁଲବାଣୀରେ ପାରଦ ୪୦, ଡିଗ୍ରୀ ଛୁଇଁଲା l ଫଳରେ ଗତ ସପ୍ତାହେ ହେଲା ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡିଛି l ସକାଳ ୮ଟା ରୁ ଗରମ ଆରଂଭ ହେଉଥିବା ବେଳେ ଦିନ ୧୨ ଟାରେ ରାସ୍ତା ଘାଟ , ଦୋକାନ ବଜାର ସବୁ ଶୂନଶାନ ହୋଇଯାଉଛି l ପ୍ରଚଣ୍ଡ ରୌଦ୍ରତାପ ରେ ସହର ଜଳୁଛି! କନ୍ଧମାଳରେ ୬୨ ପ୍ରତିଶତ ସବୁଜ ଜଙ୍ଗଲ ଥିଲେ ମଧ୍ୟ୍ୟ ଅସହ୍ୟ ଗରମ ହେଉଛି l ମୁନିସିପାଲିଟି କିମ୍ବା ସ୍ଵେଛା ସେବିସଙ୍ଗଠନ ପକ୍ଷରୁସହର ର କୌଣସି ଠାରେ ଜଳଛତ୍ରଖୋଲା ଯାଇ ନାହିଁ! ପୂର୍ବରୁ କନ୍ଧମାଳରେ ଏତେ ଗରମ ଅନୁଭୂତ ହେଉନଥିଲା! ଦାରିଙ୍ଗବାଡି଼କୁ ଓଡ଼ିଶାର କାଶ୍ମୀର କୁହଯାଏ ସେଠାରେ ବି ଗରମ! ତୁମୁଡିବନ୍ଧରେ ୩୮ ଡିଗ୍ରୀ ରହିଛି ପାରଦ! ଗରମକୁ ତରଭୁଜ, ଥଣ୍ଡା ପାନୀୟ, ଆଖୁ ରସ ଆଦି ବ୍ୟବସାୟ ଭଲ ଜମୁଛି! ଛାତ୍ରୀ ମାନେ ମୁହଁରେ ଓଢଣୀ ଭିଡି ଯାଉଛନ୍ତି! ଗାଁ ଲୋକ ଓ ମହିଳା…

Read More

ଫୁଲବାଣୀ:୨୬/୦୪(ସୁନୀଲ ପଟ୍ଟନାୟକ):ବୁଧବାର ଠାରୁ ମହା ଆଡମ୍ବର ରେ ଆରମ୍ଭ ହୋଇଛି ଶ୍ରୀ ଶ୍ରୀ ଶ୍ରୀ ମା ନାରାୟଣୀଙ୍କ ସମେତ ପଞ୍ଚ ଠାକୁରାଣୀ ଆଗରେ ମା କାଳୀଙ୍କ ନଗର ଭ୍ରମଣ କାର୍ଯ୍ୟକ୍ରମ l ବିଭିନ୍ନ ବାଜା ପଟୁଆରରେ ମା ନାରାୟଣୀ ନଗର ଭ୍ରମଣ କରୁଥିବା ବେଳେ ଶୃଙ୍ଖଳା ଦୃଷ୍ଟିରୁ ପୋଲିସ ପ୍ରଶାସନ ସମେତ ପରିଚାଳନା କମିଟି ସଭପତି କାବୁଲl ସେନାପତି,ସମ୍ପାଦକ ସଂଜିତ ପାତ୍ର, ସହ ସମ୍ପାଦକ ଶିବ ପଣ୍ଡା, ନଗର ଭ୍ରମଣ ସଦସ୍ୟ ବିଜୟକୁମାର ମହାନ୍ତି, ହରିଶ୍ଚନ୍ଦ୍ର ମହାରଣା,ମହେନ୍ଦ୍ର ସୁବୁଦ୍ଧି,ଠୁକୁନ୍ଦର ସେଠି, ଏବଂ ସ୍ବେଛାସେବୀ ଭାଇ ଓ ଭଉଣୀ ମାନେ ମା ଙ୍କ ସହ ନଗର ଭ୍ରମଣ ରେ ସହଯୋଗ କରୁଛନ୍ତି l lପ୍ରଥମ ଦିବସ ରେ ପଞ୍ଚ ଠାକୁରାଣୀ ଗମ୍ଭୀରାରୁ ବାହାରି ଗମ୍ଭୀରାରୁ ବାହାରି ଡାହାଣ ପଟ ଶ୍ରୀରାମ ନଗର ରାସ୍ତା ଦେଇ ହାଟପଦା ସ୍କୁଲ ଛକଠାରୁ ବାମ ପଟ କୁରୁମୁର୍ତ୍ତି ରୋଡ ରେ ଯାଇଥିଲେ । ସେଠାରୁ ପୁରୁଣା ତ୍ରିନାଥ…

Read More

ପୋଲସରା,୨୬/୪:(ଶିବ ପ୍ରସାଦ ସାହୁ):ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି ପୋଲସରା।କଥା କଥାକେ ଅପରାଧ ଘଟାଉଛନ୍ତି ଯୁବଗୋଷ୍ଠୀ।ଆଇନକାନୁନ କୁ ଖାତିର ନାହିଁ। କଅଁଳ ବୟସରେ ହାତରେ ଛୁରୀ, କାତି, ମାଉଜର ଧରିବାକୁ ପଛାଉନାହାନ୍ତି। ଏହିଭଳି ଏକ ଘଟଣା ଘଟିଛି ପୋଲସରା ଥାନା ବାଲିଘାଇ ଗ୍ରାମରେ।ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଯୁବକ ଙ୍କ ନାମ ଆକାଶ ଜେନା ବୟସ ୨୪ବର୍ଷ । ବଡ ଭାଇ ରିଙ୍କୁ ଜେନାର ବାହାଘର ବରଯାତ୍ରୀ ଚାଲିଥିବା ବେଳେ କୌଣସି କଥାକୁ ନେଇ ସେହି ଗ୍ରାମର ଗୌର ହରି ବିଷୋୟୀ ଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଗୌର ର ଅନ୍ୟ ସହଯୋଗୀ ମିଶି ଆକାଶ କୁ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିଥିଲେ। ଆକ୍ରମଣ ରେ ଆକାଶ ର ଅନ୍ତଃ ବୁଜୁଳା ବାହାରକୁ ଆସିଯାଇଥିଲା। ପରିବାର ଲୋକେ ତୁରନ୍ତ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ତେବେ ପ୍ରାଥମିକ ଚିକିତ୍ସା…

Read More

ପାତ୍ରପୁର,୨୫/୦୪:(କୁରେଶୁ ରେଡ୍ଡୀ):ବ୍ରହ୍ମପୁର ପୋଲିସ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥକୁ ଲାଗି ରହିଥିବା ଶବରଦେଇପେଟା ଗ୍ରାମରେ ଭୟଙ୍କର ବିସ୍ଫୋରଣ ସହିତ ଅଗ୍ନିକାଣ୍ଡ ଘଟିଯାଇଥିବା ଜଣାପଡ଼ିଛି । ଖବର ପାଇ ପାତ୍ରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏଥି ସହିତ ଜରଡା ପୋଲିସ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବେଆଇନ ବାଣ ତିଆରି କରୁଥିବା ସନ୍ଦେହରେ କିଛି ଲୋକଙ୍କ ଘରେ ଚଢ଼ାଉ କରିଥିବା ଜଣାପଡ଼ିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗତକାଲି ରାତିରେ ଗ୍ରାମ ପଛପଟ ବିଲରେ ଥିବା ଗୋଟିଏ ଚାଳ କୁଡ଼ିଆ ଘରୁ ହଠାତ୍ ବଡ଼ ବିସ୍ଫୋରଣ ହେବା ଶବ୍ଦ ଶୁଣିବାକୁ ମିଳିଥିଲା। ବିସ୍ଫୋରଣ ଶବ୍ଦ ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ବାଣ ତିଆରି କୁଡ଼ିଆରେ ନିଆଁ ଲାଗି ହୁତୁ ହୁତୁ ଜଳୁଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ଗ୍ରାମବାସୀ ପାତ୍ରପୁର ଅଗ୍ନିଶମ ବାହିନୀ ଓ ଜରଡା ପୋଲିସକୁ ଖବର ଦେଇଥିଲେ।…

Read More

ବ୍ରହ୍ମପୁର, ୨୫/୪:(ହିମାଂଶୁ ଶେଖର ସାବତ):ବ୍ରହ୍ମପୁର ମହାନଗର ନିଗମ ସ୍ଥିତ କର୍ପୋରେଟର୍‌ ସଭା ଗୃହରେ ସହରର ସମସ୍ତ ନିଗମ କର୍ପୋରେଟର୍‌ ସ୍ବାସ୍ଥ୍ୟ କର୍ମୀ, କମ୍ୟୁନିଟି ଅର୍ଗାନାଇଜର୍‌ ଆଦିଙ୍କ ପାଇଁ ଏକ ଡେଙ୍ଗୁ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାକୁ ମାନ୍ୟବର ମେୟର୍ ଶ୍ରୀମତୀ ସଂଘମିତ୍ରା ଦଳାଇ ସଭାପତିତ୍ବ କରିଥିବା ବେଳେ ନିଗମ ଆୟୁକ୍ତ ସୁଶ୍ରୀ ଏ.ଶସ୍ୟା ରେଡ୍ଡୀ ଉପସଭାପତିତ୍ୱ ଭାବେ ଦାୟିତ୍ୱ ତୁଲାଇଥିଲେ। ସୂଚନା ଥାଉକି, ଏହି ସଚେତନତା ସଭା ପରେ ଡେଙ୍ଗୁ ଜନିତ ସମସ୍ତ କାର୍ଯ୍ୟକ୍ରମ ଜୁନ୍ ୦୧, ୨୦୨୬ ଠାରୁ ଅଗଷ୍ଟ ୩୧, ୨୦୨୬ ସୁଦ୍ଧା ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ବ୍ୟାପକ ରୂପେ ଆରମ୍ଭ ହେବ ।ରାଜ୍ୟ କୀଟ ତତ୍ତ୍ବବିତ୍ (ଆଇ.ଡ଼ି.ଏସ୍.ପି) ଡ଼ା. ରବିଶଙ୍କର ପଣ୍ଡିତ୍ ଏହି ସଭାରେ ଯୋଗଦେଇ ଡେଙ୍ଗୁ ଓ ଭେକ୍ଟର୍‌ ବାହିତ ଅନ୍ୟାନ୍ୟ ରୋଗ ଯଥା ମ୍ୟାଲେରିଆ, ଫାଇଲେରିଆ ଓ ଚିକେନ୍‌ଗୁନିଆ ସମ୍ଭନ୍ଧରେ ପୁଙ୍ଖାନୁପୁଙ୍ଖ ରୂପେ ଆଲୋଚନା କରିବା ସହିତ ଏହାର…

Read More

ବୋଲଗଡ,୨୫/୪(ଶୁସାନ୍ତ କୁମାର ପ୍ରଧାନ): ବୋଲଗଡ ଶିକ୍ଷା ବ୍ଲକ ଫାସୀଓଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁସୁପଲ୍ଲା ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ବର୍ଗତ ହାଡିବନ୍ଧୁ ଖଟୁଆଙ୍କ ସ୍ମୃତି ଚାରଣ ସଭା ଟାଙ୍ଗୀସାହି ଗ୍ରାମଠାରେ ଦିନ ବନ୍ଧୁ ସାମନ୍ତରାୟଙ୍କ ସଭାପତିତ୍ୱରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଅଛି I ଏହି ସ୍ମୃତି ଚାରଣ ସଭାରେ ଶିକ୍ଷକ ମନମୋହନ ରାୟ,ଲମ୍ବୋଦର ହୋତା, ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କ ସମେତ ବହୁ ଶିକ୍ଷକ ଓ ଶିକ୍ଷୟିତ୍ରୀ,ସମାଜ ସେବୀ,ଯୁବ ଗୋଷ୍ଠୀ ଓ ଭଦ୍ରବ୍ୟକ୍ତି,ବନ୍ଧୁବାନ୍ଧବ, ଆତ୍ମୀୟ ସ୍ୱଜନ ଓ ପରିବାର ବର୍ଗ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଖଟୁଆଙ୍କ ଫଟୋ ଚିତ୍ରରେ ଫୁଲ,ଚନ୍ଦନ,ଧୂପ ଦ୍ୱୀପ ଦେଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ I ଉପସ୍ଥିତ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ,ଯୁବ ଗୋଷ୍ଠି,ସମାଜ ସେବୀ,ପରିବାରବର୍ଗ ସ୍ବର୍ଗତ ଶ୍ରୀ ଖଟୁଆଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରି ତାଙ୍କର ଶିକ୍ଷକତା ଜୀବନର ଅଭୁଲା ସ୍ମୃତିକୁ ସାଉଁଟି ଧରି ଗୁଣଗାନ କରିଥିଲେ…

Read More

ପୁରୁଷୋତ୍ତମପୁର,୨୫/୦୪:(ଶୁଭଙ୍କରୀ ଦାସ):ଆଜି ପ୍ରଥମେ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁରବ୍ଳକ ପାଣ୍ଡିଆ ପଞ୍ଚାୟତ ରେ ରହିଥିବା ପର୍ଯ୍ୟଟନ ସ୍ଥଳୀ ଜଉଗଡ଼ ବୁଲି ଦେଖିଥିଲେ ପର୍ଯ୍ୟଟନ ସଚିବ । ସେଠାରେ କିଭଳି ବିକାଶ ହୋଇପାରିବ ସେ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଏହାପରେ ସେଠାରୁ ବାହାରି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ପୀଠରେ ପହଞ୍ଚିଥିଲେ ସଚିବ ବଲବନ୍ତ ସିଂ । ପ୍ରଥମେ ମାଙ୍କୁ ପୂଜାର୍ଚ୍ଚନା କରିବା ପରେ ମନ୍ଦିରର ଚତୁଃପାର୍ଶ୍ୱ ବୁଲି ଦେଖିଥିଲେ । ବର୍ତ୍ତମାନ ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟ ଜାରି ରହିଥିବା ବେଳେ ମନ୍ଦିରର ପାଦଦେଶରେ ହେଲିପୋର୍ଟ କରିବା ପାଇଁ ଯୋଜନା ରହିଥିବା ଯୋଗୁଁ ସେ ନେଇ ମଧ୍ୟ ଅନୁଧ୍ୟାନ କରିଥିଲେ । ଏହାସହ ତାରାତାରିଣୀରେ କିଭଳି ହୋଟେଲ ଶିଳ୍ପ ବୃଦ୍ଧି ହୋଈ ପାରିବ, ସେ ନେଇ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯିବା ନେଇ ଆଲୋଚନା ହୋଇଥିଲା । ଏହି ଅବସର ରେ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତୀ…

Read More

ବୋଲଗଡ଼,୨୬/୦୪(ସୁଶାନ୍ତ କୁମାର ପ୍ରଧାନ) :ପ୍ରବଳ ଖରାତାତି ବଢୁଥିବା ବେଳେ ଖରାତାତି ରୁ ରକ୍ଷା ପାଇବା ପାଇଁ ମନ ଚାହିଁଥାଏ ଥଣ୍ଡା ଯାତୀୟ ପାନୀୟ ବ୍ୟବହାର କରିବା ପାଇଁ କିନ୍ତୁ ଏହାର ଫାଇଦା ଉଠାଇବା ପାଇଁ ପ୍ରତ୍ୟେକ ଗ୍ରାମାଞ୍ଚଳର ଛୋଟ ଦୋକାନରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ନକଲି ଥଣ୍ଡା ପାନୀୟ,ସୋଢା,ପାଣି ପାଉଚର ଅପମିଶ୍ରିତ ସାମଗ୍ରୀର ଚାହିଦାସହ ବିକ୍ରୀ ମଧ୍ୟ ବଢୁଛି ଯାହା ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରୁଛି। ବିନା ଲାଇସେନ୍ସରେ ଏକାଧିକ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀ ଲୋଗୋରେ ନକଲି ସୋଢା ଯାତୀୟ ଥଣ୍ଡା ସାଙ୍ଗକୁ ନକଲି ପାଣିପାଉଚ ଓ ପାଣିବୋତଲ ବେଧଡ଼କ ଭାବେ ବିକ୍ରି ଚାଲିଛି। ଏମାନଙ୍କ ଉପରେ ଜିଲ୍ଲା ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗର ଅଙ୍କୁଶ ନଥିବା ହେତୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲା ଖାଦ୍ୟ ନିରାପତ୍ତା ଓ ଜନସ୍ୱାସ୍ଥ୍ୟ ବିଭାଗର ସ୍ଥାଣୁ ପାଲଟିଥିବା ଅଭିଯୋଗ ହୋଇଛି।ଏହି ନିମ୍ନମାନର ଥଣ୍ଡା ଓ ପାଉଚ,ବଟଲରେ ପାନୀୟ…

Read More

ବାଲିଗୁଡା,୨୫/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ର କୋଟଗଡ ବନାଞ୍ଚଳରୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ରେ ୩ ରଥ ନିର୍ମାଣ ପାଇଁ ରଥକାଠ କୁ ଶନିବାର ପୁରୀ ପଠାଗଲା | ୪୦ ଫୁଟ ଲମ୍ବ ୩ ଫୁଟ ଗୋଲେଇ ୨୩ଗୋଟି ଢ଼ଉ ଗଣ୍ଡିକାଠ ଯାହାର ପରିମାଣ ୬୦୦ସିପ୍ଟ | ବନବିଭାଗ ର ପୂର୍ବ ପ୍ରସ୍ତୁତି ଅନୁଯାଇ ଆଜି ଏହି କାଠ ବୋଝେଇ ଟ୍ରକ ଟିକୁ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ବାଲିଗୁଡ଼ା ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ପୂଜାର୍ଚନା ସହ କାଠଯାନ କୁ ସ୍ୱାଗତ ସମ୍ବର୍ଦ୍ଧନା ପୂର୍ବକ ପତାକା ଦେଖାଇ ଛଡା ଯାଇଛି।| ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ର ମଧୁସୂଦନ ଦାସ, ଭଗବାନ ପଣ୍ଡା, ଉପଜିଲ୍ଲାପାଳ ପ୍ରଣୀତା ଦାସ, ଏସଡିପିଓ ଶୁଭମ ଭୋସଲେ ପ୍ରମୂଖ ଉପସ୍ଥିତ ରହି ଥିବା ବେଳେ ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ସମସ୍ତ ଅୟୋଜନ କରାଯାଇ ଥିବା ବେଳେ ଡିଏଫଓ ଘନ ଶ୍ୟାମ ମହାନ୍ତ, ରେଞ୍ଜର…

Read More

ଚିକିଟି,୨୫/୦୪:(ନିଗମାନନ୍ଦ ପଣ୍ଡା):ଗଞ୍ଜାମ ଜିଲ୍ଲାରେ ପ୍ରଥମ ବିଦ୍ୟାଳୟ ତଥା ଚିକିଟି ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଗୋବିନ୍ଦ ନଗର ଠାରେ ଚଳିତ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଦୁଇ ହଳ ମାଗଣା ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମଗ୍ର ଶିକ୍ଷା ଅନୁକୁଲ୍ୟରେ ଏବଂ ଗଞ୍ଜମ ଜିଲ୍ଲା ଶିକ୍ଷାଧିକାରୀ ଆଜୟ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭାବେ ଚିକିଟି ଗୋଷ୍ଠୀ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ ଯୋଗଦେଇ ପିଲାମାନଙ୍କୁ ବିଭାଗ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ପ୍ରୋତ୍ସାହନ ଗୁଡ଼ିକ ଉପରେ ଆଲୋକପାତ କରିଥିଲେ ଓ ବିଦ୍ୟାଳୟରେ ନିୟମିତ ଉପସ୍ଥାନ ଉପରେ ପରାମର୍ଶ ଦେଇଥିଲେ। ପ୍ରଧାନଶିକ୍ଷୟିତ୍ରୀ ବନିତା ବିଷୋୟୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ, ଏସଏମସି ସଭାପତି ମନୋରଞ୍ଜନ ସାହୁ ଓ ସିଆରସିସି ସୁଶାନ୍ତ କୁମାର ପ୍ରଧାନ ଯୋଗଦେଇ ମୋଟ ୧୧୮ ଜଣ ଛାତ୍ରଛାତ୍ରୀଙ୍କୁ ଦୁଇହଳ ପୋଷାକ…

Read More

ପୁରୁଷୋତ୍ତମପୁର,୨୫/୪:(ଶୁଭଙ୍କରୀ ଦାସ):ପୁରୁଷୋତ୍ତମପୁର ବ୍ଳକକବିସୂର୍ଯ୍ୟ ନଗର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେପି ତରଫରୁ ମହିଳା ମାନଙ୍କୁ ନେଇ ଜନ ଆକ୍ରୋଶ ମହିଳା ସମାବେଶ ଭୁତ ସରସିଙ୍ଗି ସରପଞ୍ଚ ମନୋଜ ଦାଶଙ୍କ ସଂଯୋଜନା ରେ ଆରମ୍ଭ କରାଯାଇଛି | ଏହି କାର୍ଯ୍ୟକ୍ରମ ରେମୁଖ୍ୟ ଅତିଥି ଭାବେ ଆସ୍କା ସାଂସଦ ଅନୀତା ଶୁଭଦର୍ଶିନୀ }ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେପି ଘୁମୁସର ସଭାପତି ବିଜୟ କୁମାର ସ୍ୱାଇଁ, କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ କୁମାର ନାୟକ ଖଲ୍ଲିକୋଟ ବିଜେପି ବିଧୟିକା ପାର୍ଥି ହୋଇଥିବା ଭାରତୀ ବେହେରା ଙ୍କ ସହିତ ଜିଲ୍ଲାର ବହୁ ବିଜେପି ମହିଳାନେତ୍ରୀ ଓ କର୍ମକର୍ତ୍ତା ମଞ୍ଚାସିନ ହୋଈ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରି ଏହିଜନ ଆକ୍ରୋଶ ମହିଳା ସମାବେଶ କୁଆରମ୍ଭ କରିଥିଲେ | ଏହି ବୈଠକର ମୁଖ୍ୟ ଉଦେଶ୍ୟ ଥିଲା ମହିଳା ଶକ୍ତି ବନ୍ଦ ବିଲ ସମର୍ଥନ ଏବଂ ବିରୋଧୀ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟ ବିରୋଧରେ ମହିଳାମାନ ଙ୍କ ସ୍ୱର ଉତ୍ତୋଳନ…

Read More