Author: Janabani News

ଚିକିଟି:୧୮/୪:(ନିଗମାନନ୍ଦ ପଣ୍ଡା):ଝlଟିପଦର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଚିକିଟି ଅଗ୍ନିଶମ ବିଭାଗ ତରଫରୁ ଅଗ୍ନିକାଣ୍ଡ, ସର୍ପ ଦଂଶନ ଓ ପାଣିରେ ବୁଡିଯିବା ବେଳେ କିପରି ସୁରକ୍ଷିତ ରହିପାରିବା କୌଶଳ ଉପରେ ସଚେତନତା କାର୍ଯ୍ୟକ୍ରମଅନୁଷ୍ଠିତ ହୋଇଥିଲା। ସଭାରେ ଉପସ୍ଥିତ ପିଲାମାନଙ୍କୁ କେନ୍ଦ୍ର ଅଧିକାରୀ ପ୍ରଦୀପ କୁମାର ପଟ୍ଟନାୟକ ଓ ସଞୟ କୁମାର ନାୟକ ପ୍ରମୁଖ ତାଲିମ୍ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେବରିଷ୍ଠ ଶିକ୍ଷକ ବୃନ୍ଦାବନ ଚନ୍ଦ୍ର ପାଢ଼ୀ ଙ୍କ ନେତୃତ୍ୱରେ ବିଦ୍ୟଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକ ଓ ଶକ୍ଷୟିତ୍ରୀ ମାନେ ଓ ଛାତ୍ର ଛାତ୍ରୀ, ପାଚିକା ସହୟିକା ସମୂହ ଅଂଶ ଗ୍ରହଣ କରି ତାଲିମ ନେଇଥିଲେ.

Read More

ଚିକିଟି:୧୮/୪:(ନିଗମାନନ୍ଦ ପଣ୍ଡା):ପିତାତଳି ଆଦର୍ଶ ବିଦ୍ୟାଳୟ ଦଶମ ଶ୍ରେଣୀର ଛାତ୍ର ଖୁସଲ କୁମାର ବେହେରା ସିବିଏସଇର ପ୍ରକାଶିତ ଫଳାଫକରେ କୃତିଲାଭ କରି ଅଞ୍ଚଳରେ ଗୌରବ ବଢ଼ାଇଛି। ବିଦ୍ୟାଳୟର ଛାତ୍ର ସୁରଳ ଗ୍ରାମର ଅଧ୍ୟାପକ ନିରଞ୍ଜନ ବେହେରା ଓ ରଶ୍ମିତା ବେହେରାଙ୍କ ପ୍ରତିଭାଶାଳୀ ପୁତ୍ର ୫୦୦ରୁ ୪୯୨ ନମ୍ବର ଅର୍ଜନ କରି ଦଶମ ଶ୍ରେଣୀରେ ସମସ୍ତ ରେକର୍ଡ ଭାଙ୍ଗି ଅଞ୍ଚକରେ ଗୌରବ ଆଣିଛନ୍ତି।। ତାଙ୍କର ଏହି ଅପୂର୍ବ ସଫଳତା ସୁରକ ଗ୍ରାମ ସହ ସମଗ୍ର ଚିକିଟି ଅଞ୍ଚଳକୁ ଗର୍ବିତ କରିଛି। ଖୁସଲ୍ କୃତିତ୍ୱ ପାଇଁ ଅଭିଭାବକ, ଶିକ୍ଷକ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି।ଏହି ସଫଳତା ପାଇଁ ତାଙ୍କ ଅଭିଭାବକ ଓ ବିଦ୍ୟାଳୟରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ଅଞ୍ଚଳ ବାସୀମାନେ ଏହି ସଫଳତାକୁ ଅଭିନନ୍ଦନ ଜଣାଇଛନ୍ତି।

Read More

ଭଞ୍ଜନଗର,୧୭/୪:(ନିଲୁ ବିଷୋୟୀ):ଗଞ୍ଜାମ ଜିଲ୍ଲା କଂଗ୍ରେସର ପଶ୍ଚିମ ସଭାପତି ଭାବେ ଦାୟିତ୍ୱ ପାଇବା ପରେ ଦଣ୍ଡପାଣି ପାତ୍ର ତୃଣମୂଳ ସ୍ତରରୁ କର୍ମୀଙ୍କୁ ନେଇ ସଂଘଠନ ସଜାଡିବା ଉପରେ ଗୁରୁତ୍ୱାରୋପ ଦେଇଛନ୍ତି। ଜିଲ୍ଲାର ବିଭିନ୍ନ ସ୍ଥାନରେ କର୍ମକର୍ତ୍ତା ଓ କର୍ମୀ ମାନଙ୍କୁ ଭେଟି ଶ୍ରୀ ପାତ୍ର ଆଲୋଚନା କରିଛନ୍ତି। ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବା ସହ ଲୋକଙ୍କ ସହ ଯୋଡି ହୋଇ ରହିବ ବୋଲି ଶ୍ରୀ ପାତ୍ର ଶୁକ୍ରବାର ଜଳ ସମ୍ପଦ ବିଭାଗ ଡାକ ବଙ୍ଗଳାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ବ୍ଲକ ଓ ଜିଲ୍ଲା ସ୍ତରରେ କମିଟି ଗଠନ ହୋଇଥିବା ବେଳେ ଦୀର୍ଘ ବର୍ଷ ଧରି ଗଠନ ହୋଇନଥିବା ବୁଥ ଲେବର କମିଟି ପୁନଃ ଗଠନ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହ ପୁରୁଣା କର୍ମକର୍ତ୍ତା ଓ କର୍ମୀଙ୍କୁ ପୁଣି ଥରେ କଂଗ୍ରେସକୁ ଫେରାଇ ଆଣିବା ଦିଗରେ କାଯ୍ୟ କରାଯାଉଥିବା ଶ୍ରୀ ପାତ୍ର ପ୍ରକାଶ…

Read More

ଫୁଲବାଣୀ,୧ ୭/୦୪:(ସୁନୀଲ ପଟ୍ଟନାୟକ):କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ୨୦୨୬ ର ୧୦ମ ଦିନ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ଭିକାରୀ ସାହୂ ଯୋଗ ଦେଇ କନ୍ଧମାଳ ଜିଲ୍ଲା ର କଳା ସଂସ୍କୃତି ପରମ୍ପରା ସହ ବାଣିଜ୍ୟର ପ୍ରଚାର ପ୍ରସାର ପାଇଁ ଅନୁଷ୍ଠିତ ଏହି ଲୋକ ଉତ୍ସବ ଓ ବାଣିଜ୍ୟ ମେଳା ର ସଫଳତା କାମନା କରିବା ସହ ଆୟୋଜକ ମାନଙ୍କୁ ଭୂରୀ ଭୁରୀ ପ୍ରଶଂସା କରିଥିଲେ l ଗତ ବର୍ଷ ମେଳା କୁ ଆସିଥିଲି ତେବେ ଗତ ବର୍ଷ ତୁଳନା ରେ ଏହିବର୍ଷ ଏତେ ସୁନ୍ଦର ଓ ଆକର୍ଷଣୀୟ ହୋଇଥିବା ମୁଖ୍ୟ ଅତିଥି ଉପଜିଲା ପାଳ ସାହୂ କହିବା ସହ ଏହାକୁ ଆଗକୁ ନେବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ l l ସେହିପରି ସମ୍ମାନୀତ ଅତିଥି ଭାବେ ଫୁଲବାଣୀ ତହସିଲ ଦାର ଶ୍ରୀମତୀ ପ୍ରିୟଙ୍କା…

Read More

କଳାହାଣ୍ଡି,୧୭/୦୪:(ରୁପେନ୍ଦ୍ର ସୁନାନୀ):କଳାହାଣ୍ଡି ଜିଲ୍ଲା,ଧର୍ମଗଡ଼ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ଦାପ୍ତା ସଂସ୍ଥା ପକ୍ଷରୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଗଠନ ଓ ଶିଶୁ ସୁରକ୍ଷା ଦାୟିତ୍ୱ ସମ୍ପର୍କିତ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ସିଡିପିଓ ଧରିତ୍ରୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୋଗେଶ୍ୱର ବୁଢ଼ିଆ ଜିଲ୍ଲା ସଂଯୋଜକ, DSWO କାର୍ଯ୍ୟାଳୟ,ଦିବ୍ୟରଞ୍ଜନ ଯୋଶୀ (ଏଡ୍‌ ଏଟ୍‌ ଆକ୍ସନ, ଭବାନୀପାଟଣା)ରଶ୍ମିତା ବେହେରା (RCDC)ସରସ୍ୱତୀ ମିଶ୍ର (ବୋର୍ଡ ସଦସ୍ୟ, DAPTA)ଅଞ୍ଜଳି ସିଂ (ମହିଳା ନେତ୍ରୀ) ପ୍ରମୁଖ ଯୋଗଦେଇଥିଲେ।କର୍ମଶାଳାରେ ମୁଖ୍ୟତଃ ଗ୍ରାମଗୁଡ଼ିକୁ କିପରି ବାଲ୍ୟ ବିବାହ ମୁକ୍ତ କରା ଯାଇପାରିବ ଏବଂ ଏଥିରେ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି (VLCPC) ର ଭୂମିକା କ’ଣ ରହିବ, ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷ କରି ବର୍ତ୍ତମାନ ବିବାହ ଋତୁ ଚାଲିଥିବାରୁ ବାଲ୍ୟ ବିବାହ ରୋକିବା ପାଇଁ ତୃଣମୂଳ ସ୍ତରରେ କଠୋର…

Read More

କଳାହାଣ୍ଡି,୧୭/୦୪:(ରୂପେନ୍ଦ୍ର ସୁନାନୀ):କଳାହାଣ୍ଡି ଜିଲ୍ଲା,ଧର୍ମଗଡ ବ୍ଲକ୍, ତେଣ୍ଡାପାଳି ଗ୍ରାମ ପଞ୍ଚାୟତ ପଦମପୁର ଗ୍ରାମରେ ଦେଖିବାକୁ ମିଳିଛି ପାନୀୟ ଜଳ ସମସ୍ୟା। ଖରା ଦିନ ଆସିବା ପୂର୍ବରୁ ପାଣି ପାଇଁ ଡହଳବିକଳ ହେଉଛନ୍ତି ଗ୍ରାମବାସୀ। ସରକାର ବଦଳୁଛି ,ନେତା ମନ୍ତ୍ରି ବଦଳୁଛନ୍ତି କିନ୍ତୁ ସମସ୍ୟାର ସମାଧାନ ହେଲା ନାହି। ପାଣି ଟିକିଏ ପାଇଁ ଗ୍ରାମର ପ୍ରାୟ 30 ରୁ ଉର୍ଦ୍ଧ ପରିବାର ଗୋଟିଏ ନଳକୂପ ଉପରେ ନିର୍ଭର କରିଥାନ୍ତି।ସକାଳ ପାହିଲେ ଘରେ ଘରେ ପାଣି ଚିନ୍ତା। ଗାଁ ର ମହିଳା ମାନେ ମାଠିଆ ଧରି ବାହାରି ପଢନ୍ତି ଏକ କିଲୋମିଟର ଦୂରରେ ଥିବା ଏକ ନଳକୂପକୁ। ଗାଁ ମଝିରେ ଥିବା ସେହି ଗୋଟେ ମାତ୍ର ନଳକୂପ ଅଛି ଯେଉଁଠି ଏକ ଘଣ୍ଟା ଅପେକ୍ଷା କଲେ ମାତ୍ର ଗୋଟେ କି ଦୁଇ ବାଲଟି ପାଣି ବାହାରିଥାଏ। ସେଥିରେ ମଧ୍ୟ ଅପରିଷ୍କାର ପାଣି ବାହାରିଥାଏ। ଗାଁ ନିକଟରେ ଥିବା କୂଅ ଏବଂ ନାଳର ପାଣି ମଧ୍ୟ ଶୁଖି…

Read More

ଭଞ୍ଜନଗର,୧୭/୪:(ନିଲୁ ବିଷୋୟୀ): ଭଞ୍ଜନଗର ଜଳସେଚନ ବିଭାଗ ଦ୍ବାରା ପରିଚାଳିତ ରାଜ୍ୟର ଏକ ମାତ୍ର ସରକାରୀ ୱାଟରପାର୍କ ପୁଣି ଗୁରୁବାର ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ସଂଲଗ୍ନରେ ନିର୍ମିତ ଏହି ପାର୍କ ମଙ୍ଗଳବାରରୁ ରବିବାର ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଖୋଲା ରହିବ । ପ୍ରତି ସୋମବାର ଏହା ବନ୍ଦ ରହିବ । ଦୈନିକ ୨୦୦ରୁ ୩୦୦ ଲୋକଙ୍କୁ ଜଳକ୍ରୀଡ଼ା ନିମନ୍ତେ ଛଡ଼ାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପ୍ରତି ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଶୁଳ୍କ ମୁଣ୍ଡପିଛା ୨୦୦ ଟଙ୍କା ରଖାଯାଇଛି। ଜଣେ ୫ ଘଣ୍ଟା ପାର୍କ ଭିତରେ ମଜା ଉଠାଇପାରିବେ । ଏହାପରେ ପର୍ଯ୍ୟଟକମାନେ ଚାହିଁଲେ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ବୁଲିପାରିବେ। ପୁଣି ୱାଟରପାର୍କ ଖୋଲିବା ବେଳେ ଭଞ୍ଜନଗର ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ.ସଞ୍ଜୟ କୁମାର ପ୍ରଧାନ, ନିର୍ବାହୀଯନ୍ତ୍ରୀ ଇଂ.ସନ୍ତୋଷ କୁମାର ପାତ୍ର ଓ ସହକାରୀଯନ୍ତ୍ରୀ ପ୍ରହଲ୍ଲାଦ ପଣ୍ଡା…

Read More

ବାଲିଗୁଡା,୧୭/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଦୁର୍ଗମ ତଥା ଅପହଞ୍ଚ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ । ସରକାରୀ ଯୋଜନାର ସୁଫଳ ରୂପାୟନ ଯେପରି ଶେଷ ସୀମାରେ ଥିବା ଲୋକଙ୍କ ପାଖରେ ପହଞ୍ଚିପାରିବ, ସେଥିପାଇଁ ଜିଲ୍ଲାପାଳ ନିଜେ ବିଭିନ୍ନ ପଞ୍ଚାୟତ ପରିଦର୍ଶନ କରି କାର୍ଯ୍ୟର ମାନ ଓ ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ସକାଳୁ ତାଜୁଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ କଲିଙ୍ଗିରେ ପହଞ୍ଚି ସେଠିକାର ବିଭିନ୍ନ ସମସ୍ୟା ବିଷୟରେ ବୁଝିବା ସହ କଣ କଣ ସବୁ କାମ ହେବ ସେ ନେଇ ଦାରିଙ୍ଗବାଡ଼ି ବିଡ଼ିଓ ପ୍ରୀତିରଞ୍ଜନ ରଥ ଙ୍କୁ ନିର୍ଦେଶ ଦେଇଥିଲେ। ଏହା ପରେ ଭ୍ରମରବାଡ଼ି ଅଙ୍ଗନବାଡ଼ି ଗୃହ କାର୍ଯ୍ୟ,ରିଣ୍ଡାବାଲି ଜଳ ପ୍ରପାତ କାର୍ଯ୍ୟ ଦେଖିବା ସହ କିଭଳି ଅଧିକ ସୌନ୍ଦର୍ଯ୍ୟ କରାଯିବ ସେନେଇ ଆଲୋଚନା କରିଥିଲେ , ବାଡାବାଙ୍ଗା ଗ୍ରାମ ପଞ୍ଚାୟତ ଭବନ , ଡାଡାକେତା ବନ…

Read More

ବାଲିଗୁଡା,୧୭/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଧିକାରୀ ଆଶୁତୋଷ ଜେନାଙ୍କ ସହ ପୋଲିସ ଦଳ ଦାରିଙ୍ଗିବାଡ଼ି ଛକରେ ପେଟ୍ରୋଲିଂ ବେଳେ କାଠ ପଟା ବୋଝେଇ ମିନି ଟ୍ରକ ଜବତ କରି ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଥିଲେ। ପରେ ଏହାକୁ କ.ନୂଆଗାଁ ବନାଞ୍ଚଳ ପକ୍ଷରୁ ବନାଞ୍ଚଳ ଅଧିକାରୀ ରମାକାନ୍ତି କହଁରଙ୍କ ନେତୃତ୍ୱରେ କ.ନୂଆଗାଁ ବନପାଳ ଶୁଶାନ୍ତ କୁମାର ବୈଶାଖୀ ଉକ୍ତ ପଟା ବୋଝେଇ ୨୦୭ ପିକଅପ ଗାଡି ନଂ.ଓଡ଼ି ୦୨ ସିପି ୭୬୨୭ ମିନି ଟ୍ରକକୁ ନିଜ ଅଧୀନକୁ ଆଣିଥିଲେ। ଉକ୍ତ ମିନି ଟ୍ରକକୁ ଯାଞ୍ଚ କରି ଶାଳ ପଟା ୧୫ ଟି, ପିଆଶାଳ ପଟା ୨୫ ଟି ଓ ଶାଳ ସାଇଜ ୪୪ ଟି ମୋଟ ୮୪ ଟି କାଠ ପଟା ଜବତ କରିବା ସହିତ ବେଆଇନ କାଠ ପଟା ପରିବହନ କରୁଥିବା ଡ୍ରାଇଭର ରାଇକିଆ ଥାନା ଅନ୍ତର୍ଗତ ସୁଗଡ ବାଡ଼ିର ବିପିନ ପ୍ରଧାନ (୩୪)…

Read More

ବାଲିଗୁଡା,୧୭/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ବାଲିଗୁଡ଼ା ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ ତମ ତିରୋଧାନ ତଥା ଶ୍ରାଦ୍ଧ ଦିବସ ମହାସମାରୋହ ରେ ପାଳିତ ହୋଇ ଯାଇଛି । ଏହି ଅବସରରେ କନ୍ଧମାଳ ଜିଲ୍ଲା ବିଜେଡ଼ି ଉପ ସଭାପତି ତଥା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ସଂଯୋଜକ ଟୁନା ଦାସଙ୍କ ନେତୃତ୍ୱରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ୪ ଟି ବ୍ଲକ ଓ ବାଲିଗୁଡ଼ା ଏନ୍ଏସିର ସମସ୍ତ ଜନ ପ୍ରତିନିଧିଙ୍କ ସମେତ ଶତାଧିକ ବିଜୁ ପ୍ରେମୀ ଏକତ୍ରିତ ହୋଇ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ସମଗ୍ର ସହର ପରିକ୍ରମା କରିବା ସହ ସ୍ଥାନୀୟ ବିଜୁ ଫୁଡ୍ କୋର୍ଟ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେପରେ ସ୍ଥାନୀୟ ବିଜେଡ଼ି କାର୍ଯ୍ୟାଳୟରେ ବିଜୁ ବାବୁଙ୍କ ସ୍ମୃତି…

Read More

କିଛି ସ୍ମୃତି କଲେଜ ପାଇଁ ଇତିହାସ ହୋଇ ରହିଯାଏ ବାଲିଗୁଡା,୧୭/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ଏ,ଏମ,ସି,ଏସ ମହାବିଦ୍ୟାଳୟ ପରିସରରେ ଇତିହାସ ବିଭାଗର ସ୍ନାତକ ଓ ସ୍ନାତକୋତ୍ତର ଶେଷ ବର୍ଷର ଛାତ୍ରଛାତ୍ରୀ ଙ୍କୁ ବିଭାଗ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l ଏଥିରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ବିଷ୍ଣୁ ପ୍ରସାଦ ରଥ ଉପସ୍ଥିତ ରହି ” କିଛି ଛାତ୍ର ଛାତ୍ରୀ ଙ୍କ ସ୍ମୃତି ଆମ ବିଭାଗରେ ସ୍ମୃତି ହୋଇ ରହିଯାଇଛି ” ବୋଲି ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ l ଅଧ୍ୟାପକ ବନମାଳୀ ବେହେରା, ଅମୂଲ୍ୟ କୁମାର ସାବତ, ସନ୍ତୋଷ କୁମାର ରଥ ବିଭାଗର ଅଧ୍ୟାପକ ଅଭୟ ପ୍ରଧାନ, ରାହୁଳ ଦିଗାଲ, ଅଧ୍ୟାପିକା ଶ୍ରାବଣୀ ପ୍ରଧାନ, ସନ୍ଧ୍ୟାରାଣୀ କହଁର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଅଧ୍ୟାପକ ରତନ ଦିଗାଲ, ଆକାଶ ଶତପଥୀ, ଭଞ୍ଜ କିଶୋର ସାହୁ, ମନୋଜ ମହାରଣା,ରିଲୁ ପ୍ରଧାନ,…

Read More

ଭଞ୍ଜନଗର,୧୭/୪:(ନିଲୁ ବିଷୋୟୀ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳର ଲାଠିପଡା ଓ ଗାଙ୍ଗପୁର ସେକ୍ସନରୁ ପୁରୀ ଅଭିମୁଖେ ୧୬ ଖଣ୍ଡ ଫାଶୀ କାଠ ଯାଇଛି। ଉକ୍ତ ସମସ୍ତ କାଠ ଲୋକେ ଦାନ କରିଥିଲେ। ବନ ବିଭାଗ ଅଧିକାରୀ ଏଥିରେ ସହଯୋଗ କରିଥିଲେ। ରଥକାଠ ଯିବା ସମୟରେ ଲୋକେ ରାସ୍ତାକଡ଼ରେ ପୂଜାର୍ଚ୍ଚନା କରିଥିଲେ। ଏହି ସମୟରେ ଡିଏଫଓ ହିମାଂଶୁ ଶେଖର ମହାନ୍ତି, ଏସିଏଫ ବିବେକ ଦାସ, ରେଞ୍ଜର ପୃଥିବୀ ରାଜ ପ୍ରଧାନ,ବନପାଳ ଦିଲ୍ଲୀପ ଦାସ,ବନରକ୍ଷୀ ବୁଲୁ ନାଇକ,ପିକିନା ସାହୁ,ଅର୍ଚ୍ଚନା ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ପୁର୍ବରୁ ଏହି ବନଖଣ୍ଡରୁ ଚଳିତବର୍ଷ ପୁରୀ ରଥଯାତ୍ରା ପାଇଁ ର୍ନିମାଣ ହେଉଥିବା ରଥ ପାଇଁ ୩ ଥର କାଠ ପୁରୀକୁ ପଠାଗଲାଣି।

Read More