ଫୁଲବାଣୀ,୧୯/୦୪:(ସୁନୀଲ ପଟନାୟକ):ପବିତ୍ର ଅଖିତୃତୀୟl ଅବସରରେ ଶ୍ରୀଶ୍ରୀ ମା ନାରାୟଣୀ ଠାକୁରାଣୀଙ୍କ ସପ୍ତବିଂଶ ତମ ଯାତ୍ରା ଆରମ୍ଭ ହୋଇ ଆସନ୍ତା ମେ ମାସ ୨୦ଯାଏ ଦୀର୍ଘ ଏକ ମାସ ଧରି ଚାଲିବ l ସଭାପତି କାବୁଲା ସେନାପତିଙ୍କ ନେତୃତ୍ବରେ ଯାତ୍ରା ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସମେତ ପୂଜକ ମାନଙ୍କ ଉପସ୍ଥିତିରେ ସମସ୍ତ ରୀତି ନୀତି ପୁଜା ପଦ୍ଧତି ପ୍ରକ୍ରିୟା କରାଯାଇ ବ୍ରାହ୍ମଣୀ ଦେବୀ , ବରାଳ ଦେବୀ, ବ୍ୟାଘ୍ର ଦେବୀ, ଗ୍ରାମ୍ୟ ଦେବୀ ଆଦି ଙ୍କୁ ଆବାହନ କରି ଅଣା ଯିବା ଅସ୍ଥାୟୀ ମଣ୍ଡପ ଯାତ୍ରା ପଡ଼ିଆ କୁଅଣାଯିବା ପରେ ସଂନ୍ଧ୍ୟାରେ ବିଶାଳ ପଟୁଆର ରେ ବାଜା ବlଣ ସହ ନାରାୟଣୀ ମନ୍ଦିରକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିବା ପରେ ମଧ୍ୟ ରାତ୍ରୀ ରେ ମାଙ୍କ ଆଜ୍ଞାମାଳ ଅଣାଯିବ l ସମସ୍ତ କାର୍ଯ୍ୟ ଯେପରି ଶାନ୍ତି ଶୃଙ୍ଖଳା ର ସହ ଅନୁଷ୍ଠିତ ହେବ ଏଥିପାଇଁ ପୋଲିସ ପ୍ରଶାସନ ଓ ଯାତ୍ରା କମିଟି…
Author: Janabani News
ରାୟଗଡ,୧୯/୪:(ଅମୁଲ୍ୟ ନିଶଙ୍କ):ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ତଥା ରାୟଗଡ଼ା କଲା ନୋଡାଲ ତିରୁମାଲା ନାୟକ ଦୁଇ ଦିନିଆ ରାୟଗଡ଼ା ଜିଲା ଗସ୍ତ କରି ଶନିବାର ଫେରିଯାଇଛନ୍ତି । ଶୁକ୍ରବାର ବଳମ୍ବିତ ସ୍ଥିତ ରାତିରେ ସେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ର ୧୦୦ ଶଯ୍ୟା ବିଶିଷ୍ଟ ନିର୍ମାଣାଧୀନ କୋଠା କାର୍ଯ୍ୟ ଅନୁଧ୍ୟାନ କରିବା ସହ ଉପଖଣ୍ଡ ସାସ୍ଥ୍ୟକେନ୍ଦ୍ରର ବିଭିନ୍ନ ୱାର୍ଡ ପରିଦର୍ଶନ କରିଥିଲେ । ପ୍ରସୂତି ବିଭାଗ ପରିଦର୍ଶନ ସମୟରେ ସରକାରଙ୍କ ସମସ୍ତ ଯୋଜନା ଉପଲବ୍ଧ ହେଉଛି କି ନାହିଁ ମହିଳାଙ୍କୁ ପଚାରି ବୁଝିଥିଲେ। ଶନିବାର ଦ୍ଵିତୀୟ ଦିନରେ ଗୁଣପୁର ବ୍ଲକ ଗ୍ରସ୍ତ ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର କରି କେନ୍ଦ୍ର ଓ ଚିତ୍ରକଳା ଲାଞ୍ଜିଆ ସୌରା ଜନଜାତି ତିଙ୍କ ତାଲିମ କେନ୍ଦ୍ର ପରିଦର୍ଶନ ନ କରି ଭିତ୍ତଭୂମିର ଅନୁଧ୍ୟାନ କରିବା ସହ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି ।ପୁଟାସିଂ ପଞ୍ଚାୟତର ରେଞ୍ଜିଙ୍ଗତାଳରେଥିବ ଥିବା ଜନଜାତି ପାରମ୍ପରିକ ଇତିତାଳ ଚିତ୍ରକଳା…
ସିନାପାଲି,୧୯/୪: (ପରମେଶ୍ୱର ମେହେର ): ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଭରୁଆମୁଣ୍ଡା ଗ୍ରାମପଞ୍ଚାୟତ ଚଚରାଭଟା ଗ୍ରାମର ଏକ କୁନି ଝିଅ ରିଆ ଛତ୍ରିଆଙ୍କ ଜୀବନ ଆଜି ଦୁଃଖ ଓ ଅସହାୟତାର ଚିତ୍ର ଆଙ୍କି ଦେଉଛି । କମ୍ ବୟସରେ ଜୀବନର କଠୋର ସତ୍ୟ ସମ୍ମୁଖୀନ ହୋଇଥିବା ଏହି ଝିଅଟି ଏବେ ସମାଜ ଓ ପ୍ରଶାସନର ସହାନୁଭୂତି ଓ ସହଯୋଗ ପାଇଁ ଆଶାରେ ଅପେକ୍ଷା କରୁଛି । ସୂଚନା ଅନୁସାରେ, ରିଆ ଙ୍କ ପିତା କହିଲେ କିଏ ନ ଜାଣେ କିନ୍ତୁ ଦୁଃଖ ର ବିଷୟ । ତା ପରେ ଗତ ବର୍ଷ ତାଙ୍କ ମାଆ ଯମୁନା ଛତ୍ରିଆ ଙ୍କ ମୃତ୍ୟୁ ଘଟିବାରୁ ସେ ସଂପୂର୍ଣ୍ଣ ଭାବେ ଅନାଥ ହୋଇପଡିଛନ୍ତି । ବର୍ତ୍ତମାନ ସେ ତାଙ୍କ ମାମୁଁ ଫୁଳଚନ ଛତ୍ରିଆ ଙ୍କ ଆଶ୍ରୟରେ ରହୁଛନ୍ତି, କିନ୍ତୁ ମାମୁଁଙ୍କ ପରିବାର ମଧ୍ୟ ଦରିଦ୍ର ସୀମାରେଖା ତଳେ ଥିବାରୁ ଝିଅଟି ଙ୍କ ଜୀବନ ଏକ…
ସିନାପାଲି,୧୯/0୪:(ପରମେଶ୍ୱର ମେହେର):ନୂଆପଡା ଜିଲ୍ଲା ସିନାପାଲି ଗୋଷ୍ଠୀ ଶିକ୍ଷା ବିଭାଗ ତରଫରୁ ରବିବାର ଏକ ଭବ୍ୟ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା l ଏହି ଶିବିରରେ ସିନାପାଲି ବ୍ଲକ ଅନ୍ତର୍ଗତ ୧୬ଟି କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ ରକ୍ତଦାତା ମିଶି ସମୁଦାୟ ୭୫ ଜଣ ସ୍ବେଛାସେବୀ ରକ୍ତଦାନ କରିଥିଲେ l ବିଇଓ ଯତୀନ୍ଦ୍ର କୁମାର ସେଠଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରକୁ ମୁଖ୍ୟଅତିଥି ଭାବରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଡ଼ିଓ କର୍ମୀ ଓରାମ, ମେଡିକାଲ ଅଫିସର ଶ୍ରୀମାନ ସାହୁ, ଡାକ୍ତର ନୈମିଶ ସା, ଏବିଇଓ ପ୍ରଦୀପ ପଣ୍ଡା, ଓଷ୍ଟାର ଜିଲ୍ଳା ସମ୍ପାଦକ ରଵିନ୍ଦ୍ରନାଥ ଯୋଷୀ, ପ୍ରଧାନ ଶିକ୍ଷକ ଲଳିତ କୁମାର ସୁନାରି ପ୍ରମୁଖ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ଆୟୋଜନରେ ଶିକ୍ଷକ ମନୋରଞ୍ଜନ ମେହେର, ବୈଷ୍ଣବ ମେହେର, ତରୁଣ କୁମାର ମେହେର, ଶିକ୍ଷକ ସଂଘ ସମ୍ପାଦକ ବାଲାଜୀ ହରିଜନ, ସିଅରସିସି…
ରାୟଗଡ,୧୯/୪:(ଅମୂଲ୍ୟ ନିଶଙ୍କ): ଚନ୍ଦ୍ରପୁର ବ୍ଲକ୍ ର ଜାତି ଜନଜାତି ବିଭାଗର ଏକ ବନ୍ଧୁ ମିଳନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହେଇଥିଲା । ଏଥିରେ ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଙ୍କ ତତତ୍ଵାବଧାନରେ ଏକ ବଣ ଭୋଜିର ଫଳ ଫଳିଆ ନଦୀ ନିକଟରେ ଚନ୍ଦ୍ରପୁର ବ୍ଲକ୍ ର ସାତ ଗୋଟି ବିଦ୍ୟାଳୟର ୫୦ ରୁ ଉର୍ଦ୍ଧ ଶିକ୍ଷକ ଯୋଗ ଦେଇଥିଲେ ଅନୁରାଧା ଲିଙ୍ଗମ୍ ଉର୍ମିଳା ପିପଳି ରାଜୁ ପାଲ୍ ସନ୍ତୋଷ କୁଶଲିୟା ଶିକ୍ଷକ ଉପ ସଭାପତି ଶ୍ରୀ ପ୍ରଦୀପ ଚୌଧୁରୀ ମୃତ୍ୟୁଞ୍ଜୟ ପଟ୍ଟନାୟକ ଏ ଭଳି ୫୦ ରୁ ଉର୍ଦ୍ଧ ଶିକ୍ଷକ ଉପସ୍ଥିତ ଥିଲେ । ଚନ୍ଦ୍ରପୁର ବ୍ଲକ୍ ର ସମସ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଯୋଗ ଦାନ କରି ଥିଲେ । ସମସ୍ତ ବିଦ୍ୟାଳୟର ଭଲ ମନ୍ଦ ଵିଷୟ ଆଲୋଚନା ହୋଇଥିଲା। ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କହିଥିଲେ ବିଦ୍ୟାଳୟ ଏକ ମନ୍ଦିର ବିଦ୍ୟାଳୟକୁ ମନ୍ଦିର ଭଳି ଦାୟିତ୍ଵ ବାନ ହେବା…
ରାୟଗଡ଼,୧୯/୪:(ଅମୂଲ୍ୟ କୁମାର ନିଶଙ୍କ):ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଏନ ତିରୁମୁଲା ନାଏକ ଆଜି ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସଚିବଙ୍କ ଏହି ଗସ୍ତ ସମୟରେ ପ୍ରଥମେ କୁଜେନ୍ଦ୍ରୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଯାଇ ସ୍ଥାନୀୟ ସରପଞ୍ଚ,ବାସିନ୍ଦା ଓ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଙ୍କ ସହ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ଆଲୋଚନା କରିଥିଲେ।ଏହା ପରେ ରାମନାଗୁଡା ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟ ର ଭିତ୍ତିଭୂମି , ଇ ଲାଇବ୍ରେରୀ,ଛାତ୍ର ଛାତ୍ରୀ ଙ୍କ ଆର୍ଚେରୀ କୌଶଳ ଦେଖି ଖୁସି ବ୍ୟକ୍ତ କରିବା ସହ ଛାତ୍ର ଛାତ୍ରୀଙ୍କ ଶିକ୍ଷା ଓ କ୍ରୀଡ଼ା ଦକ୍ଷତା ବିକାଶ ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।ଏହା ପରେ ବ୍ଲକ ପ୍ରଶାସନ ଓ ଉଦ୍ୟାନ କୃଷି ବିଭାଗ ମିଳିତ ସହାୟତାରେ ଖାମ୍ବାଗୁଡ଼ା ମା ଘଟଗାଁ ତାରିଣୀ…
ଫୁଲବାଣୀ:୧୯/୦୪:(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସ୍ଥିତ ପଞ୍ଚାୟତ ଭବନ ସମ୍ମିଳନୀ କକ୍ଷରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ପକ୍ଷରୁ ଏକ ‘ପ୍ରମୁଖ ନାଗରିକ ସଙ୍ଗୋଷ୍ଠୀ’ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଓ ବୁଦ୍ଧିଜୀବୀମାନଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ର ନିର୍ମାଣ ଓ ସାମାଜିକ ସମରସତା ଉପରେ ଗୁରୁତ୍ୱାରୋପ କରାଯାଇଛି।ମୁଖ୍ୟ ଆଲୋଚନା ଓ ପ୍ରସଙ୍ଗ: କନ୍ଧମାଳ ଜିଲ୍ଲାର ଏହି ସଙ୍ଗୋଷ୍ଠୀରେ ଉପସ୍ଥିତ ଅତିଥି ଓ ବକ୍ତାମାନେ ବର୍ତ୍ତମାନର ସାମାଜିକ ପରିପ୍ରେକ୍ଷୀରେ ଜଣେ ସଚେତନ ନାଗରିକର କର୍ତ୍ତବ୍ୟ ଏବଂ ସ୍ଥାନୀୟ ଅଞ୍ଚଳର ବିକାଶରେ ସାଧାରଣ ଜନତାଙ୍କ ଭାଗିଦାରୀ ବିଷୟରେ ପ୍ରଶ୍ନୋତ୍ତରୀ ମାଧ୍ୟମରେ ବିସ୍ତୃତ ଆଲୋଚନା କରିଥିଲେ। ମୁଖ୍ୟ ବକ୍ତା ବିଶିଷ୍ଟ ଚିନ୍ତାନାୟକ, ବାଗ୍ମୀ ତଥା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହପ୍ରାନ୍ତ ବୌଦ୍ଧିକ ପ୍ରମୁଖ ଆଦରଣିୟ ଶ୍ରୀ ବିଶ୍ୱମ୍ବର ପାଣି ନିଜ ବକ୍ତବ୍ୟରେ ପଞ୍ଚ ପରିବର୍ତ୍ତନ ମାଧ୍ୟମରେ ସମାଜ ପରିବର୍ତ୍ତନ ପାଇଁ ଆହ୍ୱାନ…
ଫୁଲବାଣୀ,୧୯/୦୪(ସୁନୀଲ ପଟନାୟକ):କନ୍ଧମାଳ ଜିଲ୍ଲାର ସୁ ପ୍ରସିଦ୍ଧ ତଥା ଐତିହାସିକ ଶ୍ରୀ ଶ୍ରୀ ଶ୍ରୀ ମା ନାରାୟଣୀଙ୍କ ସମେତ ପଞ୍ଚ ଠାକୁରାଣୀଙ୍କ ଯାତ୍ରା ଆସନ୍ତା କାଲି ଅର୍ଥାତ ଏପ୍ରିଲ ୨୦ ରୁ ମଇ ମାସ ୨୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ଏହି ଅବସରରେ ଯାତ୍ରା ପରିଚାଳନା କମିଟି ସଭାପତି କାବୁଲା ସେନାପତିଙ୍କ ସମେତ ପରିଚାଳନା କମିଟି ନିଷ୍ପତ୍ତି ପ୍ରକାରେ, କମିଟି ସମ୍ପାଦକ ଏଲ ସଞ୍ଜିତ ପାତ୍ର, ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, କମିଟି କାର୍ଯ୍ୟକାରୀ ସଦସ୍ୟ ଜଗନ୍ନାଥ ସାହୁ, ମୁକ୍ତିକାନ୍ତ ମହାନ୍ତି, ଦେବାଶିଷ ପ୍ରିୟଦର୍ଶନ, ଲଳିତ ନାରାୟଣ ନନ୍ଦ(ଟିଙ୍କୁ )ପ୍ରମୁଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟ ମୂଳକ ସାକ୍ଷାତ କରି ଚଳିତ ଯାତ୍ରା ପାଇଁ ନିମନ୍ତ୍ରଣ କରିଥିଲେ l ମୁଖ୍ୟ ମନ୍ତ୍ରୀ ଆସିବାପାଇଁ ସମ୍ମତି ପ୍ରଦାନ କରିଛନ୍ତି l କିଛି ଦିନ ପୂର୍ବରୁ ସଭାପତି ଶ୍ରୀ ସେନାପତି ସାଧାରଣ ବୈଠକ ଡକାଇ ସମସ୍ତ କାର୍ଯ୍ୟକାରୀ ସଦସ୍ୟ ମାନଙ୍କ…
ସିନାପାଲି: ୧୯/୦୪:(ପରମେଶ୍ୱର ମେହେର):ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କାପସୀ ଗ୍ରାମ ପୁଣିଥରେ ଭକ୍ତିର ଅପୂର୍ବ ରଙ୍ଗରେ ରଙ୍ଗେଇଛି । ଏଠାରେ ଆୟୋଜିତ ୧୬ ପ୍ରହରୀ ନାମଯଜ୍ଞ ଉତ୍ସବ ଗ୍ରାମକୁ ଏକ ଆଧ୍ୟାତ୍ମିକ କ୍ଷେତ୍ରରେ ପରିଣତ କରିଦେଇଛି । ଗତ ଦୁଇ ଦିନ ଧରି ଚାଲିଥିବା ଏହି ପବିତ୍ର ଅନୁଷ୍ଠାନରେ ଦୂରଦୂରାନ୍ତରୁ ଭକ୍ତମାନେ ଯୋଗଦେଇ ଭକ୍ତିର ସ୍ରୋତକୁ ଅଧିକ ଗଭୀର କରିଛନ୍ତି । ଆଜି ରବିବାର ସକାଳ ୮ଟାରେ ଏହାର ପୂର୍ଣ୍ଣାହୁତି ହେବାକୁ ଥିବାବେଳେ, ଗ୍ରାମରେ ଭକ୍ତମାନଙ୍କର ଭିଡ଼ ଚୂଡ଼ାନ୍ତରେ ପହଞ୍ଚିଛି । ଗାଁର ପ୍ରତ୍ୟେକ କୋଣାରୁ “ହରେ କୃଷ୍ଣ, ହରେ ରାମ” ମହାମନ୍ତ୍ରର ଧ୍ୱନି ଗୁଞ୍ଜିଉଠୁଥିବା ସମୟରେ ଭକ୍ତମାନେ ନାମ ସଙ୍କୀର୍ତ୍ତନ, ଭଜନ ଓ କୀର୍ତ୍ତନରେ ଲୀନ ହୋଇ ଆତ୍ମିକ ଆନନ୍ଦର ଅନୁଭୂତି କରୁଛନ୍ତି । ପୂଜାପାଠ ଓ ହୋମଯଜ୍ଞ ମାଧ୍ୟମରେ ସମଗ୍ର ପରିବେଶ ଭକ୍ତିମୟ ରୂପ ଧାରଣ କରିଛି, ଯାହା ଗ୍ରାମୀଣ ସାମୂହିକତା ଓ ଏକତାର ଏକ ଅଦ୍ଭୁତ…
ବୋଲଗଡ଼,୧୯/୦୪(ସୁଶାନ୍ତ କୁମାର ପ୍ରଧାନ): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ବାଙ୍କୋଇ ଗ୍ରାମର ଝିଅ ବର୍ଷା ପଟନାୟକ ଡକ୍ଟରେଟ ଉପାଧି ହାସଲ କରିବା ପରେ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏହି ସଫଳତା ପାଇଁ ବର୍ଷାଙ୍କୁ ଶିକ୍ଷାବିତ୍, ବନ୍ଧୁବାନ୍ଧବ ଏବଂ ପରିବାର ଓ ଶୁଭଛିନ୍ତକଙ୍କ ସମେତ ବିଭିନ୍ନ କ୍ଷେତ୍ରରୁ ପ୍ରମୁଖ ବ୍ୟକ୍ତିବିଶେଷ, ସହକର୍ମୀ ଏବଂ ଶିକ୍ଷକମାନେ ତାଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରି ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅଭିନନ୍ଦନ ଜଣାଇଛନ୍ତି l ରିଉମର ଡିଟେକ୍ସନ ଇନ ସୋସିଆଲ ମିଡ଼ିଆ ଏବଂ କମ୍ପୁଟର ସାଇନ୍ସ ର ଆର୍ଟିଫିସିଆଲ ଇଣ୍ଟେଲଜେନସି ବିଷୟରେ ବର୍ଷା ସନ୍ଦର୍ଭ ଲେଖି ବର୍ଷା ଏହି ସ୍ବତନ୍ତ୍ର ଉପଲବ୍ଧି ହାସଲ କରିଛନ୍ତି l ଡକ୍ଟରେଟ ଉପାଧି ହାସଲ କରିବା ପରେ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରିବାକୁ ନୂତନ ରାସ୍ତା ରୂପେ ଏହି ଉପଲବ୍ଧି ତାଙ୍କର ଶିକ୍ଷାଗତ ଜୀବନରେ ଏକ ନୂତନ ଅଧ୍ୟାୟ ଯୋଡିଛି ବୋଲି ସେ…
ଭୁବନେଶ୍ୱର,୧୯/୪: (ଜନବାଣୀ ବ୍ୟୁରୋ):ଚାଷୀର ବିକାଶ ହେଲେ ହିଁ ବିକଶିତ ଓଡ଼ିଶା ମାଧ୍ୟମରେ ‘ବିକଶିତ ଭାରତ’ର ସ୍ୱପ୍ନ ସାକାର ହୋଇପାରିବ । ବିଶେଷ କରି ମତ୍ସ୍ୟଚାଷରେ ବ୍ୟାପକ ଉନ୍ନତି ରାଜ୍ୟର ଅର୍ଥନୀତିକୁ ବିକଶିତ କରିପାରିବ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି । କୃଷିଭବନ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ଜିଲ୍ଲା ମତ୍ସ୍ୟ ଅଧିକାରୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଅଧ୍ୟକ୍ଷତା କରି ଏହି ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ମଧ୍ୟରେ ‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା’, ‘ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା’ ଏବଂ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଥିଲା । ଓଡ଼ିଶା ବର୍ତ୍ତମାନ ଦେଶରେ ମାଛ ଉତ୍ପାଦନ ଓ ସାମୁଦ୍ରିକ ଖାଦ୍ୟ ରପ୍ତାନି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ…
ଫୁଲବାଣୀ,୧୮/୦୪(ସୁନୀଲ ପଟ୍ଟନାୟକ):କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ୨୦୨୬ ର ୧୧ତ ମ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ତଥା ବାଲିଗୁଡ଼ା ପି ଏ ଆଇଟିଡିଏ କୃପା ସିନ୍ଧୁ ବେହେରା ଯୋଗ ଦେଇ କନ୍ଧମାଳ ଜିଲ୍ଲା ର କଳା ସଂସ୍କୃତି ପରମ୍ପରା ସହ ବାଣିଜ୍ୟର ପ୍ରଚାର ପ୍ରସାର ପାଇଁ ଅନୁଷ୍ଠିତ ଏହି ଲୋକ ଉତ୍ସବ ଓ ବାଣିଜ୍ୟ ମେଳା ର ସଫଳତା କାମନା କରିବା ସହ ଆୟୋଜକ ମାନଙ୍କୁ ଭୂରୀ ଭୁରୀ ପ୍ରଶଂସା କରିଥିଲେ l ଗତ ବର୍ଷ ମେଳା କୁ ଆସିଥିଲି ତେବେ ଗତ ବର୍ଷ ତୁଳନା ରେ ଏହିବର୍ଷ ଏତେ ସୁନ୍ଦର ଓ ଆକର୍ଷଣୀୟ ହୋଇଥିବା ମୁଖ୍ୟ ଅତୀ ଥି ବେହେରା ମତ ପ୍ରକାଶ କରିଥିଲେ l ସେହିପରି ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପି. ପଦ୍ମା ଓ ଡି ସି ପି ଓ ଶ୍ରୀମତୀ ରଶ୍ମିତା କରନ ଯୋଗ ଦେଇ…