ଫୁଲବାଣୀ,୧୬//୦୪:(ସୁନୀଲ ପଟ୍ଟନାୟକ):କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ୨୦୨୬ ର ୯ମ ଦିନ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡ଼ି ସଭାପତି ପଦ୍ମନାଭ ବେହେରାଯୋଗ ଦେଇ କନ୍ଧମାଳ ଜିଲ୍ଲା ର କଳା ସଂସ୍କୃତି ପରମ୍ପରା ସହ ବାଣିଜ୍ୟର ପ୍ରଚାର ପ୍ରସାର ପାଇଁ ଅନୁଷ୍ଠିତ ଏହି ଲୋକ ଉତ୍ସବ ଓ ବାଣିଜ୍ୟ ମେଳା ର ସଫଳତା କାମନା କରିବା ସହ ଆୟୋଜକ ମାନଙ୍କୁ ଭୂରୀ ଭୁରୀ ପ୍ରଶଂସା କରିଥିଲେ l ଗତ ବର୍ଷ ମେଳା କୁ ଆସିଥିଲି ତେବେ ଗତ ବର୍ଷ ତୁଳନା ରେ ଏହିବର୍ଷ ଏତେ ସୁନ୍ଦର ଓ ଆକର୍ଷଣୀୟ ହୋଇଥିବା ମୁଖ୍ୟ ଅତିଥିପୁର୍ବତନ ମନ୍ତ୍ରୀ ବେହେରା କହିବା ସହ ଏହାକୁ ଆଗକୁ ନେବା ପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ l l ସେହିପରି ସମ୍ମାନୀତ ଅତିଥି ଭାବେ ମ୍ୟୁନିସିପାଲଟି ଅଧ୍ୟକ୍ଷା ଶ୍ରୀମତୀ ପାୟଲ ବେହେରା ଓ…
Author: Janabani News
କଳାହାଣ୍ଡି, ୧୬/୪:(ରୁପେନ୍ଦ୍ର ସୁନା ନୀ):ଧର୍ମଗଡ ଉପଖଣ୍ଡ ୧୬/୦୪: ରୁପେନ୍ଦ୍ର ସୁନାନୀ: ପ୍ରକାଶ ପାଇଛି ସିବିଏସ୍ଇ ଦଶମ ବୋର୍ଡ ପରୀକ୍ଷା ଫଳାଫଳ। ଏହି ସିବିଏସଇ ଦଶମ ବୋର୍ଡ ପରୀକ୍ଷାରେ ଧର୍ମଗଡ ବ୍ଲକ୍, ଦଣ୍ଡପାଟ ଅଞ୍ଚଳ ବେହେରା ଗ୍ରାମର ତନ୍ମୟ ନାଏକ ୯୬ % ମାର୍କ ରଖି ଉତ୍ତୀର୍ଣ୍ଣ ହୋଇ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଥିବା ବେଳେ ସାନ କେନ୍ଦୁଗୁଡା ଗ୍ରାମର ଆଶିଷ କୁମାର ମାଝୀ 93.83% ନମ୍ବର ରଖି ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ତନ୍ମୟ ନାଏକ ବେହେରା ଗ୍ରାମର ହେମନ୍ତ ନାଏକ (ସେବା ସମବାୟ ସମିତି ସମ୍ପାଦକ)ଏବଂ ମଡୁଆ ନାଏକ (ଅଙ୍ଗନୱାଡ଼ି କର୍ମୀ) ଙ୍କ ସାନ ପୁଅ ଅଟନ୍ତି ଏବଂ ସେ ଭବାନିପାଟଣା ସ୍ଥିତ ବିକାଶ ରେସିଡେନସିଏଲ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିଲେ।ଏହି ସଫଳତା ପଛରେ ତନ୍ମୟ ନିଜ ପିତା, ମାତା, ବଡ ବାପା ହୁକିମ ଚନ୍ଦ୍ର ନାଏକ , ଅବସରପ୍ରାପ୍ତ ଶିକ୍ଷକ, ବଡ ମା,ବଡ ଭାଇ,ଭଉଣୀ…
ବ୍ରହ୍ମପୁର,୧୬/୪:(ହିମାଂଶୁ ଶେଖର ସାବତ):ବ୍ରହ୍ମପୁର ଏଲଆଇ ସି ଗୋଲଡେନ ଜୁବୁଲି ଫଉଡେଶନ ପକ୍ଷରୁ ବ୍ରହ୍ମପୁର ସବୁଜ ବାହିନୀକୁ ଏକ “ଟ୍ରୀ ଆମ୍ବୁଲାନ୍ସ” ପ୍ରଦାନ କରାଯାଇଛି। ପରିବେଶ ସୁରକ୍ଷା ଓ ବୃକ୍ଷ ସଂରକ୍ଷଣ କ୍ଷେତ୍ରରେ ସଂଗଠନର ଦୀର୍ଘଦିନର ଅବଦାନକୁ ମନେରଖି ଏହି ସହଯୋଗ ଯୋଗାଇଦିଆଯାଇଛି।ଗତ ୧୨ ବର୍ଷ ଧରି ବ୍ରହ୍ମପୁର ସହର ଓ ଆଖ ପାଖ ଅଞ୍ଚଳରେ ବୃକ୍ଷରୋପଣ, ବୃକ୍ଷ ସୁରକ୍ଷା ଓ ସବୁଜୀକରଣ କାର୍ଯ୍ୟରେ ବ୍ରହ୍ମପୁର ସବୁଜ ବାହିନୀ ନିରନ୍ତର କାର୍ଯ୍ୟ କରୁଛି। ବିଶେଷକରି ରାସ୍ତା ପ୍ରଶସ୍ତିକରଣ ସମୟରେ ଉପାଡ଼ି ଦିଆଯାଉଥିବା ବୃକ୍ଷଗୁଡ଼ିକୁ ଉଦ୍ଧାର କରି ସେଗୁଡ଼ିକୁ ନୂତନ ସ୍ଥାନରେ ପୁନର୍ରୋପଣ କରି ସଂରକ୍ଷଣ କରାଯାଉଛି।ଏହି “ଟ୍ରୀ ଆମ୍ବୁଲାନ୍ସ” ଆଗାମୀ ଦିନରେ ଆହତ, ଉପାଡ଼ି ଯାଇଥିବା ଓ ବିପଦଗ୍ରସ୍ତ ବୃକ୍ଷଗୁଡ଼ିକୁ ସୁରକ୍ଷିତ ଭାବେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ପହଞ୍ଚାଇ ପୁନର୍ଜୀବନ ଦେବାରେ ମୁଖ୍ୟ ଭୂମିକା ନିଭାଇବ ବୋଲି ଏଲ ଆଇ ସି ଡିଭିଜନାଲ୍ ମ୍ୟାନେଜର ଶ୍ରୀ ସୁଶାନ୍ତ ପାଣିଗ୍ରାହି କହିଥିଲେ।ପରେ ସେ…
ପଶ୍ଚିମବଙ୍ଗର ୨ ଗିରଫ,୨୬ ମୋବାଇଲ,୩୯ ବ୍ୟାଟେରୀ ଓ ସିମ୍ କାର୍ଡ ଜବତ। ବେଲଗୁଣ୍ଠା,୧୬/୪:ଶିବରାମ ଚୌଧୁରୀ):ବେଲଗୁଣ୍ଠା ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ସହରର ବେଦ୍ରୀ ସାହି ଅଞ୍ଚଳରେ ଚାଲିଥିବା ଏକ ଚୋରା ମୋବାଇଲ୍ କାରବାର ଉପରେ ଚଢ଼ାଉ କରି ପୋଲିସ ଦୁଇଜଣ ଅନ୍ତଃରାଜ୍ୟ ଅପରାଧୀଙ୍କୁ ଗିରଫ କରିଛି ।ଗିରଫ ଅଭିଯୁକ୍ତମାନେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ବେଲଗୁଣ୍ଠା ବେଦିରି ସାହିରେ ଏକ ଭଡ଼ା ଘରେ ରହି କିଛି ବ୍ୟକ୍ତି ବେଆଇନ କାର୍ଯ୍ୟକଳାପ ଚଳାଉଥିବା ନେଇ ପୋଲିସ ନିକଟରେ ଖବର ପହଞ୍ଚିଥିଲା। ପୋଲିସ ଏହି ସ୍ଥାନରେ ଚଢ଼ାଉ କରିବା ସମୟରେ ବିପୁଳ ପରିମାଣର ଚୋରା ମୋବାଇଲ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରିଥିଲା।ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ୨୬ଟି ବିଭିନ୍ନ କମ୍ପାନୀର ଚୋରା ମୋବାଇଲ୍ ଫୋନ୍ ,୩୯ଟି ମୋବାଇଲ୍ ବ୍ୟାଟେରୀ,୧୬ଟି ବିଭିନ୍ନ ଟେଲିକମ୍ କମ୍ପାନୀର ସିମ୍ କାର୍ଡ,ଗୋଟିଏ ହିରୋ ହୋଣ୍ଡା ସ୍ପ୍ଲେଣ୍ଡର ପ୍ରୋ ମୋଟରସାଇକେଲ୍,ଗୋଟିଏ ଟିଭିଏସ୍ ଏକ୍ସେଲ୍…
ପୋଲସରା,୧୬/୪: (ଶିବ ପ୍ରସାଦ ସାହୁ):ଗଞ୍ଜାମ ଜିଲ୍ଲା ପୋଲସରା ଥାନା ପାଟିଗଡ଼ ଗ୍ରାମରେ ଜଣେ ୬୦ ବର୍ଷ ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି। ଆହତ ବୃଦ୍ଧା ଜଣକ ହେଲେ ସେହି ଗ୍ରାମର ମନୋରମା ପାତ୍ର। ଉକ୍ତ ବୃଦ୍ଧା ଜଣକ ଘରେ ଏକୁଟିଆ ରହୁଥିବା ବେଳେ ପାଟିଗଡ଼ ଗ୍ରାମର ସଚିନ୍ଦ୍ର ଗୌଡ଼ ଅଧରାତିରେ ଚୋରୀ କରିବା ପାଇଁ ଆସି ମନୋରମାଙ୍କୁ ଆକ୍ରମଣ କରିଥିଲା। ଗୁରୁବାର ସକାଳୁ ବୃଦ୍ଧା ଜଣକ ଆହତ ଅବସ୍ଥା ରେ ପଡ଼ିଥିବା ଦେଖି ଗ୍ରାମବାସୀ ପୋଲସରା ପୁଲିସ କୁ ଖବର ଦେଇ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି। ପରେ ଗୁରୁତର ମନୋରମା ଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଆକ୍ରମଣ ରେ ବୃଦ୍ଧା ଙ୍କ ୪ ଟି ଦାନ୍ତ ଭାଙ୍ଗିଥିବା ବେଳେ ଛାତି ଓ ମୁଁହ ରେ ଗଭୀର ଆଘାତ ଲାଗିଛି। ଏହାକୁ ନେଇ ବୃଦ୍ଧାଙ୍କ ପୁତ୍ର ଫକୀର ପାତ୍ର ପୋଲସରା ଥାନାରେ ଏତଲା ଦେଇଛନ୍ତି।…
ବେଲଗୁଣ୍ଠା,୧୬/୦୪:(ଶିବରାମ ଚୌଧୁରୀ):ସିବିଏସଇ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଏଥିରେ ବେଲଗୁଣ୍ଠା ବ୍ଳକ୍ ପ୍ରତାପ ଲକ୍ଷ୍ମଣପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି I ବିଦ୍ୟାଳୟରେ ଅଧ୍ୟୟନ ରତ ମୋଟ ୮୨ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ସମସ୍ତ ୮୨ ଜଣ ଉତ୍ତୀର୍ଣ୍ଣ ହୋଇଥିବାରୁ ବିଦ୍ୟାଳୟର ପାସ୍ ହାର ଶତପ୍ରତିଶତ ରହିଛି I ସେଥିରୁ ପନ୍ଦର ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ୍ଵ ନମ୍ବର୍ ରଖିଥିବା ବେଳେ ଚାରି ଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତରୁ ଉର୍ଦ୍ଧ୍ଵ ନମ୍ବର୍ ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛନ୍ତି I ବିଦ୍ୟାଳୟର ଛାତ୍ରୀ ତେଜସ୍ୱିନୀ ପାତ୍ର ସର୍ବାଧିକ ୯୮.୮ ପ୍ରତିଶତ ନମ୍ବର୍ ରଖି ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଛାତ୍ରୀ ଆରାଧନା ସ୍ୱାଇଁ ୯୭.୬ ପ୍ରତିଶତ,ଲରେନ କୁମାର ଭୋଳ ୯୬.୪ ପ୍ରତିଶତ ଏବଂ ସଞ୍ଜନା ସେଠୀ ୯୫ ପ୍ରତିଶତ ନମ୍ବର୍ ରଖି ଉତ୍ତୀର୍ଣ୍ଣ…
ବେଲଗୁଣ୍ଠା, ୧୬/୦୪:(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ସହର ସୌନ୍ଦର୍ଯ୍ୟକରଣ ପାଇଁ ସ୍ଥାପିତ ହୋଇଥିବା ଲାଇଟ୍ ଗେଟ୍ ଓ ବୋଟ୍ର ଆଲୋକ ବ୍ୟବସ୍ଥା ପ୍ରାୟ ଛଅ ମାସ ହେବ ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି। ବେଲଗୁଣ୍ଠା ପିତଳ ମାଛର ସହର ଭାବେ ପରିଚିତ ଥିବା ସତ୍ତ୍ୱେ, ସହରର ଏହି ଆକର୍ଷଣୀୟ ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା କୁ ଅଣଦେଖା କରିଚାଲିଛନ୍ତି ପ୍ରଶାସନ । ପାନକିଆରୀ ସ୍ଥିତ ରାସ୍ତା ପାଖରେ କାକପୋଇ ଗଛର ଡାଳ ଲାଇଟ୍ ସହିତ ଲାଗି ରହିଥିବାରୁ ସୌନ୍ଦର୍ଯ୍ୟ ନଷ୍ଟ ହେଉଛି ଓ ଦୁର୍ଘଟଣାର ସମ୍ଭାବନା ମଧ୍ୟ ରହିଛି।ବହୁ ବଲବ ଫିଉଚ ହୋଇଯାଇଥିବାରୁ ରାତିରେ ଅଧା ଅଧା ଲାଇଟ ଲାଗୁଛି l ସେଥିପାଇଁ ସୌନ୍ଦର୍ଯ୍ୟକରଣ କାମରେ କିଛି ଯାନ୍ତ୍ରିକ ତ୍ରୁଟି ମଧ୍ୟ ରହିଥିବା ଜଣା ପଡ଼ିଛି।ଏହି ସମସ୍ୟାଗୁଡ଼ିକ ଉପରେ ବେଲଗୁଣ୍ଠା ଏନ ଏ ସି ର କାର୍ଯ୍ୟନିବାହୀ ଅଧିକାରୀଙ୍କ ତୁରନ୍ତ ନଜର ପଡ଼ିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବl…
ବେଲଗୁଣ୍ଠା୧୬/୦୪:(ଶିବରାମ ଚୌଧୁରୀ):କ୍ଷତ୍ରିୟବରପୁରସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ” ଜୈବ ବିବିଧତା ” ଶୀର୍ଷକ ଆଲୋଚନା ଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଗିରିଧାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସେ ତାଙ୍କର ଅଭିଭାଷଣରେ ଜୈବ ବିବିଧତା ପ୍ରକୃତିର ସନ୍ତୁଳନ ରକ୍ଷା କରିବାରେ ସାହାଯ୍ୟ କରିଥାଏ ବୋଲି ବକ୍ତବ୍ୟ ରଖିଥିଲେ। ସମ୍ମାନୀୟ ଅତିଥି ଭାବେ ରାସାୟନିକ ବିଭାଗର ମୁଖ୍ୟ ଡ଼ଃ. ଇ. ରବି ନାରାୟଣ ପାତ୍ର ମଣିଷକୁ ଖାଦ୍ୟ, ଔଷଧ ଓ ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦ ଯୋଗାଇ ଦେବାରେ ଜୈବ ବିବିଧତାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ମତବ୍ୟକ୍ତ ରଖିଥିଲେ। ଅନ୍ୟତମ ଅତିଥି ଯୁବ ରେଡ଼କ୍ରସ ଉପଦେଷ୍ଟା ଡ଼ଃ. ସଞ୍ଜୀବ କୁମାର ଦାଶ ଜଳବାୟୁ ନିୟନ୍ତ୍ରଣ ଏବଂ ମୂର୍ତ୍ତିକା ସଂରକ୍ଷଣରେ ଏହାର ପ୍ରମୁଖ ଭୂମିକା ରହିଛି ବୋଲି ତଥ୍ୟ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ରୂପେ ବିଭାଗର ଅନୀତା ତ୍ରିପାଠୀ ” ରାଜ୍ୟ ଜୈବ ବିବିଧତା ବୋର୍ଡ ” ଧାରା…
ବେଲଗୁଣ୍ଠା, ୧୬/୦୪:(ଶିବରାମ ଚୌଧୁରୀ):ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ତୃତୀୟ ବର୍ଷର ଛାତ୍ରୀ କାଜଲ୍ ସ୍ଵାଇଁ ଓଡ଼ିଆ ପକ୍ଷ ପାଳନ ଅବସରରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଓଡ଼ିଆ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି I ରାଜ୍ୟ ସ୍ତରୀୟ ଓଡ଼ିଆ ପକ୍ଷ ପାଳନ କାର୍ଯ୍ୟକ୍ରମର ଅନ୍ତିମ ଦିନ ଭୁବନେଶ୍ୱର ସ୍ଥିତ ଓ.ୟୁ. ଏ.ଟି ର ସମ୍ମିଳନୀ କକ୍ଷରେ ପାଳିତ ଉତ୍ସବରେ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ମାନପତ୍ର, ଟ୍ରଫି ଏବଂ ପାଞ୍ଚ ହଜାର ଟଙ୍କାର ପୁରସ୍କାର ରାଶି ଗ୍ରହଣ କରିଛନ୍ତି କୃତି ଛାତ୍ରୀ କାଜଲ୍ I ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଆଇନ୍ ମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ,ଉପମୁଖ୍ୟ ମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତିରେ ଜଣେ ଗ୍ରାମାଞ୍ଚଳର ଛାତ୍ରୀ ପୁରସ୍କୃତ ହେବା ଅଞ୍ଚଳ ପାଇଁ ଗର୍ବ ଏବଂ ଗୌରବ ଆଣି…
ନୂଆପଡ଼ା,୧୬/୦୪:(ପରମେଶ୍ୱର ମେହେର):ନୂଆପଡ଼ା ଜିଲ୍ଲା ପ୍ରଶାସନ ଓ ମିଶନ ଶକ୍ତି ବିଭାଗ ଆନୁକୂଳ୍ୟରେ ଆଜି ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ବିଷୟରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମହିଳା ସଶକ୍ତିକରଣ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି।ଜିଲ୍ଲାପାଳ ମଧୁସୁଦନ ଦାଶ ଏହି ଶୋଭାଯାତ୍ରାକୁ ମୁଖ୍ୟାଳୟ ପରିସରରୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରାରେ ଶତାଧିକ ସ୍ୱୟଂସହାୟକ ଗୋଷ୍ଠୀ (SHG), କମ୍ୟୁନିଟି ସପୋର୍ଟ ଷ୍ଟାଫ ଓ ଫେଡେରେସନ ସଦସ୍ୟମାନେ ଭାଗ ନେଇଥିଲେ।ପରେ ସଦ୍ଭାବନା ସଭାଗୃହ ପରିସରରେ ଏକ ସଭା ଆୟୋଜିତ ହୋଇଥିଲା। ସଭାରେ ଜିଲ୍ଲାପାଳଙ୍କ ସହ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ଏସ୍. ଗୀତା, ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁନୀଲ କୁମାର ମଲ୍ଲିକ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।ଏହି ଅବସରରେ କିଛି “ଲକ୍ଷପତି ଦିଦି” ତାଙ୍କ ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ। ସେମାନେ କିପରି ମିଶନ ଶକ୍ତି ମାଧ୍ୟମରେ ସଶକ୍ତ ଓ ସ୍ୱାବଳମ୍ବୀ ହୋଇ…
କୋକସରା ୧୫/୦୪:( ରୁପେନ୍ଦ୍ର ସୁନାନୀ):କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ୍, ଗହନାମୁଣ୍ଡାରେ ମୂଷାପାଲି ଗ୍ରାମ ପଞ୍ଚାୟତ ସ୍ତରୀୟ ସମ୍ବିଧାନ ପ୍ରଣେତା ଡଃ ବି ଆର୍ ଆମ୍ବେଦକରଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି। ବିଶିଷ୍ଟ ଯୁବ ସମାଜସେବୀ କାର୍ତ୍ତିକ ନାଗଙ୍କ ସଭାପତିତ୍ବରେ ପାଳିତ ହୋଇଥିବା ଏହି ଜନ୍ମ ଜୟନ୍ତୀରେ ମୂଖ୍ୟ ଅତିଥି ଭାବରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ଧୀମତି କମଳିନୀ ଯାଦବ, ମୁଖ୍ୟ ବକ୍ତା ଭାବରେ ମାତା ସାବିତ୍ରୀ ବାଇ ଫୁଲେ ମହିଳା ସଂଗଠନ କଳାହାଣ୍ଡି ଅଧ୍ୟକ୍ଷା ଧିମତି ରମଣୀ ଦୁରିଆ, ସମ୍ମାନୀତ ଅତିଥି ଭାବରେ କୋକସରା ଏଓଏସ ସିଏଫ ମହିଳା ନେତ୍ରୀ ଧିମତୀ ଇନ୍ଦୁରେଖା ବାଗ, ବିଶିଷ୍ଟ ସମାଜସେବୀ ଧୀମାନ୍ ଡାକେଶ୍ୱର ଲହଜଲ୍, ରତନ ନାଏକ, ଶିକ୍ଷାବିତ୍ ଧୀମାନ୍ ଅଲେଖ ଗୋପାଲ, ଆମ୍ବେଦକର ପ୍ରେମୀ ଧୀମନ୍ ଦୁର୍ଯୋଧନ ଜାଲ, ଶିକ୍ଷାବିତ୍ ସୋମନାଥ ନାଏକ, ସାମ୍ବାଦିକ ରୁପେନ୍ଦ୍ର ସୁନାନୀ, ସମାଜସେବୀ ମଧୁସୂଦନ ସାଗର, ସିଆରପି ପ୍ରେମଶିଳା…
ଫୁଲବାଣୀ:୧୬//୦୪:(ସୁନୀଲ ପଟ୍ଟନାୟକ):ବୁଧବାର ଫୁଲବାଣୀ ସର୍କଲ ଜେଲରେ ଜଣେ ବିଚାରଧୀନ କଏଦୀ ର ମୃତ୍ୟୁ ଘଟିଛି l ଫଳରେ ଏହି ଅସ୍ବାଭାବିକ ମୃତ୍ୟୁ କୁ ନେଇ ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା l ମୃତକ ଜଣକ ସ୍ଥାନୀୟ ଗାନ୍ଧୀ ଛକ ନିକଟ ହେରେନ୍ ନାୟକ ୨୩ବର୍ଷ ବୋଲି କୁହାଯାଉଛି l ହେରେନ ଦିନକ ପୂର୍ବରୁ ଜଣେ ପୋଲିସ କର୍ମଚାରୀ ଙ୍କ ଟଙ୍କା ବ୍ୟlଗ ଝlମ୍ପି ନେଇ ପଳାଇ ଥିବା ଅଭିଯୋଗ ପରେ ଟାଉନ୍ ଥାନା ପୋଲିସ ଘର ଉପରେଚଢାଉ କରି ଗିରଫ କରିବା ପରେ ବୁଧବାର ଜେଲ ଯାଇଥିଲା l ଜେଲରେ ଚବିସ ଘଣ୍ଟା ମଧ୍ୟରେ ତାର ମୃତ୍ୟୁ ହୋଇଥିବା ରୁ ପରିବାର ଲୋକେ ପୋଲିସ୍ କାଳେ ଜୋର୍ ରେ ମାଡ ମାରିବା ଫଳରେ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି l ତେବେ, ଜେଲ ରେ ତଳେ ପଡ଼ିଯିବା ପରେ ତାର ମୃତ୍ୟୁ ହୋଇଥିବା କୁହାଯାଉଛି l…