Author: Janabani News

ଭଞ୍ଜନଗର,୩।୧୦(ନିଲୁ ବିଷୋୟୀ):ଭଞ୍ଜନଗର ବ୍ଲକ ମୁଜାଗଡ ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୨ ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳନ ଅବସରରେ ବିଦ୍ୟାଳୟ ପରିସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ନେହା ଏନ୍.ଜି.ଓ, ଘୁମୁସର ଉତ୍ତର ବନଖଣ୍ଡ, ଏବଂ ଟାଟା ପାୱାର ଭଞ୍ଜନଗରର ମିଳିତ ଆନୁକୂଲ୍ୟରେ ଏହା ଆୟୋଜିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଡି.ଏଫ୍.ଓ ଶ୍ରୀ ହିମାଂଶୁ ଶେଖର ମହାନ୍ତି ଯୋଗଦେଇ ବନ୍ୟଜୀବ ସଂରକ୍ଷଣର ଗୁରୁତ୍ୱ, ଜଙ୍ଗଲ ଓ ପରିବେଶର ସୁରକ୍ଷା ଏବଂ ମଣିଷ-ବନ୍ୟଜୀବ ମଧ୍ୟରେ ସହାବସ୍ଥାନର ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ।ଏହି ଅବସରରେ ମୁଜାଗଡ଼ ରେଞ୍ଜର ସରୋଜ କୁମାର ମହାନ୍ତି, ମୁଜାଗଡ଼ ଫରେଷ୍ଟର ରାଜେନ୍ଦ୍ର ଦଳେଇ, ସାଂସଦ ପ୍ରତିନିଧି ଧୋବା ଗୌଡ,ଶିବ ଶଙ୍କର ପ୍ରଧାନ, ଅବସରପ୍ରାପ୍ତ ରେଞ୍ଜର ଅନୁପମ ବାନାର୍ଜୀ, ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତୀ ପାଣିଗ୍ରାହୀଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ବନ ସୁରକ୍ଷା ସମିତିର ସଦସ୍ୟ ବୃନ୍ଦ, ବନ କର୍ମଚାରୀଙ୍କ…

Read More

ଚିକିଟି,୩।୧୦(ନିଗମାନନ୍ଦ ପଣ୍ଡା):ଶିକ୍ଷାର ଗୁଣାତ୍ମକ ଉନ୍ନତି ଓ ବିଦ୍ୟାଳୟ ସ୍ତରରେ ଶୈକ୍ଷିକ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଚିକିଟି ବ୍ଲକର ସମସ୍ତ ୧୨ଟି କ୍ଲଷ୍ଟରରେ ଚତୁର୍ଥ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଗୋଷ୍ଠୀ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ, ବିଆରସିସି ତ୍ରିନାଥ ମଲ୍ଲିକଙ୍କ ସମେତ ସମସ୍ତ ଏବିଇଓ ବିଭିନ୍ନ କ୍ଲଷ୍ଟର ପରିଦର୍ଶନ କରି ବୈଠକର ତଦାରଖ କରିବା ସହ ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ।କଳବାଡ଼ କ୍ଲଷ୍ଟର ଅନ୍ତର୍ଗତ କମାକୂଳମଣିପୁର ପ୍ରାଥମିକ ବିଦ୍ୟାଳୟ ଠାରେ ସିଆରସିସି ସୁଜିତ କୁମାର ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଦ୍ୟାଳୟ ପରିଦର୍ଶନର ସମୀକ୍ଷା, ପୂର୍ବ ବୈଠକର କାର୍ଯ୍ୟକାରିତା,ଏଫଏଲଏନ୍ ଶ୍ରେଣୀ ପରିଚାଳନା, ଜିଲ୍ଲାଭିତ୍ତିକ ଶୈକ୍ଷିକ ଆଲୋଚନା, ଶିକ୍ଷଣ ସୋପାନ ରେଜିଷ୍ଟର, ଶ୍ରେଣୀ ପରିଚାଳନା ଏବଂ ଗ୍ୟାଲେରୀ କାର୍ଯ୍ୟ ସମ୍ପର୍କରେ ଫଳପ୍ରଦ ଆଲୋଚନା କରାଯାଇଥିଲା।ସିଆରସିସି ସୁଜିତ କୁମାର ପାଢ଼ୀ ଓ ସମ୍ବଳ ଶିକ୍ଷକ ନୀଳାମ୍ବର ବେହେରା ବୈଠକରେ ଉପସ୍ଥିତ ରହି…

Read More

ହିଞ୍ଜିଳିକାଟୁ,୩।୧୦(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ପାଠପଢ଼ାର ବୟସରେ ସମାଜ ପାଇଁ କିଛି କରିବାର ଇଚ୍ଛା। ଜଣେ ଅସୁସ୍ଥ କୁନି ଝିଅର ଚିକିତ୍ସା ପାଇଁ ଘର ଘର ବୁଲି ସହାୟତା ମାଗିଲେ ଛାତ୍ରଛାତ୍ରୀ। ନିଜ ପାଇଁ ନୁହେଁ, ଜଣେ ଅଜଣା ଶିଶୁର ଜୀବନ ରକ୍ଷା ପାଇଁ ସେମାନଙ୍କ ଏହି ପ୍ରୟାସ ଏବେ ମାନବିକତାର ନିଆରା ଉଦାହରଣ ପାଲଟିଛି।ନନ୍ଦିକ ପଞ୍ଚାୟତର କିଛି ଛାତ୍ରଛାତ୍ରୀ ଯାଜପୁର ଅଞ୍ଚଳର ୧୬ ମାସର କୁନି ଝିଅ ତ୍ରିଶିକାଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଛନ୍ତି। ତ୍ରିଶିକା ‘SMA Type-2’ ରୋଗରେ ଆକ୍ରାନ୍ତ ଥିବା ଏବଂ ତାଙ୍କ ଚିକିତ୍ସା ପାଇଁ ବିପୁଳ ଅର୍ଥର ଆବଶ୍ୟକତା ଥିବା ନେଇ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ସୂଚନା ପ୍ରଚାରିତ ହୋଇଥିଲା।ଏହି ଖବର ନନ୍ଦିକର ଛାତ୍ରଛାତ୍ରୀଙ୍କ ମନକୁ ଛୁଇଁଥିଲା। ‘ଆମ ଛୋଟିଏ ସହଯୋଗ ହୁଏତ ଜଣେ କୁନି ଝିଅର ଜୀବନ ବଞ୍ଚାଇବାରେ ସହାୟକ ହୋଇପାରେ’—ଏହି ଚିନ୍ତାରେ ସେମାନେ ସହାୟତା ସଂଗ୍ରହ ପାଇଁ ଆଗେଇ ଆସିଥିଲେ। ଗାଁରେ…

Read More

ଖୋର୍ଦ୍ଧା,୩।୧୦(କେଦାର ନାଥ ସାହୁ):ଜଟଣୀ ବ୍ଲକର ବଡ଼ତୋଟା ବେଲପଡ଼ା ହାଇ ସ୍କୁଲ ରେ ୫ମ ମେଧାବୀ ଅଭିନନ୍ଦନ ଉତ୍ସବ ପ୍ରଧାନ ଶିକ୍ଷକ ଉଗ୍ରସେନ ସୁନ୍ଦରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଉଦ୍ଘାଟକ ଅତିଥି ଜବାହରଲାଲ ସୁବୁଦ୍ଧି, ମୁଖ୍ୟ ଅତିଥି ନୋଟାରୀ ଅବନୀ ରାଉତରାୟ , ସମ୍ମାନିତ ଅତିଥି ଗଗନ ମଙ୍ଗରାଜ, ଅର୍ଜୁନ ବାରିକ, ବିଜୟାନନ୍ଦ ପଟ୍ଟନାୟକ, ଗଜେନ୍ଦ୍ର ମହାପାତ୍ର, ନଟବର ସ୍ୱାଇଁ, ବିଜୟାନନ୍ଦ ମହାଖୁଡ଼ , ବିଚିତ୍ରାନନ୍ଦ ମହାଖୁଡ଼, ଜଗଦୀଶ ପଟ୍ଟନାୟକ ଗାନ୍ଧିଜୀ ଓ ଶାସ୍ତ୍ରୀଜୀ ଙ୍କ ଜୀବନାଦର୍ଶ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ କହିଥିଲେ। ୨୦୨୫-୨୬ ଶିକ୍ଷା ବର୍ଷ ଦଶମ ବୋର୍ଡ ପରୀକ୍ଷାର ବିଦ୍ୟାଳୟ ଟପ୍ପର ରୂପାଲି ପୃଷ୍ଟିଙ୍କୁ ମାନପତ୍ର ସହ ଦିବାକର ମହାଖୁଡ଼ ସ୍ମୃତି ସମ୍ମାନ, ନଗଦ ଅର୍ଥ ରାଶି ସହିତ ସମ୍ବର୍ଦ୍ଧନା ଓ ନବମ ଦଶମ ଶ୍ରେଣୀର ଲକ୍ଷ୍ମୀପ୍ରିୟା ସାହୁ, ପାୟଲ ଜେନା, ରାଜସ୍ମିତା ଦଳେଇ, ସ୍ଥିତିପ୍ରଜ୍ଞା ସୁବୁଦ୍ଧି…

Read More

ଖୋର୍ଦ୍ଧା,୩।୧୦(କେଦାର ନାଥ ସାହୁ):ପ୍ରଖ୍ୟାତ ସ୍ବାଧୀନତା ସଂଗ୍ରାମୀ, କବିଗୋୖରବ ପଣ୍ଡିତ ନାରାୟଣ ମିଶ୍ରଙ୍କ ଜେଲ୍‌ ଜୀବନ ଚାଳିଶି ଦଶକରେ ପ୍ରଥମ ଥର ପାଇଁ ଖୋରଧାରୁ ହିଁ ଆରମ୍ଭ ହୋଇଥିଲା ହୋଇଥିଲା ବୋଲି ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ରାଜୀବକୁମାର ଦାସ ମତବ୍ୟକ୍ତ କରିଛନ୍ତି। ଜେଲ୍ ସଂସ୍କାର ଯୋଜନା ପରିପ୍ରେକ୍ଷୀରେ ୮୬ ବର୍ଷ ପୂର୍ବେ ଅର୍ଥାତ୍ ୧୯୪୨ ମସିହାରେ ଖୋରଧା କାରାଗାରରେ ଜେଲ୍ ଜୀବନ ବିତାଇଥିବା ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ମିଶ୍ରଙ୍କ ତୈଳଚିତ୍ର ଏହି କାରାଗାର ପରିସରରେ ଶନିବାର ଅନାବରଣ କରାଯାଇଛି। ଏଥିରେ ମୁଖ୍ୟଅତିଥି ରୂପେ ଯୋଗଦେଇ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ମେଜର କ୍ଷୀରୋଦପ୍ରସାଦ ମହାନ୍ତି ପଣ୍ଡିତ ମିଶ୍ରଙ୍କ ତ୍ୟାଗ ଏବଂ ତିତୀକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ମେଜର ମହାନ୍ତି ପଣ୍ଡିତ ମିଶ୍ରଙ୍କ ଭଳି ବରପୁତ୍ରଙ୍କ ଆଦର୍ଶ ଓ ତ୍ୟାଗ ସମ୍ପର୍କରେ ଉତ୍ତର ପୀଢ଼ିଙ୍କୁ ଅବଗତ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ରୂପେ ଖୋରଧା ବାର୍ ଆସୋସିଏସନର ତତ୍କାଳୀନ ସଭାପତି…

Read More

ବ୍ରହ୍ମପୁର,୩।୧୦:ରାଜ୍ୟ ସମେତ ଗଞ୍ଜାମ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)-୨୦୨୬ ପ୍ରକ୍ରିୟା ସମାପ୍ତ ହୋଇଥିବା ପରିପ୍ରେକ୍ଷୀରେ, ବର୍ତ୍ତମାନର ଭୋଟର ତାଲିକାରେ ନାମ ନଥିବା ଯୋଗ୍ୟ ନାଗରିକମାନେ ଭୋଟର ଭାବେ ପଞ୍ଜୀକରଣ ପାଇଁ ପୂର୍ବଭଳି ଫର୍ମ-୬ ମାଧ୍ୟମରେ ଆବେଦନ କରିପାରିବେ। ଏଥିପାଇଁ ଭାରତ ନିର୍ବାଚନ ଆୟୋଗ ଫର୍ମ-୬ରେ ଥିବା ଅତିରିକ୍ତ ଘୋଷଣାନାମାକୁ ହଟାଇ ଦେଇଛନ୍ତି।ଏସଆଇଆର ପ୍ରକ୍ରିୟା ସମୟରେ ଯେଉଁ ଯୋଗ୍ୟ ନାଗରିକଙ୍କ ନାମ କୌଣସି କାରଣରୁ ଭୋଟର ତାଲିକାରୁ ବାଦ୍ ପଡ଼ିଥିବ, ସେମାନେ ପୁନର୍ବାର ନାମ ସାମିଲ ପାଇଁ ଫର୍ମ-୬ ଦାଖଲ କରିବା ସମୟରେ ୨୦୦୨ ମସିହାର ଭୋଟର ତାଲିକା ସମ୍ପର୍କିତ ତଥ୍ୟ ଦେବାକୁ ପଡ଼ିବ ନାହିଁ। ସେହିପରି, ଆବେଦନକାରୀଙ୍କ ପିତାମାତା କିମ୍ବା ଜେଜେବାପା-ଜେଜେମାଆଙ୍କ ନାମ ୨୦୦୨ ମସିହାର ଭୋଟର ତାଲିକାରେ ଥିଲା କି ନାହିଁ, ସେ ସମ୍ପର୍କିତ ତଥ୍ୟ କିମ୍ବା ଅତିରିକ୍ତ ଘୋଷଣାନାମା ମଧ୍ୟ ଦାଖଲ କରିବା ଆବଶ୍ୟକ ହେବ ନାହିଁ। ଫଳରେ ଯୋଗ୍ୟ ନାଗରିକମାନେ ସାଧାରଣ ପ୍ରକ୍ରିୟାରେ ଫର୍ମ-୬ ଦାଖଲ…

Read More

ଚିକିଟି,୩।୧୦(ନିଗମାନନ୍ଦ ପଣ୍ଡା):ଚିକିଟି ବ୍ଲକର ପିତାତଳି ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ଲୋହିତ କୁମାର ବେହେରା ରାଜ୍ୟ ସ୍ତରୀୟ ସ୍କୁଲ ବକ୍ସିଂ ଚାମ୍ପିଅନସିପ୍ ୨୦୨୬-୨୭ ରେ ଗଞ୍ଜାମ ଜିଲ୍ଲାକୁ ପ୍ରତିନିଧିତ୍ୱ କରି ସୌଭେନିର ସାର୍ଟିଫିକେଟ୍ ହାସଲ କରିଛନ୍ତି।ସୂଚନା ଅନୁସାରେ, ଲୋହିତ ନୂଆପଡା ମହାବିଦ୍ୟାଳୟର ବରିଷ୍ଠ ଇଂରାଜୀ ଅଧ୍ୟାପକ ନିରଞ୍ଜନ ବେହେରାଙ୍କ ପୁଅ ଅଟନ୍ତି।ଏହି ପ୍ରତିଯୋଗିତା ସେପ୍ଟେମ୍ବର ୨୯ ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓଡ଼ିଶା ଷ୍ଟେଟ୍ ସ୍କୁଲ ସ୍ପୋର୍ଟସ ଆସୋସିଏସନ୍ ଦ୍ୱାରା ଆୟୋଜିତ ହୋଇଥିଲା।ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟ ଓ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

Read More

ଚିକିଟି,୩।୧୦(ନିଗମାନନ୍ଦ ପଣ୍ଡା):ଏଫ ଏଲ ଏନ ଶ୍ରେଣୀଗୃହ ପାଇଁ ଉଦ୍ଦିଷ୍ଟଥିବା ଶିକ୍ଷାର ମାସିକ ଅଗ୍ରଗତିକୁ ଆକଳନ କରିବା ଏବଂ ଆସନ୍ତା ମାସପାଇଁ ଶୈକ୍ଷିକ ଯୋଜନା କରି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମଦେବା ଉଦ୍ଦେଶ୍ୟରେ ଟି ଇ ଏସ ଇ ଆର ଟି ଭୁବନେଶ୍ୱର, ଓଡିଶା ସୁନ୍ଦର ଫଳପ୍ରଦ ବ୍ୟବସ୍ଥା ଟିଏ କରାଇଛନ୍ତି । ତା’କୁ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ କୁହାଯାଏ । ଚଳିତ ମାସର ବୈଠକକୁ ସି ଆର ସି ସି ମିନତି କୁମାରୀ ପାଠୀ ପ୍ରାଥମିକ ବିଦ୍ୟାଳୟ ଲିଆଖାଇଠାରେ ଅନୁଷ୍ଠିତ କରାଇଥିଲେ । ବରିଷ୍ଠ ପ୍ରଧାନ ଶିକ୍ଷୟିତ୍ରୀ ସାରଦା ବେହରା, ପି ଜଗଦମ୍ବାଙ୍କ କରକମଳରେ ଶୈକ୍ଷିକ ଶିବିରର ଉଦ୍ଘାଟନ ହୋଇଥିଲା । ଏଥିରେ କରବାଲୁଆ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଏଫ ଏଲ ଏନ ଶ୍ରେଣୀ ପରିଚାଳନା କରୁଥିବା ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ସର୍ବପ୍ରଥମେ ଶିକ୍ଷକଶିକ୍ଷୟିତ୍ରୀମାନେ ଲିଆଖାଇ ବିଦ୍ୟାଳୟ ପରିବେଶ ଭ୍ରମଣକରି ଖୁବ୍ ପ୍ରଶଂସା କରିଥିଲେ ।…

Read More

ଚିକିଟି,୩।୧୦(ନିଗମାନନ୍ଦ ପଣ୍ଡା):ଗଞ୍ଜାମ ଜିଲ୍ଳା ବାବାଜୀ ତୋଟା ସାହିସ୍ଥିତ ଏକ ଘରେଇ ହୋଟେଲରେ ଅନୁଷ୍ଠିତ ସୌରଭ ଶାରଦୀୟ ଉତ୍ସବ :୨୦୨୬ ରେ ଚିକିଟି ସମ୍ବାଦ ସାହିତ୍ୟ ଘର ର ଯୁବ ଗାଳ୍ପିକ ମନୋଜ କୁମାର କୁଣ୍ଡ ଙ୍କୁ ଗଞ୍ଜାମର ଯୁବ ସୌରଭ ଶାରଦୀୟ ସମ୍ମାନ ୨୦୨୬ ସମ୍ମାନିତ କରାଯାଇଛି l ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ମୁଖ୍ୟ ଅତିଥି ଭବେ ଯୋଗଦେଇ ଥିବା ବେଳେ କବି ସୁଶାନ୍ତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଇଂ ଯାମିନୀକାନ୍ତ ଦାସ, ଡାକ୍ତର ସରୋଜ ମିଶ୍ର, ସୁଲେଖକ ରାଜେନ୍ଦ୍ର ଷଡ଼ଙ୍ଗୀ ଓ କବି ଅଞ୍ଜଳି ଦାଶ ପ୍ରମୁଖ ଅତିଥି ଭାବେ ମଂଚାସୀନ ଥିଲେ l

Read More

ବାଲିଗୁଡ଼ା,୦୩।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):ସେବା ପକ୍ଷ ପାଳନ ଅବସରରେ ବାଲିଗୁଡା ବ୍ଲକ ଚାଙ୍ଗୁରୁବାଲି ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପରିବେଶ ସୁରକ୍ଷା ସହ ସବୁଜିମା ବୃଦ୍ଧି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୃକ୍ଷର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ବିଦ୍ୟାଳୟ ପରିସରରେ ବିଭିନ୍ନ ଚାରାରୋପଣ କରାଯାଇଥିଲା l ଏହି ଅବସରରେ କଳ୍ପନା କହଁର, ଶକ୍ତିକେନ୍ଦ୍ର ପ୍ରମୁଖ ସୀତାରାମ ବିଶୋୟୀ, ବୁଥ୍ ସଭାପତି ଦାମ ପ୍ରଧାନୀ, ବିଏଲଓ-୨ ଶୁଶାନ୍ତ ପାତ୍ର, ବୁଥ୍ କାର୍ଯ୍ୟକର୍ତ୍ତା ଓ ନାଏବ ସରପଞ୍ଚ ପ୍ରମୁଖ ଉପସ୍ଥିତ ରହି ଚାରାରୋପଣ କରିଥିଲେ। ଗଛ ଲଗାଇବା ସହ ଏହାର ଯତ୍ନ ନେବା ଏବଂ ପରିବେଶକୁ ସୁସ୍ଥ ଓ ସବୁଜ ରଖିବା ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଥିଲା।

Read More

ବାଲିଗୁଡା,୦୩।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):କେବଳ ପାଠପଢ଼ା ନୁହେଁ, ହାତକାମ ମାଧ୍ୟମରେ ନୂଆ କୌଶଳ ଶିଖିବା ଓ ଆତ୍ମନିର୍ଭର ହେବାର ବାର୍ତ୍ତା ନେଇ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବୁଡ଼ାଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକଦିବସୀୟ ଗ୍ରୀଷ୍ମ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଗିରିଜନ ଉଚ୍ଚ ବିଦ୍ୟାଳୟ, ଋତୁଙ୍ଗିଆର ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ। ମୋହନ ଚରଣ ବିଷୋୟୀ, ପ୍ରଦୀପ କୁମାର ସାହୁ, ଅଭୟ କୁମାର ପ୍ରଧାନ, ପ୍ରମୋଦ କୁମାର ସାହୁ, ସରସ୍ୱତୀ ବିନ୍ଧାଣୀ ଓ ନୃସିଂହ ଚରଣ ପାତ୍ର ବିଭିନ୍ନ ବିଷୟରେ ସାଧନକର୍ମୀ ଭାବେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଶିବିରରେ ୬୦ ଜଣ ଶିକ୍ଷାର୍ଥୀ ଅଂଶଗ୍ରହଣ କରି ଅଦରକାରୀ ସାମଗ୍ରୀକୁ ଉପଯୋଗ କରି ନୂଆ ସାମଗ୍ରୀ ପ୍ରସ୍ତୁତିର କୌଶଳ ଶିଖିଥିଲେ। ନଷ୍ଟ ହୋଇଥିବା ଏଲ୍‌ଇଡି ବଲ୍‌ବର ପୁନଃବ୍ୟବହାର, ପରିତ୍ୟକ୍ତ ପ୍ଲାଷ୍ଟିକରୁ ଖେଳଣା, ଝୋଟ ଓ ବାଉଁଶରୁ ବିଭିନ୍ନ…

Read More

ବାଲିଗୁଡ଼ା,୦୩।୦୯(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାର ବିଭିନ୍ନ ବିଭାଗର ସମସ୍ୟା ଓ ଲୋକଙ୍କ ଅଭିଯୋଗକୁ ଅଧିକ ପ୍ରଭାବଶାଳୀ ଭାବେ ପ୍ରଶାସନ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏକ ପ୍ରତିନିଧି ମଣ୍ଡଳ ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଜିଲ୍ଲା ପ୍ରଶାସନ ନିକଟକୁ ସମ୍ପୃକ୍ତ ପ୍ରତିନିଧିମାନଙ୍କ ନାମ ତାଲିକା ପଠାଯାଇଥିବା ଜଣାପଡ଼ିଛି। ଏହି ପ୍ରସ୍ତାବରେ ଶିକ୍ଷା ବିଭାଗ ପାଇଁ ହରେନ୍ଦ୍ର କୁମାର ସାହୁ, ସ୍ୱାସ୍ଥ୍ୟ ବିଭାଗ ପାଇଁ ସୁଭାଷ ଚନ୍ଦ୍ର ସାହୁ, ଆଇନ, ସଂସ୍କୃତି ଓ ପ୍ରାଚୀନ ଐତିହ୍ୟ ପାଇଁ ରୁଦ୍ର ମାଧବ ସାହୁ, କୃଷି ବିଭାଗ ପାଇଁ ବ୍ରଜକିଶୋର ଶ୍ୟାମ ମହାପାତ୍ର, ମତ୍ସ୍ୟ ଓ କୃଷି ଉଦ୍ୟାନ ବିଭାଗ ପାଇଁ ବିଭିନ୍ନ ନାମ ଏବଂ ପରିବେଶ ଓ ଜଙ୍ଗଲ ବିଭାଗ ପାଇଁ ମଧ୍ୟ ପ୍ରତିନିଧିଙ୍କ ନାମ ସୁପାରିସ କରାଯାଇଛି। ପ୍ରସ୍ତାବିତ ପ୍ରତିନିଧି ମାନେ ନିଜ ନିଜ ବିଭାଗ ସମ୍ପର୍କିତ ସମସ୍ୟା, ଅଭିଯୋଗ ଓ ବିକାଶମୂଳକ ପ୍ରସ୍ତାବ ସମ୍ପର୍କରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ…

Read More