Author: Janabani News

ବେଲଗୁଣ୍ଠା,୩୦।୦୯(ଶିବରାମ ଚୌଧୁରୀ):କ୍ଷତ୍ରିୟବରପୁରସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌ ପକ୍ଷରୁ ‘କ୍ୟାରିୟର କାଉନସେଲିଂ ଏବଂ ବ୍ୟକ୍ତିତ୍ୱ ବିକାଶ’ ଶୀର୍ଷକ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଗିରିଧର ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହିଳା ଉଦ୍ୟୋଗୀ ପି. ସ୍ୱାତୀ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ନିଜ ଉଦ୍ୟୋଗୀ ଜୀବନର ସଫଳତା ଓ ଅଭିଜ୍ଞତା ସମ୍ପର୍କରେ ଅବଗତ କରାଇଥିଲେ।ଏହି ଅବସରରେ ଅଧ୍ୟକ୍ଷ ଡ. ନାୟକ ଛାତ୍ରୀମାନେ କେବଳ ପାଠପଢ଼ାରେ ସୀମିତ ନରହି ନିଜ ଯୋଗ୍ୟତା ଓ ଦକ୍ଷତାକୁ ଚିହ୍ନଟ କରି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିବାକୁ ଆହ୍ୱାନ ଦେଇଥିଲେ। ଉଦ୍ୟୋଗୀ ଭାବେ ଆତ୍ମନିର୍ଭର ହେବା ସହ ବ୍ୟକ୍ତିତ୍ୱ ବିକାଶର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ।ସଂଯୋଜିକା ଧରିତ୍ରୀରାଣୀ ବିଶାଇଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସହ-ସଂଯୋଜିକା ଅନୀତା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ…

Read More

ଖଜୁରୀପଡ଼ା,୦୪।୧୦(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଠାରେ ଅନୁଷ୍ଠିତ ହୋଇଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଚାଲିଥିବା ‘ସେବା ସଂକଳ୍ପ ଅଭିଯାନ–୨୦୨୬’ ଅବସରରେ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନାଟକ ‘ନମୋ ସେବା ଗାଥା’ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।ଏହି କ୍ରମରେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ଯାତ୍ରୀ ବିଶ୍ରାମଗାର ଠାରେ ‘ନମୋ ସେବା ଗାଥା’ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା। ନାଟକ ମାଧ୍ୟମରେ ସେବା, ଜନକଲ୍ୟାଣ, ସାମାଜିକ ଦାୟିତ୍ୱ ଓ ସରକାରୀ ଜନମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ସାଧାରଣ ଲୋକଙ୍କୁ ବିଭିନ୍ନ ବାର୍ତ୍ତା ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମ ଦେଖିବା ପାଇଁ ଖଜୁରୀପଡ଼ା ଅଞ୍ଚଳର ବିଭିନ୍ନ ବର୍ଗର ବହୁ ସଂଖ୍ୟକ ଲୋକ ଉପସ୍ଥିତ ରହି ନାଟକକୁ ଉପଭୋଗ କରିଥିଲେ। ଏଥିସହ ଖଜୁରୀପଡ଼ା ଅଞ୍ଚଳର କିଛି ବିଜେପି କର୍ମୀ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ପଥପ୍ରାନ୍ତ ନାଟକ ଭଳି ଲୋକାଭିମୁଖୀ କାର୍ଯ୍ୟକ୍ରମ ମାଧ୍ୟମରେ ସରଳ ଓ ସହଜ ଭାଷାରେ ସାମାଜିକ ବାର୍ତ୍ତା ଲୋକଙ୍କ…

Read More

କନ୍ଧମାଳ,୦୪।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାର ନୂତନ ଓ ଭୋଟର ତାଲିକାରୁ ବାଦ ପଡ଼ିଥିବା ଯୋଗ୍ୟ ନାଗରିକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ଭୋଟର ତାଲିକାରେ ନାମ ସାମିଲ ପ୍ରକ୍ରିୟାକୁ ଆହୁରି ସରଳ କରିଛନ୍ତି ଭାରତ ନିର୍ବାଚନ ଆୟୋଗ। ଏଣିକି ଫର୍ମ-୬ ଦାଖଲ ସମୟରେ ୨୦୦୨ ମସିହାର ଭୋଟର ତାଲିକା ସମ୍ପର୍କିତ ଅତିରିକ୍ତ ଘୋଷଣାନାମା ଦାଖଲ କରିବାକୁ ପଡ଼ିବ ନାହିଁ। ନିକଟରେ ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ସମାପ୍ତ ହୋଇଥିଲେ ମଧ୍ୟ ଯେଉଁ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ସାମିଲ ହୋଇପାରିନାହିଁ, ସେମାନଙ୍କ ପାଇଁ ପଞ୍ଜୀକରଣର ସୁଯୋଗ ଖୋଲା ରହିଛି। ସେମାନେ ଏବେ ସାଧାରଣ ପ୍ରକ୍ରିୟାରେ ଫର୍ମ-୬ ମାଧ୍ୟମରେ ନାମ ସାମିଲ ପାଇଁ ଆବେଦନ କରିପାରିବେ। ନୂତନ ବ୍ୟବସ୍ଥା ଅନୁଯାୟୀ, ଏସଆଇଆର ସମୟରେ କୌଣସି ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରୁ ବାଦ ପଡ଼ିଥିଲେ, ପୁନର୍ବାର ନାମ ସାମିଲ ପାଇଁ ଆବେଦନ କରିବାବେଳେ ୨୦୦୨ ମସିହାର ଭୋଟର ତାଲିକାରେ…

Read More

ହିଞ୍ଜିଳି,୪।୧୦(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ବେଲଗାଁରେ ପାଳିତ ହୋଇଛି ‘ଜଳ ଅର୍ପଣ ଦିବସ’। ଜଳ ସଂରକ୍ଷଣ, ଅପଚୟ ରୋକିବା ଓ ବର୍ଷାଜଳ ସଂରକ୍ଷଣ ଉପରେ ଦିଆଯାଇଛି ଗୁରୁତ୍ୱ। ଏଥିସହ ଜଳ ଜୀବନ ମିଶନରେ ବେଲଗାଁ ପଞ୍ଚାୟତର ସଫଳତାକୁ ମଧ୍ୟ ପ୍ରଶଂସା କରିଛନ୍ତି ଅତିଥିମାନେ। ହିଞ୍ଜିଳିକାଟୁ ବ୍ଲକ୍‌ର ବେଲଗାଁ କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଥିଲା ‘ଜଳ ଅର୍ପଣ ଦିବସ’। ଜଳର ମହତ୍ତ୍ୱ, ଜଳ ଅପଚୟ ରୋକିବା, ବର୍ଷାଜଳ ସଂରକ୍ଷଣ ଓ ଭୂତଳ ଜଳର ସୁରକ୍ଷା ନେଇ ଲୋକଙ୍କୁ ସଚେତନ କରାଯାଇଥିଲା। ଜଳ ସଂରକ୍ଷଣ କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ପ୍ରତ୍ୟେକ ନାଗରିକଙ୍କ ସାମୂହିକ କର୍ତ୍ତବ୍ୟ ବୋଲି ଅତିଥିମାନେ କହିଥିଲେ।କାର୍ଯ୍ୟକ୍ରମରେ ବିଡିଓ ସାଗରିକା ଷଡ଼ଙ୍ଗୀ, ବ୍ଲକ୍ ଅଧ୍ୟକ୍ଷା ସରସ୍ୱତୀ ସେଠୀ, ଉପାଧ୍ୟକ୍ଷ ସୁନୀଲ ଗନ୍ତାୟତ, ବେଲଗାଁ ଥାନା ଆଇଆଇସି ସ୍ମିତାଞ୍ଜଳୀ ପ୍ରଧାନଙ୍କ ସମେତ ବହୁ ଜନପ୍ରତିନିଧି ଓ ଅଧିକାରୀ ଯୋଗଦେଇଥିଲେ।ଜଳ ଜୀବନ ମିଶନ ଅଧୀନରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ଏହାର ସୁଚାରୁ ପରିଚାଳନା କ୍ଷେତ୍ରରେ…

Read More

ବୁଗୁଡ଼ା,୪।୧୦(ଡ.କୁମୁଦ ଚନ୍ଦ୍ର ବେହେରା):ପୋଲସରା ବିଧାନ ସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିଜୁ ଜନତା ଦଳର ସିନିୟର ପେନାଲିଷ୍ଟ ସ୍ଥାନ ପାଇଥିବାରୁ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। ଅପର ପକ୍ଷରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ବିଜୁଜନତା ଦଳ ପକ୍ଷରୁ ଦଳର ସିନିୟର ପେନାଲିଷ୍ଟ ପଦବୀ ଦାୟିତ୍ୱ ମିଳିଥିବା ଯୋଗୁଁ ପୋଲସରା ବ୍ଲକ ଓ ବୁଗୁଡ଼ା ବ୍ଲକ ବିଜେଡି ମହଲରେ ଖୁସିର ଲହରୀ ଖେଳି ଯାଇଛି। ଏଥି ସକାଶେ ଉଭୟ ବ୍ଲକ ଓ ଏନ୍ଏସିର ବିଜେଡିର କର୍ମକର୍ତ୍ତାଗଣ ଓ କର୍ମୀ ମାନେ ରାଜ୍ୟ ବିଜୁ ଜନତାଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିବା ସହ ପ୍ରାକ୍ତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

Read More

ଖୋର୍ଦ୍ଧା,୪।୧୦(କେଦାରନାଥ ସାହୁ):ଇଣ୍ଡିଆ ବ୍ଲକ ଅଂଶୀଦାର ଦଳ ସମୂହ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାବ୍ୟାପି ଗଣତନ୍ତ୍ର ବଞ୍ଚାଓ ସପ୍ତାହ ଶୁଭାରମ୍ଭ କରାଯାଇଛି l ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ୮ ଅକ୍ଟୋବର ଓଡ଼ିଶା ବନ୍ଦକୁ ସଫଳ କରିବା ନିମନ୍ତେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରାଜୀବ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଇଣ୍ଡିଆ ମେଣ୍ଟ ଅଂଶୀଦାର ଦଳ ନେତା ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲାବନ୍ଦ ର ବିଭିନ୍ନ ଦାବି ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା।ବୈଠକରେ ନିମ୍ନଲିଖିତ ଦାବିଗୁଡ଼ିକ ଉପସ୍ଥାପିତ ମଧ୍ୟରେ:1. ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା ଦାବି।2. MMDR ଆଇନ ପ୍ରତ୍ୟାହାର କରିବା।3. ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟି ପାଇଁ ରାଜ୍ୟ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି।4. ବନ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ।୮ ଅକ୍ଟୋବର ବନ୍ଦକୁ ସଫଳ କରିବା ପାଇଁ ଆସନ୍ତା ୪ ଅକ୍ଟୋବରରେ…

Read More

ଫୁଲବାଣୀ,୪।୧୦(ସୁନୀଲ ପଟ୍ଟନାୟକ):ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଆଜି ବି ଅନେକ ଗାଁ ଅପହଞ୍ଚ ରେ ଯାହାର ଉଦ୍ଧାରଣ ଦେଖିବାକୁ ମିଳିଛି ଦୁର୍ଗମ କୋଟଗଡ଼ ବ୍ଲକ ଅନ୍ତର୍ଗତ ମାଦାଗୁଡା ପଂଚାୟତର ଶୁତାଘାଟି ଯାହାକି ପଂଚାୟତ ମାଦାଗୁଡା ଠାରୁ ୧୫ ରୁ ଉର୍ଦ୍ଧ କିମି ଦୂରତାରେ ଅବସ୍ଥିତ। ଗୋଟିଏ କି ଦୁଇଟା ନୁହେଁ ସାତଟି ପାହାଡ ଚଢି ଚାଲି ଚାଲି ଆସି ଲେ ଦେଖିବlକୁ ମିଳିବ ଗାଡି ମଟର ଓ ବିଦ୍ୟୁତ୍ ଆଲୋକ। ଦୀର୍ଘ ୭୫ ବର୍ଷ ରୁ ଉର୍ଦ୍ଧ ହେବ ସୁତାଘଟି ଗାଁ ରେ ବସ ବାସ କରି ଆସୁଛନ୍ତି ଆଦିବାସୀ ସଂପ୍ରଦାୟ ର କୁଟିଆ କନ୍ଧ ପରିବାର ଲୋକେ । ପାନୀୟଜଳ, ବିଦ୍ୟୁତ ଆଲୋକ ଶିକ୍ଷା , ଭଳି ମୌଳିକ ସୁବିଧା ସୁଯୋଗ ରୁ ବଞ୍ଚିତ ଏହି ଗ୍ରାମବାସୀ l ସେହିପରି ଗାଁ କୁ ଖଣ୍ଡିଏ ଭଲ ରାସ୍ତା ନାହିଁ l ଫଳରେ ରେ ଅଭିଶପ୍ତ ହୋଈ ଯାଇଛି ଶୁତାଘାଟି। ସେହି…

Read More

ବୁଗୁଡ଼ା,୦୪।୧୦(ପୂର୍ଣ୍ଣଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧୀନ କରଚୁଲି ପଞ୍ଚାୟତର ଭାବସର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଙ୍କୁ ମାଡ଼ ମାରିବା ନେଇ ଏକ ଅଭାବନୀୟ ଅଭିଯୋଗ ସାମ୍ନାକୁ ଆସିଛି। ବିଦ୍ୟାଳୟରେ ଶିଶୁ ବାଟିକା ଶ୍ରେଣୀରେ ଅଧ୍ୟୟନରତ ଦୁଇ ଛାତ୍ର ମଙ୍ଗରାଜ ପ୍ରଧାନ ଓ ହିମାଂଶୁ ସେଠୀଙ୍କୁ ଜଣେ ଶିକ୍ଷକ ମାଡ଼ ମାରିବା ଫଳରେ ଛାତ୍ରମାନେ ଆହତ ହୋଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ବିଦ୍ୟାଳୟର ଏକ୍ସକ୍ୟାଡର ଶିକ୍ଷକ ପାର୍ଥସାରଥୀ ପ୍ରଧାନ ଦୁଇ ଛାତ୍ରଙ୍କୁ ଅତ୍ୟଧିକ ମାଡ଼ ମାରିଥିଲେ। ଏଥିରେ ଜଣେ ଛାତ୍ରଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିବା ସହ ପଛ ଭାଗରେ ନୋଳା ଫାଟିଯିବା ଭଳି ଅଭିଯୋଗ ମଧ୍ୟ ହୋଇଛି। ଘଟଣାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ଏହି ଘଟଣା ସମ୍ପର୍କରେ ଅଭିଭାବକମାନେ ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗପତ୍ର ଦାଖଲ…

Read More

ବେଗୁନିଆପଡ଼ା,୪।୧୦(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକ ଅନ୍ତର୍ଗତ ସାତନଳ ସ୍ଥିତ ସାଇପ୍ରଭା ଗୁରୁକୁଳ ସ୍କୁଲରେ ବିଦ୍ୟାଳୟ ସ୍ତରୀୟ ଏକ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା l ଏଥିରେ ଏହି ବିଦ୍ୟାଳୟର ୫୦ ଜଣ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ l ବିଚାରକ ଭାବେ ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ସୋମନାଥ ସେଠୀ, ସି ଆର ସି ସି ଅଜିତ କୁମାର ମିଶ୍ର, ଅଧ୍ୟାପକ ରତ୍ନାକର ପ୍ରଧାନ, ଶିକ୍ଷକ ଅଜିତ କୁମାର ସାହୁ, ଭବାନୀ ଶଙ୍କର ସେଠୀ,ଗୋପବନ୍ଧୁ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ । ଉଦଯାପନୀ ଉତ୍ସବରେ ବିଦ୍ୟାଳୟର ପ୍ରତିଷ୍ଠାତା ଶିକ୍ଷକ ବ୍ରଜ କିଶୋର ପଣ୍ଡା ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସନ୍ତୋଷ କୁମାର ପଲେଇ ,ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ଶ୍ରୀ ନିଳକଣ୍ଠ ଦାଶ ଯୋଗଦେଇ ପିଲାମାନଙ୍କୁ ବିଜ୍ଞାନ ପ୍ରତି ଆଗ୍ରହ ରଖିବାକୁ ପରାମର୍ଶ ଦେଇଥିଲେ l ବିଦ୍ୟାଳୟର ଗୁରୁମା ଗୀତାଞ୍ଜଳି ସାହୁ କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ…

Read More

ଫୁଲବାଣୀ,୩।୧୦(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ୍ ଥାନା ପୁଲିସ ଏକ ହତ୍ୟା ମାମଲାର ସମାଧାନ କରିବା ସହ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ମୃତକ ଅଶୋକ ସାହୁଙ୍କ ହତ୍ୟା ଅଭିଯୋଗରେ ତାଙ୍କ ଭାଇ ଅରୁଣ କୁମାର ସାହୁ ଓରଫ ମିଟୁ (୩୭)ଙ୍କୁ ପୁଲିସ ଗିରଫ କରିଛି। ଏନେଇ ଫୁଲବାଣୀ ଟାଉନ୍ ଥାନାରେ କେସ୍ ନଂ-୨୮୧, ତାରିଖ ୨.୧୦.୨୦୨୬ରେ ବିଏନ୍ଏସ୍ ଧାରା ୧୦୩(୧)ରେ ମାମଲା ରୁଜୁ ହୋଇଛି।ପୁଲିସ ସୂଚନା ଅନୁଯାୟୀ, ଫୁଲବାଣୀ ଥାନା ଅଧୀନ ପ୍ରଗତି ମାର୍ଗ ଅଞ୍ଚଳର ‘ସ୍ମିତା ଭବନ’ର ଏକ ଭଡ଼ା ଘରୁ ଅଶୋକ ସାହୁଙ୍କ ମୃତଦେହ ମିଳିଥିଲା। ମୃତଦେହରୁ ଦୁର୍ଗନ୍ଧ ବାହାରୁଥିବା ଏବଂ ତାହା ପଚିଯାଇଥିବା ଦେଖି ଘଟଣାଟି ହତ୍ୟା ବୋଲି ସନ୍ଦେହ କରାଯାଇଥିଲା।ତଦନ୍ତରୁ ଜଣାପଡ଼ିଛି ଯେ, ମୃତକ ଅଶୋକ ଓ ଅଭିଯୁକ୍ତ ଅରୁଣ ଦୁଇ ଭାଇ। ଫୁଲବାଣୀ ଧିପାସାହି ନିକଟରେ ତାଙ୍କ ମୃତ ପିତା ଭାସ୍କର ସାହୁଙ୍କ ନାମରେ ଥିବା ୬ ସେଣ୍ଟ ଜମି ବିକ୍ରିକୁ ନେଇ…

Read More

ଭୁବନେଶ୍ୱର,୩।୧୦(କେଦାର ନାଥ ସାହୁ): ଶିକ୍ଷା କେବଳ ଜୀବିକା ନିର୍ବାହ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ନୁହେଁ, ବରଂ ଚରିତ୍ର ଗଠନ , ଦାୟିତ୍ୱବୋଧ ଓ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ କରିବାରେ ଶିକ୍ଷାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି।ଶନିବାର ଦିନ ଖୋର୍ଦ୍ଧାସ୍ଥିତ ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲର ୧୨୫ତମ ବାର୍ଷିକ ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ ଏହା କହିଛନ୍ତି l ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେଯେ, ଏହି ଐତିହାସିକ ଅବସର ଶିକ୍ଷା, ଚରିତ୍ର ଗଠନ ଓ ସେବାର ଦୀର୍ଘ ପରମ୍ପରାକୁ ସ୍ମରଣ କରିବାର ଅବସର। ଏହି ଶିକ୍ଷାନୁଷ୍ଠାନ ପିଢ଼ି ପରେ ପିଢ଼ି ଛାତ୍ରଛାତ୍ରୀଙ୍କୁ ଗଢ଼ି ତୋଳିବା ସହ ଓଡ଼ିଶାର ବୌଦ୍ଧିକ ଓ ସାମାଜିକ ବିକାଶରେ ଅବଦାନ ରଖିଛି ବୋଲି କହିଥିଲେ।ଅନୁଷ୍ଠାନର ନାମ ଓ ଏହାର ଅବସ୍ଥିତିର ଐତିହାସିକ ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରି ରାଜ୍ୟପାଳ ବକ୍ସି ଜଗବନ୍ଧୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି…

Read More

ଭଞ୍ଜନଗର,୩।୧୦(ନିଲୁ ବିଷୋୟୀ):ଭଞ୍ଜନଗର ଆଇସିଡିଏସ୍ ପ୍ରକଳ୍ପ ପକ୍ଷରୁ ‘ବେଟି ବଚାଓ, ବେଟି ପଢ଼ାଓ’ ଅଭିଯାନ ଅଧୀନରେ କନ୍ୟାଶିଶୁଙ୍କ ସୁରକ୍ଷା, ଶିକ୍ଷା ଓ ସଶକ୍ତିକରଣ ସହ ଶିଶୁ ବିବାହ ନିରାକରଣ ନିମନ୍ତେ ବ୍ଲକସ୍ତରୀୟ ଟାସ୍କ ଫୋର୍ସର ସମନ୍ୱୟ ବୈଠକ ବ୍ଲକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସିଡିପିଓ ମିଳିମା କୁମାରୀ ପଣ୍ଡା ଵୈଠକରେ କନ୍ୟା ଶିଶୁଙ୍କ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ ଓ ସଶକ୍ତିକରଣ ସହ ଶିଶୁ ବିବାହ ଭଳି ସାମାଜିକ ପ୍ରଥାକୁ ନିରାକରଣ କରିବା ଦିଗରେ ସମସ୍ତଙ୍କ ସମନ୍ୱିତ ଓ ସକ୍ରିୟ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଶିଶୁ ବିବାହ ନିରାକରଣ, କନ୍ୟାଶିଶୁଙ୍କ ଅଧିକାର ସୁରକ୍ଷା, କନ୍ୟାଶିଶୁଙ୍କ ଶିକ୍ଷାକୁ ପ୍ରୋତ୍ସାହନ, ସ୍ୱାସ୍ଥ୍ୟ ଓ ପୋଷଣ ସୁନିଶ୍ଚିତ କରିବା ଏବଂ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ଯୋଗାଇଦେବା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଶିଶୁ ବିବାହ ସମ୍ପର୍କରେ ଗ୍ରାମସ୍ତରରେ ସଚେତନତା ସୃଷ୍ଟି ସହ ଏଭଳି ଘଟଣାକୁ ଚିହ୍ନଟ କରି ତୁରନ୍ତ ଆବଶ୍ୟକ…

Read More