Author: Janabani News

ରାୟଗଡ,୫।୧୦(ଅମୂଲ୍ୟ ନିଶଙ୍କ):ଗୁଣପୁରର ପୂର୍ବତନ ଉପଜିଲ୍ଲାପାଳ ଶ୍ରୀ ଚିନ୍ମୟ ବସୁଙ୍କୁ ତାଙ୍କର ମହତ୍ ସେବା ଓ ଅବଦାନ ପାଇଁ ଗୁଣପୁରବାସୀଙ୍କ ତରଫରୁ ତାଙ୍କ କୋଲକାତା ସ୍ଥିତ ବାସଭବନରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସରରେ ତାଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା।ସୂଚନାଯୋଗ୍ୟ ଯେ, ୧୯୮୦ ମସିହାର ପ୍ରଳୟଙ୍କରୀ ବନ୍ୟା ସମୟରେ ଗୁଣପୁର ଅଞ୍ଚଳ ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଥିଲା। ସେହି କଠିନ ସମୟରେ ତତ୍କାଳୀନ ଉପଜିଲ୍ଲାପାଳ ଶ୍ରୀ ବସୁ ଯେଉଁ ସାହସିକତା, ନିଷ୍ଠା ଓ ମାନବିକତାର ପରିଚୟ ଦେଇଥିଲେ, ତାହାକୁ ଗୁଣପୁରବାସୀ ଆଜି ବି ଭୁଲିନାହାନ୍ତି। ସେ ସ୍ଥାନୀୟ ଯୁବ ଗୋଷ୍ଠୀ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ରାମକୃଷ୍ଣ ମିଶନ ଏବଂ ବହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ଏକାଠି କରି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ସଫଳ କରିଥିଲେ ଏବଂ ହଜାର ହଜାର ବନ୍ୟା ପୀଡ଼ିତଙ୍କ ଜୀବନ ବଞ୍ଚାଇଥିଲେ।ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଶ୍ରୀ ଅକ୍ଷୟ କୁମାର ଦାସ, ଶ୍ରୀ…

Read More

ରାୟଗଡ,୫।୧୦(ଅମୂଲ୍ୟ ନିଶଙ୍କ):ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖାଣ୍ଡି ପଞ୍ଚାୟତର ଆଲିଜିନିଗୁଡ଼ା ଆମ୍ବତୋଟା ପରିସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ମାଝୀଗୁଡ଼ା ମଣ୍ଡଳ ସଭାପତି ଅନିଲ କୁମାର ଜାଡିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ତଥା ମଣ୍ଡଳସ୍ତରୀୟ ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ । ଏହି ସମାବେଶରେ ବ୍ଲକର ପୋଲାମା, ସୁନାଖାଣ୍ଡି ଏବଂ କନ୍ଧକାଟିପାଡୁ ପଞ୍ଚାୟତରୁ ପ୍ରାୟ ୧୨୦ରୁ ଊର୍ଦ୍ଧ୍ୱ ସକ୍ରିୟ କଂଗ୍ରେସ କର୍ମୀ ଓ ସମର୍ଥକ ନିଜ ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହୋଇଛନ୍ତି । ଉପସ୍ଥିତ ଦଳୀୟ ପଦାଧିକାରୀମାନେ ନବାଗତ ସମସ୍ତ କର୍ମୀଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଆଗାମୀ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଏହି ମିଶ୍ରଣ ପର୍ବ ବିଶେଷ ଗୁରୁତ୍ୱ ବହନ କରୁଥିବା ବେଳେ ତୃଣମୂଳ ସ୍ତରରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ ଓ…

Read More

ରାୟଗଡ଼ା,୫।୧୦(ଅମୂଲ୍ୟ ନିଶଙ୍କ):ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପେଣ୍ଟା ଠାରେ ଆଦର୍ଶ ଯୁବ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଏହି ଗ୍ରାମସଭାରେ ବିଦ୍ୟାଳୟ ର ଷଷ୍ଠ ରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଭାବରେ ପେଣ୍ଟା ପଞ୍ଚାୟତ ସମିତି ସଭ୍ୟା ଶ୍ରୀମତୀ ଜମ୍ବା ଲଷ୍ମୀ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଗ୍ରାମସଭା ବିଷୟ ରେ ସମ୍ୟକ ଧାରଣା ଦେଇଥିଲେ। ଏହି ସଭାକୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସଭାପତିତ୍ଵ କରିଥିଲେ, ଏବଂ ସେ ଛାତ୍ରଛାତ୍ରୀ ମାନଙ୍କୁ ଗ୍ରାମସଭା ର ମହତ୍ତ୍ଵ ଉପରେ ଜଣାଇଥିଲେ। ପିରାମଲ ଫାଉଣ୍ଡେସନ ର ପ୍ରୋଗ୍ରାମ ଲିଡର ଚୈତନ୍ୟ ପଟେଲ ଏବଂ ଗାନ୍ଧୀ ଫେଲୋ ମୁସ୍କାନ ଅଗ୍ରୱାଲ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି ୭ ଦିନ ର ପ୍ରକଳ୍ପ ଭିତ୍ତିକ ଶିକ୍ଷା ଦ୍ୱାରା ଛାତ୍ର ଛାତ୍ରୀମାନେ ଗ୍ରାମ ର ଉନ୍ନତି ରେ ଗ୍ରାମସଭା ର ଭୂମିକା ବିଷୟ ରେ ଜାଣିଥିଲେ। ଗ୍ରାମସଭାରେ କେଉଁମାନେ ଅଂଶଗ୍ରହଣ କରନ୍ତି ଆଉ ତାଙ୍କର…

Read More

ବାଲିଗୁଡା,୦୫।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେତବାଡ଼ି ଗ୍ରାମରେ ଦୀର୍ଘ ମାସ ଧରି ଉତ୍କଟ ଜଳକଷ୍ଟ ଲାଗିରହିଛି। ଗ୍ରାମରେ ୧୦ରୁ ଅଧିକ ପରିବାର ବସବାସ କରୁଥିବା ବେଳେ ସମସ୍ତଙ୍କ ଭରସା କେବଳ ଗୋଟିଏ ନଳକୂପ। ହେଲେ ଏହି ନଳକୂପରୁ ମଧ୍ୟ ନିୟମିତ ଓ ସ୍ୱଚ୍ଛ ପାଣି ମିଳୁନଥିବାରୁ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଢ଼ିଛି।ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଦୀର୍ଘ ମାସ ହେଲା ନଳକୂପରୁ ଗୋଳିଆ ପାଣି ବାହାରୁଛି। ପାନୀୟ ଜଳର ବିକଳ୍ପ ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ଏହି ପାଣିକୁ ପାନୀୟ ଭାବେ ବ୍ୟବହାର କରୁଛନ୍ତି ଲୋକେ। ଫଳରେ ଗ୍ରାମର ଏକାଧିକ ବ୍ୟକ୍ତି କିଡ୍‌ନୀ ରୋଗ, ଜଣ୍ଡିସ୍‌ ସମେତ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଏହି ରୋଗଗୁଡ଼ିକର କାରଣ ନଳକୂପର ଦୂଷିତ ପାଣି କି ନୁହେଁ, ତାହାର ବୈଜ୍ଞାନିକ ଯାଞ୍ଚ ହୋଇନଥିବାରୁ ଏନେଇ ଚିନ୍ତା ବଢ଼ିଛି। ତୁରନ୍ତ ଜଳର ଗୁଣବତ୍ତା…

Read More

ବାଲିଗୁଡ଼ା,୦୫।୧(ସଞ୍ଜୟ କୁମାର ପାଣିଗ୍ରାହୀ):ସରକାରୀ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେଉଛି, ହେଲେ ନିର୍ମାଣର ସ୍ଥାୟୀତ୍ୱ ନେଇ ପୁଣି ଉଠିଛି ପ୍ରଶ୍ନ। ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାରେ ପ୍ରାୟ ୫ ଲକ୍ଷ ଟଙ୍କା ବ୍ୟୟରେ ଉନ୍ନତିକରଣ ହୋଇଥିବା କଲଭର୍ଟ ରାସ୍ତାରେ ଅଳ୍ପଦିନ ମଧ୍ୟରେ ବୃହତ୍‌ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ଯାତାୟାତ ବିପଦସଙ୍କୁଳ ହୋଇପଡ଼ିଥିବା ବେଳେ ଯେକୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ଦେଖାଦେଇଛି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ସଲାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଜାର୍ଗୀଭଟା-ପାଜିକୁଟୀ ରାସ୍ତାରେ ଥିବା କଲଭର୍ଟରେ ଏଭଳି ଦୁରବସ୍ଥା ଦେଖିବାକୁ ମିଳିଛି। କିଛି ମାସ ପୂର୍ବରୁ ଏହି କଲଭର୍ଟର ଉନ୍ନତିକରଣ କରାଯାଇଥିଲା। ମାତ୍ର ନିର୍ମାଣ ପରେ ଅଳ୍ପ ସମୟ ମଧ୍ୟରେ ରାସ୍ତା ମଝିରେ ବଡ଼ ଗର୍ତ୍ତ ସୃଷ୍ଟି ହେବା ଯୋଗୁଁ କାମର ମାନ ଓ ତଦାରଖ ବ୍ୟବସ୍ଥା ନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଛାତ୍ରଛାତ୍ରୀଙ୍କ ସମେତ ଅଞ୍ଚଳ…

Read More

ରାୟଗଡ,୫।୧୦(ଅମୂଲ୍ୟ ନିଶଙ୍କ):ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖାଣ୍ଡି ପଞ୍ଚାୟତର ଆଲିଜିନିଗୁଡ଼ା ଆମ୍ବତୋଟା ପରିସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ମାଝୀଗୁଡ଼ା ମଣ୍ଡଳ ସଭାପତି ଅନିଲ କୁମାର ଜାଡିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ତଥା ମଣ୍ଡଳସ୍ତରୀୟ ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ । ଏହି ସମାବେଶରେ ବ୍ଲକର ପୋଲାମା, ସୁନାଖାଣ୍ଡି ଏବଂ କନ୍ଧକାଟିପାଡୁ ପଞ୍ଚାୟତରୁ ପ୍ରାୟ ୧୨୦ରୁ ଊର୍ଦ୍ଧ୍ୱ ସକ୍ରିୟ କଂଗ୍ରେସ କର୍ମୀ ଓ ସମର୍ଥକ ନିଜ ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହୋଇଛନ୍ତି । ଉପସ୍ଥିତ ଦଳୀୟ ପଦାଧିକାରୀମାନେ ନବାଗତ ସମସ୍ତ କର୍ମୀଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଆଗାମୀ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଏହି ମିଶ୍ରଣ ପର୍ବ ବିଶେଷ ଗୁରୁତ୍ୱ ବହନ କରୁଥିବା ବେଳେ ତୃଣମୂଳ ସ୍ତରରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ ଓ…

Read More

ବୁଗୁଡ଼ା,୦୫।୧୦(କୁମୁଦ ଚନ୍ଦ୍ର ବେହେରା):ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ବହୁ ପ୍ରତୀକ୍ଷିତ ନୂତନ କାଉନସିଲ ହଲ(ସଭାଗୃହ)ର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏନ୍‌ଏସି କାର୍ଯ୍ୟାଳୟ ପରିସରସ୍ଥ ଉକ୍ତ ନବ ନିର୍ମିତ ସଭାଗୃହକୁ ଉଦ୍‌ଘାଟନ କରିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢ଼ୀ, କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୂତି ଭୂଷଣ ବେହେରାଙ୍କ ସମେତ କେତେକ କାଉନସିଲର ଏବଂ କର୍ମଚାରୀବୃନ୍ଦ ଉପସ୍ଥିତ ରହିଥିଲେ। ଏ ଉପଲକ୍ଷେ ୪୦ ଜଣ ହିତାଧିକାରୀଙ୍କୁ ଭତ୍ତା, ୫୨ ଜଣଙ୍କୁ ଆବାସ କାର୍ଯ୍ୟାଦେଶ ଏବଂ ୫ ଜଣଙ୍କୁ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯାଇଥିଲା।ଏଥି ସହ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବୁଗୁଡ଼ାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ‘ସ୍ୱଚ୍ଛତା ହିଁ ସେବା’ ବିଷୟରେ ଆୟୋଜିତ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ…

Read More

ବେଗୁନିଆପଡ଼ା,୫।୧୦(ବାପୁନି ମାଲୁ):ବେଗୁନିଆପଡ଼ା ବ୍ଲକ୍ ଚନ୍ଦନପୁରରେ ଦୀର୍ଘ ୧୫ ବର୍ଷ ଧରି ଶବଦାହ ଗୃହ ନିର୍ମାଣ ଅଧପନ୍ତରିଆ ହୋଇ ପଡ଼ିରହିଛି। ପିଲାର ଉଠିଛି, ହେଲେ ଆଜି ପର୍ଯ୍ୟନ୍ତ ଛାତ ପଡ଼ିପାରିନାହିଁ। ଫଳରେ ଗ୍ରାମବାସୀ ଶବଦାହ ସମୟରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷ ପରେ ବର୍ଷ ବିତୁଛି, କିନ୍ତୁ ଅଧପନ୍ତରିଆ ନିର୍ମାଣ କାମ ସମ୍ପୂର୍ଣ୍ଣ ହେବାର ନାଁ ନେଉନାହିଁ। ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଶବଦାହ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Read More

ପୁରୁଷୋତ୍ତମପୁର,୫।୧୦ (ଶୁଭଙ୍କରୀ ଦାଶ):ପୁରୁଷୋତ୍ତମପୁର,ଝାଡବାଇ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସ୍ଥାନୀୟ ଗାଗନା ପୁର ପ୍ରାଇମେରୀ ସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ଇ ରମେଶ ଙ୍କ ସଂଯୋଜନା ରେ ଆରମ୍ଭ ହୋଇଥିଲା |ସ୍କୁଲ ସଭାପତି ଅଭିମନ୍ୟୁ ସେଠୀ ଏହାକୁ ଉଦଘାଟନ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପଞ୍ଚାନନ ସେଠୀ, କବିସୂର୍ଯ୍ୟନଗର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କୃପାସିନ୍ଧୁ ସ୍ୱାଇଁ,ମୁଖ୍ୟ ବକ୍ତା ଭାବେପୂର୍ବତନ ବିଇଓ ଶ୍ରୀ ହରେକୃଷ୍ଣ ପଣ୍ଡା, ସମ୍ନାନୀତଅତିଥି ଭାବେ ବିଜୟ କୁମାର ବେହେରା,ଦେବରାଜ ବେହେରା, ଏବିଇଓ ଭକ୍ତ ବତ୍ସଳଜାନି, ଯୁଧିଷ୍ଠିର ସାହୁ, ଆଇ ରାମରାଓ,ଶ୍ରୀମତୀ ବିଷ୍ଣୁ ପ୍ରିୟା ମହାରଣା, ପ୍ରଦୀପ କୁମାର ବେହେରା, ଲକ୍ଷ୍ମୀ ନାରାୟଣ ପାତ୍ର,ମଞ୍ଚାସିନ ରହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ |ଏଥିରେ କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଯୋଗଦେଇଥିଲେ।ବିଭିନ୍ନ ପ୍ରକାର ପ୍ରତିଯୋଗିତା ରେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।ମୁଖ୍ୟ ଆକର୍ଷଣ…

Read More

ବାଲିଗୁଡ଼ା,୦୪।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):କ୍ରୀଡ଼ା ପ୍ରତିଭାର ବିକାଶ ସହ ଯୁବପିଢ଼ିଙ୍କ ମଧ୍ୟରେ କବାଡି ପ୍ରତି ଆଗ୍ରହ ବଢ଼ାଇବା ଲକ୍ଷ୍ୟରେ ବାଲିଗୁଡ଼ା ଉପଖଣ୍ଡ କ୍ରୀଡ଼ା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ଏକଦିବସୀୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ରବିବାର ସନ୍ଧ୍ୟା ରେ ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବାଲିଗୁଡ଼ା ସମେତ ଆଖପାଖ ଅଞ୍ଚଳର ୧୨ଟି କବାଡି ଦଳ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ସଂଘର ଉପସଭାପତି ସତ୍ୟନାରାୟଣ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରତିଯୋଗିତାର ଉଦ୍‌ଘାଟନ କରିଥିଲେ। ଦିନତମାମ ବିଭିନ୍ନ ଦଳ ମଧ୍ୟରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା। ଫାଇନାଲ ମ୍ୟାଚ୍‌ରେ ବାଲିଗୁଡ଼ା ଉପଖଣ୍ଡ କ୍ରୀଡ଼ା ସଂଘ ଓ ସ୍ପୋର୍ଟ୍ସ କ୍ଲବ ବାରଖମା ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ଶେଷରେ ବାରଖମା ୩୩-୨୯ ଗୋଲରେ ବାଲିଗୁଡ଼ାକୁ ପରାସ୍ତ କରି ଚାମ୍ପିଅନ୍‌ ହୋଇଥିଲା। ବିଜେତା ବାରଖମା ଦଳକୁ ଟ୍ରଫି ସହ ୫୦୦୧ ଟଙ୍କା ଏବଂ ଉପବିଜେତା…

Read More

ବେଗୁନିଆପଡ଼ା,୪।୧୦(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍‌ ଅଧୀନ ବୁରୁଝରି ପଞ୍ଚାୟତରେ ସଫେଇ ବ୍ୟବସ୍ଥା ଏବେ ପ୍ରଶ୍ନଘେରରେ। ଗୋଟିଏ ପଟେ ସଫେଇ ଓ ସ୍ୱଚ୍ଛତା ନାଁରେ ବର୍ଷକୁ ବର୍ଷ ଟଙ୍କା ଖର୍ଚ୍ଚ ହେଉଛି, ଅନ୍ୟପଟେ ପଞ୍ଚାୟତର ବିଭିନ୍ନ ଗ୍ରାମରେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡ଼ିରହିଛି। ଫଳରେ ସରକାରୀ ଖର୍ଚ୍ଚର ହିସାବ ଓ ଦେଖାଯାଉଥିବା ସଫେଇର ଚିତ୍ର ମଧ୍ୟରେ ବଡ଼ ଫରକ ସାମ୍ନାକୁ ଆସିଛି। ‘ମେରି ପଞ୍ଚାୟତ’ ଆପରେ ଉପଲବ୍ଧ ତଥ୍ୟ ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ସଫେଇ ନାଁରେ ୧ ଲକ୍ଷ ୪ ହଜାର ୧୮୫ ଟଙ୍କା, ୨୦୨୫-୨୬ରେ ୯୦ ହଜାର ୨୧୭ ଟଙ୍କା ଏବଂ ୨୦୨୬-୨୭ରେ ସ୍ୱଚ୍ଛତା ଓ ପରିଷ୍କାର ପରିଚ୍ଛନ୍ନତା ଅଭିଯାନ ନାଁରେ ୭୮ ହଜାର ୬୫୦ ଟଙ୍କା ଖର୍ଚ୍ଚ ଦର୍ଶାଯାଇଛି। ଅର୍ଥାତ୍‌ ତିନି ବର୍ଷରେ ମୋଟ ୨ ଲକ୍ଷ ୭୩ ହଜାର ୫୨ ଟଙ୍କା ଖର୍ଚ୍ଚ ଦର୍ଶାଯାଇଛି। କିନ୍ତୁ ପ୍ରଶ୍ନ ହେଉଛି, ଏତେ ଟଙ୍କା ଖର୍ଚ୍ଚ ପରେ…

Read More

ବେଲଗୁଣ୍ଠା,୦୪।୧୦(ଶିବରାମ ଚୌଧୁରୀ):ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠ, ରେ ଆଜି ଏନର୍ଜି କ୍ଲବ ପକ୍ଷରୁ “Solar Solutions and Energy Efficiency Initiative” ଅନ୍ତର୍ଗତ ଏକ ଏଲଇଡି ବଲ୍ବ ମରାମତି ଓ ନିର୍ମାଣ କର୍ମଶାଳା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଡୋକି ସରୋଜିନୀଙ୍କ ମାର୍ଗଦର୍ଶନରେ ଏବଂ ଏନର୍ଜି କ୍ଲବ ଶିକ୍ଷକ ପ୍ରଭାତ କୁମାର ଗୌଡ଼ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଶକ୍ତି ସଂରକ୍ଷଣ, ଶକ୍ତିର ଦକ୍ଷ ବ୍ୟବହାର ଏବଂ ଏଲଇଡି ବଲ୍ବର ଉପଯୋଗିତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ଓ ପ୍ରାୟୋଗିକ ଜ୍ଞାନ ବୃଦ୍ଧି କରିବା।ଏହି କର୍ମଶାଳାରେ ୫୦ ଜଣ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଛାତ୍ର ଜଗଦୀଶ ବେହେରାଙ୍କ ସମେତ ଅନ୍ୟାନ୍ୟ ଛାତ୍ରଛାତ୍ରୀ ଏଲଇଡି ବଲ୍ବ ନିର୍ମାଣ ଓ ମରାମତିର ପ୍ରାୟୋଗିକ ଜ୍ଞାନ ହାସଲ କରିଥିଲେ। ଛାତ୍ରଛାତ୍ରୀମାନେ ୩୦ଟି ଏଲଇଡି ବଲ୍ବ ନିର୍ମାଣ କରିବା ସହ ୨୦ଟି ଖରାପ ଏଲଇଡି ବଲ୍ବ ମରାମତି କରିଥିଲେ।ଏହା…

Read More