ବାଲିଗୁଡ଼ା,୦୩।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):କାର୍ଯ୍ୟାଳୟର ଫାଇଲ୍ ଭିତରେ ସୀମିତ ନରହି ଲୋକଙ୍କ ନିକଟକୁ ପହଞ୍ଚି ଅଞ୍ଚଳର ସମସ୍ୟା ଅନୁଧ୍ୟାନ କରିଛନ୍ତି ବାଲିଗୁଡ଼ା ଉପଖଣ୍ଡ ଉପଜିଲ୍ଲାପାଳ ପ୍ରଣୀତା ଦାସ। ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁକୁ ଅଚାନକ ଗସ୍ତ କରି ସେ ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ସମସ୍ୟା ଶୁଣିଥିଲେ। ଗସ୍ତ ସମୟରେ ଉପଜିଲ୍ଲାପାଳ ବ୍ରାହ୍ମଣୀଗାଁ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ରାଜସ୍ବ ସମ୍ପର୍କିତ କାର୍ଯ୍ୟକଳାପ ଓ ଅଞ୍ଚଳର ସାମଗ୍ରିକ ସ୍ଥିତି ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ସ୍ଥାନୀୟ ନେତୃବୃନ୍ଦ ଓ ଅଞ୍ଚଳବାସୀ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ୯ ଦଫା ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ରରେ ବ୍ରାହ୍ମଣୀଗାଁରେ ଜିଓ ନେଟୱାର୍କ ପାଇଁ ଟାୱାର ସ୍ଥାପନ, ଅତିରିକ୍ତ ତହସିଲଦାର ନିଯୁକ୍ତି, ଋଷିମାଳ ମହାବିଦ୍ୟାଳୟର ପାନୀୟ ଜଳ ସମସ୍ୟାର ସମାଧାନ, ବସ୍ଷ୍ଟପ୍ ଓ ସୁଲଭ ଶୌଚାଳୟ ନିର୍ମାଣ ଆଦି ଦାବି ରହିଥିଲା। ସେହିପରି ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ମରାମତି,…
Author: Janabani News
ଫୁଲବାଣୀ,୦୩।୧୦(ସୁନୀଲ ପଟ୍ଟନାୟକ):ଶନିବାର ସ୍ଥାନୀୟ ଜିଲ୍ଲା କଂଗ୍ରେସ ଅଫିସ ଫୁଲବାଣୀ ଠାରେ ଆସନ୍ତା ଅକ୍ଟୋବର ୮ତାରିଖ ଗୁରୁବାର ଦିନ ଇଣ୍ଡିଆ ବ୍ଲକ ତରଫରୁ ଓଡିଶା ବନ୍ଦ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି, l କନ୍ଧ ମାଳ ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବି ଚନ୍ଦ୍ରଶେଖର ପରିଡା ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ବୈଠକ ରେ ସମାଜବାଦୀ ପାର୍ଟି ର ରାଜ୍ୟ ଉପସଭାପତି ପୁର୍ବତନ ବିଧାୟକ ଦେବେନ୍ଦ୍ର କହଁର, ସମାଜବାଦୀ ପାର୍ଟି ଜିଲ୍ଲା ସଭାପତି ଅମିତ କୁମାର ଦିଗାଲ, ଜିଲ୍ଲା କଂଗ୍ରେସ ଉପସଭାପତି ହେମନ୍ତ କୁମାର କର, ଜିଲ୍ଲା କଂଗ୍ରେସ କୋଷାଧକ୍ଷ ସରୋଜ କୁମାର ପ୍ରଧାନ, ଜିଲ୍ଲା କିସାନ ସେଲ ଅଧକ୍ଷ ରାଜୀବ ଲୋଚନ ସାହାଣୀ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ତଥା ଯୁବ ନେତା ବସନ୍ତ କୁମାର ପାଢ଼ୀ, ସନ୍ତୋଷ କୁମାର ବକ୍ସସି, ନନ୍ଦ କିଶୋର ଦାଶ, ଜିଲ୍ଲା କଂଗ୍ରେସ ର ସମସ୍ତ ବ୍ଲକ, ଏନଏସି, ମୁନସିପଲିଟି…
ଫୁଲବାଣୀ,୩।୧୦(ସୁନୀଲ ପଟ୍ଟନାୟକ):ଫୁଲବାଣୀ ସଦର ମହକୁମା ଡାକ୍ତର ଖାନା ତଥା ଡାକ୍ତର ଖାନାରେ ଚାଲୁ ଥିବା ମେଡିକାଲ କଲେଜ ରେ ଥିବା ମହିଳା ମେଡ଼ିସେନ ୱାର୍ଡରେ ପ୍ରାୟ ୩୦ ଜଣ ମହିଳା ରୋଗୀ ସକାଳ ୬ ଘଂଟିକାରେ ଛଟ ପଟ ହେବାରେ ଲାଗିଲେ! ଭୟରେ କାନ୍ଦ ବୋବାଳି ପଡିଲା! ଗୋଟେ ରୋଗୀ ଭୀଷଣ ଛଟ ପଟ ହେବାରୁ କମ୍ବଳ ଘୋଡାଇ ରଖିଲେ ରୋଗୀର ସମ୍ପର୍କୀୟ ମାନେ! ସକାଳ ୬ ଟାରେ କୁଆଡ଼େ ଜୈନିକା ନର୍ସ ସମସ୍ତଙ୍କୁ ଇଞ୍ଜେକ୍ସନ ଦେଲେ! ଦେବାର ଗୋଟିଏ ମିନିଟ ମଧ୍ୟରେ ରୋଗୀମାନେ ତାଣ୍ଡବ ନୃ ତ୍ୟ କରିବାକୁ ଲାଗିଲେ! ସମସ୍ତେ ଥରିଲେ ଦେହ କମ୍ପିଲା!ଭୟଭୀତ ହେଲେ ମହିଳା ରୋଗୀ ମାନେ! ଏ ସଂପର୍କରେ ଖବର ପାଇ ବା ପରେ ଘଟଣା ସଂପର୍କରେ ସତ୍ୟାସତ୍ୟ ଜାଣିବାପାଈଁ ସାମ୍ବାଦିକ ସି ଡ଼ିଏମ ଓ କୁ ଫୋନ କରିଥିଲେ ହେଲେ ସି ଡି ଏମ ଓ ଫୋନ ଉଠାଇଲେ ନାହିଁ! ସେହିପରି ଅନ୍ୟ…
ଫୁଲବାଣୀ,୩।୧୦(ସୁନୀଲ ପଟ୍ଟନାୟକ):ଗାନ୍ଧୀ ଜୟନ୍ତୀ ଅବସରରେ ଫୁଲବାଣୀରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ସମୀର କୁମାର ନାୟକଙ୍କ ପରିଚାଳନାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲା ପ୍ରଶାସନ ଏକାଦଶ, ବିଚାର ବିଭାଗ ଏକାଦଶ, ଗଣମାଧ୍ୟମ ଏକାଦଶ ଓ ଆଇନଜୀବୀ ଏକାଦଶ ଭାଗ ନେଇଥିଲେ। ପ୍ରଥମ ମ୍ୟାଚ୍ରେ ଆଇନଜୀବୀ ଏକାଦଶ ଓ ଗଣମାଧ୍ୟମ ଏକାଦଶ ମଧ୍ୟରେ ମୁକାବିଲା ହୋଇଥିବା ବେଳେ ଆଇନଜୀବୀ ଏକାଦଶ ବିଜୟୀ ହୋଇ ଫାଇନାଲ୍ରେ ପ୍ରବେଶ କରିଥିଲା। ଦ୍ୱିତୀୟ ମ୍ୟାଚ୍ରେ ବିଚାର ବିଭାଗ ଏକାଦଶକୁ ପରାସ୍ତ କରି ଜିଲ୍ଲା ପ୍ରଶାସନ ଏକାଦଶ ଫାଇନାଲ୍ରେ ପହଞ୍ଚିଥିଲା। ଫାଇନାଲ୍ ମ୍ୟାଚ୍ରେ ଜିଲ୍ଲା ପ୍ରଶାସନ ଏକାଦଶ ଓ ଆଇନଜୀବୀ ଏକାଦଶ ମଧ୍ୟରେ ରୋମାଞ୍ଚକର ମୁକାବିଲା ହୋଇଥିଲା। ଶେଷରେ ଜିଲ୍ଲା ପ୍ରଶାସନ ଏକାଦଶ ବିଜୟୀ ହୋଇ ଚମ୍ପିଆନ୍ ହୋଇଥିବା ବେଳେ ଆଇନଜୀବୀ ଏକାଦଶ ରନର୍ସଅପ୍ ହୋଇଥିଲା। ସମଗ୍ର ଟୁର୍ଣ୍ଣାମେଣ୍ଟରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣଙ୍କ…
ଫୁଲବାଣୀ,୩।୧୦(ସୁନୀଲ ପଟ୍ଟନାୟକ):ଗାନ୍ଧୀ ଜୟନ୍ତୀ ଅବସରରେ ଫୁଲବାଣୀରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ସମୀର କୁମାର ନାୟକଙ୍କ ପରିଚାଳନାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲା ପ୍ରଶାସନ ଏକାଦଶ, ବିଚାର ବିଭାଗ ଏକାଦଶ, ଗଣମାଧ୍ୟମ ଏକାଦଶ ଓ ଆଇନଜୀବୀ ଏକାଦଶ ଭାଗ ନେଇଥିଲେ। ପ୍ରଥମ ମ୍ୟାଚ୍ରେ ଆଇନଜୀବୀ ଏକାଦଶ ଓ ଗଣମାଧ୍ୟମ ଏକାଦଶ ମଧ୍ୟରେ ମୁକାବିଲା ହୋଇଥିବା ବେଳେ ଆଇନଜୀବୀ ଏକାଦଶ ବିଜୟୀ ହୋଇ ଫାଇନାଲ୍ରେ ପ୍ରବେଶ କରିଥିଲା। ଦ୍ୱିତୀୟ ମ୍ୟାଚ୍ରେ ବିଚାର ବିଭାଗ ଏକାଦଶକୁ ପରାସ୍ତ କରି ଜିଲ୍ଲା ପ୍ରଶାସନ ଏକାଦଶ ଫାଇନାଲ୍ରେ ପହଞ୍ଚିଥିଲା। ଫାଇନାଲ୍ ମ୍ୟାଚ୍ରେ ଜିଲ୍ଲା ପ୍ରଶାସନ ଏକାଦଶ ଓ ଆଇନଜୀବୀ ଏକାଦଶ ମଧ୍ୟରେ ରୋମାଞ୍ଚକର ମୁକାବିଲା ହୋଇଥିଲା। ଶେଷରେ ଜିଲ୍ଲା ପ୍ରଶାସନ ଏକାଦଶ ବିଜୟୀ ହୋଇ ଚମ୍ପିଆନ୍ ହୋଇଥିବା ବେଳେ ଆଇନଜୀବୀ ଏକାଦଶ ରନର୍ସଅପ୍ ହୋଇଥିଲା। ସମଗ୍ର ଟୁର୍ଣ୍ଣାମେଣ୍ଟରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣଙ୍କ…
ବେଗୁନିଆପଡ଼ା,୩।୧୦(ବାପୁନି ମାଲୁ):ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ କୁମ୍ଭାରଗାଁ ପଞ୍ଚାୟତର ମାଳବେଲପଡ଼ା ତାଳଧାଡ଼ି ଛକଠାରୁ କଳାମାଟିଆ ପର୍ଯ୍ୟନ୍ତ ଥିବା ଗଞ୍ଜାମ ସୀମାବର୍ତ୍ତୀ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ଯାତାୟାତ କରୁଥିବା ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ଉପରେ ଶତାଧିକ ଲୋକ ଦୈନିକ ଯାତାୟାତ କରୁଥିବା ବେଳେ ରାସ୍ତାର ଦୁରବସ୍ଥା ଯୋଗୁଁ ଦୁର୍ଘଟଣାର ଆଶଙ୍କା ଲାଗି ରହିଛି। ବିଶେଷକରି ବର୍ଷାଦିନେ ରାସ୍ତାରେ କାଦୁଅ ଓ ଖାଲଖମା ହେବାରୁ ଯାତାୟାତ ଆହୁରି ଦୁର୍ବିଷହ ହୋଇପଡ଼ୁଛି। ସ୍ଥାନୀୟ ଲୋକଙ୍କ ଯାତାୟାତ ସମସ୍ୟାକୁ ଦୃଷ୍ଟିରେ ରଖି ରାସ୍ତାର ତୁରନ୍ତ ମରାମତି ଓ ସ୍ଥାୟୀ ଉନ୍ନତିକରଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସମ୍ପୃକ୍ତ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଶୀଘ୍ର ପଦକ୍ଷେପ ନେବାକୁ ଦାବି ହେଉଛି।
ଭବାନୀପାଟଣା,୩।୧୦(କିଶନ ଶର୍ମା):ସ୍ଥାନୀୟ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ ଭିଏତନାମର ହାନୋଇସ୍ଥିତ ‘ହାନୋଇ ଇଣ୍ଡଷ୍ଟ୍ରିଏଲ ଏଣ୍ଡ ଟ୍ରେଡ ବିଶ୍ୱବିଦ୍ୟାଳୟ’ ଶିକ୍ଷା ଓ ତାଲିମ ମନ୍ତ୍ରଣାଳୟ ଭିଏତନାମରେ ନିଜ ସନ୍ଦର୍ଭ ଗ୍ରାମାଞ୍ଚଳ ଆୟବୃଦ୍ଧି ପାଇଁ ପାରମ୍ପରିକ ଜ୍ଞାନ କୌଶଳର ବ୍ୟବହାର ଶୀର୍ଷକ ଉପସ୍ଥାପିତ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଏହି ଆଲୋଚନା ଚକ୍ରରେ ସଭାପତି ଭାବେ ପ୍ରଫେସର ସନ୍ଦୀପ କର, ରେକ୍ଟର ହାନୋଇ ହୋଆଙ୍ଗ ହୁଆନ ହିପ, ଜର୍ମାନୀର ଗୀରହାର୍ଡ ପିଟର, ମାଲାୟସିଆ ଗୀତା ସୁଭ୍ରମନ୍ୟମ୍, ନିଉଜିଲ୍ୟାଣ୍ଡର ଜୁଲିଆ ହେନସେ, ନେମପେ କାମ୍ବୋଡିଆର ଫାଲଜି ହେପ, ଜର୍ମାନୀର ଇଚକାର୍ଡ କୋଚ, ଦେବୀ ପ୍ରସାଦ ମିଶ୍ର, ଡ. ସୀମା ସିଂହ, ଡ଼ ଜୟଶ୍ରୀ ବାଳା ମଲ୍ଲିକ, ଡ଼ ସଦାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଆନ୍ତର୍ଜାତୀୟ ଆଲୋଚନା ଚକ୍ରରେ ସମୁଦାୟ ୧୫ ଗୋଟି ରାଷ୍ଟ୍ରର ପ୍ରତିନିଧି ଯୋଗଦେଇ ବିଭିନ୍ନ…
ବ୍ରହ୍ମପୁର,୨।୧୦(ହିମାଂଶୁ ଶେଖର ସାବତ):ଚିକିଟି ବ୍ଲକ ଅନ୍ତର୍ଗତ ପୀତତଳି ପଞ୍ଚାୟତର ବୈରୀବାଡ଼ ଗ୍ରାମରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଦଳୀୟ ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗ୍ରାମର ବହୁ ସଂଖ୍ୟକ ଲୋକ ବିଜୁ ଜନତା ଦଳ (ବିଜେଡି) ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି l ଏହି ଯୋଗଦାନକୁ ନେଇ ସ୍ଥାନୀୟ ବିଜେପି ଶିବିରରେ ଉତ୍ସାହ ପ୍ରକାଶ ପାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାରର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଉପରେ ଭରସା ପ୍ରକାଶ କରି ଗ୍ରାମବାସୀମାନେ ବିଜେପିରେ ଯୋଗଦେବାର ନିଷ୍ପତ୍ତି ନେଇଛନ୍ତି। ଗ୍ରାମର ସମସ୍ତ ପରିବାର ବିଜେପିରେ ଯୋଗ ଦେଇଥିବା ବେଳେ ବିଜେଡିକୁ ଝଟକା ଲାଗିଛି l ଏହି ଅବସରରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା, ସାଂସଦଙ୍କ ପ୍ରତିନିଧି ମୀନା ଦ୍ୟାନ ସାମନ୍ତରା ଏବଂ ଯୁବ ନେତା ରେଣୁକେଶ୍ୱର ରାଓ ନୂତନ ସଦସ୍ୟମାନଙ୍କୁ…
ଗଂଜାମ,ଧରାକୋଟ,୨।୧୦(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ଧରାକୋଟ ନିକଟସ୍ଥ ପୁଟୁ ସ୍ଥିତ ପ୍ରସିଦ୍ଧ ଶୈବପୀଠ ମୁକ୍ତେଶ୍ୱର ମନ୍ଦିର ପରିସରରେ ଆନ୍ତର୍ଜାତିକ ଭଏସ୍ ଅଫ୍ ମିଡିଆ ଧରାକୋଟ ବ୍ଲକ ୟୁନିଟ ଗଠନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଭଏସ୍ ଅଫ୍ ମିଡିଆର ରାଜ୍ୟ ସଭାପତି ଡକ୍ଟର ପ୍ରଭାତ କୁମାର ମିଶ୍ର, ରାଜ୍ୟ ଉପ ସଭାପତି ଅଜିତ କୁମାର ସାହୁ, ଖୋର୍ଦ୍ଧା ଜିଲ୍ଲା ସହ ସମ୍ପାଦକ ନୃସିଂହ ଚରଣ ଦାସ, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ କାଳୀ ଚରଣ ବ୍ରହ୍ମା,ତ୍ରିଲୋଚନ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଧରାକୋଟ ବ୍ଲକ ପାଇଁ ଭଏସ ଅଫ ମିଡିଆ ର ନୂତନ କମିଟି ଗଠନ କରାଯାଇଥିଲା । ଏଥିରେ ସଭପତି ଭାବରେ ହୃଦାନନ୍ଦ ଜେନା,ଉପ ସଭାପତି ଭାବେ ଅଶେଷ ପାତ୍ର,ସମ୍ପାଦକ ଭାବେ କାଳୁଚରଣ ମହାପାତ୍ର,ସହ ସମ୍ପାଦକ ଭାବରେ ପୂର୍ଣ୍ଣ ଚନ୍ଦ୍ର ନାୟକ,କୋଷାଧ୍ୟକ୍ଷ ଭାବେ ଶଙ୍କର ପାଣିଗ୍ରାହୀ,ଉପଦେଷ୍ଟା ଭାବରେ ଗିରିଜା ପ୍ରସାଦ ରଥ,ରୁଦ୍ର ନାରାୟଣ ପଣ୍ଡା ଙ୍କୁ ମନୋନୀତ ହୋଇଥିଲେ। ଆଜିର…
ବେଲଗୁଣ୍ଠା,୨।୧୦(ଶିବରାମ ଚୌଧୁରୀ):ଅଲ୍ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦ, ଗଞ୍ଜାମ ଜିଲ୍ଲା ଶାଖାର ତୃତୀୟ ବାର୍ଷିକ ଉତ୍ସବ ବେଲଗୁଣ୍ଠା ବ୍ଲକ୍ ଗାଙ୍ଗପୁରଠାରେ ଅନୁଷ୍ଠିତ ହୋଇଛି। ଚିନ୍ତାମଣି ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାକୁ ବିଶିଷ୍ଟ ଆଇନଜୀବୀ ବନମାଳୀ ସେଠୀ ଉଦ୍ଘାଟନ କରିଥିଲେ। ଛତିଶଗଡ଼ ରାଜ୍ୟ ଦଳିତ ସମାଜ ସଭାପତି ଧୃବୀ ସୋନୀ ମୁଖ୍ୟ ଅତିଥି ଏବଂ ଓଡ଼ିଶା ରାଜ୍ୟ ଦଳିତ ସମାଜ ସଭାପତି ଗୋପୀନାଥ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ଗଞ୍ଜାମ ଜିଲ୍ଲା ଦଳିତ ସମାଜ ସଭାପତି ମନୋରଞ୍ଜନ ନିମାଇଁ, ବ୍ରହ୍ମପୁର ବାର୍ ଆସୋସିଏସନ୍ ସଦସ୍ୟ ପ୍ରଶାନ୍ତ ନାୟକ, ଘୁମୁସର ତାଲୁକା ଦଳିତ ସମାଜ ସଭାପତି ପଞ୍ଚାନନ ନାୟକ, ପାଇଲିପଡ଼ା ମୁଠା ଦଳିତ ସମାଜ ସଭାପତି ପବିତ୍ର ନାୟକ ଓ ସମାଜସେବୀ ଅନୀଲ ନାୟକ ପ୍ରମୁଖ ଅତିଥି ରୂପେ ଉପସ୍ଥିତ ଥିଲେ। ସୁଧୀର ନାୟକ ମଞ୍ଚ ପରିଚାଳନା କରିଥିବାବେଳେ ପ୍ରବୀଣ ନାୟକ ଓ କଙ୍ଗରୁ ନାୟକ କାର୍ଯ୍ୟ ପରିଚାଳନାରେ…
ବେଲଗୁଣ୍ଠା,୨।୧୦(ଶିବରାମ ଚୌଧୁରୀ):ଗୁରୁବାର ସଂଧ୍ୟାରେ ପୋଖରୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଥିବା ଜଣେ ବ୍ୟକ୍ତିଙ୍କ ଶବ ଶୁକ୍ରବାର ସକାଳେ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି। ମୃତକ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ଜଡ଼ାପଲ୍ଲୀ ଗ୍ରାମର ବିପ୍ର ମଳିକ (୫୮) ବୋଲି ଜଣାପଡ଼ିଛି।ସୂଚନାନୁସାରେ, ବିପ୍ର ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟାରେ ଗ୍ରାମ ନିକଟସ୍ଥ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଦୀର୍ଘ ସମୟ ପରେ ମଧ୍ୟ ସେ ଘରକୁ ଫେରିନଥିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପୋଖରୀରେ ସେ ବୁଡ଼ିଯାଇଥିବା ସନ୍ଦେହରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା।ଅଗ୍ନିଶମ ବାହିନୀ ଗୁରୁବାର ରାତିରେ ପୋଖରୀରେ ଖୋଜାଖୋଜି କରିଥିଲେ ମଧ୍ୟ ଅନ୍ଧାର ଯୋଗୁଁ ବିପ୍ରଙ୍କ ସନ୍ଧାନ ମିଳିନଥିଲା। ଶୁକ୍ରବାର ସକାଳେ ପୁନର୍ବାର ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି କରାଯିବା ପରେ ପ୍ରାୟ ୯ଟା ସମୟରେ ପୋଖରୀରୁ ବିପ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।ଏନେଇ ମୃତକଙ୍କ ପୁତୁରା ରାଜେନ୍ଦ୍ର ମଳିକ ଗାଙ୍ଗପୁର ଥାନାରେ ଏତଲା ଦେଇଛନ୍ତି। ପୁଲିସ ୧୯/୨୬ରେ ଏକ ଅପମୃତ୍ୟୁ…
ରାୟଗଡ,୨।୧୦ (ଅମୂଲ୍ୟ ନିଶଙ୍କ):ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପେଣ୍ଟା ଠାରେ ଆଦର୍ଶ ଯୁବ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଏହି ଗ୍ରାମସଭାରେ ବିଦ୍ୟାଳୟ ର ଷଷ୍ଠ ରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଭାବରେ ପେଣ୍ଟା ପଞ୍ଚାୟତ ସମିତି ସଭ୍ୟା ଶ୍ରୀମତୀ ଜମ୍ବା ଲଷ୍ମୀ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଗ୍ରାମସଭା ବିଷୟ ରେ ସମ୍ୟକ ଧାରଣା ଦେଇଥିଲେ। ଏହି ସଭାକୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସଭାପତିତ୍ଵ କରିଥିଲେ, ଏବଂ ସେ ଛାତ୍ରଛାତ୍ରୀ ମାନଙ୍କୁ ଗ୍ରାମସଭା ର ମହତ୍ତ୍ଵ ଉପରେ ଜଣାଇଥିଲେ। ପିରାମଲ ଫାଉଣ୍ଡେସନ ର ପ୍ରୋଗ୍ରାମ ଲିଡର ଚୈତନ୍ୟ ପଟେଲ ଏବଂ ଗାନ୍ଧୀ ଫେଲୋ ମୁସ୍କାନ ଅଗ୍ରୱାଲ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି ୭ ଦିନ ର ପ୍ରକଳ୍ପ ଭିତ୍ତିକ ଶିକ୍ଷା ଦ୍ୱାରା ଛାତ୍ର ଛାତ୍ରୀମାନେ ଗ୍ରାମ ର ଉନ୍ନତି ରେ ଗ୍ରାମସଭା ର ଭୂମିକା ବିଷୟ ରେ ଜାଣିଥିଲେ। ଗ୍ରାମସଭାରେ କେଉଁମାନେ ଅଂଶଗ୍ରହଣ କରନ୍ତି ଆଉ…