Author: Janabani News

ବୋଲଗଡ଼,୯/୪ (ସୁଶାନ୍ତ କୁମାର ପ୍ରଧାନ): ଗୁରୁବାର ଦିନ ବୋଲଗଡ଼ ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁଙ୍କ ନିର୍ଦ୍ଦେଶରେ ସାଗରଗୁଆ଼଼ନ୍ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରଦୀପ ବଳବନ୍ତରାୟଙ୍କ ତତ୍ତ୍ଵାବଧାନରେ ଖାରଡପଲ୍ଲୀ, ନୂଆ ସିଙ୍ଗୀପୁର,ବାଳସି°ହ ପାଟଣା,ଗୋଡିଆଳି, ଜରି ପଡ଼ା ପୋଡ଼ା ପାଟଣା ଏବଂ ପାଟବନ୍ଧରେ ଅବସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ,ବାଳସି°ହ ପାଟଣା ଓ ହଳଦୀପଦା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ, ସାଗରଗୁଆ଼଼ନ୍ ରେ ଶିକ୍ଷା ସଚେତନତା ରଥକୁ କ୍ୟାସିଓ, ମୃଦଙ୍ଗ ଓ ଡ୍ରମ ବାଦନ ସହ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନକରି ସ୍ୱାଗତ କରାଯାଇଥିଲା।ବାଙ୍କୋଇ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସନ୍ତୋଷ ସାମଲଙ୍କ ସଂଯୋଜନା ରେ ବେଣାଗାଡିଆ,ଗର୍ଭଣୀପଡା, ବାଙ୍କୋଇ ଦେଶ ଓ ପାନନଗର ସ୍ଥିତ ପ୍ରାଥମିକ ବିଦ୍ୟାଳୟ,ବେଣାଗାଡିଆ,ସହଜପୁର,କନ୍ତାଇଲୋ, ବଡ଼ କୁମାରୀ ଏବଂ କାଉଁରୀ ପାଟଣା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ଏବଂ ପି.ଏମ୍.ଶ୍ରୀ.ସରକାରୀ ଉଚ୍ଚ ବିଦ୍ୟାଳୟ, ବାଙ୍କୋଇ ଠାରେ ନୃତ୍ୟ ପରିବେଷଣ, ଧୂପ, ଦୀପ…

Read More

ଛତ୍ରପୁର,୯/୪,(ହିଂମାଶୁ ଶେଖର ସାବତ): ରାଜ୍ୟରେ ଅପ୍ରେଲ ମାସ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି। ଆଜି ଓଡ଼ିଆ ପକ୍ଷ ପାଳନର ନବମ ଦିବସ ଅବସରରେ ସାରା ରାଜ୍ୟରେ “ଆସ ବହିଟିଏ କିଣିବା” ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଆଜିର ଦିବସଟି ଓଡ଼ିଆ ସାହିତ୍ୟ ଜଗତର ସାରସ୍ୱତ ସ୍ରଷ୍ଟାମାନଙ୍କ ପାଇଁ ସମର୍ପିତ ଥିଲା ଆଜିର ଏହି “ଆସ ବହିଟିଏ କିଣିବା” ଅଭିଯାନ। ସାରସ୍ୱତ ସାଧାକମାନଙ୍କ ଦ୍ୱାରା ଲିଖିତ ପୁସ୍ତକକୁ କିଣିବା, ପଢ଼ିବା ଓ ଅନ୍ୟମାନଙ୍କୁ ଉପହାର ଦେବା ଲକ୍ଷ୍ୟରେ ଆଜି “ଆସ ବହିଟିଏ କିଣିବା” ଅଭିଯାନକୁ ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଆଜି ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅସ୍ଥାୟୀ ପୁସ୍ତକ ବିକ୍ରୟ କେନ୍ଦ୍ର ତଥା ପୁସ୍ତକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଏଥିରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ଡ଼ଃ ପ୍ରମୋଦ କୁମାର ପୃଷ୍ଟି ଯୋଗଦେଇ ଓଡ଼ିଆ ପକ୍ଷ ଏବଂ ଆଜି କାର୍ଯ୍ୟକ୍ରମ…

Read More

ବ୍ରହ୍ମପୁର, ୮/୪,(ହିମାଂଶୁ ଶେଖର ସାବତ):ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କ ପକ୍ଷରୁ ଓଡ଼ିଶାର ବ୍ରହ୍ମପୁରରେ ୮୨୩ତମ ଶାଖା ଉଦ୍‌ଘାଟନ କରାଯାଇଛି ଯାହା ଫଳରେ ରାଜ୍ୟରେ ଏହାର ଉପସ୍ଥିତି ସୁଦୃଢ଼ ହୋଇଛି ଓ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ଆଗକୁ ବଢ଼ାଇବା ପାଇଁ ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି।ଏହା ସହିତ ଓଡ଼ିଶାରେ ବ୍ୟାଙ୍କର ଶାଖା ସଂଖ୍ୟା ୮୯ରେ ପହଂଚିଛି। ସେଥିରୁ ୬୩ ଟି ହେଉଛି ଅଣ ବ୍ୟାଙ୍କ ଗ୍ରାମୀଣ ବ୍ୟାଙ୍କ (ୟୁଆର୍‌ବି)। ବ୍ୟାଙ୍କ ପହଂଚିନଥିବା କିମ୍ବା ପର୍ଯ୍ୟାପ୍ତ ବ୍ୟାଙ୍କ ସେବା ମିଳୁନଥିବା ଅଂଚଳରେ ସଂଗଠିତ ବ୍ୟାଙ୍କିଙ୍ଗ ସେବା ପହଂଚାଇବା ପାଇଁ ଆମର ଜାରି ରହିଥିବା ଗୁରୁତ୍ୱକୁ ଏହା ପ୍ରତିଫଳିତ କରୁଛି।ବ୍ରହ୍ମପୁର ଶାଖାକୁ ଖଲିକଟ କଲେଜ ପଡ଼ିଆ ନିକଟରେ ଖୋଲାଯାଇଛି ଯାହା ସ୍ଥାନୀୟ ସମୁଦାୟର ବିବିଧ ଆବଶ୍ୟକତାକୁ ପୂରଣ କରିବ। ଏହା ସଞ୍ଚୟ ଏବଂ ଚଳନ୍ତି ଜମା ଖାତା, ସ୍ୱଳ୍ପମୂଲ୍ୟର ଗୃହ ଋଣ, ସୁନା ଋଣ ଏବଂ ଅସୁରକ୍ଷିତ ଋଣ ଭଳି ବିଭିନ୍ନ ପ୍ରକାରର ରିଟେଲ୍ ଆର୍ଥିକ ସମାଧାନ ସମେତ…

Read More

ଫୁଲବାଣୀ:୦୯/୦୪ (ସୁନୀଲ ପଟ୍ଟନାୟକ):ବୁଧବାର ସନ୍ଧ୍ୟାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ସ୍ଥାନୀୟ କରୋ ନେ ସନ୍ ପଡିଆ ଠାରେ ଦ୍ୱିତୀୟ କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ୨୦୨୬ ଉଦଘାଟିତ ହୋଇଛି l ଏହି ଅବସରରେ ମୁଖ୍ୟ ଅତିଥି ତଥା ଉଦ୍ଘlଟକ ଭାବେ କନ୍ଧମାଳ ଜିଲ୍ଲା ପାଳ ବେଦ ଭୂଷଣ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ l କନ୍ଧମାଳ ଜିଲ୍ଲା ର କଳା ସଂସ୍କୃତି ପରମ୍ପରା ସହ ବାଣିଜ୍ୟର ପ୍ରଚାର ପ୍ରସାର ପାଇଁ ଅନୁଷ୍ଠିତ ଏହି ଲୋକ ଉତ୍ସବ ଓ ବାଣିଜ୍ୟ ମେଳା ର ସଫଳତା କାମନା କରିବା ସହ ଆୟୋଜକ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ l ସେହିପରି କନ୍ଧମାଳ ଏସପି ହରିଶ୍ ବିଶି, ବରିଷ୍ଠ ଆଇନଜୀବି ତଥା ପରାମର୍ଶଦା ତା ଲମ୍ବୋଦର କହଁର, କ୍ରୀଡ଼ା ସଂସଦ ସମ୍ପାଦକ ଆଇନଜୀବି ଶିବ ପ୍ରସାଦ ତ୍ରିପାଠୀ, ପ୍ରମୁଖ ଯୋଗ ଦେଇ ଏହି ମେଳା ସହର ବାସୀ ଙ୍କୁ ଆମୋଦ ପ୍ରମୋଦ…

Read More

ନୂଆପଡ଼ା,୯/୪: (ପରମେଶ୍ୱର ମେହେର):ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉ ହେଉଥିଲେ। ଏହାକୁ ମରାମତି ପାଇଁ ଅଭି ଅଭିଯୋଗ ପରେ ମଧ୍ୟ ସୁଫଳ ମିଳି ନ ଥିଲା। ଶେଷରେ ମଙ୍ଗଳବାର ୱାର୍ଡ ନଂ.୫ ପଡ଼ାବାସୀ ରାସ୍ତା ନିଜେ ମରାମତି କରିଛନ୍ତି। ସୂଚନା ଅନୁଯାୟୀ, ୩୫୩ ନମ୍ବର ଜାତୀୟ ରାଜପଥଠାରୁ ପଡ଼ାକୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ଵରେ ଥ‌ିବା ଡ୍ରେନ୍ ଉପରେ ପଡ଼ିଥ‌ିବା ଘୋଡ଼ଣି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା। ଲା। ଉକ୍ତରାସ୍ତା ଉପରେ ପଡାର ୧୫ରୁ ଊର୍ଦ୍ଧ ପରିବାର ସହ ତେଳିପଡ଼ାର ଲୋକେ ନିର୍ଭର କରନ୍ତି। ଏହି ସମସ୍ୟା ଯୋଗୁ ଉକ୍ତ ରାସ୍ତାରେ ଗାଡ଼ିମୋଟର ଯାତାୟାତ କରିପାରୁ ନ ଥିଲା। ଫଳରେ ପଡାବାସୀ ଅସୁବିଧାର ସମ୍ମୁଖୀନ ହେଉଥିଲେ। ହଠାତ୍ କୌଣସି ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଲେ ଆମ୍ବୁଲାନ୍ସ ଆସିବା ଅସମ୍ଭବ ହୋଇପଡିଥିଲା। ଏହାର ମରାମତି ପାଇଁ ଲୋକେ ଅନେକଥର…

Read More

ଫୁଲବାଣୀ:୯/୦୪( ସୁନୀଲ ପଟ୍ଟନାୟକ):ବୁଧ ବାର ଦିନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କାତାକେରୀ ରେ ଶିକ୍ଷା ଓ ସଚେତନ ରଥ ଆସି ଗ୍ରାମବାସୀ ,ଅଭିଭାବକ ଓ ଛାତ୍ର ଛାତ୍ରୀ ମାନଙ୍କୁ ଖଡ଼ି ଛୁଆ ନାମ ଲେଖା ଓ ଶିକ୍ଷା ସମ୍ବନ୍ଧୀୟ ପ୍ରେରଣା ଦେଇ ବିଦ୍ୟାଳୟ ରେ କିପରି ଅଧିକ ଛାତ୍ର ଛାତ୍ରୀ ନାମ ଲେଖାଇ ପାରିବେ ଓ ପାଠ ପଢ଼ି ଜଣେ ଜଣେ ଭଲ ମଣିଷ ହୋଇପାରିବେ ତା ଉପରେ ବିଦ୍ୟାଳୟ ର ଭାରପ୍ରାପ୍ତ ବରିଷ୍ଠ ଶିକ୍ଷକ ରବି ନାରାୟଣ ତ୍ରିପାଠୀ ମତ ଦେଇଥିଲେ,ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ସଦାଶିବ କହଁର,ସିଆରସିସି ରାଜୁ ପ୍ରଧାନ,ଓମପ୍ରକାଶ ସାହାଣୀ,ମଧୁଲିତା ମହାନ୍ତି ଓ ଜୟନ୍ତୀ ମଲ୍ଲିକ ,ଅଙ୍ଗନୱାଡି ଦିଦି ,ଅଭିଭାବକ ,ଗ୍ରାମବାସୀ କାର୍ଯ୍ୟକ୍ରମ ର ସଫଳତା ନିମନ୍ତେ ସହଯୋଗ କରିଥିଲେ….ସମସ୍ତ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ରାଧାନାଥ ସାହୁ ଙ୍କ ତତ୍ତ୍ଵବଧାନରେ କରାଯାଇଥିଲା।

Read More

ଫୁଲବାଣୀ:୦୯/୦୪(ସୁନୀଲ ପଟ୍ଟନାୟକ):ସୁଡୁରୁକୁମ୍ପା ରେଞ୍ଜ ବାଡ଼ିଗୁଡା ଗ୍ରାମରେ ଏକ ୧୦ଫୁଟର ଅହିରାଜ ସାପ ପଶିଥିବାର ଦେଖି ଗ୍ରାମବାସୀ ସୁଡୁରୁକୁମ୍ପା ବନବିଭାଗକୁ ଜଣାଇ ଥିଲେ ଖବର ପାଇ ବନବିଭାଗ କର୍ମଚାରୀ ଗ୍ରାମରେ ପହଁଚି ସାପଟିକୁ ଚି଼ହ୍ନଟ କରିଥିଲେ ପରେ ସ୍ନେହ ହେଲ୍ପ ଲାଇନ କୁ ଯୋଗାଯୋଗ କରିଥିଲେ ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଜଗନ୍ନାଥ ରାଜୁ ଏବଂ ଅବଦୁଲ ଶାକୀର ସେହି ଗ୍ରାମରେ ପହଂଚି ସାପ ଟିକୁ ସୁରକ୍ଷିତ ଉଦ୍ଧାର କରିଥିଲେ ପରେ ସାପଟିକୁ ଦୂର ଜଙ୍ଗଲରେ ଛାଡିଥିଲେ |ବିଷଧର ସାପ ଦେଖି ଗ୍ରାମବାସୀ ଭୟଭୀତ ଥିବା ବେଲେ ବନ ବିଭାଗ ଏବଂ ସ୍ନେକ ହେଲ୍ପ ଲାଇନ ର ତତ୍ପରତା ପାଇଁ ଗ୍ରାମବାସୀ ଉଭୟଙ୍କୁ ସାଧୁବାଦ ଜଣାଇଛନ୍ତି |

Read More

ବ୍ରହ୍ମପୁର ୯/୪: (ଜନବାଣୀ):ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବ୍ରହ୍ମପୁରର ଶିଳ୍ପକଳା ଓ ସଂସ୍କୃତିକୁ ପ୍ରଶଂସା କରି, ଏହାକୁ ସ୍ୱତନ୍ତ୍ର ପରିଚୟର ଆଧାଆଜି ବ୍ରହ୍ମପୁରର ଖଲ୍ଲିକୋଟ ମହାବିଦ୍ୟାଳୟ ପଡ଼ିଆଠାରେ ଆୟୋଜିତ ‘ରେଶମ ସହର ମହୋତ୍ସବ, ସୁଭଦ୍ରା ଶକ୍ତି ଓ ଆତ୍ମନିର୍ଭର ଭାରତ ସ୍ୱଦେଶୀ ମେଳା’ରେ ଯୋଗଦେଲି ।ରେଶମ ସହର ବ୍ରହ୍ମପୁରର ସର୍ବାଙ୍ଗୀନ ବିକାଶ ପାଇଁ ଆମ ସରକାର ପ୍ରତିବଦ୍ଧ। ଓଡ଼ିଶାର କଳା, ସଂସ୍କୃତି ଏବଂ ସ୍ଥାନୀୟ ଉତ୍ପାଦକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଏହି ମେଳା ଏକ ପ୍ରଶସ୍ତ ମାଧ୍ୟମ। ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଗଞ୍ଜାମ ମାଟିର ବଳିଷ୍ଠ ଅବଦାନ ରହିଥିଲା। ସ୍ୱକୀୟ ଶିଳ୍ପକଳା ଓ ସଂସ୍କୃତି ବ୍ରହ୍ମପୁରକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଓଡ଼ିଶାର ଦଶଟି ପ୍ରମୁଖ ସହରର ବ୍ୟାପକ ଉନ୍ନତିକରଣ ପାଇଁ ସରକାର ପରିକଳ୍ପନା କରୁଛନ୍ତି ତାହା ମଧ୍ୟରେ ବ୍ରହ୍ମପୁର ଅନ୍ୟତମ । ଆତ୍ମନିର୍ଭର ଭାରତ ଅଥବା ଲୋକାଲ ଫର ଭୋକାଲର ସଫଳତା ଏବଂ ଓଡିଶା ସରକାରଙ୍କ ୨୦୩୬ ସୁଦ୍ଧା ବିକଶିତ…

Read More

ଚିକିଟି,୯/୪:(ନିଗମାନନ୍ଦ ପଣ୍ଡା): ଚିକିଟି ବ୍ଲକ ଅନ୍ତର୍ଗତ ନୂଆପଡା ଗ୍ରାମସ୍ଥିତ ବି. ନୂଆପଡା ଠାରେ ପୂଜା ପାଇ ଆସୁଥିବା ମା ଅନ୍ନପୂର୍ଣ୍ଣା ଓ ଗ୍ରାମଦେବତୀ ମାଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଓ ଆମ୍ବା ମହାଯଜ୍ଞ ବୁଧବାରେ ଶୁଭାରମ୍ଭ ହୋଇଛି l ଏହି ଅବସରରେ ଆଖପାଖ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଶୋଭାଯାତ୍ରାରେ ବାହାରି ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଧlନ୍ୟରାଶି ଗ୍ରାମ ନିକଟସ୍ଥ ବାହୁଦା ନଦୀରୁ କଳସରେ ଜଳ ଧରି ନୂଆପଡା ମୁଖ୍ୟ ବଡ଼ଦାଣ୍ଡ ପରିକ୍ରମା କରି ମାଙ୍କ ପୀଠରେ ପହଂଚିଥିଲେ l ଏହି ଯଜ୍ଞ 12 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଅଛି l ପ୍ରତ୍ୟେକ ଦିନ ଘୃତ ଯଜ୍ଞ, ଅନ୍ନଯଜ୍ଞ, ନାମଯଜ୍ଞ ଚାଲିବ ବୋଲି କମିଟି ପକ୍ଷରୁ କୁହାଯାଇଛି l ଏହି ଉତ୍ସବରେ ବିଶିଷ୍ଠ ପଣ୍ଡିତ ଶିବ ପ୍ରସାଦ ପଣ୍ଡାଙ୍କ ତତ୍ୱାବଧାନରେ ଆଖପାଖ ଅଞ୍ଚଳର ପୁରୋହିତ ମାନେ ଯୋଗଦେଇ ସହଯୋଗ କରିଛନ୍ତି l

Read More

ନୂଆପଡ଼ା,ସିନାପାଲି,୮/୪:(ପରମେଶ୍ୱର ମେହେର):ସ୍ଥାନୀୟ ଗୋଡାଲ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବିଶ୍ୱମ୍ବର ମେହେରଙ୍କ(55)ଆଜି ହଠାତ ପରଲୋକ ଘଟିଥିବା ଜଣାପଡିଛି l ଖବର ଜଣାପଡିଲା ପରେ ସିନାପାଲି ଶିକ୍ଷକ ମହଲରେ ଗଭୀର ଦୁଃଖ ପ୍ରକାଶ ପାଇବା ସହ ପରିବାର ପରିଜନଙ୍କ ଭିତରେ ଶୋକର ଛାୟା ଖେଲି ଯାଇଛି l ସ୍ବର୍ଗତ ମେହେର ଜଣେ ଛାତ୍ରବତ୍ସଲ ସ୍ନେହୀ ଓ ଶୃଙ୍ଖଳିତ ଶିକ୍ଷକ ଭାବରେ ଛାତ୍ରଛାତ୍ରୀ ଏବଂ ଅବିଭାବକଙ୍କ ନିକଟରେ ନିଜ ପରିଚୟ ତିଆରି କରିଥିଲେ l ପ୍ରତିଦିନ ଭଳି ଆଜି ସକାଳେ ନିଜ ବିଦ୍ୟାଳୟକୁ ଯାଇ ସବୁଦିନ ଭଳି ନିଜ କର୍ତଵ୍ୟ କରିଥିଲେ l ନୂଆ ପାଠ୍ୟ ପୁସ୍ତକ ବି ପିଲାଙ୍କୁ ବଣ୍ଟନ କରିଥିଲେ l ପରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ଅନ୍ୟ ଜଣେ ଶିକ୍ଷକଙ୍କ ସହଯୋଗରେ ଘରକୁ ଆସିଲା ପରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ପରେ ସେଠାରୁ ନୂଆପଡା ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ…

Read More

ନୂଆପଡ଼ା, ୦୮/୦୪:(ପରମେଶ୍ୱର ମେହେର):ନୂଆପଡ଼ାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକର ଆରମ୍ଭରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ପ୍ରଶାନ୍ତ କୁମାର ମହାନ୍ତି ସମସ୍ତ ଉପସ୍ଥିତ ଅଧିକାରୀଙ୍କୁ ସ୍ୱାଗତ କରିଥିବା ସହ ବିଭାଗ ପକ୍ଷରୁ ଚାଲୁଥିବା ବିଭିନ୍ନ ଯୋଜନା ଓ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ।ବୈଠକରେ ଜିଲ୍ଲାପାଳ ଜନଶୁଣାଣି ପୋର୍ଟାଲରେ ଆସୁଥିବା ଶିକ୍ଷା ସମ୍ପର୍କିତ ସମସ୍ତ ଅଭିଯୋଗକୁ ଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଶିକ୍ଷା ବିଭାଗରେ ଗୁଣାତ୍ମକ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲେ।ସମୀକ୍ଷାରୁ ଜଣାପଡ଼ିଛି ଯେ, ଜିଲ୍ଲାର ସମସ୍ତ ବ୍ଲକରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ–୨୦୨୬ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୋଟ ୪୨୫୦ ଜଣ ଶିଶୁ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ଭର୍ତ୍ତି ହୋଇଛନ୍ତି। ବୋଡ଼େନ ବ୍ଲକରେ ୪୮୮, ଖଡିଆଳରେ ୯୯୮, କୋମନାରେ ୬୭୮,…

Read More

ବାଲିଗୁଡା, ୦୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନାର ମିଳିତ ପ୍ରଚେଷ୍ଟାରେ ଓଡିଆ ପକ୍ଷ ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ୧୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି l ଅଧ୍ଯକ୍ଷ ତଥା ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ଡ.ବିଭୂତି ଭୂଷଣ ଆଚାର୍ଯ୍ୟଙ୍କ ଆବାହକତ୍ୱରେ କାଉନସେଲର ମାନସ ରଂଜନ ପ୍ରଧାନ, ଜାତୀୟ ସେବା ଯୋଜନା କାର୍ଯ୍ଯକ୍ରମ ଅଧିକାରୀ ହମନ୍ ଦିବାକା, ଶ୍ରୀମତୀ ଅରୁନ୍ଧତୀ ପ୍ରଧାନ, ଡାକ୍ତର ରାମ ପାତ୍ର, ବାଲିଗୁଡା ଉପଖଣ୍ଡ ରକ୍ତ ଭଣ୍ଡାର ର ରକ୍ତ ସଂଗ୍ରହକାରୀ ଦଳ ସହ ମହାବିଦ୍ଯାଳୟର ସମସ୍ତ କର୍ମଚାରୀ ଏବଂ ସ୍ବେଛାସେବୀ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l

Read More