Author: Janabani News

ବାଲିଗୁଡା, ୦୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବାନାଞ୍ଚଳ କାର୍ଯ୍ୟାଳୟ ଠାରୁ ପ୍ରାୟ ଦେଢ଼ କିମି ଦୂର ବଡ଼ଶଙ୍ଖ ନିକଟରେ ଗୋଟିଏ ବାଛୁରୀ ଛୁଆ ମରି ପଡ଼ିଥିବା ବେଳେ ଆଉ ଗୋଟିଏ ଆହତ ହୋଇଥିବା ଦେଖିବାକୁ ମିଳିଛି l ସୂଚନା ଅନୁସାରେ ଦୁଇଟି ବାଛୁରୀ ଛୁଆ ବଡ଼ଶଙ୍ଖ ନିକଟ ରାସ୍ତା କଡ଼ ରେ ଶୋଇଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତ୍ରୀ ରେ କୌଣସି ଏକ ବନ୍ୟ ଜନ୍ତୁ ସେହି ବାଛୁରୀ ଛୁଆ ମାନଙ୍କୁ ଆକ୍ରମଣ କରିଥିଲା ତେବେ କୌଣସି ମତେ ଗୋଟିଏ ବାଛୁରୀ ସେଠାରୁ ଖସି ଯିବାକୁ ସକ୍ଷମ ହୋଇଥିବା ବେଳେ ଆଉ ଗୋଟିଏ ବାଛୁରୀ କୁ ଆକ୍ରମଣ କରି ତାର ପଛ ଭାଗରୁ ଖଣ୍ଡିଆ ଖାବରା କରି ମାରି ଦେଇଥିବା ଦେଖିବାକୁ ମିଳିଛି l ଖବର ପାଇ ବନପାଳ ଯୋଗେଶ୍ବର ଧାରୁଆ ଓ ବନରକ୍ଷୀ ଶ୍ରୀରାମ ପଣ୍ଡା ଙ୍କ ସମେତ ଅନ୍ୟ ବନ କର୍ମଚାରୀ…

Read More

ବାଲିଗୁଡା, ୦୮/୦୪ :(ସଞ୍ଜୟ କୁମାର ପାଣିଗ୍ରାହୀ): ନିଆରା ଭାବେ ନିଜ ଜନ୍ମ ଦିନ ପାଳନ କଲେ ସମାଜ ସେବୀ l ନିଜ ସନ୍ତାନ ଙ୍କ ଠାରୁ ବିତାଡିତ ହୋଇ ଜରା ନିବାସ ରେ ଜୀବନ ଅତିବାହିତ କରୁଥିବା ଅନ୍ତେବାସୀ ଙ୍କ ସହ ପାଳିଲେ ଜନ୍ମ ଦିନ l ନିଜ ଜନ୍ମ ଦିନକୁ ଏପରି ନିଆରା ଭାବରେ ପାଳନ କରିଛନ୍ତି ବାଲିଗୁଡା ସହର ର ସୁଖ ଦୁଃଖ ର ସାଥି ତଥା ସମାଜସେବୀ ଟୁନା ଦାସ l ବାଲିଗୁଡା ଵନବାସୀ ସେବା ସମିତି ଦ୍ୱାରା ପରିଚାଳିତ ଜରା ନିବାସ ର ଅନ୍ତେବାସୀ ଙ୍କ ନିକଟରେ ଜନ୍ମ ଦିନ ପାଳନ କରିବା ସହ ଅନ୍ତେବାସୀ ଙ୍କ ଠାରୁ ଆଶ୍ରିବାଦ ନେଇଥିଲେ ଟୁନା ଦାସ l କ୍ୟାଣ୍ଡଲ ଜଳାଇ କେକ୍ କାଟି ଜନ୍ମ ଦିନ ପାଳନ କରିବା ପରିବର୍ତ୍ତେ ଅନ୍ତେବାସୀ ଙ୍କ ଠାରେ ଜନ୍ମ ଦିନ ପାଳନ କରି ବେଶ ଖୁସିବ୍ୟକ୍ତ କରିଛନ୍ତି ସମାଜସେବୀ ଟୁନା…

Read More

ବେଲଗୁଣ୍ଠା, ୦୮/୦୪:(ଶିବରାମ ଚୌଧୁରୀ ): ଆଜି ବେଲଗୁଣ୍ଠା ନିକଟସ୍ଥ କେବିରି ବ୍ରହ୍ମପୁର ଗ୍ରାମରେ ଗଞ୍ଜାମ ପ୍ରସିଦ୍ଧ ଗାଲେରୀ ଦଣ୍ଡ ଅନୁଷ୍ଠିତ ହୋଇଯାଇଛି I ଗାଲେରୀ ଦଣ୍ଡକୁ ଗଞ୍ଜାମରେ ସର୍ବପୁରାତନ ଏବଂ ପ୍ରତ୍ୟେକ୍ଷ ଦଣ୍ଡର ମାନ୍ୟତା ଦିଆଯାଇଥିବା ବେଳେ ଆଜି ମାଆଙ୍କ ଆଗମନରେ ଅଞ୍ଚଳରେ ଉତ୍ସାହ ଖେଳିଯାଇଥିଲା I ଗାଲେରୀ ଦଣ୍ଡ ଦଳରେ ପାଖପାଖି ୭୦୦ ଦଣ୍ଡୁଆ ଅଂଶଗ୍ରହଣ କରିଥିବା ବେଳେ ଗ୍ରାମକୁ ସେମାନଙ୍କର ପ୍ରବେଶ ସମୟରେ ଏକ ନିଆରା ପରିବେଶ ସୃଷ୍ଟି ହୋଇଥିଲା I ମାଆଙ୍କ ଗ୍ରାମକୁ ପ୍ରବେଶ ପରେ ସକାଳେ ଗ୍ରାମ ଦେବଦେବୀଙ୍କୁ ବନ୍ଦନା କରାଯାଇଥିଲା I ମଧ୍ୟାହ୍ନରେ ଧୂଳି ଦଣ୍ଡ ଏବଂ ଅପରାହ୍ଣରେ ପାଣିଦଣ୍ଡ ଅନୁଷ୍ଠିତ ହୋଇଥିଲା I ସନ୍ଧ୍ୟା ସମୟରେ ମାଆଙ୍କ ନଗର ପରିକ୍ରମା ଅନୁଷ୍ଠିତ ହୋଇଥିଲା I ଆଜି ଦିନ ସାରା ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ମାଆଙ୍କ ଦର୍ଶନ ପାଇଁ ଆଖପାଖ ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ…

Read More

ବେଲଗୁଣ୍ଠା, ୦୮/୦୪:(ଶିବରାମ ଚୌଧୁରୀ ): ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଓଡ଼ିଆ ପକ୍ଷ- ୨୦୨୬ ପାଳିତ ହୋଇଯାଇଛି I ଅନୁଷ୍ଠାନ ଅଧ୍ୟକ୍ଷ ଡ ଗିରିଧର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଞ୍ଜ ସାହିତ୍ୟର ସୂଗବେଷକ,ସୁସାହିତ୍ୟିକ ତଥା ସୁବକ୍ତା ଡ.ପ୍ରଦୀପ କୁମାର ପଟ୍ଟନାୟକ ଯୋଗ ଦେଇ ଓଡ଼ିଶାର ସଂସ୍କୃତି, ପରମ୍ପରା ଏବଂ ଉତ୍କଳ ପ୍ରଦେଶର ବରପୁତ୍ର ମାନଙ୍କ ସମ୍ପର୍କରେ ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ I ଜାତୀୟ ସେବା ଯୋଜନା ଅଧିକାରୀ ସୀମାଞ୍ଚଳ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓଡ଼ିଆ ବିଭାଗୀୟ ମୁଖ୍ୟ ଅଧ୍ୟାପକ ସଞ୍ଜତ କୁମାର ଦାଶ୍,ପ୍ରଶାସନିକ ଅଧିକାରୀ ଡ.ଇ.ରବିନାରାୟଣ ପାତ୍ର ଏବଂ ଯୁବ ରେଡକ୍ରସ୍ ଉପଦେଷ୍ଟା ଡ.ସଂଜୀବ କୁମାର୍ ଦାଶ୍ ପ୍ରମୁଖ ମଞ୍ଚାସୀନ ଥିଲେ I କାର୍ଯ୍ୟକ୍ରମ ପରିଚାଳନାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଜାତୀୟ ସେବା…

Read More

ରାୟଗଡ,୮/୪:(ଅମୂଲ୍ୟ ନିଶଙ୍କ): ଆଜି ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ସଦର ବ୍ଲକ କାର୍ଲାକଣା ପଞ୍ଚାୟତ ଅଙ୍ଗୁର ଗ୍ରାମ ଠାରେ ଜୟ ସଦଗୁରୁ ଯୁବକ ସଂଘ ତରପରୁ ଆୟୋଜିତ କ୍ରିକେଟ ଟୁରନାମେଣ୍ଟଉଦଘାଟିତ ହୋଇଯାଇଛି l ଏହି ଉଦଘାଟନୀ ମେଚ ରେ ମୁଖ୍ୟ ଅତିଥି ଭାବରେ ବିଜୁ ଜନତା ଦଳର ରାୟଗଡା ବ୍ଲକ ସଭାପତି ଶ୍ରୀ ପ୍ରତାପ ପେଦିନ୍ତି ଏବଂ ରାୟଗଡ଼ା ଜିଲ୍ଲାର ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ଉଦୟ କୁମାର ହିମିରିକା , ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ବିନାୟକ ପଳେଇ , ସମାଜସେବୀ ତଥା ଯୁବ ସଦାନନ୍ଦ ପେଦିନ୍ତି , ଜେକେପୁର ର ଯୁବ ନେତା ଶ୍ରୀ ଇଶ୍ୱର ରାଓ ଯୋଗଦେଇ ମେଚ ର ଉଦଘାଟନ କରିବା ସହିତ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ l ଆଜିର ଏହି ଉଦଘାଟନ ମେଚ ର ପ୍ରଥମ ଖେଳ ଯାହା ରାମପୁର ଯୁବକ ସଂଘ ଏବଂ ବଡ ଚାନ୍ଦିଲି ଟାଇଗର ଟିମ୍ ମଧ୍ୟ…

Read More

ରାୟଗଡ଼, ୮/୪(ଅମୂଲ୍ୟ ନିଶଙ୍କ): ମାନବ ସେବା ହିଁ ମାଧବ ସେବା। ଏହି ଆଦର୍ଶକୁ ପାଥେୟ କରି ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ (ରାୟଗଡ଼ କ୍ୟାମ୍ପସ) ଅନ୍ତର୍ଗତ ‘ସ୍କୁଲ ଅଫ୍ ନର୍ସିଂ’ ପକ୍ଷରୁ କୋଲନାରା ବ୍ଲକ ଖେଦାପଡ଼ା ଗ୍ରାମ ଠାରେ ଚାଲିଥିବା ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଆଜି ତୃତୀୟ ଦିନରେ ପହଞ୍ଚିଛି। ଗ୍ରାମବାସୀଙ୍କୁ ମାଗଣା ଚିକିତ୍ସା ସହ ସ୍ୱାସ୍ଥ୍ୟ ସଚେତନତା ଯୋଗାଇଦେବା ଲକ୍ଷ୍ୟରେ ଏହି ଶିବିର ଆୟୋଜିତ ହୋଇଥିଲା। ଆଜିର ଏହି କ୍ୟାମ୍ପରେ ବହୁ ସଂଖ୍ୟାରେ ଗ୍ରାମବାସୀ ସାମିଲ ହୋଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଚକ୍ଷୁ ଚିକିତ୍ସା ଓ ସ୍ୱଳ୍ପ ମୂଲ୍ୟରେ ସେବା ପ୍ରଦାନ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ରହିଥିଲା | ଶିବିରରେ ସାଧାରଣ ବିଭାଗରେ ୧୦୯ ଜଣ ରୋଗୀ ପଞ୍ଜିକୃତ ହୋଇ ଚିକିତ୍ସିତ ହୋଇଥିଲେ। ଏଥିରେ ୧୦୧ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ୯୮ ଜଣଙ୍କୁ ତୁରନ୍ତ ଚଷମା ବଣ୍ଟନ କରାଯାଇଥିଲା। ସେହିପରି ୮୪ ଜଣଙ୍କର ସୁଗାର ଏବଂ ୧୦ ଜଣଙ୍କର…

Read More

ପୋଲସରା,୦୭/୦୪:(ସନ୍ତୋଷ କୁମାର ପଣ୍ଡା):ପୋଲସରା କଳମ୍ବ ଗ୍ରାମ ପଞ୍ଚାୟତରେ ଚଳିତ ମାସ ୦୫ ତାରିଖ ରବିବାର ଚୈତ୍ର କୃଷ୍ଣ ଦ୍ୱିତୀୟା ତିଥି ଦିବସରେ ପଞ୍ଚଦଣ୍ଡ ମିଳନ ଅନୁଷ୍ଠିତ ହୋଇଥିଲା । ଏଥିରେ ପୋଲସରା ବ୍ଲକର କଳମ୍ବ ବଡନୂଆଗାଁ ଭଗବତପାଣ୍ଠି ବାସିନ୍ଦାଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଉକ୍ତ ପଞ୍ଚାୟତର ରୁଖାକଣା, ହାତୀଓଟ ପଞ୍ଚାୟତର ହାତୀଓଟ, ମାଳତେଣ୍ଟୁଳିଆ ପଞ୍ଚାୟତର ମାଳତେଣ୍ଟୁଳିଆ ଏବଂ ପୋଲସରା ରାଣିପଡା ଏବଂ ବୁଗୁଡ଼ା ବ୍ଲକ୍ ଗୋଲିଆ ଗ୍ରାମ ପଞ୍ଚାୟତର ମରେଇପଲ୍ଲୀ ମୋଟ ପାଞ୍ଚ ଗୋଟି ଦଣ୍ଡଦଳ ଅଂଶଗ୍ରହଣ କରିଥିଲେ । ସକାଳେ ଗାଁ ପଞ୍ଚଦଣ୍ଡ ପରିଚାଳନା କମିଟି ପକ୍ଷରୁ ଦଣ୍ଡକାଳୀ ଦଳଙ୍କୁ ଫୁଲଚନ୍ଦନ ଦେଇ ଆବାହନ କରାଯାଇଥିଲା । ସମସ୍ତ ଦଣ୍ଡଦଳ ସେମାନଙ୍କ ବିଶ୍ରାମସ୍ଥଳରେ ନୀତିକାନ୍ତି ସମାପନ କରିବା ପରେ ପୂର୍ବାହ୍ନ ଘ.୧୧ ଟାରୁ ଅପରାହ୍ନ ୩ ଘ. ସମୟ ମଧ୍ୟରେ ପର୍ଯ୍ୟାୟକ୍ରମେ ଧୂଳିଦଣ୍ଡ,ପାଣିଦଣ୍ଡ ଏବଂ ୩ ଘ.ରୁ ୪ ଘ. ସମୟ ମଧ୍ୟରେ ମହାମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବଡନୂଆଗାଁ…

Read More

ବ୍ରହ୍ମପୁର:୮/୪:(ହିମାଂଶୁ ଶେଖର ସାବତ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସପିଟାଲ ବ୍ରହ୍ମପୁର ରେ ୧୪୦ ଡାକ୍ତରୀ ଛାତ୍ରୀଙ୍କୁ ସର୍ଭାଇକାଲ୍ କ୍ୟାନ୍ସରରୁ ସୁରକ୍ଷିତ କରିବା ପାଇଁ ଆଜି ଟିକାକରଣ କରାଯାଇଛି l ଏମାନଙ୍କ ବୟସ ସୀମା ୧୫ ରୁ ୨୬ ବର୍ଷ ଥିଲା ଓ ଛାତ୍ରୀ ମାନେ ଅତି ଆଗ୍ରହ ସହକାରେ ଏହି ଟୀକା ନେଇଥିଲେ l ବ୍ରହ୍ମପୁରରେ ଅବସ୍ଥାପିତ Obstetrics and Gynaecology ସୋସାଇଟି ମାଧ୍ୟମରେ ମାଗଣାରେ ଏହି human Papilloma Virus (HPV ) ଟିକାକରଣ କରାଯାଇଛି l ପୂର୍ବରୁ ୧୬୦ ଜଣ ଛାତ୍ରୀ ଙ୍କୁ ଏଭଳି ଭାବେ ଟୀକାକରଣ କରାଯାଇଥିଲା l ଜାତୀୟ ସ୍ତରରେ ଖ୍ୟାତି ସମ୍ପନ୍ନ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଭାରତୀ ମିଶ୍ର, ଡାକ୍ତର ଇନ୍ଦିରା ପାଳ, ଡାକ୍ତର ପି ସୁଲେଖା ପ୍ରମୁଖ ଉପସ୍ଥିତ ଥିଲେ l ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ଭାରତରେ ସ୍ବଦେଶୀ ଢାଞ୍ଚା ରେ ନିର୍ମିତ Cervavac…

Read More

ବ୍ରହ୍ମପୁର,୮/୪:(ହିମାଂଶୁ ଶେଖର ସାବତ):ହିଲପାଟଣା ନିବାସୀ ପରିବେଶବିତ ସ୍ୱର୍ଗତ ଅଚ୍ୟୁତ ରାମ ସାବତ ଙ୍କ ଧର୍ମ ପତ୍ନୀ ତଥା ସମାଜସେବୀ ଶ୍ରୀମତୀ କନକ କୁମାରୀ ସାବତଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ସତ୍ୟଭାମା କଲ୍ୟାଣୀ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଶ୍ରୀମତୀ ସାବତ ଟାଟା କଲୋନୀ ସ୍ଥିତ ଶ୍ରୀଶ୍ରୀ ରଘୁନାଥ ମନ୍ଦିର ର ଦୀର୍ଘ ବର୍ଷ ଟ୍ରଷ୍ଟି ଥିବା ସହ ବହୁ ସମାଜ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ଆଜି ଶ୍ରାଦ୍ଧ ଦିବସ ଅବସର ରେ ପୂର୍ବତନ ଉପବାଚସ୍ପତି ଶ୍ରୀ ରାମ ଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଡ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ବି ଡି ଏ ଅଧକ୍ଷ ଶ୍ରୀ ସୁବାଷ ମହାରଣା, ତାଙ୍କ ସୁପୁତ୍ର ତଥା ମହାନ୍ ସଂଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଙ୍କ ସମେତ ବହୁ ବୁଦ୍ଧିଜୀବୀ, ଗଣ ମାଧ୍ୟମ ବ୍ୟକ୍ତିତ୍ଵ, ବିଭିନ୍ନ ସଂଗଠନ ର ମୁଖ୍ୟ ପରିବାର ବର୍ଗ ପୁତ୍ର ଶ୍ରୀକୃଷ୍ଣ ଚନ୍ଦ୍ର ସାବତ,…

Read More

ରାୟଗଡ଼ା,୦୮/୦୪:(ଅମୂଲ୍ୟ ନିଶଙ୍କ ଲ):ରାୟଗଡ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାୟଗଡରେ ଯୁବ ରେଡକ୍ରସ୍, ଏନ୍.ସି. ସି ଓ ଜାତୀୟ ସେବା ଯୋଜନା ଶାଖାର ର ମିଳିତ ପ୍ରୟାସରେ ଏକ ରକ୍ତଦାନ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ସରସ୍ୱତୀ ରାୟ ଉଦଘାଟନ କରିଥିଲେ। ଏହି ଅବସରରେ ପିଜି କାଉନସିଲ୍ ଚେୟାରମ୍ୟାନ୍ ପି. ଅରୁଣ କୁମାର, ଆକାଉଣ୍ଟ ବର୍ସାର ସୁବ୍ରତ କୁମାର ପ୍ରଧାନ, ଏନ୍.ସି. ସି ଅଧିକାରୀ ଲେଫ୍ଟନେଣ୍ଟ ଉଦୟ ନାୟକ, କେ.କେ. ଜାନି, ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ଟିକେଶ୍ୱର ମାଝୀ, ପ୍ରିୟଦର୍ଶିନୀ ବଳ, ଜାତୀୟ ସେବା ଯୋଜନା ଅଧିକାରୀ ଶଙ୍କର ପେଦୁରୁ ଓ ମୋନାଲିଶା ପାଣିଗ୍ରାହୀ ଉପସ୍ଥିତ ଥିଲେ।ଅଧ୍ୟକ୍ଷା ଡ଼. ରାୟ ତାଙ୍କ ଅଭିଭାଷଣରେ ରକ୍ତଦାନର ମହତ୍ତ୍ୱ ବିଷୟରେ ଉଲ୍ଲେଖ କରି ସମସ୍ତଙ୍କୁ ଏହି ପବିତ୍ର କାର୍ଯ୍ୟରେ ଯୋଗ ଦେବାକୁ ପ୍ରୋତ୍ସାହିତ କରିଥିଲେ। ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡି. ଏଚ୍.ଏଚ୍ )ର ଚିକିତ୍ସକ ଦଳଙ୍କ ସହଯୋଗରେ…

Read More

ଭଞ୍ଜନଗର,୦୮/୪:(ନିଲୁ ବିଷୋୟୀ):ଭଞ୍ଜନଗରର ଐତିହାସିକ ଠାକୁରାଣୀ ଯାତ୍ରା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଠାକୁରାଣୀ ଯାତ୍ରାର ଦ୍ଵିତୀୟ ପ୍ରଶାସନିକ ପ୍ରସ୍ତୁତି ବୈଠକ ବୁଧବାର ଅପରାହ୍ନରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲାପାଳ କୀର୍ତ୍ତି ଭାସନ ଭି, ସିଡ଼ିଓ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ସମୀର କୁମାର ଜେନା, ଉପଜିଲ୍ଲାପାଳ ଉମା ଶଙ୍କର ବେହେରା,ମୁନସିପାଲଟି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ସମେତ ଅନ୍ୟ ସମସ୍ତ ପ୍ରଶାସନିକ ଅଧିକାରୀ ଏବଂ ଯାତ୍ରା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ବୈଠକରେ ଯାତ୍ରାର ସମସ୍ତ ପ୍ରସ୍ତୁତିକାର୍ଯ୍ୟ, ନିରାପତ୍ତା ବ୍ୟବସ୍ଥା, ସ୍ବାସ୍ଥ୍ୟ, ଅଗ୍ନି ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, ପାନୀୟଜଳ ବ୍ୟବସ୍ଥା, ଶାନ୍ତିଶୃଙ୍ଖଳା, ସାମ୍ବଳିକ ବିବରଣୀ, ସୂଚନା କେନ୍ଦ୍ର ଏବଂ ଅନ୍ୟାନ୍ୟ ସମ୍ବନ୍ଧିତ ବିଷୟ ଉପରେ ଆଲୋଚନା ହୋଇଥିଲା। ପୂର୍ବ ପ୍ରସ୍ତୁତି ବୈଠକର ମଧ୍ୟ ବିସ୍ତୃତ ସମୀକ୍ଷା ହୋଇଛି। ବିଧାୟକ ଶ୍ରୀନାୟକ ଏବଂ ଜିଲ୍ଲାପାଳ ସମସ୍ତଙ୍କୁ ଯାତ୍ରାକୁ…

Read More

ପୋଲସରା, ୮/୪:(ଶିବ ପ୍ରସାଦ ସାହୁ):ପୋଲସରା ଥାନା ନରସିଂହପଲ୍ଲୀ ସ୍ଥିତ ମଦ ଦୋକାନ ନିକଟରେ ମଙ୍ଗଳ ବାର ବିଳମ୍ବିତ ରାତି ପ୍ରାୟ ୨ଘଣ୍ଟ ସମୟରେ ପୋଲସରା ବୁଗୁଡ଼ା ମୁଖ୍ୟରାସ୍ତା ଉପରେ ବୁଗୁଡ଼ା ଦିଗକୁ ରହି ଏକ କାର (WB51BM0896)ହୁତୁ ହୁତୁ ହୋଇ ଜଳୁଥୁବା ଦେଖାଦେଇଛି। ଉକ୍ତ କାର ଭିତରେ ଗଂଜେଇ ବୋଝେଇ ହୋଇଥିବା ଅବସ୍ଥାରେ ଜଳୁଥିଲା। ଉକ୍ତ କାର ଟି କିଏ କୁଆଡେ ନେଉଥୁଲା ତାହାର ସଠିକ ଖବର କାହା ପାଖରେ ନାହିଁ। କିନ୍ତୁ ଜଳିଯାଇଥିବା କାର ନିକଟରେ ଗଂଜେଇ ଦରପୋଡା ଅବସ୍ଥାରେ ପଡିରହିଥିଲା। ପୋଲସରା ଅଞ୍ଚଳ ରେ ଦଣ୍ଡ ଯାତ୍ରା ଚାଲିଥିବା ହେତୁ ଲୋକେ ଯାତ୍ରା ଦେଖିବାକୁ ଯାଉଥୁବା ସମୟରେ କାର ଟି ଜଳୁଥୁବା ଦେଖି ପୋଲସରା ପୁଲିସକୁ ଖବର ଦେଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ର କର୍ମଚାରୀ ଙ୍କ ସହ ପହଞ୍ଚିଥିଲା। ଅଗ୍ନିଶମ କର୍ମଚାରୀ ନିଆଁ କୁ ଆୟତ୍ତ କଲା ବେଳକୁ କାର ଟି ସମ୍ପୂର୍ଣ୍ଣ…

Read More