ନୂଆପଡା,୦୮/୦୪:(ପରମେଶ୍ୱର ମେହେର):ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ସଶକ୍ତ କରି ସେମାନଙ୍କ ସ୍ଵପ୍ନକୁ ସାକାର କରିବା ଦିଗରେ ଏକ ଗୁରୁତ୍ତ୍ୱପୂର୍ଣ ପଦକ୍ଷେପ ନେଇଛି ନୂଆପଡା ଜିଲ୍ଲା ପ୍ରଶାସନ। ୟୁପିଏସ୍ସି ଓ ଓପିଏସ୍ସି ଭଳି ବିଭିନ୍ନ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନଙ୍କ ପାଇଁ ମାଗଣା କୋଚିଂ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି କୋଚିଂ ବ୍ୟବସ୍ଥାକୁ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ୩୦ରୁ ଅଧିକ ଚାକିରି ଆଶାୟୀ ଯୋଗଦେଇଥିଲେ।ଉପସ୍ଥିତ ପ୍ରାର୍ଥୀମାନଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ କହିଥିଲେ ଯେ, ସିଭିଲ ସର୍ଭିସ ପାଇଁ ସୁଚିନ୍ତିତ ଓ ପ୍ରଣାଳୀବଦ୍ଧ ଭାବରେ ପ୍ରସ୍ତୁତ ହେବ ଆବଶ୍ୟକ। ସଫଳତାର ଟ୍ରେନ୍ ଧରିବାକୁ ହେଲେ ନିଜ ମନକୁ ଟ୍ରେନ ବା ପ୍ରଶିକ୍ଷିତ କରିବାକୁ ପଡିବ ବୋଲି ସେ କହିଥିଲେ। ସେହିପରି ସେ ପ୍ରାର୍ଥୀମାନଙ୍କୁ ନିଜ ସହିତ ନିଜେ ପ୍ରତିଯୋଗିତା କରି ନିଜକୁ ନିରନ୍ତର ଉନ୍ନତ…
Author: Janabani News
ନୂଆପଡା,୦୮/୦୪:(ପରମେଶ୍ବର ମେହେର):ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଚାରୀ ସଭା (ଷ୍ଟାଫ୍ ମିଟିଂ) ଅନୁଷ୍ଠିତ ହୋଇଯାଇଛି।ସଭାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ବନ୍ଧରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ସମସ୍ତଙ୍କୁ ସ୍ୱାଗତ କରି ସଭାର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ।ସଭାରେ ଜିଲ୍ଲାପାଳ ସମସ୍ତ କର୍ମଚାରୀଙ୍କୁ ସମୟରେ କାର୍ଯ୍ୟାଳୟରେ ପହଞ୍ଚିବା ଓ ବାୟୋମେଟ୍ରିକ ଉପସ୍ଥାପନା ନିୟମିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନୁଶାସନ ଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ସମସ୍ତଙ୍କୁ ସମର୍ପିତ ଭାବରେ କାମ କରିବାକୁ ସେ ଆହ୍ୱାନ କରିଥିଲେ।ସମସ୍ତ କର୍ମଚାରୀଙ୍କ ପାଇଁ ହେଲମେଟ୍ ପିନ୍ଧି କାର୍ଯ୍ୟାଳୟକୁ ଆସିବାକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ନିୟମ ଉଲ୍ଲଂଘନ କରିଲେ କଠୋର କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସଚେତନ କରିଥିଲେ।ଇଣ୍ଡେକ୍ସ ରେଜିଷ୍ଟର, ଲଗ ବୁକ, କ୍ୟାଶ ବୁକ ଓ ସିଏଲ୍ ରେଜିଷ୍ଟରକୁ ନିୟମିତ ଯାଞ୍ଚ ଓ…
ବୁଗୁଡ଼ା,୮/୪:(କୁମୁଦ ଚନ୍ଦ୍ର ବେହେରା):ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଗୋଲାବନ୍ଧ ଗ୍ରାମସ୍ଥ ହାଇସ୍କୁଲର ଛାତ୍ରୀଙ୍କ ପ୍ରତି ଅନୁଚିତ ବ୍ୟବହାରକୁ ନେଇ ଶିକ୍ଷକ ରୋହିତ କୁମାର ସେଠୀଙ୍କ ବିରୋଧରେ ଗ୍ରାମବାସୀଙ୍କ ପକ୍ଷରୁ ବୁଗୁଡ଼ା ଥାନାରେ ଅଭିଯୋଗ ହୋଇଛି । ଗତ ୨ ତାରିଖରୁ ବିଦ୍ୟାଳୟ ଖୋଲାଯାଇଥିଲେ ହେଁ ଗୋଳାବନ୍ଧ ଗ୍ରାମର କେତେକ ଛାତ୍ରୀ ସ୍କୁଲକୁ ଯିବାକୁ ଅମଙ୍ଗ ହେଉଛନ୍ତି । ଏହାର କାରଣ ସମ୍ପର୍କେ ଅଭିଭାବକମାନେ ପଚରାଉଚରା କରି ଜାଣିବାକୁ ପାଇଥିଲେ ଯେ ବିଦ୍ୟାଳୟର ଶିକ୍ଷକ ରୋହିତ କୁମାର ସେଠୀ ଛାତ୍ରୀମାନଙ୍କ ପ୍ରତି କୁଆଡେ ଅନୁଚିତ ବ୍ୟବହାର କରୁଛନ୍ତି । ଏ ନେଇ ଅଭିଭାବକ ମହଲରେ ଆଲୋଚନା ପରେ ସୋମବାର ଦିନ ଗ୍ରାମବାସୀଙ୍କ ଏକ ବୈଠକ ବସିଲା । ଉକ୍ତ ବୈଠକକୁ ବିଦ୍ୟାଳୟର ସମ୍ପୃକ୍ତ ଶିକ୍ଷକଙ୍କୁ ଡକାଯାଇ ଏ ପ୍ରସଙ୍ଗରେ ପଚରାଯାଇଥିଲେ ହେଁ ଆଦୌ ଉତ୍ତର ନଦେଇ ସେ ନୀରବ ରହିଥିଲେ । କୌଣସି ସୂତ୍ରରୁ ଖବର ପାଇ ପୁଲିସ ବୈଠକ ସ୍ଥଳରେ…
ବୁଗୁଡ଼ା,୭।୪(କୁମୁଦ ଚନ୍ଦ୍ର ବେହେରା): ବୁଗୁଡ଼ା ବ୍ଲକ ମାଣିତରା ଭାଜପା ମଣ୍ଡଳ ତରଫରୁ ସୋମବାର ଦିନ ଭାରତୀୟ ଜନତା ପାର୍ଟିର ୪୨ତମ ସ୍ଥାପନା ଦିବସ ପାଳନ କରାଯାଇଛି । ଏ ଅବସରରେ ଆଜି ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାଣିତରା ମଣ୍ଡଳ ଦଳୀୟ କାର୍ଯ୍ୟାଳୟ ଠାରେ ପତାକା ଉତ୍ତୋଳନ କରାଯିବା ସହ ଭାଜପାକୁ ଶକ୍ତିଶାଳୀ ଦଳରେ ପରିଣତ କରିବାପାଇଁ କର୍ମକର୍ତ୍ତାଗଣ ସଂକଳ୍ପ ନେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି କାର୍ତ୍ତିକ କୁମାର ମଣ୍ଡଳ, ପ୍ରଭାରୀ ସୁଶାନ୍ତ କୁମାର ଡାକୁଆ, ଯୁବମୋର୍ଚ୍ଚା ସଭାପତି ପ୍ରକାଶ ମହାରଥା, କୃଷକମୋର୍ଚ୍ଚା ସଭାପତି ପଦ୍ମଚରଣ ପ୍ରଧାନ, ସଂକୁରୁ ସରପଞ୍ଚ ସୁଶାନ୍ତ କୁମାର ରାଉତ, ବରିଷ୍ଠ କାର୍ଯ୍ୟକର୍ତ୍ତା ପୂର୍ଣ୍ଣଚନ୍ଦ୍ର ଭୂୟାଁ ଏବଂ ପ୍ରମୁଖ କାର୍ଯ୍ୟକର୍ତ୍ତା ଓ କର୍ମୀଗଣ ଯୋଗ ଦେଇଥିଲେ ।
ବ୍ରହ୍ମପୁର,୮/୪:(ହିମାଂଶୁ ଶେଖର ସାବତ):ଗଞ୍ଜାମ ୩୬୦ ଆଭିମୁଖ୍ୟ କାର୍ଯ୍ୟକ୍ରମ ଓ ତାଲିମ କର୍ମଶାଳା ସ୍ଥାନୀୟ ଋଷିକୁଲ୍ୟା ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଦ୍ରି କୀର୍ତ୍ତି ୱାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହା ମାଧ୍ୟମରେ ଗଞ୍ଜାମ ଜିଲ୍ଲାର କାର୍ଯ୍ୟକାରୀ ହେଉଥିବା ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ଗୁଡିକର ସଫଳ ଓ ତ୍ୱରିତ ରୂପାୟନ କରିବାର ଲକ୍ଷ୍ୟ ରଖା ଯାଇଛି । ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଭାରତୀୟ ପ୍ରଶାସନିକ ସେବା ଏବଂ ଓଡିଶା ପ୍ରଶାସନିକ ସେବା ଭଳି ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଲକ୍ଷ୍ୟ ନିକେତନ ମାଧ୍ୟମରେ ଅଭିଜ୍ଞ ଆଇ.ଏ.ଏସ୍., ଆଇ.ପି.ଏସ୍. ଏବଂ ଅବସରପ୍ରାପ୍ତ ଅଧିକାରୀ ମାନଙ୍କ ଦ୍ୱାରା ମାଗଣା କୋଚିଂ, ସ୍କୁଲ ଏବଂ ଛାତ୍ରଛାତ୍ରୀଙ୍କ ତଥ୍ୟ ଓ ଶିକ୍ଷା ଅଗ୍ରଗତି ତଦାରଖ ଗଞ୍ଜାମ ୩୬୦ ଆପ ମାଧ୍ୟମରେ କରାଯିବାର ଲକ୍ଷ୍ୟ ରଖାଯାଇଛି । ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଠାରୁ ଆରମ୍ଭ କରି ସେମାନଙ୍କର ପରୀକ୍ଷାଫଳ ପର୍ଯ୍ୟନ୍ତ ସବୁକିଛି ଏହି ପୋର୍ଟାଲ ମାଧ୍ୟମରେ ଟ୍ରାକ କରାଯାଇପାରିବ ।…
ବ୍ରହ୍ମପୁର,୮/୪:(ନିଗମାନନ୍ଦ ପଣ୍ଡ):ଗଞ୍ଜାମ ଜିଲ୍ଲା ର ବାର୍ଷିକ ଶ୍ରୀ ଶ୍ରୀ ଶ୍ରୀ ମା ଦଣ୍ଡକାଳୀ ଙ୍କ ଦଣ୍ଡନାଚ ।ମା ଦଣ୍ଡକାଳୀ ଙ୍କ ପ୍ରଭା କୁ ସାଙ୍ଗରେ ଧରି ଦଣ୍ଡୁଆ (ମା ଙ୍କ ମାନସିକ ବ୍ରତ ଧାରୀ ଭକ୍ତ ) ଗଞ୍ଜାମ ଜିଲ୍ଲା ରେ ୨୧ ଦିନିଆ,୧୮ ଦିନିଆ,୧୩ ଦିନିଆ ଯାତ୍ରା ଆରମ୍ଭ ହୋଇଛି ଗୋଟିଏ ଗୋଟିଏ ଦଣ୍ଡ ନୃତ୍ୟ ଦଳ ରେ ୧୫୦ ରୁ ୧୦୦୦ ଭୁକ୍ତା ମାନସିକ ବ୍ରତ ଧାରଣ କରିଥାନ୍ତି ମା ଙ୍କ ପ୍ରଭା ଙ୍କୁ ସକାଳୁ ଧୂପ ଦେଇ ଦଣ୍ଡ ନାଚ ମାନସୀ ଥିବା ଭକ୍ତ ଙ୍କ ଦାଣ୍ଡ ରେ କୁମ୍ଭ ଢାଳି ନିକଟସ୍ତ ମନ୍ଦିର ରେ ବିଶ୍ରାମ ନେଇ ମାର୍ଧ୍ୟାନ୍ନ ରେ ଧୂଳି ଦଣ୍ଡ ପରିବେଷଣ କରିଥାନ୍ତି ଖାଲି ପାଦ ରେ ଉଦୁଉଦିୟା ଖରାରେ ଧୂଳି ଦଣ୍ଡ ନୃତ୍ୟ ପରିବେଷଣ କରିଥାନ୍ତି କିନ୍ନର ମାନେ ମହିଳା ଙ୍କ ବେଶଧାରଣ କରି ଦର୍ଶକ ଙ୍କୁ ମା ଙ୍କ ସେବା…
ବୋଲଗଡ଼,୮/୪(ସୁଶାନ୍ତ କୁମାର ପ୍ରଧାନ):ବରା ର ପରମ୍ପରା,ତାହାର ସ୍ୱାଦ ଓ ଓଡ଼ିଆ ସଂସ୍କୃତିରେ ତାହାର ଗୁରୁତ୍ବ କାହିଁ କେଉଁ କାଳରୁ ରହି ଆସିଛି। ବିଶେଷ କରି ଢେଙ୍କାନାଳ ଜିଲ୍ଲାରେ ବରା ପାଇଁ ପ୍ରସିଦ୍ଧ ହୋଇଥିଲେ ମଧ୍ଯ ଆମ ରାଜ୍ୟର ପ୍ରତି ଜିଲ୍ଲାର ଲୋକଙ୍କର ବରା ର ଚାହିଦା ରହିଛି। ସକାଳ ହେଉ କି ସନ୍ଧ୍ୟା, ଆମ ଓଡ଼ିଆଙ୍କ ଜଳଖିଆ। ଅଦା, ଭେରୁଶୁଙ୍ଗାପତ୍ର,ଧନିଆପତ୍ର,ପିଆଜ ଓ ଜିରା, ବିଟଲୁଣ ମିଶା ବରା ର ସ୍ୱାଦ କିଛି ଅଲଗା। ଗରମଗରମ ବରା ମୁସୁମୁସିଆ… ପାଟିକୁ ଭାରି ସୁଆଦିଆ। ସକାଳ ଓ ସନ୍ଧ୍ୟା ହେଲେ ମନ ପଡେ ଆମର ପ୍ରିୟ ଜଳଖିଆ ବରା ଓ ଘୁଗୁନି । କେବଳ ଓଡ଼ିଆ ନୁହେଁ ଭାରତର ବିଭିନ୍ନ ସ୍ଥାନରେ ବି ପ୍ରତି ଲୋକଙ୍କ ପ୍ରିୟ ଖାଦ୍ୟ । ଗୋଟିଏ ପ୍ଲେଟ୍ ୪ଟା ବରାକୁ ତରକାରୀ ବାସ୍ ସେତିକି ହେଲେ ହେଲା । ଆଉ କିଛି ଦରକାର ନାହିଁ ।ପାଟିକୁ ଭାରି ସୁଆଦିଆ…
ବୁଗୁଡା,୮/୪:(କୁମୁଦ ଚନ୍ଦ୍ର ବେହେରା):ସ୍ଥାନୀୟ ପିପୁଲ୍ସ କଲେଜ ନିକଟ ମୁଖ୍ୟ ସଡକରେ ଏକ ଡାଲା ଅଟୋ ସହ ବାଇକର ଧକ୍କା ଫଳରେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ଜଣକ ବୁଗୁଡା ଅରବିନ୍ଦନଗର ସାହିର ସୁଶାନ୍ତ ଶତପଥୀ (୪୩)। ଘଟଣାରୁ ପ୍ରକାଶ ଯେ, ସୁଶାନ୍ତ ତାଙ୍କର ଦୁଇ ସାଥୀଙ୍କ ସହ ଏକ ବାଇକରେ ବୁଗୁଡା ଅଭିମୁଖେ ଆସୁଥିଲେ ଏବଂ ଏକ ମକା ବୋଝେଇ ଡାଲା ଅଟୋ ମଧ୍ୟ ବୁଗୁଡା ଆଡକୁ ଆସୁଥିଲା। କଲେଜ ନିକଟ ରାସ୍ତାରେ ଅସାବଧାନତା ଯୋଗୁଁ ଅଟୋ ସହ ବାଇକର ଧକ୍କା ହୋଇଥିଲା। ଏହା ଫଳରେ ବାଇକ ଆରୋହୀ ତିନିହେଁ ଫୋପାଡି ହୋଇ ପଡିଥିବା ବେଳେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଦୁର୍ଘଟଣାରେ ତିନି ଜଣେ ବାଇକ ଆରୋହୀଙ୍କ ମଧ୍ୟରୁ ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ସୁଶାନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଏବଂ ଡାଲା ଅଟୋରେ ବସିଥିବା ପାଣିକେଶର ଗ୍ରାମର ଅନୁପ ସ୍ୱାଇଁ…
ନୂଆପଡା, ୮/୪:(ପରମେଶ୍ୱର ମେହେର):ସିନାପାଲି ବ୍ଲକ ବାହାଘର ପାଇଁ ଭୋଜିଭାତର ଆସର ଜମିଥିଲା। ଗାଁ ଲୋକ ଖୁସିରେ ଆସି ଭୋଜି ଭାତ ଖାଇ ଘରକୁ ଫେରୁଥିଲେ। ଏହାରି ଭିତରେ ଏକ ଅଭାବନୀୟ ଘଟଣା ଘଟିଲା । ଖାଇ ବସିଥିବା ଜଣେ ବ୍ୟକ୍ତି ଅଧିକ ଥର ମାଂସ ମାଗିବାରୁ ତାଙ୍କୁ ସଂଘବଦ୍ଧ ଭାବେ ପିଟିପିଟି ହତ୍ୟା କରିଛନ୍ତି lଦୁର୍ବୃତ୍ତ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଚଉରା ଗ୍ରାମ ସାଲେପଡ଼ାରେ। ମୃତକ ହେଲେ ଚଉରା ଗ୍ରାମର ଗୋପ ବନ୍ଦି ଛୋର( ୫୩) । ହତ୍ୟାକାଣ୍ଡ ପରେ ପୁଲିସ କିଛି କିଛି ସନ୍ଦିଗ୍ଧଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ସୋମବାର ସାଲେପଡ଼ାର ମନବୋଧ ବନ୍ଦିଛୋରଙ୍କ ଝିଅ ବାହାଘର ର ହେଉଥିଲା । ସେଥିପାଇଁ ଗ୍ରାମବାସୀଙ୍କୁ ଭୋଜିଭାତ ଦେଉଥିଲେ ମନବୋଧ। ଦୁଇ ତିନି ପର୍ଯ୍ୟାୟ ଲୋକ ଖାଇ ସାରିବା ପରେ ହଠାତ୍ ଉପୁଜିଲା ଗଣ୍ଡଗୋଳ। ଗ୍ରାମର କିଛି କିଛି ଲୋକ ଲୋକ ଖାଇ ବସିଥିବା…
ବୋଲଗଡ଼,୦୭/୦୪:(ସୁଶାନ୍ତ କୁମାର ପ୍ରଧାନ): କାଉ ତ କଳା କୋଇଲି କଳା, କଳାକଜଳ ପାତି। ଡାଳରେ ବସି ଆମରିକଥା, ଶୁଣୁଛି କାନ ପାତି। କଜଳପାତି ଆମଦେଶରେ ପ୍ରତେକ ରାଜ୍ୟରେ ଦେଖିବାକୁ ମିଳିଥାନ୍ତି। ବିଶେଷ କରି ଆମରାଜ୍ୟରେ ଏହି ପକ୍ଷୀ ମଧ୍ୟ ଦେଖିବା କୁ ମିଳିଥାଏ। ଛୋଟିଆ କଳାରଙ୍ଗର ପକ୍ଷୀଟିଏ, ପ୍ରାୟତଃ ବିଲ,ବାଡି ବଗିଚାରେ ଦେଖିବାକୁ ମିଳିଥାଏ। ଏହି ପକ୍ଷୀ ର ନାମ ବିଭିନ୍ନ ସ୍ଥାନ କାଳ ପାତ୍ର ରେ ଭିନ୍ନ ଭିନ୍ନ ନାମ ହୋଇ ଥିଲା ବେଳେ ଆମ ରାଜ୍ୟରେ ସମସ୍ତେ କଜଳପାତି ଚଢେଇ ନାମରେ ଜଣାଶୁଣା। ସାଧାରଣତଃ ଏହି ପକ୍ଷୀ ଟି ବଡ଼ ବଡ଼ ଗଛ ଓ ଇଲେକ୍ଟ୍ରି ଖୁଣ୍ଟ, ବଡଟାୱାର ଉପରେ ବସା କରି ରହିଥାଏ। ଏହି କଜଳ ପାତିପକ୍ଷୀ ମାନେ ବିଭିନ୍ନ ପ୍ରକାରର କୀଟ, ପତଙ୍ଗ, ଝିଣ୍ଟିକା, ଗୋବର ପୋକ, ଏପରିକି ପୋକଯାତୀୟ ଖାଦ୍ୟ ଖାଇଥାନ୍ତି। ବିଶେଷ କରି ବିଲରେ ହଳ କରୁଥିବା ସମୟରେ ବହୁ ପରିମାଣରେ ଏହି…
ରାୟଗଡ,୭/୪:(ଅମୂଲ୍ୟ ନିଶଙ୍କ): କୋଲନରା ବ୍ଲକ ଅନ୍ତର୍ଗତ ରେଖାପଦର ସଦର ପଞ୍ଚାୟତରେ ଥିବା ଖେଳ ପଡିଆ ଠାରେ ମା’ ଗ୍ରାମଦେବୀ କ୍ରିକେଟ୍ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି। ଦୀର୍ଘ ୨୪ ଦିନ ଧରି ଖେଳା ଯିବାକୁ ଥିବା ଏହି କ୍ରିକେଟ୍ ଟୁର୍ନାମେଣ୍ଟରେ ବିଭିନ୍ନ ସ୍ଥାନରୁ ମୋଟ ୪୮ ଗୋଟି ଦଳ ଅଂଶ ଗ୍ରହଣ କରିଛନ୍ତି। ୧୨ ଅଭର୍ ବିଶିଷ୍ଟ ଖେଳା ଯିବାକୁ ଥିବା ଏହି ଟୁର୍ନାମେଣ୍ଟର ଉଦଘାଟନୀ ମ୍ୟାଚ୍ ଭୋଇମଡା ଓ କୋରଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ସୁଧୀର କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂର୍ବତନ ଏସଡିସି ଅଧ୍ୟକ୍ଷା ଅନୁସୁୟା ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ଵର ନାଇଡୁ, ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ପି. ଗୌରୀଶଙ୍କର, ପୂର୍ବତନ ଜିଲ୍ଲା ବିଜେଡିର ସାଧାରଣ ସମ୍ପାଦକ ଗଗନ ଆଚାର୍ଯ୍ୟ ସ୍ଥାନୀୟ ସରପଞ୍ଚ ଗୋପାଳ ପିର୍ବାକା ଓ ସମିତି ସଭ୍ୟ ସରୋଜ…
ବ୍ରହ୍ମପୁର,୭/୪:(ହିମାଂଶୁ ଶେଖର ସାବତ):ଗୋଳନ୍ଥରା ପୋଲିସ ଦ୍ଵାରା,ଚୋରି ମାମଲାର ପର୍ଦାଫାଶ l ବ୍ରହ୍ମପୁର ନିକଟ ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଡl ଗ୍ରାମର ଶିବ ସାମନ୍ତରାୟଙ୍କ ଦ୍ୱାରା କରାଯାଇଥିବା ଚୋରି ଅଭିଯୋଗରେ ଗୋଳନ୍ଥରା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ସୂଚନା ପ୍ରକାରେ, ଗତ ୧ ତାରିଖ ରାତିରେ କିଛି ଅଜଣା ଦୁର୍ବୃତ୍ତ ଶିବ ସାମନ୍ତରାୟଙ୍କ ଔଷଧ ଦୋକାନର ସଟର ତାଲା ଭାଙ୍ଗି ୨୦,୦୦୦ ଟଙ୍କା ନଗଦ ଏବଂ ଏକ ଭିଭୋ ମୋବାଇଲ୍ ଫୋନ୍ ଚୋରି କରି ନେଇ ପଳାଇ ଯାଇଥିଲେ । ଶିବ ସାମନ୍ତରାୟ ଗୋଳନ୍ଥରା ପୋଲିସ ଥାନାରେ ଅଭିଯୋଗ କରିବା ପରେ, ପୋଲିସର ତଦନ୍ତ ଆରମ୍ଭ ହୋଇଥିଲା ଏବଂ ସିସି ଟିଭି ଫୁଟେଜ୍, ତା’ସହିତ ସାକ୍ଷୀଙ୍କ ବୟାନରୁ ଆରୋପୀଙ୍କ ପରିଚୟ ମିଳିପାରିଥିଲା। ବିଶ୍ୱସ୍ତ ସୂଚନା ଆଧାରରେ ପୋଲିସ ବ୍ରହ୍ମପୁରର ବି. ଟାଉନ୍ ଥାନା ଅନ୍ତର୍ଗତ ଖାଜାଷ୍ଟ୍ରିଟ୍ ଅଞ୍ଚଳରୁ ଅଭିଯୁକ୍ତ ଶୈକ ସଦାମଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଶୈକ…