ବେଲଗୁଣ୍ଠା,୭/୦୪:(ଶିବରାମ ଚୌଧୁରୀ ):ବେଲଗୁଣ୍ଠା ବ୍ଲକ ତନରଡ଼ା ପଞ୍ଚାୟତ ଅନ୍ତର୍ଗତ ସରନୁଆଁପଲ୍ଲୀ ଠାରେ ପ୍ରେମ ବିବାହର କରୁଣ ପରିଣତି ଭଳି ଏକ ଅଭବନୀୟ ଘଟଣା ଦେଖିବାକୁ ମିଳିଛି। ଗତ ସୋମବାର ବିଳମ୍ବିତ ରାତିରେ ଘରୋଇ କଳହରୁ ପ୍ରଥମେ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ନିଜେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ଅନୁସାରେ ପ୍ରାୟ ୭ବର୍ଷ ପୂର୍ବେ ସରନୁଆଁପଲ୍ଲୀ ଗ୍ରାମର ଚିତ୍ରସେନ ନାଇକ (୨୮) ଏବଂ ତନରଡ଼ା ଗ୍ରାମର ପୂଜା ଦାଶ (୨୬) ମଧ୍ୟରେ ପ୍ରେମ ବିବାହ ହୋଇଥିଲା। ସେମାନେ ପ୍ରାୟ ୪ବର୍ଷ ଏକାଠି ରହିବା ପରେ ଚିତ୍ରସେନ କୌଣସି କାମଧନ୍ଦା କରୁ ନ ଥିବାରୁ ଉଭୟଙ୍କ ମଧ୍ୟରେ ଅଧିକାଂଶ ସମୟରେ ପାରିବାରିକ କଳହ ଲାଗି ରହୁଥିଲା। ପରେ ମଜୁରୀ କlମ କରିବାକୁ ଚିତ୍ରସେନ ଭୁବନେଶ୍ୱର ଚାଲିଯାଇଥିଲା l ଗତ ୬ ମାସ ହେବ ପୂଜା ମଧ୍ୟ କାମ କରିବାକୁ ଯାଇ ଉଭୟ ଭୁବନେଶ୍ୱର ରେ ରହୁଥିଲେ । ରବିବାର ରାତିରେ…
Author: Janabani News
ନୂଆପଡା,୦୭/୦୪:(ପରମେଶ୍ୱର ମେହେର):ନୂଆପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ମାଂସପେଶୀ ଦୁର୍ବଳତା ବା ଡୁଚେନ୍ ମସ୍କ୍ୟୁଲାର ଡିସ୍ଟ୍ରୋଫି (DMD) ରୋଗରେ ପୀଡ଼ିତ ଏକ ଶିଶୁର ପରିବାରକୁ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ (ସିଏମଆରଏଫ୍) ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି।ଆଜି ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟାଳୟ ଠାରେ ପୀଡିତ ଶିଶୁର ପିତା ପ୍ରେମଲାଲ କେଉଟଙ୍କୁ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଏହି ଅବସରରେ ଡେପୁଟୀ ଜିଲ୍ଲାପାଳ (ଜରୁରୀକାଳୀନ) ଲଲାଟେନ୍ଦୁ ଦଣ୍ଡସେନା ଉପସ୍ଥିତ ଥିଲେ।ପୂର୍ବରୁ ସିଡିଏମ୍ ଏବଂ ପିଏଚଓ, ନୂଆପଡାଙ୍କ ମେଡିକାଲ ବୋର୍ଡ ରିପୋର୍ଟ ଆଧାରରେ ଜିଲ୍ଲାପାଳ ରାଜ୍ୟ ସରକାରଙ୍କ ନିକଟରେ ସହାୟତା ପାଇଁ ସୁପାରିଶ କରିଥିଲେ। ଏହା ଅନୁସାରେ ସରକାର ପକ୍ଷରୁ ଏହି ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି।ଏହି ଅର୍ଥ ପୀଡିତ ଶିଶୁର ଚିକିତ୍ସା, ବିଶେଷତଃ ଇଲେକ୍ଟ୍ରିକ୍ ହ୍ୱିଲଚେୟାର, ଯଥୋଚିତ ଫିଜିଓଥେରାପି, ଜେନେଟିକ ଟେଷ୍ଟ ଓ ଉଚ୍ଚ ଚିକିତ୍ସା ସଂସ୍ଥାରେ ଚିକିତ୍ସା ଖର୍ଚ୍ଚ ପାଇଁ ବ୍ୟୟ କରାଯିବ…
ନୂଆପଡା,୦୭/୦୩:(ପରମେଶ୍ୱର ମେହେର):ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକର ଆରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ ସମସ୍ତଙ୍କୁ ସ୍ୱାଗତ କରି ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ପରେ ବିଭିନ୍ନ ବିଭାଗର ରାଜସ୍ୱ ସଂଗ୍ରହ ଓ ପ୍ରଗତିର ସମୀକ୍ଷା କରାଯାଇଥିଲା।ସମୀକ୍ଷା ଅନୁସାରେ, ସି.ଟି. ଏବଂ ଜି.ଏସ.ଟି. ଇନଫୋର୍ସମେଣ୍ଟ ୟୁନିଟ୍ ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ନିର୍ଦ୍ଧାରିତ ୪୫୬ ଲକ୍ଷ ଟଙ୍କା ବାର୍ଷିକ ଲକ୍ଷ୍ୟ ବାବଦରେ ମାର୍ଚ୍ଚ-୨୦୨୬ ପର୍ଯ୍ୟନ୍ତ ୩୩୩ ଲକ୍ଷ ଟଙ୍କା ସଂଗ୍ରହ କରାଯାଇଛି। ମାର୍ଚ୍ଚ ମାସର ୩୮ ଲକ୍ଷ ଟଙ୍କା ଲକ୍ଷ୍ୟ ଥିଲାବେଳେ ୫୧ ଲକ୍ଷ ଟଙ୍କା ସଂଗ୍ରହ ହୋଇ ଲକ୍ଷ୍ୟ ଅତିକ୍ରମ କରାଯାଇଛି।ଏହାସହ ଆର୍.ଟି.ଓ., ନୂଆପଡା ପକ୍ଷରୁ ୧୬.୫୦ କୋଟି ଟଙ୍କା ବାର୍ଷିକ ଲକ୍ଷ୍ୟ ଥିବାବେଳେ ମାର୍ଚ୍ଚ-୨୦୨୬ ପର୍ଯ୍ୟନ୍ତ ୧୫.୯୩ କୋଟି ଟଙ୍କା ସଂଗ୍ରହ ହୋଇଛି, ଯାହା ପୂର୍ବବର୍ଷ ତୁଳନାରେ ୧୩.୫୯…
ବାଲିଗୁଡା,୦୭/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ମହାସିଙ୍ଗି ଠାରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଠାରେ ଚାରିଟି ଜିଲ୍ଲାର ଆଞ୍ଚଳିକ ଇଏମଆରଏସ ସ୍ତରୀୟ ଯୁବ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ରଥମ କରି ସଂସଦ ଭବନର ପ୍ରତିକାତ୍ମକ ଭାବନା ଓ ସେଠାରେ ହେଉଥିବା କାର୍ଯ୍ୟକ୍ରମ ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟର ଗଜପତି, ମାଲକାନଗିରି, ଯାଜପୁର ଜିଲ୍ଲା ସମେତ ମହାସିଙ୍ଗି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଉକ୍ତି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମ ମହାସିଙ୍ଗି ଏକଲବ୍ୟ ବିଦ୍ୟାଳୟର ଅଧ୍ଯକ୍ଷ ଡଃ ବି.ସାଇରାମ ପାତ୍ରଙ୍କ ନେତୃତ୍ୱରେ ଆୟୋଜନ ହୋଇଥିବା ବେଳେ ପ୍ରତିଯୋଗିତା ଉଦଘାଟନ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ମୂଖ୍ୟ ବକ୍ତା ଭାବେ ବାଲିଗୁଡା ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା, ସମ୍ମାନିତ ଅତିଥି ଭାବେ ଭୂବନେଶ୍ବର ନେଷ୍ଟର ଶୈକ୍ଷିକ ପରାମର୍ଶଦାତା ଟିଭିଏସ…
କନ୍ଧମାଳ,୦୭/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆର ବିଭିନ୍ନ ଚର୍ଚ୍ଚ ରେ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁଉତଥାନ ପର୍ବ ବହୁ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି। ସ୍ଥାନୀୟ କାଥଲିକ୍ ଚର୍ଚ୍ଚ ରେ ଧର୍ମ ଯାଜକ ପ୍ରଦୋଷ ଚନ୍ଦ୍ର ନାୟକଙ୍କ ପୌରହିତ୍ୟରେ ଦିବ୍ୟ ଯଜ୍ଞର ଆୟୋଜନ ହୋଇଯାଇଥିଲା। ମଧ୍ୟ ରାତ୍ରି ଏବଂ ସକାଳୁ ଦିବ୍ୟ ଯଜ୍ଞର ଆୟୋଜନ ରେ ପବିତ୍ର ବାଇବଲ ପାଠ କରାଯାଇ ସାମୁହିକ ପ୍ରାର୍ଥନା କରାଯାଇଥିଲା। ଧର୍ମାଞ୍ଚଳର ଟିଆଙ୍ଗିଆ,ମଣ୍ଡାକିଆ, ସୁଗଡବାଡି଼ ଚର୍ଚ୍ଚ ରେ ସହ ଯାଜକ ପୁରୁଷୋତ୍ତମ ନାୟକ, ଦିବ୍ୟ ରଞ୍ଜନ ଦିଗାଳ, ମାଇକେଲ ବେହେରା, ଜର୍ଜ ବଡ଼ସେଠ୍ ଦିବ୍ୟଯଜ୍ଞ କରିଥିଲେ। କାଥଲିକ୍ ସାଂସ୍କୃତିକ କମିଟି ଗଠନର ୨୫ ବର୍ଷ ‘ରଜତ ଜୟନ୍ତୀ’ ପାଳନ ଅବସରରେ ଦୁଇ ଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ରାଇକିଆ ବିଜୟ ହାଇସ୍କୁଲ ଖେଳ ପଡିଆରେ ସନ୍ଧ୍ୟାରେ ସ୍ଥାନୀୟ ଯୁବ ଗୋଷ୍ଠୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ…
ବୁଗୁଡ଼ା,୭/୪ (କୁମୁଦ ଚନ୍ଦ୍ର ବେହେରା):ଏପ୍ରିଲ ପହିଲାରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଯାଇଛି । ନୂତନ ଶିକ୍ଷାବର୍ଷ ପାଇଁ ବ୍ଲକ ସ୍ତରୀୟ ପ୍ରବେଶ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏ ବର୍ଷ ପ୍ରଥମରୁ ଅଷ୍ଟମ ଯାଏଁ ସମସ୍ତ ଶ୍ରେଣୀର ପୁରୁଣା ବହି ବଦଳି ଯାଇ ନୂଆଁ ବହି ପ୍ରକାଶ ପାଇଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ତେବେ ଦୁଃଖର ବିଷୟ କୌଣସି ପିଲା ପାଖରେ ପୁରାସେଟ୍ ନୂଆଁ ବହି ନାହିଁ । ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଦୁଇଟି ପର୍ଯ୍ୟାୟରେ ପ୍ରତ୍ୟେକ ଶ୍ରେଣୀ ପାଇଁ ଅଳ୍ପ କେତୋଟି ବିଷୟର ନୂଆଁ ବହି ଆସି ପହଞ୍ଚିବା ପରେ ସେଗୁଡ଼ିକୁ ସିଆରସିସିମାନଙ୍କ ଦ୍ବାରା ନିଜ ନିଜ କ୍ଲଷ୍ଟର ଅନ୍ତର୍ଗତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଥିଲେ ହେଁ ଅନ୍ୟ ବିଷୟର ବହି ଅଭାବରୁ ଠିକ୍ ଭାବରେ ପାଠପଢା କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ପୂର୍ବରୁ ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ…
ଫୁଲବାଣୀ,୦୭/୦୪(ସୁନୀଲ ପଟ୍ଟନାୟକ):ଆସନ୍ତା କାଲି ବୁଧବାର ୮ଏପ୍ରିଲ ଠାରୁ ୧୯ଏପ୍ରିଲ- ୨୦୨୬ଯାଏ ଦୀର୍ଘ ୧୨ଦିନ ବ୍ୟାପୀ ସ୍ଥାନୀୟ କରୋ ନେ ସନ୍ ପଡିଆ ଠାରେ ଦ୍ୱିତୀୟ କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ଆରମ୍ଭ ହେବ l କନ୍ଧମାଳ ଜିଲ୍ଲା ର କଳା ସଂସ୍କୃତି ପରମ୍ପରା କୁ ବଜାୟ ରଖିବା ସହ ବାଣିଜ୍ୟକୁ ପାଥେୟ କରି ଭାଇଚାରା ଓ ସମନ୍ଵୟ ର ବାର୍ତ୍ତା ପ୍ରଚାର୍ କରିବା ଉଦ୍ଦେଶ୍ୟ ରେ ଚଳିତ ମାସ ଏପ୍ରିଲ ୮ରୁ ୧୯ଏପ୍ରିଲ ଯାଏ ଦିର୍ଘ ୧୨ଦିନ ବ୍ୟାପୀ ଫୁଲବାଣୀ ସହରର କୋରୋନେଶନ ପଡ଼ିଆ ଠାରେ ଦ୍ୱିତୀୟ କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ୨୦୨୬ଅନୁଷ୍ଠିତ ହେବ l ଏହି ଅବସରରେ ପ୍ରତ୍ୟ ହ ଅପରାହ୍ନ ୪ଟା ରୁ ରାତ୍ର ୧୦ଟା ଯାଏ ଜିଲ୍ଲା ଓ ଜିଲ୍ଲା ବାହାର ର ବାଣିଜ୍ୟିକ ବିପ୍ପଣି ଷ୍ଟଲ ,ଅଟୋ ମୋବାଇଲ୍, ଘରକରଣା ସାମଗ୍ରୀ ସହ ମିନା ବଜାର,ବିଭିନ୍ନ ପ୍ରକାର ଚଟ…
ହିଞ୍ଜିଳିକାଟୁ:୬/୦୪(ସାରଥୀ ପାଢି):ବନୀକରଣ ପାଇଁ ଆସୁଥିବା ରାଜସ୍ବକୁ ହରିଲୁଟ ହୋଇଥିବା ଅଭିଯୋଗ ବେଳେ ଶେରଗଡ଼ ଅଞ୍ଚଳର ଜୈନିକ ସାମ୍ବାଦିକଙ୍କୁ ଧମକ ମିଳିଛି । ସାଧାରଣତଃ ସରକାରୀ ଅର୍ଥ ମଞ୍ଜୁର କେବଳ ସର୍ବସାଧାରଣଙ୍କ ଉଦ୍ଦେଶ୍ୟ ନେଇ କରାଯାଇଛି । ଆର୍ଥିକ ମଞ୍ଜୁର ବିବରଣୀ ଅନୁସାରେ ମୋଟ ସାମଗ୍ରୀ ଓ ମୋଟ କାର୍ଯ୍ୟକଳାପ ମୂଲ୍ୟ ଉପରେ ଜନତାଙ୍କ ଉଦ୍ଦେଶ୍ୟ ନେଇ ପ୍ରଦର୍ଶନ ଫଳକରେ ଉଲ୍ଲେଖ ରହିଥାଏ । ତେଣୁ ଫଳକରେ ଉଲ୍ଲେଖ ଥିବା ଏବଂ କାର୍ଯ୍ୟକାରୀ ହେଉଥିବା ଭିତରେ ଯାହା ଫରକ ଦେଖାଯାଏ ତାହା ବାଟମାରଣା କିମ୍ବା ହରିଲୁଟ ବୋଲି ସାଧାରଣ ଜନତା କୁହନ୍ତି । ସାଧାରଣ ନାଗରିକଙ୍କ ପାଇଁ ବିଭାଗୀୟ ଅଧିକାରୀମାନେ ଯାହା ସୁଚନାଫଳକରେ ଉଲ୍ଲେଖ କରିଛନ୍ତି କିମ୍ବା କରାଯାଇଛି ଯଦି ସେଠାରେ ସେହି କାର୍ଯ୍ୟ ହୋଇନଥାଏ ତେବେ କୌଣସି ସୁତ୍ରରୁ ଖବରପାଇ ଗଣମାଧ୍ୟମ ପ୍ରତିନିଧିଟି ସରକାରଙ୍କ ନଜରରେ ଆଣିବା ପାଇଁ ଖବର ପ୍ରସାରଣ କରିଥାଏ । ଯାହା ଫଳରେ ଉଭୟ ସରକାରଙ୍କ ନଜରରେ…
ବେଲଗୁଣ୍ଠା,୦୬/୦୪-(ଶିବରାମ ଚୌଧୁରୀ ): ନକ୍ସଲ୍ ମୁକାବିଲାରେ ଶହୀଦ୍ ହୋଇଥିବା ପୋଲିସ୍ କର୍ମଚାରୀଙ୍କ ବାସ ଭବନରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୋଲିସ୍ ଅଧିକାରୀ I ସୂଚନା ପ୍ରକାରେ ଗାଙ୍ଗପୁର ଥାନା ଅନ୍ତର୍ଗତ ଗୁଣ୍ଠପଲ୍ଲବା ଗ୍ରାମର ସୁଶାନ୍ତ କୁମାର ଗୌଡ଼ ପୋଲିସ୍ ବିଭାଗରେ ଜଣେ କନେଷ୍ଟବଲ୍ ଭାବେ କାର୍ଯ୍ୟ କରୁ୍ଥିବା ସମୟରେ ଶହୀଦ୍ ହୋଇଥିଲେ I ଆଜି ଗଞ୍ଜାମ ଆଡିସନାଲ୍ ଏସ୍.ପି ସୀମା ସ୍ୱାଇଁ ଏବଂ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ ଶହୀଦ୍ ସୁଶାନ୍ତ କୁମାର ଗୌଡ଼ଙ୍କ ବ୍ରହ୍ମପୁର ପାଣିଗ୍ରାହୀ ପେଣ୍ଠ, ଗଣପତି ନଗରସ୍ଥିତ ବାସ ଭବନରେ ପହଞ୍ଚି ଶ୍ରଦ୍ଧା ସୁମନ୍ ଅର୍ପଣ କରିଥିଲେ I ଏହା ସହିତ ଶହୀଦ୍ ସୁଶାନ୍ତଙ୍କ କର୍ତ୍ତବ୍ୟନିଷ୍ଠା ଏବଂ ବୀରତ୍ୱ ସମ୍ପର୍କରେ ତାଙ୍କ ପରିବାର ସହିତ ଆଲୋଚନା କରିଥିଲେ ଉଭୟ ଅଧିକାରୀ I
ବେଲଗୁଣ୍ଠା,୦୬/୦୪(ଶିବରାମ ଚୌଧୁରୀ ):ଗାଙ୍ଗପୁର ଥାନା ଅନ୍ତର୍ଗତ ଝାଡ଼ବନ୍ଧ ସ୍ଥିତ ଶ୍ରୀ ଗରୁଡ଼େଶ୍ୱର ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ ପ୍ରତାପ ସ୍ୱାଇଁ,ଶିକ୍ଷକ ପ୍ରମୋଦ ବରାଡ଼, ସନ୍ତୋଷ କୁମାର ବିଷୋୟୀ,ଶିକ୍ଷୟିତ୍ରୀ କନ୍ୟା କୁମାରୀ ପାତ୍ର ପ୍ରମୁଖ ଉପସ୍ଥିତ ରହି ନବମ ଶ୍ରେଣୀରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହ କଠିନ ପରିଶ୍ରମ କରି ଭବିଷ୍ୟତରେ ସୁନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ I ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବାପା ମାଆଙ୍କ କଥା ମାନିବା ସହିତ ସ୍ଵଚ୍ଛ ପରିବେଶ ପ୍ରତି ଯତ୍ନବାନ୍ ହେବା ପାଇଁ ପରାମର୍ଶ ଦେଇଥିଲେ I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ କର୍ମଚାରୀ ତୋଫାନ ଚରଣ ସ୍ୱାଇଁ, ଅରୁଣ କୁମାର ସ୍ୱାଇଁ, ବୃନ୍ଦାବନ ଡାକୁଆ, ଶ୍ରୀକାନ୍ତ…
ବ୍ରହ୍ମପୁର,୬/୪,(ହିମାଂଶୁ ଶେଖର ସାବତ):ଭାରତୀୟ ଜନତା ପାର୍ଟିର ୪୭ତମ ପ୍ରତିଷ୍ଠା ଦିବସ ଅବସରରେ ଭାରତୀୟ ଜନତା ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ତରଫରୁ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ରକ୍ତ ଦାନଶିବିର ଅନୁଷ୍ଠିତ ହେଇଯାଇଛି। ଏହି ରକ୍ତଦାନ ଶିବିରରେ ୧୦୪ ୟୁନିଟ ରକ୍ତ ସଂଗ୍ରହ ହୋଇଯାଇଛି l ବ୍ରହ୍ମପୁର ଏମ.କେ.ସି.ଜି ରକ୍ତଭଣ୍ଡାର କତୃପକ୍ଷଙ୍କ ସାହାଯ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲାର ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇ ସାଫଲ୍ୟମଣ୍ଡିତ କରିଥିଲେ l ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ସୋମନାଥ ପାତ୍ରଙ୍କ ନେତୃତ୍ୱରେ ଏହି କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର, ଜିଲ୍ଲା ସଭାପତି ସରୋଜ ସାବତ ଓ ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ତୁତୁନ୍ ପାତ୍ର ଯୋଗ ଦେଇଥିଲେ l ଏବଂ ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି , ଜିଲ୍ଲା ଉପ ସଭାପତି ପ୍ରଭାତ ଷଡ଼ଙ୍ଗୀ ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅନୀଲ ତ୍ରିପାଠୀ, ରାଜ୍ୟ ସଂଯୋଜକ…
ଭଞ୍ଜନଗର,୬/୪:(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ ଯୋଗୀମାରି ଗ୍ରାମର ସୁବାସ ଚନ୍ଦ୍ର ପ୍ରଧାନଙ୍କ ଗୃହ ସମ୍ମୁଖରେ ରବିବାର ପଞ୍ଚୁଦଣ୍ଡ ଅନୁଷ୍ଠିତ ହୋଇଛି। ଏହି ମହାମିଳନରେ କୁଲାଙ୍ଗୀ,ନାରୀଗୋଛା,କଳିଙ୍ଗପଦର,ପଟ୍ଟାଙ୍ଗି,ତୋଲଡି ଦଣ୍ଡପୁଞ୍ଜା ଅଂଶ ଗହଣ କରିଥିଲେ। ସକାଳ ସମୟରେ ସମସ୍ତ ଦଣ୍ଡ ପୁଞ୍ଜା କର୍ତ୍ତାଙ୍କ ଗୃହ ନିକଟରେ ପହଞ୍ଚିବା ପରେ ପ୍ରାରମ୍ଭିକ ବନ୍ଦନା କାର୍ଯ୍ୟକ୍ରମ ହୋଇଥିଲା। ଏହାପରେ ରୀତିନୀତି ମୁତାବକ ଠାକୁରଙ୍କର ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେବାପରେ ମଧ୍ୟାହ୍ନରେ ଧୂଳିଦଣ୍ଡ, ପାଣି ଦଣ୍ଡ ଓ ଅଗ୍ନିଦଣ୍ଡ ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ପଞ୍ଚୁଦଣ୍ଡ ଓ ପଞ୍ଚଶମ୍ଭୁ ମହାମିଳନ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଆଳତି ଦେଖିବା ଲାଗି ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।ଥାନାଧିକାରୀ ଜୀବନାନନ୍ଦ ଜେନାଙ୍କ ନେତୃତ୍ୱରେ ପୁଲିସ ବାହିନୀ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ଗ୍ରାମବାସୀ ଓ ଯୁବଗୋଷ୍ଠୀ ଏହାକୁ ପରିଚାଳନା କରିଥିଲେ।