ଖଜୁରୀପଡ଼ା,୨।୧୧(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ମଣ୍ଡଳ ଅନ୍ତର୍ଗତ ଦୂତୀମେଣ୍ଡି ପଞ୍ଚାୟତ ସଭାଗୃହରେ ଗତ ୨୬ ଅକ୍ଟୋବର ୨୦୨୬ ତାରିଖରେ ଖଜୁରୀପଡ଼ା ମଣ୍ଡଳ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ମହାନ୍ ମହର୍ଷି ତଥା ଆଦିକବି ବାଲ୍ମିକୀଙ୍କ ଆବିର୍ଭାବ ଦିବସ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି। ଖଜୁରୀପଡ଼ା ମଣ୍ଡଳ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶ୍ରୀ ବିଜୟ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜୟନ୍ତୀ ସମାରୋହରେ ବିଜେପି ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶ୍ରୀ ପର୍ଶୁରାମ ନାୟକ, ଜିଲ୍ଲା ବିଜେପି ଉପସଭାପତି ଶ୍ରୀ ମନୋଜ କୁମାର ପଣ୍ଡା, ମଣ୍ଡଳ ଉପସଭାପତି ଶ୍ରୀ ଇନ୍ଦ୍ର ବେହେରା, ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ବିକ୍ରମସେନ ଦେହୁରୀ ଏବଂ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଶ୍ରୀ ସମୀର ଝାଙ୍କର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।ଏହି ଅବସରରେ ଅତିଥିମାନେ ମହର୍ଷି ବାଲ୍ମିକୀଙ୍କ ଜୀବନୀ, ଆଦର୍ଶ, ମହାନ୍ ସାଧନା ଓ ସମାଜ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ଅବଗତ କରାଇଥିଲେ।ବିଶେଷକରି ମଣିଷର ପରିଚୟ ତା’ର ଜନ୍ମ ଦ୍ୱାରା ନୁହେଁ, ବରଂ ନିଜର ସତ୍କର୍ମ, ସାଧନା, ଅନୁଶାସନ, ସାମାଜିକ ନ୍ୟାୟ ପ୍ରତି ସମ୍ମାନ ଓ ଭଗବତ୍ ବିଶ୍ୱାସ ଦ୍ୱାରା ସୃଷ୍ଟି ହୋଇଥାଏ ବୋଲି ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶ୍ରୀ ପର୍ଶୁରାମ ନାୟକ ନିଜର ଅଭିଭାଷଣରେ ଅତି ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ। ସେହିପରି ଜିଲ୍ଲା ଉପସଭାପତି ଶ୍ରୀ ମନୋଜ କୁମାର ପଣ୍ଡା ମଧ୍ୟ ମହର୍ଷି ବାଲ୍ମିକୀଙ୍କ ଆଦର୍ଶ ଓ ମହତ୍ତ୍ୱ ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିଲେ।ଏହି ଜୟନ୍ତୀ ସମାରୋହରେ ଖଜୁରୀପଡ଼ା ମଣ୍ଡଳର ବିଭିନ୍ନ ବୁଥ୍ର ସଭାପତିଙ୍କ ସମେତ ବହୁ ବରିଷ୍ଠ ଦଳୀୟ କାର୍ଯ୍ୟକର୍ତ୍ତା ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହି ମହର୍ଷି ବାଲ୍ମିକୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ଶେଷରେ ମଣ୍ଡଳ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶ୍ରୀ ବିଜୟ କୁମାର ସେଠୀ ସମସ୍ତ ଅତିଥି, କାର୍ଯ୍ୟକର୍ତ୍ତା ଓ ଉପସ୍ଥିତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଜୟନ୍ତୀ ସମାରୋହର ସମାପନ କରିଥିଲେ।ମହର୍ଷି ବାଲ୍ମିକୀଙ୍କ ଆଦର୍ଶ, ତ୍ୟାଗ ଓ ସାଧନା ସମାଜକୁ ସର୍ବଦା ସତ୍ପଥରେ ଆଗେଇ ନେବାର ପ୍ରେରଣା ଯୋଗାଇ ଚାଲିଥିବ।

