ଫୁଲବାଣୀ ,୦୨।୧୧(ସୁନୀଲ ପଟ୍ଟନାୟକ) :ନିଜ ଜୀବନକୁ ବାଜି ଲଗାଇ ବଣ ଜଙ୍ଗଲ ଦେଈ ପାହାଡ଼ ଚଢିଲେ ଆଉ ନାଳ ଡେଇଁ ବାତ୍ୟା କ୍ଷତି ଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ ମନ୍ତ୍ରୀ ବିଭୁତି ଭୁଷଣ ଜେନା l ମନ୍ତ୍ରୀ ଜେନା ଗତ କlଲି କଂଧମାଳ ଜିଲ୍ଲା ସୀମାନ୍ତ ବର୍ତୀ ଅଞ୍ଚଳ ଗଂଜାମ ଜିଲ୍ଲା ର ଭଂଜନଗର ବ୍ଲକ୍ ଅନ୍ତର୍ଗତ ବାଇ ବାଲି ପଂଚାୟତ ର ଗିଡିବା ପlଲ୍ଲୀ ଓ କନ୍ଧମାଳ ଜିଲ୍ଲାର ମାଣିକେଶ୍ଵର ଗ୍ରାମ ପଞ୍ଚାୟତ ର ଡାଙ୍ଗିଶ ଗ୍ରାମ ଓ ଆଖପାଖ ଅଞ୍ଚଳ ବୁଲି ଦେଖିଥିଲେ l ଦେଖିବା ପରେ ମନ୍ତ୍ରୀ ଜେନା ଘଟଣା ର ଭୟlଭୟତା ସଂପର୍କରେ ଅନୁଭବ କରିଥିଲେ l ଏହାପରେ ମନ୍ତ୍ରୀ ଜେନା ସ୍କୁଲ ରେ ଥିବା ବାତ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ଆଲୋଚନା କରିଥିଲେ l ସରକାର କ୍ଷତି ଗସ୍ତ ଲୋକଂକ ପାଈଁ ସହାୟତା ଯୋଗାଇଦେବେ ବୋଲି କହିଥିଲେ l ସେହିପରି ଯୁଦ୍ଧ କାଳୀନ ଭିତ୍ତି ରେ ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ଥିବା ନେଇ ମନ୍ତ୍ରୀ ଜେନା ସୁଚନା ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲାପାଳ ବେଦ ଭୂଷଣ ଓ ବହୁ ସରକାରୀ ପଦସ୍ତ୍ ଅଧିକାରୀ ମାନେ ଉପସ୍ଥିତ ଥିଲେ l

