ଫୁଲବାଣୀ,୦୨।୧୧( ସୁନୀଲ ପଟ୍ଟନାୟକ):ମୁଖ୍ୟ ଯନ୍ତ୍ରୀ ବିଲ୍ଡିଁ ଓ ବ୍ରିଜ ଓ ମୁଖ୍ୟ ଯନ୍ତ୍ରୀ ରାସ୍ତା ରବିବାର କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ସହ ପୁନରୁଦ୍ଧାର କାର୍ଯ୍ୟ ଉପାରେ ଗୁରୁତ୍ବ ଦେଉଥିଲେ l ବନ୍ୟାଜଳ ହ୍ରାସ ପାଇବା ପରେ ରାସ୍ତାର ଭାଙ୍ଗି ଯାଇଥିବା ଅଂଶ ଗୁଡ଼ିକ ର ତୁରଂତ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିବା ପାଇଁ ଫୁଲବାଣୀ ଗ୍ରାମ୍ୟ ନିର୍ମାଣ ବିଭଗ ଅଧିକ୍ଷଣ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଙ୍କୁ ନିର୍ଦେଶ ଦେଇଥିଲେ l ଉଭୟ ଅଧିକାରୀ ମଣ୍ଡା ସୂର ରାସ୍ତା ବୁଲି ଦେଖିବା ସ ହ ଏହାର ସ୍ଥାୟୀ ବ୍ୟବସ୍ଥା ସ୍ଵରୂପ ପୋଲ ନିର୍ମାଣ ପାଇଁ ପ୍ରସ୍ତାବ ପ୍ରସ୍ତୁତ କରିବା ପାଇଁ ମଧ୍ଯ କୁହାଯାଇଛି l ଗମନା ଗମନ ର ସୂ ବ୍ୟବସ୍ଥା ପାଈଁ ଗ୍ରାମ୍ୟ ନିର୍ମାଣ ବିଭାଗ ର ବରିଷ୍ଠ ଅଧିକାରୀ ମାନେ ଆଗ୍ରହ ପ୍ରକାଶ କରିଥିବାରୁ ଅଞ୍ଚଳ ର ଜନ ସାଧାରଣ ଖୁସୀ ବ୍ୟକ୍ତ କରିଛନ୍ତି l

