ଚିକିଟି,୫/୬,(ନିଗମାନନ୍ଦ ପଣ୍ଡା ):ବିଶ୍ୱ ପରିବେଶ ଦିବସ ଅବସରରେ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆଜି ଚିକିଟି ପେଣ୍ଠ ସାନ ବଜାର ଶ୍ମଶାନ ଏବଂ ଚିକିଟି ଗଡ ଚନ୍ଦ୍ରଶେଖର ମନ୍ଦିର ପରିସରରେ ବୃକ୍ଷରୋପଣ କରାଯାଇଥିଲା, ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଦୀପା କୁମାରୀ ସାହୁ, ଉପାଧ୍ୟକ୍ଷ ହରପ୍ରସାଦ ଚୌଧରୀ, ସମସ୍ତ କାଉନସିଲର ଉପସ୍ଥିତ ଥିଲେ।ଗଛ ଟିଏ ଜୀବନ ଟିଏ ସ୍ବଚ୍ଛ ଚିକିଟି ସୁନ୍ଦର ଚିକିଟିଉକ୍ତ କାର୍ଯ୍ୟକ୍ରମକୁ ପରିଷଦ ର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ।

