ଫୁଲବାଣୀ,୦୧/୦୪(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା ଫୁଲବାଣୀ ଜଙ୍ଗଲ ବିଭାଗ ଡିଭିଜନ ଅନ୍ତର୍ଗତ ଜି ଉଦୟଗିରି କ ଳୀଙ୍ଗା ରୋଡ ରେ ରେ ଦୀର୍ଘ ଦିନ ହେଲାଦୁଇଟି ଦନ୍ତା ହାତୀ ବୁଲୁଛନ୍ତି l ଅଞ୍ଚଳ ର ଲୋକଙ୍କ ବାରୀ ରେ ପଶି ଫସଲ ନଷ୍ଟ କରୁଛନ୍ତି l ଜଙ୍ଗଲ ବିଭାଗ କର୍ମଚାରୀ ହାତୀ କୁ ଅନ୍ୟତ୍ର ଘଉ ଡ଼ା ଇବl ରେ ସମ୍ପୂର୍ଣ୍ଣ ବିଫଳ ହେଇଛନ୍ତି lପୂର୍ବରୁ ଦନ୍ତା ହାତୀ ସମ୍ପୃକ୍ତ ଅଞ୍ଚଳ ର ତିନି ଜଣ ବ୍ୟକ୍ତିଙ୍କୁ ଦଳି ସାରିଲାଣି l ଯିବା ଆସିବା ବେଳେ ଲୋକେ ଆତଙ୍କିତ ହୋଇ ପଡ଼ୁଛନ୍ତି l ବିଶେଷ କରି ରାତି ରେ ହାତୀ ରାସ୍ତା କଡ଼ରେ ରହୁଥିବା ରୁ ଗାଡି ମଟର ରେ ଯିବା ପାଇଁ ଭୟ କରୁ ଛନ୍ତି l ଜଙ୍ଗଲ ତଳି ଲୋକେ ରାତିରେ ଭଲରେ ଶୋଇ ପାରୁନାହାନ୍ତି l ବନ ବିଭାଗ ଡି ଏଫ୍ ଓ ଏଥି ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି l ଅନ୍ୟଥା ଲୋକେ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି l

