ବୋଲଗଡ଼,୦୧/୦୫,(ସୁଶାନ୍ତ କୁମାର ପ୍ରଧାନ):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ପଞ୍ଚାୟତର ଗୋଡିଆଳି ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ୫୪ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ଉକ୍ତ ଗ୍ରାମର ଗାଉଦି ନାଏକ। ଗାଉଦି ପ୍ରତିଦିନ ପରି ନିଜ ଦାଣ୍ଡ ପିଣ୍ଢାରେ ସଂଧ୍ୟା ସମୟରେ ବସୁଥିଲେ କିନ୍ତୁ ଗତ ଗୁରୁବାର ସଂଧ୍ୟାରେ ନିଜ ପିଣ୍ଢାରେ ବସିଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କ ଗୋଡ଼କୁ କାମୁଡ଼ି ଦେଇ ଲାଖି ରହିଥିଲା। ତାଙ୍କର ସମ୍ପର୍କୀୟ ବିଷାକ୍ତ ସାପଟିକୁ ବାଡେଇ ମାରିଦେଇଥିଲେ। ସାପ କାମୁଡ଼ିବା ପରେ ସେ ଅସୁସ୍ଥ ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗାଉଦିଙ୍କର ପରିବାର କହିଲେ ଏକ ମାତ୍ର ସ୍ୱାମୀ ଗୁଣ୍ଡୁରି ନାଏକ ଏବଂ ନିଃସନ୍ତାନ ଥିଲେ। ଏହି ପରିବାର ଆର୍ଥିକ ସ୍ଥରରେ ସ୍ୱଛଳ…
Author: Janabani News
ଭୁବନେଶ୍ବର,୧/୫,(ଜନବାଣୀ):ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ବିରୋଧୀ ଦଳ ନେତା ଓ ଉପମୁଖ୍ୟମନ୍ତ୍ରୀ ମୁହାଁମୁହିଁ। କେନ୍ଦୁଝର କଙ୍କାଳ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମାଟି ତଳୁ କଙ୍କାଳ କାଢ଼ି ପ୍ରମାଣ ଦେବା କିଭଳି ମହିଳା ସଶକ୍ତିକରଣ ବୋଲି ପ୍ରଶ୍ନ କରିଛନ୍ତି ନବୀନ।ନବୀନ କହିଛନ୍ତି, ‘ଡବଲ୍ ଇଞ୍ଜିନ ସରକାରରେ ବ୍ୟାଙ୍କ କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଛି। ସେପଟେ ‘ବିଜୁ ବାବୁ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେଇଥିଲେ ଏବଂ ୨୦୦୦ ମସିହାରେ ମୋ ସରକାର ୫୦% ସଂରକ୍ଷଣ ଦେଇଥିଲା’ ବୋଲି କହିଛନ୍ତି ନବୀନ।ସେପଟେ ନବୀନଙ୍କ ଏ ମନ୍ତବ୍ୟର ଜବାବ ରଖିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପ୍ରଭାତୀ କହିଥିଲେ ‘ଦାନ ମାଝୀ ଘଟଣାରେ ଓଡ଼ିଶା ନିନ୍ଦିତ ହେଲା। ସେତେବେଳେ ନବୀନ ବାବୁ କ’ଣ କରୁଥିଲେ ବୋଲି ପ୍ରଶ୍ନ କରିଥିଲେ ପ୍ରଭାତୀ। ‘ନବୀନଙ୍କ ୨୫ ବର୍ଷ ଶାସନରେ ମହିଳାଙ୍କ ପ୍ରତି ଅନ୍ୟାୟ ହୋଇଛି ବୋଲି…
ନୂଆପଡ଼ା,୧/୫,(ପରମେଶ୍ୱର ମେହେର):ସାମ୍ବାଦିକ ମାନଙ୍କ ୩ଗୋଟି ଦାବି ନେଇ ଶୁକ୍ରବାର ନୂଆପଡ଼ା ଜିଲ୍ଲା ସାମ୍ବାଦିକ ସଙ୍ଘ(ଏନଡିୟୁଜେ) ପକ୍ଷରୁ ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସଂଘ ସମ୍ପାଦକ ମକାରୁ ବେମାଳଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକର ସାମ୍ବାଦିକ ଏକତ୍ରିତ ହୋଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସାମ୍ବାଦିକଙ୍କୁ ପେନସନ, ପ୍ରୋଟେକସନ୍ ଓ ଆକ୍ରେଡିସନ ତିନିଟି ଦାବିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହିସବୁ ଦାବି ଯଥାଶୀଘ୍ର ପୁରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ସଂଘ ଚେତାବନୀ ଦେଇଛି । ଏହି ସମୟରେ ସଂଘ ପୂର୍ବତନ ଜିଲ୍ଲା ସଭାପତି ସୁଶାନ୍ତ କର,ବରିଷ୍ଠ ସାମ୍ବାଦିକ ପଣ୍ଡା,ଯୁଧିଷ୍ଠିର ପଟେଲ,ରମାକାନ୍ତବନଛୋର,ଉପେନ୍ଦ୍ରମଟାରି,ଜଗଦୀଶପଟେଲ,ଭାଗ୍ୟବାନମାଝୀ,ଗଣେଶ ଚନ୍ଦ୍ର ବାଗ ପ୍ରମୁଖ ଯୋଗଦେଇ ଉପସ୍ଥିତ ଥିଲେ ।
ବ୍ରହ୍ମପୁର,୧/୫,(ହିମାଂଶୁ ଶେଖର ସାବତ):ବ୍ରହ୍ମପୁ ବିଶ୍ୱବିଦ୍ୟାଳୟରେ ଆଜି ପୂର୍ବାହ୍ନରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି l ବିଶ୍ୱବିଦ୍ୟାଳୟରେ ପ୍ରଥମ ଥର ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱବିଦ୍ୟାଳୟରେ କର୍ମରତ ୯୩ ଜଣ ଦିନ ମଜୁରିଆ, ସଫେଇ ଏବଂ ଆଉଟ ସୋରସିଙ୍ଗ କର୍ମଚାରୀଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଦିତ କରିଥିଲେ l ପ୍ରଫେସର ଦାଶ ଶ୍ରମିକ ଏବଂ କର୍ମଚାରୀମାନଙ୍କର ଏକ ସୁନ୍ଦର ଏବଂ ସୁଦୃଢ ଦେଶ ଗଠନରେ ଭୂମିକା ଉପରେ ଆଲୋଚନା କରିଥିଲେ l ଦେଶକୁ ଆଗେଇବାକୁ ହେଲେ ତୃଣମୂଳସ୍ତରରୁ ଆମକୁ ସଜେଇବାକୁ ପଡିବ ଏବଂ ସେମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବିଭାଗ ସମୂହର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, ଭାରପ୍ରାପ୍ତ କୁଳସଚିବ ଏବଂ ବିତ୍ତନିୟନ୍ତ୍ରକ ଅଶୋକ କୁମାର ଢIଙ୍ଗଡ଼ାମାଝୀ ଏବଂ ଯୁଗ୍ମ କୁଳସଚିବ ଡ ବାବୁଜି ସାମଲ ପ୍ରମୁଖ ମଞ୍ଚାସିନ ଥିଲେ…
ବ୍ରହ୍ମପୁର,୧/୫,(ହିମାଂଶୁ ଶେଖର ସାବତ):ସିପିଏମ ପକ୍ଷରୁ ମଇ ଦିବସ ପାଳନ କରାଯାଇଛି।ପ୍ରଥମେ ବରିଷ୍ଠ ଶ୍ରମିକ ନେତା ଅଳି କିଶୋର ପଟ୍ଟନାୟକ ଲାଲ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲଠାରେ ଏକ ସଭା ଆୟୋଜିତ ହୋଇଥିଲା।ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସାଥି ଅଳି କିଶୋର ପଟ୍ଟନାୟକ ଶ୍ରମିକ ଦିବସକୁ ବିଶ୍ୱ ଶ୍ରମଜୀବୀ ମଣିଷର ଦାସତ୍ୱରୁ ମୁକ୍ତି ପାଇଁ ଲଢେ଼ଇର ସ୍ମାରକୀ ଦିବସ ବୋଲି ଉଲ୍ଲେଖ କରିଥିଲେ।ଏହି ଦିବସର ରକ୍ତକ୍ଷୟି ଲଢ଼େଇ ଶ୍ରମଜୀବୀ ମଣିଷକୁ ମାଲିକର ମର୍ଜି ପରିବର୍ତ୍ତେ 8 ଘଣ୍ଟା କାମ କରିବା ଅଧିକାର ପ୍ରଦାନ କରିଥିଲା।କେବଳ ସେତିକି ନୁହେଁ ଏହି ଲଢେ଼ଇ ଶ୍ରମିକଙ୍କୁ ସଂଘ ଗଢିବା, ମାଲିକ ସହିତ ମୂଳଚାଲ କରିବାଭଳି ଅଧିକାର ହାସଲ କରି, ସ୍ଥାୟୀ ଚାକିରି,ସର୍ବ ନିମ୍ନ ମଜୁରୀ ନିର୍ଦ୍ଧାରଣ, ଵୋନସ ଓ ପେନସନଭଳି ସାମାଜିକ ସୁରକ୍ଷା ହାସଲ କରିବା ପାଇଁ ପ୍ରେରଣା ପାଇଥିଲା।ଉଦବେଗର ବିଷୟ ୧୪୦ ବର୍ଷ ପରେ ବିଶ୍ଵବ୍ୟାପୀ ଶ୍ରମିକର…
ଚିକିଟି,୧/୫,(ନିଗମାନନ୍ଦ ପଣ୍ଡା):ଆବାସ ଯୋଜନାରେ ଥାଇଥାନ ହୋଇ ଘର ନିର୍ମାଣ ର ବହୁ ମାସ ବିତି ଯାଇଥିଲେ ସୁଦ୍ଧା ସରକାରୀ କିସ୍ତି ବାବଦ ଟଙ୍କା ପାଇ ପାରୁ ନାହାନ୍ତି ବୃଦ୍ଧ ଦମ୍ପତି l ଯଦ୍ୱାରା ଦୟନୀୟ ବିପଦପୂର୍ଣ ଅବସ୍ଥାରେ ଜୀବନ ବିତାଉଥିବା ଭଳି ଏକ ଆଶ୍ଚର୍ଯ୍ୟ ଜନକ ଖବର ସାମ୍ନାକୁ ଆସିଛି l ଲାଲମେଣ୍ଟା ଗ୍ରାମପଞ୍ଚାୟତ ଅଧୀନ ସିରିପୁର ଗ୍ରାମର ଦଳିତ ବୃଦ୍ଧା କେ. କାଞ୍ଚନ l ଦୀର୍ଘ ୩୦ ବର୍ଷ ଧରି ତାଙ୍କ ପାଇଁ ପକ୍କା ଘର ଖଣ୍ଡିଏ ନଥିଲା l ଗତ ଏକ ବର୍ଷ ତଳେ ବ୍ଲକ ପ୍ରଶାସନ ତାଙ୍କ ଦୁଃଖ କୁ ହୃଦୟଙ୍ଗମ କରୀ କେ. କାଞ୍ଚନ ଙ୍କୁ ଅନ୍ତୋଦୟ ଆବାସ ଯୋଜନାରେ ଗୃହ ଯୋଗାଇ ଦେଇ ଥିଲେ l ନିୟମ ମୁତାବକ ତିନି ମାସ ତଳେ ଆବାସ କାର୍ଯ୍ୟାଦେଶ ସମୟ ରେ ପ୍ରଥମ କିସ୍ତି ବାବଦରେ କାଞ୍ଚନ ୪୦ ହଜାର ଟଙ୍କା ନୂଆପଡା ଆଇ ଓ ଵି…
ନୂଆପଡା,୧/୫,(ପରମେଶ୍ୱର ମେହେର):ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ରଜନା ପଞ୍ଚାୟତ ଅନ୍ତର୍ଗତ ବେଲଗାଁ ଗ୍ରାମରେ ଅଖଣ୍ଡ ଷୋହଳ ପ୍ରହରୀ ନାମଯଜ୍ଞ ଉପଲକ୍ଷେ ଏକ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟା ୬.୧୫ ମିନିଟରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଖୋଳ ତାଳ ଓ ହରିନାମ କୀର୍ତ୍ତନ ସହ ଗ୍ରାମର ସ୍ଥାନୀୟ ସାଗର ବନ୍ଧ ପୋଖରୀରୁ କଳସରେ ଜଳ ଆଣିଥିଲେ। ପୂଜକଙ୍କ ଦ୍ୱାରା ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ଶ୍ରଦ୍ଧାଳୁମାନେ ଜଳପୂର୍ଣ୍ଣ କଳସ ଧରି ଗ୍ରାମ ପରିକ୍ରମା କରିଥିଲେ ଏବଂ ସ୍ଥାନୀୟ ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରିଥିଲେ।ଆସନ୍ତା ତା. ୦୧/୦୫/୨୦୨୬ ରିଖ (ଶୁକ୍ରବାର) ସକାଳ ୯.୩୫ ମିନିଟ୍ ସମୟରେ ନାମ ଧାରଣ ଆରମ୍ଭ ହେବ। ଏହି ନାମଯଜ୍ଞ ଆସନ୍ତା ୦୩/୦୫/୨୦୨୬ ରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ମହାଆଡ଼ମ୍ବର ସହକାରେ ଅନୁଷ୍ଠିତ ହେବ। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ନୂଆପଡ଼ା, ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରୁ ବିଭିନ୍ନ…
ବୁଗୁଡ଼ା,୦୧/୦୫,(ଜନବାଣୀ): ସଂପ୍ରତି ବୁଗୁଡ଼ାରେ ଘରୋଇ ଗ୍ୟାସ ସାଙ୍ଗକୁ ପେଟ୍ରୋଲ ସଙ୍କଟ ଘନେଇଛି। ବୁଗୁଡ଼ାରେ ରହିଥିବା ତିନୋଟି ପେଟ୍ରୋଲ ପମ୍ପ ମଧ୍ୟରୁ ଇଣ୍ଡିଆନ୍ ଅଏଲ ଓ ନାୟରା ପେଟ୍ରୋଲ ପମ୍ପ ଦ୍ବୟ ପେଟ୍ରୋଲ ଅଭାବରୁ ବନ୍ଦ ରହିଥିବା ବେଳେ ଖୋଳଖଳିସ୍ଥିତ ପେଟ୍ରୋଲ ପମ୍ପଟି ଖୋଲା ରହିଥିଲେ ହେଁ ସେଠାରେ ବଡ଼ କଷ୍ଟରେ ଗୋଟିଏ ବାଇକକୁ କେବଳ ଦୁଇଶହ ଟଙ୍କାର ସିମିତ ପେଟ୍ରୋଲ ମିଳୁଛି। ଫଳରେ ସେହି ପେଟ୍ରୋଲ ପମ୍ପରେ ଗାଡ଼ି ଚାଳକଙ୍କ ନାହିଁ ନଥିବା ଭିଡ଼ ଜମୁଛି ଏବଂ ବହୁ ବିଳମ୍ବରେ ମାତ୍ର ଦୁଇଶହ ଟଙ୍କାର ପେଟ୍ରୋଲ ପକାଇ ଫେରିବାକୁ ପଡୁଛି।ଅନ୍ୟପକ୍ଷରେ ପମ୍ପରେ ପେଟ୍ରୋଲ ଅଭାବରୁ ବୁଗୁଡ଼ାର ବିଭିନ୍ନ ଦୋକାନରେ ପୂର୍ବରୁ ପେଟ୍ରୋଲ ଲିଟର ପ୍ରତି ୧୨୦ରୁ ୧୩୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଥିବା ବେଳେ ସଂପ୍ରତି ସେହି ଦୋକାନଗୁଡ଼ିକରେ ଏବେ ବିକ୍ରି ପାଇଁ ପେଟ୍ରୋଲ ନାହିଁ। ପେଟ୍ରୋଲ ସଙ୍କଟ ଯୋଗୁଁ ଲୋକେ ବାଇକରେ ଦୂରସ୍ଥାନକୁ ଯାଇପାରୁନାହାଁନ୍ତି। ସେହିପରି ବିଭିନ୍ନ କୋରିୟର…
ବ୍ରହ୍ମପୁର,୩୦/୪,(ହିମାଂଶୁ ଶେଖର ସାବତ):ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଅଶାନ୍ତ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ବ୍ୟୋମକେଶ ନାୟକଙ୍କ ପରିଚାଳନାରେ ବ୍ରହ୍ମପୁର ଜିଲ୍ଲା କୋର୍ଟ ସ୍ଥିତ ରିଜୋନାଲ ଜୁଡ଼ିସିଆଲ ଏକାଡେମୀ ପରିସରରେ ଗୁରୁବାର ପାରାଲିଗଲ ସ୍ବେଛାସେବୀ ମାନଙ୍କ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ପାରାଲିଗଲ ସ୍ବେଛାସେବୀମାନଙ୍କ ଭୂମିକା, ଦାୟିତ୍ୱ, କର୍ତ୍ତବ୍ୟ ଉପରେ ସବିଶେଷ ଆଲୋଚନା କରିଥିଲେ ପ୍ରାଧିକରଣ ସଚିବ l ପୀଡିତା କ୍ଷତିପୂରଣ, ପରିବାରିକ ବିବାଦ, ଜୁଭେନାଲ ଜଷ୍ଟିସ ବୋର୍ଡ ଆଧାରିତ ବିଷୟ, ବିଭିନ୍ନ ଆଇନଗତ କାର୍ଯ୍ୟବଳୀ ଆଦି ବିଷୟ ଉପରେ ପାରାଲିଗଲ ସ୍ବେଛାସେବୀମାନଙ୍କୁ ନିଜେ ସଚିବ ତାଲିମ ପ୍ରଦାନ କରିଛନ୍ତି l ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ବ୍ୟୋମକେଶ ନାୟକଙ୍କ ଦ୍ୱାରା ଶିବିରଟି ସଫଳ ହୋଇଥିବା ବେଳେ ଏଥିରେ ବହୁ ପାରାଲିଗଲ ସ୍ବେଛାସେବୀ ଯୋଗଦାନ କରିଥିଲେ…
ବେଲଗୁଣ୍ଠା,୩୦/୪,(ଶିବରାମ ଚୌଧୁରୀ):ବେଲଗୁଣ୍ଠା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ବିଦାୟୀ ଶିକ୍ଷୟିତ୍ରୀ ଭାରତୀ ସାହୁଙ୍କୁ ଏକ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଆବାହନକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷାଧିକାରୀ ଲୋପାମୁଦ୍ରା ରଥ ସଭାପତିତ୍ୱ କରିଥିବାବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଉତ୍ସବରେ ବିଦାୟୀ ଶିକ୍ଷୟିତ୍ରୀ ଭାରତୀ ସାହୁ ଙ୍କୁ ପୁଷ୍ପଗୁଛ, ଉପଢୌକନ ଓ ଉପହାର ପ୍ରଦାନ କରଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଶିକ୍ଷକ ଗୋପାଳକୃଷ୍ଣ ତ୍ରିପାଠୀ, ନୀଳକଣ୍ଠ ନନ୍ଦ ଓ ଅନନ୍ତ କୁମାର ସେଠୀ ନିଜ ଉଦବୋଧନରେ ଶ୍ରୀମତୀ ସାହୁଙ୍କ ଦୀର୍ଘ କାଳୀନ ଚାକିରୀଜୀବନ, କର୍ତ୍ତବ୍ୟନିଷ୍ଠା ଓ ଶିକ୍ଷାକ୍ଷେତ୍ରରେ ଅବଦାନକୁ ସ୍ମରଣ କରିଥିଲେ।ଶିକ୍ଷକ ଶଙ୍କର ନାରାୟଣ ସେଠୀ ମାନପତ୍ର ପାଠ କରିଥିବା ବେଳେ, ଶିକ୍ଷକ ଛାୟାକାନ୍ତ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପରିଶେଷରେ ଶିକ୍ଷକ ନୀଳକଣ୍ଠ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ…
ବେଲଗୁଣ୍ଠା,୩୦/୪,(ଶିବରାମ ଚୌଧୁରୀ):ବେଲଗୁଣ୍ଠା ଅଞ୍ଚଳର ଆରାଧ୍ୟ ଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ପୀଠରେ ନୃସିଂହ ଜନ୍ମ ମହୋତ୍ସବ ତଥା ନୃସିଂହ ଚତୁର୍ଦ୍ଦଶୀ ମହାଆଡ଼ମ୍ବରରେ ପାଳିତ ହୋଇଯାଇଅଛି ।ସକାଳ ୫ ଟାରେ ଅବକାଶ ନୀତି,୮ ଟାରେ ବାଳଭୋଗ, ୧୧ଟାରେ ଅନ୍ନ ଭୋଗ,ଦିନ ୧୨ ଟାରେ ପହଡ ନୀତି ହୋଇଥିଲା ।ପରେ ଅପରାହ୍ନ ୪.୩୦ରେ ଦ୍ୱାରଫିଟା ହୋଇ ୫.୩୦ରେ ନୃସିଂହ ଜନ୍ମ ବିଧାନ ପାଳିତ ହୋଇଥିଲା ଆରତୀ ହୋଇଥିଲା ।ସଂଧ୍ୟା ୬.୦୦ଟାରେ ପ୍ରଭୁ ନୃସିଂହଙ୍କ ଦୈନନ୍ଦିନ ଆରତୀ ହୋଇଥିଲା । ଆଜି ଦିନ ତମାମ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ଗହଳି ଲାଗି ରହିଥିଲା ।ପ୍ରତିବର୍ଷ ବୈଶାଖ ମାସ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ନୃସିଂହ ଜନ୍ମୋତ୍ସବ ପାଳନ କରାଯାଇଥାଏ ।ଏହି ଦିନ ପ୍ରତ୍ୟକ୍ଷ ଠାକୁର ଭାବେ ତଥା ଗୁରୁ ଗୋସାଇଁ ଭାବେ ବେଲଗୁଣ୍ଠା ଅଞ୍ଚଳର ଆୟେଙ୍ଗାର ଗୋସାଇଁଙ୍କୁ ପରମ୍ପରା ଅନୁସାରେ ପ୍ରଥମେ ଆରତୀ ଅର୍ପଣ କରାଯାଇ ପ୍ରଭୁଙ୍କୁ ଅର୍ପଣ କରାଯାଇଥାଏ ।ଇତିହାସ ଅନୁସାରେ ପ୍ରାୟ ୪୦୦ ବର୍ଷ ପୁର୍ବେ…
ନୂଆପଡା, ୩୦/୪,(ପରମେଶ୍ୱର ମେହେର):ନୂଆପଡା ଜିଲ୍ଲାରେ ମତ୍ସ୍ୟ ବିଭାଗର କାର୍ଯ୍ୟକଳାପକୁ ଆହୁରି ସୁଦୃଢ଼ କରିବା ଓ ଗ୍ରାମୀଣ ଜୀବିକାକୁ ଶକ୍ତିଶାଳୀ କରିବା ଲକ୍ଷ୍ୟରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମନିଧି ଭୋଇ, ଡିପିସି (ମିଶନ ଶକ୍ତି) ସୁନୀଲ କୁମାର ମଲ୍ଲିକ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଅରୁଣ କୁମାର ସାହୁ ସହ ସମସ୍ତ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।ବୈଠକରେ ଜିଲ୍ଲାପାଳ ମତ୍ସ୍ୟ ବିଭାଗର ଯୋଜନାଗୁଡ଼ିକର ଲାଭ ଗ୍ରାମ ସ୍ତରକୁ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇ କହିଥିଲେ ଯେ, ଏହା ମାଧ୍ୟମରେ ଜୀବିକା ସୁଦୃଢ଼ ହେବା ସହ ଜିଲ୍ଲାର ବ୍ଲୁ ଇକୋନୋମିକୁ ଉନ୍ନତ କରାଯାଇପାରିବ। ଏହି ବୈଠକରେ, ମତ୍ସ୍ୟ ବିଭାଗର ବିଭିନ୍ନ ଯୋଜନା ଅଧୀନରେ ମୋଟ ୪୮ଟି ପ୍ରସ୍ତାବକୁ କାର୍ଯ୍ୟାନ୍ବୟନ ପାଇଁ ଅନୁମୋଦନ ଦିଆଯାଇଥିଲା।ଯୋଜନା ଅନୁଯାୟୀ, ମତ୍ସ୍ୟ ପୋଖରୀ ଯୋଜନା MPY…