Author: Janabani News

ବାଲିଗୁଡା,୩୦/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ କୁ ମିଳିଛି ଏକ ବଡ଼ ସଫଳତା | ଏସପି ହରିଶ୍ ବିଶିଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଜିଲ୍ଲାକୁ ଗଞ୍ଜେଇ ମୁକ୍ତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଥାନା ପକ୍ଷରୁ ବେଆଇନ ଗଞ୍ଜେଇ ଚାଷ ଓ ଚାଲାଣ ଉପରେ ଚଢ଼ଉ ଜାରି ରଖି ନଷ୍ଟ କରାଯାଉଛି | ଏ ନେଇ ପୋଲିସ ପକ୍ଷରୁ ବାଲିଗୁଡ଼ା ଥାନା ଅନ୍ତର୍ଗତ ଖମନଖୋଲ ନିକଟ କିଲୋକନା ଜଙ୍ଗଲ ଅଞ୍ଚଳରେ ପୁଲିସର ସ୍ବତନ୍ତ୍ର ଟିମ୍ ପାଟ୍ରୋଲିଂ କରୁଥିବା ସମୟରେ ଗଚ୍ଛିତ ଥିବା ୧୫୩୩ କେଜି ବେଆଇନ ଗଞ୍ଜେଇ ଜବତ କରି ଏକ ମାମଲା ରୁଜୁ କରାଯାଇଛି। ସେହିପରି ଅନ୍ୟ ଏକ ଘଟଣା ରେ ବାଲିଗୁଡା ପୋଲିସ ୨୦୧୫ କିଲୋ ବେଆଇନ ଗଞ୍ଜେଇ ଚାଲାଣ ପାଇଁ ରଖାଯାଇଥିବା ବେଳେ ଦଡକଙ୍ଗିଆ ଜଙ୍ଗଲ ରୁ ପୋଲିସ ଜବତ କରିଛି | କେହି ଗଞ୍ଜେଇ ମାଫିଆ ଏଭଳି ବେଆଇନ ଗଞ୍ଜେଇ ରଖି ବାହାର ରାଜ୍ୟକୁ…

Read More

ବୁଗୁଡ଼ା,୩୦/୦୪,(କୁମୁଦ ଚନ୍ଦ୍ର ବେହେରା):ମହିଳା ମାନଙ୍କ ଆକ୍ରୋଶକୁ ସମ୍ମାନ ଓ ସମର୍ଥନ ଜଣାଇ ଭାରତୀୟ ଜନତା ପାର୍ଟି ବୁଗୁଡ଼ା ପକ୍ଷରୁ ମହିଳା ଜନ ଆକ୍ରୋଶ ପଦଯାତ୍ରା ବୁଗୁଡ଼ା ନଗର ସଭାନେତ୍ରୀ ଡି ରେଶ୍ମା ପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ମହିଳା ମାନଙ୍କୁ ସେମାନଙ୍କର ଅଧିକାରରୁ ବଞ୍ଚିତ କରିବା ପାଇଁ ସଂସଦରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’କୁ କଂଗ୍ରେସ ସହ ଡିଏମକେ,ଟିଏମସି, ସମାଜବାଦୀ ଓ ବିଜେଡି ଦଳ ବିରୋଧ କରିବା ସହ ଅନ୍ୟ ଆଞ୍ଚଳିକ ଦଳ ମଧ୍ୟ ବିରୋଧ କରିଥିଲେ। ଲୋକସଭା ଓ ରାଜ୍ୟ ବିଧାନସଭାରେ ୩୩% ମହିଳା ମାନଙ୍କ ପାଇଁ ସଂରକ୍ଷଣକୁ ସୁନିଶ୍ଚିତ କରୁଥିବା ଏହି ଐତିହାସିକ ଅଧିନିୟମ ବିଲ୍ କୁ ନେଇ ଏବେ ରାଜନୀତି ଜୋର ଧରିଛି। ଲୋକସଭାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ୍ କାଟ୍ ଖାଇବା ନେଇ ବିଭିନ୍ନ ମହିଳା ସଙ୍ଗଠନ ପକ୍ଷରୁ ମହିଳା ଆକ୍ରୋଶ ପଦଯାତ୍ରା ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରାଯାଉଥିବା ବେଳେ ଆଜି ବୁଗୁଡ଼ା ବିଜେପି…

Read More

ଫୁଲବାଣୀ,୩୦/୦୪,(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଳା ଜି ଉଦୟଗିରୀ ଥାନା ଗ୍ରେସି ଙ୍ଗିଆ ପଂଚାୟତ ଅନ୍ତର୍ଗତ ଡ କରଙ୍ଗିଆ ଜଙ୍ଗଲ ରୁ ଏକ ଯୁବକ ର ଗଳୀତ ଶବ ଉଦ୍ଧାର ହୋଇଛି l ମୃତ ଯୁବକ ର ନାଁ କିରଣ ପ୍ରଧାନ, ବୟସ ୨୧ ବର୍ଷ l ଗ୍ରାମ ର ଛେଳି ଚରାଳି ଶବ ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ l ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଶବ ଚିହ୍ନି ପରିବାର ଲୋକଙ୍କୁ ଖବର ଦେଇଥିଲେ l ମୃତ କିରଣ ଙ୍କ ପରିବାର ଲୋକେ ପୋଲିସ୍ କୁ ଖବର ଦେଇଥିଲେ l ଜି ଉଦୟଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ତେବେ ଏହା ଏକ ସୁପରିକଳ୍ପିତ ହତ୍ୟା କାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି l

Read More

ଚିକିଟି,୩୦/୪,(ନିଗମାନନ୍ଦ ପଣ୍ଡା):ପାତ୍ରପୁର ବ୍ଲକ ଅନ୍ତର୍ଗତ ନୂଆଁ ଗାଁ ପଞ୍ଚାୟତ ର ଟି ବ୍ରହ୍ମପୁର ଗ୍ରାମର ତ୍ରିନାଥ ରେଡ୍ଡୀ କାମ କରିବା ପାଇଁ ଏଜେଣ୍ଟ ମାଧ୍ୟମରେ ଓମାନ ଯାଇଥିଲେ। କିନ୍ତୁ ସେଠାରେ ଅଧିକ ଶାରୀରିକ ପରିଶ୍ରମ କରାଇବା ଫଳରେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଗଲା। ଯାହାଫଳରେ ସେବାଧ୍ୟ ହୋଇ ନିଜ ଗ୍ରାମକୁ ଫେରିଆସିଥିଲେ। ବର୍ତ୍ତମାନ ସେ କୋମାରେ ଅଛନ୍ତି। ଚିକିତ୍ସା ପାଇଁ ବାପାମାଆ ବହୁତ ଡାକ୍ତର ଙ୍କ ସହ ପରାମର୍ଶ ନେଇସାରିଲେଣି କିନ୍ତୁ ସ୍ୱାସ୍ଥ୍ୟ ରେ କୌଣସି ଉନ୍ନତି ପରିଲକ୍ଷିତ ହେଉନାହିଁ। ତାଙ୍କ ପାଖରେ ଯାହା ସମ୍ବଳ ଥିଲା ତାହା ଚିକିତ୍ସା ରେ ସବୁ ଖର୍ଚ୍ଚ ହୋଇଗଲାଣି। ତେଣୁ ତାଙ୍କର ଏକ ମାତ୍ର ସହାଭାରସା ସେ ଯେଉଁ କମ୍ପାନୀ ରେ କାମ କରୁଥିଲେ ସେହି କମ୍ପାନୀର ସହାୟତା। ଯେଉଁ ଏଜେଣ୍ଟ ତାଙ୍କୁ କମ୍ପାନୀ କୁ ନେଇଥିଲା ସେହି ଏଜେଣ୍ଟ ବର୍ତ୍ତମାନ ତାଙ୍କ ସହ କଥା ହେଉନାହିଁ କି ସାହାର୍ଯ୍ୟ ପାଇଁ ହାତ ବଢା଼ଉ…

Read More

ଫୁଲବାଣୀ,୩୦/୦୪,(ସୁନୀଲ ପଟ୍ଟନାୟକ):ବିଶ୍ଵ ନୃତ୍ୟ ଦିବସ ଅବସରରେ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ନଟରାଜ କଳା ମନ୍ଦିର ଦ୍ଵାରା ନୃତ୍ୟ ସଙ୍ଗୀତ ଓ ଚିତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣ ଯୋଗଦେଇ କଳାକାର ଙ୍କୁ ସମ୍ମାନିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ, ସ୍ୱତନ୍ତ୍ର ଅଭିଯୋଜକ ବିଜୟ କୃଷ୍ଣ ପଟ୍ଟନାୟକ, ବରିଷ୍ଠ ଆଇନଜିବୀ ହରିଶ୍ଚନ୍ଦ୍ର ମହାରଣା, ସ୍ଵାତି ର ସମ୍ପାଦକ ହରି ଶାଙ୍କର ରାଉତ, ଓଡିଶୀ ନୃତ୍ୟ ଗୁରୁ ନିରଞ୍ଜନ ରାଉତ ଏବଂ ସନାତନ ନାୟକ, ବିଶିଷ୍ଟ ସାହିତ୍ୟିକ ଡ ଚିତ୍ତରଞ୍ଜନ ମିଶ୍ର, ରବିନ୍ଦ୍ର ନାଥ ମିଶ୍ର ଆଦି ଯୋଗଦେଇ କନ୍ଧମାଳରେ ଓଡିଶୀ ନୃତ୍ୟ ର ପ୍ରଚାର ପ୍ରସାର ଦିଗରେ ନଟରାଜ କଳାମନ୍ଦିର ର ଭୂମିକା କଥା ଆଲୋଚନା କରିଥିଲେ। ଏହି ଅବସରରେ ଓଡ଼ିଶୀ ନୃତ୍ୟ ପାଇଁ ଜୀବନ ବ୍ୟାପି ସାଧନା ନିମନ୍ତେ ଗୁରୁ…

Read More

୨୦୨୬-୨ ୭ରେ ୩୪୫ଟି ନୂତନ କାର୍ଯ୍ୟାଦେଶ ପ୍ରଦାନ ଫୁଲବାଣୀ,୩୦/୦୪,(ସୁନୀଲ ପଟ୍ଟନାୟକ):ସରକାର ଗରିବ ବାସହୀନ ପରିବାର ଙ୍କ ପାଈଁ ଅନ୍ତୋ ଦୟ ଗୃହ ଯୋଜନା ପ୍ରଣୟନ କରିଛନ୍ତି l ଆଉ ପ୍ରତିବର୍ଷ ମାଗଣା ରେ ଗୃହ ନିର୍ମାଣ ପାଇଁ ଅର୍ଥିକ ସହାୟତା ପ୍ରଦାନ କରୁଛନ୍ତି l କଂଧମାଳ ଜିଲାର ରାଇକିଆ ବ୍ଲକ୍ ରେ ଏହି ଯୋଜନା ଆଶାତୀତ ସଫଳତା ହାସଲ କରିଛି l ଗତ ବର୍ଷ ୨୦୨୫/୨୬ଆର୍ଥିକ ବର୍ଷ ରେ ବ୍ଲକ ପକ୍ଷରୁ ୬୨୮ଗୃହ ପ୍ରଦାନ କରାଯାଇଥିବା ବେଳେ ୨୦୨୬/୨୭ ବର୍ଷ ରେ ୩୪୫ଟି ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି l ସେଥି ମଧ୍ୟରୁ ରାଇକିଆ ପଂଚାୟତ ରେ ୫୮ଜଣ ହିତାଧିକାରୀ ଙ୍କୁ ପ୍ରଦାନ କରାଯାଇଛି l ବିଶେଷ କରି ଝାଟି ମାଟି କୁଡ଼ିଆ ରେ ରହି ଦୁର୍ବିସହ ଜୀବନ ଯାପନ କରୁଥିବା ଗରୀବ ଲୋକଙ୍କୁ ସ୍ଥାୟୀ ପକ୍କା ଛାତ ଘର ଯୋଗାଇ ସେମାନଙ୍କ ସ୍ବପ୍ନ ସlକlର କରାଯାଇଥିବାରୁ ଗରୀବ…

Read More

ପୋଲସରା,୩୦/୪,(ଶିବ ପ୍ରସାଦ ସାହୁ):ପୋଲସରା ବ୍ଲକ ହାତୀଓଟ ସ୍ଥିତ ଗଙ୍ଗାଧର ସାହୁ ବିଜ୍ଞାନ ମହାବିଦ୍ୟାଳୟର ପ୍ରତିଷ୍ଠାତା ଗଙ୍ଗାଧର ସାହୁ ଙ୍କର ଗୁରୁବାର ଦେହାନ୍ତ ଘଟିଛି।ମୃତ୍ୟୁ ବେଳକୁ ୮୫ ବର୍ଷ ହୋଇଥିଲା ସେ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ହୋଇଥିବା ନେଇ ପରିବାର ପକ୍ଷରୁ ସୂଚନା ମିଳିଥିଲା। ବୟସାଧିକ ହେତୁ ସେ ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲ ରେ ଚିକିତ୍ସା ହେଉଥିଲେ। ସେଠାରେ ଚିକିତ୍ସା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ବଡ଼ ପୁଅ ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ସାନପୁଅ ଆଇନଜୀବୀ ସୁଶାନ୍ତ ସାହୁ ସମେତ ପରିବାର ଉପସ୍ଥିତ ଥିଲେ।ତାଙ୍କ ମୃତ୍ୟୁରେ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି। ନିଜ ଗ୍ରାମ ହାତୀଓଟ ସ୍ଥିତ ବାସଭବନ ରେ ଶେଷ ଦର୍ଶନ ଲାଗି ଅଣାଯାଇଛି। ଶେଷ ଦର୍ଶନ ପରେ ଏକ ପଟୁଆରରେ ପୁରୀ ସ୍ୱର୍ଗଦ୍ୱାର ଠାରେ ଶେଷକୃତ୍ୟ ସମ୍ପନ୍ନ ହେବ

Read More

ନୂଆପଡ଼ା,୩୦/୪,(ପରମେଶ୍ୱର ମେହେର):ନୂଆପଡ଼ା ବିଧାନସଭା ମଣ୍ଡଳୀ-୭୧ ଉପ-ନିର୍ବାଚନ–୨୦୨୫କୁ ସୁଚାରୁ ଭାବେ ପରିଚାଳନା କରିଥିବା ଅଧିକାରୀମାନଙ୍କୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶ ଆଜି ସ୍ଥାନୀୟ ସଦଭାବନା ସଭାଗୃହରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରିଛନ୍ତି।ଏହି ଅବସରରେ ଜିଲ୍ଲାପାଳ ନିର୍ବାଚନ ପରିଚାଳନାରେ ଜଡିତ ପ୍ରତ୍ୟେକ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉଚ୍ଚ ସ୍ୱରରେ ପ୍ରଶଂସା କରିଥିଲେ। ସ୍ୱଚ୍ଛ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ସମ୍ପନ୍ନ କରିବାରେ ସେମାନଙ୍କ ଅବଦାନକୁ ସେ ଅତ୍ୟନ୍ତ ସ୍ମରଣୀୟ ବୋଲି କହିଥିଲେ। ଜିଲ୍ଲାପାଳ ନିର୍ବାଚନ ସମୟରେ ସମ୍ମୁଖୀନ ବିଭିନ୍ନ ଚାଲେଞ୍ଜ ସମ୍ପର୍କରେ ମଧ୍ୟ ସ୍ମରଣ କରିଥିଲେ ଏବଂ ସମସ୍ତଙ୍କ ଦଳଗତ ସମନ୍ୱୟ ଓ ଅକ୍ଳାନ୍ତ ପରିଶ୍ରମ ଫଳରେ ଜିଲ୍ଲା ପ୍ରଶାସନ ରାଜ୍ୟ ଓ ଜାତୀୟ ସ୍ତରରେ ଶ୍ରେଷ୍ଠ ନିର୍ବାଚନ ପୁରସ୍କାର ଅର୍ଜନ କରିପାରିଥିବା କଥା ଉଲ୍ଲେଖ କରିଥିଲେ।ଜିଲ୍ଲାପାଳ ତାଙ୍କ ବାର୍ତ୍ତାରେ କହିଥିଲେ ଯେ ପ୍ରଶାସନର ଅନ୍ୟନାମ ହେଉଛି ଗତିଶୀଳତା ଓ ସମ୍ବେଦନଶୀଳତା। ଏହି ପରିପ୍ରେକ୍ଷିରେ ସଦ୍ୟ ସମାପ୍ତ…

Read More

ବୋଲଗଡ଼,୩୦/୪,(ସୁଶାନ୍ତ କୁମାର ପ୍ରଧାନ):ଗ୍ୟାସ ସଙ୍କଟ ସମୟରେ ଏହାର କଳାବଜାରୀ ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରୀ ରହିଥିବାବେଳେ ବୋଲଗଡ଼ ବ୍ଲକ ଅଞ୍ଚକର ଜନୈକ ଗ୍ୟାସ ବେପାରୀ ଙ୍କ ଦୁଇଟି ଘରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇ ବେଆଇନ ଭାବେ ଗଚ୍ଛିତ ଥିବା ୧୫ ଟି ରନ୍ଧନ ଗ୍ୟାସ ଭର୍ତ୍ତି ଟାଙ୍କି ଜବତ କରାଯାଇଛି। ବୋଲଗଡ଼ ବ୍ଲକ ଯୋଗାଣ ଅଧିକାରୀ ସିଦ୍ଧାର୍ଥ ସାହୁ ଙ୍କ ସୂଚନା ଆଧାରରେ ଖୋର୍ଦ୍ଧା ଉପଖଣ୍ଡ ସହକାରୀ ଯୋଗାଣ ଅଧିକାରିଣୀ ଇନ୍ଦୁରେଖା ସାହୁଙ୍କ ନେତୃତ୍ୱ ରେ ବେଗୁନିଆ ଯୋଗାଣ ଅଧିକାରିଣୀ ସାଗରିକା ମହାଲା,ଟାଙ୍ଗୀ ଯୋଗାଣ ଅଧିକାରୀ ଶିବରାମ ବିଶ୍ଵାଳ ପ୍ରମୁଖଙ୍କ ଏକ ଟିମ୍ ବୋଲଗଡ଼ ବସଷ୍ଟାଣ୍ଡ ବଜାରରେ ଗ୍ୟାସମରାମତି ଦୋକାନକରିଥିବା ଜଗନ୍ନାଥ ସୁବୁଦ୍ଧି ଙ୍କ ବୋଲଗଡ଼ଘରେ ଚଢ଼ାଉକରି ସେଠାରୁ ବେଆଇନ ଭାବେ ଗଚ୍ଛିତ ଥିବା ୩ଟି ଓ ତାଙ୍କର ରାମସୁବୁଦ୍ଧିପାଟଣା ସ୍ଥିତ ଘରୁ ୧୨ ଟି ରନ୍ଧନ ଗ୍ୟାସ ଭର୍ତ୍ତି ଟାଙ୍କି ଜବତ କରିଥିଲେ।ଟାଙ୍କି ଗୁଡ଼ିକର ମାଲିକାନା…

Read More

ଚିକିଟି,୩୦/୪,(ନିଗମାନନ୍ଦ ପଣ୍ଡା):ମେ ୧ ତାରିଖ ଶ୍ରମିକ ଦିବସ ପରିପେକ୍ଷୀରେ ମିନାକ୍ଷୀ ନଗର ସ୍ଥି ତ ସେଣ୍ଟ୍ ଜାଭି ୟର୍ସ ହାଇସ୍କୁଲର ସ୍କାଉଟ୍ ଓ ଗାଇଡ୍ ଛାତ୍ରଛାତ୍ରୀମାନଙ୍କ ତରଫରୁ ଶ୍ରମିକ ମାନଙ୍କୁ ମାଗଣାରେ ଛତା ବଣ୍ଟନ କରଯାଇଥିଲା। ଛାତ୍ର ଛାତ୍ରୀ ମାନେ ଅନ୍ଧପସରା ରୋଡ ସମ୍ମୁଖ ରାସ୍ତାରେ କାର୍ଯ୍ୟ କରୁଥିବା ୨୦ ରୁ ଉର୍ଦ୍ଧ୍ବ ଶ୍ରମିକ ଙ୍କୁ ଏପରି ଛତା ବଣ୍ଟନ କରିବା ସହ ଖରା ଦିନ ଲାଗି ରୋଦ୍ର ତାପ ର ପ୍ରଭାବ ଓ କିପରି ନିଜକୁ ଅଂଶୁଘାତ ରୁ ସୁରକ୍ଷିତ ରଖି ପାରିବେ ସଚେତନ କରିଥିଲେ । ଛାତ୍ରଛାତ୍ରୀମାନେ ଏପରି ମହତ କାମ କରି ଖୁସି ଅନୁଭବ କରିଥିଲେ । ଗାଇଡ୍ ଶିକ୍ଷୟିତ୍ରୀ ରଶ୍ମିତା ଦଳେଇ ଓ ଶିକ୍ଷକ ଅଭିଳାଶ ଶିଳା ପ୍ରମୁଖ ଏହାର ନେତୃତ୍ଵ ନେଇଥିଲେ । ଏପରି ମହତ୍ ଆଉ ସେବାମୁଳକ କାର୍ଯ୍ୟ ଲାଗି ନିର୍ଦ୍ଦେଶକ କୁନାଲ୍ କୌଶିକ ପଣ୍ଡା, ରାହୁଲ୍ ରାଜ ପଣ୍ଡା ଓ ଅଧକ୍ଷ…

Read More

ନୂଆପଡ଼ା,୩୦/୦୪ (ପରମେଶ୍ୱର ମେହେର):ନୂଆପଡ଼ା ଜିଲ୍ଲା ଖଡିଆଳ ପରିକ୍ଷିତ ଟାଇଗର କଲେଜ ର ୧୩ ତମ ବାର୍ଷିକ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଖଡିଆଳ ବିଧାୟକ ଅଧିରାଜ୍ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ମଞ୍ଚାଶିନ ଥିବାବେଳେ ଖଡିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ ସମ୍ମାନିତ ଅତିଥି ଭବରେ , ଅନ୍ୟତମ ଅତିଥି ଭାବରେ ଖଡିଆଳ ନଗର ପାଲ ଉଜ୍ବଳ ଗୁପ୍ତା, ବିଶିଷ୍ଟ ଅତିଥି ଭାବରେ ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ସମ୍ମାନୀତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ନଗର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ବିଦ୍ୟାଳୟ ଉପଦେଷ୍ଟା ଲଲିତ ବାଗ, ବିଦ୍ୟାଳୟ ନିର୍ଦ୍ଦେଶକ ତେଜରାଜ୍ ବାଗ , ମୁଖ୍ୟ ବକ୍ତା ଭାବରେ ବିଦ୍ୟାଳୟ ଅଧ୍ୟାପକ ଗୋପୀନାଥ ପୁରୀ ପ୍ରମୁଖ ମଞ୍ଚାଶିନ ଥିଲେ। ପ୍ରିନ୍ସିପାଲ ଯୋଗେନ୍ଦ୍ର ମହାନନ୍ଦ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ। ଖଡିଆଳ ସହରରେ ୨୦୧୩ ବେଳକୁ କୌଣସି ଘରୋଇ…

Read More

ନୂଆପଡ଼ା,ସିନାପାଲି,୩୦/୦୪,(ପରମେଶ୍ୱର ମେହେର):ସ୍ଥାନୀୟ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସତ୍ୟରୂପା ଯୋଶୀ ନିଜ ଚାକିରୀ ଜୀବନରୁ ଆଜି ଅବସର ଗ୍ରହଣ କରିଛନ୍ତି l ଦୀର୍ଘ ଦିନରୁ ସେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଦାୟିତ୍ଵରେ ରହି ସୂଚାରୁ ରୂପେ କାର୍ଯ୍ୟ ସଂପାଦନ କରିଆସୁଥିଲେ l ଜଣେ ମେଳାପୀ, ମିଷ୍ଟଭାଷୀ, ତଥା କର୍ତ୍ତବ୍ଯପରାୟଣା ଶିକ୍ଷୟିତ୍ରୀ ଭାବରେ ତାଙ୍କର ସୁନାମ ରହିଥିବା ବେଳେ ଆଜି ଏକ ଭାବାବେଗ ପରିବେଶ ମଧ୍ୟରେ ନିଜ ସ୍କୁଲ ପରିସରରେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି l ଏନେଇ ପ୍ରଧାନ ଶିକ୍ଷକ ଲଳିତ କୁମାର ସୁନାରୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶିକ୍ଷକ ମନୋରଞ୍ଜନ ମେହେର, ନିକୁଞ୍ଜ ବିହାରି ସା, ଶିକ୍ଷୟିତ୍ରୀ ପର୍ତିଶ୍ବରୀ ପାତ୍ର ପ୍ରମୁଖ ବିଦାୟୀ ଶିକ୍ଷୟିତ୍ରୀ ସତ୍ଯରୂପା ଯୋଶୀଙ୍କ ଶିକ୍ଷା ପ୍ରତି ସମର୍ପଣ ଓ ତ୍ୟାଗପୂର୍ଣ ଜୀବନର ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ଶିକ୍ଷକ ମହେଶ କୁମାର ମେହେର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ…

Read More