ଫୁଲବାଣୀ,୩୦/୦୪,(ସୁନୀଲ ପଟ୍ଟନାୟକ):ବାଲିଗୁଡ଼ା ବନ ଖଣ୍ଡ ଅଧୀନ ତୁମୁଡିବନ୍ଧ ଜଙ୍ଗଲ ବିଭାଗ ରେଞ୍ଜ କୁ ମିଳିଛି ସଫଳତା l ରେଞ୍ଜ ଅଧିକାରୀ ଙ୍କ ନିଷ୍ଟପର ଉଦ୍ୟମ ଆନ୍ତରିକତା, କାର୍ଯ୍ୟ ଦକ୍ଷତା ଓ ପରିଶ୍ରମ ଯୋଗୁଁ ଏ ସବୁ ସମ୍ଭବ ହୋଇଥିବା କୁହାଯାଉଛି l ବନ ବିଭାଗ ସ୍କ୍ୱାର୍ଡ କର୍ମଚାରୀ ରାତିରେ ପେଟ୍ରୋଲିଂ କରୁଥିବା ବେଳେ ସିର୍ଲା ପଞ୍ଚାୟତର ପିତାମlହl ଜଙ୍ଗଲ ରେ ବେଆଇନ୍ ଶିକାର ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବନ ବିଭାଗ କର୍ମଚାରୀ ମାଡ଼ି ବସି ୪ଜଣ ଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୪ଟି ଦେଶୀ ବନ୍ଧୁକ, ୨୧ଗୁଳି, ବାରୁଦ, ହେଡ୍ ଲାଇଟ୍, କଇଞ୍ଚି, ଜି ଆଇ ତାର, ଗୋଟିଏ ବାଇକ, ଓ ଅନ୍ୟାନ୍ୟ ସର ଞ୍ଜlମ ଜବତ କରିବା ରେ ସଫଳ ହୋଇଥିବା ଜଣାପଡିଛି l ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେ଼ଇ ରେଞ୍ଜ ଅଧିକାରୀ ରଜନୀ କାନ୍ତ ମେହେର ସୂଚନା…
Author: Janabani News
ପୋଲସରା:୨୯/୪,(ଶିବ ପ୍ରସାଦ ସାହୁ):ପୋଲସରା ଥାନା ଅନ୍ତର୍ଗତ ବାଲିଘାଇ ଗ୍ରାମରେ ବରଯାତ୍ରୀ ପଟୁଆରରେ ଡିଜେ ଗୀତକୁ କେନ୍ଦ୍ରକରି ଆକାଶ ଜେନାକୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ କେଶ ନମ୍ବର ୨୩୮/୨୬ ପ୍ରକାରେ ସୋମବାର ଦିନ ପୋଲସରା ପୁଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ବୁଧବାର ସାମ୍ବାଦିକ ସମ୍ମିଳନୀ କରି ଆଉ ୫ ଜଣଙ୍କୁ ଗିରଫ କରାଯାଇଥିବା ପୁରୁଷୋତ୍ତମ ପୁର ଏସଡିପିଓ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି।ଗିରଫ ଅଭିଯୁକ୍ତ ମାନେ ହେଲେ ପୋଲସରା ରାଣୀପଡ଼ାର ସୁଭମ କାଣ୍ଡି,ଓଡ଼ିଆ ସାହିର ତୋଫାନ ନାୟକ, ମଠ ସାହିର ତୋଫାନ ରାଉତ ଓ ବାଲିଘାଇ ର ଅମର ପ୍ରଧାନ, ଧର୍ମରାଜ ସ୍ବାଇଁ ଏହିପରି ୫ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଛି।ଗିରଫ ସଂଖ୍ୟା ୭ କୁ ବୃଦ୍ଧି ପାଇଛି। ୩ ଗୋଟି ଖଣ୍ଡା ଓ ପଲସର ବାଇକ୍ ଜବତ ହୋଇଛି ବୋଲି ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲା।ଶନିବାର ଦିନ ବାଲିଘାଇ…
ବୁଗୁଡ଼ା,୨୯/୪,(କୁମୁଦ ଚନ୍ଦ୍ର ବେହେରା):ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁ ଗୁଳି ଜନ ଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ ଟୋପେ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି ପଥଚାରୀ । ବର୍ତ୍ତମାନ ବିଭିନ୍ନ ଅଞ୍ଚଳରେ ଜଳ ଛତ୍ର ଦୃଶ୍ୟମାନ ହେଉ ଥିବାବେଳେ ମଧ୍ୟ ବିଭିନ୍ନ ଦୋକାନରେ ଥଣ୍ଡା ପାନୀୟ ସାଙ୍ଗକୁ ପାଣି, ମିଶ୍ରି ଓ ଲେମ୍ବୁ ପାଣି ସାଙ୍ଗକୁ ଦହି ତଲ୍ଲା, ସୋଡା ଆଦିର ଚାହିଦା ବଢିବାରେ ଲାଗିଛି। ଶୋଷରେ ଆତୁର ଯାତ୍ରୀ ଓ ପଥଚାରୀ ଶୋଷ ମେଣ୍ଟାଇବାକୁ ସମସ୍ତ ପାନୀୟ କିଣୁ ଥିବା ବେଳେ ଏ ସବୁର ମାନ ଉପରେ ପ୍ରଶ୍ନ ଉଠୁଛି । ବଜାରରେ ନାମୀ ଦାମୀ କମ୍ପାନୀର ପାନୀୟ ସାମଗ୍ରୀ ସାଙ୍ଗକୁ ବହୁ ବେନାମୀ ଓ ସ୍ଥାନୀୟ ପ୍ରସ୍ତୁତି ପାନୀୟ ବହୁଳ ବଜାରରେ ମୃଦୁ ପାନୀୟ ସମ୍ଭାର ଭାବରେ ବିକ୍ରିବଟା ହେଉଛି। ତେବେ ବଜାରରେ ସାଧାରଣ ଗ୍ରାହକଙ୍କ ନିମନ୍ତେ ଉପଲବ୍ଧ ମୃଦୁ ପାନୀୟ ବାସ୍ତବରେ ଶରୀର ପାଇଁ…
ବୋଲଗଡ,୨୯/୦୪,(ସୁଶାନ୍ତ କୁମାର ପ୍ରଧାନ):ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅନ୍ତର୍ଗତ ରାଜସୁନାଖଳା ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ସଭାଗୃହରେ ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ୱର, ଓଡିଶା ପକ୍ଷରୁ ରାଜ୍ୟ ସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ -୨୦୨୬ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଖୋର୍ଦ୍ଧା ଜିଲ୍ଲା ଓକିଲ ସଂଘ ସଭାପତି ଲୋତକବିନ୍ଦୁ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ରାଜସୁନାଖଳା ଗ୍ରାମ ପଂଚାୟତର ପୂର୍ବତନ ସରପଞ୍ଚ ସଚ୍ଚିକାନ୍ତ ଷଡ଼ଙ୍ଗୀ, ଯୁବନେତା ତଥା ସମଜସେବୀ ପ୍ରଫୁଲ୍ଲ କୁମାର ନାୟକ, କ୍ରୀଡା ସଂଗଠକ ତଥା ଫ୍ରଣ୍ଡ୍ସ ସ୍ପୋର୍ଟ୍ସ କ୍ଳବ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ ଓ ଉତ୍କଳୀୟମ ଫାଉଣ୍ଡେସନର ରାଜ୍ୟ ସଂଯୋଜିକା ସୁଚିତ୍ରା ବେହେରା ପ୍ରମୁଖ ଯୋଗ ଦେଇଥିଲେ l ଅତିଥିମାନଙ୍କୁ ଚନ୍ଦନ, ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l ଏହି ସଭାକାର୍ଯ୍ୟକୁ ଉତ୍କଳୀୟମ ଫାଉଣ୍ଡେସନର ଅଧ୍ୟକ୍ଷ ତଥା…
ପ୍ରଜ୍ଞା ଓ ପରିଶ୍ରମ ଦ୍ବାରା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବିଦାୟୀ ଅତିରିକ୍ତ ଜିଲ୍ଲାପାଳ ଡ. ପୃଷ୍ଟି : ଗଞ୍ଜାମ ଜିଲ୍ଲାପାଳ ଛତ୍ରପୁର:୨୯/୪,(ହିମାଂଶୁ ଶେଖର ସାବତ):ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ. ପ୍ରମୋଦ କୁମାର ପୃଷ୍ଟିଙ୍କୁ ବିଦାୟ ଓ ନୂତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ନାୟକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଜିଲ୍ଲା ପରିଷଦର ସ୍ଥିତ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଓ୍ବି କୀର୍ତ୍ତି ଓ୍ବାସନ୍ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲାପାଳ ଡ. ପୃଷ୍ଟିଙ୍କୁ ଜଣେ ଦକ୍ଷ ଅଧିକାରୀ ବୋଲି ବର୍ଣ୍ଣନା କରିଥିଲେ । ଗଞ୍ଜାମ ଜିଲ୍ଲାର ମୁଖ୍ଯମନ୍ତ୍ରୀ କନ୍ଯା ବିବାହ ଯୋଜନାର ଶୁଭାରମ୍ଭ ଠାରୁ ଆରମ୍ଭ କରି ଓସଓ୍ବାସ କାର୍ଯ୍ୟାନ୍ଵୟନ ପର୍ଯ୍ଯନ୍ତ ତାଙ୍କ ଉପରେ ଯେକୌଣସି ଦାୟୀତ୍ବ ନ୍ଯସ୍ତ କରାଯାଇଛି ସେ ସମସ୍ତ କାର୍ଯ୍ୟକୁ ସଫଳତାର ସହ ସମ୍ପାଦନ କରିଛନ୍ତି ।…
ବ୍ରହ୍ମପୁର,୨୯/୪,(ହିମାଂଶୁ ଶେଖର ସାବତ):ଉନ୍ନତ ଜୀବନଶୈଳୀ ଓ ନିୟମିତ ବ୍ୟାୟାମ କରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ ଛତ୍ରପୁର ( ) ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ନିର୍ଦ୍ଦେଶରେ ଆଜି ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ବ୍ରହ୍ମପୁର ସ୍ଥିତ ସ୍ୱାସ୍ଥ୍ୟ ସଦନର ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡା. ସୁନୀଲ କୁମାର କୋଟାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଡିଆରଡିଏ ଅଧିକାରୀ ଏବଂ କର୍ମଚାରୀ ପ୍ରାୟ୧୫୦ ଜଣ ବ୍ୟକ୍ତିବିଶେଷଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।ଶିବିରରେ ମଧୁମେହ, ରକ୍ତଚାପ, ଲିପିଡ୍ ପ୍ରୋଫାଇଲ, ଲିଭର ଫଙ୍କସନ ଟେଷ୍ଟ, ୟୁରିକ ଏସିଡ,ଚକ୍ଷୁ ପରୀକ୍ଷା ଓ ଲିଭର ଆଦିର ପରୀକ୍ଷା କରାଯାଇଥିଲା ।ଜିଲ୍ଲାପାଳ ଏହି ସବୁର ପରୀକ୍ଷା କରାଇବା ସହିତ ଆଜିର ବ୍ୟସ୍ତ ବହୁଳ ଜୀବନରେ ଡାଇବେଟିସ, ଥାଇରଏଡ୍, ଉଚ୍ଚ ରକ୍ତଚାପ, ମୋଟାପଣ ଆଦି ପ୍ରାୟ ଲୋକଙ୍କ ପାଖରେ ପରିଲିକ୍ଷିତ ହେଉଛି । ଏହି ସବୁକୁ କମାଇବାକୁ…
ବାଲିଗୁଡ଼ା:୨୯/୪,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମାର ନୂତନ ପଞ୍ଚାୟତ ଗୃହ ନିର୍ମାଣରେ ଜନ ଅସନ୍ତୋଷ ଦେଖାଦେଇଛି। ସୂଚନା ଅନୁଯାୟୀ ୨୦୨୫ ଅକ୍ଟୋବର ମାସ ୧୯ ତାରିଖରେ ବାରଖମା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ମଞ୍ଜୁର ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଭର୍ଚୁଆଲ ଭାବେ ବାଲିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର,ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠୀ, ବାରଖମା ସରପଞ୍ଚ ଓ ଜନସାଧାରଣଙ୍କ ଉପସ୍ଥିତିରେ ରାଜୀବଗାନ୍ଧୀ ସେବାକେନ୍ଦ୍ର ନିକଟରେ ଏକ ଜମିକୁ ଚିହ୍ନଟ ସହ ଭୂମି ପୂଜନ କରିଥିଲେ। ଯାହାକି ବାରଖମାର ମୁଖ୍ୟ ବଜାର ସହ ଜନବସତି ନିକଟରେ ହୋଇଥିଲା। କିନ୍ତୁ ନିର୍ମାଣ ବେଳକୁ ଗ୍ରାମବାସୀଙ୍କ ଅଜାଣତରେ ସେହି ଜାଗାରେ ନହୋଇ ବାରଖମା ଠାରୁ ବହୁ ଦୁରରେ ହେଉଥିବାରୁ ଜନ ଅସନ୍ତୋଷ ଦେଖା ଦେଇଛି। ତେବେ ଏନେଇ ଏକ ଅଭିଯୋଗ ପତ୍ର ସହ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି ବରଖମା ଗ୍ରାମବାସୀ। ସେହି ଜାଗାରେ ପଞ୍ଚାୟତ…
ପୁରୁଷୋତ୍ତମପୁର,୨୯/୪, (ଶୁଭଙ୍କରୀ ଦାଶ):ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ସଭା ଗୃହ ଠାରେ ଅଷ୍ଟମ ପଞ୍ଚାୟତ ସମିତି ବୈଠକ ଅଧିବେଶନ ବ୍ଳକ ଅଧକ୍ଷା ପିଙ୍କି ବେହେରାଙ୍କ ସଭାପତିତ୍ୱ ରେ ହୋଇଥିଲା ବେଳେ ବିଡ଼ିଓ ଶରତ କୁମାର ବେହେରା ଏହାକୁ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି।ବୈଠକ ସଭା ଗୃହ ରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧ୍ୟାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ପୂର୍ଣ୍ଣିଚନ୍ଦ୍ର ସେଠୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ କୁମାର ନାୟକ ଏବଂ ସମ୍ମାନିତ ଅତିଥି ଭାବେ ତହସିଲଦାର ବିନୋଦ କୁମାର ବେହେରା, ଅତିରିକ୍ତ ବିଡ଼ିଓ ଜ୍ୟୋତିର୍ମୟୀ ନାୟକ, ବ୍ଳକ ଏଓ ନାଗ ଭୂଷଣ ଯାଦବ ମଞ୍ଚାସିନ ଥିଲେ | ଏହା ସହ ସବୁ ବିଭାଗର ଲାଇନ ଅଧିକାରୀ ୨୬ ଗୋଟି ପଞ୍ଚାୟତ ରେ ଜନ ପ୍ରତିନିଧି | ତଥା ୩୬ ନଂ ଜିଲ୍ଲା ପରିଷଦ ଭକମନ ବେହେରା ଓ ୩୭ ନଂ ଜିଲ୍ଲା ପରିଷଦ ରଞ୍ଜିତ ବେହେରା ଉପସ୍ଥିତ…
୪ ଗିରଫ, କାର୍ ଓ ବାଇକ୍ ସମେତ ମାରଣାସ୍ତ୍ର ଜବତ ବେଲଗୁଣ୍ଠା:୨୯/୪,(ଶିବରାମ ଚୌଧୁରୀ):ବେଲଗୁଣ୍ଠା ଥାନା ଅନ୍ତର୍ଗତ ଅଢେଇଗାଁ ଗ୍ରାମରେ ଏକ ଗୋଷ୍ଠୀ ସଂଘର୍ଷ ଓ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ମାମଲାରେ ପୋଲିସ ଏକ କାର୍, ୪ଟି ବାଇକ୍ ଏବଂ ଆକ୍ରମଣରେ ବ୍ୟବହୃତ ମାରଣାସ୍ତ୍ର (କାତି) ଜବତ କରିଛି ବେଲଗୁଣ୍ଠା ପୋଲିସ।ଗତ ୨୭ ତାରିଖ ରାତି ପ୍ରାୟ ୧୦:୩୫ ସମୟରେ ଅଢ଼େଇ ଗାଁ ଗ୍ରାମର ଭାବଗ୍ରାହୀ ବେହେରା (୪୫) ବେଲଗୁଣ୍ଠା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ, ସେହିଦିନ ସନ୍ଧ୍ୟାରେ ସେ, କାହ୍ନୁ ପ୍ରଧାନ, ଚନ୍ଦନ ପ୍ରଧାନ ପ୍ରାୟ ୬ଟା ସମୟରେ ସେ ଶୌଚ ସାରି ଘରକୁ ଫେରୁଥିବା ବେଳେ, ଭଞ୍ଜନଗର ଥାନା କଇଣ୍ଡି ଗ୍ରାମର ଅମି ବେହେରା ଓ ଉଢୁରା ହରିଜନ ସାହିର ପ୍ରାୟ ୨୨ ଜଣ ବ୍ୟକ୍ତି ୭ଟି ମୋଟରସାଇକେଲ ଏବଂ ଏକ…
ଫୁଲବାଣୀ,୨୯/୦୪:(ସୁନୀଲ ପଟ୍ଟନାୟକ):ଫୁଲବାଣୀ ଓକିଲ ସଙ୍ଘ ପକ୍ଷରୁ ମଧୁ ବାବୁ ଜୟନ୍ତୀ ପାଳିତ ହୋଇଯାଇଛି l ଏହି ଅବସରରେ ଓକିଲ ସଂଘ ସଭାପତି ତଥା ବରିଷ୍ଠ ଆଇନଜୀବି ଭଗବାନ ମହାନ୍ତି ଙ୍କ ନେତୃତ୍ବରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟlର୍ପଣ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ସଙ୍ଘ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ଙ୍କ ସମେତ ବରିଷ୍ଠ ଆଇନଜୀବି ରବୀନ୍ଦ୍ର ନାଥ ମିଶ୍ର, ବଂଶୀ ଧର ମହାପାତ୍ର, ହରିଶ୍ଚନ୍ଦ୍ର ମହାରଣା, ଶିବ ପ୍ରସାଦ ତ୍ରିପାଠୀ, ଅସୀମ ପ୍ରହରାଜ, ରମେଶ ମହାନ୍ତି, ବନମାଳୀ ବେହେରା, ଚଂଦ୍ର ଶେଖର ମିଶ୍ର, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସିଦ୍ଧେଶ୍ୱର ଦାସ, ବନମାଳୀ ବେହେରା, ଜୟନ୍ତୀ ପାଣିଗ୍ରାହି, ନନ୍ଦିତା କୁମାରୀ,ନମିତା ସାହୂ ପ୍ରମୁଖ ଙ୍କ ସମେତ ଅନେକ ଆଇନଜୀବି ଉପସ୍ଥିତ ଥିଲେ l ସଂନ୍ଧ୍ୟାରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ରେ ଏକ ଆଲୋଚନା ଚକ୍ରଓ ପୁରସ୍କାର ବିତରଣି ଉତ୍ସବ ଅନୁଷ୍ଠିତ ହୋଇଥିଲା l…
ଫୁଲବାଣୀ,୨୯/୦୪,(ସୁନୀଲ ପଟନାୟକ):ଫୁଲବାଣୀ ସହର ର ଗୋପବନ୍ଧୁ ଛକ ଠାରେ ପୌର ପରିଷଦ ତରଫରୁ ୧୦୦ଫୁଟ ବିଶିଷ୍ଟ ଜାତୀୟ ପତାକା କୁ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ l ଏଥି ସହ ଷ୍ଟାଡିୟମ୍ ନିକଟ ରେ ପୌର ପରିଷଦ ର ନୂତନ କାର୍ଯ୍ୟାଳୟ ର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ l ସେହିପରି ବର୍ତ୍ତମାନ ପୌର ପରିଷଦ କାର୍ଯ୍ୟାଳୟ ରେ ଏକନୂତନ ସମ୍ମିଳନୀ କକ୍ଷ ମଧ୍ଯ ଉଦ୍ଘାଟନ କରିଥିଲେ ମୁଖ୍ୟ ଅତିଥି ବିଧାୟକ ମଲିକ l ଅନ୍ୟ ମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦେଶକ ଡୁ ଡ଼ା ପ୍ରବୀଣ କୁମାର ବlଣୁଆ, ପୌର ପରିଷଦ ଅଧ୍ୟକ୍ଷା ପାୟଲ ବେହେରା, ପୌର ପରିଷଦ ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି , ସମସ୍ତ କାଉନସିଲର କର୍ମଚାରୀ, ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ l ପୌର ପରିଷଦ ପକ୍ଷରୁ ଏଭଳି କାର୍ଯକ୍ରମ କୁ ସାଧାରଣରେ ବେଶ ପ୍ରଶଂସା…
ଫୁଲବାଣୀ,୨୯/୦୪ (ସୁନୀଲ ପଟ୍ଟନାୟକ):ଫୁଲବାଣୀ ଜବlହାର ନବୋଦୟ ବିଦ୍ୟାଳୟ ର ଯୁକ୍ତ ୨ଛାତ୍ର ମୃତ୍ୟୁ ଘଟଣା କୁ ସପ୍ତାହେ ବିତିଲାଣି, ହେଲେ ଏ ଯାଏଁ ବିଦ୍ୟାଳୟ ର ଅଧକ୍ଷ, ସୂପରିଟେଣ୍ଡଣ୍ଟ ବିରୁଦ୍ଧରେ କୌଣସି ଆଖି ଦୃଷୀୟା କାର୍ଯାନୁଷ୍ଠାନ ଗ୍ରହଣ କରାଯାଇନଥିବା ଦେଖିବlକୁ ମିଳିଛି l ପୁର୍ବରୁ ପରିବାର ଲୋକେ ଏ ନେଇ ଥାନା ରେ ଅଭିଯୋଗ କରିବା ସହ ଏସପି ଙ୍କୁ ଭେଟି କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଥିଲେ lସେହିପରି ସୋମବାର ସନ୍ଧ୍ୟାରେ ନବୋଦୟ ବିଦ୍ୟାଳୟ ର କିଛି ଛାତ୍ର ଛାତ୍ରୀ ଦୀର୍ଘ ୫କିମି ବାଟ ଚାଲି ଚାଲି ଆସି ଏସପି ହରିଶ୍ ବିଶି ଓ ଜିଲାପାଳ ବେଦ ଭୂଷଣ ଙ୍କୁ ଭେଟି ଛାତ୍ର ମୃତ୍ୟୁ ଘଟଣା ର ନିରପେକ୍ଷ ତଦନ୍ତ କରି ସମ୍ପୃକ୍ତ ଥିବା ଅଭିଯୁକ୍ତ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଥିଲେ l ମୃତ ଛାତ୍ର ଙ୍କୁ ବିଦ୍ୟାଳୟ କତୃପକ୍ଷ ମାନସିକ ନିର୍ଯାତନା…