Author: Janabani News

ବାଲିଗୁଡା, ୨୦/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପବିତ୍ର ଅକ୍ଷୟ ତୃତୀୟା, ଏହି ଦିନଟି ଓଡ଼ିଆ ଜାତି ପାଇଁ ଏକ ଶୁଭ ଦିନ ହୋଇଥିବା ବେଳେ ଏହି ଦିନରେ ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ ହୋଇଥାଏ। ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରା ଅନୁସାରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରା ଙ୍କ ରଥଯାତ୍ରା ନିମନ୍ତେ ଆଜିର ଦିନରେ ରଥ କାର୍ଯ୍ୟ ଆରମ୍ଭ ହୋଇଥାଏ। ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଆଜି ରଥଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟ ନିମନ୍ତେ ତିନି ଠାକୁରଙ୍କ ତିନି ରଥ ନିମନ୍ତେ ନୂତନ କାଠ ପୂଜା କରାଯାଇ ରଥ କାର୍ଯ୍ୟ ଅନୁକୂଳ କରାଯାଇଛି। ମନ୍ଦିର ପରିସରରେ ତିନି ରଥ କାଠ ରଖାଯାଇ ତିନି ଠାକୁରଙ୍କ ଠାରୁ ଆଦେଶ ମାଳ ଆଣି ପୁଜା ପାଠ କରାଯାଇ ବିଶ୍ବକର୍ମାଙ୍କୁ ରଥ ନିର୍ମାଣ ନିମନ୍ତେ ପ୍ରଦାନ କରାଯାଇଥିଲା। ଏଥିରେ ଟ୍ରଷ୍ଟି ପକ୍ଷରୁ ମଧୁସୂଦନ ଦାସ, ପ୍ରକାଶ ଚନ୍ଦ୍ର ନାୟକଙ୍କ ଉପସ୍ଥିତ ରେ ମନ୍ଦିର…

Read More

କଳାହାଣ୍ଡି,୨୦/୦୪:(ରୁପେନ୍ଦ୍ର ସୁନାନୀ):ଧର୍ମଗଡ ବ୍ଲକ୍, ପର୍ଲା ବିଜୁ ଏକ୍ସପ୍ରେସରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗାଡ଼ିରେ ଥିବା ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଚାନ୍ଦାହାଣ୍ଡି, ଡଙ୍ଗରିଗୁଡ଼ା ଗ୍ରାମର ସୁଶାନ୍ତ ଗଉଡ ଏବଂ ତାଙ୍କ ସ୍ତ୍ରୀ ଏକ ଟାଟା ଇଣ୍ଡିଗୋ ଗାଡି ନମ୍ବର OD 02L3141 ରେ ବେହେରା ପଟରୁ ଧର୍ମଗଡ ଅଭିମୁଖେ ଯାଉଥିଲେ। ମିର୍ଜାପୁର ଅତିକ୍ରମ କଲା ପରେ ପର୍ଲା ନିକଟରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିବାରୁ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଗୁରୁତର ହୋଇଛନ୍ତି। ଉପସ୍ଥିତ ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ପହଞ୍ଚିବା ଡେରି ହେବାରୁ ଗୁରୁତର ଦୁଇ ଜଣଙ୍କୁ ଉପସ୍ଥିତ ସମାଜସେବୀ ତଥା ଲୋକମାନଙ୍କ ସହାୟତାରେ ଅଟୋ ଯୋଗେ ନିକଟସ୍ଥ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ଭର୍ତ୍ତି କରାଯାଇଥିଲା। କିନ୍ତୁ ଦୁହିଁଙ୍କର ଅଵସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭବାନିପାଟଣା ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣା ପଡ଼ିଛି।

Read More

ବେଲଗୁଣ୍ଠା,୨୦/୦୪,(ଶିବରାମ ଚୌଧୁରୀ):ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବେଲଗୁଣ୍ଠା ବ୍ଳକ୍ ବିଞ୍ଚଣା ଠାରେ କରାଗାଡ଼ିଆ କୃଷକ ବାହିନୀ ଆନୁକୁଲ୍ୟରେ ଅକ୍ଷି ମୁଠି ଅନୁକୂଳ କରାଯାଇଛି I ଏହି ଅବସରରେ ଗିନି ମୃଦଙ୍ଗ ଭଳି ପାରମ୍ପରିକ ବାଦ୍ୟ ବାଜଣା ପଟୁଆର ମଧ୍ୟରେ ଅକ୍ଷି ମୁଠି ଅନୁକୂଳ କରାଯାଇଥିବା ବେଳେ ହୁଳହୁଳି ଏବଂ ହଳିଆ ଗୀତରେ ଅଞ୍ଚଳରେ ଏକ ନିଆରା ବାତାବରଣ ସୃଷ୍ଟି ହୋଇଥିଲା। ଏହି କାର୍ଯ୍ୟକ୍ରମରେ କୃଷକ ବାହିନୀ ସଭାପତି ଶିଶିର କାନ୍ତ ନାୟକ, ଶିକ୍ଷାବିତ୍ ଶିବରାମ ପାଢ଼ୀ , ଲକ୍ଷ୍ମଣ ପଣ୍ଡା ଏବଂ ପୂର୍ବତନ ବେଣୀପଲ୍ଲୀ ସମିତି ସଭ୍ୟ ରାମଚନ୍ଦ୍ର ବିଶ୍ୱାଳଙ୍କ ସମେତ ଗ୍ରାମ ଭଦ୍ରବ୍ୟକ୍ତି ସୁରେନ୍ଦ୍ର ପ୍ରଧାନ, ତ୍ରିନାଥ ନାୟକ, କୃଷ୍ଣ ପ୍ରଧାନ,ଭଗବାନ ପ୍ରଧାନ,ସନ୍ନ୍ୟାସୀ ନାୟକ, କାଳୁ ଚରଣ ନାୟକ,ପ୍ରଫୁଲ୍ଲ ନାୟକ ପ୍ରମୁଖ ଉପସ୍ଥିତ ଥିଲେ I

Read More

ଭଞ୍ଜନଗର୨୦/୪,(ନିଲୁ ବିଷୋୟୀ): ପବିତ୍ର ଅକ୍ଷୟ ତୃତୀୟା ଦିବସ ପାଳନ ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ଭଞ୍ଜନଗର ସ୍ଥିତ ବେଣାକୁନ୍ଦା କୃଷି ବିଜ୍ଞାନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ବାଣିଜ୍ୟ ଓ ପରିବହନ, ଇସ୍ପାତ ଏବଂ ଖଣିଜ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସର୍ବପ୍ରଥମେ ମାଟି ମାଆଙ୍କୁ ପୂଜାର୍ଚ୍ଚନା ସହ ହଳକରି ‘ଅଖିମୁଠି ଅନୁକୂଳ’ ଶୁଭାରମ୍ଭ କରିଥିଲେ । ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ରହି କୃଷକମାନଙ୍କ ଚାଷ କାର୍ଯ୍ୟକୁ ଉତ୍ତମରୂପେ ଆଗକୁ ନେବା ପାଇଁ ପ୍ରୋତ୍ସାହିତ କରିଥିଲେ। ଏହି ଅବସରରେ ‘ସିଏମ୍ କିଷାନ’ ସହାୟତା ରାଶି ଡି.ବି.ଟି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ। ଗଞ୍ଜାମ ଜିଲ୍ଲାର ୨୪୧୫୩୧ ଜଣ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୪୮କୋଟି ୩୦ଲକ୍ଷ ୬୨ ହଜାର ଟଙ୍କା ହସ୍ତାନ୍ତର କରାଯାଇଛି। ଜିଲ୍ଲାର ୨୨ ଟି ବ୍ଲକ୍ ର କୃଷକମାନେ ଏଥିରେ ସାମିଲ ଅଛନ୍ତି। କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ…

Read More

ପୁରୁଷୋତ୍ତମପୁର,୨୦/୪: (ଶୁଭଙ୍କରୀ ଦାଶ):ଚାଷ ପାଇଁ ଚିନ୍ତାରେ ଚାଷୀ. ଆଜି ଅକ୍ଷୟ ତୃତୀୟା. ଗୋଟିଏ ପଟେ ଉତ୍ପାଦିତ ଧାନ ଏ ପର୍ଯ୍ୟନ୍ତ ବିକ୍ରି ହୋଇ ପାରିନଥିବା ବେଳେ ସେପଟେ ଧାନ ଚାଷ ଅନୁକୂଳ କରିବା ସମୟ ଆଜି ଆସିଲାଣି. କେମିତି କରିବୁ ଚାଷ ସେ ନେଇ ଚିନ୍ତାରେ ଚାଷୀ. ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଏନଏସିରେ .ସ୍ଵପ୍ନେଶ୍ଵର କୃଷକ ସଙ୍ଘ ର ସଭାପତି, ୱାଇ ମକୁନ୍ଦ ରାଓ, ସମ୍ପାଦକ କିଶୋର ଶାସମାଲ, କୋଷାଧକ୍ଷ ରମେଶ ଚନ୍ଦ୍ର ଗୌଡ଼ , ଓ ବରିଷ୍ଟ ଚାଷୀ ମନ ମୋହନ ପାଢ଼ୀ ଙ୍କ ସହିତ ଅନେକ ଚାଷୀ ମାନେ | ଆଜି ଅକ୍ଷୟ ତୃତୀୟା. ଚାଷୀ ତାର ଚିରା ଚରିତ ପ୍ରଣାଳୀ ରେ ରୀତି ନିତି ଅନୁସାରେ ପୂଜା ପାର୍ବଣ କରି ହଳ ଲଙ୍ଗଳ ସହିତ କ୍ଷେତରେ ଚାଷ କରି ଧାନ ବୁଣିବାର ବିଧାନ କେଉଁ ଯୁଗରୁ କରି ଆସୁଛି | ଆଜି…

Read More

ବ୍ରହ୍ମପୁର,୨୦/୪:(ହିମାଂଶୁ ଶେଖର ସାବତ): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜାମୁନି ଗ୍ରାମ ସ୍ଥିତ ସରକାରୀ ଅଶୋକ ହାଇସ୍କୁଲରେ ପୁରାତନ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଲୁମିନ ମିଟ ତଥା ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଶିଶିର କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଇନ୍ଦ୍ରଜିତ ନାୟକ ଯୋଗ ଦେଇଥିଲେ। ସେହିପରି ମୁଖ୍ୟ ବକ୍ତାଭାବେ ପୂର୍ବତନ ଶିକ୍ଷକ କାଳୀ ଚରଣ ତ୍ରିପାଠୀ ଯୋଗଦେଇ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଅମୁଲ୍ୟ ସମ୍ପର୍କକୁ ନେଇ ଆଲୋକପାତ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ପୂର୍ବତନ ଶିକ୍ଷକ ପଞ୍ଚାନନ ପାଣିଗ୍ରାହୀ, ପି.ନାରାୟଣ, ମହେଶ୍ୱର ବେହେରା,ଶିକ୍ଷୟତ୍ରୀ ଗାୟତ୍ରୀ ମହାପାତ୍ର,ପ୍ରଜ୍ଞା ପ୍ରିୟଦର୍ଶିନୀ ପଣ୍ଡା, ସୁଜାତା ମହାପାତ୍ର, ସ୍ଥାନୀୟ ସମାଜସେବୀ ନୀଳାଞ୍ଚଳ ପାଣିଗ୍ରାହୀ, ବିଦ୍ୟାଳୟର ସଭାପତି କାମରାଜୂ ସେଠି ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ପୁରାତନ ଶିକ୍ଷକଶିକ୍ଷୟତ୍ରୀଙ୍କୁ ସମ୍ମାନିତ କରାଯାଇ ଛାତ୍ରଛାତ୍ରୀ ସେମାନଙ୍କର ଆଶୀର୍ବାଦ ଗ୍ରହଣ କରିଥିଲେ। ଦୀର୍ଘ…

Read More

ଚିକିଟି,୨୦/୪(ନିଗମାନନ୍ଦ ପଣ୍ଡା):ଗଞ୍ଜାମ ଜ଼ିଲ୍ଲା ଚିକିଟି ବ୍ଲକ ପ୍ରଶାସନ ପଂଚାୟତ ଜନ ପ୍ରତିନିଧି ଙ୍କୁ ଅଣଦେଖା କରିବା ବିରୋଧ କରି ଚିକିଟି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଆଜିଠାରୁ ଗଣଧାରଣା ରେ ବସିଛନ୍ତି l ଏ ସମ୍ପର୍କ ରେ ଏକ ସ୍ମାରକପତ୍ର ଜ଼ିଲ୍ଲାପାଳ ସମେତ ବିଭିନ୍ନ ପଦାଧିକାରୀ ଙ୍କୁ ଜଣାଇ ଦେଇଛନ୍ତି l ସ୍ମାରକପତ୍ର ରେ ଚିକିଟି ବିଧାୟକ ଙ୍କ ହାତ ବାରିସୀ ସାଜି ଚିକିଟି ବିଡ଼ିଓ ଉର୍ନ୍ନୟନ କାର୍ଯ୍ୟ ଗୁଡିକ ହେରଫେର କରିବା, ଅନ୍ତର୍ଦୟ ଗୃହ ଯୋଜନା, ଭତ୍ତା ଆଦି ବିଭିନ୍ନ ଯୋଜନା କୁ ହିତାଧିକାରୀ ଙ୍କୁ ଗ୍ରାମସଭା ଜରିଆରେ ଚୟନ କରାଯାଉଥିବା ଆଦି ସ୍ମାରକ ପତ୍ର ରେ ଉଲ୍ଲେଖ ରହିଛି l ଅନୁଷ୍ଠିତ ଗଣଧାରଣା ରେ ଚିକିଟି ପଂଚାୟତ ସମିତି ଅଧକ୍ଷ ଆପନା ସେଠି, ପିତାତାଳି ପଂଚାୟତ ସରପଞ୍ଚ ଏ. ରାଙ୍ଗା ରାଓ, ଗୋବିନ୍ଦ ନଗର ପଂଚାୟତ ସରପଞ୍ଚ, ଜୀବlନନ୍ଦ ରେଡି,ନୂଆପଡା ପଂଚାୟତ ସରପଞ୍ଚ ସାନମୁଖ ରାଓ…

Read More

ବୁଗୁଡ଼ା, ୨୦/୪:(କୁମୁଦ ଚନ୍ଦ୍ର ବେହେରା): ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମରେ ଜଣୈକ ଯୁବକଙ୍କୁ ମିଳିତ ଆକ୍ରମଣ ଘଟଣାରେ ପୋଲିସ ୨ ଜଣ ନାବାଳକଙ୍କ ସମେତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଗିରଫ ସାବାଳକ ଅଭିଯୁକ୍ତମାନେ ହେଲେ ଗୋଲିଆ ଗ୍ରାମର ସନ୍ନ୍ୟାସୀ ପୋଲେଇ (୨୪), ଜୟସେନ ଜେନା (୨୧) ଓ ରାଜା ଜେନା (୧୮) । ଆକ୍ରମଣରେ ଆହତ ହୋଇଥିବା ଯୁବକ ନାରାୟଣ ପ୍ରଧାନ(୨୫)ଙ୍କ ଅଭିଯୋଗ କ୍ରମେ ପୋଲିସ କେସ୍ ନଂ ୧୭୩/ ୨୨ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି। ପ୍ରକାଶ ଯେ, ଗତ ମେରୁ ସଂକ୍ରାନ୍ତି ଦିନ ଅପରାହ୍ନରେ ନାରାୟଣ ଗୋଲିଆ ଗାଁ ଛକରୁ ଘରକୁ ଯାଉଥିବା ବେଳେ ସାମନା ପଟୁ ସନ୍ୟାସୀ ବାଇକରେ ଆସି ଘଷି ହୋଇ ଯାଇଥିଲା। ଫଳରେ ଉଭୟଙ୍କ ମଧ୍ୟରେ ବାକଯୁଦ୍ଧ ହୋଇଥିଲା ଏବଂ ପର ମୁହୂର୍ତ୍ତରେ ଦୁଇ ନାବାଳକଙ୍କ ସମେତ…

Read More

ରାୟଗଡା, ୨୦/୪(ଅମୂଲ୍ୟ ନିଶଙ୍କ):ରାୟଗଡ ସେଞ୍ଚୁରିୟାନ ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଅଧିନସ୍ଥ ନର୍ସିଂ ବିଦ୍ୟାଳୟରେ ଗତ କାଲି ୧୯ ଏପ୍ରିଲରେ ପାଳିତ ବିଶ୍ୱ ଯକୃତ ଦିବସ ଅବସରରେ ଆଜି ସୋମବାର ଦିନ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। “ସୁସ୍ଥ ଅଭ୍ୟାସ, ଶକ୍ତିଶାଳୀ ଯକୃତ” ଥିମ୍‌ ଅନୁସାରେ ଯକୃତ ସ୍ୱାସ୍ଥ୍ୟ ଓ ରୋଗ ପ୍ରତିରୋଧ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମଟି ଜିଏନଏମ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ୨ୟ ସେମେଷ୍ଟର ବିଏସସି ନର୍ସିଂ ଛାତ୍ରଛାତ୍ରୀମାନଙ୍କ ପାଇଁ ଆୟୋଜିତ ହୋଇଥିଲା। ଯକୃତର ମୁଖ୍ୟ କାର୍ଯ୍ୟ , ଯକୃତ ରୋଗର ପ୍ରାରମ୍ଭିକ ଲକ୍ଷଣ ଓ ପ୍ରତିରୋଧ ପାଇଁ ସମତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ, ମଦ୍ୟପାନ ଓ ଅନଧିକୃତ ଔଷଧ ସେବନରୁ ବିରତି, ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଭଳି ପ୍ରାୟୋଗିକ ପଦକ୍ଷେପ ବିଷୟରେ କୁହାଯାଇଥିଲା । କାର୍ଯ୍ୟକ୍ରମରେ ଯକୃତର ଗଠନ ଓ ସାଧାରଣ ରୋଗ ସମ୍ବନ୍ଧୀୟ ପ୍ରେଜେଣ୍ଟେସନ, ଚାର୍ଟ ଓ ପୋଷ୍ଟର ପ୍ରଦର୍ଶନ ସହିତ…

Read More

ରାୟଗଡ଼:୨୦/୪:(ଅମୂଲ୍ୟ ନିଶଙ୍କ):କଲ୍ୟାଣସିଂ ପୁର ବ୍ଲକ ଅନ୍ତର୍ଗତ ନାରାୟଣ ପୁର କୃଷି ଫାର୍ମ ପରିସରରେ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏସ. କେ ଏହେସାନ କର୍ତ୍ତା ଭାବରେ ଉପସ୍ଥିତ ରହି ସମସ୍ତ ରୀତିନୀତି ଅନୁସାରେ ପୂଜା ଅର୍ଚ୍ଚନା ଓ ଵିଧିପୂର୍ବକ ପାଳିତ ହୋଇଥିଲା ।ଏହାପରେ ମାନ୍ୟବର ବିଧାୟକ ବିଷମ କଟକ ନିର୍ବାଚନ ଶ୍ରୀଯୁକ୍ତ ନୀଳ ମାଧବ ହିକକା, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ଶବର ଓ ଉପାଧ୍ୟକ୍ଷl ଶ୍ରୀମତୀ ମଞ୍ଜୁଳା ମିଣିଆକା, ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ମିଶ୍ର, କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରର ଅଧ୍ୟକ୍ଷ ବନମାଳି କାଡ୍ରାକା ଙ୍କ ଉପସ୍ଥିତିରେ ଅଖିମୁଠି ଅନୁକୂଳ ପୂର୍ବକ ଜମିରେ ହଳ ଓ ବିହନ ବୁଣି ଏହି ଶୁଭ କାର୍ଯ୍ୟ ପରି ପାଳିତ ହୋଇଥିଲା। ଏହାପରେ ସଭାଗୃହରେ ତିନିଶହରୁ ଉର୍ଦ୍ଧ ଚାଷୀ ଙ୍କ ଉପସ୍ଥିତିରେ ଆଭାଶୀ…

Read More

ନୂଆପଡ଼ା,୨୦/୦୪:(ପରମେଶ୍ୱର ମେହେର): ବୋଡ଼େନ ବ୍ଲକ ଅନ୍ତର୍ଗତ କର୍ଲାପଡ଼ାରେ ଜିଲ୍ଲା ସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ପର୍ବ ତଥା କୃଷକ ଦିବସ ଉତ୍ସବ ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗର ମିଳିତ ଆନୁକୂଳ୍ୟରେ ପାରମ୍ପରିକ ରୀତିନୀତିରେ ପାଳିତ ହୋଇଛି।ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୂମି ପୂଜନ କରିଥିଲେ। ପାରମ୍ପରିକ ରୀତିନୀତି ଅନୁଯାୟୀ ମାଟି ମାଁ ଓ ହଳ-ଲଙ୍ଗଳର ପୂଜା ଅର୍ଚ୍ଚନା କରାଯାଇଥିଲା। ପରେ ଜିଲ୍ଲାପାଳ ଅକ୍ଷିମୁଠି ଅନୁକୂଳ କରି ବିହନ ବୁଣି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥିଲେ।ଜିଲ୍ଲାପାଳ କହିଥିଲେ ଯେ, ପବିତ୍ର ଅକ୍ଷୟ ତୃତୀୟା ଓଡ଼ିଆ ଅସ୍ମିତାର ପ୍ରତୀକ। ସରକାରଙ୍କ ବିଭିନ୍ନ କୃଷିମୂଳକ ଯୋଜନାଗୁଡ଼ିକୁ ପୁଞ୍ଜି କରି ଚାଷୀଭାଇମାନେ ସ୍ୱାବଳମ୍ବୀ ହେବା ସହିତ ଆର୍ଥିକ ଭାବେ ସଶକ୍ତ ହେବା ଆବଶ୍ୟକ। ଜିଲ୍ଲାରେ କୃଷି କ୍ଷେତ୍ରରେ ଦୃଶ୍ୟମାନ ଉନ୍ନତି ଘଟୁଛି ଏବଂ ଚାଷୀମାନେ କେବଳ ଧାନ ଚାଷରେ ସୀମିତ ନ ରହି ବିଭିନ୍ନ ପରିବା ଚାଷ ଦ୍ୱାରା…

Read More

ନୂଆପଡ଼ା:ବୋଡେ଼ନ,୨୦.୦୪.(ପରମେଶ୍ୱର ମେହେର): ବୋଡ଼େନ ବ୍ଲକ୍ ଠାରେ ଜିଲ୍ଲା ପ୍ରଶାସନ ଏବଂ କୃଷି ବିଭାଗ ପକ୍ଷ ରୁ ପବିତ୍ର ଅକ୍ଷୟ ତୃତୀୟା ପର୍ବ ପାଳିତ ହୋଇଯାଇଅଛି। ଏହି ପର୍ବ ରେ , ବିହନ ଅନୁକୂଳ କରି ଜମି ହଳ କରିଥିଲେ ବା ବେଳେ ଜମି ରେ ବିହନ ବୁଣିଥିଲେ। ପାରମ୍ପରିକ ରୀତିନୀତିରେ ମାଟି ମାଁ ଙ୍କ ପୂଜା ଅର୍ଚ୍ଚନା କରିଥିବା ବେଳେ ହଳ ଲଙ୍ଗଳ ପୂଜା କରି ଧାନ ବିହନ କୁ ବଳଦ କୁ ଖୁଆଇ, ଜମିର ଧାନ ବୁଣି ନଙ୍ଗଲ କରିଥିଲେ। କୃଷି ଭିତ୍ତିକ ଏହି ପର୍ବ ପ୍ରତ୍ୟେକ କୃଷୀଙ୍କ ଜୀବନରେ ଏକ ଖୁସିର ପର୍ବ ଅଟେ। ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ବେହୁରା ସଭାପତି କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇ କୃଷକ ଓ କୃଷିର ବିକାଶ ଦ୍ୱାରା ବିକଶିତ ନୂଆପଡ଼ା ଗଠିତ ହେବା ସମ୍ଭବ ବୋଲି କହିଥିଲେ।ପବିତ୍ର ଅକ୍ଷୟ ତୃତୀୟା…

Read More