Author: Janabani News

ଖୋରଧା,୫।୧୦(କେଦାର ନାଥ ସାହୁ):ଖୋରଧା ଜିଲ୍ଲା ସଦର ମହକୁମା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ପାରମାର୍ ସ୍ମିଥ ପାରୁଷତ୍ତମ୍ ଦାସ,ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା , ଉପଜିଲ୍ଲାପାଳ ଶ୍ରୀ ସଂକଳ୍ପ ସ୍ଵସ୍ତିକ ସାହୁ,ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଖୋରଧା, ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ,ବି ଡି ଓ , ଖୋରଧା,ଶ୍ରୀ ସିଦ୍ଧାର୍ଥ ପଟ୍ଟନାୟକ, ତହସିଲଦାର , ଖୋରଧା, ଶ୍ରୀ ବିଭାସ ପାଣିଗ୍ରାହୀ ଏବଂ ଆସିଷ୍ଟାଣ୍ଟ କଲେକ୍ଟର, ଅଭିଯୋଗ, ଭୁବନେଶ୍ଵରୀ କଅଁର ପ୍ରମୁଖ ଜନ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେଇ ଜନସାଧାରଣ ମାନଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡ଼ିକର ଶୁଣାଣିରେ ସହଯୋଗ ପ୍ରଦାନ କରିଥିଲେ l ଆଜିର ଅଭିଯୋଗ ଶିବିରକୁ ମୋଟ ୯୪ ଗୋଟି…

Read More

ଖୋର୍ଦ୍ଧା,୫।୧୦(କେଦାର ନାଥ ସାହୁ): ମାଟିର ଗର୍ବ ଓ ପାଇକ ବିଦ୍ରୋହର ପ୍ରତୀକ ବକ୍ସି ଜଗବନ୍ଧୁ ଇଂରାଜୀ ଉଚ୍ଚ ବିଦ୍ୟାଳୟର ୧୨୫ ତମ ବାର୍ଷିକ ମହୋତ୍ସବ ଆଜି ମହା ସମାରୋହରେ ପାଳିତ ହୋଇଯାଇଛି।ଏହି ଐତିହାସିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରିୟଦର୍ଶିନୀ ପଣ୍ଡା ଏବଂ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ମୋନାଲିସା ନାୟକ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ । ସଭାପତିତ୍ୱ ପ୍ରଫେସର ଡା. ନାରାୟଣ ରାଓ କରିଥିଲେ । ବିଦ୍ୟାଳୟର କମିଟିର ମୁଖ୍ୟ ସଂଯୋଜକ ଶ୍ରୀ ବିକ୍ରମ ଦାସ ସ୍ୱାଗତ ଭାଷଣ ଦେଇଥିଲେ। ବିଦ୍ୟାଳୟର ୧୨୫ ବର୍ଷର ବିବରଣୀ ପାଠ କରିଥିଲେ ଗଣ ମାଧ୍ୟମ ସମ୍ପାଦକ ଉମା ଶଙ୍କର ପ୍ରସାଦ। କାର୍ଯ୍ୟକ୍ରମର ଶୁଭାରମ୍ଭରେ ବେଦ ପାଠ କରିଥିଲେ ପଣ୍ଡିତ ପଦ୍ମନାଭ…

Read More

ଭଞ୍ଜନଗର,୫।୧୦(ନିଲୁ ବିଷୋୟୀ):ମଣିଷର ଦୃଢ଼ ଇଛାଶକ୍ତି ଓ ନିରନ୍ତର ପରିଶ୍ରମର ଫଳ କେବେ ବି ବୃଥା ଯାଇନଥାଏ। ଲଗାତାର ଅଭ୍ୟାସ ଯୋଗୁଁ ନିଜ ଜୀବନରେ ସଫଳତା ପାଇଛନ୍ତି ଭଞ୍ଜନଗର ବ୍ଲକ ପିଏମଶ୍ରୀ ନୋଡାଲ ହାଇସ୍କୁଲର ଛାତ୍ରୀ ରୁକ୍ମିଣୀ ବିଷୋୟୀ। ସେ କେନ୍ଦୁଝର ଜିଲ୍ଲାରେ ଆୟୋଜିତ ରାଜ୍ୟ ସ୍ତରୀୟ ଲମ୍ବ ଡିଆଁ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୯ ମ ଶ୍ରେଣୀରେ ପଢ଼ୁଥିବା ରୁକ୍ମିଣୀ ଜଣେ ମେଧାବୀ, ଶାନ୍ତ ସରଳ ଭାବେ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି। ସେ ଚଳିତ ବର୍ଷ ବିଦ୍ୟାଳୟରେ ଦୌଡ଼କୁଦ ପ୍ରତିଯୋଗିତାରେ ସଫଳତା ଅର୍ଜନ କରି ୭୦ ତମ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଜିଲ୍ଲା ପାଇଁ ଗୌରବ ଆଣିଥିବାରୁ ତାଙ୍କୁ ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ହୃଷୀକେଶ ନାୟକ ଅନ୍ୟ ଶିକ୍ଷକ,ଶିକ୍ଷୟତ୍ରୀଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୂଅ ଛୁଟୁଛି। ଆଗାମୀ…

Read More

ରାୟଗଡ଼,୫।୧୦(ଅମୂଲ୍ୟ ନିଶଙ୍କ):ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବୁଡାଗୁଡ଼ା ପଞ୍ଚାୟତର ପ୍ରାଥମିକ ସେବାଶ୍ରମ ଢେପାଗୁଡା ଠାରେ ବୁଡ଼ାଗୁଡ଼ା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। କ୍ଲଷ୍ଟର ଅଧୀନସ୍ଥ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ସକ୍ରିୟ ଭାବେ ଯୋଗଦେଇ ନିଜର ଲୁକ୍କାୟିତ ପ୍ରତିଭା ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ କଳା, ସଂସ୍କୃତି, ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ, କୁଇଜ୍‌ ଓ ବିଭିନ୍ନ ସୃଜନଶୀଳ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ଓ ସୃଜନଶୀଳତାର ପରିଚୟ ଦେଇ ଉପସ୍ଥିତ ଅତିଥି, ଶିକ୍ଷକ ଓ ଅଭିଭାବକ, ଗ୍ରାମବାସୀଙ୍କ ମନ ଜିଣିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା, କଳାତ୍ମକ ଦକ୍ଷତା ଓ ପ୍ରତିଭାର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମର ସଫଳ ଆୟୋଜନରେ କ୍ଲଷ୍ଟର ର ସି ଆର ସି ଶ୍ରୀ…

Read More

କଲାହାଣ୍ଡି,୫।୧୦(କିଶନ ଶର୍ମା):ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ଓ ଗୁଣାତ୍ମକ ସମାଧାନ ନିମନ୍ତେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ତନ୍ମୟ କୁମାର ଦରୱାନ , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ସୌମ୍ୟ ରଞ୍ଜନ ପ୍ରଧାନ,ଉପ ଜିଲ୍ଲାପାଳ ଧର୍ମଗଡ ପ୍ରେକ୍ଷା ଅଗ୍ରୱାଲଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଥିଲେ।ଆଜିର ଜନ ଅଭିଯୋଗ ଶୁଣାଣି ଶିବିରରେ ମୋଟ ୧୪୮ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୧୨୨ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୨୬ଟି ସାମୂହିକ ଅଭିଯୋଗ ରହିଥିଲା।ଗ୍ରହଣ କରାଯାଇଥିବା ଅଭିଯୋଗ ମଧ୍ୟରୁ ୧୫ଟି ଅଭିଯୋଗର ତତ୍କାଳ ସମାଧାନ ଘଟଣାସ୍ତଳରେ କରାଯାଇଥିଲା।

Read More

ବ୍ରହ୍ମପୁର,୫।୧୦(ହିମାଂଶୁ ଶେଖର ସାବତ):ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗର ଶୁଣାଣି କରି ତ୍ୱରିତ ସମାଧାନ ନିମନ୍ତେ ଆଜି ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ମୋଟ ୧୧୫ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୮୫ଟି ବ୍ୟକ୍ତିଗତ ସମସ୍ୟା ଏବଂ ୧୫ଟି ଗ୍ରାମସ୍ତରୀୟ ସମସ୍ୟା ସମ୍ପର୍କିତ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ପାଇଁ ୧୪ଟି ଆବେଦନ ଗ୍ରହଣ କରାଯାଇଥିଲା। ଏଥିମଧ୍ୟରୁ ଗୋଟିଏ ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା।ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର, ବିଏମ୍‌ସି କମିଶନର ଆକବରମ ସସ୍ୟା ରେଡ୍ଡୀ, ବ୍ରହ୍ମପୁର ଉପ-ଜିଲ୍ଲାପାଳ ଅବିନାଶ କୁମାରଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଶିବିରରେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ। ଅଭିଯୋଗଗୁଡ଼ିକୁ ତର୍ଜମାକରି ତ୍ୱରିତ ସମାଧାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Read More

ଭଞ୍ଜନଗର,୫।୧୦(ନିଲୁ ବିଷୋୟୀ):କନ୍ଧମାଳ ଜିଲ୍ଲାରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଭଞ୍ଜନଗର ଅବକାରୀ ବିଭାଗ ଚଢ଼ାଉ କରି ୪୦ କେଜି ଗଞ୍ଜେଇ ସହ ଏକ ଦାମୀ ଥାର୍ ଗାଡ଼ି ଜବତ କରିଛି। ଏହି ଚୋରା ଚାଲାଣରେ ସମ୍ପୃକ୍ତ କନ୍ଧମାଳ ଜିଲ୍ଲାର ମହେନ୍ଦ୍ର ବେହେରା ଙ୍କୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ,ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଓ ପହଣ୍ଡା ଏହାର ଆଖପାଖ ଅଞ୍ଚଳ ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗକୁ ପୂର୍ବରୁ ଗୁପ୍ତ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଅବକାରୀ ଆଇଆଇସି ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ପେଟ୍ରୋଲିଂ ଓ ଯାଞ୍ଚ କରିଥିଲେ। ପେଟ୍ରୋଲିଂ ସମୟରେ ପହଣ୍ଡା ଛକ ନିକଟରେ ଏକ ସନ୍ଦେହଜନକ ‘ଥାର୍’ ଗାଡ଼ିକୁ ଦେଖି ଅବକାରୀ ଟିମ୍ ର ସନ୍ଦେହ ହୋଇଥିଲା। ଯାଞ୍ଚ ବେଳେ ଗାଡ଼ି ଭିତରୁ ୪୦ କେଜି…

Read More

Bhanjanagar, Oct.5 (Nilu Bisoyi):The Bhanjanagar Excise Department conducted a raid on the illegal transportation of ganja from Kandhamal district to other states and seized 40 kg of ganja along with a high-end Thar vehicle. Mahendra Behera of Kandhamal district, who was allegedly involved in the illegal transportation, was arrested and forwarded to court.According to information, the Excise Department had earlier received confidential information about ganja being smuggled through Bhanjanagar, Pahanda and adjoining areas of Ganjam district. Acting on the tip-off, a special team led by the Excise IIC conducted patrolling and checking at various suspected locations.During patrolling, the Excise team…

Read More

ଭଞ୍ଜନଗର,୫।୧୦(ନିଲୁ ବିଷୋୟୀ):ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟରତ ଠିକା ବିଦ୍ୟୁତ କର୍ମଚାରୀଙ୍କ ଛଟେଇ ଆଶଙ୍କା ଏବଂ କଣ୍ଟ୍ରୋଲ୍ ରୁମ୍‌ରେ କର୍ମଚାରୀ ସଂଖ୍ୟା ହ୍ରାସକୁ ବିରୋଧ କରି ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ (ଓବିକେଏମ୍‌) ପକ୍ଷରୁ ସୋମବାର ଧାରଣା ଦିଆଯାଇଛି। ୧୧ ଦଫା ସମ୍ବଳିତ ଦାବୀ ନେଇ ଭଞ୍ଜନଗର ବିଦ୍ୟୁତ୍ ଡ଼ିଭିଜନ ଅନ୍ତର୍ଗତ ବୌଦ୍ଧ, ଫୁଲବାଣୀ ଓ ଭଞ୍ଜନଗର ଅଞ୍ଚଳର କର୍ମଚାରୀମାନେ ସମ୍ପୃକ୍ତ କାର୍ଯ୍ୟାଳୟରେ ଧାରଣାରେ ହୋଇଛନ୍ତି। ସଂଘ ପକ୍ଷରୁ ଅଭିଯୋଗ ହୋଇଛି ଯେ, ନୂତନ ଏଜେନ୍ସି ପକ୍ଷରୁ ପ୍ରତ୍ୟେକ ସବ୍‌ଡିଭିଜନରୁ ୧୦ ଜଣ ଲେଖାଏଁ କର୍ମଚାରୀଙ୍କୁ ଛଟେଇ କରାଯିବାକୁ ଯୋଜନା ହୋଇଛି। ଏହାଦ୍ୱାରା ବହୁ କର୍ମଚାରୀ ଚାକିରି ହରାଇବା ଆଶଙ୍କାରେ ରହିଛନ୍ତି।ଅନ୍ୟପକ୍ଷରେ, ପୂର୍ବରୁ କଣ୍ଟ୍ରୋଲ୍ ରୁମ୍‌ରେ ୭ ଜଣ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ଏବେ ୪ ଜଣଙ୍କୁ ରଖାଯାଇ ଅନ୍ୟ ୩ ଜଣଙ୍କୁ ଛଟେଇ କରାଯିବା ନେଇ ଚର୍ଚ୍ଚା ହେଉଥିବା ସଂଘ ପକ୍ଷରୁ କୁହାଯାଇଛି। କଣ୍ଟ୍ରୋଲ୍ ରୁମ୍‌ରେ…

Read More

ଭବାନୀପାଟଣା,୫।୧୦(କିଶନ ଶର୍ମା):କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିଛନ୍ତି ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା। ଜିଲ୍ଲାରେ ପହଞ୍ଚିବା ପରେ ପ୍ରଥମେ ଜିଲ୍ଲା ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମେତ ବିଭାଗୀୟ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ ରେ ଯୋଗ ଦେଇଥିଲେ। ବୈଠକରେ ଜିଲ୍ଲାରେ ମୃତ୍ତିକା ଓ ଜଳ ସଂରକ୍ଷଣ ସହିତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ କାର୍ଯ୍ୟକାରିତା ସମ୍ପର୍କରେ ସବିଶେଷ ସମୀକ୍ଷା କରାଯାଇଥିଲା।ସମୀକ୍ଷା ପରେ ଶ୍ରୀ ପଣ୍ଡା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳ ପରିଦର୍ଶନ କରିଥିଲେ। ସେଠାରେ ଜଳଧାରା ଯୋଜନା ମାଧ୍ୟମରେ ନିର୍ମିତ କ୍ଷେତ ପୋଖରୀଗୁଡ଼ିକର କାର୍ଯ୍ୟକାରିତା ବୁଲି ଦେଖିବା ସହ ଏହାର ଉପଯୋଗିତା ସମ୍ପର୍କରେ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ପୋଖରୀ ହୁଡ଼ାରେ ପଇଡ ଚାରା ରୋପଣ କରିଥିଲେ।ଏହି ଅବସରରେ ସ୍ଥାନୀୟ ଚାଷୀ ଅନନ୍ତ ବେହେରା ଓ ଲଳିତ ବେହେରାଙ୍କୁ ସମନ୍ୱିତ କୃଷି ପଦ୍ଧତି ସମ୍ପର୍କରେ ବିଭାଗୀୟ ଅଧିକାରୀମାନେ ବିସ୍ତୃତ ଭାବେ ବୁଝାଇଥିଲେ। କୃଷି ସହ ଜଳ ଓ ମୃତ୍ତିକା…

Read More

କୋଦଳା,୫।୧୦(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ମର୍ଦମେଖ ପଂଚାୟତ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ନିରଞ୍ଜନ ବେହେରା ,ଅତିରିକ୍ତ ତହସିଲଦାର ରବିନାରାୟଣ ସେଠି,ସରପଞ୍ଚ ମଞ୍ଜୁଳା ମେହେଣା , ଜି ପି ଡ଼ି ଓ ସୁଧୀର ପ୍ରଧାନ .ବି ଭି ଓ ଭବାନୀ ଶଙ୍କର ତ୍ରିପାଠୀ, । ମୂର୍ତ୍ତିକା ସଂରକ୍ଷଣ ଅଧିକାରୀ ସୁବାଶିଷ ପାତ୍ର , କୃଷି ଅଧିକାରୀ ରାମଲାଲ ସାମଦ,ଜଳ ଓ ପରିମଳ ଯନ୍ତ୍ରୀ ମମତା ପଣ୍ଡା, ଶୁଭଶ୍ରୀ ମହାରଣା ଯୋଗାଣ ନିରୀକ୍ଷକ ବାଦଲ ବେହେରା , ଯୋଗ ଦେଇ ଥିଲେ । ମୋଟ 6 ଟି ଅଭିଯୋଗ ଆସିଥିଲା ସେଥି ମଧ୍ୟରୁ ପେନସେନ 3 ଟି ରାସନ କାର୍ଡ 1 ଟି ଜମିଜମା 1 ରୋଡ 1ଟି ଅଭିଯୋଗ ହୋଇଥିଲା । ସବୁ ଅଭିଯୋଗକୁ ଶୁଣାଣି କରି ନିର୍ଧାରିତ ବିଭାଗକୁ ସମାଧାନ…

Read More

ରାୟଗଡ,୫।୧୦(ଅମୂଲ୍ୟ ନିଶଙ୍କ):ରାୟଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ ସଭାଗୃହରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣି ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ବୈଠକରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜ ପ୍ରାସାଦ, ବନ ବିଭାଗର ଅଧିକାରୀ ଶ୍ରୀ ସଚିନ୍ ଆନ୍ନା ସାହେବ ଓହଲ, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ମୁଖ୍ୟ ଚିକିତ୍ସା ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ବିଶ୍ୱମ୍ବର କୁମାର ବେହେରା, ଉପ ଜିଲ୍ଲାପାଳ ରାୟଗଡ଼ ସୁଶ୍ରୀ ମୃଣାଳିକା ରାଠୋଡ଼, ପ୍ରକଳ୍ପ ପ୍ରଶାସକ ତଥା ସମନ୍ୱିତ ଆଦିବାସୀ ଉନ୍ନୟନ ଅଧିକାରୀ ଶ୍ରୀ ଚନ୍ଦ୍ରକାନ୍ତ ମାଝୀ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ସମସ୍ୟା ଗୁଡିକର ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ। ଏଥିରେ ମୋଟ ୮୭ଟି ଅଭିଯୋଗ ପଞ୍ଜିକୃତ କରାଯାଇଥିଲା। ସେଥି…

Read More