ବାଲିଗୁଡ଼ା, ୦୨/୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀମାନେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫଟୋଚିତ୍ର ଧରି ରାମଧୁନ୍ ଗାଇ ଗ୍ରାମ ପରିକ୍ରମା କରିଥିଲେ। ପରେ ବିଦ୍ୟାଳୟରେ ଆୟୋଜିତ ସଭାରେ ପ୍ରଧାନଶିକ୍ଷକ ସନାତନ ଅମାୟତ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ଚନ୍ଦନ ଅର୍ପଣ କରିବା ସହ ଧୂପ ଓ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଏହାପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସର୍ବଧର୍ମ ପ୍ରାର୍ଥନା ପରିବେଷଣ କରାଯାଇଥିଲା। ସଭାରେ ଛାତ୍ରୀ ମାନସୀ ମଳିକ ଓ ଛାତ୍ର ରାମ ବାଘ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୀବନାଦର୍ଶ ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିଲେ। ପ୍ରଧାନଶିକ୍ଷକ ଶ୍ରୀ ଅମାୟତ ନିଜ ବକ୍ତବ୍ୟରେ ଦୁଇ ମହାନ ବ୍ୟକ୍ତିତ୍ୱଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ବଡ଼…
Author: Janabani News
ବାଲିଗୁଡ଼ା,୦୧।୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଟାଉନ ହଲ୍ ପରିସରରେ ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ପାଳିତ ହୋଇଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ପିଏ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏଥିରେ ଅନ୍ୟତମ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ଅତିରିକ୍ତ ତହସିଲଦାର କବିରାଜ ଆର୍ଯ୍ୟ, ବିଡିଓ ଅକ୍ଷୟ କୁମାର ମଲ୍ଲିକ, ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ, ଏସ୍ଏସ୍ଏସ୍ଓ ଅଧିକାରୀ ମମିତା କୁମାରୀ ପ୍ରଧାନ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିବ ଶଙ୍କର ସମରଥ ଏବଂ ବନବାସୀ ସେବା ସମିତିର ସହସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ…
ରାୟଗଡ଼,୨।୧୦(ଅମୂଲ୍ୟ ନିଶଙ୍କ):ରାୟଗଡ଼ ଜିଲ୍ଲାରେ ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ପୌରପରିଷଦ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଛି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସକାଳୁ ରାମଧୁନ ପ୍ରଚାର କରାଯାଇଥିଲା। ପାରବର୍ତ୍ତୀ ସମୟରେ ଗଜପତି ଛକଠାରୁ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଶୋଭାଯାତ୍ରାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ମିଣିଆକା, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁଶ୍ରୀ ଟୁନି ହୁଇକା,ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରବୀନ୍ଦ୍ର ନାଥ କହଁର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନିହାର ରଞ୍ଜନ କହଁର, ଜିଲ୍ଲା ସଂକୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ…
ଭଞ୍ଜନଗର,୨।୧୦(ନିଲୁ ବିଷୋୟୀ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅବକାରୀ ଥାନା ପକ୍ଷରୁ ତାରସିଂ ଥାନା ଅନ୍ତର୍ଗତ କୁଡୁତେଇ ରାସ୍ତା କଡ଼ ଏବଂ ମୁଖ୍ୟ ରାସ୍ତାରୁ ଗୁରୁବାର ୧୦୦ ଲିଟର ବେଆଇନ ଦେଶୀ ମଦ ଜବତ କରାଯିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ତାରସିଂ ଥାନା ଅଧିନ କୁଡୁତାଇ ଗ୍ରାମର ଟୁକୁନା ନାୟକ ଓ ଦୁର୍ଗା ଚରଣ ନାୟକ ବୋଲି ଜଣାପଡିଛି। ବର୍ତ୍ତମାନ ପାର୍ବଣ ପାଇଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚୋରା ମଦ କାରବାର ବଢୁଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ଏହି କ୍ରମରେ ଗୁରୁବାର ଭଞ୍ଜନଗର ଅବକାରୀ ଟିମ୍ ପକ୍ଷରୁ ତାରସିଂ ଥାନା କୂଡୁତେଇ ରାସ୍ତା କଡରେ ଚଢାଉ କରାଯାଇ ୭୦ ଲିଟର ବେଆଇନ ଦେଶୀ ମଦ ଜବତ କରାଯାଇଥିବା ବେଳେ ଏହି ଘଟଣାର ଟୁକୁନା ନାୟକ (୩୫ )ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେହିଭଳି…
ଭଞ୍ଜନଗର,୨।୧୦(ନିଲୁ ବିଷୋୟୀ):ଭଞ୍ଜନଗର ବ୍ଲକ ଅଧିନ ସମସ୍ତ ଗ୍ରାମ ପଞ୍ଚାୟତ ମାନଙ୍କରେ ଆଜି ସ୍ୱତନ୍ତ୍ର ଗ୍ରାମସଭା ଆୟୋଜିତ ହୋଇଯାଇଛି। ବିଡିଓ ଭାରତୀ ଦେବୀ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଗ୍ରାମସଭାରେ ‘ଆମ ଗଞ୍ଜାମ–ସ୍ୱଚ୍ଛ ଗଞ୍ଜାମ’ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ଗ୍ରାମର ସାମଗ୍ରିକ ବିକାଶ ନେଇ ବିଭିନ୍ନ ସଚେତନତାମୂଳକ ଭିଡିଓ ଏବଂ ସଫଳତାର କାହାଣୀ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ଗ୍ରାମବାସୀ, ଜନପ୍ରତିନିଧି, ପଞ୍ଚାୟତିରାଜ ସଂସ୍ଥାର ସଦସ୍ୟ, ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଏବଂ ବ୍ଲକସ୍ତରୀୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ସ୍ୱଚ୍ଛତା ଓ ଗ୍ରାମର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତଙ୍କୁ ଶପଥ ପାଠ କରାଯାଇଥିଲା। ତିଳିସିଙ୍ଗି ଗ୍ରାମ ପଞ୍ଚାୟତରେ ଆୟୋଜିତ ସ୍ୱତନ୍ତ୍ର ଗ୍ରାମସଭାରେ ବିଡିଓ ଭାରତୀ ଦେବୀ ଏବଂ ଅତିରିକ୍ତ ତହସିଲଦାର ଅବିନାଶ ମାହାର ଯୋଗଦେଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ବିଭିନ୍ନ ଅଭିଯୋଗ, ସମସ୍ୟା ଏବଂ ଆବଶ୍ୟକତା…
ଜଗନ୍ନାଥ ପ୍ରସାଦ,୦୨।୧୦ (ପୂର୍ଣ୍ଣଚନ୍ଦ୍ର ବାରିକ): ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ ଅବସରରେ ଗଞ୍ଜାମ ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବୟସ୍କ ନାଗରିକଙ୍କ ସୁରକ୍ଷା, ସମ୍ମାନ ଓ ସୁସ୍ଥତାକୁ ଗୁରୁତ୍ୱ ଦେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାବେଳେ ଜଗନ୍ନାଥ ପ୍ରସାଦ ଥାନାଅଧିକାରୀ ପ୍ରମୋଦ କୁମାର ଲେଙ୍କା ଙ୍କ ତତ୍ୱାବଧାନ ରେ ବୟସ୍କ ନାଗରିକଙ୍କ ସହ ଏକ ସ୍ୱତନ୍ତ୍ର ବୈଠକ ଆୟୋଜନ କରାଯାଇ ସେମାନଙ୍କ ସମସ୍ୟା, ସୁରକ୍ଷା ଓ ସାମାଜିକ ସହଯୋଗ ନେଇ ଆଲୋଚନା କରାଯାଇଥିଲା। ବୟସ୍କମାନଙ୍କ ପ୍ରତି ଯତ୍ନ, ସମ୍ମାନ ଓ ସହଯୋଗର ବାର୍ତ୍ତା ଏହି ଅବସରରେ ପ୍ରଦାନ କରାଯାଇଥିଲା।ଗଞ୍ଜାମ ପୋଲିସ ପକ୍ଷରୁ କୁହାଯାଇଛି ଯେ, ବରିଷ୍ଠ ନାଗରିକଙ୍କ ସୁରକ୍ଷା, ସମ୍ମାନ ଓ କଲ୍ୟାଣ ପ୍ରତି ପୋଲିସ ସଦା ପ୍ରତିବଦ୍ଧ ରହିଛି ଏବଂ ଆଗାମୀ ଦିନରେ ମଧ୍ୟ ଏଭଳି ଜନସେବାମୂଳକ କାର୍ଯ୍ୟକ୍ରମ ଜାରି ରହିବ।
ବୁଗୁଡ଼ା,୦୨।୧୦(ପୂର୍ଣ୍ଣଚନ୍ଦ୍ର ବାରିକ):ରାଜ୍ୟ ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚାଲିଥିବା ‘ସେବା ସଂକଳ୍ପ ଅଭିଯାନ’ ଅବସରରେ ବୁଗୁଡା ବ୍ଲକ୍ସ୍ତରୀୟ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ସହାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା ଓ ରବିନ୍ଦ୍ର କୁମାର ବେହେରାଙ୍କ ମିଳିତ ତତ୍ତ୍ଵାବଧାନରେ ଆୟୋଜିତ ଏହି ପ୍ରତିଯୋଗିତା ଗୁଡିକରେ ୧୧ଟି କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ପ୍ରଥମରୁ ପଞ୍ଚମ, ଷଷ୍ଠରୁ ଅଷ୍ଟମ ଏବଂ ନବମରୁ ଦ୍ବାଦଶ ଶ୍ରେଣୀ ବର୍ଗର ୭୬ ଜଣଛାତ୍ରଛାତ୍ରୀ ଯୋଗ ଦେଇଥିଲେ | ବିଷୟବସ୍ତୁ “ସପ୍ନର ଭାରତ”କୁ ନେଇ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ହୋଇଥିଲା | ଚିତ୍ରାଙ୍କନରେ ପ୍ରଥମରୁ ପଞ୍ଚମଶ୍ରେଣୀ ବର୍ଗରେ ବୁଗୁଡାସ୍ଥିତ ବାଳକ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଶ୍ରେୟାଂଶୁ ତ୍ରିପାଠୀ ,ଷଷ୍ଠରୁ ଅଷ୍ଟମ ବର୍ଗରେ ଗୋଲିଆ ଗ୍ରାମସ୍ଥ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ କୁସୁମ ପୋଲେଇ ଏବଂ ନବମରୁ…
ଖୋର୍ଦ୍ଧା,୧।୧୦(କେଦାର ନାଥ ସାହୁ):ଖୋରଧା ସହରରେ ଦୁର୍ଗା ପୂଜା, ଗଜଲକ୍ଷ୍ମୀ ପୂଜା ଏବଂ ରାବଣ ପୋଡ଼ି ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଡି ଜେ ବାଜା ଏବଂ ଲାଇଟ୍ କୁ ସମ୍ପୂର୍ଣ୍ଣ ନିଷେଧ କରିଛି ଜିଲ୍ଲା ପ୍ରଶାସନ l ଆଜି ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତାରେ ପୌର ପରିଷଦ ଟାଉନ୍ ହଲ୍ ଠାରେ ଅନୁଷ୍ଠୀତ ପ୍ରସ୍ତୁତି ବୈଠକ ରେ ଦୁର୍ଗାପୂଜା, ଗଜଲକ୍ଷ୍ମୀ ପୂଜା ଏବଂ ରାବଣ ପୋଡ଼ି ଉତ୍ସବ କୁ ପାରମ୍ପାରିକ ବାଜା ଓ ସୁପ୍ରିମ କୋର୍ଟର ନିୟମାନୁସାରେ ନିର୍ଦ୍ଧାରିତ ୬୦ ଡେସିବଲ୍ ମଧ୍ୟରେ ବଜାଇ ଖୋରଧାର ଏହି ଗଣ ପର୍ବ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ସମସ୍ତ ପୂଜା କମିଟି ଓ ଖୋରଧା ସହର ବାସୀଙ୍କ ସହଯୋଗ କାମନା କରିଛନ୍ତି l ବିଧାୟକ ଏବଂ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର…
ବେଗୁନିଆପଡା,୧।୧୦(ବାପୁନି ମାଲୁ):ଆଜି ଅପରାହ୍ନ ସମୟରେ କୋଦଳା ଥାନା ଅନ୍ତର୍ଗତ କୋଦଳା ଠାରୁ ଖଲ୍ଲିକୋଟ ରାସ୍ତାର ପୁସ୍ତପୁର ନିକଟରେ କାର ସହ ବାଇକର ଧକ୍କା ହେବା ଯୋଗୁଁ ବାଇକରେ ବସିଥିବା ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମାଳ ବିରିଜାଈ ଗ୍ରାମର ସୁବ୍ରତ ପ୍ରଧାନ, ନବୀନ ପଧାନ ଓ ଚନ୍ଦନ ପ୍ରଧାନ। ଏହି ୩ ଜଣ ୟାମା ଗାଡ଼ି( OD 02DR 9023 ) ରେ ଖଲ୍ଲିକୋଟ ଅଭିମୁଖେ ଯାଉଥିବା ବେଳେ ଅପର ପକ୍ଷରୁ ଏକ ଫରଚୁନର କାର(OR 02 BX 3988) ଆଉ ଏକ ବାଇକକୁ ଓଭର ଟେକ କରି ଆସିବା ବେଳେ ୟାମା ବାଇକ ସହ ଧକ୍କା ହୋଇଥିଲା। ଧକ୍କା ଏତେ ଜୋର ଥିଲା ଯେ ବାଇକଟି ୧୦ ଫୁଟ ଉପରକୁ ଉଠିବା ସହ ୨୦ ଫୁଟ ଦୁରକୁ ଛିଟିକି ପଡିଥିଲା। କାରଟି ଆଗକୁ ଯାଇ ପୁଣି ଆଉ…
ରାୟଗଡ,୧।୧୦(ଅମୂଲ୍ୟ ନିଶଙ୍କ):ରାୟଗଡ ବିଧାନସଭାର କୁମ୍ବିକୋଟା ମଣ୍ଡଳରେ ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମହୋଦୟଙ୍କ ଉପସ୍ଥିତିରେ ବିଜେଡି ଓ କଂଗ୍ରେସର ବହୁ କର୍ମୀ ଭାରତୀୟ ଜନତା ପାର୍ଟିର ନୀତି, ଆଦର୍ଶ ଏବଂ ଡବଲ୍ ଇଞ୍ଜିନ୍ ସରକାରଙ୍କ ଜନକଲ୍ୟାଣମୂଳକ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦାନ କରିଛନ୍ତି। ଏହି ଅବସରରେ ନବାଗତ କର୍ମୀମାନଙ୍କୁ ବିଜେପି ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତକରାଯାଇଥିଲା।ଏହି କାର୍ଯ୍ୟକ୍ରମରେ କୋରାପୁଟ ଲୋକସଭା ପ୍ରାର୍ଥୀ ତଥା ରାଷ୍ଟ୍ରୀୟ ଜନଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ ଶ୍ରୀ ମାଝୀ କଳିରାମ , ରାୟଗଡା ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ଆଦିବାସୀ ମୋର୍ଚ୍ଚା ଉପସଭାପତି ଶ୍ରୀ ବସନ୍ତ ଉଲ୍ଲକା , ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ବିଦ୍ୟା ଧର ଶବର ଉପାଧ୍ୟକ୍ଷା ମଞ୍ଜୁଳା ମିନିୟାକ ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟା କଞ୍ଚାଡା ଅଶ୍ୱିନୀ , ଉଲାକା ଶିବ ଶଙ୍କର , ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ଉମେଶ ଖୋସଲା ଜିଲ୍ଲା ଉପସଭାପତି ରଜତ ମାଦଳା ମହିଳାମୋର୍ଚ୍ଚା ସଭାପତି…
ଚିକିଟି,୦୨।୧୦(ନିଗମାନନ୍ଦ ପଣ୍ଡା):ଗଞ୍ଜାମ ଜିଲ୍ଲାର ବନ୍ଦ ରହିଥିବା ୫ଟି ସାଟେଲାଇଟ୍ ବିଦ୍ୟାଳୟକୁ ପୁନଃଖୋଲିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିଛି। ଏଥିମଧ୍ୟରୁ ଚିକିଟି ବ୍ଲକର ୪ଟି ସାଟେଲାଇଟ୍ ବିଦ୍ୟାଳୟ ରହିଥିବା ବେଳେ ଅନ୍ୟ ୧ଟି ବିଦ୍ୟାଳୟ ଦିଗପହଣ୍ଡି ବ୍ଲକରେ ରହିଛି।ଚିକିଟି ବ୍ଲକର ପତ୍ରଚୁଡ଼ି ପ୍ରାଥମିକ ବିଦ୍ୟାଳୟ, ଆମ୍ବଗାଁ ପ୍ରାଥମିକ ବିଦ୍ୟାଳୟ, ଖୁଣ୍ଟପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ଓ ଖୁଦୁଡ଼ି ପ୍ରାଥମିକ ବିଦ୍ୟାଳୟ ପୁନଃଖୋଲିବାକୁ ଅନୁମୋଦନ ଦିଆଯାଇଛି। ଏହି ଅନୁମୋଦନ ଫଳରେ ଦୀର୍ଘଦିନ ଧରି ଶିକ୍ଷା ସୁଯୋଗରୁ ବଞ୍ଚିତ ହେଉଥିବା ଅଞ୍ଚଳର ଶିଶୁମାନଙ୍କ ନିକଟରେ ପୁଣିଥରେ ବିଦ୍ୟାଳୟ ଶିକ୍ଷା ପହଞ୍ଚିବାର ସୁଯୋଗ ସୃଷ୍ଟି ହୋଇଛି।ଓଡ଼ିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ୍ ଅଥରିଟି ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ-ତଥା-ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷାଙ୍କୁ ଆବଶ୍ୟକ ପଦକ୍ଷେପ ନେଇ ବିଦ୍ୟାଳୟଗୁଡ଼ିକର ଶୀଘ୍ର କାର୍ଯ୍ୟକାରୀ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହି ନିଷ୍ପତ୍ତି ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଗଞ୍ଜାମ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ ଏବଂ ବ୍ଲକ…
ଖୋରଧା,୨।୧୦(କେଦାର ନାଥ ସାହୁ):ପବିତ୍ର ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଜିଲ୍ଲା ସଦର ମହକୁମା, ଖୋରଧା ଠାରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ମିଳିତ ଆନୁକୁଲ୍ୟରେ ପାଳିତ ହୋଇଯାଇଅଛି l ପୂର୍ବାହ୍ନ ରେ ଜିଲ୍ଲା ପରିଷଦ ଉପ ସଭାପତି , ଶ୍ରୀଯୁକ୍ତ ଗୋପୀନାଥ ମହାରଣା, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ବେଉରା ଯୋଗଡେଇ ଖୋରଧା ଡାକବଙ୍ଗଳା ସନ୍ନିକଟ ଛକରେ ଥିବା ମହାତ୍ମା ଗାନ୍ଧୀଙ୍କ ଅର୍ଦ୍ଧ ବୟବ ପ୍ରତି ମୂର୍ତ୍ତିରେ ଗଣମାଧ୍ୟମ ପ୍ରତିନିଧି ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଗହଣରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ l ପରେ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ଶ୍ରୀ ପ୍ରତାପ ଚନ୍ଦ୍ର ବେଉରାଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଓ ସର୍ବ ଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା l ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ, ଜିଲ୍ଲା…