ବେଲଗୁଣ୍ଠା,୨୫।୧୦(ଶିବରାମ ଚୌଧୁରୀ):ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ତେଙ୍ଗଧରା ଗ୍ରାମରେ ଦିବା ପାଟ୍ରୋଲିଂ ସମୟରେ ପୁଲିସ ଏକ ଜୁଆ ଆଡ୍ଡା ଠାବ କରିବା ସହ ଏଥିରେ ସମ୍ପୃକ୍ତ ଅଭିଯୋଗରେ ୭ ଜଣଙ୍କୁ ଅଟକ ରଖିଛି।ପୁଲିସ ସୂଚନା ଅନୁଯାୟୀ, ପାଟ୍ରୋଲିଂ କରୁଥିବା ଟିମ୍ ଠେଙ୍ଗାଧରା ଗ୍ରାମରେ ଜୁଆ ଖେଳ ଚାଲିଥିବା ଜାଣିବାକୁ ପାଇଥିଲା। ଏହାପରେ ଚଢ଼ଉ କରି ୭ ଜଣଙ୍କୁ ଅଟକ ରଖାଯାଇଥିଲା। ଅଟକ ବ୍ୟକ୍ତିମାନେ ହେଲେ ଠେଙ୍ଗାଧରା ଗ୍ରାମର ଅଭିରାମ ମହାକୁଡ଼ (୫୨), ପଦ୍ମଲୋଚନ ପ୍ରଧାନ (୩୭), ପବିତ୍ର ବେହେରା (୪୫), ସନାତନ ଗୌଡ଼ (୪୧) ଓ ନିରଞ୍ଜନ ନାୟକ (୫୮)। ସେହିପରି ସୁତୁମୁସର ଗ୍ରାମର ସନ୍ତୋଷ କୁମାର ପଣ୍ଡା (୪୫) ଏବଂ କୋଳିସାହିର ପବିତ୍ର କୁମାର ଡାକୁଆ (୨୮) ମଧ୍ୟ ଅଟକ ହୋଇଛନ୍ତି।ସମସ୍ତେ ବେଲଗୁଣ୍ଠା ଥାନା ଅଞ୍ଚଳର ବାସିନ୍ଦା। ଘଟଣା ସମ୍ପର୍କରେ ପୁଲିସ ପକ୍ଷରୁ ଆଇନଗତ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି।
Author: Janabani News
ବାଲିପଦର,୨୫।୧୦(ଡ.ବି.ପ୍ରକାଶ ଚନ୍ଦ୍ର ପାତ୍ର):ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ଠାରେ ଓଡ଼ିଆ ଭାଷା ସାହିତ୍ୟ କଳା ସଂସ୍କୃତି ଗବେଷଣା ପ୍ରତିଷ୍ଠାନ ଠାରେ ଘୁମୁସର ର ସ୍ବର ବାଲିପଦର ପକ୍ଷରୁ ୧୬୬ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର ପ୍ରତିଷ୍ଠାନର ସଭାପତି ତଥା ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ର ପୌରହିତ୍ଯରେ ଅନୁଷ୍ଠିତ ହୋଇ ଯାଇଛି। ଅତିଥି ଭାବେ ବାଲିପଦର ହାଇସ୍କୁଲର ପୁର୍ବତନ ପ୍ରଧାନ ଶିକ୍ଷକ ଇ. ନିଳାଚଳ ପାତ୍ର, ସମାଜସେବୀ ଖଲି ପରିଡ଼ା, କେ.ରାଘବ ଚରଣ ପାତ୍ର, କବି ପଦ୍ମଲୋଚନ ଗୌଡ଼, ନିରଞ୍ଜନ ପାତ୍ର, ଲକ୍ଷ୍ମୀ ନାରାୟଣ ପଣ୍ଡା, ସୁରେନ୍ଦ୍ର ନାଥ ଜେନା ପ୍ରମୁଖ ଯୋଗଦେଇ ଉତ୍କଳୀୟ ସଂସ୍କୃତିରେ କୁମାର ପୁର୍ଣ୍ଣିମା ସମ୍ପର୍କରେ ଆଲୋଚନା କରି ନୂତନ ଯୁବ ପିଢ଼ିଙ୍କୁ ଦିଗ୍ ଦର୍ଶନ ଦେଇଥିଲେ। ଶେଷରେ ଶାରଦୀୟ ଅବସରରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇ ଥିଲା।
ବାଲିଗୁଡ଼ା,୨୫।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରେ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବାଲିଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବ୍ଲକ ଓ ନଗରାଞ୍ଚଳ ପାଇଁ ନୂତନ ସାଂଗଠନିକ ନିଯୁକ୍ତି ଘୋଷଣା କରାଯାଇଛି। ଅକ୍ଟୋବର ୨୩ ତାରିଖରେ ଜାରି ଦଳୀୟ କାର୍ଯ୍ୟାଳୟ ଆଦେଶ ଅନୁଯାୟୀ, କୋଟଗଡ଼, ତୁମୁଡ଼ିବନ୍ଧ, ବାଲିଗୁଡ଼ା ଓ କ. ନୂଆଗାଁ ବ୍ଲକ ସମେତ ବାଲିଗୁଡ଼ା ଏନ୍ଏସି ପାଇଁ ସଭାପତି ଓ କାର୍ଯ୍ୟକାରୀ ସଭାପତି ନିଯୁକ୍ତ ହୋଇଛନ୍ତି l ଏହି ନିଯୁକ୍ତି ଅନୁସାରେ, କୋଟଗଡ଼ ବ୍ଲକ ସଭାପତି ଭାବେ ଷ୍ଟିଫେନ ପ୍ରଧାନ ଏବଂ କାର୍ଯ୍ୟକାରୀ ସଭାପତି ଭାବେ ସରୋଜ ବଳିଆରସିଂହ ଦାୟିତ୍ୱ ପାଇଛନ୍ତି। ସେହିପରି ତୁମୁଡ଼ିବନ୍ଧ ବ୍ଲକ ସଭାପତି ଭାବେ କୁନା ଦଣ୍ଡସେନା ଏବଂ କାର୍ଯ୍ୟକାରୀ ସଭାପତି ଭାବେ ଜହନ ବାରିକ ନିଯୁକ୍ତ ହୋଇଛନ୍ତି। ବାଲିଗୁଡ଼ା ବ୍ଲକ ସଭାପତି ଭାବେ କ୍ଲେଶ ପ୍ରଧାନ ଏବଂ କାର୍ଯ୍ୟକାରୀ ସଭାପତି ଭାବେ କବିରାଜ ରଣା ଦାୟିତ୍ୱ…
ଫୁଲବାଣୀ,୨୫।୧୦(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲା ସଦର ମହକୁମା ଡ଼ାକ୍ତରଖlନା ପରିସରରେ ଜିଲା ସ୍ଵାସ୍ଥ୍ୟ ସମିତି ପକ୍ଷରୁ ରବିବାର ଡାକ୍ତର ଖlନା ପରିସର ରକ୍ତ ଭଣ୍ଡାର ଓସମ୍ମୁଖ ରାସ୍ତା ସଫେଇ କରିବା ସହ ଲୋକଙ୍କୁ ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା ସଂପର୍କରେ ସଚେତନ କରାଇବା ସହ ଲିଫ ଲେଟ୍ସ ବଣ୍ଟନ କରଯାଇଥିଲା l ଏହି ଅବସରରେ ହସ୍ପିଟାଲ ସୂପରିଟେଣ୍ଡ ଣ୍ଟ ଡାକ୍ତର ଅକ୍ଷୟ କୁମାର ସାହୁ ସ୍ୱଚ୍ଛତା ରଖିବା ସଂପର୍କରେ ଶପଥ ପାଠ କରାଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ରୋଟାରୀ କ୍ଲବ ସଭାପତି ଆଇନଜୀବି ବିଜୟ କୃଷ୍ଣ ପଟ୍ଟନାୟକ, ରୋଟାରୀ କ୍ଲବ ଫୁଲବାଣୀ,ସମ୍ପାଦକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, ଆପ ସଭାପତି ତଥା ସମାଜ ସେବୀ ଗିରିଶ ପଟ୍ଟନାୟକ ପ୍ରମୁଖ ଙ୍କ ସମେତ ଡ଼ାକ୍ତରଖାନା କର୍ମଚାରୀ ଉପସ୍ଥିତ ଥିଲେ l
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳରୁ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ପାଇଁ ଚାଲିଥିବା ଯୋଜନାକୁ ପଣ୍ଡ କରିଛି କ.ନୂଆଗାଁ ପୋଲିସ। ପୋଲିସ ପେଟ୍ରୋଲିଂ ସମୟରେ ଦାରିଙ୍ଗବାଡ଼ି ଛକରୁ ଜଣେ ମହିଳାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୨୨ କେଜି ଗଞ୍ଜେଇ, ଗୋଟିଏ ମୋବାଇଲ ଫୋନ୍ ଏବଂ ନଗଦ ୫ ହଜାର ଟଙ୍କା ଜବତ କରିଛି। ପୋଲିସ ସୂଚନା ଅନୁଯାୟୀ, କ.ନୂଆଗାଁ ଥାନା ପୋଲିସ ଦଳ ପେଟ୍ରୋଲିଂ କରୁଥିବା ବେଳେ ଦାରିଙ୍ଗବାଡ଼ି ଛକରେ ଜଣେ ମହିଳା ଜରି ଅଖା ଧରି ବସ୍କୁ ଅପେକ୍ଷା କରିଥିବା ଦେଖିଥିଲା। ତାଙ୍କ ଗତିବିଧି ଉପରେ ସନ୍ଦେହ ହେବାରୁ ପୋଲିସ ଅଖା ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଅଖା ଭିତରେ ଗଞ୍ଜେଇ ଥିବା ଜଣାପଡ଼ିବା ପରେ ତାହାକୁ ଜବତ କରାଯାଇଥିଲା। ପରେ ଅତିରିକ୍ତ ତହସିଲଦାର ବସୁଧା ପ୍ରଧାନ ଓ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ କରାଯାଇଥିଲା। ଏହାର ପରିମାଣ ୨୨ କେଜି ବୋଲି ଜଣାପଡ଼ିଥିଲା।ଗିରଫ ମହିଳା ଜଣକ…
ଫୁଲବାଣୀ,୨୫।୧୦(ସୁନୀଲ ପଟ୍ଟନାୟକ):ଫୁଲବାଣୀ ଆଦର୍ଶ ଟାଉନ ଥାନା ଅନ୍ତର୍ଗତ ପିଅନ ପଡା ର ଚିଦାନନ୍ଦ ନଗର ର ସ୍ମିତାରାଣୀ କଂହର (୩୦)ବର୍ଷ ନିଜର ମାଆ ଙ୍କୁ କ୍ରୋଧରେ ଶାବଳ ରେ ଆଘାତ କରିବାରୁ ହାତ ଗୋଡ଼ ଭାଙ୍ଗିଯାଇଥିଲା l ଜ୍ୱାଇଁ ସୁଜିତ ଦେହୁରୀ ଶାଶୁ ଙ୍କୁ ନେଇ ଶଳା ଗଣେଶ କଂହର ଙ୍କ ଠାରେ ଆହତ ଶାଶୁ ସେବତୀ କଂହର ଙ୍କୁ ଛାଡି ଦେଇ ଆସିଥିଲେ! ଗଣେଶ ଆହତ ମାଆ ଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ! ଆଜି ସକାଳେ ଚିକିତ୍ସା ଧୀନ ଅବସ୍ଥାରେ ସେବତୀଙ୍କର ମୃତ୍ୟୁ ଘଟିଥିଲା! ଝିଅ ରଶ୍ମିତା କଂହର କୁଆଡେ ଏକ ମାନସିକ ରୋଗୀ ବୋଲି ତାଙ୍କ ସମ୍ପର୍କୀୟ ମାନେ କହୁଛନ୍ତି! ପୁର୍ବରୁ ସେ ମାନସିକ ଭରସାମ୍ୟ ହରାଇ ଅନେକ ଙ୍କୁ ଆକ୍ରମଣ କରିବାର ନଜିର ରହିଛି! ଏପରିକି ରଶ୍ମିତା ତାର ଛୋଟ ଝିଅ କୁ ବି ମାନସିକ ବିକୃତ ର…
ଖଜୁରୀପଡ଼ା:୨୫।୧୦(ମନୋଜ କୁମାର ବେହେରା):ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୁତୀମେଣ୍ଡୀ ବନ୍ଦକନ ଗୁଡ଼ି ରେ ମାଁ ବ୍ରାହ୍ମଣୀ ଦେବୀ ଙ୍କ ପୂଜା ରୀତିନୀତି ଅନୁଯାୟୀ ବହୁ ଆଡ଼ମ୍ବର ରେ ସମାପନ ହୋଇଛି। ଏହି ବନ୍ଧକନ ଯାତ୍ରା ଆଦିମ କାଳରୁ ଆଦିବାସୀ ରୀତିନୀତି ଅନୁଯାୟୀ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦ୍ୱାଦଶ ତିଥି ରେ ପ୍ରତିବର୍ଷ ପୂଜାଅର୍ଚନା ହୋଇଥାଏ। ବ୍ରାହ୍ମଣୀଦେବୀଙ୍କ ଯାତ୍ରାରେ ବହୁ ଦୂରଦୂରାନ୍ତରୁ ଭକ୍ତ ସାମିଲ ହୋଇଥିଲେ। ଏହି ଅବସର ରେ ବହୁ ପଟୁଆର ରେ ପୁଜା ନିମନ୍ତେ ଦେହୁରି ଙ୍କ ଆଗମନ ହୋଇଥିବା ବେଳେ,ସାଂସ୍କୃତିକ କାର୍ଯ୍ୟକ୍ରମ ପିପଲପଡ଼ା ମହାନ ପୌରାଣିକ ନାଟକ ‘ଧୃବ ତପସ୍ୟା’ ଓ ‘ମଧୁ କୈଠଭ ବଧ’ ନାଟକ ଦର୍ଶକ ମାନଙ୍କ ମନମୁଗ୍ଧ କରିଥିଲା। ମାଁ ଏହି ପାରମ୍ପରିକ ଉତ୍ସଵ ରେ ମୂଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଶ୍ରୀ ଉମାଚରଣ ମଲ୍ଲିକ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ପଣ୍ଡିତ୍ ବିଶି ମାଝୀ, ଜିଲ୍ଲା…
ଖଜୁରୀପଡ଼ା,୨୫।୧୦(ମନୋଜ କୁମାର ବେହେରା): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଆରାପାଜୁ ପଞ୍ଚାୟତର ପେନାବାଲି ଗ୍ରାମରେ ମାଇ ଭାରତ, କନ୍ଧମାଳ ପକ୍ଷରୁ ନିଶାମୁକ୍ତ ଯୁବ ସମାଜ ଗଠନ ଲକ୍ଷ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ସତ୍ୟବାନ ଦଳବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ସଚେତନ କରିବା ସହ ଏକ ସୁସ୍ଥ, ସୁନ୍ଦର ଓ ସମୃଦ୍ଧ ସମାଜ ଗଠନ ପାଇଁ ଆହ୍ୱାନ ଦିଆଯାଇଥିଲା।କାର୍ଯ୍ୟକ୍ରମରେ ଖଜୁରୀପଡ଼ା ଥାନାର ଏସ୍ଆଇ ପୂର୍ଣ୍ଣବାସୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ବ୍ଲକ ବିଧାୟକଙ୍କ ସ୍ୱାସ୍ଥ୍ୟ ପ୍ରତିନିଧି ରାଈ କିଶୋର ପ୍ରଧାନ, ପେନାବାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ପଟ୍ଟନାୟକ, କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଅଜିତ କୁମାର ଦେହୁରୀ, ପେନାବାଲି ଉଚ୍ଚ ପ୍ରାଥମିକ ସହକାରୀ ଶିକ୍ଷୟିତ୍ରୀ କୁନ୍ତୀ ମଳିକ, କୁଇ ସମାଜ ଯୁବ ପରିଷଦ କନ୍ଧମାଳର ସମ୍ପାଦକ ତଥା ସମାଜସେବୀ ଅଚ୍ୟୁତ ଜାନୀ, ଖଜୁରୀପଡ଼ା ସାମ୍ବାଦିକ ମନୋଜ…
ଫୁଲବାଣୀ,୨୫।୧୦(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲା ସଦର ମହକୁମା ଡ଼ାକ୍ତରଖlନା ପରିସରରେ ଜିଲା ସ୍ଵାସ୍ଥ୍ୟ ସମିତି ପକ୍ଷରୁ ରବିବାର ଡାକ୍ତର ଖlନା ପରିସର ରକ୍ତ ଭଣ୍ଡାର ଓସମ୍ମୁଖ ରାସ୍ତା ସଫେଇ କରିବା ସହ ଲୋକଙ୍କୁ ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା ସଂପର୍କରେ ସଚେତନ କରାଇବା ସହ ଲିଫ ଲେଟ୍ସ ବଣ୍ଟନ କରଯାଇଥିଲା l ଏହି ଅବସରରେ ହସ୍ପିଟାଲ ସୂପରିଟେଣ୍ଡ ଣ୍ଟ ଡାକ୍ତର ଅକ୍ଷୟ କୁମାର ସାହୁ ସ୍ୱଚ୍ଛତା ରଖିବା ସଂପର୍କରେ ଶପଥ ପାଠ କରାଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ରୋଟାରୀ କ୍ଲବ ସଭାପତି ଆଇନଜୀବି ବିଜୟ କୃଷ୍ଣ ପଟ୍ଟନାୟକ, ରୋଟାରୀ କ୍ଲବ ଫୁଲବାଣୀ,ସମ୍ପାଦକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, ଆପ ସଭାପତି ତଥା ସମାଜ ସେବୀ ଗିରିଶ ପଟ୍ଟନାୟକ ପ୍ରମୁଖ ଙ୍କ ସମେତ ଡ଼ାକ୍ତରଖାନା କର୍ମଚାରୀ ଉପସ୍ଥିତ ଥିଲେ l
ଖଜୁରୀପଡ଼ା,୨୫।୧୦(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ୍ ସଦର ମହକୁମାରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଉପଲକ୍ଷେ ଏକ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗତ ୨୪ ଅକ୍ଟୋବର ୨୦୨୬ ତାରିଖରେ ଖଜୁରୀପଡ଼ା ମା’ ଗଜଲକ୍ଷ୍ମୀ ମାର୍କେଟ୍ କମିଟି ପକ୍ଷରୁ ଏହି ପୂଜାର ଆୟୋଜନ କରାଯାଇଥିଲା। ବାଜାବାଦ୍ୟ, ଭକ୍ତିପୂର୍ଣ୍ଣ ପରିବେଶ ଓ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ କଳସ ଯାତ୍ରା ଉତ୍ସବମୁଖର ହୋଇଉଠିଥିଲା।ମା’ ଗଜଲକ୍ଷ୍ମୀଙ୍କ ଆଶୀର୍ବାଦ ଲାଭ କରିବା ସହ ଅଞ୍ଚଳର ମଙ୍ଗଳ, ସମୃଦ୍ଧି, ସୁଖଶାନ୍ତି ଓ ଜନକଲ୍ୟାଣ କାମନା କରି ଏହି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପୂଜା କମିଟିର ସଭାପତି ସୁବୁଦ୍ଧି ଗଣ୍ଡା ଏବଂ ସମ୍ପାଦକ ସୁରେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ସମସ୍ତ ପୂଜାକାର୍ଯ୍ୟ ଓ କଳସ ଯାତ୍ରା ଆୟୋଜନ କରାଯାଇଥିଲା।ଏହି ଅବସରରେ କମିଟିର ସଦସ୍ୟ ଓ ସଦସ୍ୟାମାନେ ଉତ୍ସାହର ସହ ଯୋଗଦେଇ ମା’ଙ୍କ ପୂଜାର୍ଚ୍ଚନା ଓ ଧାର୍ମିକ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ସେମାନଙ୍କ ମଧ୍ୟରେ…
ଖଜୁରୀପଡ଼ା,୨୫।୧୦(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଆରାପାଜୁ ଗ୍ରାମ ପଞ୍ଚାୟତର ପେନାବାଲି, ପିପଲପଡ଼ା ଓ ଗୁଡ୍ରିସାହିସ୍ଥିତ ଠାରେ ଏକ ମହତ୍ତ୍ୱପୂର୍ଣ୍ଣ ଜନସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ତାରିଖ ୨୪ ଅକ୍ଟୋବର ୨୦୨୬ରେ କହ୍ନେଇ ବାବା ରୋଷେଇ ଓ ଲକ୍ଷ୍ମୀ ମାତୃ ପିତୃ ସେବାଶ୍ରମର ମିଳିତ ଉଦ୍ୟମରେ ବରିଷ୍ଠ ନାଗରିକମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା।ସମାଜରେ ବରିଷ୍ଠ ନାଗରିକମାନେ ହେଉଛନ୍ତି ଆମର ଅମୂଲ୍ୟ ସମ୍ପଦ। ସେମାନଙ୍କ ଅଭିଜ୍ଞତା, ଜୀବନର ସଂଘର୍ଷ ଓ ତ୍ୟାଗ ଆଗାମୀ ପିଢ଼ି ପାଇଁ ସର୍ବଦା ପ୍ରେରଣାର ଉତ୍ସ। ବୟସର ଅପରାହ୍ନରେ ସେମାନଙ୍କୁ ସ୍ନେହ, ଶ୍ରଦ୍ଧା, ସମ୍ମାନ ଓ ସହଯୋଗ ଯୋଗାଇଦେବା ପ୍ରତ୍ୟେକ ମଣିଷର ନୈତିକ କର୍ତ୍ତବ୍ୟ। ଏହି ମହତ୍ ଉଦ୍ଦେଶ୍ୟକୁ ଆଗରେ ରଖି ଉଭୟ ସେବା ସଂସ୍ଥା ପକ୍ଷରୁ ଏହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା।ଶୀତ ଋତୁର ଆଗମନକୁ ଦୃଷ୍ଟିରେ ରଖି ବରିଷ୍ଠ ନାଗରିକମାନଙ୍କୁ କମ୍ବଳ ପ୍ରଦାନ କରିବା ଏକ ପ୍ରଶଂସନୀୟ ପଦକ୍ଷେପ। ଏହା କେବଳ…
ବେଲଗୁଣ୍ଠା,୨୪।୧୦(ଶିବରାମ ଚୌଧୁରୀ):ଆସନ୍ତା ମାଆ ଶ୍ୟାମାକାଳୀ ପୂଜା ଉପଲକ୍ଷେ ବେଲଗୁଣ୍ଠା ବ୍ଲକ୍ର ଗୋବରା ମୁଖ୍ୟ ସଡ଼କସ୍ଥିତ ଶ୍ରୀ କପିଳେଶ୍ୱର ମନ୍ଦିର ନିକଟରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଶ୍ରୀ ଶ୍ରୀ କପିଳେଶ୍ୱର ଯୁବକ ସଂଘର ନେତୃତ୍ୱରେ ଆୟୋଜିତ ଏହି ଧାର୍ମିକ କାର୍ଯ୍ୟକ୍ରମରେ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।ମୁଖ୍ୟ ପୂଜକ ଭବାନୀ ଶଙ୍କର ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ପୂଜକ ଅକ୍ଷୟ ତ୍ରିପାଠୀ ପାରମ୍ପରିକ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରି ଶୁଭଖୁଣ୍ଟି ସ୍ଥାପନ କରିଥିଲେ। ଏହାପରେ ଢୋଲ, ଗିନି ଓ ମୃଦଙ୍ଗ ଆଦି ପାରମ୍ପରିକ ବାଦ୍ୟର ତାଳେ ତାଳେ ନଗର ପରିକ୍ରମା କରାଯାଇଥିଲା। ଗୋବରା ମୁଖ୍ୟ ସଡ଼କ ପରିକ୍ରମା ସମୟରେ ହରିବୋଲ ଓ ହୁଳହୁଳି ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା।ମାଆଙ୍କ ଆଗମନକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଓ ଭକ୍ତିଭାବ ପରିଲକ୍ଷିତ ହୋଇଥିଲା। ଏହି ଅବସରରେ ଗୋବରା ବିଘ୍ନ ବିନାୟକ ପୂଜା କମିଟି ଓ ଗଜଲକ୍ଷ୍ମୀ ପୂଜା କମିଟିର ସଦସ୍ୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି…