ଛତ୍ରପୁର,୩/୬,(ହିମଂଶୁ ଶେଖର ସାବତ):ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ (ଦକ୍ଷିଣାଞ୍ଚଳ) ବସନ୍ତ କୁମାର ପ୍ରଧାନ ଆଜି ଛତ୍ରପୁରସ୍ଥିତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ବ୍ରହ୍ମପୁରଠାରେ ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ଭାବେ ନୂତନ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଛତ୍ରପୁର ଗସ୍ତ ଥିଲା। ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ କାର୍ଯ୍ୟାଳୟର ବିଭିନ୍ନ ବିଭାଗ ବୁଲି ଦେଖିଥିଲେ। ସେ ବିଭିନ୍ନ ରେଜିଷ୍ଟର, କର୍ମଚାରୀ ବିବରଣୀ, ନଥିପତ୍ର ଏବଂ ଦୃଶ୍ୟ-ଶ୍ରାବ୍ୟ ଯନ୍ତ୍ରପାତି ଅନୁଧ୍ୟାନ କରିଥିଲେ। ଏଥିସହ ସୂଚନା କେନ୍ଦ୍ର ଓ ପାଠାଗାରରେ ଉପଲବ୍ଧ ଖବରକାଗଜ, ପତ୍ରିକା, ‘ଉତ୍କଳ ପ୍ରସଙ୍ଗ’, ‘ଓଡ଼ିଶା ରିଭ୍ୟୁ’, ‘ପ୍ରଗତି ପ୍ରବାହ’ ଏବଂ ଅନ୍ୟାନ୍ୟ ପୁସ୍ତକର ଷ୍ଟକ୍ ରେଜିଷ୍ଟର ମଧ୍ୟ ଯାଞ୍ଚ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟାଳୟର ସମସ୍ତ ସରକାରୀ କାର୍ଯ୍ୟ ସଠିକ୍ ଓ ସୁଚାରୁରୂପେ ସମ୍ପାଦିତ ହେଉଥିବା ଦେଖି ସେ ସନ୍ତୋଷ ବ୍ୟକ୍ତ କରିଥିଲେ।…
Author: Janabani News
ନୂଆପଡ଼ା,୦୩/୦୬,(ପରମେଶ୍ୱର ମେହେର):ଜିଲ୍ଲାରେ ବେଆଇନ ଜୁଆ କାରବାର ବିରୋଧରେ ନୂଆପଡ଼ା ପୁଲିସ ଏକ ବଡ଼ ଧରଣର ସଫଳତା ହାସଲ କରିଛି । ଦୀର୍ଘଦିନ ଧରି ଜୋଙ୍କ ଥାନା ଅଞ୍ଚଳରେ ସଂଗଠିତ ଭାବେ ଚାଲୁଥିବା ଜୁଆ କାରବାର ଉପରେ ଗୁଇନ୍ଦା ନଜର ରଖିବା ପରେ ପୁଲିସ ଏକ ଯୋଜନାବଦ୍ଧ ଚଢ଼ାଉ କରି ୨୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ନଗଦ ୩ ଲକ୍ଷ ୫୬ ହଜାର ୫୫ ଟଙ୍କା, ୪ଟି ନୂଆ ତାସ ପ୍ୟାକେଟ, ୧୯ଟି ସ୍ମାର୍ଟଫୋନ ଓ ୬ଟି ମୋଟରସାଇକେଲ ଜବତ କରାଯାଇଛି ।ପୁଲିସ ସୂତ୍ରରୁ ପ୍ରକାଶ ଯେ, ଜୋଙ୍କ ଥାନା ଅଞ୍ଚଳରେ କିଛି ବ୍ୟକ୍ତି ମିଳିତ ଭାବେ ବଡ଼ ଆକାରର ଜୁଆ ଆସର ବସାଉଥିବା ନେଇ ବହୁଦିନ ଧରି ଖବର ମିଳୁଥିଲା । ଏହାକୁ ଗୁରୁତ୍ୱର ସହ ନେଇ ନୂଆପଡ଼ା ପୁଲିସ ଗୁପ୍ତ ନଜରଦାରି ଆରମ୍ଭ କରିଥିଲା । ଶେଷରେ ବିଶ୍ୱସନୀୟ ସୂଚନା ଆଧାରରେ ଗତ ୨…
ବୁଗୁଡ଼ା, ୦୨/୦୬(ଡ.କୁମୁଦ ଚନ୍ଦ୍ର ବେହେରା):ବିକଶିତ ଗାଁ, ବିକଶିତ ଓଡିଶା ନାରା ଦେଇ ଶାସନ କରୁଥିବା ବିଜେପି ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ନିଜ ବ୍ଲକ ଅନ୍ତର୍ଗତ ବିରଞ୍ଚିପୁର ପଞ୍ଚାୟତରେ ଦୁଇ ବର୍ଷ ହେଲା ଉନ୍ନତିମୂଳକ କାର୍ଯ୍ୟ ଠପ୍ ହୋଇଯାଇଥିବା ନେଇ ପଞ୍ଚାୟତବାସୀଙ୍କ ପକ୍ଷରୁ ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସାଙ୍ଗକୁ ବିଡିଓ ଦୁତିକୃଷ୍ଣ ପାତ୍ରଙ୍କୁ ଏକ ଅଭିଯୋଗ ପ୍ରଦାନ କରାଯାଇଥିବା ଘଟଣା ସମ୍ପ୍ରତି ଅଞ୍ଚଳରେ ରାଜନୈତିକ ହଟଚମଟ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି। ଆସ୍କା ସାଂସଦଙ୍କ ବ୍ଲକ ପ୍ରତିନିଧି ଉତ୍ତମ କୁମାର ଦାଶଙ୍କ ସମେତ ବିକ୍ଷୋଭ ପ୍ରଦର୍ଶନକାରୀ ପଞ୍ଚାୟତବାସୀଙ୍କ ଦସ୍ତଖତ ସମ୍ବଳିତ ଅଭିଯୋଗ ପତ୍ର ଆଦିପୁର ଗ୍ରାମବାସିନ୍ଦା ଜଟେଶ୍ବର ମହାନ୍ତିଙ୍କ ଦ୍ଵାରା ବିଡିଓଙ୍କୁ ପ୍ରଦାନ କରାଯାଇଥିଲା । ଅଭିଯୋଗ ଅନୁଯାୟୀ ସ୍ଥାନୀୟ ବ୍ଲକ ପ୍ରଶାସନର ଅସହଯୋଗ ଓ ଅନାଗ୍ରହ ଯୋଗୁଁ ଦୁଇ ବର୍ଷ ହେଲା ବିରଞ୍ଚିପୁର ପଞ୍ଚାୟତରେ କୌଣସି ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ…
ଫୁଲବାଣୀ,୩/୦୬,(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ମହିଳା ମାନଙ୍କ ରାଲି ଅନୁଷ୍ଠିତ ହୋଇଥିଲା l ପ୍ରବଳ ଖରା ଓ ଗରମ କୁ ଖାତିର ନ କରି ହଜାର ହଜାର ସଂଖ୍ୟାରେ ମହିଳା ଯୋଗ ଦେଇ ବି ଜେପି ସରକାର ବିରୁଦ୍ଧରେ ସ୍ଲୋଗାନ ଦେବା ସହ ଅପାରଗ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀ ତୁରନ୍ତ ଗାଦି ଛାଡ଼ିବା ପାଇଁ ଦାବୀ କରିଥିଲେ l ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ରେ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଥିବା ଦର୍ଶାଯାଇଥିଲା l ବିଜେଡି ସର୍ବଦା ଲୋକ ଙ୍କ ନ୍ୟାୟ ପ୍ରଦାନ ଓ ହକ ପାଈଁ ଲଢେଇ ଜାରି ରଖିବ ବୋଲି ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପଦ୍ମ ନାଭ ବେହେରା, ପୁର୍ବତନ ମନ୍ତ୍ରୀ ବିଷ୍ଣୁ ପ୍ରିୟା ବେହେରା, ପୁର୍ବତନ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ପୁର୍ବତନ ବିଧାୟକ ଅଙ୍ଗଦ କହଁର, ଦୁଗୁନି କହଁର, ଜିଲ୍ଲା ମହିଳା…
ଫୁଲବାଣୀ,୩/୦୬,(ସୁନୀଲ ପଟ୍ଟନାୟକ):ଆଜି ବିଶ୍ୱ ସାଇକେଲ ଦିବସ l ମାଇ ଭାରତ କନ୍ଧମାଳ ତରଫରୁଫୁଲବାଣୀ ରେ ବିଶ୍ୱ ସାଇକେଲ ଦିବସ ଅନୁଷ୍ଠିତ୍ ହୋଇଥିଲା l ଏହି ଅବସରରେ ଆୟୋଜିତ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ଜିଲ୍ଲା ସହରାଞ୍ଚଳ ବିକାଶ ପ୍ରକଳ୍ପ ଅଧିକାରୀ ପ୍ରବୀର କୁମାର ବାଣୁଆ ଯୋଗ ଦେଇଥିବା ବେଳେ ସମ୍ମା ନିତ ଅତିଥି ଭାବରେ ଜିଲ୍ଲା ଶାରୀରିକ ଅଧିକାରୀ ସଂଜୟ କୁମାର ପାତ୍ର, ଖେଳ ଶିକ୍ଷକ ଛତୁଆ ଦୀପ, ପ୍ରଦୀପ କୁମାର ସାହୁ, ମିଲନ ପ୍ରଧାନ , ଜ୍ୟୋତି ରଞ୍ଜନ ପଟ୍ଟନାୟକ, ଦେବୀ ପ୍ରସାଦ ଶତପଥୀ ଏବଂ ମାଇ ଭାରତ ଫୁଲବାଣୀ ର ଜିଲ୍ଲା ଯୁବ ଅଧିକାରୀ ପ୍ରଶାନ୍ତ କୁମାର,ସହକର୍ମୀ ସତ୍ୟବାନ ଦଳବେହେ ରା, ପ୍ରମୂଖ ଯୋଗ ଦେଇ ସାଇକେଲ ବ୍ୟବହାର କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସଙ୍ଗେ ପରିବେଶ ପ୍ରଦୂଷଣ ରୋକିବା ସହ ଦେଖା ଦେଇଥିବା ତୈଳ ସଂକଟ ମଧ୍ଯ ଦୂର ହେଇପାରିବ ବୋଲି କହିଥିଲେ l…
ଫୁଲବାଣୀ,୩/୦୬,(ସୁନୀଲ ପଟ୍ଟନାୟକ):କଂଧମାଳ ପୋଲିସ କୁ ମିଳିଛି ବଡ ସଫଳତା l ଏସପି ରମେନ୍ଦ୍ର ପ୍ରସାଦ ଙ୍କ ନିର୍ଦେଶ କ୍ରମେ ବିଭିନ୍ନ ଥାନା ପୋଲିସ ଚଢାଉ କରି(୨୭ମେ ରୁ ୩ଜୁନ୍ ଯାଏ)ଏକ ସପ୍ତାହ ମଧ୍ୟରେ ୧୮୦୯କିଲୋ ଗଞ୍ଜେଇ ଜବତ କରିବା ସହ ୪ଜଣ ଙ୍କୁ ଗିରଫକରିବାରେ ସଫଳ ହୋଇଛି l ଏଥି ସହ ଏକ ୧୪ଚକିଆ ଟ୍ରକ୍ ସମେତ ୪ଟି କାର ଜବତ କରିଥିବା କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦ କହିଛନ୍ତି l ଫିରିଙ୍ଗିଆ ପୋଲିସ ମେ ୨୮ତାରିଖ ରେ ଚଢାଉ କରି ୨୧କେଜି ୨୦୦ଗ୍ରାମ ଗଞ୍ଜେଇ ସହ ଏକ କାର ଜବତ କରିଛି l ଏଥି ସହ ବିହାର ର ରଜନିଶ କୁମାର ସିଂହ ( ୨୮) କୁ ଗିରଫ କରିଛି l ପୋଲିସ ୧୧୦/୨୬ରେ ମାମଲା ରୁଜୁ କରିଛି l ସେହିପରି ଫିରିଙ୍ଗିଆ ପୋଲିସ ୩୦ତାରିଖ ରେ ଏକ ପିକ ଅ ପ ଭ୍ୟାନ୍ ସହ ୧୬୬କେଜି ୨୦୦ଗ୍ରାମ ଗଞ୍ଜେଇ…
ଗଜପତି,୦୩/୦୬,(ଟିକି ଲିମା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରପରିଷଦ ଅନ୍ତର୍ଗତ ରାମନଗର ନିକଟସ୍ଥ ନାୟରା ପେଟ୍ରୋଲ ପମ୍ପ ସମ୍ମୁଖରେ ଚାଲିଥିବା ଡ୍ରେନ ନିର୍ମାଣ କାମକୁ ନେଇ ବିବାଦ ତୀବ୍ର ହୋଇଛି। ଏହି ନିର୍ମାଣ କାର୍ଯ୍ୟ ବିରୋଧରେ ଆଲ ଇଣ୍ଡିଆ ଫରୱାର୍ଡ ବ୍ଲକ ଗଜପତି ଜିଲ୍ଲା କମିଟିର ସାଧାରଣ ସମ୍ପାଦକ ପାଇଲା ମୂରଲୀ କ୍ରିଷ୍ଣା ପୂର୍ବରୁ ଜିଲ୍ଲାପାଳ, ପୂର୍ତ୍ତ ବିଭାଗ ନିର୍ବାହୀ ଅଧିକାରୀ, ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗରେ ସେ ଦର୍ଶାଇଥିଲେ ଯେ, ବର୍ତ୍ତମାନ ନିର୍ମାଣ ହେଉଥିବା ଡ୍ରେନ ଯୋଗୁଁ ମୁଖ୍ୟ ରାସ୍ତାର ପ୍ରସସ୍ଥତା କମିଯିବା ସହ ଭବିଷ୍ୟତରେ ରାସ୍ତା ପ୍ରସସ୍ଥିକରଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ। ଏହାସହ ନୂଆ ବସ୍ଷ୍ଟାଣ୍ଡକୁ ସଂଯୋଗ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ଯାତାୟାତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଛି।
ଭୁବନେଶ୍ବର,୩/୬(ସୁଶାନ୍ତ କୁମାର ପ୍ରଧାନ):ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପରିସରରେ ଜଣେ ଦିବ୍ୟାଙ୍ଗ ଯୁବକ ତଥା ଦିନ ମଜୁରିଆ ସୁଶାନ୍ତ କୁମାର ସାହୁଙ୍କୁ ଏକ ମାମଲାରେ ଥାନାକୁ ଡାକିଥିଲେ ଓ ସେ ମଧ୍ୟ୍ୟ ଥାନାକୁ ଯାଇଥିଲେ, ଉକ୍ତ ଥାନାରେ କାର୍ଯ୍ୟରତ ଅଧିକାରୀ ଓ ଅନ୍ୟାନ୍ୟ ଷ୍ଟାଫ ଥାନା ପରିସରରେ ନିଶାଶକ୍ତ ଅବସ୍ଥାରେ ରହିଥିବା ବେଳେ ବଚସା କରିବା ସହ ଅସଭ୍ୟ ଭଷାରେ ଗାଳି କରିଥିଲେ ଓ ସେ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଥାନା ପରିସରରେ ମାଡମାରି ଲହୁଲୁହାଣ କରି ପକାଇଥିଲେ ତାଙ୍କ ଉପରେ ଲଙ୍କାଗୁଣ୍ଡା ଓ ଗରମପାଣୀ ଢାଳି ଅକଥନୀୟ ନିର୍ଯ୍ୟାତନା ଦେଇ, ସେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଉକ୍ତ ଦିବ୍ୟାଙ୍ଗ ସୁଶାନ୍ତ କୁମାର ସାହୁଙ୍କର ଚିକିତ୍ସା ନକରି ଜୋରଜବରଦସ୍ତି ଅଣ୍ଡରଟେକିଂ ଲେଖାଇ ତାଙ୍କର ପରିବାରକୁ ହସ୍ତାନ୍ତର କରିଥିଲେ ଓ ପରବର୍ତ୍ତୀ ସମୟରେ ତୁରନ୍ତ ତାଙ୍କ ଘରଲୋକ ହସ୍ପିଟାଲରେ ଉକ୍ତ ସୁଶାନ୍ତ କୁମାର ସାହୁଙ୍କୁ ଭର୍ତ୍ତି କରିଥିଲେ…
ଫୁଲବାଣୀ,୩/୦୬,(ସୁନୀଲ ପଟନାୟକ):କଂଧମାଳ ପୋଲିସ ମିଳିଛି ସଫଳତା l କଂଧମାଳ ନୂତନ ଏସ ପି ରମେନ୍ଦ୍ର ପ୍ରସାଦ ଙ୍କ ନିର୍ଦେଶ କ୍ରମେ ଗୋଛlପଡ଼ା ଥାନା ଅଧିକାରୀ ଙ୍କ ନେତୃତ୍ୱ ରେ ପୋଲିସ ଟିମ ଚଢାଉ କରି ଏକ ରାଜ୍ୟ ବାହାର ର ୧୪ଚକିଆ ଟ୍ରକ ରେଜିଷ୍ଟ୍ରେସନ୍ ନମ୍ବର ଏମ ଏଚ୍ -୦୩- ସି ଭି ୫୦୩୦ ସହ ୩୦କିଲୋ ଗଞେଇ ସହ ୪୯ଜରିବସ୍ତl ୧୪୭୦କିଲୋ ଜବତ କରିଛନ୍ତି l ଏ ସଂପର୍କରେ ପୋଲିସ ମଧ୍ଯ ପ୍ରଦେଶ ର ଦେୱାସ ଜିଲ୍ଲା ଅନ୍ତର୍ଗତ ବରୋଥା ଥାନା ଅନ୍ତର୍ଗତ ଆଖlବର ପୁର ଗ୍ରାମର ଯୋଗେଶ ମୀନା (୪୨) କୁ ଗିରଫ କରିଛି l ଦାୟିତ୍ବ ଗ୍ରହଣ ପରେ ଏସପି ରମେନ୍ଦ୍ର ପ୍ରସାଦ ଙ୍କ ଏହା ପ୍ରଥମ ସଫଳତା l କନ୍ଧମାଳ ଜିଲ୍ଲା ରେ ବେଆଇନ୍ ଗଞ୍ଜେଇ ଚାଷ ଓ ଚୋରା ଚାଲାଣ କୁ ରୋକିବା ନେଇ ଏସପି ରମେନ୍ଦ୍ର ପ୍ରସାଦ ଙ୍କ ଉଦ୍ୟମ ପ୍ରଶଂସନୀୟ l…
ଖୋରଧା,୦୨/୦୬,(କେଦାର ନାଥ ସାହୁ):ରାଧାବଲ୍ଲଭ ମନ୍ଦିର ପରିସରରେ ଅନୁଷ୍ଠିତ ପଞ୍ଚରାତ୍ର ଜଗନ୍ନାଥ କଥାମୃତ ପ୍ରବଚନ କାର୍ଯ୍ୟକ୍ରମ ର ଦ୍ଵିତୀୟ ସନ୍ଧ୍ୟାରେ ପ୍ରବକ୍ତା ଭାବେ ଜଗନ୍ନାଥ ସଂସ୍କୃତି ଗବେଷକ ଡ. ଆଶୁତୋଷ ମିଶ୍ର ସ୍କନ୍ଦ ପୁରାଣର ଚତୁର୍ଥ ଓ ପଞ୍ଚମ ଅଧ୍ୟାୟ ର ଶ୍ରୀକ୍ଷେତ୍ର ର ସୀମା, ବିଶେଶ୍ୱର ଶିବଙ୍କ ମହିମା, ଜମେଶ୍ୱର ଓ ନୀଳକଣ୍ଠେଶ୍ଵର ମହିମା, ଶଙ୍ଖ କ୍ଷେତ୍ର ର ନାମକରଣ, କପାଳମୋଚନ ଶିବ, ଶକ୍ତି ମା ବିମଳା, ଅକ୍ଷୟ ବଟ, ଅର୍ଦ୍ଧାଶିନୀ, ଅକ୍ଷୟ ବଟ, ପୁରୁଷୋତ୍ତମ କ୍ଷେତ୍ରର ଶ୍ରେଷ୍ଠତ୍ୱ, ମୁକ୍ତିର ମାର୍ଗ, ଅଷ୍ଟ ଶକ୍ତି, ଅଷ୍ଟ ଶମ୍ଭୁ, ଅମ୍ଭରୀଶ ଓ ପୁଣ୍ଡାରୀକଙ୍କର ନୀଳାଦ୍ରି ଯାତ୍ରା ଓ ମହାପ୍ରଭୁଙ୍କର ଦର୍ଶନ ଓ ସ୍ତୁତି ବିଷୟରେ ବିଶଦ ବର୍ଣନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଦୟାନିଧି ରାଉତରାୟ, ହରିପ୍ରସାଦ ଦୋରା, ଚିତ୍ତରଞ୍ଜନ ଦାସ, ରଶ୍ମିତା ଦାସ, ଗାୟତ୍ରୀ ପ୍ରସାଦ, ଇନ୍ଦିରା ଭଗତ, ପ୍ରଫୁଲ ମିଶ୍ର, ନିର୍ମଳଦାସ ଓ ବହୁ ଭାଗବତ ପ୍ରେମୀଙ୍କ ସାମଗମ ହୋଇଥିଲା। ଏହି…
ଖୋର୍ଦ୍ଧା,୦୨/୦୬,(କେଦାର ନାଥ ସାହୁ):ରାଜ୍ୟ ରେ ପ୍ରତିଦିନ ହିଂସା ବୃଦ୍ଧି ପାଉଛି। ମହିଳା ଏବଂ ନାରୀ ମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ପେଟ୍ରୋଲ ଏବଂ ଡିଜେଲ ଅଭାବ ଦର୍ଶାଇ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ବସ୍ ଭଡ଼ା ବୃଦ୍ଧି ହୋଇଛି। ଏତଦ୍ ବ୍ୟତୀତ ରାଜ୍ୟ ରେ ଦୁଇ ବର୍ଷ କରି ଗଢା ଯାଇଥିବା ବିଜେପି ସରକାର ସବୁ କ୍ଷେତ୍ର ରେ ବିଫଳ ହୋଇଛି ବୋଲି ପ୍ରମୁଖ ବିରୋଧୀ ଦଳ ବିଜେଡି ଦଳ ପକ୍ଷ ରୁ ଅଭିଯୋଗ କରାଯାଇଚି। ରାଜ୍ୟ ବିଜେଡି ସଭାପତି ତଥା ବିରୋଧ ଦଳ ର ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟ ରେ ବିଭିନ୍ନ ନିର୍ବାଚନ ମଣ୍ଡଳୀ ରେ ପ୍ରତିବାଦ ସଭା ଅନୁଷ୍ଠିତ ହେଉଛି। ଏହି ପରିପେକ୍ଷୀରେ ରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ରାଜେନ୍ଦ୍ର କୁମାର୍ ସାହୁ ଙ୍କ ନେତୃତ୍ୱ ରେ ଏକ ପ୍ରତିବାଦ ସଭା ଏବଂ ଶୋଭାଯାତ୍ରା ଆସନ୍ତା ଜୁନ୍…
ବୁଗୁଡ଼ା,୦୨/୦୬,(ପୂର୍ଣ୍ଣ ଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦେଶ ଅନୁସାରେ ଗଞ୍ଜାମ ଜିଲ୍ଲାକୁ ସ୍ୱଚ୍ଛ ଓ ପରିବେଶକ ଅନୁକୂଳ କରିବା ଲକ୍ଷ୍ୟରେ “ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ” ଅଭିଯାନ ଅଧୀନରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନକୁ ଜୋରଦାର କରାଯାଉଛି। ଏହି ଅଭିଯାନ ମାଧ୍ୟମରେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା, କପଡ଼ା ଓ ପାଟ ବ୍ୟାଗ ବ୍ୟବହାରକୁ ପ୍ରୋତ୍ସାହନ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟି କରାଯାଉଛି।ଅଭିଯାନରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସରକାରୀ କର୍ମଚାରୀମାନେ ସାମିଲ ହୋଇ ସଫେଇ କାର୍ଯ୍ୟକ୍ରମ, ସଚେତନତା ରାଲି ଓ ପ୍ଲାଷ୍ଟିକ ସଂଗ୍ରହ ଅଭିଯାନ ଚଳାଉଛନ୍ତି।ଜନସାଧାରଣଙ୍କ ସହଯୋଗ ଓ ସଚେତନତା ଦ୍ୱାରା ହିଁ ଗଞ୍ଜାମକୁ ପ୍ଲାଷ୍ଟିକ ମୁକ୍ତ ଏବଂ ସ୍ୱଚ୍ଛ ଜିଲ୍ଲାରେ ପରିଣତ କରାଯାଇପାରିବ ବୋଲି ଆଶା କରାଯାଉଥିବାବେଳେ ଆଜି ବୁଗୁଡ଼ା ବ୍ଲକ ତାକରଡ଼ା ପଞ୍ଚାୟତ ସରପଞ୍ଚ ଦିଲ୍ଲିପ କୁମାର ପ୍ରଧାନଙ୍କ ନେତୃତ୍ୱ ରେ ଶ୍ରମଦାନ କରି ପଞ୍ଚାୟତକୁ…