Author: Janabani News

ବେଲଗୁଣ୍ଠା,୨୬।୧୦(ଶିବରାମ ଚୌଧୁରୀ):ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର ଅବସରରେ ବେଲଗୁଣ୍ଠାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ହବିଷ୍ୟାଳିମାନଙ୍କ ପକ୍ଷରୁ ହବିଷ ବ୍ରତ ଆରମ୍ଭ ହୋଇଛି। ଏଥିସହିତ ପବିତ୍ର ରାଇ ଦାମୋଦର ବ୍ରତ ମଧ୍ୟ ଆରମ୍ଭ ହୋଇଥିବାରୁ ମନ୍ଦିର ପରିସର ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶରେ ପରିପୂର୍ଣ୍ଣ ହୋଇଉଠିଛି।କାର୍ତ୍ତିକ ମାସର ଧାର୍ମିକ ମହତ୍ତ୍ୱକୁ ଦୃଷ୍ଟିରେ ରଖି ହବିଷ୍ୟାଳିମାନେ ନିଷ୍ଠା ଓ ଭକ୍ତିର ସହ ମାସବ୍ୟାପୀ ବ୍ରତ ପାଳନ କରିବାକୁ ସଂକଳ୍ପ ନେଇଛନ୍ତି। ଏହି ଅବସରରେ ହବିଷ୍ୟାଳିମାନେ ରାଧାକୃଷ୍ଣ ବେଶ ଧାରଣ କରିଥିବା ବେଳେ ମନ୍ଦିର ପରିସରରେ ନାମ ସଙ୍କୀର୍ତ୍ତନ ଓ ଭଜନକୀର୍ତ୍ତନରେ ଆଧ୍ୟାତ୍ମିକ ମାହୋଲ ସୃଷ୍ଟି ହୋଇଥିଲା।ବ୍ରତର ନିୟମ ଅନୁଯାୟୀ ହବିଷ୍ୟାଳିମାନେ ଶ୍ରଦ୍ଧାର ସହ ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ସହ ହବିଷ ପ୍ରସାଦ ସେବନ କରିଥିଲେ। ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଲାଭ ଓ ଆତ୍ମଶୁଦ୍ଧି ଉଦ୍ଦେଶ୍ୟରେ ଏହି ପବିତ୍ର ମାସରେ ବ୍ରତ ପାଳନ କରାଯାଉଥିବା ବେଳେ ମନ୍ଦିର ପରିସରରେ ଭକ୍ତି ଓ ଶ୍ରଦ୍ଧାର ଅନନ୍ୟ ପରିବେଶ…

Read More

ବୋଲଗଡ଼,୨୫।୧୦(ସୁଶାନ୍ତ କୁମାର ପ୍ରଧାନ):ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟଙ୍କ ନିର୍ଦ୍ଦେଶ ମୁତାବକ ବୋଲଗଡ଼ ମଣ୍ଡଳ ସହ ଶିକ୍ଷାଧିକାରୀ ତଥା ମଣ୍ଡଳ ସଂଯୋଜକ କୈଳାସନାଥ ସ୍ୱାଇଁଙ୍କ ଆବାହକତ୍ୱ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରୋହିତ୍ୟରେ ଶନିବାର ଏକ ଆଭାସୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ସରକାରୀ ଓ ବେସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଓ ଆଦର୍ଶ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ, ସାଧନ କେନ୍ଦ୍ର ସଂଯୋଜକ, ଏମଆଇଏସ ସଂଯୋଜକ ବବ୍ରୁବାହନ ବେହେରା, ଆକାଉଣ୍ଟାଣ୍ଟ ଅଜୟ ବଳିୟାରସିଂହ ଏବଂ ବ୍ଲକ ସମ୍ବଳ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ।ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ସ୍ୱାଇଁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ବାତ୍ୟାକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ନିର୍ଦ୍ଦେଶ ଦେଇଥିଲେ:୧-୨୪.୧୦.୨୦୨୬ ରୁ ୩୧.୧୦.୨୦୨୬ ପର୍ଯ୍ୟନ୍ତ ପ୍ରତି ବିଦ୍ୟାଳୟ ଓ ବାତ୍ୟା ଆଶ୍ରୟସ୍ଥଳୀକୁ ୨୪ ଘଣ୍ଟା ଖୋଲା ରଖିବା,୨-୨୭.୧୦.୨୦୨୬ ରୁ ୩୧.୧୦.୨୦୨୬ ପର୍ଯ୍ୟନ୍ତ କୌଣସି କର୍ମଚାରୀ ଛୁଟିରେ ନ ରହିବା ଓ…

Read More

ଚିକିଟି,୨୬।୧୦(ନିଗମାନନ୍ଦ ପଣ୍ଡା):ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଚିକିଟି ତହସିଲଦାର ବିଶ୍ୱ ରଞ୍ଜନ କହଁର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିବେକାନନ୍ଦ ମିଶ୍ର ଚିକିଟି ବ୍ଲକ୍‌ର ଏକସିଙ୍ଗି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡଙ୍କୁଲୁପଡ଼ା ଏବଂ ଝାଟିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁରସ୍ଥିତ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଠାରେ ରହିଥିବା ପ୍ରସ୍ତୁତି ଓ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।ପରିଦର୍ଶନ ସମୟରେ ଆଶ୍ରୟସ୍ଥଳୀଗୁଡ଼ିକରେ ପାନୀୟ ଜଳ, ପରିମଳ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧାର ଉପଲବ୍ଧତା ସହ ବିପର୍ଯ୍ୟୟ ସମୟରେ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ଭାବେ ଆଶ୍ରୟ ଦେବା ନିମନ୍ତେ ହୋଇଥିବା ବ୍ୟବସ୍ଥାର ତଦାରଖ କରାଯାଇଥିଲା। ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ସମୟରେ ଜନସାଧାରଣଙ୍କ ଧନ ଜୀବନର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ…

Read More

ବୋଲଗଡ଼,୨୬।୧୦(ସୁଶାନ୍ତ କୁମାର ପ୍ରଧାନ):ଆଶ୍ୱିନର ମେଘମୁକ୍ତ ଆକାଶ। କୁମାର ପୂର୍ଣ୍ଣିମାର ଜହ୍ନ ଯେତେବେଳେ ଆକାଶରୁ କ୍ଷୀର ଢାଳୁଛି, ସେତେବେଳେ ବୋଲଗଡ଼ ମାଟିରେ ଆରମ୍ଭ ହୋଇଛି ସୁନା ବର୍ଷା। କାହିଁକି ନା ଧରାକୁ ଓହ୍ଲାଇ ଆସିଛନ୍ତି ଧନଧାନ୍ୟ ଓ ସୌଭାଗ୍ୟର ଅଧିଷ୍ଠାତ୍ରୀ ଦେବୀ – ମା’ ଗଜଲକ୍ଷ୍ମୀ। ମା’ ଦୁର୍ଗା ଗଲେ କ’ଣ ହେଲା, ମା’ ତ ଏବେ ବି ଅଛନ୍ତି ଆମ ଗହଣରେ କେବଳ ରୂପ ବଦଳାଇ। ଗତକାଲି ସନ୍ଧ୍ୟାରୁ ବୋଲଗଡ଼ ବ୍ଲକର ଜରିପଡା, ସାନପଦର ସ୍କୁଲ ସାହି, ଗଡ଼ସାହି ଓ ଧଳାପଥର ଅଞ୍ଚଳରେ ଘଣ୍ଟ, ଘଣ୍ଟା, ଶଙ୍ଖ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ଆକାଶ। ଶରତ ଜହ୍ନର ଶୀତଳ ଜ୍ୟୋତ୍ସ୍ନା ଓ ମଣ୍ଡପର ଦୀପାଳୋକ ମିଶି ଯେମିତି ବୋଲଗଡ଼ ଆକାଶରେ ଇନ୍ଦ୍ରଧନୁ ଆଙ୍କିଛି। ପ୍ରତି ମଣ୍ଡପରେ ମା’ଙ୍କ ଶାନ୍ତ, ସୌମ୍ୟ କିନ୍ତୁ ଦିବ୍ୟ ମୂର୍ତ୍ତି। ପଦ୍ମ ଉପରେ ବସିଛନ୍ତି ମା’, ଦୁଇ ପାର୍ଶ୍ୱରେ ଦୁଇ ଗଜରାଜ ଶୁଣ୍ଢରେ ସୁନା କଳସ ଧରି…

Read More

ଫୁଲବାଣୀ,୨୬।୧୦(ସୁନୀଲ ପଟନାୟକ):ସରକାର ଲୋକଙ୍କୁ ମାଗଣା ରେ ଉନ୍ନତସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା କହୁଛନ୍ତି l ହେଲେ କନ୍ଧମାଳ ର ସଦର ମହକୁମା ଫୁଲବାଣୀ ରେ ଦୁଇ ବର୍ଷ ହେଲା ମେଡିକାଲ୍ କଲେଜ ଖୋଲିଛନ୍ତି ସରକାର l ଶତାଧିକ ଡାକ୍ତର ପ୍ରଫେସର ଙ୍କୁ ନିଯୁକ୍ତି ମିଳିଛି l ହେଲେ ନା ସ୍ଵାସ୍ଥ୍ୟ ସେବାରେ ଉନ୍ନତୀ ଘଟିଛି ନା ରୋଗୀ ଙ୍କୁ ଭଲ ଔଷଧ ମିଳୁଛି l ଏପରିକି ନବ ଜନ୍ମିତ ଶିଶୁ ଙ୍କୁ ବି ସି ଜି ଟୀକା ମିଳୁନି l ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ l ଟୀକା ଅଛି କି ନାହି ସି ଡି ଏମ୍ ଓ ଙ୍କୁ ଜଣା ନାହି l ସି ଡି ଏମ୍ ଓ ଏଠାରେ ରହୁନାହାନ୍ତି l ମାସକୁ ୩/୪ଦିନ ରହିଲେ ବଡ କଥା l ସେହିପରି ଆଲଟ୍ରା ସାଉଣ୍ଡ କି ସିଟି ସ୍କାନ…

Read More

ଖଜୁରୀପଡ଼ା,୨୬।୧୦(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୂତୀମେଣ୍ଡି ଗ୍ରାମ ପଞ୍ଚାୟତର ମଲିକ ସାହିଠାରେ ଦୁର୍ଗାପୂଜା ଉପଲକ୍ଷେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଜି ସନ୍ଧ୍ୟାରେ ଯୋଗଦେଇଥିଲେ ମାନ୍ୟବର ଫୁଲବାଣୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀ ଉମା ଚରଣ ମଲିକ। ବିଧାୟକଙ୍କ ଏହି ଗସ୍ତକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ ବିଧାୟକ ଶ୍ରୀ ମଲିକଙ୍କ ସହ ଖଜୁରୀପଡ଼ା ବ୍ଲକ ପ୍ରତିନିଧି ଶ୍ରୀ ଅନନ୍ତ କୁମାର ଦିଗାଲଙ୍କ ସମେତ ଦଶରଥ ଭାଇ, ଗୋଲକ ଭାଇ, ସମୀର ଭାଇ, ବିକ୍ରମ ଭାଇ, ଦେବରାଜ ଭାଇ ଓ ଆସ୍ତିକ ଭାଇ ଉପସ୍ଥିତ ଥିଲେ। ମଲିକ ସାହି ଗ୍ରାମ କମିଟିର କର୍ମକର୍ତ୍ତା ଓ ଗ୍ରାମବାସୀମାନେ ବିଧାୟକଙ୍କୁ ଆତ୍ମୀୟତାର ସହ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ଦୁର୍ଗାପୂଜାର ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ଭରିଦେଇଥିଲା।…

Read More

ବେଲଗୁଣ୍ଠା,୨୫।୧୦(ଶିବରାମ ଚୌଧୁରୀ):ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସୁରମଣି ଗ୍ରାମ ନିକଟସ୍ଥ ନଦୀ ବାଲିଘାଟରେ ବେଆଇନ ବାଲି ଉତ୍ତୋଳନ ଓ ପରିବହନ ଅଭିଯୋଗରେ ପୁଲିସ ୧୧ଟି ବାଲି ବୋଝେଇ ହାଇୱା ଟ୍ରକ୍ ଜବତ କରିଛି। ଏଥିସହ ୫ ଜଣ ଗାଡ଼ି ଚାଳକଙ୍କୁ ଅଟକ ରଖିଥିବା ବେଳେ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିମାନେ ଘଟଣାସ୍ଥଳରୁ ଖସି ପଳାଇଥିବା ଜଣାପଡ଼ିଛି।ପୁଲିସ ସୂତ୍ରରୁ ପ୍ରକାଶ ଯେ, ଅକ୍ଟୋବର ୨୪ ଓ ୨୫ ତାରିଖ ମଧ୍ୟବର୍ତ୍ତୀ ସମୟରେ ପାଟ୍ରୋଲିଂ କରୁଥିବା ବେଲଗୁଣ୍ଠା ଥାନା ପୁଲିସ ଏକ ବିଶ୍ୱସ୍ତ ସୂତ୍ରରୁ ସୁରମଣି ନଦୀ ବାଲିଘାଟରେ ବେଆଇନ ବାଲି ଉତ୍ତୋଳନ ସମ୍ପର୍କରେ ସୂଚନା ପାଇଥିଲା। ଏହାପରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିବା ସହ ବାଲି ବୋଝେଇ ୧୧ଟି ହାଇୱା ଟ୍ରକ୍ ଜବତ କରିଥିଲା। ଚଢ଼ାଉ ସମୟରେ ୫ ଜଣ ଚାଳକଙ୍କୁ ଅଟକ ରଖାଯାଇଥିବା ବେଳେ ଅନ୍ୟମାନେ ଖସି ପଳାଇଥିଲେ।ଏହି ଘଟଣାରେ ବେଲଗୁଣ୍ଠା ଥାନାରେ କେସ୍ ନମ୍ବର ୫୯୪/୨୦୨୬ ରୁଜୁ…

Read More

ଭଞ୍ଜନଗର,୨୫।୧୦(ନିଲୁ ବିଷୋୟୀ):ଆଗାମୀ ସମ୍ଭାବ୍ୟ ବାତ୍ୟାର ମୁକାବିଲା ଏବଂ ଜନସାଧାରଣଙ୍କ ଧନଜୀବନର ସୁରକ୍ଷାକୁ ଗୁରୁତ୍ୱ ଦେଇ ଭଞ୍ଜନଗରର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ପ୍ରଶାସନିକ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଭଞ୍ଜନଗର ବ୍ଲକ ତୁରୁମୁସ୍ଥିତ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରି ସେଠାକାର ପ୍ରସ୍ତୁତି ଓ ସ୍ଥିତି ସମୀକ୍ଷା କରିବା ସହ ବିଡିଓ ଭାରତୀ ଦେବୀଙ୍କ ସମେତ ଅନ୍ୟ ସମ୍ପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବାତ୍ୟା ଆଶ୍ରୟସ୍ଥଳର ପ୍ରସ୍ତୁତି ଓ ଆବଶ୍ୟକୀୟ ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ଆଗାମୀ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଶ୍ରୟସ୍ଥଳକୁ ସମସ୍ତ ଦିଗରୁ ପ୍ରସ୍ତୁତ ରଖିବା ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଶ୍ରୟସ୍ଥଳରେ ପାନୀୟ ଜଳ, ଆଲୋକ, ପରିମଳ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ସୁନିଶ୍ଚିତ କରିବା ସହ ଜରୁରୀ ପରିସ୍ଥିତିରେ ଲୋକଙ୍କୁ ତୁରନ୍ତ ଆଶ୍ରୟ ପ୍ରଦାନ କରିବା ନିମନ୍ତେ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ବାତ୍ୟା ସମୟରେ କଚ୍ଚା ଘରେ ରହୁଥିବା ଲୋକମାନଙ୍କୁ…

Read More

ଭଞ୍ଜନଗର,୨୫।୧୦(ନିଲୁ ବିଷୋୟୀ):କୁମାର ପୂର୍ଣ୍ଣମୀ ଓ ଗଜଲକ୍ଷ୍ମୀ ପୂଜା ଅବସରରେ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରର ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡିଛି। ସନ୍ଧ୍ୟାରେ ପୁଅଝିଅ ମାନେ ନୂଆଁ ପୋଷାକ ପରିଧାନ କରି ଜହ୍ନକୁ ଲିଆ ଫୋପାଡି ଏହି ଉତ୍ସବକୁ ପାଳନ କରୁଥିବା ବେଳେ ଦୁଇ ଦିନ ପଡୁଥିବାରୁ ଆସନ୍ତାକାଲି ମଧ୍ୟ କିଛି ଲୋକ ନୂଆ ପୋଷାକ ପିନ୍ଧିବାକୁ ମନସ୍ଥ କରିଛନ୍ତି। ଏଥିସହ ବିଭିନ୍ନ ସାହି ଗଳିରେ ଗଜଲକ୍ଷ୍ମୀ ପୂଜାକୁ ମଧ୍ୟ ଅନୁଷ୍ଠିତ ହୋଇଛି। ସହରର ନିୟନ୍ତ୍ରୀତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଉପଜିଲ୍ଲାପାଳ କର୍ତ୍ତା ଭାବେ ପୂଜାକାର୍ଯ୍ୟ ସମ୍ପାଦନା କରିଥିଲେ। ବାଉଁଶଲୁଣ୍ଡିରେ ବାଞ୍ଛେେଶ୍ବର ପୂଜା କମିଟି ୧୯ ବର୍ଷରେ ଚଳିତ ବର୍ଷର ପୂଜା ଅନୁଷ୍ଠିତ ହେଉଥିବା କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ନିଆରା ଭାବେ ମୂର୍ତ୍ତି ନିର୍ମାଣ କରାଯାଇଥିବା ସେମା‌ନେ ପ୍ରକାଶ କରିଛନ୍ତି।ମୁଜାଗଡ ଠାରେ ଷଷ୍ଠ ଥର ପାଇଁ ପୂଜା ହେଉଥିବା ବେଳେ ଆଜି କଳସ ଯାତ୍ରା ପରେ…

Read More

ବୁଗୁଡ଼ା,୨୫।୧୦:(ପୂର୍ଣ୍ଣଚନ୍ଦ୍ର ବାରିକ):ଆଜି ପବିତ୍ର କୁମାର ପୂର୍ଣ୍ଣିମା। ଏହି ଅବସରରେ ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ଉତ୍ସବର ଦେଖିବାକୁ ମିଳିଛି। ଧରାପୃଷ୍ଠରେ ମା’ ଗଜଲକ୍ଷ୍ମୀଙ୍କ ଆବାହନ ସହ ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା ଚାଲିଛି। ପାରମ୍ପରିକ ରୀତିନୀତି ଅନୁସାରେ କୁମାର ପୂର୍ଣ୍ଣିମା ଦିନ ଦେବୀ ଲକ୍ଷ୍ମୀଙ୍କୁ ଗଜଲକ୍ଷ୍ମୀ ରୂପରେ ପୂଜା କରାଯାଏ। ମା’ ଗଜଲକ୍ଷ୍ମୀ ଦୁଇଟି ହାତୀ ଓ ପଦ୍ମଫୁଲ ସହ ଶୋଭା ପାଇଥାନ୍ତି। ଗଜ ଅର୍ଥାତ୍ ହାତୀ ଯାହା ଶକ୍ତି ଓ ମାନମର୍ଯ୍ୟଦା ର ପ୍ରତୀକ, ତେଣୁ ଗଜଲକ୍ଷ୍ମୀ ହେଉଛନ୍ତି ସମ୍ପଦ, ସମୃଦ୍ଧି ଓ ସଫଳତାର ଦେବୀ,ଏହିଦିନକୁ ଧନ ଧାନ୍ୟ, ସମୃଦ୍ଧି ଓ ଶାନ୍ତିର ପ୍ରତୀକ ରୂପେ ପୂଜା କରାଯାଏ.। ଏହି ପର୍ବ ମାଧ୍ୟମରେ ଲୋକେ ନିଜ ପରିବାରର ସୁଖଶାନ୍ତି ଓ ସମୃଦ୍ଧି ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି।ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରସିଙ୍ଗି ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ ବଣିକ ସଙ୍ଘ ପକ୍ଷରୁ ବହୁତ ଧୁମ…

Read More

ବେଲଗୁଣ୍ଠା,୨୫।୧୦(ଶିବରାମ ଚୌଧୁରୀ):ସ୍ଥାନୀୟ ବେଲଗୁଣ୍ଠା ସହର ସମେତ ବ୍ଲକ୍‌ର ବିଭିନ୍ନ ଗ୍ରାମରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହାସମାରୋହରେ ଆରମ୍ଭ ହୋଇଛି। ଏହି ଅବସରରେ ସହରର ଜଗନ୍ନାଥପ୍ରସାଦ ରୋଡ୍‌ସ୍ଥିତ ଲକ୍ଷ୍ମୀ ବଜାର, ହାଟପଦା, ପଣ୍ଡା ସାହି, କୋଳିସାହି ଓ ଧନିଜାପଲ୍ଲୀ ଆଦି ସ୍ଥାନରେ ମା’ଙ୍କ ପୂଜାର୍ଚ୍ଚନା ନିମନ୍ତେ ଆକର୍ଷଣୀୟ ଆୟୋଜନ କରାଯାଇଛି। ସେହିପରି ଗୋବରା, କ୍ଷତ୍ରିୟବରପୁର, ଗାଙ୍ଗପୁର, ଚାଞ୍ଚଡ଼ାପଲ୍ଲୀ ଓ ପୁରୁଣାବୋରୀ ଗ୍ରାମରେ ମଧ୍ୟ ଭକ୍ତିମୟ ପରିବେଶରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେଉଛି।ପୂଜା ଅବସରରେ ଶନିବାର ଜଳଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ରବିବାରଠାରୁ ବିଧିବିଧାନ ଅନୁଯାୟୀ ପୂଜାକର୍ମ ଆରମ୍ଭ ହୋଇଛି। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମା’ଙ୍କ ଆଳତି, ପୂଜାର୍ଚ୍ଚନା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରସାଦ ବଣ୍ଟନର ବ୍ୟବସ୍ଥା ରହିଛି। ଏଥିରେ ଶ୍ରଦ୍ଧାଳୁମାନେ ଯୋଗଦେଇ ମା’ଙ୍କ ଆଶୀର୍ବାଦ ଲାଭ କରୁଛନ୍ତି।ବେଲଗୁଣ୍ଠା ପଣ୍ଡା ସାହି ପୂଜାରେ ପୁରୋହିତ ପ୍ରବୀଣ ଷଡ଼ଙ୍ଗୀ ପୂଜାକର୍ମ ସମ୍ପାଦନ କରୁଥିବା ବେଳେ ମୁଖ୍ୟ କର୍ମକର୍ତ୍ତା ଦୀନେଶ ଶତପଥୀ ଓ…

Read More

ବୋଲଗଡ଼,୨୫।୧୦(ସୁଶାନ୍ତ କୁମାର ପ୍ରଧାନ):ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା। ଶରତର ମୁକ୍ତ ଆକାଶରେ ଜହ୍ନ ହସୁଛି ଧଳା ଧଳା। ଏହି ଜ୍ୟୋତ୍ସ୍ନା ପ୍ଳାବିତ ସନ୍ଧ୍ୟାରେ ଆଜି ବୋଲଗଡ଼ର ପ୍ରତି ପୁରପଲ୍ଲୀ ଝିଅଙ୍କ ହସରେ ଉଛୁଳି ଉଠିଛି। ଏହା କେବଳ ଏକ ପର୍ବ ନୁହେଁ, ଏହା ଓଡ଼ିଆ କନ୍ୟାର ସୌନ୍ଦର୍ଯ୍ୟ, ସ୍ୱପ୍ନ ଓ ସଂସ୍କାରର ପର୍ବ କୁମାର ପୂର୍ଣ୍ଣିମା। ଆଜି ସନ୍ଧ୍ୟାରେ ବୋଲଗଡ଼ ଅଞ୍ଚଳର ପ୍ରତ୍ୟେକ ଘର ଅଗଣାରେ କୁମାରୀ କନ୍ୟାମାନେ ନବ ବସ୍ତ୍ର ପରିଧାନ କରି, କଜ୍ୱଳ ପାଉଁଜିରେ ସଜ୍ଜିତ ହୋଇ ତୁଳସୀ ଚଉରା ମୂଳେ ବସିଛନ୍ତି। ହାତରେ ଫୁଲ, ଚନ୍ଦନ, ମୁହଁରେ ଲାଜ, ଆଉ କଣ୍ଠରେ ସେହି ଚିର ପରିଚିତ ଗୀତ “କୁମାର ପୁନେଇଁ ଜହ୍ନ ଗୋ ଫୁଲ ବଉଳ ବେଣୀ…”ଏହି ସନ୍ଧ୍ୟାରେ ପୁରପଲ୍ଲୀର ଆକାଶ ବି ଅଲଗା ଲାଗେ। ଧାନ କ୍ଷେତରୁ ଆସୁଥିବା ନୂଆ ଧାନର ବାସ୍ନା, ତୁଳସୀ ଚଉରା ମୂଳେ ଦୀପର ଆଲୁଅ, ଆଉ କୁମାରୀ ମାନଙ୍କ…

Read More