Author: Janabani News

ଖଜୁରୀପଡ଼ା,୨୩।୧୦(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକର ବିଭିନ୍ନ ଅଞ୍ଚଳରେ ଦୁର୍ଗାପୂଜା ଓ ଦେବୀଙ୍କ ଯାତ୍ରା ଉତ୍ସବ ଭକ୍ତିମୟ ପରିବେଶରେ ପାଳିତ ହେଉଥିବା ବେଳେ ଏହି ଧାର୍ମିକ ଉତ୍ସବରେ ସାମିଲ ହୋଇଛନ୍ତି ଫୁଲବାଣୀ ବିଧାୟକ ଶ୍ରୀ ଉମାଚରଣ ମଲ୍ଲିକ। ବ୍ଲକର ବିଭିନ୍ନ ଅଞ୍ଚଳରେ ଆୟୋଜିତ ପୂଜା ଓ ଯାତ୍ରା କାର୍ଯ୍ୟକ୍ରମରେ ଯୋଗଦେଇ ସେ ମା’ଙ୍କ ଦର୍ଶନ କରିବା ସହ ଅଞ୍ଚଳବାସୀଙ୍କ ସହ ମିଶି ଧାର୍ମିକ ଉତ୍ସବର ଆନନ୍ଦ ନେଇଥିଲେ।ଖଜୁରୀପଡ଼ା ବ୍ଲକରେ ଦୁର୍ଗାପୂଜା ଓ ବିଭିନ୍ନ ଦେବୀପୀଠର ଯାତ୍ରା ଉତ୍ସବ ସ୍ଥାନୀୟ ଜନଜୀବନ, ଧାର୍ମିକ ବିଶ୍ୱାସ ଓ ପରମ୍ପରା ସହ ଗଭୀର ଭାବରେ ଜଡ଼ିତ। ଏହି ଅବସରରେ ଗ୍ରାମାଞ୍ଚଳରେ ଭକ୍ତି, ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଥାଏ। ଦେବୀଙ୍କ ପୂଜାର୍ଚ୍ଚନା, ଦର୍ଶନ, ଯାତ୍ରା ଓ ପୌରାଣିକ ନାଟକ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଅଞ୍ଚଳର ଧାର୍ମିକ ଓ ସାଂସ୍କୃତିକ ପରମ୍ପରା ଉଜ୍ଜୀବିତ ହୋଇଥାଏ।ବରାଳଦେବୀଙ୍କ ଦର୍ଶନ କଲେ ବିଧାୟକବିଧାୟକ ଶ୍ରୀ ଉମାଚରଣ ମଲ୍ଲିକ ଖଜୁରୀପଡ଼ା…

Read More

ବୁଗୁଡ଼ା,୨୩।୧୦(ପୂର୍ଣ୍ଣଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରଚୁଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତମାନ କରସିଙ୍ଗି ପଞ୍ଚାୟତର ବିଶିଷ୍ଟ ବ୍ୟକ୍ତି ଓ ଜଣେ ସଂଗଠକ ଶ୍ରୀଯୁକ୍ତ ରାମେଶ୍ୱର ବିଶ୍ୱାଳ (କାବୁଲି )ଙ୍କ ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ପରିବାରବର୍ଗ, ବନ୍ଧୁବାନ୍ଧବ, ଆତ୍ମୀୟସ୍ୱଜନ ଓ ଶୁଭେଚ୍ଛୁଙ୍କ ମଧ୍ୟରେ ଶୋକର ବାତାବରଣ ସୃଷ୍ଟି ହୋଇଛି।ଦିବଂଗତ ରାମେଶ୍ୱର ବିଶ୍ୱାଳ ଜଣେ ବିଜୁ ଜନତା ଦଳର ସଂଗଠକ ଥିଲେ,୩ଥର ପୂର୍ବତନ ସରପଞ୍ଚ ଭାବେ ପରିଚିତ ଥିବା ସହ କରସିଙ୍ଗି ପଞ୍ଚାୟତର ବିଭିନ୍ନ ସଂଗଠନ ସହ ଜଡ଼ିତ ଥିଲେ। ତାଙ୍କର ପରଲୋକ ଖବର ପାଇବା ପରେ ଶେଷ ଦର୍ଶନ ପାଇଁ ପୋଲସରା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ଙ୍କ ସମେତ ଶହ ଶହ ଲୋକଙ୍କ ସମାଗମ ହୋଇଥିଲା। ଉପସ୍ଥିତ ଲୋକେ ତାଙ୍କର ଶେଷ ଦର୍ଶନ କରିବା ସହ ଗଭୀର ଶୋକ ପ୍ରକାଶ କରିଥିଲେ।କରସିଙ୍ଗି ପଞ୍ଚାୟତ ର ବିଶ୍ୱକର୍ମା…

Read More

ଫୁଲବାଣୀ,୨୩।୧୦(ସୁନୀଲ ପଟ୍ଟନାୟକ):ଭାରତୀୟ ଷ୍ଟେଟବ୍ୟାଙ୍କ ପକ୍ଷରୁ ଗୁରୁବାର ବିଭିନ୍ନ ବିଦ୍ୟାଳୟର ୨୦ ଜଣ ଛାତ୍ରୀଙ୍କୁ ବାଇସାଇକେଲ ପ୍ରଦାନ କରାଯାଇଛି। ଷ୍ଟେଟବ୍ୟାଙ୍କର ସିଏସଆର ଉପକ୍ରମ ଅନ୍ତର୍ଗତ ସ୍ଥାନୀୟ ଏସବିଆଇ ଆଞ୍ଚଳିକ ବ୍ୟବସାୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୂବନେଶ୍ୱର ମଣ୍ଡଳର ମୂଖ୍ୟ ସାଧାରଣ ପରିଚାଳକ ରାକେଶ କୁମାର ଯାଦବ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ବ୍ୟାଙ୍କର ଏହି ପ୍ରୟାସ ଛାତ୍ରୀ ମାନଙ୍କ ବିଦ୍ୟାଳୟ ଯିବା ଆସିବା ସୁଗମ କରିବା ସହିତ ସେମାନଙ୍କ ଭବିଷ୍ୟତ ଗଢିବାରେ ସହାୟକ ହେବ ବୋଲି କହିଥିଲେ। ଏଭଳି ଯେ କୌଣସି ସାମାଜିକ ଏବଂ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମରେ ଷ୍ଟେଟବ୍ୟାଙ୍କ ସହଯୋଗର ହାତ ବଢାଇବା ପାଇଁ ପ୍ରସ୍ତୁତ ଅଛି ବୋଲି ସେ ପ୍ରକାଶ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଡେପୁଟି ଜେନେରାଲ ମ୍ୟାନେଜର ଆଲୋକ କୁମାର ସିହ୍ନା ଓ ଫୁଲବାଣୀ ଆଞ୍ଚଳିକ ମ୍ୟାନେଜର ଜିତେନ୍ଦ୍ର କୁମାର ପ୍ରଧାନ ମଞ୍ଚାସୀନ ଥିଲେ। ଚିଫ ମ୍ୟାନେଜର (କ୍ରେଡିଟ)ସତ୍ୟବ୍ରତ ସାହୁ, ଚିଫ ମ୍ୟାନେଜର(ଅପରେସନ)…

Read More

ଭଞ୍ଜନଗର,୨୩।୧୦(ନିଲୁ ବିଷୋୟୀ):ଆଧୁନିକ ବୈଷୟିକ ଜ୍ଞାନର ସହାୟତାରେ ପୁଲିସ ହଜିଯାଇଥିବା ୫୦ ଟି ମୋବାଇଲ୍‌କୁ ଠାବ କରିବାରେ ସଫଳ ହୋଇଛି। ଏଥିସହ ଆଜି ପ୍ରକୃତ ମାଲିକଙ୍କୁ ସେମାନଙ୍କ ଫେରାଇବା ପାଇଁ ଭଞ୍ଜନଗର ଥାନାରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ହରିଶ ବିସି ଯୋଗଦେଇ ଉଦ୍ଧାର ହୋଇଥିବା ସମସ୍ତ ମୋବାଇଲକୁ ଫେରାଇ ଥିଲେ। ଏଥିସହ ଗତ କିଛି ଦିନ ପୂର୍ବରୁ ଏକ ଡକାୟତି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ଠାରୁ ଜବତ ହୋଇଥିବା ୫ ଟି ମଟର ସାଇକଲ,ଚୋରୀ ଅଳଙ୍କାର ସହ ଅନ୍ୟ ଚୋରୀ ମାମଲାରେ ଜବତ ହୋଇଥିବା ଧାନ ମଳା ମେସିନ,ଟ୍ରାକ୍ଟର ଡାଲା,ପାଣି ଟାଙ୍କି ସହ ୨ଟି କାର୍‌ଙ୍କୁ ମଧ୍ୟ ଏହି ଅବସରରେ ସେମାନଙ୍କ ମାଲିକଙ୍କୁ ପ୍ରଦାନ କରାଯାଇଥିଲା। ଏଭଳି ଲୋକଙ୍କ ମୂଲ୍ୟବାନ ସାମଗ୍ରୀ ଚୋରୀ ହେଉଥିବା ବେଳେ ତାକୁ ପୁଲିସ ଉଦ୍ଧାର କରି ଫେରାଇବା ଦ୍ବାରା ଲୋକଙ୍କ ମନରେ ପୁଲିସ ପ୍ରତି ବିଶ୍ବାସ ଜାତ ହେବା ସହ ଜନସାଧାରଣ ଓ ପୁଲିସ…

Read More

Phulbani,October23 (Sunil Patnaik):A two-day state-level conference on natural farming is proposed to be held in November 2026 through the joint efforts of the National Coalition for Natural Farming (NCNF), Kandhamal chapter, and the Kandhamal district administration. The conference aims to promote natural farming and accelerate agroecological transformation across Odisha. More than 300 stakeholders from different parts of the state are expected to participate and discuss strategies for expanding natural farming and promoting sustainable agricultural practices.The conference is expected to bring together progressive farmers, indigenous seed conservationists, Krushi Mitras, Prani Mitras, biodiversity conservationists, representatives of civil society organisations (CSOs), government officials,…

Read More

ଫୁଲବାଣୀ,୨୩।୧୦(ସୁନୀଲ ପଟ୍ଟନାୟକ):ପ୍ରାକୃତିକ କୃଷିର ପ୍ରଚାର ଏବଂ କୃଷି-ପରିବେଶଗତ ରୂପାନ୍ତରଣକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ନ୍ୟାସନାଲ୍ କୋଆଲିସନ୍ ଫର୍ ନ୍ୟାଚୁରାଲ୍ ଫାର୍ମିଂ (NCNF), କନ୍ଧମାଳ ଶାଖା ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ନଭେମ୍ବର ୨୦୨୬ରେ ଦୁଇଦିନିଆ ରାଜ୍ୟସ୍ତରୀୟ ପ୍ରାକୃତିକ କୃଷି ସମ୍ମିଳନୀ ଆୟୋଜନ କରାଯିବାକୁ ଯୋଜନା କରାଯାଇଛି। ଏହି ସମ୍ମିଳନୀରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ୩୦୦ରୁ ଅଧିକ ଅଂଶୀଦାର ଯୋଗଦେଇ ପ୍ରାକୃତିକ କୃଷି ଓ କୃଷି-ପରିବେଶଗତ ପରିବର୍ତ୍ତନର ପ୍ରସାର ପାଇଁ ଆଲୋଚନା କରିବେ।ଏହି ସମ୍ମିଳନୀରେ ଆଦର୍ଶ କୃଷକ, ଦେଶୀ ବିହନ ସଂରକ୍ଷକ, କୃଷି ମିତ୍ର, ପ୍ରାଣୀ ମିତ୍ର, ଜୈବବିବିଧତା ସଂରକ୍ଷଣକାରୀ, ବିଭିନ୍ନ ସାମାଜିକ ସଂଗଠନ (CSO)ର ପ୍ରତିନିଧି, ସରକାରୀ ଅଧିକାରୀ, ଗବେଷକ ଏବଂ ସ୍ଥାୟୀ କୃଷି ଓ ଖାଦ୍ୟ ବ୍ୟବସ୍ଥାର ବିକାଶ ପାଇଁ କାର୍ଯ୍ୟରତ ଅନ୍ୟାନ୍ୟ ଅଂଶୀଦାରମାନେ ଯୋଗଦେବେ ବୋଲି ଆଶା କରାଯାଉଛି।ଏହି କାର୍ଯ୍ୟକ୍ରମରେ କୃଷକମାନଙ୍କ ଦ୍ୱାରା ପ୍ରାକୃତିକ କୃଷିଜାତ ଉତ୍ପାଦ ଓ କୃଷି ପଦ୍ଧତିର ପ୍ରଦର୍ଶନୀ ଏବଂ ଜୀବନ୍ତ…

Read More

ବୁଗୁଡ଼ା,୨୩।୧୦(ପୂର୍ଣ୍ଣ ଚନ୍ଦ୍ର ବାରିକ): ଆଗାମୀ ପବିତ୍ର କାର୍ତ୍ତିକ ମାସରେ ଆଧ୍ୟାତ୍ମିକ ତଥା ପର୍ଯ୍ୟଟନ ସ୍ଥଳୀ ବୁଦ୍ଧଖୋଲକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକମାନଙ୍କ ସୁରକ୍ଷା, ସୁବିଧା ଏବଂ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆଜି ବୁଦ୍ଧଖୋଲଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବୁଦ୍ଧଖୋଲ ଉନ୍ନୟନ ସମିତିର ସଭାପତି ତଥା ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବୁଗୁଡ଼ା ବିଡିଓ ଦୁତିକୃଷ୍ଣ ପାତ୍ର, ତହସିଲଦାର ତାପସ ରାଉତ, ବୁଦ୍ଧଖୋଲ ଉନ୍ନୟନ ସମିତିର ସମ୍ପାଦକ ଗଙ୍ଗାଧର ବିଷୋୟୀଙ୍କ ସମେତ ସମିତିର ବିଭିନ୍ନ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ବୈଠକରେ କାର୍ତ୍ତିକ ମାସରେ ବୁଦ୍ଧଖୋଲକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସେମାନଙ୍କ ସୁରକ୍ଷା, ପାନୀୟ ଜଳ ଯୋଗାଣ, ଆଲୋକୀକରଣ ଏବଂ ପରିମଳ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ଏଥିସହ ଭକ୍ତମାନେ ଯେପରି ସୁବିଧାରେ ଓ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ, ସେଥିପାଇଁ…

Read More

ତୁମୁଡ଼ିବନ୍ଧ,୨୩।୧୦(ବାଲକୃଷ୍ଣ ଚର୍ଚ୍ଚି):ପୁଅ ଡାକ୍ତର ହେବ, ଗରିବ ପରିବାରର ଦୁଃଖ ଦୂର ହେବ—ଏହି ସ୍ୱପ୍ନକୁ ନେଇ ସଂଘର୍ଷ କରୁଛନ୍ତି ବୃଦ୍ଧ ବାପା-ମାଆ। ହେଲେ ଅର୍ଥାଭାବ ଏତେ ଯେ, ପୁଅର ଡାକ୍ତରୀ ପାଠପଢ଼ା ପାଇଁ ୨୨ ହଜାର ଟଙ୍କା ଯୋଗାଡ଼ କରିବାକୁ ଭତ୍ତା କାର୍ଡ ବନ୍ଧକ ରଖିବାକୁ ପଡ଼ିଲା। ଏଭଳି ହୃଦୟସ୍ପର୍ଶୀ ଘଟଣା କନ୍ଧମାଳ ଜିଲ୍ଲାରୁ ସାମ୍ନାକୁ ଆସିଛି। ତେବେ ଏହି ଅସହାୟ ପରିବାର ପାଇଁ ସହାୟତାର ହାତ ବଢ଼ାଇଛନ୍ତି ସମାଜସେବୀ ଟୁନା ଦାଶ ଓ ବାଲିଗୁଡ଼ା ବିଧାୟକ ଚକ୍ରମଣି କହ୍ନର। ଡାକ୍ତରୀ ଛାତ୍ର ସୁଶାନ୍ତ ସୁନାମାଝୀଙ୍କୁ ମୋଟ ୪୩ ହଜାର ଟଙ୍କା ସହାୟତା ମିଳିଥିବା ଜଣାପଡ଼ିଛି।କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ର ଧୂସାରୀ ଗାଁର କେପାଙ୍ଗା ସୁନାମାଝୀ ଓ ନାଗାଟାଲୁ ସୁନାମାଝୀଙ୍କ ପୁଅ ସୁଶାନ୍ତ ସୁନାମାଝୀ ଚଳିତ ବର୍ଷ NEET ପରୀକ୍ଷାରେ ସଫଳତା ହାସଲ କରି ଯାଜପୁରସ୍ଥିତ ମହାରାଜା ଯଯାତି କେଶରୀ ସରକାରୀ ମେଡିକାଲ୍ କଲେଜରେ ନାମ ଲେଖାଇଛନ୍ତି। ପୁଅର ଏହି ସଫଳତା ପରିବାର…

Read More

ବୋଲଗଡ଼,୨୩/୧୦(ସୁଶାନ୍ତ କୁମାର ପ୍ରଧାନ):ସରିଗଲା ସବୁ। ଚାରିଦିନ ତଳେ ଯେଉଁ ବୀର ବାଦ୍ୟ ଶବ୍ଦରେ ବୋଲଗଡ଼ର ଆକାଶ ଫାଟି ପଡୁଥିଲା, ଆଜି ସେଠି ଖାଁ ଖାଁ ନିସ୍ତବ୍ଧତା। ଯେଉଁ ମଣ୍ଡପରେ ମା’ଙ୍କ ମୁହଁରେ ହସ ଫୁଟି ସାରା ଅଞ୍ଚଳକୁ ଆଲୋକିତ କରିଥିଲା, ଆଜି ସେହି ମଣ୍ଡପ ଶୂନ୍ୟ। ଖାଲି କିଛି ଶୁଖିଲା ଫୁଲମାଳ ପଡ଼ିଛି, ଯେମିତି କାହାର ଅଧା ଲେଖା ଚିଠି।ମା’ ଆସିଥିଲେ ବୋଲି ଗରିବର ଭଙ୍ଗା କୁଡିଆରେ ବି ସେଦିନ ଦୀପ ଜଳିଥିଲା। କାରଣ ମା’ ଆସିଲେ ସବୁ ଦୁଃଖ ଆପେ ଆପେ ଭୁଲି ହୋଇଯାଏ।ପିଲାଠୁ ବୁଢା ଯାଏ ନୂଆ ଲୁଗା ପିନ୍ଧି ଧାଇଁଥିଲେ। ମଣ୍ଡପେ ମଣ୍ଡପେ ସିନ୍ଦୂର ଖେଳ। ଝିଅମାନେ ପରସ୍ପରକୁ ସିନ୍ଦୂର ଲଗାଇ ହସୁଥିଲେ। କିନ୍ତୁ ଆଜି ଆଜି ବିସର୍ଜନ। ଢୋଲର ତାଳ ସହ ତାଳ ଦେଇ ପାଦ ନୁହେଁ, ଆଖିରୁ ଲୁହ ବୋହୁଥିଲା। ମା’ଙ୍କୁ ଜଳରେ ଭସାଇବା ବେଳେ ଜଣେ ବୁଢୀ ମା’ ଛାତିରେ ମୁଣ୍ଡ ପିଟି…

Read More

କନ୍ଧମାଳ,୨୩।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):୧୩୨ କେଭି ଭଞ୍ଜନଗର–ଫୁଲବାଣୀ OPTCL ବିଦ୍ୟୁତ୍‌ ଲାଇନ୍‌ର ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଆସନ୍ତା ଶନିବାର, ଅକ୍ଟୋବର ୨୪ ତାରିଖରେ ସମଗ୍ର କନ୍ଧମାଳ ଜିଲ୍ଲାରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ। ଏହି ଦିନ ସକାଳ ୯ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଦୀର୍ଘ ୪ ଘଣ୍ଟା ଧରି ବିଦ୍ୟୁତ୍‌ ଯୋଗାଣ ବନ୍ଦ ରହିବାକୁ ଥିବାରୁ ଜିଲ୍ଲାବାସୀଙ୍କୁ ଆବଶ୍ୟକୀୟ ପ୍ରସ୍ତୁତି କରି ରଖିବାକୁ ପଡ଼ିବ। ବିଦ୍ୟୁତ୍‌ ଲାଇନ୍‌ର ରକ୍ଷଣାବେକ୍ଷଣ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ଏହି ବିଦ୍ୟୁତ୍‌ କାଟ୍‌ କରାଯାଉଥିବା ବିଷୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

Read More

ବାଲିଗୁଡ଼ା,୨୩/୧୦:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍‌ଏସିର ପ୍ରଶାସନିକ ଦାୟିତ୍ୱରେ ନୂଆ ବ୍ୟବସ୍ଥା। ଉପଜିଲ୍ଲାପାଳ ପ୍ରଣିତା ଦାଶଙ୍କୁ ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅକ୍ଟୋବର ୨୨ ତାରିଖରେ ଜାରି ବିଜ୍ଞପ୍ତିରେ ଏହି ନିର୍ଦ୍ଦେଶ ଦିଆଯାଇଛି। ବିଭାଗର ଚିଠି ନମ୍ବର ୨୯୪୦୩ ଅନୁଯାୟୀ, ପ୍ରଣିତା ଦାଶ ନିଜର ନିୟମିତ ଦାୟିତ୍ୱ ସହିତ ବାଲିଗୁଡ଼ା ଏନ୍‌ଏସିର ଅତିରିକ୍ତ ପ୍ରଶାସନିକ ଦାୟିତ୍ୱ ତୁଲାଇବେ। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଜାରି ରହିବ। ଅନ୍ୟପକ୍ଷରେ, ଏନ୍‌ଏସିରେ ବର୍ତ୍ତମାନ କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ଅଧିକାରୀ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଜର କାର୍ଯ୍ୟ ଜାରି ରଖିବେ। ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ପୌର ପ୍ରଶାସନ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଅରିନ୍ଦମ ଡାକୁଆ ଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନୂତନ ଦାୟିତ୍ୱ ବଣ୍ଟନ ପରେ ବାଲିଗୁଡ଼ା ଏନ୍‌ଏସିର ପୌର…

Read More

ଖଜୁରୀପଡ଼ା,୨୩।୧୦(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ାସ୍ଥିତ କଲ୍ୟାଣୀ ମଣ୍ଡପଠାରେ ଅନୁସୂଚିତ ଜାତି ମୋର୍ଚ୍ଚାର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା, ତୃଣମୂଳ ସ୍ତରରେ କାର୍ଯ୍ୟକର୍ତ୍ତାଙ୍କୁ ଅଧିକ ସକ୍ରିୟ କରିବା ଏବଂ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ସମସ୍ୟା ଓ ଆବଶ୍ୟକତାକୁ ଗୁରୁତ୍ୱ ଦେବା ଭଳି ସାଂଗଠନିକ ବିଷୟ ଉପରେ ଆଲୋଚନା ପାଇଁ ଏକ ମଞ୍ଚ ପ୍ରସ୍ତୁତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମଣ୍ଡଳ ଅନୁସୂଚିତ ଜାତି ମୋର୍ଚ୍ଚାର ସଭାପତି ବିଜୟ କୁମାର ସେଠୀ ସଭାପତିତ୍ୱ କରିଥିଲେ। ତାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଦଳର ବିଭିନ୍ନ ସ୍ତରର ନେତୃବୃନ୍ଦ, ମୋର୍ଚ୍ଚାର ପଦାଧିକାରୀ, ମଣ୍ଡଳସ୍ତରୀୟ କର୍ମକର୍ତ୍ତା ଏବଂ ଅନେକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ସମସ୍ତଙ୍କ ଉପସ୍ଥିତିରେ ସାଂଗଠନିକ କାର୍ଯ୍ୟଧାରାକୁ ଆଗକୁ ନେବା ଏବଂ ତୃଣମୂଳ ସ୍ତରରେ ସଂଗଠନର ଭିତ୍ତିଭୂମିକୁ ଅଧିକ ମଜବୁତ କରିବା ସମ୍ପର୍କିତ ବିଷୟଗୁଡ଼ିକୁ ଗୁରୁତ୍ୱ ଦିଆଯାଇଥିଲା।ବୈଠକରେ ଅତିଥି ଭାବେ ଅନୁସୂଚିତ…

Read More