Author: Janabani News

ଗଜପତି,୦୧/୦୬,(ଟିକି ଲିମା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ଅକାଳ ବଜ୍ରପାତ ଯୋଗୁଁ ଅଘଟଣ। ଘରେ ଥିବା ସମୟରେ ବଜ୍ରପାତରେ ଆହତ ହୋଇଛନ୍ତି ।ଆହତ ମାନେ ହେଲେ ତାଲାଜିଙ୍ଗ ଗ୍ରାମର ମନିକା ମଣ୍ଡଳ,ଜୁସ୍ପା ମଣ୍ଡଳ,ଜୁସ୍ଟିଲା ମଣ୍ଡଳ ଓ ଖିଲିମୁଣ୍ଡା ଗ୍ରାମର ରିବିକା ଶବର। ଆହତମାନଙ୍କୁ ଉଦ୍ଧାର କରି ଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଅପରାହ୍ନରେ ହଠାତ୍ ପାଗ ବଦଳିବା ସହ ବର୍ଷା ଏବଂ ଘଡ଼ଘଡ଼ି ସୃଷ୍ଟି ହୋଇଥିଲା। ଏହି ସମୟରେ ଏହି ଚାରି ଜଣ ନିଜ ଘରେ ଥିବା ବେଳେ ନିକଟସ୍ଥ ଅଞ୍ଚଳରେ ବଜ୍ରପାତ ଘଟିଥିଲା। ଫଳରେ ବଜ୍ରପାତର ପ୍ରଭାବରେ ଆହତ ହୋଇଥିବା ଜଣାପଡ଼ିଛି।ଘଟଣା ପରେ ପରିବାର ଲୋକ ଏବଂ ଗ୍ରାମବାସୀମାନେ ତୁରନ୍ତ ଆହତମାନଙ୍କୁ ଉଦ୍ଧାର କରି ଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ସମସ୍ତଙ୍କର ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି।ବର୍ଷା ଋତୁ ଆରମ୍ଭ ହେଉଥିବାରୁ ବଜ୍ରପାତ ସମୟରେ ସତର୍କ ରହିବାକୁ ପ୍ରଶାସନ…

Read More

ବ୍ରହ୍ମପୁର, ୦୧/୦୬,(ହିମାଂଶୁ ଶେଖର ସାବତ):ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନାରେ ପୋଲିସ ନିର୍ଯାତନା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ସୁବୁଳିଆ ଗ୍ରାମର ସୁଶାନ୍ତ ସାହୁ।ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏକ ପଥର ଖାଦାନରେ ଘଟିଥିବା ଗଣ୍ଡଗୋଳ ଘଟଣାର ତଦନ୍ତ ନାମରେ ପୋଲିସ ଗତ ମେ ୨୫ ତାରିଖରେ ସୁଶାନ୍ତଙ୍କୁ ଘରୁ ଉଠାଇ ନେଇଥିଲା। ତାଙ୍କୁ ସାତ ଦିନ ଧରି ଥାନାରେ ଅଟକ ରଖି ମାଡ଼ ମାରିବା ସହ ଗୋଡ଼ରେ ଗରମ ପାଣି ଢାଳି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।ଗତ ୩୧ ତାରିଖରେ ସୁଶାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ ପୋଲିସ ପରିବାରକୁ ସୂଚନା ଦେଇଥିଲା। ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସୁଶାନ୍ତଙ୍କ ମୃତ୍ୟୁ ଘଟିଥିଲା।ମୃତକଙ୍କ ପତ୍ନୀ ଓ ପରିବାର ସଦସ୍ୟମାନେ ପୋଲିସ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି।…

Read More

ବୁଗୁଡ଼ା,୦୧/୦୬,(ପୂର୍ଣ୍ଣ ଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତରପଡ଼ା ପଞ୍ଚାୟତ ଅନ୍ତର୍ଗତ ଝୋଲରି ଠାରେ ହନୁମାନ ଚାଳିଶା ପାଠ ପରାୟଣ ଅନୁଷ୍ଠିତ ହୋଇ ଯାଇଛି। ସମାଜସେବୀ କାର୍ତ୍ତିକେଶ୍ଵର ବିଷୋୟୀଙ୍କ ତତ୍ତ୍ବାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ପୋଲସରା ନିକଟସ୍ଥ ଚଢ଼ିଆପଡା ଗ୍ରାମର ପ୍ରବଚକ ପଞ୍ଚାନନ ହୋତା ଚାଳିଶା ପାଠ କରିଥିଲେ। ସନ୍ତୋଷ କୁମାର ମହାପାତ୍ର, ବୈଂଶୀଧର ନନ୍ଦ ଚାଳିଶା ପାଠ କରିବାରେ ସହଯୋଗ କରିଥିଲେ। ଶେଷରେ ଝୋଲରି ନାମ ସଂକୀର୍ତ୍ତନ ଦଳ ନାମ ପରିବେଷଣ କରିଥିଲେ।ଏଠାରେ ବହୁ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଗ୍ରାମରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା !

Read More

ଗଜପତି,୦୧/୦୬,(ଟିକି ଲିମା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ସଂଯୁକ୍ତ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଦୟାମୟ ପାଢ଼ୀ,ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା ଅଭିଯୋଗ ଶୁଣାଣୀ କରିଥିଲେ। ଆଜିର ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିରରେ ମୋଟ- ୭୨ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା- ୬୨ ଗୋଟି,ଗ୍ରାମ ଭିତ୍ତିକ ସମସ୍ୟା – ୧୦ ଗୋଟି ଅଭିଯୋଗ ଆସିଥିଲା । ଅନ୍ୟ ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦିଆଯାଇଛି। ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା,ଜମି ପଟ୍ଟା,ମନରେଗା,ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା,ଜଳ ସେଚନ ରାସ୍ତା ଓ…

Read More

ଭଞ୍ଜନଗର,୦୧/୦୬,(ନିଲୁ ବିଷୋୟୀ):ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୀର୍ତ୍ତି ଭାସନ୍ ଭି,ଗଞ୍ଜାମ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା,ଉପ ଜିଲ୍ଲାପାଳ ଉମାଶଙ୍କର ବେହେରା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ,ରଞ୍ଜନ କୁମାର ଦେ ଉପସ୍ଥିତ ରହି ମୋଟ ୬୯ଟି ଅଭିଯୋଗର ଶୁଣାଣୀ କରିଥିଲେ । ୨ଟି ଅଭିଯୋଗର ତ୍ୱରିତ ସମାଧାନ ହୋଇଥିବା ବେଳେ ଅନ୍ଯ ଅଭିଯୋଗର ଗୁଡ଼ିକର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ରେଡକ୍ରସ୍ ପାଣ୍ଠିରୁ ୨ ଜଣ ବ୍ଯକ୍ତିଙ୍କୁ ଆର୍ଥିକ ସହାୟତା ୧୦,୦୦୦ ଟଙ୍କା ଯୋଗାଇ ଦିଆଯାଇଥିଲା । ସ୍ଥାନୀୟ ଜନସାଧାରଣ ଶିକ୍ଷା,କୃଷି, ସ୍ବାସ୍ଥ୍ଯ, ଭତ୍ତା, ଖାଦ୍ଯ ସୁରକ୍ଷା, ଗୃହ ନିର୍ମାଣ, ଜିବିକା ମିଶନ୍, ରାଜସ୍ବ, ଜମିଜମା ସମ୍ବନ୍ଧୀୟ ବିଭିନ୍ନ ସମସ୍ଯା ସମ୍ପର୍କରେ ଜିଲ୍ଲାପାଳ ଙ୍କୁ ଅବଗତ କରିଥିଲେ। ଏହି ଶିବିରରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ,…

Read More

ଫୁଲବାଣୀ,୦୧/୦୬,(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା ଦାରିଂବାଡ଼ିଥାନା ପୋଲିସ ପକ୍ଷରୁ ଗାଡି ମୋଟର ଯାଞ୍ଚ କରିବା ବେଳେ ଆବଶ୍ୟକ କାଗଜ ପତ୍ର ନଥାଇ ବେଆଇନ୍ ଭାବେ ଚାଲୁ ଥିବା ୧୨ଟି ଅଟୋ ରିକ୍ସା ଓ ସାଇଲେନ୍ସର୍ ବଦଳାଇ ଉତ୍କଟ ଶବ୍ଦ କରି ଯାଉଥିବା ଏକ ବାଇକ୍ ମଧ୍ଯ ଜବତ କରିଛି ପୋଲିସ l ଦାରିଂବାଡ଼ି ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା ଙ୍କ ନେତୃତ୍ୱ ରେ ପୋଲିସ୍ ଟିମ୍ ଏହି ଚଢାଉ କରିଥିଲା l ଆବଶ୍ୟକ କାଗଜ ପତ୍ର ସହ ଫାଇଁନ ଆଦାୟ ପରେ ଗାଡ଼ି ରିଲିଜ୍ ହେଵ ବୋଲି ଜଣା ପଡିଛି l ସଡ଼କ ସୁରକ୍ଷା ଓ ଯାତ୍ରୀ ମାନଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବିଭିନ୍ନ ଛକ ରେ ଗାଡ଼ି ମୋଟର ଯାଞ୍ଚ କରାଯାଉଥିବା ଥାନା ଅଧିକାରୀ ଜେନା କହିଛନ୍ତି l ଆଗକୁ ନିୟମିତ ଭାବେ ଏଭଳି ଯାଞ୍ଚ ହେବ ବୋଲି ଜେନା ଆହୁରି କହିଛନ୍ତି l ଏଣୁ…

Read More

କରଞ୍ଜିଆ,୦୧/୦୬:(ରିଙ୍କୁ ବାବୁ):କରଞ୍ଜିଆ ଉପଖଣ୍ଡ ସରକାରୀ ଡାକ୍ତରଖାନା ହେଉଛି ଏ ଅଂଚଳ ର ରୋଗୀ ଙ୍କ ଆଶା ଓ ଭରସା | ପ୍ରତ୍ୟହ ଶହ ଶହ ରୋଗୀ ବିଭିନ୍ନ ପ୍ରାନ୍ତ ରୁ ଚିକିତ୍ସା ହେବା ପାଇଁ ଏଠାକୁ ଆସିଥାନ୍ତି |ଡାକ୍ତରଖାନା ର ସବୁଠୁ ଗୁରୁତ୍ୱପୂର୍ଣ ବିଭାଗ ହେଲା ପ୍ରସୂତି ଓ ଶିଶୁ ଚିକିତ୍ସା ବିଭାଗ |ଏହି ବିଭାଗରେ ପ୍ରତିଦିନ ପ୍ରାୟ ୨୦ ରୁ ୨୫ ସ୍ତ୍ରୀ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି |ପିଲା ଜନ୍ମ ପୂର୍ବରୁ ଓ ପରେ ଚିକିତ୍ସା ହେବାର ସମସ୍ତ ବ୍ୟବସ୍ଥା ରହିଛି |ଚିକିତ୍ସା ପାଇଁ ଏଠାରେ ଏକ ୫ ମହଲା କୋଠା ରହିଛି |ଏହି କୋଠାରେ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ରହିଛି |କୋଠା ସମ୍ମୁଖରେ ଆଉ ଏକ ଛୋଟ କୋଠାରେ ସ୍ତ୍ରୀ ରୋଗ ବିଶେଷଂଜ୍ଞ ଡାକ୍ତର ମାନଙ୍କ ଚାମ୍ବର ରହିଛି ସେଠାରେ ରୋଗୀଙ୍କ ପରୀକ୍ଷା ନିରୀକ୍ଷକ କରାଯାଇ ଥାଏ | ଏଠାରେ ୪ ଟି ସ୍ୱତନ୍ତ୍ର କେବିନ…

Read More

ବେଲଗୁଣ୍ଠା,୦୧/୦୬,(ଶିବରାମ ଚୌଧୁରୀ):ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସେବା ଯୋଗାଇବା ସହିତ ସ୍ବାସ୍ଥ୍ୟ ସମ୍ପର୍କରେ ଲୋକଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ବେଲଗୁଣ୍ଠା ବ୍ଳକ୍ କେ ନୂଆଁଗଡ଼ ଗ୍ରାମର ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସମନ୍ୱିତ ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରକୁ ସ୍ଥାନୀୟ ସରପଞ୍ଚ ଶିବରାମ ମହାରଣା ଉଦ୍ଘାଟନ କରିଥିବା ବେଳେ ଏଥିରେ ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ବେଲଗୁଣ୍ଠା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡାକ୍ତର ସବିତା ବେହେରା ଙ୍କ ନିର୍ଦ୍ଦେଶକ୍ରମେ ଏହି ସ୍ବାସ୍ଥ୍ୟ ଶିବିରରେ ପାଇଲିପଡ଼ା ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ାକ୍ତର ଦନାର୍ଦ୍ଦନ ମୋହିନୀ,ସ୍ବାସ୍ଥ୍ୟ ପରିଦର୍ଶକ ଶୁଭ୍ରମନ୍ୟୁ କର,କାଉନସିଲର ଅର୍ଚ୍ଚନା କୁମାରୀ ପ୍ରଧାନ, ଟିବି ସୂପରଭାଇଜର୍ ଦୂର୍ଗା ପ୍ରସାଦ ପାତ୍ର,ଲ୍ୟାବ୍ ଟେକ୍ନିସିଆନ୍ ପ୍ରଶାନ୍ତ କୁମାର ଡାକୁଆ, ସୁମନ୍ତ କୁମାର ସ୍ବାଇଁ, ଆର୍. ଟି କଲ୍ୟାଣୀ ମିସ୍ତ୍ରୀ, ଏମ୍ ଆର୍.ଏ ବିଜୟ କୁମାର ପ୍ରଧାନ, ସିଏଚ୍ଓ ଶୁଭଶ୍ରୀ ସାହୁ,ସ୍ବାସ୍ଥ୍ୟ କର୍ମୀ…

Read More

ଆସିକା,୦୧/୦୬(ହିମାଂଶୁ ଶେଖର ସାବତ):ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆସିକା ଉପଖଣ୍ଡ ଚିକିତ୍ସାଳୟ ଠାରେ ଦୀର୍ଘ ୧୨ ବର୍ଷ ପରେ ଆରମ୍ଭ ହେଲା ଜଣେ ଗର୍ଭବତୀ ମହିଳାଙ୍କ ଅସ୍ତ୍ରଉପଚାର କରି ପୁତ୍ର ସନ୍ତାନ ଜନ୍ମ କରାଇଛନ୍ତି ମେଡିକାଲ ଟିମ l ଆସିକା ମେଡିକାଲ ର ଅଧିକ୍ଷକ ଡାକ୍ତର ଵାଲ ଗୋପାଲ ବେହେରାଙ୍କ ପ୍ରତୋକ୍ଷ ତତ୍ୱାବଧାନରେ ସ୍ତ୍ରୀ ଓ ପ୍ରସୁତି ବିଭାଗ ର ଡାକ୍ତର ପ୍ରଭାତୀ ସାହୁ, ଡାକ୍ତର ତପନ କୁମାର ଶତପଥି, ନିସ୍ତେଜକ ର ଡାକ୍ତର ପରମିତା ଙ୍କ ଆପ୍ରାଣ ଉଦ୍ୟମ ରେ ଜଣେ ମହିଳା ଙ୍କ ଦ୍ୱିତୀୟ ଗର୍ଭ ରୁ ଏକ ସୁସ୍ଥ ନବଜାତ ପୁତ୍ର ସନ୍ତାନ କୁ ଜନ୍ମ କରାଇ ଏକ ରେକର୍ଡ ସୃଷ୍ଟି କରିଛନ୍ତି l ରାଜ୍ୟରେ ମୋହନ ସରକାର ଆସିଲା ପରେ ଆସିକା ର ମାନ୍ୟବର ବିଧାୟକ ସରୋଜ କୁମାର ପାଢ଼ୀଙ୍କର ଅକ୍ଲାନ୍ତ ପରିଶ୍ରମ ରେ ଆସିକା ମେଡିକାଲ କୁ ଅନେକ ଡାକ୍ତର ଏବଂ ଅନ୍ୟନ…

Read More

ବେଲଗୁଣ୍ଠା,୦୧/୦୬,(ଶିବରାମ ଚୌଧୁରୀ):ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବଡ଼ବୋର୍ସିଂ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ବ୍ଳକ୍ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଙ୍ଗିପୁରମ୍ ହରି, ତହସିଲଦାର କଳାକୃଷ୍ଣ ପ୍ରଧାନ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମମତା ଭୋଳ,ବଡ଼ବୋର୍ସିଂ ସରପଞ୍ଚ ଏସ ରାମେଶ୍ବର ପାତ୍ର,ସିଡ଼ିପିଓ ନଳିନୀ ମହାରଣା,ଅତିରିକ୍ତ କୃଷି ଅଧିକାରୀ ଶୈଳସୂତା ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଜନ ସାଧାରଣ ଙ୍କ ଅଭିଯୋଗ ଶୁଣିଥିଲେ । ଏଥିରେ ମୁଖ୍ୟତଃ ୩୨ ଜଣ ଅଭିଯୋଗ କରିଥିବା ବେଳେ ସେଥିରୁ ଭତ୍ତା ଏବଂ ରାସନ୍ କାର୍ଡ ସମ୍ବନ୍ଧୀୟ ଅଭିଯୋଗ ସଂଖ୍ୟା ଅଧିକ ଥିଲା। ଏହି ଅଭିଯୋଗ ଗୁଡିକୁ ପର୍ଯ୍ୟାୟ କ୍ରମେ ସମାଧାନ କରାଯିବ ବୋଲି ବିଡ଼ିଓ ଏବଂ ତହସିଲଦାର ପ୍ରକାଶ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗାଙ୍ଗପୁର ପୋଲିସ୍ ବାହିନୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।

Read More

ରାୟଗଡ଼,୦୧/୦୬,(ଅମୂଲ୍ୟ ନିଶଙ୍କ):ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଛି ବହୁ ପୁରାତନ ସ୍ମାରକୀ। ରକ୍ଷଣାବେକ୍ଷଣା ଓ ସଂରକ୍ଷଣ ଅଭାବରୁ ସେଗୁଡ଼ିକ ଅନାଲୋଚିତ ହୋଇ ରହିଛି। ସଂସ୍କୃତି ଓ ପର୍ଯ୍ୟଟନ ମାନଚିତ୍ରରେ ବି ସ୍ଥାନ ପାଇନି। ସେଭଳି ଏକ ଦୁର୍ଗ ହେଉଛି କୋଲନରା ବୃକ୍ ହାତୀଖମା ମୁଣ୍ମୟ ଦୁର୍ଗ। ଏହା ମାଟିତଳେ ପୋଡି ହୋଇରହିଛି। ଏହାର ବିଭିନ୍ନ ଅଂଶ ଜରାଜୀର୍ତ୍ତ ଅବସ୍ଥାରେ ଜଙ୍ଗଲ ଭିତରେ ପଡ଼ିଛି। ମାଟିତଳେ ପୋତି ହୋଇ ରହିଥିବା ଏହି ଦୁର୍ଗର ପୁନରୁଦ୍ଧାର ପାଇଁ କୌଣସି ପ୍ରୟାସ ହୋଇନି। ଏଭଳି ସ୍ଥାପତ୍ୟ ସମ୍ପର୍କରେ ପ୍ରଚାର ପ୍ରସାର କରାଯାଇ ଐତିହାସିକ ଓ ପର୍ଯ୍ୟଟକଙ୍କ ନଜରକୁ ଅଣାଯିବା ନିମନ୍ତେ ସ୍ଥାନୀୟ ଅଞ୍ଚଳ ସାମ୍ବାଦିକ ସୋନୁ ବାଘ, ଟୁନା କୋଣ୍ଡା ଗୋରୀ ଅମୁଲ୍ୟ ନିଷଙ୍କ ଓ ରେଖା୍ପଦର ଗ୍ରାମ ର ଲକ୍ଷ୍ମୀ ମୋହନ ପଟ୍ଟନାୟକ 2016 ମସିହାରେ ଜ଼ିଲ୍ଲାପାଳ ଗୁହା ପୁନମ ତାପସ କୁମାର ଙ୍କୁ ଭେଟି ଘଟଣା ବିଷୟରେ ଅବଗତ କରାଇଥିଲେ l 2016 ମସିହା…

Read More

ଭଞ୍ଜନଗର,୦୧/୦୬,(ହିମାଂଶୁ ଶେଖର ସାବତ):ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଭାସନ୍ ଭି , ଗଞ୍ଜାମ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସମୀର କୁମାର ଜେନା , ଉପ ଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଶ୍ରୀ ରଞ୍ଜନ କୁମାର ଦେ, ମୋଟ ୬୯ଟି ଅଭିଯୋଗର ଶୁଣାଣୀ କରିଥିଲେ । ୨ଟି ଅଭିଯୋଗର ସମାଧାନ ଶିବିରରେ କରାଯାଇଥିବା ବେଳେ ଅନ୍ଯ ଅଭିଯୋଗର ତ୍ବରିତ୍ ସମାଧାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ରେଡକ୍ରସ୍ ପାଣ୍ଠିରୁ ୨ ଜଣ ବ୍ଯକ୍ତିଙ୍କୁ ଆର୍ଥିକ ସହାୟତା ୧୦,୦୦୦ ଟଙ୍କା ଯୋଗାଇ ଦିଆଯାଇଥିଲା । ସ୍ଥାନୀୟ ଜନସାଧାରଣ ଶିକ୍ଷା,କୃଷି, ସ୍ବାସ୍ଥ୍ଯ, ଭତ୍ତା, ଖାଦ୍ଯ ସୁରକ୍ଷା, ଗୃହ ନିର୍ମାଣ, ଜିବିକା ମିଶନ୍, ରାଜସ୍ବ, ଜମିଜମା ସମ୍ବନ୍ଧୀୟ ବିଭିନ୍ନ ସମସ୍ଯା ସମ୍ପର୍କରେ ଜିଲ୍ଲାପାଳ ଙ୍କୁ ଅବଗତ କରିଥିଲେ…

Read More