Author: Janabani News

ଖୋରଧା,୦୨/୦୬,(କେଦାର ନାଥ ସାହୁ):ରାଧାବଲ୍ଲଭ ମନ୍ଦିର ପରିସରରେ ଅନୁଷ୍ଠିତ ପଞ୍ଚରାତ୍ର ଜଗନ୍ନାଥ କଥାମୃତ ପ୍ରବଚନ କାର୍ଯ୍ୟକ୍ରମ ର ଦ୍ଵିତୀୟ ସନ୍ଧ୍ୟାରେ ପ୍ରବକ୍ତା ଭାବେ ଜଗନ୍ନାଥ ସଂସ୍କୃତି ଗବେଷକ ଡ. ଆଶୁତୋଷ ମିଶ୍ର ସ୍କନ୍ଦ ପୁରାଣର ଚତୁର୍ଥ ଓ ପଞ୍ଚମ ଅଧ୍ୟାୟ ର ଶ୍ରୀକ୍ଷେତ୍ର ର ସୀମା, ବିଶେଶ୍ୱର ଶିବଙ୍କ ମହିମା, ଜମେଶ୍ୱର ଓ ନୀଳକଣ୍ଠେଶ୍ଵର ମହିମା, ଶଙ୍ଖ କ୍ଷେତ୍ର ର ନାମକରଣ, କପାଳମୋଚନ ଶିବ, ଶକ୍ତି ମା ବିମଳା, ଅକ୍ଷୟ ବଟ, ଅର୍ଦ୍ଧାଶିନୀ, ଅକ୍ଷୟ ବଟ, ପୁରୁଷୋତ୍ତମ କ୍ଷେତ୍ରର ଶ୍ରେଷ୍ଠତ୍ୱ, ମୁକ୍ତିର ମାର୍ଗ, ଅଷ୍ଟ ଶକ୍ତି, ଅଷ୍ଟ ଶମ୍ଭୁ, ଅମ୍ଭରୀଶ ଓ ପୁଣ୍ଡାରୀକଙ୍କର ନୀଳାଦ୍ରି ଯାତ୍ରା ଓ ମହାପ୍ରଭୁଙ୍କର ଦର୍ଶନ ଓ ସ୍ତୁତି ବିଷୟରେ ବିଶଦ ବର୍ଣନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଦୟାନିଧି ରାଉତରାୟ, ହରିପ୍ରସାଦ ଦୋରା, ଚିତ୍ତରଞ୍ଜନ ଦାସ, ରଶ୍ମିତା ଦାସ, ଗାୟତ୍ରୀ ପ୍ରସାଦ, ଇନ୍ଦିରା ଭଗତ, ପ୍ରଫୁଲ ମିଶ୍ର, ନିର୍ମଳଦାସ ଓ ବହୁ ଭାଗବତ ପ୍ରେମୀଙ୍କ ସାମଗମ ହୋଇଥିଲା। ଏହି…

Read More

ଖୋର୍ଦ୍ଧା,୦୨/୦୬,(କେଦାର ନାଥ ସାହୁ):ରାଜ୍ୟ ରେ ପ୍ରତିଦିନ ହିଂସା ବୃଦ୍ଧି ପାଉଛି। ମହିଳା ଏବଂ ନାରୀ ମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ପେଟ୍ରୋଲ ଏବଂ ଡିଜେଲ ଅଭାବ ଦର୍ଶାଇ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ବସ୍ ଭଡ଼ା ବୃଦ୍ଧି ହୋଇଛି। ଏତଦ୍ ବ୍ୟତୀତ ରାଜ୍ୟ ରେ ଦୁଇ ବର୍ଷ କରି ଗଢା ଯାଇଥିବା ବିଜେପି ସରକାର ସବୁ କ୍ଷେତ୍ର ରେ ବିଫଳ ହୋଇଛି ବୋଲି ପ୍ରମୁଖ ବିରୋଧୀ ଦଳ ବିଜେଡି ଦଳ ପକ୍ଷ ରୁ ଅଭିଯୋଗ କରାଯାଇଚି। ରାଜ୍ୟ ବିଜେଡି ସଭାପତି ତଥା ବିରୋଧ ଦଳ ର ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟ ରେ ବିଭିନ୍ନ ନିର୍ବାଚନ ମଣ୍ଡଳୀ ରେ ପ୍ରତିବାଦ ସଭା ଅନୁଷ୍ଠିତ ହେଉଛି। ଏହି ପରିପେକ୍ଷୀରେ ରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ରାଜେନ୍ଦ୍ର କୁମାର୍ ସାହୁ ଙ୍କ ନେତୃତ୍ୱ ରେ ଏକ ପ୍ରତିବାଦ ସଭା ଏବଂ ଶୋଭାଯାତ୍ରା ଆସନ୍ତା ଜୁନ୍…

Read More

ବୁଗୁଡ଼ା,୦୨/୦୬,(ପୂର୍ଣ୍ଣ ଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦେଶ ଅନୁସାରେ ଗଞ୍ଜାମ ଜିଲ୍ଲାକୁ ସ୍ୱଚ୍ଛ ଓ ପରିବେଶକ ଅନୁକୂଳ କରିବା ଲକ୍ଷ୍ୟରେ “ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ” ଅଭିଯାନ ଅଧୀନରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନକୁ ଜୋରଦାର କରାଯାଉଛି। ଏହି ଅଭିଯାନ ମାଧ୍ୟମରେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା, କପଡ଼ା ଓ ପାଟ ବ୍ୟାଗ ବ୍ୟବହାରକୁ ପ୍ରୋତ୍ସାହନ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟି କରାଯାଉଛି।ଅଭିଯାନରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସରକାରୀ କର୍ମଚାରୀମାନେ ସାମିଲ ହୋଇ ସଫେଇ କାର୍ଯ୍ୟକ୍ରମ, ସଚେତନତା ରାଲି ଓ ପ୍ଲାଷ୍ଟିକ ସଂଗ୍ରହ ଅଭିଯାନ ଚଳାଉଛନ୍ତି।ଜନସାଧାରଣଙ୍କ ସହଯୋଗ ଓ ସଚେତନତା ଦ୍ୱାରା ହିଁ ଗଞ୍ଜାମକୁ ପ୍ଲାଷ୍ଟିକ ମୁକ୍ତ ଏବଂ ସ୍ୱଚ୍ଛ ଜିଲ୍ଲାରେ ପରିଣତ କରାଯାଇପାରିବ ବୋଲି ଆଶା କରାଯାଉଥିବାବେଳେ ଆଜି ବୁଗୁଡ଼ା ବ୍ଲକ ତାକରଡ଼ା ପଞ୍ଚାୟତ ସରପଞ୍ଚ ଦିଲ୍ଲିପ କୁମାର ପ୍ରଧାନଙ୍କ ନେତୃତ୍ୱ ରେ ଶ୍ରମଦାନ କରି ପଞ୍ଚାୟତକୁ…

Read More

ବେଲଗୁଣ୍ଠା,୦୨/୦୬,(ଶିବରାମ ଚୌଧୁରୀ):ଗାଙ୍ଗପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଛକରେ ମୋଟରସାଇକେଲ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ଖୁକୁଣ୍ଡିଆ ଗ୍ରାମର ଚିତ୍ତରଞ୍ଜନ ବିଶ୍ଵାଳ (୬୨)। ଏନେଇ ଚିତ୍ତରଞ୍ଜନଙ୍କ ଭଣଜା ମିଥୁନ ବରାଡ (୩୬) ଗାଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି। ମିଥୁନଙ୍କ ଅଭିଯୋଗ ପ୍ରକାରେ ଆଜି ଦିନ ଏକ ଘଣ୍ଟା ତିରିଶି ମିନିଟ୍ ସମୟରେ ଚିତ୍ତରଞ୍ଜନ ଗାଙ୍ଗପୁର ବ୍ୟାଙ୍କ୍ ରେ କାମ ସାରି ନିଜ ଗ୍ରାମକୁ ଫେରୁଥିବା ସମୟରେ ସିଙ୍ଗିପୁର ଛକରେ ପରିସ୍ରା ଯିବା ପାଇଁ ନିଜ ସ୍କୁଟି ରଖିଥିଲେ। ସେ ରାସ୍ତା ପାର୍ଶ୍ୱରେ ପରିସ୍ରା କରୁଥିବା ସମୟରେ ଆସିକା ପଟୁ OD07BB9324 ନମ୍ୱର୍ ବିଶିଷ୍ଟ ଏକ ମୋଟସାଇକେଲ ଆସି ଚିତ୍ତରଞ୍ଜନଙ୍କ ଆଗପଟୁ ଜୋର୍ ରେ ଧକ୍କା ଦେଇଥିଲା। ଫଳରେ ଚିତ୍ତରଞ୍ଜନ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ଖବର ପାଇ ମିଥୁନ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର…

Read More

ଫୁଲବାଣୀ,୨/୦୬,(ସୁନୀଲ ପଟ୍ଟନାୟକ):ଫୁଲବାଣୀ ଲ୍ୟାମ୍ପ ର ପରିଚାଳନା ନିର୍ଦେଶକ ଭୀମ ସେନ ସାହୁ ରବିବାର ଅବସର ଗ୍ରହଣ କରିଛନ୍ତି l ଏହି ଅବସରରେ ଡି ଆର୍ ସି ଏସ ସନ୍ତୋଷ କୁମାର ଦାସ ଙ୍କ ସମେତ ଏସ ଆର୍ ସି ଏସ ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିବା ସହ ଦୀର୍ଘ ଜୀବନ କାମନା କରିଥିଲେ l ଏମ ଡି ଶ୍ରୀ ସାହୁ ୧୯୮୮ରେ ସମବାୟ ବିଭାଗ ଅଧୀନ ରେ ଚାକିରି ଜୀବନ ଆରମ୍ଭ କରି ୨୦୧୩ ରେ ଲ୍ୟl ମ୍ପ ପରିଚାଳନା ନିର୍ଦେଶକ ଭାବେ ସୁଚାରୁରୂପେ ଦାୟିତ୍ବ ତୁଲାଇଥିଲେ ଓ ନିଜର ଦକ୍ଷତା ପ୍ରତିପାଦନ କରିବା ଯୋଗୁଁ ୨୦୧୮,୨୦୨୩,୨୦୨୪,୨୦୨୫, ରେଜିଲ୍ଲାର ଶ୍ରେଷ୍ଠ ପରିଚାଳନା ନିର୍ଦେଶକ ଭାବେ ପୁରସ୍କୃତ ହୋଇଥିଲେ l ସେହିପରି ରାଜ୍ୟ ସ୍ତର ରେ ମଧ୍ଯ ପୁରସ୍କୃତ ହୋଇଥିଲେ ସାହୁ l

Read More

ଫୁଲବାଣୀ,୨/୦୬,(ସୁନୀଲ ପଟନାୟକ):ଫୁଲବାଣୀସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଲୟ ରେ ଆସନ୍ତା ୯ ତାରିଖ ଠାରୁ ସାଧାରଣ ରୋଗୀ ଙ୍କ ପାଇଁ ଆବଶ୍ୟକ ପଡୁଥିବା ଅଲଟ୍ରା ସାଉଣ୍ଡ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି। ଏହା ପ୍ରତି ସପ୍ତାହର ମଙ୍ଗଳବାର, ବୁଧବାର ଓ ଗୁରୁବାର ଏପରି ୩ଦିନ ଧରି ଏହି ସେବା ମିଳିବ ବୋଲି ଆଜି ହସ୍ପିଟାଲ କତୃପକ୍ଷ ପକ୍ଷରୁ ଏକ ନିର୍ଦେଶ ନାମା ପ୍ରକାଶ ପାଇଛି। ବହୁ ପ୍ରତିକ୍ଷୀତ ଏହି ଅଲଟ୍ରା ସାଉଣ୍ଡ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନ ହେଲା ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବୀ ହୋଇ ଆସୁଥିଲା। କେବଳ ପ୍ରସୂତୀ ବିଭାଗ ରେ ଗର୍ଭବତୀ ମହିଳାଙ୍କ ଚିକିତ୍ସା ରେ ଅଲଟ୍ରା ସାଉଣ୍ଡ ବ୍ୟବହୃତ ହେଉଥିଲା। ପୂର୍ବତନ ଜିଲ୍ଲା ଚିକିତ୍ସା ଓ ସ୍ଵାସ୍ଥ୍ୟ ଅଧିକାରୀ ଡl .ସନ୍ତୋଷ କୁମାର ପାଢ଼ୀ ଙ୍କ ଆନ୍ତରିକତା ଯୋଗୁଁ ଛତ୍ରପୁର ସ୍ଥିତ ବିରଳ ମୃତିକା ସଂସ୍ଥା ପକ୍ଷରୁ ଅଲଟ୍ରା ସାଉଣ୍ଡ ଯନ୍ତ୍ରପାତି ଯୋଗାଇଦିଆଯାଇଥିଲା। ତେବେ ବିଭିନ୍ନ ଆଇନ…

Read More

ଫୁଲବାଣୀ,୦୨/୦୬,(ସୁନୀଲ ପଟ୍ଟନାୟକ):ସୋମବାର ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟର ସଦଭାବନା ଗୃହ ରେ ଜିଲାପାଳ ଙ୍କ ଉପସ୍ଥିତିରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି କରିଥିଲେ l ମୋଟ ୯୮ ଟି ମାମଲାର ଶୁଣାଣୀ କରିଥିଲେ ଜିଲ୍ଲାପାଳ ବେଦ ଭୂଷଣ l ସେଥି ମଧ୍ୟରେ ୮୨ ଟି ବ୍ୟକ୍ତିଗତ ସମସ୍ୟା ଥିବା ବେଳେ ୧୬ଟି ସାମୁହିକ ଅଭିଯୋଗ ଥିଲା l ବିଭିନ୍ନ ଭତ୍ତା, ଆୟୁଷ୍ମାନ ଯୋଜନା, ରାସ୍ତା ସମସ୍ୟl, ଆବାସ ଯୋଜନା ଆଦି ଅଭିଯୋଗ ର ଶୁଣାଣି କରିଥିଲେ l ସେହିପରି ୬ ଜଣ ଙ୍କୁ ମୁଖ୍ୟ ମନ୍ତ୍ରୀ ରିଲିଫ ଫଣ୍ଡ ଓ ଜଣଙ୍କୁ ରେଡକ୍ରସ ରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା l ଏହି ଜନ ଶୁଣାଣୀ ରେ ଏସପି ରମେନ୍ଦ୍ର ପ୍ରସାଦ, ଅତି ରିକ୍ତ ଜିଲ୍ଲା ପାଳ କୁଶଳ ଚନ୍ଦ୍ର ନାୟକ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଶମ୍ଭୁ ନାଥ ନନ୍ଦୀ, ପ୍ରବେଶନର ଆଇ…

Read More

ବୁଗୁଡ଼ା,୦୨/୦୬,(ପୂର୍ଣ୍ଣ ଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ବିରଞ୍ଚିପୁର ଗ୍ରାମପଞ୍ଚାୟତ ରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ନହେବା ଏବଂ ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପ ରେ ଅତିଷ୍ଟ ହୋଇ ଶତାଧିକ ପଞ୍ଚାୟତ ବାସି ଏକତ୍ରିତ ହୋଇ ବ୍ଲକ ଅଫିସ ଘେରାଉ ସହିତ ବିଡିଓଙ୍କୁ ଲିଖିତ ଅଭିଯୋଗ ଜଣାଇଛନ୍ତି,ସରକାର ଗ୍ରାମାଞ୍ଚଳର ବିକାଶ ପାଈଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ବିରଞ୍ଚିପୁର ପଞ୍ଚାୟତ ପାଈଁ ବିକାଶ ସାତ ଶପନ ପାଲଟିଥିବା ଅଭିଯୋଗ ହୋଇଛି,ଯଦି ସାତଦିନ ମଧ୍ୟରେ ଏହାର ସମାଧାନ ନ ହୁଏ ତେବେ ପଞ୍ଚାୟତ ବାସି ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଥିବା ବେଳେ ସାତଦିନ ମଧ୍ୟରେ ଏହାର ସମାଧାନ କରି ବିକାଶ ମୂଳକ କାର୍ଯ୍ୟ ସହିତ ତ୍ୱରାନ୍ୱିତ କରାଯିବ ବୋଲି ଗୋଷ୍ଠି ଉନ୍ନୟନ ଅଧିକାରୀ ଦୁତିକୃଷ୍ଣ ପାତ୍ର କହିଛନ୍ତି l

Read More

ପୁରୁଷୋତ୍ତମପୁର,୦୨/୦୬,(ଶୁଭଙ୍କରୀ ଦାଶ):ପରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ସୁନାଥରସ୍ଥିତ ବାପୁଜୀ ସେବା ସଂସ୍ଥା ଓ ପାଠାଗାରର ୪୩ତମ ବାର୍ଷିକ ଉତ୍ସବ ଓ ସହୀଦ୍ ଯୁଗଳ କିଶୋର ପଣ୍ଡାଙ୍କ ୩୩ତମ ସ୍ମୃତି ଚାରଣ ଉତ୍ସବ ଶିକ୍ଷାବିତ୍ ଗୋବିନ୍ଦ ନାହାକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ମାନ୍ୟବର ଶ୍ରୀଯୁକ୍ତ ଖଲ୍ଲିକୋଟ ବିଧାୟକ ପୁର୍ଣ ଚନ୍ଦ୍ର ସେଠୀ, ଚାଇଲଡ ଲାଇନସ୍ ନିର୍ଦ୍ଦେଶକ,ଶ୍ରୀଯୁକ୍ତ ସୁଧୀର ସାବତ,ପୁରୁଷୋତ୍ତମପୁର ଥାନାର ସେକେଣ୍ଡ ଅଫିସର ସୁଶାନ୍ତ ମିଶ୍ର,ସରପଞ୍ଚ ଅନୀଲ କୁମାର ନାହାକ ବିଧାୟକ ପ୍ରତିନିଧି ଶ୍ରୀ କୋରା ସାଈଁ, ଖ୍ୟାତନାମା ନାଟ୍ୟକାର ଲିଙ୍ଗରାଜ ନାହାକ ଶ୍ରୀଯୁକ୍ତ ରଞ୍ଜିତ୍‌ କୁମାର ବେହେରା ଜିଲ୍ଲା ପରିଷଦ ସଭ୍ୟ, ଶ୍ରୀଯୁକ୍ତ ଦାମୋଦର ପଣ୍ଡା ଅବସର ପ୍ରାପ୍ତ ଶିକ୍ଷକ, ସମାଜ ସେବି ଶ୍ରୀଯୁକ୍ତ ଜଗତ ବନ୍ଧୁ ପଣ୍ଡା ଓ ସୁରେଶ ଚନ୍ଦ୍ର ପଣ୍ଡା ସ୍ଥାନୀୟ ସମିତି ସଭ୍ୟା ପ୍ରତିନିଧ ଶ୍ରୀ ମହେଶ୍ବର ବସନ୍ତିଆ ଯୋଗଦାନ କରିଥିଲେ । ମଞ୍ଚାସିନ ଅତିଥି ମାନେ ପ୍ରଥମେ ଯୁଗଳ…

Read More

ଫୁଲବାଣୀ,୦୨/୦୬:(ସୁନୀଲ ପଟ୍ଟନାୟକ):ଫୁଲବାଣୀ ସହରରେ ଦିନକୁ ଦିନ ମଦ୍ୟପ ମାନଙ୍କ ଦୌରତ୍ମ୍ୟ ବଢ଼ିବାରେ ଲାଗିଛି l ଦିନ ରାତି ରାସ୍ତା କଡ଼ରେ ବସି ମଦ ପିଇ କାଚ ବୋତଲ ସବୁ ମୁଖ୍ୟ ରାସ୍ତା କଡ଼ରେ ପକାଇଥିବା ଦେଖିବlକୁ ମିଳୁଛି l ସେହିପରି ନିଶା ପାନ କରି ବାଇକ ଗୁଡ଼ିକ ଦୃତ ଗତିରେ ଅଧିକ ଶବ୍ଦ କରି ଯାଉଛନ୍ତି l ବିଭିନ୍ନ ସମୟରେ ଦୁର୍ଘଟଣା ମଧ୍ଯ ଘଟାଉଛନ୍ତି l ଟାଉନ ପୋଲିସ ପକ୍ଷରୁ ଆଖି ଦୃଶିଆ ଚେକିଂ ନାହିଁ କି କାର୍ଯାନୁଷ୍ଠାନ ନାହିଁ l ଟାଉନ ଥାନା ପୋଲିସ ଶୋ ଇରହିଥିବl ନେଇ ଆଲୋଚନା ହେଉଛି l ବିଶେଷ କରି ଯୁବକ ମାନେ ସହରରେ ଥିବା ବିଭିନ୍ନ ମଦ ଦୋକାନ ରୁ ମଦ କିଣି ପାନ କରି ରାସ୍ତା କଡରେ ବୋତଲ ଫୋଫାଡ଼ିବା ନେଇ ସହର ର ବୁଦ୍ଧି ଜୀବି, ଆଇନଜୀବୀ, ସମାଜ ସେବୀ, ସାମ୍ବାଦିକ ଓ ବରିଷ୍ଠ ନାଗରିକ ମାନେ ଅସନ୍ତୋଷ ପ୍ରକାଶ…

Read More

ପୁରୁଷୋତ୍ତମପୁର,୦୧/୦୬,(ଶୁଭଙ୍କରୀ ଦାଶ):ପୁରୁଷୋତ୍ତମପୁର ସହର ସ୍ଥିତ ସ୍ଥିତ କୁମାରୀ 14 ନଂ ୱାର୍ଡ ରେ ଥିବା ସନ୍ ସାଇନ୍ ଇଣ୍ଟରନେସନାଲ ସ୍କୁଲରେ ସି ହେଚ ଏସ ସି, ହେଚ ଏସ ସି,ଏବଂ ସି ବି ଏସ ଇ ପରୀକ୍ଷାରେ ସର୍ବୋଚ୍ଚ ନଂ ରଖିଥିବା ବ୍ଳକ ଲେବଲ ଛାତ୍ର, ଛାତ୍ରୀଙ୍କୁସମ୍ବର୍ଦ୍ଧନାକରାଯିବାର ଅୟୋଜନସ୍କୁଲରସଭାପତି ପ୍ରଫୁଲ କୁମାର ରଥ ଙ୍କ ଅଧକ୍ଷତା ରେ ଏବଂ ସ୍କୁଲର ନିର୍ଦେଶକ ସୁନୀଲ କୁମାର ମହାନ୍ତି ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିଲା | ଆୟୋଜିତ ପ୍ରତିଭା ସମ୍ବଦ୍ଧନା ଉତ୍ସବର କୃତିତ୍ୱ ଅର୍ଜନ କରିଥ‌ିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏବିଓ ଶ୍ରୀ ବିଜୟ କୁମାର ବେହେରା, ସମ୍ମାନିତ ଅତିଥୂଆତ୍ମାର ଅଧକ୍ଷ ଶ୍ରୀ ଅରୁଣ କୁମାର ପଣ୍ଡା ଓ ମୁଖ୍ୟ ବକ୍ତା ଭାବେ ସିଆର ସି ହେମନ୍ତବେହେରା ମଞ୍ଚାସିନ ଅତିଥିମାନେ ସେମାନଙ୍କ ବକ୍ତବ୍ୟ ରେ ଛାତ୍ର ଛାତ୍ରୀଙ୍କି ବହୁ ଉପଦେଶ ଦେଈ ଆଗାମୀ…

Read More

ବୁଗୁଡ଼ା,୦୧/୦୬,(ପୂର୍ଣ୍ଣ ଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ର ଏକ ଅଗ୍ରଣୀ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ଇନ୍ଫୋଟେକ୍ କମ୍ପ୍ୟୁଟର ଏଜୁକେଶନ ବାଲିପଦର ତରଫରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଅନ୍ତରପଡା ମାଆ ଶାଙ୍କୁଳାଇ ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୂତନ ଛାତ୍ର ଓ ଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଓ ଗ୍ରୀଷ୍ମ ଅବକାଶ ଛାତ୍ର ଓ ଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ କାହୁଁ ଚରଣ ଗୌଡ, ମୁଖ୍ୟ ବକ୍ତା ଭାବରେ ମହେନ୍ଦ୍ର ପ୍ରସାଦ ପଣ୍ଡା(ଓସସିଆଇଟ, ବାଲିପଦର), ଇଂ.ସର୍ଭିସ ଆଚାରୀ(ସତ୍ୟସାଇ ଆଇ.ଟି.ଆଇ, ବାଲିପଦର), ମହିମା ନାୟକ(ଇନ୍ଫୋଟେକ୍ କମ୍ପ୍ୟୁଟର, କେନ୍ଦୂପଦର ), ଲିପୁନ୍ ପାଣିଗ୍ରାହୀ, ରାଜୀବ ସ୍ୱାଇଁ, (ଗୋବର ବି. ସି.ସି କମ୍ପ୍ୟୁଟର), ସୁଶାନ୍ତ ସେଠୀ, ଚନ୍ଦ୍ର ଶେଖର ସେଠୀ, ଜିତେନ୍ଦ୍ର ଗୌଡ, ପବିତ୍ର ଭୋଳ(ଶିକ୍ଷକ), ସୁରେନ୍ଦ୍ର ଭୂୟାଁ, ରାକେଶ ଜେନା, ପ୍ରବୋଧ ରଥ(ଚିଫ୍ଟେକ୍,ବୁଗୁଡ଼ା), ପ୍ରସାଦ କୁମାର ଆପଟ, ବିମଳ କୁମାର ଖଟେଇ, ବାବୁ ପ୍ରଧାନ,…

Read More