Author: Janabani News

ବେଲଗୁଣ୍ଠା,୨୪।୧୦(ଶିବରାମ ଚୌଧୁରୀ):ଦୀର୍ଘଦିନର ପୂଜାର୍ଚ୍ଚନା, ଭକ୍ତି ଓ ଉତ୍ସାହର ପରିସମାପ୍ତି ଘଟାଇ ଧରାପୃଷ୍ଠରୁ ବିଦାୟ ନେଲେ ଜଗଜ୍ଜନନୀ ମା’ ଦୁର୍ଗା। ବେଲଗୁଣ୍ଠା ସହରର ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କ ଭସାଣି ଉତ୍ସବ ଧୁମ୍‌ଧାମରେ ପାଳିତ ହୋଇଥିବା ବେଳେ ଭକ୍ତିମୟ ପରିବେଶରେ ଶ୍ରଦ୍ଧାଳୁମାନେ ମା’ଙ୍କୁ ମେଲାଣି ଦେଇଥିଲେ। ବେଲଗୁଣ୍ଠା କଂସାରି ସାହି ପୂଜାମଣ୍ଡପରୁ ମା’ଙ୍କ ବିସର୍ଜନ ଶୋଭାଯାତ୍ରା ବାହାରି କୋଳିସାହି, ହାଟପଦା ଓ ବାଙ୍କ ବଜାର ଦେଇ ପିଲାଖାଇ ପୋଖରୀରେ ପହଞ୍ଚିଥିଲା। ସେଠାରେ ମା’ଙ୍କ ମୂର୍ତ୍ତି ବିସର୍ଜନ କରାଯାଇଥିଲା। ସେହିପରି ବେଲଗୁଣ୍ଠା ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ପୂଜାମଣ୍ଡପରୁ ବାହାରିଥିବା ଶୋଭାଯାତ୍ରା ହାଟପଦା, ବାଙ୍କ ବଜାର, ପେଣ୍ଠସାହି, ଗୋପୀନାଥ ସାହି ଓ ଆଳିଆ ସାହି ଦେଇ ବାରଙ୍ଗ ନାଳରେ ପହଞ୍ଚିଥିଲା। ସେଠାରେ ବିଧିବିଧାନ ଅନୁଯାୟୀ ମା’ଙ୍କୁ ବିସର୍ଜନ କରାଯାଇଥିଲା।ଭସାଣି ଶୋଭାଯାତ୍ରାରେ ଡିଜେ ସାଉଣ୍ଡ ସହ ପାରମ୍ପରିକ ବାଦ୍ୟ, ଢୋଲ, ଘଣ୍ଟବାଦ୍ୟ ଓ ଦୁଲ୍‌ଦୁଲିର ତାଳେ ତାଳେ ଶ୍ରଦ୍ଧାଳୁମାନେ ନୃତ୍ୟଗୀତରେ ମସଗୁଲ ହୋଇଥିଲେ। ପଶୁମୁଖା ନୃତ୍ୟ ଓ ନବଦୁର୍ଗାଙ୍କ…

Read More

କନ୍ଧମାଳ,୨୪।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):ଆଗାମୀ ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ତତ୍ପରତା ବଢ଼ାଇଛନ୍ତି। ବାତ୍ୟାଜନିତ ଯେକୌଣସି ଜରୁରୀ ପରିସ୍ଥିତିର ସଫଳ ମୁକାବିଲା ଏବଂ ପ୍ରଶାସନିକ ପ୍ରସ୍ତୁତି ସୁନିଶ୍ଚିତ କରିବା ଲାଗି କନ୍ଧମାଳ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ସମେତ ତାଙ୍କ ଅଧିନରେ ଥିବା ସମସ୍ତ କର୍ମଚାରୀ ଙ୍କ ଛୁଟି ବାତିଲ କରିବା ସହ ତୁରନ୍ତ ନିଜ ନିଜ ମୁଖ୍ୟାଳୟକୁ ଫେରିବାକୁ ଚିଠି ରେ ଉଲ୍ଲେଖ ରହିଛି। ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ପେନ୍‌ସନ୍‌ ଅଭିଯୋଗ (ପି.ଜି.) ବିଭାଗ ପକ୍ଷରୁ ଏନେଇ କନ୍ଧମାଳ ଜିଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ଚିଠି ଜାରି କରାଯାଇଥିବା ସୂଚନା ମିଳିଛି। ସରକାରଙ୍କ ସ୍ୱତନ୍ତ୍ର ସଚିବ ଘାସିରାମ ମୁର୍ମୁଙ୍କ ପକ୍ଷରୁ ଜାରି ଏହି ଚିଠି ନଂ.୩୩୬୧୫/ ୨୪.୧୦.୨୬ ପ୍ରକାରେ ଆଗାମୀ ବାତ୍ୟାକୁ ଗୁରୁତ୍ୱର ସହ ନେଇ ପ୍ରଶାସନିକ ପ୍ରସ୍ତୁତିକୁ ସୁଦୃଢ଼ କରିବାକୁ ଉଲ୍ଲେଖ ରହିଛି। ବାତ୍ୟା ସମୟରେ ଜନସାଧାରଣଙ୍କ ସୁରକ୍ଷା, ଜରୁରୀ…

Read More

ହିଞ୍ଜିଳିକାଟୁ,୨୪।୧୦(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ଏକମାତ୍ର ପୁଅକୁ ହରାଇ ଅସହାୟ ମା’ । ଗଣ୍ଡଳା ଗ୍ରାମରେ ଶୋକର ଛାୟା ।ଦେଶ ସେବାର ସ୍ୱପ୍ନ ନେଇ ଭାରତୀୟ ବାୟୁ ସେନାରେ ଯୋଗ ଦେଇ ଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ସଡ଼କ ଦୁର୍ଘଟଣାରେ ଚାଲିଗଲା ଜଣେ ଯୁବ ଯବାନଙ୍କ ଜୀବନ। ଆସାମରେ କାର୍ଯ୍ୟରତ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍‌ ଗଣ୍ଡଳା ଗ୍ରାମର ଚିଣ୍ଟୁ ସେଠୀଙ୍କ ମୃତ୍ୟୁରେ ସ୍ତବ୍ଧ ପୂରା ଗାଁ। ଏକମାତ୍ର ପୁଅକୁ ହରାଇ ଭାଙ୍ଗିପଡ଼ିଛନ୍ତି ମା’ ସଂଯୁକ୍ତା ସେଠୀ। ଗାଁକୁ ଫେରିଛି ପୁଅ ର ପାର୍ଥିବ ଶରୀର, ଆଉ ଚାରିଆଡ଼େ ଖେଳିଯାଇଛି ଶୋକର ପରିବେଶ।ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍‌ ଅନ୍ତର୍ଗତ ଗଣ୍ଡଳା ଗ୍ରାମରେ ଶୋକାକୁଳ ପରିବେଶ। ଗାଁର ବଡ଼ଧୋବାସାହିର ଚିଣ୍ଟୁ ସେଠୀଙ୍କ ଅକାଳ ବିୟୋଗରେ ମର୍ମାହତ ପରିବାର, ବନ୍ଧୁବାନ୍ଧବ ଓ ଗ୍ରାମବାସୀ।ପ୍ରାୟ ଦୁଇ ବର୍ଷ ପୂର୍ବେ ଭାରତୀୟ ବାୟୁସେନାରେ ଯବାନ ଭାବେ ନିଯୁକ୍ତି ପାଇଥିଲେ ଚିଣ୍ଟୁ। ଆସାମର ଏକ ଏୟାର ବେସ୍‌ରେ…

Read More

ଭବାନୀପାଟଣା,୨୪।୧୦(କିଶନ ଶର୍ମା):କଳାହାଣ୍ଡି ଚେସ୍ ଏକାଡେମୀ ତରଫରୁ ୫ମ ତମ ଜିଲ୍ଲା ସ୍ତରୀୟ ଚେସ୍ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଓ ଭାଉଚର ଉନ୍ମୋଚନ ଅନୁଷ୍ଠିତ ହୋଇଯାଇଛି।ଭବାନୀପାଟଣାସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସରରେ କଳାହାଣ୍ଡି ଚେସ୍ ଏକାଡେମୀ ପକ୍ଷରୁ ଏହି ଜିଲ୍ଲାସ୍ତରୀୟ ଚେସ୍ ପ୍ରତିଯୋଗିତା ପାଇଁ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା। ଏହି ଅବସରରେ ପ୍ରତିଯୋଗିତାର ସୂଚନା ସମ୍ବନ୍ଧୀୟ ଭାଉଚର ଅତିଥିମାନଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି।ଆସନ୍ତା ନଭେମ୍ବର ୨୮ ଓ ୨୯ ତାରିଖରେ ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରତିଯୋଗିତାରେ ଭାଗ ନେବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀମାନେ ଆସନ୍ତା ନଭେମ୍ବର ୧୬ ତାରିଖ ସୁଦ୍ଧା ନିଜର ନାମ ପଞ୍ଜୀକରଣ କରିପାରିବେ। କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ।ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି।ଏହି ଭାଉଚରକୁ ଭାରତର ସିନିଅର ନ୍ୟାସନାଲ ଆରବିଟର ରବୀନ୍ଦ୍ର ସାହୁଙ୍କ ଦ୍ୱାରା ଉନ୍ମୋଚନ…

Read More

ବାଲିଗୁଡ଼ା,୨୪।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):ପବିତ୍ର କାର୍ତ୍ତିକ ମାସରେ ହବିଷ୍ୟାଳି ଓ ଶ୍ରଦ୍ଧାଳୁ ଭକ୍ତଙ୍କୁ ଅନ୍ନପ୍ରସାଦ ଯୋଗାଇଦେବା ପାଇଁ ବାଲିଗୁଡ଼ା ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ମନ୍ଦିର ପରିସରରେ ଭକ୍ତମାନେ ନିର୍ଦ୍ଧାରିତ ଦେୟ ଦେଇ ଭୋଗପ୍ରସାଦ ସଂଗ୍ରହ କରିପାରିବେ। ଟ୍ରଷ୍ଟ ବୋର୍ଡର ସୂଚନା ଅନୁଯାୟୀ, ପ୍ରତି ଅନ୍ନପ୍ରସାଦ ପାଇଁ ୧୦୦ ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ଖିରି ଓ କାକରା ଭୋଗ ପ୍ରସାଦ ପାଇଁ ଅତିରିକ୍ତ ୫୦ ଟଙ୍କା ଦେବାକୁ ପଡ଼ିବ। ଭକ୍ତମାନେ ଯେଉଁ ଦିନ ପ୍ରସାଦ ନେବାକୁ ଚାହିଁବେ, ସେହିଦିନ ସକାଳ ୯ଟା ପୂର୍ବରୁ ଦେୟ ଜମା କରି ଟିକଟ ସଂଗ୍ରହ କରିବାକୁ ହେବ। ଏଥିସହ ଇଚ୍ଛୁକ ଶ୍ରଦ୍ଧାଳୁ ମାନେ ସମ୍ପୂର୍ଣ୍ଣ କାର୍ତ୍ତିକ ମାସ ପାଇଁ ମଧ୍ୟ ଏକକାଳୀନ ଟିକଟ କାଟିପାରିବେ। ପ୍ରତିଦିନ ଅପରାହ୍ନ ୧ଟାରୁ ୨ଟା ମଧ୍ୟରେ ପ୍ରସାଦ ବଣ୍ଟନ କରାଯିବ। ଭକ୍ତମାନେ ମନ୍ଦିର ପରିସରରେ ବସି ପ୍ରସାଦ ସେବନ କରିବା ସହ…

Read More

ଛତ୍ରପୁର,୨୪।୧୦(ହିମାଂଶୁ ଶେଖର ସାବତ):ସମ୍ଭାବ୍ୟ ବନ୍ୟାବାତ୍ୟା ଓ ପ୍ରବଳ ବର୍ଷାର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ସହ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ମଣିଷଙ୍କ ଧନଜୀବନଠାରୁ ଆରମ୍ଭ କରି ଗୃହପାଳିତ ପଶୁ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ସାଧାରଣ ସମ୍ପତ୍ତିର କ୍ଷୟକ୍ଷତିକୁ ସର୍ବନିମ୍ନ ସ୍ତରରେ ରଖିବାକୁ ଜିଲ୍ଲା ପ୍ରଶାସନ ସର୍ବାଧିକ ପ୍ରାଥମିକତା ଦେଇଛି। ଏନେଇ ଆଜି ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ଓସ୍ୱାନ୍ ହଲ୍‌ରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ପାଣିପାଗ ବିଭାଗର ବର୍ତ୍ତମାନର ଆକଳନ ଅନୁଯାୟୀ, ଆସନ୍ତା ୨୬ ତାରିଖ ସନ୍ଧ୍ୟାଠାରୁ ବର୍ଷା ଆରମ୍ଭ ହୋଇ ୨୭, ୨୮ ଓ ୨୯ ତାରିଖରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ବାତ୍ୟାର ସମ୍ଭାବ୍ୟ ଗତିପଥ ଓ ପ୍ରଭାବ, ଝଡ଼ ପବନ, ଭୂସ୍ଖଳନ ଆଶଙ୍କା ଥିବା…

Read More

ବ୍ରହ୍ମପୁର,୨୪।୧୦(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ବ୍ରହ୍ମପୁର ମହାନଗର ନିଗମ ୧୭ ନମ୍ବର ୱାର୍ଡର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ନୂତନ ଷ୍ଟେସନାରୀ ଦୋକାନ ଶୁଭ ଉଦ୍ଘାଟନ କଲେ। ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦେଇଥିଲେ ମହାନଗର ନିଗମ ମେୟର ଶ୍ରୀମତୀ ସଙ୍ଗମିତ୍ରା ଦଳାଇ, ସମ୍ମାନିତ ଅତିଥି ଅଧ୍ୟାପିକା ଡଃ ସନ୍ଧ୍ୟାରାଣି ପଟ୍ଟନାୟକ। କାହ୍ନାଟ୍ରଷ୍ଟ ରଞ୍ଜନା ମିଶ୍ର, ବିଶିଷ୍ଟ ଓ ବରିଷ୍ଠ ସାମ୍ବାଦିକ ସୁଦିପ ସାହୁ,suneer Biswas , mackfin MD , krishna subudhi, ଗାନ୍ଧୀ ସାହୁ,ଅନୁପ ସାହୁ, ଶ୍ରଦ୍ଧାଞ୍ଜଳି ସାହୁ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏପରି ଏକ ନୂତନ ପ୍ରୟାସ ମହିଳା ମାନଙ୍କ ର ଆତ୍ମା ନିର୍ଭରଶୀଳ କରିବା ସହ ନୂତନ ଭାବରେ ଓ ରୋଜଗାର ଉଦ୍ୟମ ଆଗାମୀ ଦିନରେ ମହିଳା ଓ ନାରୀ ସମାଜ ସୁଦୃଢ କରିବା। ସମସ୍ତ ଙ୍କ ଉନ୍ନତି ମହିଳା ସ୍ବୟଂଙ୍କ ସଶକ୍ତିକରଣ ଓ ଆତ୍ମ ନିର୍ଭରଶୀଳ ସମାଜ ଗଠନ ଆମର ଏକ ମାତ୍ର ଚିନ୍ତାଧାରା। ମହାନଗର…

Read More

ବୋଲଗଡ଼,୨୪।୧୦(ସୁଶାନ୍ତ କୁମାର ପ୍ରଧାନ):ଶରୀରରେ ରକ୍ତ ନଥିଲେ ମଣିଷ ମରିଯାଏ, ଗାଁ ଦେହରେ ପାଣି ନଥିଲେ ଗାଁ ମରିଯାଏ। ଆଜି ଠିକ୍ ସେହି ଅବସ୍ଥା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ଚମ୍ପାଇଲୋ ଗ୍ରାମର। ଗତ ଏକ ମାସ ହେବ ଏ ଗାଁର ନଳରୁ ଗୋଟିଏ ଟୋପା ପାଣି ବି ବାହାରୁନି। ତୃଷାର୍ତ୍ତ କଣ୍ଠରେ କେବଳ ଗୋଟିଏ ପ୍ରଶ୍ନ – ପାଣି କାହିଁ ? ସୂଚନା ଅନୁଯାୟୀ, ଚମ୍ପାଇଲୋର ପିଇବା ପାଣି ପ୍ରକଳ୍ପଟି ଦୁଇଟି କାରଣରୁ ଅଚଳ ହୋଇ ପଡିଛି। ପ୍ରଥମତଃ, ମାସ ମାସ ଧରି ବିଦ୍ୟୁତ୍ ବିଲ୍ ପୈଠ ହୋଇନଥିବାରୁ ବିଭାଗ ବିଦ୍ୟୁତ୍ ସଂଯୋଗ କାଟି ଦେଇଛି। ଦ୍ୱିତୀୟତଃ, ପ୍ରକଳ୍ପରେ ଲାଗିଥିବା ଡିଜିଟାଲ ମିଟରରେ ଟଙ୍କା ସରିଯାଇଛି, ରିଚାର୍ଜ ହୋଇନାହିଁ। ଅର୍ଥାତ୍ ଗୋଟିଏ ପଟେ ବିଦ୍ୟୁତ୍ ନାହିଁ, ଅନ୍ୟ ପଟେ ମୋଟର ବନ୍ଦ। ଏହି ଅସହ୍ୟ ଅବସ୍ଥା ବିଷୟରେ ଗ୍ରାମବାସୀ ପଞ୍ଚାୟତରୁ ବ୍ଲକ୍ ପର୍ଯ୍ୟନ୍ତ ସମସ୍ତଙ୍କ କବାଟ ବାଡେଇ ସାରିଲେଣି। କିନ୍ତୁ ଆଶ୍ୱାସନା…

Read More

ବ୍ରହ୍ମପୁର,୨୪।୧୦ (ହିମାଂଶୁ ଶେଖର ସାବତ):ସର୍ବଭାରତୀୟ ପୋଷ୍ଟାଲ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ବ୍ରହ୍ମପୁର ସହରର ବି.ଶ୍ରୀକାନ୍ତ (୩୫) । ବ୍ରହ୍ମପୁର କୋର୍ଟପେଟା ଡାକ ଅଫିସରେ ପୋଷ୍ଟାଲ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ବି.ଶ୍ରୀକାନ୍ତ ପୁଣି ଥରେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ୩୦୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି କୃତିତ୍ୱ ହାସଲ କରିଛନ୍ତି। ଚଳିତ ମାସ ୧୨ ରୁ ୧୬ ତାରିଖ ପର୍ଯ୍ୟନ୍ତ ଲକ୍ଷ୍ନୌ ସ୍ଥିତ ସାଇ ସ୍ପୋର୍ଟସ ଷ୍ଟାଡିୟମ୍ ରେ ଅନୁଷ୍ଠିତ ସର୍ବଭାରତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଭାରତରେ ୨୮ ଟି ରାଜ୍ୟର ପୋଷ୍ଟାଲ ବିଭାଗରେ କାର୍ଯ୍ୟରତ ୩୦୦ ପ୍ରତିଯୋଗୀ ଏହି ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ବର୍ଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ବି.ଶ୍ରୀକାନ୍ତ ୬୫ କିଲୋଗ୍ରାମ ବର୍ଗରେ ଫାଇନାଲରେ ୫ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ନିଜର ଦୃଢ଼ ମନୋବଳ,…

Read More

ବାଲିଗୁଡ଼ା,୨୩।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଉଲ୍ଲାସର ପରିବେଶ ମଧ୍ୟରେ ବାଲିଗୁଡ଼ାରେ ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଛି। ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ମା’ ପାଟଖଣ୍ଡାଙ୍କ ମନ୍ଦିର ପରିସରସ୍ଥିତ ଦୁର୍ଗା ମଣ୍ଡପରେ ପୂଜା ପାଉଥିବା ମା’ ଦୁର୍ଗାଙ୍କ ସହ ବିଦ୍ୟୁତ୍‌ ବିଭାଗ ପରିସରରେ ପୂଜା ପାଉଥିବା ମା’ଙ୍କ ପ୍ରତିମା ମଧ୍ୟ ବିସର୍ଜନ କରାଯାଇଛି।ଶୁକ୍ରବାର ସନ୍ଧ୍ୟାରେ ଶତାଧିକ ଭକ୍ତଙ୍କ ସମାଗମରେ ଆୟୋଜିତ ଏହି ଭସାଣି ଉତ୍ସବ ଭକ୍ତିମୟ ପରିବେଶକୁ ଅଧିକ ଉତ୍ସବମୁଖର କରିଥିଲା। ସମ୍ବଲପୁର ଜିଲ୍ଲା ପଡ଼ିଆବାହାଲ ଅଞ୍ଚଳର ପ୍ରସିଦ୍ଧ ଦୁଲ୍‌ଦୁଲି ଘଣ୍ଟବାଦ୍ୟର ଗୁଞ୍ଜରଣରେ ପ୍ରକମ୍ପିତ ହୋଇଥିଲା ସହର। ପାରମ୍ପରିକ ବାଦ୍ୟର ତାଳେ ତାଳେ ଏକ ବିରାଟ ପଟୁଆରରେ ସୁସଜ୍ଜିତ ବିମାନରେ ମା’ଙ୍କ ପ୍ରତିମାକୁ ଶୋଭାଯାତ୍ରାରେ ନିଆଯାଇ ସମଗ୍ର ସହର ପରିକ୍ରମା କରାଯାଇଥିଲା। ପରେ ଖଡ଼ଗ ନଦୀରେ ମା’ଙ୍କ ପ୍ରତିମା ବିସର୍ଜନ କରାଯାଇଥିଲା। ମା’ଙ୍କୁ ମେଲାଣି ଦେବା ସମୟରେ ଭକ୍ତଙ୍କ ମଧ୍ୟରେ ଭାବାବେଗପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା।…

Read More

ଚିକିଟି,୨୩୧୦(ନିଗମାନନ୍ଦ ପଣ୍ଡା):ନୃତ୍ୟକଳାର ପ୍ରଚାରପ୍ରସାର ଓ ନୃତ୍ୟପ୍ରତିଭାର ବିକାଶ ଲକ୍ଷ୍ୟରେ ବ୍ରୋ’ସ୍ ଡ୍ୟାନ୍ସ ଏକାଡେମୀର ଶୁଭ ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସୁରଳ ଜଙ୍କସନ୍‌ସ୍ଥିତ ଏସ୍‌ବିଆଇ ଏଟିଏମ୍‌ ନିକଟରେ ଉଦୟ ବେକେରୀର ତୃତୀୟ ମହଲାରେ ଏହି ଏକାଡେମୀ ପ୍ରତିଷ୍ଠା କରାଯାଇଛି। ଏହି ଅବସରରେ ନରେଶ ମାଷ୍ଟର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଆର୍‌. ସୁବାନୀ ସରପଞ୍ଚ ଜୀଵା ରେଡ୍ଡୀ ଓ ସି. ବୈରିରେଡ୍ଡୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଜି. ରାମାରାଓ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଏକାଡେମୀର ପରିଚାଳକ ନୋକା ରାଜୁ ନୃତ୍ୟକଳାର ବିଭିନ୍ନ ଦିଗ ଉପରେ ମାର୍ଗଦର୍ଶନ କରିଥିଲେ। ଏହି ଏକାଡେମୀରେ ହିପ୍‌-ହପ୍‌, ୱେଷ୍ଟର୍ଣ୍ଣ, କ୍ଲାସିକାଲ୍‌, ଫ୍ରିଷ୍ଟାଇଲ୍‌ ଓ ଲୋକନୃତ୍ୟ ସମେତ ବିଭିନ୍ନ ନୃତ୍ୟଶୈଳୀର ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହାଦ୍ୱାରା ଅଞ୍ଚଳର ଯୁବପିଢ଼ିଙ୍କ ମଧ୍ୟରେ ନୃତ୍ୟକଳା ପ୍ରତି ଆଗ୍ରହ ବୃଦ୍ଧି ପାଇବା ସହ ଲୁକ୍କାୟିତ ପ୍ରତିଭାର ବିକାଶ ହୋଇପାରିବ ବୋଲି ଆଶା ପ୍ରକାଶ ପାଇଛି।

Read More

ଚିକିଟି,୨୩।୧୦(ନିଗମାନନ୍ଦ ପଣ୍ଡା):ଗଞ୍ଜାମ ଜିଲ୍ଲା ଚିକିଟିଠାରେ ଚିକିଟି ପ୍ରେସ କ୍ଲବ୍‌ର ମିଳିତ ଆନୁକୂଲ୍ୟରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ମରଣୀୟ ଅବସରରେ ଏହି କାର୍ଯ୍ୟକ୍ରମରେ ‘ଚେତନା ନିଉଜ୍’ର ଅର୍ଜୁନ ପଣ୍ଡା ମୂଖ୍ୟ ଅତିଥି ଭାବେ ଯୋଗଦେଇ ନିଜର ସମ୍ବାଦ ସରବରାହ ସଂସ୍ଥା ସହ ଏକମତ ହୋଇ ସବୁ ସ୍ତରର ଲୋକଙ୍କ ସମସ୍ୟା ଯେମିତି ଉପସ୍ଥାପନା କରାଇବା ସେପରି ସରକାରୀ ଯୋଜନା ଗୁଡ଼ିକ ସୁଫଳ ପାଇଁ ଜନସାଧାରଣଙ୍କୁ ସଚେତନ କରେଇବା ନେଇ ଶପଥ ପାଠ କରାଗଲା।ଏଥିସହ ‘ସମ୍ବାଦ’ର ବିଭୁଧେନ୍ଦ୍ର ପାଢ଼ୀ ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଗଣମାଧ୍ୟମର ଦାୟିତ୍ୱବୋଧ ଉପରେ ଆଲୋକପାତ କରିଥିଲେ। ଉକ୍ତ ସଭାରେ ଓଡିଏମ୍‌ର ଉପ-ସଭାପତି ଦୀପକ ଚୈ।ପୁରୀ, ସଭାପତି ନିଗମାନନ୍ଦ ପଣ୍ଡା, କାର୍ଯ୍ୟକାରୀ ସଭାପତି ଦୁର୍ଗା ମାଧବ ମହାରଣା ଏବଂ ସମ୍ପାଦକ ଅରୁଣ କୁମାର ପଣ୍ଡା, ନରସିଂହ ବେହେରା, ରମେଶ ବେହେରା, ରୁପାଲୀ ମହାନ୍ତି, ଶ୍ରୀବଛ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ନେତୃତ୍ୱ…

Read More