Author: Janabani News

ବୋଲଗଡ,୧/୬,(ସୁଶାନ୍ତ କୁମାର ପ୍ରଧାନ):ଆୟୁର୍ବେଦ ଅନୁସାରେ ଓୗଷଧୀୟ ଗୁଣରେ ଭରପୂର ବେଲ। ଯାହାକି ପେଟ ସମ୍ବନ୍ଧୀୟ ରୋଗ ପାଇଁ ଅବ୍ୟର୍ଥ ଉପଚାର। ଖାସକରି ବେଲପଣା ଗରମ ଦିନରେ ଶରୀର କୁ ଥଣ୍ଡା ରଖିବାରେ ସାହାଯ୍ୟ କରେ। ପାଚିଲା ବେଲ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ ଫଳ। ଏହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଯେତେବେଳେ ଗରମ ଦିନ ଆରମ୍ଭ ହୋଇଯାଏ ବେଲର ଚାହିଦା ଅନେକ ମାତ୍ରାରେ ବଢି ଯାଇଥାଏ l ଯେଉଁ ଭଳି ଲେମ୍ବୁ ମିଶ୍ରି ପଣା, ଦହି ପଣା ଓ ଆଖୁରସ ପଣା ଆମ ଶରୀର ପାଇଁ ହିତକର ସେହିଭଳି ବେଲପଣା ମଧ୍ୟ ଆମ ରାଜ୍ୟରେ ଅତି ପ୍ରିୟ ପାନୀୟ ଅଟେ। ବିଶେଷ କରି ଆୟୁର୍ବେଦ ଅନୁସାରେ ବେଲପଣା ପେଟ ପାଇଁ ରାମବାଣ ଅଟେ। ଏହା ପେଟକୁ ଥଣ୍ଡା ରଖିବା ସହିତ ଗ୍ୟାସ ,ବଦହଜମି ସମସ୍ୟାରୁ ରକ୍ଷାକରିବା ସହିତ ଗ୍ରୀଷ୍ମଋତୁରେ ପେଟକୁ ଥଣ୍ଡା ରଖିଥାଏ। କେଉଁ ପୁରାତନ…

Read More

ବାଲିଗୁଡା, ୦୧/୦୬,(ସଞ୍ଜୟ କୁମାର ପାଣିଗ୍ରାହୀ):ପ୍ରଶାସନିକ ଉଦାସୀନତା ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ମରଣଯନ୍ତା ପାଲଟିଥିବା ରାସ୍ତାରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ବିଗତ ୪ ବର୍ଷ ହେବ କଇଁଝର-ଗୁଟିଙ୍ଗିଆ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁ ନ ଥିବା ବେଳେ ଏବେ ଠିକାଦାରଙ୍କ ଲାଭ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସବୁଠାରୁ ପରିତାପର ବିଷୟ ହେଉଛି, ଏହି ରାସ୍ତାଟି ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନଙ୍କ ନିଜ ଗାଁର ରାସ୍ତା ହୋଇଥିଲେ ମଧ୍ୟ ଏହାର କାମ ଅଧପନ୍ତରିଆ ହୋଇ ପଡ଼ିରହିଛି। ମିଳିଥିବା ସୂଚନା ମୁତାବକ, ଗତ ୨୦୧୯ ମସିହାରେ ଏହି ରାସ୍ତା କାମ ଆରମ୍ଭ ହୋଇଥିଲା। ମାତ୍ର କୋଭିଡ୍ ମହାମାରୀ ସମୟରେ ତତ୍କାଳୀନ ଠିକାଦାରଙ୍କ ମୃତ୍ୟୁ ଘଟିବା ପରେ କାମଟି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ସେହି ସମୟରେ ସମ୍ପୃକ୍ତ ଠିକା ସଂସ୍ଥା ରାସ୍ତାକୁ ମୁକୁଳା କରି ଛାଡ଼ି…

Read More

ରାୟଗଡ,୦୧/୦୫,(ଅମୂଲ୍ୟ ନିଶଙ୍କ):ପୌରପାଳିକା ତଥା ଉନ୍ନୟନ କର୍ତ୍ତୃପକ୍ଷମାନେ ସମ୍ବିଧାନର ମୌଳିକ ସିଦ୍ଧାନ୍ତ ଅନୁଯାୟୀ ନ୍ୟାୟସଙ୍ଗତ, ସ୍ୱଚ୍ଛ ଓ ଯୁକ୍ତିଯୁକ୍ତ ଭାବେ କାର୍ଯ୍ୟ ସମ୍ପାଦନ କରିବାର ବାଧ୍ୟବାଧକତା ରହିଛି। ଉନ୍ନୟନ କାର୍ଯ୍ୟ ନାମରେ ସେମାନେ କୌଣସି ବ୍ୟକ୍ତିଙ୍କ ସ୍ଥାପିତ ନାଗରିକ ଓ ଇଜମେଣ୍ଟ ଅଧିକାରକୁ କ୍ଷତି ପହଞ୍ଚାଇ ପାରିବେ ନାହିଁ କିମ୍ବା ସାର୍ବଜନୀନ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଭୂମିର ସ୍ୱରୂପକୁ ମନମୁଖୀ ଭାବରେ ପରିବର୍ତ୍ତିତ କରିପାରିବେ ନାହିଁ I ହେଲେ ଗୁଣପୁର ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ସହକାରୀ ଯନ୍ତ୍ରୀ ଙ୍କ ପକ୍ଷରେ ଏହାର ବ୍ୟତିକ୍ରମ ହେଉଥିବା ଅଭିଯୋଗ ଏବେ ଜିଲ୍ଲାରେ ଚର୍ଚ୍ଚା ର ବିଷୟ ହୋଇଛିl ପୌରପାଳିକା ଅନ୍ତର୍ଗତ ନୀଳଚକ୍ର ନଗର ୱାର୍ଡ ନଂ ୧୮ ଠାରେ ପ୍ରସ୍ତାବିତ ଏକ ପ୍ରକଳ୍ପ ନିର୍ମାଣ କୁ ନେଇ ବିଭାଗୀୟ ଅଧିକାରୀ ମାନଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ ଥିବା ଅଭିଯୋଗ ହୋଇଛି I ପୌରପାଳିକା ଦ୍ୱାରା ପତ୍ର ସଂଖ୍ୟା ୫୦୮, ତା ୨୯.୦୧.୨୦୨୬ ରେ…

Read More

ଗଜପତି,୦୧/୦୬,(ଟିକି ଲିମା): ଜୀବନ ନେଲା ମୁକୁଳା BSNL ତାର l ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଆର -ଉଦୟଗିରି ଥାନା କେ ଏମ ଭାଲିଆସାହି ମୁଖ୍ୟ ରାସ୍ତାରେ l ସୂଚନା ମୁତାବକ ଆର -ଉଦୟଗିରି ଥାନା ଅନ୍ତର୍ଗତ ଝାଡ଼ପଡା ଗ୍ରାମର ବିପ୍ର କାର୍ଜିଙ୍କ ସ୍ତ୍ରୀ ଇନ୍ଦିରା ବେହେରଦଳାଇ ଓ ସେହି ଗ୍ରାମରା ଅନେକ ମହିଳା ମାନେ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ବ୍ୟାଙ୍କ ଖାତା ନୂତନ ଭାବେ ଖୋଲିବା ପାଇଁ ଛେଳିଗଡ଼ ସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କକୁ ଯାଉଥିଲେ l ଇନ୍ଦିରା ଅନ୍ୟ ଏକ ବାଇକ ଯୋଗେ ଆସୁଥିବା ସମୟରେ ରାସ୍ତାକଡ଼ରେ ମୁକୁଳା ଭାବେ ପଡ଼ିଥିବା BSNL ତାର କୌଣସି ଏକ କାରଣରୁ ରାସ୍ତାମଝିକୁ ଚାଲିଆସିଥିଲା l ସେହି ସମୟରେ ଇନ୍ଦିରା ବାଇକରେ ଯାଉଥିବା ବେଳେ ଇନ୍ଦିରାଙ୍କ ବେକକୁ ତାରଟି ଲାଗିଯାଇଥିଲା l ଫଳରେ ସେ ରାସ୍ତାରେ ପଡ଼ିଯିବା ସହ ତାଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିଲା…

Read More

ଫୁଲବାଣୀ,୧/୬,(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର କନିଷ୍ଠ କିରାଣୀ ଶଙ୍କର୍ଷଣ ଜାନିଙ୍କୁ -୩୧/୫/୨୦୨୬ ରିଖ ରବିବାର ଦିନ ପୂର୍ବାହ୍ନରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା କରାଯାଇଛି । ବିଦ୍ୟାଳୟ ସଭାଗୃହରେ ଆୟୋଜିତ ଅବସର କାଳୀନ ସଭାଟିକୁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁବାଷ ଚନ୍ଦ୍ର ପ୍ରଧାନ ଓ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବାରିକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଜାନି ୨୦୦୨ ମସିହାରୁ ବିଦ୍ୟାଳୟରେ କନିଷ୍ଠ କିରାଣୀ ଭାବେ ନିଯୁକ୍ତି ପାଇ ଉକ୍ତ ବିଦ୍ୟାଳୟରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ ସମ୍ପାଦନ କରିଆସୁ ଥିଲେ । ଦୀର୍ଘ ସେବାକାଳ ମଧ୍ୟରେ ସେ ନିଷ୍ଠା, ସତ୍ୟତା ଓ କର୍ତ୍ତବ୍ୟପରାୟଣତାର ସହିତ ନିଜ ଦାୟିତ୍ୱ ପାଳନ କରିଥିବାରୁ ବିଦ୍ୟାଳୟରେ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ । ସଭାରେ ଅତିଥିମାନେ ତାଙ୍କର ସେବା ଓ ସହଯୋଗୀ ମନୋଭାବକୁ ଭୁୟସୀ ପ୍ରଶଂସା କରିଥିଲେ ।ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ…

Read More

ବାଲିଗୁଡା,୦୧/୦୬,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ପରିସରରେ ସମରକପ ୨୦୨୬ ବ୍ୟାଡ଼ମିଣ୍ଟନ୍ ପ୍ରତିଯୋଗିତା ତିନି ଦିନ ଧରି ଅନୁଷ୍ଠିତ ହେବା ପରେ ଉଦଯାପିତ ହୋଇଯାଇଛି l ପ୍ରଥମ ତଥା ଉଦଘାଟିତ ଉତ୍ସବ ରେ ସଂଘର ଉପ ସଭାପତି ସତ୍ୟ ନାରାୟଣ ପାଢ଼ୀ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଶେଷ ତଥା ଉଦଯାପିତ ଉତ୍ସବ ରେ ଅତିଥି ଭାବେ ସ୍ଥାନୀୟ ସହକାରୀ ଜିଲ୍ଲାପାଳ ସଞ୍ଜୀବ ରୂପା ମାଝୀ, ତହସିଲଦାର ଦୀପ୍ତି ପ୍ରକାଶ ବେହେରା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଖେଳ ଆରମ୍ଭ କରିଥିଲେ l ସନ୍ଧ୍ୟା କାଳୀନ ଏହି ପ୍ରତିଯୋଗିତାରେ ୬୫ ଜଣ ବାଳକ ଓ ପୁରୁଷ ଭାଗ ନେଇଥିବା ବେଳେ ୧୫ଜଣ ବାଳିକା ଓ ମହିଳା ଅଂଶ ଗ୍ରହଣ କରିଥିଲେ l ଏହି ପ୍ରତିଯୋଗିତାରେ ମହିଳା ସିଙ୍ଗଲ ଫାଇନାଲ ରେ…

Read More

ଭାରତକୁ ବିଶ୍ଵ ଗୁରୁ କରି ଗଢିବା ପାଇଁ ଶିକ୍ଷାଦାନରେ ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷା ର ଆବସ୍ୟକତା ଅଛି। ଖୋର୍ଦ୍ଧା-ଜଟଣୀ,୦୧/୦୬,(କେଦାର ନାଥ ସାହୁ):ପ୍ରଜପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ର ଜଟଣୀ ବଡ଼ବଜାର ସ୍ଥିତ ରାଜଯୋଗ ଭବନ ରେ ନୂତନ ଭାରତ ଗଠନ ନୈତିକ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଉପରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । ଏଥିରେ ପିପିଲି ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟାପିକା , ତଥା ବ୍ରହ୍ମାକୁମାରୀ ଡଃ ପ୍ରତିଭା ମହାରଥୀ ଯୋଗଦେଇ କହିଲେ, ଭାରତକୁ ବିଶ୍ଵ ଗୁରୁ କରି ଗଢିତୋଳିବା ପାଇଁ ଶିକ୍ଷାଦାନ ରେ ନୈତିକ ତଥା ଆଧ୍ୟାତ୍ମିକ ଶିକ୍ଷା ନିହାତି ଆବଶ୍ୟକ । ଯାହାକି ବ୍ରହ୍ମାକୁମାରୀ ଅନୁଷ୍ଠାନରେ ଆଜକୁ ୯୦ ବର୍ଷ ଧରି ୧୪୦ ଦେଶରେ ୧୨ ଲକ୍ଷ୍ୟ ରୁ ଉର୍ଦ୍ଧ ବିଦ୍ୟାର୍ଥୀ ଦୈନଦିନ ୯୫୦୦ ସେବା କେନ୍ଦ୍ରରେ ପ୍ରାପ୍ତ କରି ନିଜର ଚରିତ୍ର ଗଠନ ତଥା ଆଧ୍ୟାତ୍ମିକ ଉନ୍ନତି ଜାରି ରଖିଛନ୍ତି । ଏହି କାର୍ଯକ୍ରମରେ…

Read More

ଖୋର୍ଦ୍ଧା,୦୧/୦୬,(କେଦାର ନାଥ ସାହୁ):ଖୋର୍ଦ୍ଧା ସହର ର ଟିଏଲ୍ସି ରୋଡ ବିଡ଼ିଏ କଲୋନୀ କଲ୍ୟାଣ ମଣ୍ଡପ ରୋଡ ରେ ଥିବା ଏକ ଖୋଲା ଟ୍ରାନସଫର୍ମର ରେ ଅଗ୍ନିକାଣ୍ଡ ଘଟି କେବଲ ହୁତୁହୁତୁ ହୋଇ ଜଳିଗଲା। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଉଭୟ ଦମକଳ ବିଭାଗ ଏବଂ ବିଦ୍ୟୁତ୍ ବିଭାଗ କର୍ମଚାରୀ ପହଞ୍ଚି ଅଗ୍ନିକାଣ୍ଡ କୁ ଆୟତ କରି ଏକ ବଡ଼ ଧରଣ ର ଅଘଟଣ କୁ ଏଡ଼ାଇ ଦେଇଛନ୍ତି। ବର୍ତ୍ତମାନ ତାପମାତ୍ରା ୩୭ଡିଗ୍ରୀ ରୁ ଉର୍ଦ୍ଧ। ପ୍ରାୟ ୪୫ଡିଗ୍ରୀ ତାପମାତ୍ରା ଅନୁଭୂତ ହେଉଛି। ପ୍ରାୟତଃ ଅପରାହ୍ନ ରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ଅସ୍ତବ୍ୟସ୍ତ ହେଉଛି ଜନ ଜୀବନ। ବିଦ୍ୟୁତ୍ ବିଭାଗ ର ଟ୍ରାନସଫର୍ମର ଉପରେ ଅଧିକ ଲୋଡ୍ ରହୁଛି। ବିଡ଼ିଏ କଲୋନୀ କଲ୍ୟାଣ ମଣ୍ଡପ ରାସ୍ତାରେ ଥିବା ଏକ ଖୋଲା ଟ୍ରାନସଫର୍ମର ରେ ସଂଯୋଗ ହୋଇଥିବା କେବଲ ଗୁଡ଼ିକ ହୁତୁହୁତୁ ହୋଇ ଜଳି ଉଠିଲା। ଅଗ୍ନିକାଣ୍ଡ ର କାରଣ କୁ…

Read More

ଗଜପତି,୦୧/୦୬(ଟିକି ଲିମା):ଭୁବନେଶ୍ଵର ର ବରିଷ୍ଠ ଚିକିତ୍ସାବିତ୍ ତଥା ପ୍ୟାଥୋଲୋଜି ବିଭାଗର ପ୍ରଫେସର ଡାକ୍ତର ସୀତାରାମ ମହାପାତ୍ର, ହାଇଟେକ୍ ମେଡିକାଲ୍ କଲେଜ୍‌ ଓ ହସ୍‌ପିଟାଲ ଭୁବନେଶ୍ଵରରେ ନିର୍ଦ୍ଦେଶକ ପ୍ରଶାସନ ଓ ମେଡିକାଲ୍ ଅକ୍ଷକ ଭାବରେ ନିଯୁକ୍ତି ପାଇଛନ୍ତି I ଚିକିତ୍ସା ସହ ପ୍ରଶାସନିକ କ୍ଷେତ୍ରରେ ଡାକ୍ତର ସୀତାରାମ ମହାପାତ୍ରଙ୍କ ଦୀର୍ଘ ବର୍ଷର ଦକ୍ଷତା ଓ ଅଭିଜ୍ଞତା ରହିଛି I ଏହା ପୂର୍ବରୁ ଡାକ୍ତର ମହାପାତ୍ର ରାଜ୍ୟ ସରକାରଙ୍କ ୱହୁ ଗୁରୁତ୍ଵପୂର୍ଣ ପଦବୀରେ ନିଷ୍ଠାର ସହ କାର୍ଯ୍ୟ କରିଛନ୍ତି I ବର୍ତ୍ତମାନ ଯାଜପୁରର ମହାରାଜା ଯଯାତୀ କେଶରୀ ମେଡିକାଲ୍ କଲେଜ୍ ଓ ହସ୍‌ପିଟାଲର ଡିନ୍ ଓ ଅଧ୍ଯକ୍ଷ ଭାବରେ କାର୍ଯ୍ୟ କରୁଥିବା ବେଳେ, ଜଣେ ସୁନାମଧନ୍ୟ ଚିକିତ୍ସାବିତ୍ ଓ ପ୍ରଶାସକ ଭାବରେ ଡାକ୍ତର ସୀତାରାମ ମହାପାତ୍ରଙ୍କ ଖ୍ୟାତି ରହିଛି, ପୂର୍ବରୁ ସେ ଓଜେଇଇର ଅକ୍ଷକ ଓ ଡିଏମ୍ଇଟି ଭାବରେ କାର୍ଯ୍ୟର କରି ପରୀକ୍ଷା ଓ ଶିକ୍ଷାଗତ ଢାଞ୍ଚାରେ ଅନେକ ଗୁଡିଏ ପରିବର୍ତ୍ତନ ଆଣିବାରେ ସକ୍ଷମ…

Read More

ଗଜପତି,୦୧/୦୬,(ଟିକି ଲିମା): ବିଧାୟକଙ୍କ ଉଦ୍ୟମରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଲାଗିଲା ଏସି। ଗରମ ଦାଉରୁ ରୋଗୀଙ୍କୁ ସାମାନ୍ୟ ଆଶ୍ବସ୍ତ ମିଳିଛି। ସାରା ରାଜ୍ୟ ଗ୍ରୀଷ୍ମ ପ୍ରବାହର ପ୍ରକୋପରେ ଆଉଟପାଉଟ ହେଉଥିବା ବେଳେ ଗଜପତି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଅବସ୍ଥା କହିଲେ ନସରେ। ରୋଗୀ ଓ୍ବାର୍ଡ ଗୁଡିକରେ ଏସି ନଥିବାରୁ ଗରମରେ ବହୁ କଷ୍ଟ ଭୋଗୁଥିଲେ ରୋଗୀ। ଏପରି ସମୟରେ ରୋଗୀଙ୍କ ଅବସ୍ଥା ବୁଝିବାକୁ ହସ୍ପିଟାଲରେ ପହଞ୍ଚିଥିଲେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ‌ ରୋଗୀଙ୍କ ଦୁଃଖକୁ ହୃଦୟଙ୍ଗମ କରିଥିଲେ ବିଧାୟକ । ବାରମ୍ବାର ହସ୍ପିଟାଲ ଗସ୍ତ କରି ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ହସପିଟାଲ ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ପୂର୍ତ୍ତ ବିଭାଗ ସହ ଆଲୋଚନା କରି ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ଓ୍ବାର୍ଡରେ ଏସି ଲଗେଇବା ବ୍ୟବସ୍ଥା ରଖିଛନ୍ତି। ଫଳରେ ଗରମ ଦାଉରୁ ରୋଗୀଙ୍କୁ ସାମାନ୍ୟ ଆଶ୍ବସ୍ତ ମିଳିଛି। ସମସ୍ୟା ନେଇ ବାରମ୍ବାର ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ…

Read More

ବୁଗୁଡ଼ା,୦୧/୦୬(ଡ.କୁମୁଦ ଚନ୍ଦ୍ର ବେହେରା):ଓଡିଶା ଲୋକସେବା ଆୟୋଗ(ଓପିଏସସି) ଦ୍ବାରା ପରିଚାଳିତ ଓଡିଶା ସିଭିଲ ସେବା (ଓସିଏସ) ପରୀକ୍ଷାରେ ବୁଗୁଡା ଏନ୍ଏସି ଅନ୍ତର୍ଗତ ନୂଆସାହି ନିବାସୀ ଧ୍ରୁବଚରଣ ପାତ୍ର ଓ ଶିକ୍ଷୟିତ୍ରୀ ଗିତାଞ୍ଜଳୀ ପାତ୍ରଙ୍କ ସୁପୁତ୍ରୀ ସଂଘମିତ୍ରା ପାତ୍ର ୧୮୭ ରାଙ୍କରେ ରହି କୃତକାର୍ଯ୍ୟ ହୋଇ ବୁଗୁଡା ଅଞ୍ଚଳ ପାଇଁ ଗୌରବ ଆଣିଥିବା ବେଳେ ତାଙ୍କୁ ସ୍ଥାନୀୟ ବ୍ଲକ ପ୍ରଶାସନ ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁତି କୃଷ୍ଣ ପାତ୍ର ଓ ଜୀଵନ ବୀମା ନିଗମ ବୁଗୁଡ଼ା ଶାଖା ଦ୍ବାରା ପୁଷ୍ପଗୁଚ୍ଛ, ମାନପତ୍ର, ଉପହାର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି। ଅନ୍ଯପକ୍ଷରେ ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ସଂଘମିତ୍ରାଙ୍କ ବୁଗୁଡା ବାସଭବନରେ ପହଞ୍ଚି ତାଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ଉପହାର ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ପ୍ରକାଶ ଯୋଗ୍ୟ ଯେ, ଭଞ୍ଜନଗର ସିଭିଲ କୋର୍ଟରେ ଜୁନିୟର କ୍ଲର୍କ ଭାବେ କାର୍ଯ୍ୟରତ ସଂଘମିତ୍ରା ତାଙ୍କର ବାଲ୍ଯ ଶିକ୍ଷା ସ୍ଥାନୀୟ ସରସ୍ବତୀ…

Read More

ଚିକିଟି,୦୧/୦୬,(ନିଗମାନନ୍ଦ ପଣ୍ଡା):ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକର ଅଧ୍ୟକ୍ଷ ଅପାନା ସେଠୀଙ୍କ ଦୁଃଖଦ ବିୟୋଗ ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତ ଜନନେତାଙ୍କ ସ୍ମୃତି ଚାରଣ ପାଇଁ ଆଜି ଚିକିଟି ବ୍ଲକ ପରିସରରେ ଏକ ଗମ୍ଭୀର ଭାବ ବିହ୍ୱଳିତ ପରିବେଶରେ ତାଙ୍କ ପ୍ରିୟ ପରିଜନଙ୍କ ଦ୍ବାରା ଶ୍ରଦ୍ଧାଞ୍ଜଳି ଶୋକ ସଭା ଅନୁଷ୍ଠିତ ହୋଇଯାଇଛି।ଏହି ଶୋକ ସଭାରେ ଚିକିଟି ବ୍ଲକ ଉନ୍ନୟନ ଅଧିକାରୀ (BDO)ଙ୍କ ସମେତ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ, ଚିକିଟି ଅଞ୍ଚଳର ବିଭିନ୍ନ ପଞ୍ଚାୟତରୁ ଆସିଥିବା ସରପଞ୍ଚ, ସମିତି ସଭ୍ୟ ଏବଂ ସ୍ୱର୍ଗତ ସେଠୀଙ୍କୁ ଭଲ ପାଉଥିବା ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।ସଭା ପ୍ରାରମ୍ଭରେ ଉପସ୍ଥିତ ସମସ୍ତ ଅତିଥି ଓ କର୍ମଚାରୀ ସ୍ୱର୍ଗତ ଅଧ୍ୟକ୍ଷଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହା ସହିତ ଅମର ଆତ୍ମାର ସଦ୍‌ଗତି କାମନା କରି ଦୁଇ ମିନିଟ୍‌ର ନୀରବ ପ୍ରାର୍ଥନା କରାଯାଇଥିଲା।ଶ୍ରୁତି ଚାରଣ କରି…

Read More