Author: Janabani News

ବେଲଗୁଣ୍ଠା,୨୩।୧୦,(ଶିବରାମ ଚୌଧୁରୀ):ବେଲଗୁଣ୍ଠା ଥାନା ପୁଲିସ ପକ୍ଷରୁ ଆଜି ପାଟ୍ରୋଲିଂ ସମୟରେ ତନରଡ଼ା ଗ୍ରାମରେ ଏକ ଜୁଆ ଖେଳ ଆଡ୍ଡା ଠାବ କରାଯାଇଛି। ଏହି ଘଟଣାରେ ପୁଲିସ ୧୩ ଜଣଙ୍କୁ ଅଟକ ରଖିବା ସହ ନଗଦ ଟଙ୍କା, ମୋବାଇଲ୍ ଫୋନ୍ ଓ ଗାଡ଼ି ଜବତ କରିଛି।ପୁଲିସ ସୂତ୍ରରୁ ପ୍ରକାଶ ଯେ, ପାଟ୍ରୋଲିଂ ବେଳେ ତନରଡ଼ା ଗ୍ରାମରେ ଜୁଆ ଖେଳ ଚାଲିଥିବା ଜଣାପଡ଼ିବା ପରେ ପୁଲିସ ଟିମ୍ ଚଢ଼ଉ କରିଥିଲା। ଏହି ସମୟରେ ଜୁଆ ଖେଳରେ ସମ୍ପୃକ୍ତ ଥିବା ଅଭିଯୋଗରେ ୧୩ ଜଣଙ୍କୁ ଅଟକ ରଖାଯାଇଥିଲା। ଘଟଣାସ୍ଥଳରୁ ୪୦ ହଜାର ୨୯୧ ଟଙ୍କା ନଗଦ ଅର୍ଥ, ୭ ସେଟ୍ ତାସ୍, ୧୧ଟି ମୋବାଇଲ୍ ଫୋନ୍, ଚାବି ସହ ଦୁଇଟି ମୋଟରସାଇକେଲ୍ ଓ ଗୋଟିଏ ସ୍କୁଟି ଜବତ କରାଯାଇଛି।ଏହି ଘଟଣାକୁ ନେଇ ବେଲଗୁଣ୍ଠା ଥାନାରେ କେସ୍ ନମ୍ବର ୫୮୧, ତାରିଖ ୨୨ ଅକ୍ଟୋବର ୨୦୨୬ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ଧାରା ୨୯୬, ୩୫୧(୨), ୨୨୧…

Read More

ଭଞ୍ଜନଗର,୨୨।୧୦(ନିଲୁ ବିଷୋୟୀ):ଭଞ୍ଜନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପୁରାତନ ଛାତ୍ରଛାତ୍ରୀଙ୍କ ଏକତ୍ରୀକରଣ ବୈଠକ ଉତ୍ସାହ ସହ ଅନୁଷ୍ଠିତ ହୋଇଛି। ଏଥିରେ ସଙ୍କୁଳ ପ୍ରମୁଖ ପ୍ରସନ୍ନ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ସଙ୍କୁଳ ପ୍ରମୁଖ ଶ୍ରୀ ପ୍ରଧାନ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଆଗାମୀ ଦିନର ଆହ୍ୱାନ ଏବଂ ‘ପଞ୍ଚ ପରିବର୍ତ୍ତନ’ର ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ଏଥିସହ ସେ ସମସ୍ତଙ୍କୁ ଆଶୀର୍ବଚନ ପ୍ରଦାନ କରିବା ସହ ସମାଜ ଓ ରାଷ୍ଟ୍ର ଗଠନରେ ସକାରାତ୍ମକ ଭୂମିକା ନିର୍ବାହ କରିବାକୁ ଆହ୍ୱାନ ଦେଇଥିଲେ। ଉନ୍ନତ ରାଷ୍ଟ୍ର ନିର୍ମାଣରେ ଛାତ୍ରଛାତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ କରିଥିଲେ।ଏହି ଅବସରରେ ପୁରାତନ ଛାତ୍ରୀଛାତ୍ରଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ବିଦ୍ୟାଳୟର ଉନ୍ନତି ସହ ଛାତ୍ରୀଛାତ୍ରଙ୍କ ଶିକ୍ଷା ଓ ସାମଗ୍ରିକ ବିକାଶ ଦିଗରେ ସମସ୍ତେ କାର୍ଯ୍ୟ…

Read More

ଛତ୍ରପୁର,୨୨।୧୦(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ପଞ୍ଚାୟତିରାଜ ଓ ପୌର ପରିଷଦ ନିର୍ବାଚନ–୨୦୨୭କୁ ଦୃଷ୍ଟିରେ ରଖି ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସଚ୍ଚିଦାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରାକ୍‌ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଘରକୁ ଘର ସର୍ବେକ୍ଷଣ, ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି, ଭିତ୍ତିଭୂମି, ମାନବ ସମ୍ବଳ ନିୟୋଜନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।ଗଞ୍ଜାମ ଜିଲ୍ଲାର ୪୯୩ଟି ଗ୍ରାମ ପଞ୍ଚାୟତରେ ୩,୩୨୧ଟି ମତଦାନ କେନ୍ଦ୍ର ପାଇଁ ୩,୩୨୧ଟି ସର୍ବେକ୍ଷଣ ଦଳ ଗଠନ କରାଯାଇଛି। ଏହି କାର୍ଯ୍ୟରେ ୪୮୦ ଜଣ ବ୍ଲକ୍ ସୁପରଭାଇଜର, ୩,୩୦୮ ଜଣ ବୁଥ୍‌ ସ୍ତରୀୟ ଅଧିକାରୀ (ବିଏଲ୍‌ଓ) ଏବଂ ୮,୩୬୩ ଜଣ ସଦସ୍ୟ ନିୟୋଜିତ ହୋଇଛନ୍ତି। ସେହିପରି ଜିଲ୍ଲାର ବିଭିନ୍ନ ପୌରାଞ୍ଚଳରେ ୬୭୭ଟି ମତଦାନ କେନ୍ଦ୍ର ପାଇଁ ୨୯୫ଟି ସର୍ବେକ୍ଷଣ ଦଳ ଗଠନ କରାଯାଇଛି। ସର୍ବେକ୍ଷଣ ସମ୍ପର୍କିତ ପ୍ରଶିକ୍ଷଣ ଜିଲ୍ଲାର ସମସ୍ତ ବ୍ଲକ୍ ଓ ପୌରାଞ୍ଚଳରେ ପ୍ରାୟତଃ ସମାପ୍ତ ହୋଇଛି।ଘରକୁ ଘର…

Read More

ଭବାନୀପାଟଣା,କଲାହାଣ୍ଡି,୨୨।୧୦(କିଶନ ଶର୍ମା):ବିଭିନ୍ନ ପର୍ବ ଓ ପର୍ବାଣୀ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ନିମନ୍ତେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ ପ୍ରେରଣ ପ୍ରଣାଳୀ କୁ ସହଜ ଓ ସୁଗମ କରିବା ଦିଗରେ ରାଜ୍ୟ ସରକାର ଆମ କଳାକାର ( CTMS -2) ୱେବ୍ ପୋର୍ଟାଲ ମାଧ୍ୟମରେ କଳାକାର ମାନଙ୍କ ପଞ୍ଜୀକରଣ କରୁଛନ୍ତି। ଏହି ବ୍ୟବସ୍ଥା ଦ୍ୱାରା ଏଣିକି ପଞ୍ଜୀକୃତ ସାଂସ୍କୃତିକ ଦଳ CTMS-2 ବା ସାଂସ୍କୃତିକ ଦଳ ପରିଚାଳନା ପ୍ରଣାଳୀ ପୋର୍ଟାଲ ମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନରେ ନିଜର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିପାରିବେ।ଏଥିରେ ଜିଲ୍ଲା ସଂସ୍କୃତି ବିଭାଗର ସୁପାରିଶ ବା ଉଲ୍ଲେଖ ର କୌଣସି ଆବଶ୍ୟକ ରହିବ ନାହିଁ।ଏହି ପରିପେକ୍ଷୀରେ ଆଜି ସ୍ଥାନୀୟ ଟାଉନ ହଲ ଠାରେ “ଆମ କଳାକାର”ଅନ୍ତର୍ଗତ ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟାର ଶୁଭାରମ୍ବ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ,ବିଶିଷ୍ଟ ଅତିଥି ସହ ନିର୍ଦ୍ଦେଶକ…

Read More

ଭଞ୍ଜନଗର,୨୨।୧୦(ନିଲୁ ବିଷୋୟୀ):ପାର୍ବଣ ଋତୁ ତଥା ଦଶହରା ଓ କୁମାର ପୂର୍ଣ୍ଣମୀ ଆସିଲେ ପୁରପଲ୍ଲୀଠୁ ସହର ଚଳଚଞ୍ଚଳ ହୁଏ। ଛୁଟିରେ ପରିବାର ଓ ପ୍ରିୟଜନଙ୍କ ସହ ସମୟ କଟାଇବାର ଆନନ୍ଦ ସହ ପୂଜାକୁ ନେଇ ଲୋକ ମାନେ ଯେତେ ପରିମାଣର ଉତ୍ସାହିତ ହୋଇଥାନ୍ତି ସେହି ପରିମାଣରେ ତାସ ଖେଳ ଆସର ମଧ୍ୟ ଜମାଇ ଦେଇଥାନ୍ତି। ପରିବାର ଓ ସାଙ୍ଗସାଥୀ ମେଳରେ ସମୟ ବିତାଇବା ପାଇଁ ଏହି ଖେଳର ପରମ୍ପରା ରହିଥିବା ବେଳେ ବର୍ତମାନ କିଛି ଲୋକଙ୍କ ପାଇଁ ତାହା ଜୁଆରେ ପରିଣତ ହୋଇସାରିଛି। ଦଶହରାର କିଛି ଦିନ ପୂର୍ବରୁ ଆରମ୍ଭ ହେଉଥିବା ଏହି ଆସର କୁମାର ପୂର୍ଣ୍ଣମୀର ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ଜାରି ରହିଥାଏ। ଅନେକ ସ୍ଥାନରେ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଥିବା ଅପରାଧୀ ବର୍ଷତମାମ୍ ଜୁଆ ଆସର ଜମାଇଥାନ୍ତି ପୁଲିସ୍ ନଜରରୁ ବଞ୍ଚିବା ପାଇଁ ନିଛାଟିଆ, ପରିତ୍ୟକ୍ତ ଓ ନିର୍ମାଣାଧିନ କୋଠାକୁ ଜୁଆ ଆସରର ସୁରକ୍ଷିତ ସ୍ଥାନ ଭାବେ ଗ୍ରହଣ…

Read More

ବୁଗୁଡ଼ା,୨୨।୧୦(ପୂର୍ଣ୍ଣଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଞ୍ଚଳରେ ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନିଜ ପଡ଼ୋଶୀଙ୍କୁ ଛୁରିରେ ବାରମ୍ବାର ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗରେ ବୁଗୁଡ଼ା ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବୁଗୁଡ଼ା ତାଳ ଓଡ଼ିଆ ସାହିର ବସନ୍ତ କୁମାର ନାୟକ (୩୫)। ମୃତକ ହେଲେ ସେହି ସାହିର ସନ୍ତୋଷ କୁମାର ରାଉତ (୩୦)। ଅନ୍ୟପକ୍ଷରେ, ହତ୍ୟାକାଣ୍ଡ ପରେ ମୃତକଙ୍କ ସାହିବାସିନ୍ଦାମାନେ ବୁଗୁଡ଼ା ଥାନା ସମ୍ମୁଖରେ ପ୍ରତିବାଦ କରିବା ସହ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବା ଦାବିରେ ଜିଦ୍ ଧରିଥିଲେ। ଏଥିସହ ମୃତକଙ୍କୁ ନ୍ୟାୟ ପ୍ରଦାନ ଦାବିରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା ମଧ୍ୟ କରିଥିଲେ।ପୁଲିସ ପ୍ରଦତ୍ତ ପ୍ରେସ୍ ବିବୃତି ଅନୁଯାୟୀ, ଗତ ୨୦ ତାରିଖ ସକାଳ ପ୍ରାୟ ୮ଟା ୩୦ ମିନିଟ୍‌ରେ ଅଭିଯୁକ୍ତ ବସନ୍ତ ମୃତକ ସନ୍ତୋଷଙ୍କୁ ତାଙ୍କ ଘରୁ ଡାକି ନେଇଥିଲେ। ପରେ ସନ୍ତୋଷଙ୍କ ମୋଟରସାଇକେଲ୍‌ରେ ଉଭୟ…

Read More

ବ୍ରହ୍ମପୁର,୨୨।୧୦(ହିମାଂଶୁ ଶେଖର ସାବତ):ବ୍ରହ୍ମପୁର ସହରର ସୋମନାଥ ନଗର ନିବାସୀ ସ୍ୱର୍ଗତ ରାମକୃଷ୍ଣ ସାମନ୍ତରାୟଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ତାଙ୍କ ପୁତ୍ର ଅର୍ଜୁନ ସାମନ୍ତରାୟଙ୍କ ସମେତ ୩୬ରୁ ଊର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲେ। ମହାନ ମାନବୀୟ ସେବା ମାଧ୍ୟମରେ ଦିବଂଗତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା।ଏହି ଅବସରରେ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏବଂ ଅର୍ବାନ ବ୍ୟାଙ୍କ ଅଧ୍ୟକ୍ଷ ଆର୍. ମୁରଲୀ ମୋହନଙ୍କ ସମେତ କର୍ପୋରେଟର ଡି. କରୁଣା ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ ହରିହର ସାମନ୍ତରାୟ, ଅର୍ଜୁନ ସାମନ୍ତରାୟ, ଗୋବିନ୍ଦ ସାମନ୍ତରାୟ, ମୋହନ, ଚନ୍ଦନ, ଆଦିତ୍ୟ, ମଦନ, ଗୌରାଙ୍ଗ, ରାଜଲକ୍ଷ୍ମୀ, ଗାୟତ୍ରୀ ପଣ୍ଡା ଓ ପ୍ରତାପ ପଣ୍ଡାଙ୍କ ସମେତ ପରିବାରର ତିନି ପୁଅ, ଝିଅ, ବୋହୂ, ନାତିନାତୁଣୀ ଏବଂ…

Read More

ଫୁଲବାଣୀ,୨୨।୧୦(ସୁନୀଲ ପଟ୍ଟନାୟକ):ଗୁଣାତ୍ମକ ଶିକ୍ଷା ଓ ଉତ୍ତମ ଫଳାଫଳ ପାଇଁ ଏବେ ଫୁଲବାଣୀ ସହର ର ଶିଳ୍ପାଞ୍ଚଳ ପରିସର ରେ ଥିବା କେ ବି ହୀଷ୍ଟ୍ କଲେଜ ଛାତ୍ର ଛାତ୍ରୀ ଙ୍କ ପ୍ରଥମ ପସନ୍ଦ ପାଲଟିଛି l ଫଳରେ ଏହି ମହାବିଦ୍ୟାଳୟ ରେ ନାମ ଲେଖାଇବା ପାଇଁ ଛାତ୍ର ଛାତ୍ରୀ ଙ୍କ ପ୍ରବଳ ଭିଡ ହେଉଛି l ଏଠାରେ ଯୁକ୍ତ ଦୁଇ , ଠୁ ଆରଂଭ କରି ବିଭିନ୍ନ ବିଷୟ ରେ ପି ଜି ଯାଏ ପାଠ ପଢା ହେଉଛି l କଲେଜ ର ଅଧ୍ୟକ୍ଷ ତଥା ସମ୍ପାଦକ ସମାଜସେବା ଅନୀଲ କୁମାର ଚୌଧୁରୀ ଙ୍କ ବ୍ୟକ୍ତି ଗତ ନିଷ୍ଠାପର ଉଦ୍ୟମ ଆନ୍ତରିକତା କାର୍ଯ୍ୟ ଦକ୍ଷତା ଓ ଉତ୍ସର୍ଗୀକୃତ ମନୋଭାବ ପ୍ରଦର୍ଶନ ଯୋଗୁଁ କଲେଜ ବେଶ ସୁନାମ ଅର୍ଜନ କରିଛି l ଏହି କଲେଜ କେବଳ ପାଠ ପଢ଼ାଏ ନାହିଁ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢେ ବୋଲି ଅଧ୍ୟକ୍ଷ ତଥା ସମ୍ପାଦକ ଅନୀଲ…

Read More

ଫୁଲବାଣୀ,୨୨।୧୦(ସୁନୀଲ ପଟନାୟକ):ଗ୍ରାମାଂଚଳ ଲୋକଙ୍କୁ ହାତ ପାଆ ନ୍ତl ରେ ଉନ୍ନତ ମାନର ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ ରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନିର୍ମାଣ କଲେ ହେଲେ ନିର୍ମାଣ ପରେ ତାଲା ଝୁଲୁଛି ଅନେକ ଦିନ ହେଲା l ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ବନ୍ଧଗଡ ଅଞ୍ଚଳ ରେ l ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ l କେବଳ ଏହି ଗୋଟିଏ ସ୍ଥାନ ରେ ନୁହେଁ ଏହି ବ୍ଲକ୍ ଅନ୍ତର୍ଗତ ପାଙ୍ଗl ପଂଚାୟତ ରେ ମଧ୍ଯ ଏକା ଅଵସ୍ଥା l ସେଠୀ ବି ତାଲା ଝୁଲୁଛି l ଏ ଦୁଇ ସ୍ଥାନ ନୁହେଁ ବ୍ଲକ ଅନ୍ତର୍ଗତ କlସିଣିପଦର୍, ମୁ ସେଲି ପାଙ୍ଗl, ତେଲା ପାଲି, ରବିଙ୍ଗିଆ, ଗୋଛପଡl , ସାଡି ଙ୍ଗିଆରେ ବି ନିର୍ମାଣ କାର୍ଯ୍ୟ ପରେ ତାଲା ଝୁଲୁଛି l କେଉଁଠି…

Read More

ଫୁଲବାଣୀ,୨୨।୧୦(ସୁନୀଲ ପଟ୍ଟନାୟକ):ପବିତ୍ର ଦୁର୍ଗା ପୂଜା ଅବସରରେ ଶହ ଶହ ଲୋକଙ୍କୁ ଅନ୍ନ ବସ୍ତ୍ର ପ୍ରଦାନ କରି ସେବା ଓ ମାନବିକତା ର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳ ର ଜଣାଶୁଣା ଠିକାଦାର ତଥା ସମାଜ ସେବୀ ପ୍ରଦୀପ ନାୟକ ଓରଫ ଚିଣ୍ଟୁ ବାବୁ l ଦୁର୍ଗା ପୂଜା ର ଖୁସି ଓ ଆନନ୍ଦକୂ ସମସ୍ତ ଙ୍କ ମଧ୍ୟରେ ବାଣ୍ଟିବା ଉଦ୍ଦେଶ୍ୟ ରେ ପ୍ରଦୀପ ଏଭଳି ଅୟୋଜନ କରି ଅଞ୍ଚଳ ରେ ବେଶ୍ ପ୍ରଶଂସା ସାଉଁଟି ଛନ୍ତି l ଗତ ଦୁଇ ବର୍ଷ ହେଲା ସେ ନିଜ ହାଟ ପଦା ସାହି ବାସ ଭବନ ରେ ଏଭଳି ଅୟୋଜନ କରି ଆସୁଛନ୍ତି l ବିଭିନ୍ନ ପର୍ବ ପର୍ବାଣୀ ବା ଗଣ ପର୍ବ ନିଜ ପରିବାର ମଧ୍ୟରେ ସୀମିତ ନ ରଖି ସମସ୍ତ ଙ୍କ ସହ ହସ ଖୁସି ମନାଇ ପାଳିଲେ ତାହା ପ୍ରକୃତ ମାନବିକତା ର…

Read More

ଫୁଲବାଣୀ,୨୨।୧୦(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା ର ଦୁର୍ଗମ କୋଟଗଡ଼ ରେଞ୍ଜ ଅନ୍ତର୍ଗତ ସଂରକ୍ଷିତ ଜଙ୍ଗଲରୁ ନିୟମିତ ମୂଲ୍ୟବାନ କାଠ ଚୋରୀ ଅଭିଯୋଗ ହେଉଛି l ଜଙ୍ଗଲ ବିଭାଗ କର୍ମଚାରୀ ମାନଙ୍କ ଅବହେଳା, ଖାମଖିଆଲ ମନୋଭାବ ଯୋଗୁ କାଠ ମାଫିଆ ମାନେ ଜଙ୍ଗଲ ମଧ୍ୟରୁ କାଠ କାଟି ନେଉଥିବା ଅଭିଯୋଗ ହେଉଛି l କିଛି ଜଙ୍ଗଲ ବିଭାଗ ଅସାଧୁ କର୍ମଚାରୀ ମୋଟା ଅଙ୍କର ଅର୍ଥ ନେଇ ଜଙ୍ଗଲ ମାଫିଆ ମାନଙ୍କୁ ପ୍ରୋତ୍ସାହିତ କରୁଥିବା ଦେଖାଯାଉଛି l ବେଳେ ବେଳେ ଅଭିଯୋଗ ହେଲେ ଜଙ୍ଗଲ ବିଭାଗ ଅଧିକାରୀ ଧରପଗଡ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି l ତେବେ ନିୟମିତ ପେଟ୍ର ଲିଂ ଅଭାବ, ଜଙ୍ଗଲ ସୁରକ୍ଷା ପାଇଁ କର୍ମଚାରୀ ଅଭାବ ଯୋଗୁଁ ଜଙ୍ଗଲ ମାଫିଆ ମାନେ ଅକ୍ଲେଶ୍ ରେ ଜଙ୍ଗଲ କାଟି ନେଉଛନ୍ତି l ଏଥି ପ୍ରତି ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି l

Read More

ଭୁବନେଶ୍ୱର,୨୨।୧୦(କେଦାର ନାଥ ସାହୁ):’ଡିଜାଇନ୍ ଫର୍ ଭାରତ ୨୦୨୭'(Design for Bharat 2027)ପାଇଁ ଓଡ଼ିଶାର ରାଜ୍ୟ ନୋଡାଲ୍ ସଂସ୍ଥା ଭାବେ ନିୟୋଜିତ ଆଇଆଇଟି ଭୁବନେଶ୍ୱର, ଯୋଗ୍ୟ ଯୁବ ଉଦ୍ଭାବକମାନଙ୍କୁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ ଜଣାଉଛି। ‘ବିକସିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ୍ ୨୦୨୭’ (Viksit Bharat Young Leaders’ Dialogue 2027) ଅଧୀନରେ, ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ଯୁବ ବ୍ୟାପାର ବିଭାଗ ଦ୍ୱାରା ‘ମାଇ ଭାରତ’ (MY Bharat) ମାଧ୍ୟମରେ ଏହି ଜାତୀୟ ଡିଜାଇନ୍ ପ୍ରତିଯୋଗିତା ଆୟୋଜିତ ହେଉଛି।ଏହି ଚ୍ୟାଲେଞ୍ଜ ଦୁଇଟି ଟ୍ରାକ୍ ମାଧ୍ୟମରେ ବାସ୍ତବ-ବିଶ୍ୱ ସମସ୍ୟାର ଅଭିନବ, ଦୃଶ୍ୟମାନ ଡିଜାଇନ୍ ସମାଧାନ ବିକଶିତ କରିବାକୁ ଯୁବ ମନକୁ ଉତ୍ସାହିତ କରେ: ନୂତନ ଉତ୍ପାଦ, ସିଷ୍ଟମ ଏବଂ କାର୍ଯ୍ୟକ୍ଷମ ମଡେଲ ପାଇଁ ଖୋଲା ଚ୍ୟାଲେଞ୍ଜ, ଏବଂ ଶିକ୍ଷାବର୍ଷ ୨୦୨୫-୨୬ ମଧ୍ୟରେ ସମାପ୍ତ ହୋଇଥିବା ଯୋଗ୍ୟ ଡିଜାଇନ୍ ପ୍ରକଳ୍ପ ପାଇଁ ସ୍ନାତକ ପ୍ରକଳ୍ପ ଚ୍ୟାଲେଞ୍ଜ। ବିଷୟବସ୍ତୁ…

Read More