Author: Janabani News

ଚିକିଟି,୨୨।୧୦(ନିଗମାନନ୍ଦ ପଣ୍ଡା):ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅନ୍ତର୍ଗତ ଚ. ଟିକରପଡ଼ା ଗ୍ରାମରେ ବେଆଇନ ଜୁଆ ଖେଳ ଚାଲିଥିବା ଖବର ପାଇ ପୋଲିସ ଚଢ଼ାଉ କରିଛି। ଏହି ଚଢ଼ାଉରେ ଜୁଆ ଖେଳୁଥିବା ୯ ଜଣଙ୍କୁ ପୋଲିସ ଧରିବା ସହ ନଗଦ ୧ ଲକ୍ଷ ୫୫ ହଜାର ୬୦ ଟଙ୍କା ଜବତ କରିଛି।ପୋଲିସ ସୂଚନା ଅନୁଯାୟୀ, ଗତ ୨୧ ତାରିଖ ରାତି ପ୍ରାୟ ୧୧ଟା ୩୦ ମିନିଟ୍‌ରେ ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ ସିଏଚ. ଟିକରପଡ଼ା ଗ୍ରାମରେ ଜୁଆ ଖେଳ ଚାଲିଥିବା ନେଇ ପୋଲିସକୁ ବିଶ୍ୱସ୍ତ ସୂଚନା ମିଳିଥିଲା। ଏହାପରେ କେ. ନୂଆଗାଁ ଥାନା ପୋଲିସ ଟିମ୍‌ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଜୁଆ ଖେଳରେ ସମ୍ପୃକ୍ତ ବ୍ୟକ୍ତିମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ୯ ଜଣଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିଲା।ଘଟଣାସ୍ଥଳରୁ ନଗଦ ୧,୫୫,୦୬୦ ଟଙ୍କା, ୬ ପ୍ୟାକେଟ୍ ତାସ୍‌, ୬ଟି ମୋବାଇଲ୍ ଫୋନ୍‌, ଗୋଟିଏ ନାଲି ରଙ୍ଗର…

Read More

ବୁଗୁଡ଼ା,୨୨।୧୦(ପୂର୍ଣ୍ଣ ଚନ୍ଦ୍ର ବାରିକ):ଯଦି ଆପଣ ବଜାରରୁ କଦଳୀ ଖାଉଛନ୍ତି, ତେବେ ସାବଧାନ ହୋଇ ଯାଆନ୍ତୁ । କାରଣ ଆପଣ ପୁଷ୍ଟିକର ଫଳ ଭାବି ଯାହା ଖାଉଛନ୍ତି, ତାହା ପୁଷ୍ଟି ନୁହେଁ ବରଂ ମାରାତ୍ମକ ବିଷ ଅଟେ । ବୁଗୁଡ଼ା ବଜାରରେ ଏବେ କେତେକ ସ୍ଥାନରେ ଏଭଳି ବିଷାକ୍ତ କଦଳୀ ବିକ୍ରି ହେଉଛି । ସାଧାରଣତଃ କଦଳୀ ପାଚିବାକୁ ତିନିରୁ ଚାରିଦିନ ସମୟ ଲାଗିଥାଏ, କିନ୍ତୁ ବଜାରରେ ମିଳୁଥିବା କଦଳୀ ମାତ୍ର କେତେ ଘଣ୍ଟାରେ ରଙ୍ଗ ବଦଳାଇ ଦେଉଛି । ସକାଳେ ସବୁଜ କଞ୍ଚା କଦଳୀ ସନ୍ଧ୍ୟା ବେଳକୁ ହଳଦିଆ ହୋଇ କଳା ପଡ଼ିଯାଉଛି ।ଏହା ପଛରେ କେମିକାଲର କମାଲ ରହିଛି। କେତେକ ଅସାଧୁ ବ୍ୟବସାୟୀ ଅଧିକ ଲାଭ ପାଇବା ପାଇଁ କାର୍ବାଇଡ୍ ଓ ଇଥୋଫେନ୍‌ ଭଳି କେମିକାଲ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଡାକ୍ତରୀ ବିଶେଷଜ୍ଞଙ୍କ ମତରେ କାର୍ବାଇଡରେ ପାଚିଥିବା କଦଳୀ ଖାଇବା ଦ୍ଵାରା ଆସ୍ତେ ଆସ୍ତେ ଲିଭର ଏବଂ କିଡ୍‌ନୀ…

Read More

ବୋଲଗଡ଼,୨୨।୧୦(ସୁଶାନ୍ତ କୁମାର ପ୍ରଧାନ):ସରକାରୀ ଖାତାରେ ସେ ଜଣେ ହିତାଧିକାରୀ, ବାସ୍ତବତାରେ ସେ ଜଣେ ବେସାହାରା ମା’। ମୁଣ୍ଡ ଗୁଞ୍ଜିବାକୁ ଗୋଟିଏ ଛାତ ଅଛି, ହେଲେ ସେ ଛାତ ତଳେ ଜଳୁଥିବା ଛ ଟି ପେଟର ନିଆଁକୁ ଲିଭାଇବାକୁ ଦାନା ନାହିଁ। ଏ ହେଉଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ବଡ଼କୁମାରୀ ପଞ୍ଚାୟତ ମାଣିକପୁର ଗ୍ରାମର ନିବାସୀ ପ୍ରଧାନ (୩୮) ଙ୍କ କରୁଣ କାହାଣୀ। ତିନି ବର୍ଷ ତଳେ ନିୟତି ତାଙ୍କ ମୁଣ୍ଡରୁ ସିନ୍ଦୂର ଲିଭାଇ ଦେଇଥିଲା। ସ୍ୱାମୀ ମାଉଥ୍ କ୍ୟାନସର ରାକ୍ଷସ ସହ ଯୁଦ୍ଧ କରି ହାରିଗଲେ, ଆଉ ପଛରେ ଛାଡିଗଲେ ଏକ ସାଗର ଭଳି ଦାୟିତ୍ୱ। କୋଳରେ ଚାରି ଚାରି ଝିଅ ଜଣେ ତୃତୀୟ ଶ୍ରେଣୀରେ ବର୍ଣ୍ଣବୋଧ ଶିଖୁଛି, ଜଣେ ସପ୍ତମରେ ସ୍ୱପ୍ନ ବୁଣୁଛି, ଜଣେ ଦଶମରେ ଭବିଷ୍ୟତ ସହ ଲଢୁଛି ଆଉ ବଡ଼ ଝିଅ ବି.ଏ ପ୍ରଥମ ବର୍ଷରେ ପଢି କଲେଜର ପାହାଚ ଚଢୁଛି। ଆଉ ପାଖରେ ଅଛନ୍ତି…

Read More

ବେଗୁନିଆପଡ଼ା,୨୨।୧୦(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଶାଳିଆ ଡ୍ୟାମ୍‌ ଅଞ୍ଚଳରେ ପୋଲିସ ଫାଣ୍ଡି ଖୋଲିବାକୁ ଦୀର୍ଘଦିନ ଧରି ଦାବି ହୋଇଆସୁଛି । ମାତ୍ର ଏଯାଏଁ ଏହି ଦାବି ପୂରଣ ହୋଇନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଛି। ଏନେଇ ୨୦୨୫ ଅଗଷ୍ଟ ୨୭ ତାରିଖରେ ବେଗୁନିଆପଡ଼ା ବ୍ଲକ୍‌ ପରିସରରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଅଙ୍ଗାରଗାଁ ଅଞ୍ଚଳର ରାଜନେତା, ବୁଦ୍ଧିଜୀବୀ ଓ ସମାଜସେବୀଙ୍କ ପକ୍ଷରୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ଶାଳିଆ ଡ୍ୟାମ୍‌ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାର ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ହୋଇଥିବାରୁ ବର୍ଷସାରା ବିଭିନ୍ନ ଜିଲ୍ଲାରୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ଏଭଳି ଏକ ପର୍ଯ୍ୟଟନସ୍ଥଳୀର ସୁରକ୍ଷା ସହ ପର୍ଯ୍ୟଟକଙ୍କ ନିରାପତ୍ତା ଏବଂ ଅଞ୍ଚଳରେ ଆଇନଶୃଙ୍ଖଳା ରକ୍ଷା ପାଇଁ ସ୍ଥାୟୀ ପୋଲିସ ବ୍ୟବସ୍ଥା ଜରୁରୀ ବୋଲି ଦାବି ହେଉଛି। ଅଭିଯୋଗ ଅନୁଯାୟୀ, ବେଗୁନିଆପଡ଼ା ଥାନାଠାରୁ ଶାଳିଆ ଡ୍ୟାମ୍‌ ପ୍ରାୟ ୨୦…

Read More

କୋଟଗଡ଼,୨୧।୧୦(ବାଳକୃଷ୍ନ ଚର୍ଚି):‘ଅଭିଶପ୍ତ କାଶ୍ମୀର’ରେ ଦର୍ଶକ ବିଭୋର, ତରୁଣ କଳା ପରିଷଦର ନିଆରା ପ୍ରୟାସ | ବାଲିଗୁଡା ସହରର ନୂଆସାହି ତରୁଣ କଳା ପରିଷଦ ପକ୍ଷରୁ ସାମାଜିକ ନାଟକ ‘ଅଭିଶପ୍ତ କାଶ୍ମୀର’ ମଞ୍ଚସ୍ଥ ହୋଇଛି। କଳା ଓ ସଂସ୍କୃତିର ପ୍ରଚାର ସହ ସାମାଜିକ ସଚେତନତାର ବାର୍ତ୍ତା ଦେଇଥିବା ଏହି ନାଟକ ଦର୍ଶକଙ୍କ ମନ ଜିଣିବା ସହ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ସ୍ଥାନୀୟ କଳାକାରଙ୍କ ଚମତ୍କାର ଅଭିନୟ ଓ ନିଖୁଣ କଳା ପରିବେଷଣ ନାଟକର ମୁଖ୍ୟ ଆକର୍ଷଣ ଥିଲା। ହସ, କାନ୍ଦ, କୌତୂହଳ ଓ ଭାବପ୍ରବଣତାରେ ଭରପୂର ନାଟକଟି ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ରାତିସାରା ଦର୍ଶକମାନେ ନାଟକ ଉପଭୋଗ କରିବା ସହ କଳାକାରଙ୍କ ଅଭିନୟକୁ ଉଚ୍ଚ ପ୍ରଶଂସା କରିଥିଲେ। ସ୍ଥାନୀୟ କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦେବାରେ ତରୁଣ କଳା ପରିଷଦର ଏହି ପ୍ରୟାସକୁ ମଧ୍ୟ ସ୍ୱାଗତ କରାଯାଇଛି।କାର୍ଯ୍ୟକ୍ରମରେ ବାଲିଗୁଡ଼ାର ଜଣାଶୁଣା ସମାଜସେବୀ ଟୁନା ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ…

Read More

ଖଲିକୋଟ,୨୨।୧୦(ବାପୁନି ମାଲୁ):ବୁଧବାର ଦିନ ଗଞ୍ଜାମ ଜିଲ୍ଲପାଳ ଭି କୀର୍ତିଭାସନ ଅଚାନକ ଖଲ୍ଲିକୋଟ ଓ ବେଗୁନିଆପଡା ବ୍ଲକ ର ବିଭିନ୍ନ ପଂଚାୟତ ପରିଦର୍ଶନ କରି ଭି ବି ରାମ ଜି ଓ ବିଭିନ୍ନ ଯୋଜନା ରେ ନିର୍ମାଣଧୀନ ପ୍ରକଳ୍ପ ଗୁଡିକ ବୁଲି ଦେଖିବା ସହ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ରୁ ଆରମ୍ଭ ହୋଇଥିବା ଲକ୍ଷ୍ୟ ସାଧନ କେନ୍ଦ୍ର ଗୁଡିକ ବିଭିନ୍ନ ପଂଚାୟତ ରେ କଜଳାଯାଇ ପାଠାଗାର ସୁବିଧା ଓ ଅନ ଲାଇନ କୋଚିଂ ଜରିଆରେ ଚାକିରୀ ଆଶାୟୀ ଯୁବକ ଯୁବତୀ ମାନଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ଭିତ୍ତିଭୂମି ବୁଲି ଦେଖିଥିଲେ | ଖଲ୍ଲିକୋଟ ବ୍ଲକ ର ତେନ୍ତୁଳିଆ ପଲ୍ଲୀ, ସାବୁଲିଆ ଓ ଡ଼ିମିତିଆ ପଂଚାୟତ ପରିଦର୍ଶନ କରିଥିଲେ | ଜିଲ୍ଲପାଳ ଙ୍କ ସହ ପି ଡ଼ି ସମୀର ଜେନା, ମହିଳା ଆଇ ଏ ଏସ ଉପ ଜିଲ୍ଲପାଳ ସୁଭାଶିଷ ବରାଳ, ବ୍ଲକଉପାଧ୍ୟାଖ୍ୟା ଭାରତୀ ମହାରଣା, ବିଜେପି ରାଜ୍ୟ ଓ ବି…

Read More

ଖଜୁରୀପଡ଼ା,୨୧।୧୦ (ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବଜାରରେ ଧାର୍ମିକ ଆସ୍ଥା, ଭକ୍ତିଭାବ ଓ ଉତ୍ସାହପୂର୍ଣ୍ଣ ପରିବେଶ ମଧ୍ୟରେ ମହାଆଡ଼ମ୍ବରର ସହ ଦୁର୍ଗାପୂଜା ଓ ପବିତ୍ର ବିଜୟା ଦଶମୀ ତଥା ଦଶହରା ପର୍ବ ପାଳିତ ହୋଇଯାଇଛି। ଖଜୁରୀପଡ଼ା ବଜାରର ବଣିକ ସଂଘ ପକ୍ଷରୁ ଆୟୋଜିତ ଏହି ଧାର୍ମିକ ଉତ୍ସବକୁ ନେଇ ସମଗ୍ର ବଜାର ଅଞ୍ଚଳରେ ଆନନ୍ଦ ଓ ଉତ୍ସାହର ମାହୋଲ ସୃଷ୍ଟି ହୋଇଥିଲା। ମା’ ଦୁର୍ଗାଙ୍କ ଆରାଧନା, ପାରମ୍ପରିକ ପୂଜାବିଧି, ଶ୍ରଦ୍ଧାଳୁଙ୍କ ସମାଗମ ଓ ପୌରାଣିକ ନାଟକ ପରିବେଷଣ ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲା।ବଣିକ ସଂଘର ଉଦ୍ୟମରେ ଆୟୋଜିତ ହେଲା ପୂଜା କାର୍ଯ୍ୟକ୍ରମଖଜୁରୀପଡ଼ା ବଜାରରେ ବଣିକ ସଂଘ ପକ୍ଷରୁ ପ୍ରତିଷ୍ଠା ଓ ଧାର୍ମିକ ପରମ୍ପରାକୁ ଗୁରୁତ୍ୱ ଦେଇ ଦୁର୍ଗାପୂଜା ଓ ଦଶହରା ପର୍ବର ଆୟୋଜନ କରାଯାଇଥିଲା। ବଣିକ ସଂଘର ସଭାପତି ମନୋଜ କୁମାର ପଣ୍ଡା ଓ ସମ୍ପାଦକ ରଈକିଶୋର ପ୍ରଧାନଙ୍କ ନେତୃତ୍ୱରେ ଏହି ପୂଜା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଏଥିରେ ସଂଘର…

Read More

ବେଲଗୁଣ୍ଠା,୨୧।୧୦(ଶିବରାମ ଚୌଧୁରୀ):ସରସ୍ୱତୀ ଶିଶୁ ମନ୍ଦିର ବେଲଗୁଣ୍ଠା ରେ ପୂର୍ବ ଛାତ୍ର ଏକତ୍ରୀକରଣ ଅନୁଷ୍ଟିତ ହୋଇଯାଇଛି,ମୁଖ୍ୟ ଅତିଥି ଭାବରେ ରବୀନ୍ଦ୍ର ନାଥପାଣଗ୍ରାହୀ ଅବସର ପ୍ରାପ୍ତ ଶିକ୍ଷକ,ଉପଦେଷ୍ଟା ରବୀନ୍ଦ୍ର ନାଥ ରଥ ଉପ ସଭାପତି କାଳି ଚରଣ ପାଢ଼ୀ,ସମ୍ପାଦକ ପବିତ୍ର କୁମାର ସାହୁ, ଯୋଗଦେଇଥିବା ବେଳେ ମୋଟ ୫୨ ଜଣ ପୂର୍ବ ଛାତ୍ର ଓ ଛାତ୍ରୀ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ।ପୂର୍ବ ଛାତ୍ର ପ୍ରମୁଖ ପ୍ରଣୀତା ଗୁରୁମା ବୃତ୍ତ କଥନ କରିଥିଲେ। ଗୀତା ଗୁରୁମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ବିଷୋୟୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ,ଶିଶୁ ମାନଙ୍କ ମଧ୍ୟରେ ଅନୁଭୂତି କଥନ ସହିତ ପ୍ରଶ୍ନ ଉତ୍ତର କାର୍ଯ୍ୟ କ୍ରମ କରାଯାଇଥିଲା।” ମୁଁ ପଢିକି ଗର୍ବିତ; ରେ ସମସ୍ତେ ସେଲଫି ନେଇ ଆନନ୍ଦ ଅନୁଭବ କରିଥିଲେ।ପରିଶେଷରେ ରାଜୀବ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଶ୍ନ ଉତ୍ତର କାର୍ଯ୍ୟ କ୍ରମ ରେ ପ୍ରଫୁଲ୍ଲ ଗୁରୁଜୀ,ଜୟନ୍ତୀ ଗୁରୁମା,ମଧୁଗୁରୁମା,ସହିତ ସମସ୍ତ ଗୁରୁଜୀ ଗୁରୁମା ଅଂଶ…

Read More

ବାଲିଗୁଡ଼ା,୨୧।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):ନିଶାମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ ଜନସଚେତନତାକୁ ଗୁରୁତ୍ୱ ଦେଇଛି ବାଲିଗୁଡ଼ା ପୁଲିସ। ଦୁର୍ଗାପୂଜା ଓ ମା’ ପାଟଖଣ୍ଡାଙ୍କ ଦର୍ଶନ ପାଇଁ ମନ୍ଦିର ଓ ପୂଜାମଣ୍ଡପକୁ ଆସୁଥିବା ଭକ୍ତଙ୍କ ସମେତ ରାସ୍ତାରେ ଯାତାୟାତ କରୁଥିବା ସାଧାରଣ ଜନତାଙ୍କୁ ନିଶା ସେବନର କୁପରିଣାମ ସମ୍ପର୍କରେ ସଚେତନ କରାଯାଇଛି। ଏଥିସହ ନିଶାମୁକ୍ତ ଓଡ଼ିଶା ଅଭିଯାନ ସମ୍ପର୍କିତ ପ୍ରଚାରପତ୍ର ବଣ୍ଟନ କରି ନିଶାଠାରୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛି ପୁଲିସ। ଏହି ଅଭିଯାନରେ ବାଲିଗୁଡ଼ା ଏସ୍‌ଡିପିଓ ଶୁଭମ ଭୋସଲେ, ଥାନା ଅଧିକାରୀ (ଆଇଆଇସି) ସମୀର କୁମାର ବେହେରା ଙ୍କ ସମେତ ପୁଲିସ କର୍ମଚାରୀମାନେ ସାମିଲ ହୋଇଥିଲେ। ମା’ ପାଟଖଣ୍ଡାଙ୍କ ମନ୍ଦିର ଓ ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ସମ୍ମୁଖରେ ଉପସ୍ଥିତ ରହି ସେମାନେ ଭକ୍ତ ଓ ସାଧାରଣ ଲୋକଙ୍କୁ ପ୍ରଚାରପତ୍ର ବଣ୍ଟନ କରିବା ସହ ନିଶା ସେବନର ଭୟାବହ ପରିଣାମ ବିଷୟରେ ବୁଝାଇଥିଲେ। ପୁଲିସ ପକ୍ଷରୁ ବଣ୍ଟନ କରାଯାଇଥିବା ସଚେତନତା ପ୍ରଚାରପତ୍ରରେ ମଦ, ଗଞ୍ଜେଇ,…

Read More

ବାଲିଗୁଡ଼ା,୨୧।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):ଶାରଦୀୟ ଦୁର୍ଗୋତ୍ସବର ଆଧ୍ୟାତ୍ମିକ ପରିବେଶରେ ଉତ୍ସବମୁଖର ହୋଇଉଠିଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ସହର। ନବରାତ୍ର ଓ ଦଶହରା ଅବସରରେ ବିଭିନ୍ନ ଦେବୀପୀଠ ଓ ପୂଜାମଣ୍ଡପରେ ମା’ଙ୍କ ଆରାଧନା, ଶ୍ରଦ୍ଧାଳୁଙ୍କ ସମାଗମ ଏବଂ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ସହରରେ ସୃଷ୍ଟି କରିଛି ଏକ ଭକ୍ତିମୟ ଓ ଉତ୍ସବମୁଖର ପରିବେଶ। ନୃତ୍ୟ, ସଙ୍ଗୀତ ଓ ନାଟକର ଆସରରେ ଦଶହରାର ଆନନ୍ଦ ଦ୍ୱିଗୁଣିତ ହୋଇଥିବାବେଳେ ମା’ଙ୍କ ଦର୍ଶନ ପାଇଁ ବିଭିନ୍ନ ପୀଠରେ ଶତାଧିକ ଭକ୍ତଙ୍କ ଭିଡ଼ ଜମୁଥିଲା l ଅଞ୍ଚଳର ଆରାଧ୍ୟା ଦେବୀ ମା’ ପାଟଖଣ୍ଡାଙ୍କ ମନ୍ଦିର ପରିସରରେ ଶ୍ରୀ ଶ୍ରୀ ଶ୍ରୀ ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ପକ୍ଷରୁ ନବରାତ୍ର ଉତ୍ସବ ଓ ମୃଣ୍ମୟୀ ପ୍ରତିମା ପୂଜା ଭକ୍ତି ଓ ଶ୍ରଦ୍ଧାର ସହ ପାଳନ କରାଯାଇଛି। ସେହିପରି ମା’ ବରାଳ ଦେବୀ ପୀଠ ଏବଂ ବିରାଗୁଡ଼ା ସ୍ଥିତ ନବଦୁର୍ଗା ମନ୍ଦିରରେ ନବରାତ୍ର ପୂଜା ଅନୁଷ୍ଠିତ ହୋଇଛି। ଅନ୍ୟପକ୍ଷରେ ସପ୍ତମୀଠାରୁ ଦଶହରା ପର୍ଯ୍ୟନ୍ତ…

Read More

ବୁଗୁଡ଼ା,୨୧।୧୦ (ପୂର୍ଣ୍ଣଚନ୍ଦ୍ର ବାରିକ):ପାର୍ବଣର ମାହୋଲ ମଧ୍ୟରେ ଅଶାନ୍ତ ହୋଇପଡ଼ିଛି ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ସହର। ଘରୁ ଡାକିନେଇ ଜଣେ ଯୁବକଙ୍କ ତଣ୍ଟି କାଟି ହତ୍ୟା କରାଯାଇଥିବା ଘଟଣାକୁ ନେଇ ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତ ଯୁବକ ହେଉଛନ୍ତି ବୁଗୁଡ଼ା ଓଡ଼ିଆ ସାହିର ୩୮ ବର୍ଷୀୟ ସନ୍ତୋଷ ରାଉତ।ସୂଚନା ଅନୁଯାୟୀ, ସନ୍ତୋଷଙ୍କୁ ଘରୁ ଡାକିନେବା ପରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଉଦ୍‌ବେଗର ବାତାବରଣ ସୃଷ୍ଟି ହୋଇଛି।ଅନ୍ୟପଟେ ଘଟଣାରେ ସମ୍ପୃକ୍ତ ହତ୍ୟାକାରୀଙ୍କୁ ଧରିବା ପାଇଁ ବୁଗୁଡ଼ା ପୁଲିସ ତଦନ୍ତ ଜାରି ରଖିଛି। ହତ୍ୟା ପଛରେ କେଉଁ କାରଣ ରହିଛି ଏବଂ ଏଥିରେ କିଏ ସମ୍ପୃକ୍ତ, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।ପାର୍ବଣ ସମୟରେ ଏଭଳି ହତ୍ୟାକାଣ୍ଡ ବୁଗୁଡ଼ା ସହରରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଦାବି ଉଠୁଛି।

Read More

ବାଲିଗୁଡା,୨୦।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):ଜଙ୍ଗଲ ସମ୍ପଦ ଉପରେ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି! ପାଲ ଘୋଡ଼ାଇ ଟ୍ରକ୍‌ରେ ବୋଝେଇ ହୋଇଥିବା ବହୁ ପରିମାଣର ମୂଲ୍ୟବାନ ଶାଳ କାଠକୁ ଚୋରା ଚାଲାଣ କରାଯାଉଥିବା ବେଳେ ବନ ବିଭାଗ ଏହାକୁ ଧରିବାରେ ସଫଳ ହୋଇଛି। କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବନାଞ୍ଚଳ ଅନ୍ତର୍ଗତ ସିମନବାଡ଼ି ଉପବିଭାଗ ଓ କ. ନୂଆଗାଁ ବନାଞ୍ଚଳର କର୍ମଚାରୀଙ୍କ ମିଳିତ ଚଢ଼ାଉରେ ଟ୍ରକ୍‌ ସହ ବିପୁଳ ପରିମାଣ ର ଶାଳ କାଠ ଜବତ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଜାତୀୟ ରାଜପଥ ୫୯ର ସିମନବାଡ଼ିଠାରୁ କଞ୍ଜାମେଣ୍ଡି ଛକ ମଧ୍ୟରେ ଓଡ଼ି-୦୫-ବିଜେ-୪୭୭୪ ନମ୍ବର ବିଶିଷ୍ଟ ଟ୍ରକ୍‌ଟିକୁ ବନ କର୍ମଚାରୀ ମାନେ ଅଟକାଇ ଯାଞ୍ଚ କରିଥିଲେ । ଟ୍ରକ୍‌ରେ ବହୁ ପରିମାଣର ଶାଳ ଗଣ୍ଡି ବୋଝେଇ ହୋଇଥିବା ବେଳେ ତାହାକୁ ପାଲ ଘୋଡ଼ାଇ ରଖାଯାଇଥିଲା। ଯାହା ଫଳରେ ସହଜରେ କାହାର ନଜରକୁ ଆସିବ ନାହିଁ ବୋଲି ଏଭଳି ଉପାୟ…

Read More