Author: Janabani News

ପୁରୁଷୋତ୍ତମପୁର,୦୧/୦୬,(ଶୁଭଙ୍କରୀ ଦାଶ):ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପ୍ରକାଶିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍)ପରୀକ୍ଷା–୨୦୨୪ରଫଳାଫଳରେ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଅଲାଡ଼ି ଗ୍ରାମର ସୁଯୋଗ୍ୟା କନ୍ୟା ସୁଶ୍ରୀ ସନ୍ତୋଷୀନୀ ପାତ୍ର ଓଡ଼ିଶା ସ୍ତରରେ ୧୬୭ତମ ସ୍ଥାନ ଅଧିକାର କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ତାଙ୍କର ଏହି କୃତିତ୍ୱ ପରେ ସମଗ୍ର ପୁରୁଷୋତ୍ତମପୁର ବ୍ଲକ ଅଞ୍ଚଳରେ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।ସନ୍ତୋଷୀନୀ ପାତ୍ର ନିଜର କଠିନ ପରିଶ୍ରମ ଓ ଦୃଢ଼ ମନୋବଳ ବଳରେ ଏହି ସଫଳତା ହାସଲ କରିଥିବାରୁ ଅଞ୍ଚଳର ଯୁବପିଢ଼ୀଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିଛନ୍ତି।ଏହି ଅବସରରେ ଯୁବନେତା ତଥା ସମାଜସେବୀ ଶ୍ରୀ ଚିନୁ ଆଚାରୀ ସନ୍ତୋଷୀଙ୍କ ବାସଭବନକୁ ଯାଇ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇଥିଲେ। ସେ ସନ୍ତୋଷୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ତାଙ୍କର ସଫଳତା ଅଞ୍ଚଳର ଅନ୍ୟ ଯୁବକ ଓ ଯୁବତୀମାନଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ…

Read More

ଚିକିଟି,୦୧/୦୬:(ନିଗମାନନ୍ଦ ପଣ୍ଡା):ବାହୁଦା ନଦୀର ବାଲି ଜିଲ୍ଲା ସମେତ ପଡୋଶୀ ଆନ୍ଦ୍ରରେ ସୁନା ଦରରେ ବିକ୍ରି ଗଞ୍ଜାମ ଜ଼ିଲ୍ଲା ଚିକିଟି ବ୍ଲକ କେ. ନୂଆଗାଁ ଥାନା ନିକଟରେ ଥିବା ବାହୁଦା ସେତୁର ତଳମୁଣ୍ଡ ଅଳ୍ପ ଦୂର ରେ ସ୍ପଷ୍ଟ ଦିବା ଲୋକରେ ବେଆଇନ ବାଲି ଉଠାଣ ହେଉଛି ବାରମ୍ବାର ଅଭିଯୋଗ ପରେ ରାଜସ୍ୱ ବିଭାଗ, ଖଣି ବିଭାଗ ମିଳିତ ଚଢ଼ାଉ କରିବା ସହ କେ ନୂଆଗାଁ ବାଲି ଖାଦାନ ସମେତ ଅନେକ ସ୍ଥାନରେ ୧୬୩ ଧାରା ଲାଗୁ କାରୀ ନାଲି ବାନା ମାରିଥିଲେ, ତେବେ ପ୍ରଶାସନ ନିଷେଧାଜ୍ଞା ସତ୍ୱେ ବାଲି ମାଫିଆ ମାନେ ବେଧଡକ ବାଲି ଉଠାଉଛନ୍ତି। ତେଣେ କାହା ଛତ୍ରଚା୍ୟା ତଳେ ରହି ମାଫିଆ ମାନେ ଏତେବଡ଼ ଦୁଃଶାହାସ କରୁଛନ୍ତି ତାହା ଏବେ ସବୁଠି ଚର୍ଚ୍ଚା। ଯାହାକୁ ସମସ୍ତ ଅଧିକାରୀ ଦେଖି ମଧ୍ୟ ଚୁପ ରହୁଛନ୍ତି l ଏହାର କାରଣ ଖୋଜିବାରେ ଜଣା ପଡିଛି ଯେ ପୂର୍ବରୁ ତହସିଲଦାର ଙ୍କ ହାତରେ…

Read More

ଫୁଲବାଣୀ,୧/୦୬,(ସୁନୀଲ ପଟ୍ଟନାୟକ):ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଗ୍ରାମାଂଚଳ ରେ ପୁର୍ବରୁ ଥିବା ପାନୀୟ ଜଳ ସମସ୍ୟା ରେ ଯଥେଷ୍ଟ ସୁଧାର ଆସିଛି l ଚଳିତ ବର୍ଷ ଜିଲ୍ଳାର ୧୨ଟି ବ୍ଲକ ରେ୧୨୭୨ଟି ନୂତନ ନଳକୂପ ପ୍ରତିଷ୍ଠା କରା ଯାଇଛି l କେବଳ ଗ୍ରୀଷ୍ମ ଋତୁରେ ୪୨୮ନଳ କୂପ ଖୋଳା ଯାଇଥିବା ବିଭାଗ ସୁତ୍ରରୁ ଜଣାପଡିଛି l ସେହିପରି ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତ ରେ ବସୁଧା ଯୋଜନା ରେ ଓଭୋର ହେଡ଼ ପାଣି ଟାଙ୍କି କରାଯାଇ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି l ସେହିପରି ସୋଲାର ସିଷ୍ଟମ ରେ ମଧ୍ଯ ନଳକୂପ ରେ ପାଇପ ଯୋଗେ ସୁବିଧାରେ ଗ୍ରାମାଂଚଳ ଲୋକଙ୍କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ କରଯାଇଛି l ଫଳରେ ଲୋକେ ସ୍ୱଚ୍ଛ ପାନୀୟ ଜଳ ହାତ ପl ଆ ନ୍ତlରେ ପାଉଛନ୍ତି l ପାନୀୟ ଜଳ ଯୋଗାଣ ବ୍ୟବସ୍ଥା…

Read More

ପୁରୁଷୋତ୍ତମପୁର,୩୧/୦୫(ଶୁଭଙ୍କରୀ ଦାଶ):ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପ୍ରକାଶିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍)ପରୀକ୍ଷା–୨୦୨୪ରଫଳାଫଳରେ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଅଲାଡ଼ି ଗ୍ରାମର ସୁଯୋଗ୍ୟା କନ୍ୟା ସୁଶ୍ରୀ ସନ୍ତୋଷୀନୀ ପାତ୍ର ଓଡ଼ିଶା ସ୍ତରରେ ୧୬୭ତମ ସ୍ଥାନ ଅଧିକାର କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ତାଙ୍କର ଏହି କୃତିତ୍ୱ ପରେ ସମଗ୍ର ପୁରୁଷୋତ୍ତମପୁର ବ୍ଲକ ଅଞ୍ଚଳରେ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।ସନ୍ତୋଷୀନୀ ପାତ୍ର ନିଜର କଠିନ ପରିଶ୍ରମ ଓ ଦୃଢ଼ ମନୋବଳ ବଳରେ ଏହି ସଫଳତା ହାସଲ କରିଥିବାରୁ ଅଞ୍ଚଳର ଯୁବପିଢ଼ୀଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିଛନ୍ତି।ଏହି ଅବସରରେ ଯୁବନେତା ତଥା ସମାଜସେବୀ ଶ୍ରୀ ଚିନୁ ଆଚାରୀ ସନ୍ତୋଷୀଙ୍କ ବାସଭବନକୁ ଯାଇ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇଥିଲେ। ସେ ସନ୍ତୋଷୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ତାଙ୍କର ସଫଳତା ଅଞ୍ଚଳର ଅନ୍ୟ ଯୁବକ ଓ ଯୁବତୀମାନଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ…

Read More

ଫୁଲବାଣୀ,୩୧/୦୫,(ସୁନୀଲ ପଟ୍ଟନାୟକ):ରବିବାର ଅପରାହ୍ନ ରେ ଫୁଲବାଣୀ ନିକଟ ପିଲା ସାଲକୀ ଡେ ମ ରେ ଗାଧଉ ଥିବା ବେଳେ ଅଜଣାତ ରେ ଗୋଡ ଖସି ଯିବା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ସାଙ୍ଗକୁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଈ ଚିକିତ୍ସା ପାଇଁ ଡାକ୍ତର ଖାନା ରେ ଭର୍ତ୍ତି କରଯାଇଛି l ମୃତକ ଜଣଙ୍କ ସ୍ଥାନୀୟ ପିଅନ ପଡ଼ା ସତ୍ୟ ସାଇ ରୋଡ ର ଶୁଭେନ୍ଦୁ ନାୟକ ଙ୍କ ପୁଅ ଶିତlନ୍ସୁ ନାୟକ (୧୭) ବର୍ଷ l ଆହତ ଜଣକ ଆଦିତ୍ୟ କୁମାର ପାତ୍ର ( ୧୯) ବୋଲି ଜଣା ପଡିଛି l ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଜଣ ଙ୍କୁ ଉଦ୍ଧାର କରି ଡ଼ାକ୍ତରଖାନା ରେ ଭର୍ତ୍ତି କରିଥିଲେ l ତେବେ ଶିତlନ୍ସୁ ର ମୃତ୍ୟୁ ହୋଇଥଲା l ସିତାନ୍ସୁ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ର ଛାତ୍ର ବୋଲି ଜଣା…

Read More

ଖୋର୍ଦ୍ଧା,୩୧/୦୫,(କେଦାର ନାଥ ସାହୁ):ଗୋଡିପୋଖରୀ ଠାରେ ଥିବା ବ୍ରହ୍ମାକୁମାରୀ ସେବା କେନ୍ଦ୍ର ପରିସରରେ ସକାଳ ୮ଘଟିକାରେ”ବିଶ୍ବ ତମାଖୁ ବର୍ଜନ ଦିବସ”ପାଳନ କରାଯାଇ ଥିଲା। ଏହାର ସଞ୍ଚାଳିକା ବ୍ରହ୍ମାକୁମାରୀ ଅନୁରାଧା ଭଉଣୀଙ୍କର ସଭାପତିତ୍ବରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବରେ ଖୋର୍ଦ୍ଧା ଜିଲ୍ଲାର ଅବକାରୀ ଅଧିକ୍ଷିକା ଶ୍ରୀମତୀ ସୁମତି ତ୍ରିପାଠୀ ଯୋଗଦାନ କରି ନିଶା କିଛି ସମୟ ପାଇଁ କ୍ଷଣସ୍ଥାୟୀ ସୁଖ ପ୍ରଦାନ କରି ମନୁଷ୍ୟ ଜୀବନକୁ ବରବାଦ କରିଦିଏ ବୋଲି କହିଥିଲେ।ବ୍ରହ୍ମା କୁମାର ଜୟକୃଷ୍ଣ ଭାଇ ନିଶା ମୁକ୍ତି ପାଇଁ ମାନସିକ ଦୃଢତା ଜରୁରୀ ବୋଲି କହିଥିଲେ। ଏହା ପରେ ଖୋର୍ଦ୍ଧା ଜିଲ୍ଲା କାରାଗାର ପରିସରରେ ଏହାର ଅଧିକ୍ଷକ ଶ୍ରୀ ରାଜିବ କୁମାର ଦାସ ଙ୍କ ସଭାପତିତ୍ବରେ ଏକ ନିଶାମୁକ୍ତ ସଭାରେ ୨୦୦ରୂ ଉର୍ଦ୍ଧ୍ୱ ଅନ୍ତେବାସୀ କେୟେଦୀ ଭାଇମାନେ ଯୋଗଦାନ କରି ନିଶା ବର୍ଜନ କରିବା ପାଇଁ ଶପଥ ଗ୍ରହଣ କରିଥିଲେ। ଶେଷରେ ବ୍ରହ୍ମାକୁମାରୀ ଖୋରଧା ସେବାକେନ୍ଦ୍ର ତରଫରୁ”ଜ୍ଞାନ ଦର୍ପଣ” ମାସିକ…

Read More

ଭଞ୍ଜନଗର,୩୧/୫,(ନିଲୁ ବିଶୋୟୀ):ଗତ ୩୦ ମେ ୨୦୨୬ ଠାରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ସମଗ୍ର ଗଞ୍ଜାମ ଜିଲ୍ଲାରେ ଏସ ଆଇ ଆର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟକ୍ରମ ଚାଲିବ । ସ୍ଵତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅଧୀନରେ ଆଜି ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ସମ୍ମାନ ରୂପେ ଜାରି କରାଯାଉଥିବା ଗଣନା ଫର୍ମ, ଭଞ୍ଜନଗର ବିଡ଼ିଓ ଓ ବିଏଲଓ ଙ୍କ ଉପସ୍ଥିତିରେ ହସ୍ତାନ୍ତର କରି ଏସ ଆଇ ଆର ର ଉଦ୍ଦେଶ୍ୟ ଓ ଆବଶ୍ୟକ ପ୍ରମାଣପତ୍ର ବିଷୟରେ ଅବଗତ କରିଥିଲେ।ଏଥିସହ ଉପଜିଲ୍ଲାପାଳ ଶ୍ରୀ ବେହେରା ଗାମୁଣ୍ଡି, ବାଉଁଶଲୁଣ୍ଡି, ଜିଲୁଣ୍ଡି ଓ ଅଗଝୋଳ ବୁଥ୍ ପରିଦର୍ଶନ କରି ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟ ତଦାରଖ କରିବା ସହ ଭୋଟର ମାନଙ୍କୁ ଫର୍ମ ବଣ୍ଟନ କରିଥିଲେ । ଗଣନା ଫର୍ମ ବଣ୍ଟନରେ ବିଭାଗୀୟ ଅଧିକାରୀ, ସୁପରଭାଇଜର ଓ ବୁଥ୍ ଲେଭେଲ୍ ଅଫିସର ଉପସ୍ଥିତ ଥିଲେ। ଉପଜିଲ୍ଲାପାଳଙ୍କ…

Read More

ନିଷ୍ଠା ଓ ଶୃଙ୍ଖଳାକୁ ପ୍ରାଧାନ୍ୟ ଦେଇ ବିଭାଗର ସୁନାମକୁ ଅକ୍ଷୁର୍ଣ୍ଣ ରଖନ୍ତୁ ଛତ୍ରପୁର,୩୧/୦୫, ( ହିମାଂଶୁ ଶେଖର ସାବତ):ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଅଧୀନରେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ରେଡିଓ ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ପାତ୍ର ଏବଂ ଭଞ୍ଜନଗର ସୂଚନା କେନ୍ଦ୍ର ଓ ପାଠାଗାରର ଗ୍ରନ୍ଥାଗାରିକ ପ୍ରଦୀପ କୁମାର ପାତ୍ର ଆଜି ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଛତ୍ରପୁରସ୍ଥିତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଗୀତା, ଛତା ଓ ଉତ୍ତରୀୟଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ଉଭୟଙ୍କର କର୍ତ୍ତବ୍ୟପରାୟଣତା, ସାଧୁତା ଓ ସହୃଦୟତା ଗୁଣର ଉଚ୍ଚ ପ୍ରଶଂସା କରିବା ପୂର୍ବକ ଉଭୟଙ୍କ ସହିତ ବିତାଇଥିବା ପୁରୁଣା ଦିନ ଗୁଡିକର ସ୍ମୃତି ଚାରଣ କରିଥିଲେ। ଏହାସହିତ ଉଭୟଙ୍କର…

Read More

ବୁଗୁଡ଼ା,୩୧/୦୫,(ପୂର୍ଣ୍ଣ ଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ମୂର୍ତ୍ତିଶିଳ୍ପୀ, ପଟ୍ଟଚିତ୍ର ଓ ରଙ୍ଗତୁଳୀ କଳାକାର ସଂଘ ପକ୍ଷରୁ ବ୍ଳକ ସ୍ତରୀୟ ବୈଠକ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବୁଦ୍ଧଖୋଲ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ଉପସଭାପତି ବସନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି । ସମ୍ପାଦକ ହିନ ସ୍ବାଇଁ, ସହ ସମ୍ପାଦକ ଅକ୍ଷୟ କୁମାର ସାହୁ, କୋଷାଧ୍ୟକ୍ଷ ଭଗବାନ ବେହେରା, ବେଲଗୁଣ୍ଠା ସଭାପତି ଶିବରାମ ରାଉତ, ରବିନାରାୟଣ ପଣ୍ଡା, ଭାଗ୍ଯ ମଲିକ, ଗୋପାଳକୃଷ୍ଣ ଜେନା, ଦେବାନନ୍ଦ ନାୟକ, ସୁକାନ୍ତ ବିଷୋୟୀ, ସନାତନ ଗୌଡ଼, ଅରୁଣ ବାଡତ୍ଯା ସମେତ ବେଗୁନିଆ ପଡ଼ା, କବିସୂର୍ଯ୍ୟନଗର, ପୁରୁଷୋତ୍ତମ ପୁର ବିଭିନ୍ନ ବ୍ଳକର କର୍ମକର୍ତ୍ତା ମାନେ ଉକ୍ତ ବୈଠକରେ ଯୋଗଦାନ କରିଥିଲେ। ଅନୁଷ୍ଠିତ ବୈଠକରେ ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିବା ବେଳେ ମୁଖ୍ୟ ପ୍ରସଙ୍ଗ ସଙ୍ଗଠନକୁ ସୁଦୃଢ କରିବା, ସମାଜସେବା କ୍ଷେତ୍ରରେ ବୃକ୍ଷ ରୋପଣ, ପରିବେଶକୁ ସ୍ବଚ୍ଛତା ଦିଗରେ ସମାଜକୁ ସଚେତନତା କରିବା ଭଳି ବହୁ ଉନ୍ନୟନ ମୂଳକ କାର୍ଯ୍ୟ…

Read More

ରାୟଗଡ,୩୧/୦୫,(ଅମୂଲ୍ୟ ନିଶଙ୍କ):ରାୟଗଡ ସହର ରାଣୀଗୁଡା ଫାର୍ମ ଅଂଚଳ ରେ ରାୟଗଡ ର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ଙ୍କ ଘଣ୍ଟ ପର୍ବ ଗତ 27 ତାରିଖରୁ ଆରମ୍ଭ ହୋଇ 31 ତରଖ ରେ ଉଦଯାପିତ ହୋଇଯାଇଛି l ଏହି 5 ଦିନ ଧରି ଚାଲିଥିବା ଘଣ୍ଟ ପର୍ବ ରେ ମା ଙ୍କ ହାଣ୍ଡି ପୂଜା ମଣ୍ଡପ ରୁ ପ୍ରତ୍ୟକ ଦିନ ସନ୍ଧ୍ୟା ରେ ବାହାରି ରାଣୀଗୁଡା ଫାର୍ମ ଅଂଚଳ ର ସାହି ସାହି ବୁଲି ପୂଜା ମଣ୍ଡପ କୁ ଫେରିଥିଲା l ଏହାପରେ ପୂଜକ ( ବେଜୁ ନାଚ ) କରୁଥିଲେ ଏହି ନାଚ ଦେଖିବା ନିମନ୍ତେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ମା ଙ୍କ ବେଜୁ ନାଚ ଦେଖି ନିଜକୁ କୃତାର୍ଥ ମନେ କରିଥିଲେ l ପରେ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାର ର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା l ସନ୍ଧ୍ୟା ସମୟ ରୁ ଶତାଧିକ…

Read More

ବ୍ରହ୍ମପୁର,୩୧/୦୫,(ହିମାଂଶୁ ଶେଖର ସାବତ):ଜଗଦଳପୁର ପ୍ରସିଦ୍ଧ ମାଁ ବୁଢ଼ୀ ସାଆନ୍ତାଣୀ ଠାକୁରାଣୀ ଶୁକ୍ରବାର ରାତିରେ ଅସ୍ଥାୟୀ ମଣ୍ଡପରୁ ବାହାରି ଉତ୍ତର ବଡ଼ ସାହି ସ୍ଥିତ ମାଉସୀ ମାଁ ବି.ଆପନା ପାତ୍ର ଙ୍କ ଘରେ ପହଞ୍ଚିଥିଲେ ।ପରମ୍ପରା ଅନୁସାରେ ମାଁ ବୁଢ଼ୀ ଠାକୁରାଣୀ ନିଜ ମାଉସୀ ମାଁ ପାତ୍ର ପରିବାର ଘରେ ପହଞ୍ଚି ସେଠାରେ ପୂଜାର୍ଚ୍ଚନା ପାଇବା ପରେ ମଣ୍ଡା ପୀଠ ଓ କାକରା ଭୋଗ ଖାଇ ଅସ୍ଥାୟୀ ମଣ୍ଡପକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଶନିବାର ସନ୍ଧ୍ୟାରେ ଅସ୍ଥାୟୀ ମଣ୍ଡପରେ ସନ୍ଧ୍ୟା ଆଳତି ପରେ ମାଁ ସାଆନ୍ତାଣୀ ଏକ ବିରାଟ ପଟୁଆରରେ ନଗର ଭ୍ରମଣରେ ବାହାରି ଭକ୍ତକୁ ଦର୍ଶନ ଦେଇଥିଲେ । ଏହି ଅବସରରେ ମହିଳା ଶ୍ରଦ୍ଧାଳୁ ମାନେ ମାଁ ଙ୍କ ଚରଣରେ ଜଳ ଲାଗି କରିବା ପାଇଁ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା । ମାଁ ପ୍ରଥମେ ଗ୍ରାମର ମୁଖ୍ୟ ରାସ୍ତା ଦେଇ ଭୂତ ସାହି ରେ ପହଞ୍ଚି ପୂଜା ପାଇବା ପରେ…

Read More

ନୂଆପଡ଼ା,୩୧/୦୫,(ପରମେଶ୍ୱର ମେହେର):ନୂଆପଡ଼ା ଜିଲ୍ଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଥିବା ବେଳେ ଅନ୍ତଃରାଜ୍ୟ ଧାନ ପରିବହନ ଓ ଅବୈଧ ପ୍ରବେଶ ଉପରେ କଡ଼ା ନଜର ରଖାଯାଇଛି। ଏହି ପରିପ୍ରେକ୍ଷୀରେ ରାଜସ୍ୱ, ଯୋଗାଣ ଏବଂ ଆର୍‌ଏମ୍‌ସି ଅଧିକାରୀମାନଙ୍କ ମିଳିତ ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ ଛତିଶଗଡ଼-ଓଡ଼ିଶା ସୀମାନ୍ତ ଜଙ୍କ ନଦୀ ବନ୍ଧ ନିକଟରେ ଏକ ଟ୍ରାକ୍ଟରରୁ ୫୨ ବସ୍ତା ଧାନ ଜବତ କରାଯାଇଛି।ସୂଚନା ଅନୁଯାୟୀ, ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା ଅନ୍ତର୍ଗତ ପାରକୋମ ଗ୍ରାମରୁ ଓଡ଼ିଶାର ନୂଆପଡ଼ା ଜିଲ୍ଲାର କୋଲଦା ଅଞ୍ଚଳକୁ ଏକ ନମ୍ବର ପ୍ଲେଟ୍‌ ବିହୀନ ଟ୍ରାକ୍ଟର ଯୋଗେ ଧାନ ପରିବହନ କରାଯାଉଥିଲା। ଯାଞ୍ଚ ସମୟରେ ଟ୍ରାକ୍ଟର ଚାଳକ ସିୟା ରାମ ପଟେଲଙ୍କ ନିକଟରୁ ୫୨ ବସ୍ତା ଧାନ, ପରିମାଣ ପ୍ରାୟ ୧୯.୧୨ କ୍ୱିଣ୍ଟାଲ, ଜବତ କରାଯାଇଥିଲା।ଜବତ ଧାନ ଏବଂ ସମ୍ପୃକ୍ତ ଯାନବାହନକୁ ଆଇନ ଅନୁଯାୟୀ ଅଟକ ରଖାଯାଇଥିବାବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଅନ୍ତଃରାଜ୍ୟ ଅବୈଧ ଧାନ ପରିବହନ ରୋକିବା ପାଇଁ…

Read More