ଫୁଲବାଣୀ,୬/୪:(ସୁନୀଲ ପଟ୍ଟନାୟକ): ଆଦିବାସୀ ବର୍ଗ ଙ୍କ ବିକାଶ ପାଇଁ ଗଠିତ ସ୍ବତନ୍ତ୍ର ଉନ୍ନୟନ ପରିଷଦ ର କନ୍ଧମାଳ ଜିଲ୍ଲା ଏସ ଡି ସି ଅଧ୍ୟକ୍ଷ ଭାବରେ ବରିଷ୍ଠ ବିଜେପି ନେତା ମାନ ଗୋବିନ୍ଦ ପ୍ରଧାନ ଙ୍କୁ ନିଯୁକ୍ତି ଦେଇଥିବା ବେଳେ ଉପାଧ୍ୟକ୍ଷ ଭାବେ କଳ୍ପନା କହଁର ଙ୍କୁ ନିଯୁକ୍ତି ଦେଇ ଛନ୍ତି l ଫଳରେ ଜିଲାର ଆଦିବାସୀ ଙ୍କ ବିକାଶ ପାଇଁ ଏହା ବେଶ ସହାୟକ ହେବ ବୋଲି ଜଣା ପଡ଼ିଛି l ନିଯୁକ୍ତି ପାଇବା ପରେ ଜିଲ୍ଲା ର ଆଦିବାସୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି l ନିଯୁକ୍ତି ମିଳିବ ପରେ ଅଧ୍ୟକ୍ଷ ମାନ ଗୋବିନ୍ଦ ପ୍ରଧାନ ଓ ଉପାଧ୍ୟକ୍ଷ କଳ୍ପନାକୁମାରୀ କହଁର ମୂଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି, କଂଧମାଳ ସାଂସଦ ଓ ବରିଷ୍ଠ ବିଜେପି ନେତା ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ଏହି ଦାୟିତ୍ବ କୁ ନିଷ୍ଠା,ଆନ୍ତରିକତା ଓ ସଚୋ ଟ୍ଟତ l…
Author: Janabani News
ରାୟଗଡ ,୬/୪,(ଅମୂଲ୍ୟ ନିଶଙ୍କ):ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସଦର ମହକୁମାସ୍ଥିତ ଜିଲ୍ଲା ପରିଷଦ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣି ଶିବିରରେ , ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ , ଆରକ୍ଷୀ ଅଧିକ୍ଷକ ଶ୍ରୀ ଗୋସେନ ବାର୍ଲା, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଵି ସରୋଜିନୀ ଦେବୀ, ପ୍ରକଳ୍ପ ପ୍ରଶାସକ ତଥା ସମନ୍ବିତ ଆଦିବାସୀ ଉନ୍ନୟନ ଅଧିକାରୀ ଶ୍ରୀ ଚନ୍ଦ୍ରକାନ୍ତ ମାଝୀ ଓ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କୁ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ l ଆଜି ମୋଟ ୬୮ ଟି ଅଭିଯୋଗ ଜିଲ୍ଲାପାଳଙ୍କ ପାଖକୁ ଆସିଥିଲା । ସେଥି ମଧ୍ୟରୁ ୫୩ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୧୫ଗୋଟି ଗ୍ରାମବାସୀ ମାନଙ୍କର ସାମୂହିକ…
ରାୟଗଡ଼ା,୦୬/୦୪/(ଅମୂଲ୍ୟ ନିଶଙ୍କ):ରାୟଗଡ଼ା ଜିଲ୍ଲା ସଂସ୍କୃତି ବିଭାଗର ପତ୍ର ସଂଖ୍ୟା ୯୪୯ ତା ୩୦.୦୩.୨୦୨୬ ଅନୁସାରେ, ସମଗ୍ର ଜିଲ୍ଲାରେ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ “ଓଡ଼ିଆ ପକ୍ଷ” ବହୁ ଆଡ଼ମ୍ବରରେ ପାଳିତ ହେଉଛି। ଏହି ପରିପ୍ରେକ୍ଷୀରେ ଆଜି ରାୟଗଡ଼ ପୌରପରିଷଦ ପକ୍ଷରୁ ସ୍ଥାନୀୟ ପ୍ରେମ୍ ପାହାଡ଼ ପର୍ଯ୍ୟଟନ ସ୍ଥଳୀଠାରେ ଏକ ବୃହତ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ରାୟଗଡ଼ ପୌର ପରିଷଦର ଅଧ୍ୟକ୍ଷ ଶ୍ରୀ ପି. ମହେଶ ପଟ୍ଟନାୟକ ଏବଂ ନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାର ପ୍ରମୁଖ ଉପସ୍ଥିତ ରହି ସ୍ୱଚ୍ଛତା କାର୍ଯ୍ୟର ନେତୃତ୍ୱ ନେବା ସହ ସହରବାସୀଙ୍କୁ ପରିବେଶ ସୁରକ୍ଷା ଓ ଓଡ଼ିଆ ଅସ୍ମିତାର ବାର୍ତ୍ତା ଦେଇଥିଲେ। ଏହି ଅଭିଯାନରେ ପୌର ପରିଷଦର ସମସ୍ତ ୱାର୍ଡ କାଉନସିଲର, ଜିଲ୍ଲା ସ୍ତରୀୟ ପଦାଧିକାରୀ, ପୌର କର୍ମଚାରୀ, ସ୍ୱଚ୍ଛ ସାଥୀ, ସୁପରଭାଇଜର ଏବଂ ସଫେଇ କର୍ମଚାରୀମାନେ ସକ୍ରିୟ ଭାବେ ଯୋଗ ଦେଇଥିଲେ। ସହରର ବରିଷ୍ଠ…
ଫୁଲବାଣୀ,୦୬/୦୪:( ସୁନୀଲ ପଟ୍ଟନାୟକ): ଓଡ଼ିଶାର କଳା, ସଂସ୍କୃତି ଓ ସମୃଦ୍ଧ ଐତିହ୍ୟକୁ ପ୍ରଚାର ପ୍ରସାର କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ‘ଓଡ଼ିଶା ପକ୍ଷ – ୨୦୨୬’ ଅବସରରେ ଆଜି ଫୁଲବାଣୀଠାରେ ଏକ ଐତିହ୍ୟ ଗଣ ଦୌଡ଼ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲ୍ଲା କ୍ରୀଡା ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି।ସ୍ଥାନୀୟ କନ୍ଧମାଳ ଷ୍ଟାଡିୟମରଠାରେ ଆୟୋଜିତ ଏହି ଗଣ ଦୌଡ଼କୁ ଫୁଲବାଣୀ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲ୍ଲିକ ଏବଂ କନ୍ଧମାଳ ଜିଲ୍ଲାପାଳ ଶ୍ରୀଯୁକ୍ତ ବେଦଭୂଷଣ ପତାକା ଦେଖାଇ ଶୁଭାରମ୍ଭ (Flag off) କରିଥିଲେ । ଏହି ଦୌଡ଼ରେ ଶତାଧିକ ଛାତ୍ରଛାତ୍ରୀ, କ୍ରୀଡ଼ାବିତ୍, ସ୍ବେଚ୍ଛାସେବୀ ଏବଂ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଏହି ପଦଯାତ୍ରା କନ୍ଧମାଳ ଷ୍ଟାଡିୟମଠାରୁ ବାହାରି ଏଫ୍ ସି ଆଇ ଛକ, ଗାନ୍ଧୀ ଛକ ଓ କୋରନେସନ୍ ଫିଲ୍ଡ ଦେଇ ପୁଣି କନ୍ଧମାଳ ଷ୍ଟାଡିୟମକୁ ଆସିଥିଲା…
ବୋଲଗଡ଼,୦୬/୦୪ (ସୁଶାନ୍ତ କୁମାର ପ୍ରଧାନ): ଓଡ଼ିଆପକ୍ଷ ପାଳନ ଅବସରରେ ସହୀଦ କାଳିଆ ଭୁଇମୁଳ ଏବଂ ସହୀଦ ସଚ୍ଚିଦାନନ୍ଦ ସ୍ମୃତି ପରିଷଦ ବାଙ୍କୋଇ ତଥା ପିଏ.ଏସ୍.ଏସ୍ ସାଗରଗୁଆଁ ମିଳିତ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ସାଗରଗୁଆଁ ବିଦ୍ୟା ବିକାଶ ନିକେତନ ସଭାଗୃହରେ ସହୀଦ କାଳିଆ ଭୁଇମୁଳ ଓ ସହୀଦ ସଚ୍ଚିଦାନନ୍ଦ ପଟ୍ଟନାୟକ ଙ୍କର ୨୦୭ତମ ମହାନ ବଳିଦାନ ଦିବସ ଅମର ସହୀଦ ଦ୍ୱୟଙ୍କର ବର୍ତ୍ତମାନର ଦାୟଦ ଡଃ ସେବକ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ଙ୍କର ସଭାପତିତ୍ବରେ ଏବଂ ବିଦ୍ୟାଳୟର ଗୁରୁଜୀ, ଗୁରୁମା,ବିଦ୍ୟାଳୟର କର୍ମଚାରୀ ଓ ସରପଞ୍ଚଙ୍କ ପ୍ରତିନିଧି ପ୍ରଫୁଲ୍ଲ କୁମାର ବେହେରା ଙ୍କ ଉପସ୍ଥିତିରେ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ସଭାରେ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଦେଶର ସ୍ୱାଧୀନତା ନିମିତ୍ତ ସହୀଦ ମାନଙ୍କର ଦେଶପ୍ରେମ ଓ ଦେଶଭକ୍ତି ଆତ୍ମ ବଳିଦାନ ପାଇଁ ଚିରକାଳ ଅମର ରହିବେ ବୋଲି ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ଛାତ୍ର ଛାତ୍ରୀ…
ନୂଆପଡ଼ା,ସିନାପାଲି: ୦୬/୦୪:(ପରମେଶ୍ୱର ମେହେର):ନୂଆପଡ଼ା ଜିଲ୍ଲାର ସିନାପାଲି ଅଞ୍ଚଳରେ ରବିବାର ସନ୍ଧ୍ୟାରେ ହଠାତ୍ ଆସିଥିବା ଝଡ଼-ତୋଫାନ ସହ ଘଡ଼ଘଡ଼ି, କୁଆପଥର ଓ ପ୍ରବଳ ବର୍ଷା ଜନଜୀବନକୁ ଅସ୍ଥବ୍ୟସ୍ତ କରିଦେଇଛି । ମାତ୍ର କିଛି ମିନିଟ୍ରେ ପ୍ରକୃତିର ଏହି ତାଣ୍ଡବ ରୂପ ସମଗ୍ର ଅଞ୍ଚଳକୁ ଆତଙ୍କିତ କରିଦେଇଥିଲା । ସ୍ଥାନୀୟ ସୂଚନା ଅନୁସାରେ, ଜୋର ଝଡ଼ ସହ ବର୍ଷା ହେବାରୁ ଅନେକ ବଡ଼ ବଡ଼ ଗଛ ଓ ଲତା ଭାଙ୍ଗି ପଡ଼ିଛି । ରାସ୍ତା ଉପରେ ଗଛ ପଡ଼ି ଯାଇଥିବାରୁ ଯାତାୟାତ ବ୍ୟବସ୍ଥା ମଧ୍ୟ କେତେକ ସ୍ଥାନରେ ବାଧାପ୍ରାପ୍ତ ହୋଇଛି । ଏହା ସହିତ ଅନେକ ବିଦ୍ୟୁତ ଖମ୍ବ ଭାଙ୍ଗି ପଡ଼ିଥିବାରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇ ଲୋକମାନେ ଅନ୍ଧକାରରେ ରହିବାକୁ ବାଧ୍ୟ ହୋଇଛନ୍ତି । ଏହି ପ୍ରାକୃତିକ ବିପର୍ଯ୍ୟୟରେ ବହୁତ ଧନ-ସମ୍ପତ୍ତିର କ୍ଷୟକ୍ଷତି ଘଟିଥିବା ଖବର ମିଳିଛି । ଘର ବାଡ଼ିର ଛାତ ଉଡ଼ିଯିବା ସହ ଅନେକ ଲୋକଙ୍କ ଜିନିଷପତ୍ର ମଧ୍ୟ କ୍ଷତି…
ରାୟଗଡ,୫/୪:(ଅମୂଲ୍ୟ ନିଶଙ୍କ): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଡଙ୍ଗରିଆ। ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସଲୀ ପଞ୍ଚାୟତଠାରେ ନିୟମଗିରି ସୁରକ୍ଷା ସମିତିର ଖବରଦାତା ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଥିଲା। ଏଥିରେ ନିୟମଗିରି ଉପରେ ରହୁଥିବା ସମସ୍ତ ଗାଁର ଡଙ୍ଗରିଆ ଉପସ୍ଥିତ ଥିଲେ। ଲଦ ଶିକାକ କହିବା ଅନୁଯାୟୀ, ଗତ ମାର୍ଚ୍ଚମଧ୍ୟାହ୍ନ ସମୟରେ ଲିଙ୍ଗରାଜ ଆଜାଦଙ୍କୁ ଭବାନୀପାଟଣାସ୍ଥିତ ତାଙ୍କ ନିଜ ଘରୁ ଉଠାଇ ନେଇଛି ପୋଲିସ। ବିନା କାରଣରେ କ’ଣ ପାଇଁ ଉଠାଇ ନେଇଛି ପୋଲିସ ବୋଲି ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ସିକ୍କା ପ୍ରଶ୍ନ କରିବା ସହ ଜଳ, ଜମି, ଓ ଜଙ୍ଗଲକୁ ଛଡାଇ ନେବାକୁ ଚେଷ୍ଟା କରୁଥିବା ସମ୍ବିଧାନ ବିରୋଧୀ କହି ରାଜ୍ୟ ସରକାର ଉପରେ ବର୍ଷିଥିଲେ। ଲିଙ୍ଗରାଜ ଆଜାଦ ଏବଂ ସୁରେଶ ସଂଗ୍ରାମକୁ ମିଥ୍ୟା ଅଭିଯୋଗରେ ଭବାନୀପାଟଣା ପୋଲିସ ଉଠାଇ ନେଇଛି।…
ନୂଆପଡ଼ା, ସିନାପାଲି, ୦୫/୦୪ (ପରମେଶ୍ୱର ମେହେର) : ସିନାପାଲି ବ୍ଲକ ଅନ୍ତର୍ଗତ ଯୁଗେନପଦର ଗ୍ରାମରେ ପବିତ୍ର ଗାଦି ଯାତ୍ରା ୨୦୨୬ ଦୁଇ ଦିନ ଧରି ଏପ୍ରିଲ ୫ ଓ ୬ ତାରିଖ (ରବିବାର ଓ ସୋମବାର) ଅନୁଷ୍ଠିତ ହେବ। ଏହି ଯାତ୍ରାକୁ କଦମ୍ବ ବଂଶୀୟ ମରକାମ ପରିବାରର ପାଳନ କମିଟି କର୍ମକର୍ତ୍ତା ଓ ସଦସ୍ୟମାନେ ସୁଚାରୁ ଭାବେ ଆୟୋଜନ କରୁଛନ୍ତି। ସିନାପାଲି, ଯୁଗେନପଦର ଓ ପଲସାପଡାର ଗାଦି ପୀଠଗୁଡ଼ିକରେ ବିଭିନ୍ନ ଦେବଦେବୀଙ୍କ ପୂଜାର୍ଚ୍ଚନା ପାରମ୍ପରିକ ରୀତିନୀତି ଅନୁଯାୟୀ ମହାସମାରୋହରେ ପାଳନ କରାଯିବ। ଏହି ଅବସରରେ ଭକ୍ତମାନଙ୍କର ବ୍ୟାପକ ଭିଡ଼ ହେବା ସହ ସମଗ୍ର ଅଞ୍ଚଳରେ ଧାର୍ମିକ ପରିବେଶ ଓ ଉତ୍ସାହ ଦେଖିବାକୁ ମିଳିବ।
ବାଲିଗୁଡା, ତା, ୦୫/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବନାଞ୍ଚଳ ଅଧୀନରେ ଥିବା ଚକାପାଦ ବ୍ଲକ୍ ବ୍ରାହ୍ମଣପାଦ ପଞ୍ଚାୟତ ରିଙ୍ଗିବାଡ଼ି ଗ୍ରାମ ନିକଟରେ ବନ ବିଭାଗ ଚଢ଼ଉ କରି ଏକ କଲରାପତରିଆ ବାଘଛାଲ ଜବତ କରିଛି। ବାଘ ଛାଲର ଲମ୍ବ ୧୬୮ ସେଣ୍ଟିମିଟର ହୋଇଥିବା ବେଳେ ଏହାକୁ ବିକ୍ରି କରିବା ଅଭିଯୋଗରେ ଅଭିଯୁକ୍ତ ପଙ୍କଜ କହଁର କୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ପଙ୍କଜ ଉକ୍ତ ବାଘ ଛାଲକୁ ବିକ୍ରି କରିବାକୁ ଆଣୁଥିବା ବେଳେ ଟିକାବାଲି ବନ କର୍ମଚାରୀ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରି ଏହାକୁ ଜବତ କରିଥିଲେ । ଏନେଇ ବନ୍ୟା ପ୍ରାଣୀ ସଂରକ୍ଷଣ ଆଇନ୍ ପ୍ରକାରେ ଏକ ମାମଲା ରୁଜୁ ହେବା ସହ ଏହି ଘଟଣା ରେ ଆଉ କିଏ କିଏ ସାମିଲ ଅଛନ୍ତି, ସେ ନେଇ ତଦନ୍ତ ଅବ୍ୟାହତ ଥିବା ବିଷୟ ବନାଞ୍ଚଳ ଅଧିକାରୀ…
ଫୁଲବାଣୀ,0୫/୦୪(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ରେ ପ୍ରାୟ କୋଟିଏ ଟଂକା ବ୍ୟୟରେ ଅତ୍ୟାଧୁନିକ ଶୈଳୀ ରେ ନିର୍ମିତ ହେଇଥିବା ନୁଆ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ସରି ଯାଇଥିଲେ ମଧ୍ୟ ଉଦ୍ଘାଟନ ହୋଇନି l ଫଳରେ ବସ ଷ୍ଟାଣ୍ଡ ଙ୍କୁ ଗାଡି ମୋଟର ପ୍ରବେଶ ନ କରି ବାହାରେ ରହୁଛି l ଶିଘ୍ର ଉଦ୍ଘାଟନ ହେଲେ ଯାତ୍ରୀ ଉପକୃତ ହୋଇପାରନ୍ତେ l ଏହାକୁ ପୋଲିସ ହଉସିଂ କର୍ପୋରେସନ ନିର୍ମାଣ କରିଛି l ତୁରନ୍ତ ଉଦ୍ଘାଟନ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି l
ଫୁଲବାଣୀ,୫/୦୪:(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା କୋଟଗଡ ଥାନା ପୋଲିସ ୩ଜଣ କୁଖ୍ୟାତ ଚୋର ଙ୍କୁ ଗିରଫ କରିଛି l ସେମାନଙ୍କ ନିକଟ ରୁ ୪ଟି ମଙ୍ଗଳ ସୂତ୍ର, ଗୋଟେ କାନ ଫୁଲ, ରୂପା ଚେନ, ବ୍ରେସ ଲେଟ, ରୂପା ମୁଦି ଆଦି ଜବତ କରିଛି l ଏଥି ସହ ଦୁଇଟି ମୋଟର ସାଇକେଲ, ନଗଦ ୨୫ହଜାର ୭୦୦ଟଂକା, ଓ ୩ଟି ମୋବାଇଲ୍ ଫୋନ ମଧ୍ଯ ଜବତ କରିଛି ପୋଲିସ l ଗିରଫ ୩ଜଣ ଚୋର ନବରଙ୍ଗ ପୁର ଜିଲ୍ଲାର ବୋଲି କୁହାଯାଉଛି l ଗତ ୨୩ରେ କୋଟଗଡ ଥାନା ରେଟl ବାଲି ଗ୍ରାମର ପବିତ୍ର ନାୟକ ଙ୍କ ଘରୁ ଚୋରୀ କରିଥିଲେ l ଘରେ କେହି ନଥିବା ସୁଯୋଗ ରେ ଚୋର ମାନେ ସୁନା ରୂପା ସହ ନଗଦ ଲକ୍ଷେ ଟଙ୍କା ଧରି ଚଂପଟ୍ଟ ମାରିଥିଲେ l ଏ ନେଇ ଅଭିଯୋଗ ହେବା ପରେ ବାଲିଗୁଡ଼ା ଏସ ଡି ପି ଓ ଶୁଭମ୍…
ବେଲଗୁଣ୍ଠା,୦୫/୦୪,(ଶିବରାମ ଚୌଧୁରୀ):କେନ୍ଦ୍ର ଶାସିତ ଅଞ୍ଚଳ ଦମନ, ବାପି ଏବଂ ଏହାର ଆଖପାଖରେ ରହୁଥିବା ପ୍ରବାସୀ ଓଡିଆ ଭାଇମାନଙ୍କ ଦ୍ଵାରା ଗଠିତ ଶ୍ରୀ ଜଗନ୍ନାଥ ସେବା ସମିତିର ସଦସ୍ୟମାନେ ସାମାଜିକ କାର୍ଯ୍ୟକ୍ରମର ସ୍ୱରୂପ ରବିବାର ଦିନ ଏକ ସାମୁହିକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ମୋତି ଦମନ ସ୍ଥିତ ସରକାରୀ ହସ୍ପିଟାଲ ରକ୍ତଦାନ କେନ୍ଦ୍ରରେ ଆୟୋଜିତ କରିଛନ୍ତି l ଏହି ରକ୍ତଦାନ ଶିବିରରେ ୨୧ ଜଣ ରକ୍ତଦାତା ଯୋଗ ଦେଇ ସ୍ଵେଚ୍ଛାକୃତ ରକ୍ତଦାନ କରିବା ସହ ଖୁସି ପ୍ରକଟ କରିଥିଲେ I ବହୁ ସଂଖ୍ୟା ରେ ସ୍ବେଛାସେବୀ ସଂଗଠନ ତରଫରୁ ପ୍ରତ୍ୟେକ ରକ୍ତଦାତାଙ୍କୁ ପୁଷ୍ପଗୁଚ୍ଛ,ଉପହାର ଏବଂ ପ୍ରଶଂସାପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା I ଏହିପରି ସାମାଜିକ କାର୍ଯ୍ୟକ୍ରମ ଆଗାମୀ ଦିନରେ ଜାରି ରହିବ ବୋଲି ସଂଗଠନ ର ସଦସ୍ୟ ମାନେ ପ୍ରକାଶ କରିଥିଲେ l ଜଗନ୍ନାଥ ସଂସ୍କୃତି ସହିତ ମାନବ ସେବା ହିଁ ମାଧବ ସେବା ଧର୍ମର ପ୍ରଚାର, ପ୍ରସାର ଏବଂ…