ବାଲିଗୁଡା,୦୫/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୭ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ଏପ୍ରିଲ ୫ ତାରିଖ ରବିବାର ଦିନ ବିପୁଳ ଉତ୍ସାହ ଉଦ୍ଦୀପନାର ସହ ଆୟୋଜନ ହୋଇ ଶାନ୍ତି ଶୃଙ୍ଖଳା ଭାବେ ଉଦଯାପିତ ହୋଇଯାଇଛି। ତେର ଶମ୍ଭୁ ଦଣ୍ଡଯାତ୍ରାର ଏହି ମହାମିଳନକୁ ଦେଖିବା ଲାଗି ବାଲିଗୁଡା ସମେତ ଆଖପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା l ଏହି ଅବସରରେ ଏଥିରେ ବାଲିଗୁଡ଼ା, ଦଣ୍ଡପଦର, ବାଟାଗୁଡ଼ା, ବାରଖମା, କତେରୀଭଟ୍ଟା, ସିଟୁପଡ଼ି, ଡାକା, ରୁତୁଙ୍ଗିଆ, ବାଲିଗାଡ଼ା, ବେନାରବାହାଲ , ମଳିକ ଗାଁ (ଲାଇନ୍ପଡ଼ା), ଘୋଡ଼ାପଥର (ଖଜୁରୀପଡ଼ା), ଗ୍ରୀନ୍ବାଡ଼ି (ଦାରିଙ୍ଗବାଡ଼ି) ଅଞ୍ଚଳ ର ଦଣ୍ଡଥଳ ଯୋଗ ଦେଇ ନିଜ ନିଜର ନାଚ ପରିବେଷଣ କରିଥିଲେ l ରବିବାର ଦିନ ସକାଳେ ମା’ ପାଟ୍ଟଖଣ୍ଡା ମନ୍ଦିରରେ ୧୩ ଦଣ୍ଡ ଥଳଙ୍କୁ ରୀତିନୀତି ଅନୁଯାୟୀ ପୂଜାର୍ଚନା କରି ବରଣ କରାଯାଇ ଥିଲା…
Author: Janabani News
ବ୍ରହ୍ମପୁର,୫/୪:(ହିମାଂଶୁ ଶେଖର ସାବତ): ଓଡ଼ିଆ ପକ୍ଷ ଅବସରରେ ଏକ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ମାନ୍ୟବର ବିଧାୟକଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି। ଏହି ଗଣଦୌଡ ମହାତ୍ମା ଗାନ୍ଧୀ ଷ୍ଟାଡିୟମ୍ ଠାରୁ ଆରମ୍ଭ ହୋଇ ଖଲ୍ଲିକୋଟ କଲେଜ ପର୍ଯ୍ୟନ୍ତ ଯାଇ ପୁନର୍ବାର ଷ୍ଟାଡିୟମ୍କୁ ଫେରିଥିଲା।ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ, ବ୍ରହ୍ମପୁର ; ମେୟର, ଡେପୁଟି ମେୟର ବ୍ରହ୍ମପୁର ମହାନଗର ନିଗମ; କମିଶନର; ମହାନଗର ନିଗମ ବ୍ରହ୍ମପୁର, ଉପ ଜିଲ୍ଲାପାଳ, ବ୍ରହ୍ମପୁର ଓ ଜିଲ୍ଲା କ୍ରୀଡା ଅଧିକାରୀ, ଗଞ୍ଜାମ ଯୋଗଦେଇଥିଲେ।ଏହି ଗଣଦୌଡରେ ପ୍ରାୟ ୫୦୦ରୁ ଅଧିକ ବୁଦ୍ଧିଜୀବୀ, ମହିଳା, ଯୁବକ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଆଜିର ଏହି ଗଣ ଦୌଡ଼ ଅତ୍ୟନ୍ତ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହିତ ସମାପନ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଅଶେଷ ଧନ୍ୟବାଦ ଦିଆଯାଇ ଅଂଶଗ୍ରହଣକାରୀ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
ପୋଲସରା,୫/୪:(ଶିବ ପ୍ରସାଦ ସାହୁ):ପୋଲସରା ବ୍ଲକ କଳମ୍ବ ଗ୍ରାମରେ ରବିବାର ପଞ୍ଚୁଦଣ୍ଡ ମହାମିଳନ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପଞ୍ଚୁଦଣ୍ଡ ଯାତ୍ରା ଦେଖିବାକୁ ହଜାର ହଜାର ଦର୍ଶକ ଙ୍କ ସମାଗମ ହୋଇଥିଲା। ଏହି ଯାତ୍ରାରେ ରୂଖାକଣା, ମରେଈପଲ୍ଲୀ, ହାତୀଓଟ, ରାଣୀପଡ଼ା ଓ ମାଳ ତେନ୍ତୁଳିଆ ପ୍ରମୁଖ ୫ଟି ଦଣ୍ଡାଦଳ ଅଂଶଗ୍ରହଣ କରିଥିଲେ। ପଞ୍ଚୁଦଣ୍ଡମହାମିଳନ ଦେଖିବା ପାଇଁ ବିଭିନ୍ନ ଅଞ୍ଚଳ ରୁ ହଜାର ହଜାର ଦର୍ଶକ ଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ଗ୍ରାମବାସୀଙ୍କ ସହଯୋଗ ସାଙ୍ଗକୁ ଯୁବଗୋଷ୍ଠୀ ଙ୍କ ସହଯୋଗ ବେଶ ମହତ୍ୱପୂର୍ଣ ଥିଲା। ଉକ୍ତ ପଞ୍ଚୁଦଣ୍ଡ ମିଳନ କାର୍ଯ୍ୟକ୍ରମ ରେ ଅତିଥିଭାବେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ପୂର୍ବତନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ, ସମାଜସେବୀ ପ୍ରଭାକର ପଣ୍ଡା, ଜଗନ୍ନାଥ ବାଢେଇ ସମେତ ସହଯୋଗୀ ଯୋଗଦେଇଥିଲେ
ପୋଲସରା,୫/୪:(ଶିବ ପ୍ରସାଦ ସାହୁ):ପୋଲସରା ଥାନା ବଡ଼ ପଙ୍କବାଡି ଗ୍ରାମର ଜଣେ ଯୁବକ କୁ ଅପହରଣ କରି ମାଡ଼ ମାରିବା ଘଟଣାରେ ପୋଲସରା ପୁଲିସ ଅଭିଯୋଗ କାରିଙ୍କ ଅଭିଯୋଗ ପ୍ରକାରେ କେଶ ନମ୍ବର ୧୭୩/୨୬ ଅନୁଯାୟୀ ୪ଜଣଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଅପହରଣ ହୋଇଥିବା ଯୁବକ ଜଣକ ହେଲେ ବଡ଼ ପଂକଳବାଡି ଗ୍ରାମର ଶଙ୍କର ମହାପାତ୍ର।ଗିରଫ ଅଭିଯୁକ୍ତ ମାନେ ହେଲେ ପୋଲସରା ଥାନା ବଡ ପଂକଳବାଡି ମଙ୍ଗଳ ପୁର ଗ୍ରାମର ଜଗନ୍ନାଥ ଗୌଡ଼ (୨୭), କୋଦଳା ଥାନା ଜେ ରାମପଲ୍ଲୀ ଗ୍ରାମର ସଞ୍ଜୟ ପାଲଟା(୨୬), ପୁରୁଷୋତ୍ତମ ପୁର ଥାନା ବାହାଲପଲ୍ଲୀ ଗ୍ରାମର ଆଶିଷ କୁମାର ରାଉତ (୩୨), ଛତିଶଗଡ଼ ଯାଞ୍ଜଗିରି ଚମ୍ପା ଜିଲ୍ଲା ସିଲଖାନ ଗ୍ରାମର ଭୁବନ ଭରଦ୍ୱାଜ (୨୫)ପ୍ରମୁଖ ୪ ଅଭିଯୁକ୍ତ ମାନଙ୍କୁ ରବିବାର କୋର୍ଟ ଚାଲାଣ କରିଛି। ଏଥି ସହିତ ସେମାନଙ୍କ ନିକଟରୁ ଗୋଟିଏ କାର ସହ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି। ସୂଚନା ଯୋଗ୍ୟ…
ବୁଗୁଡା,ବାଲିପଦର,୦୫/୦୪:(ଡ . ବି ପ୍ରକାଶ ଚନ୍ଦ୍ର ପାତ୍ର):ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ଠାରେ ଧାନ ମିଲ୍ ମାଲିକ ତ୍ରିନାଥ ସାସମଲଙ୍କ ମାନସିକ ପଞ୍ଚୁଦଣ୍ଡ ମହାମିଳନ ବାଲିପଦର ଠାରେ ମହାସମାରୋହରେ ପାଳିତ ହୋଇ ଯାଇଛି। ଗହଙ୍ଗୁ ,ଏ.କରଡାବାଡି,ସୁନାକେରା,ବଣପଲ୍ଲୀ,ପଙ୍କଳବଡିର ମା ଦଣ୍ଡକାଳୀ କର୍ତ୍ତାଙ୍କ ବାସଭବନ ଠାରେ ଧୁଳିଦଣ୍ଡ ସମାପନ ପରେ ସାମନ୍ତରା ବନ୍ଧ ଠାରେ ପାଣିଦଣ୍ଡ ଭାଙ୍ଗି କର୍ତ୍ତା ତ୍ରିନାଥ ସାସମଲଙ୍କ ବାସଭବନ ଠାରେ ମହାମିଳନ କରି ବାଲିପଦର ଜଙ୍କସନ୍ ଓ ମକର ପଡିଆ ଠାରେ ପଞ୍ଚ ଦଣ୍ଡଙ୍କ ମହାମିଳନ ଅନୁଷ୍ଠିତ ହୋଇଥିଲା। ସମସ୍ତ ଦଣ୍ଡ ଦଳ କୁୁମୁଟିସାହି, ଚଷାସାହି, ମହାରଣାସାହି, କାର୍ଯ୍ୟୀ ସାହି, ମେଡିକାଲସାହି ପ୍ରଭୂତି ସାହି ପରିକ୍ରମା କରି ନିଜନିଜ ଆସ୍ଥାନକୁ ପହଞ୍ଚି ଦଣ୍ଡ ସମାପନ କରିଥିଲେ। ସମସ୍ତ ସାହିର କର୍ମକର୍ତ୍ତା ମାନଙ୍କୁ ନେଇ ଗଠିତ ପଞ୍ଚଦଣ୍ଡ କମିଟି ଦଣ୍ଡ ପରିଚାଳନା କରିଥିଲେ। ଅଞ୍ଚଳର ପାଞ୍ଚ ହଜାର ଶ୍ରଦ୍ଧାଳୁ ଏହି ପାବନ ଉତ୍ସବରେ ଯୋଗଦେଇ ମା’କାଳୀଙ୍କ ଦର୍ଶନ ଲାଭ କରିଥିଲେ।
ବୁଗୁଡ଼ା,ବାଲିପଦର:୦୪-୦୪:(ଡ. ପ୍ରକାଶ ଚନ୍ଦ୍ର ପାତ୍ର):ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ପରୀକ୍ଷାଗାର ସହାୟକ ସ୍ବର୍ଗତ ହିମାଂଶୁ ଶେଖର ମିଶ୍ରଙ୍କ ଦ୍ୱାଦଶାହ ଅବସରରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ସ୍ରୋତର ମିଳିତ କର୍ମଚାରୀ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଓ ଶୋକସଭା ଆୟୋଜିତ ହୋଇଯାଇଛି। ସ୍ବର୍ଗତ ମିଶ୍ରଙ୍କ ପୈତୃକ ଗାଁ ପ୍ରତାପ ଧନଞ୍ଜୟପୁର ଶାସନରେ ଅନୁଷ୍ଠିତ ହୋଇଥିବା ଏହି ବିଶେଷ କାର୍ଯ୍ୟକ୍ରମରେ ଯୁକ୍ତଦୁଇ ସ୍ରୋତର ଅଧ୍ୟକ୍ଷ ସରୋଜ କାନ୍ତ ଦାସ, ପ୍ରାଧ୍ୟାପକ କୈଳାସ ଚନ୍ଦ୍ର ସେନାପତି, ବରିଷ୍ଠ ଅଧ୍ୟାପକ ଡକ୍ଟର ଏ ଜିତେଶ ରାଓ ଦୋରା, ପ୍ରଦ୍ୟୁମ୍ନ କୁମାର ପାଢ଼ୀ, ସନ୍ତୋଷ କୁମାର ପରିଡା, କ୍ରୀଡା ଅଧ୍ୟାପକ ଉମା ଶଙ୍କର ଗୌଡ଼, ନବଘନ ପ୍ରଧାନ, ଭଞ୍ଜ କିଶୋର ଗୌଡ଼, ମୁଦୁରାଜୂ ଦୋରା, ରମାକାନ୍ତ ରାଉତ, ନାରାୟଣ ବଡୁ, ପ୍ରଦେଶ ସ୍ୱାଇଁ, ବିଜୟ କୁମାର ଗୌଡ଼, ସଞ୍ଜୟ କୁମାର ରାଉତ ଯୋଗ ଦେଇ ସ୍ବର୍ଗତ ଆତ୍ମାର ସଦଗତି କାମନା…
ବୁଗୁଡା,୫/୪:(କୁମୁଦ ଚନ୍ଦ୍ର ବେହେରା) : ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରୁ ବିଦ୍ୟାଳୟ ପ୍ରବେଶ ଉତ୍ସବ ଓ ଖଟିଛୁଆଁ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଏକ ସଚେତନତା ରଥ ବାହାରି ବିଭିନ୍ନ କ୍ଲଷ୍ଟର ପରିକ୍ରମା କରିଥିବା ଜଣାଯାଇଛି ।ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ସଚେତନତା ରଥ ପରିକ୍ରମା କାର୍ଯ୍ୟକ୍ରମକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୃତିକୃଷ୍ଣ ପାତ୍ର ଉଦ୍ଘାଟନ କରିଥିବା ବେଳେ ଏଥିରେ ତହସିଲଦାର ତାପସ ରାଉତ, ବିଡିଓ ଚିନ୍ମୟ ମହାପାତ୍ର, ଏବିଇଓ ଅମିତା କୁମାରୀ ପାଢୀ ଓ କୃଷ୍ଣଚନ୍ଦ୍ର ବେହେରା , ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ମହାରଣା, ଲକ୍ଷ୍ମୀ ପ୍ରୀୟା ବେହେରା,ଅଞ୍ଜଳି ପ୍ରଧାନ, ବୁଗୁଡା କ୍ଲଷ୍ଟର ସିଆରସିସି କିରଣ ବାଳା ତ୍ରିପାଠୀ ଓ ଗୋଳିଆ କ୍ଲଷ୍ଟର ସୁନିତା ପାଣିଗ୍ରାହୀଙ୍କ ସମେତ ଅନ୍ୟ ସିଆରସିସି,ଶିକ୍ଷକ ଓ ଶିକ୍ଷୟିତ୍ରୀ ରହିଥିଲେ। ଏହି ସଚେତନତା ରଥ ସହ ବହୁ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ଶୋଭାଯାତ୍ରାରେ ବାହାରି ବିଇଓ କାର୍ଯ୍ୟାଳୟ…
ବୁଗୁଡା:୫/୪:(କୁମୁଦ ଚନ୍ଦ୍ର ବେହେରା):ବୁଗୁଡା ବ୍ଲକ୍ ଅନ୍ତର୍ଗତ ଘୋଳ ପୁର ଗାଁରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଶିଶୁମାନଙ୍କ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହା ମନ୍ତ୍ରୀଙ୍କ ନିଜ ଗାଁର ବିଦ୍ୟାଳୟ। ଏଠାରେ ସେ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ। ତଳେ ବସି କୁନି କୁନି ଶିଶୁମାନଙ୍କୁ ମନ୍ତ୍ରୀ ସେମାନଙ୍କ ଖଡ଼ି ଛୁଆଁର ଶୁଭାରମ୍ଭ କରିଥିଲେ। ମନ୍ତ୍ରୀଙ୍କୁ ନିଜ ବିଦ୍ୟାଳୟରେ ଅତି ନିକଟରୁ ପାଇ ଛାତ୍ରୀଛାତ୍ରମାନେ ଖୁସି ଅନୁଭବ କରିଥିଲେ। ମନ୍ତ୍ରୀଙ୍କ ନିକଟରେ ପିଲାଙ୍କ ଅଭିଭାବକ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରେକୃଷ୍ଣ ପ୍ରଧାନ, ସହକାରୀ ଶିକ୍ଷକ ମନୋଜ ପଟ୍ଟନାୟକ, ଗୌରାଙ୍ଗ ପ୍ରଧାନ ଓ ପ୍ରଦୀପ ଜେନା ଉପସ୍ଥିତ ଥିଲେ।
ବୋଲଗଡ଼,୫/୪:(ସୁଶାନ୍ତ କୁମାର ପ୍ରଧାନ):ପୁଷ୍ପକ ବିମାନରେ ଆଜିର ଯୁଗର ବିମାନଠାରୁ ଅନେକ ପ୍ରଯୁକ୍ତି ବିଦ୍ୟାର ବିଶେଷତା ରହିଥିଲା ଯେଉଁ କାରଣରୁ ପୁଷ୍ପକବିମାନ କୁ ଆଦି କାଳର ପ୍ରଥମ ବିମାନ କୁହାଯାଇଛି। ଆମର ପୁରାଣ ଅନୁସାରେ ପୁଷ୍ପକବିମାନ ମୂଳତଃ ବିଶ୍ୱକର୍ମାଙ୍କ ଦ୍ୱାରା ବ୍ରହ୍ମାଙ୍କ ପାଇଁ ନିର୍ମିତ ହୋଇଥିଲା । ପରେ ବ୍ରହ୍ମା ଏହାକୁ ଧନର ଭଗବାନ କୁବେରଙ୍କୁ ଦେଲେ। କିନ୍ତୁ ପରେ କୁବେରଙ୍କ ଭାଇ ଲଙ୍କାର ରାଜା ରାବଣ ଛଡ଼ାଇ ନେଇଥିଲା। ପୁରାଣ ଅନୁସାରେ କେତେକଙ୍କ ମତରେ ଅଙ୍ଗିରା ଋଷି ଏହାକୁ ନିର୍ମାଣ କରିଥିଲେ। ଦେବଶିଳ୍ପୀ ବିଶ୍ୱକର୍ମା ତାହାର ନିର୍ମାଣ ତଥା ସାଜସଜ୍ଜା କରିଥିଲେ। କିନ୍ତୁ ମୂଳତଃ ପୁଷ୍ପକବିମାନ କୁବେରଙ୍କ ପାଖରେ ଥିଲା। ରାବଣ ବଡ଼ଭାଇଙ୍କଠାରୁ ବଳ ପୂର୍ବକ ଛଡେଇ ଆଣିଥିଲା। ବାଲ୍ମୀକି ରାମାୟଣର ବର୍ଣ୍ଣନା ଅନୁଯାୟୀ ପୁଷ୍ପକବିମାନ ମନ ଯାନ ଥିଲା ଯାହାକି ଯେଉଁ ଆଡ଼କୁ ମନ ଇଚ୍ଛା କରେ ସେହିଦିଗକୁ ବିମାନ ଉଡ଼ୁଥିଲା। ଏପରିକି ଦରକାର ପଡି଼ଲେ ବିମାନଟିକୁ ଛୋଟ ଏବଂ…
ବୋଲଗଡ଼,୪/୪(ସୁଶାନ୍ତ କୁମାର ପ୍ରଧାନ):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ମଣ୍ଡଳର ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ କୁମାର ସ୍ଵାଇଁଙ୍କ ପୌରହିତ୍ୟରେ ଶନିବାର ଦିନ ପୂର୍ବାହ୍ନରେ ପିଏମ୍ ଶ୍ରୀ ବାମନ ସରକାରୀ ଉଚ୍ଚବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାଶ ଓ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରିଣୀ ସେନାମିକା ରାୟଙ୍କ ନିର୍ଦ୍ଦେଶରେ ପାଳିତ ଏହି ଉତ୍ସବରେ ବୋଲଗଡ଼ ଗ୍ରା.ପ.ର ସରପଞ୍ଚ ଗୀତାଞ୍ଜଳି ସାହୁ ମୁଖ୍ୟ ଅତିଥି, ସମିତିସଭ୍ୟା ନିର୍ମଳା ପ୍ରଧାନ, ବୋଲଗଡ଼ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ କୈଳାସନାଥ ସ୍ୱାଇଁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକ।ରିଣୀ ଅମିତା ମିଶ୍ର ସଂପୃକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପୀତବାସ ଲେଙ୍କା, ପରିଚାଳନା ପରିଷଦର ଅଧ୍ୟକ୍ଷ ଅଶୋକ କୁମାର ଦଳବେହେରା ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ଅଧ୍ୟକ୍ଷ ଗଦାଧର ଚମ୍ପତ୍ତି ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ୨୪ ଜଣ ଶିଶୁ ବାଟିକା ଓ…
ଭୁବନେଶ୍ୱର,4/4(ଜନବାଣୀ ବ୍ୟୁରୋ) ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଓଡ଼ିଶା ହେବା ଦରକାର। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ରାଜ୍ୟରେ ପର୍ଯ୍ୟଟନକୁ ବିଶ୍ବସ୍ତରୀୟ କରିବାକୁ ହେଉଛି ଯୋଜନା। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ।ସବୁ ବିଭାଗର ସଚିବଙ୍କ ସହ ଆଲୋଚନାରେ ପର୍ଯ୍ୟଟନକୁ ଦିଆଯାଇଛି ଫୋକସ୍। ‘ଥିଙ୍କ୍ ଇଣ୍ଡିଆ ଥିଙ୍କ୍ ଓଡ଼ିଶା’ ଥିମରେ ଦୌଡ଼ିବ ଓଡ଼ିଶା ପର୍ଯ୍ୟଟନ। ପର୍ଯ୍ୟଟନର ବିକାଶ ପାଇଁ ସବୁ ବିଭାଗ ନିଜ ନିଜର ଯୋଗଦାନ ଦେବେ। ଯେପରି ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଓଡ଼ିଶା ହେବ ସେ ଦିଗରେ ଗୁରୁତ୍ବ ଦିଆଯିବ ବୋଲି ଦୋହରାଇଛନ୍ତି ମୁଖ୍ୟ ଶାସନ ସଚିବ।
ବ୍ରହ୍ମପୁର,୪/୪:(ହିମାଂଶୁ ଶେଖର ସାବତ):ଗଞ୍ଜାମ ଜିଲ୍ଲାରେ ଆୟୋଜିତ ହେଉଥିବା ଦଣ୍ଡ ନାଟ ନେଇ ଏକ ଏସ ଓ ପି ଜାରି କରାଯାଇଛି। ଏସ ଓ ପି ଜାରି କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଅଶ୍ଳୀଳତା ବନ୍ଦ କରିବା ଓ ଆମର ସ୍ଵକୀୟ କଳା ଓ ସଂସ୍କୃତିକୁ ଅଧିକ ସମୃଦ୍ଧ କରିବା। ଏସ ଓ ପି, ଜନ ସଚେତନତା ଓ ଗଣମାଧ୍ୟମ ଜରିଆରେ ଅନୁରୋଧ ସତ୍ତ୍ବେ ଦଣ୍ଡ ନାଟରେ ଅଶ୍ଳୀଳତା ପ୍ରକାଶ ପାଉଛି। ଏକ ସୁସ୍ଥ ଓ ସଚେତନ ସମାଜ ପାଇଁ ଏହା ଶୁଭଙ୍କର ନୁହେଁ। ଏହି ସଦ୍ୟ ଅତୀତରେ ଛତ୍ରପୁର ସହରରେ ଏକ ଦଣ୍ଡ ଦଳ ଦ୍ଵାରା ଅଶ୍ଳୀଳତା ପ୍ରଦର୍ଶନ ହେତୁ ୫ଜଣ ଆୟୋଜକଙ୍କ ଉପରେ ପୋଲିସ କେଶ ଦାୟର କରିଥିଲା ବେଳେ ତହସିଲଦାର, ଛତ୍ରପୁର ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ସେମାନେ ସଠିକ ଉତ୍ତର ରଖି ନ ପାରିଲେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଲ୍ଲା…