ଛତ୍ରପୁର,୪/୪:(ହିମାଂଶୁ ଶେଖର ସାବତ): ଜିଲ୍ଲା ସ୍ତରୀୟ ଜାଳେଣୀ ସଂକଟ ପରିଚାଳନା ସଂଘର ପ୍ରଥମ ବୈଠକ ଗଞ୍ଜାମ ଜିଲ୍ଲାପାଳ ଓ୍ବି. କୀର୍ତ୍ତି ଓ୍ବାସନ୍ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ସମସ୍ତ ତୈଳ କମ୍ପାନୀ, ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲାରେ ଘରୋଇ ବ୍ଯବହାର ନିମନ୍ତେ ଗ୍ଯାସ୍ ସିଲିଣ୍ଡର ପୂର୍ବପରି ଯୋଗାଣ ହୋଇପାରୁଛି, କିନ୍ତୁ ବାଣିଜ୍ଯିକ ଗ୍ଯାସ ସିଲିଣ୍ଡରର ଯୋଗାଣ ପୂର୍ବାପେକ୍ଷା ସାମାନ୍ଯ କମ୍ ଅଛି । ବର୍ତ୍ତମାନ ଆମ ଜିଲ୍ଲାରେ ମୋଟ୍ ୧୦୮ଗୋଟି ଗ୍ଯାସ୍ ସିଲିଣ୍ଡର ଜବତ କରାଯାଇଛି । ୧୬ ଗୋଟି କେସ୍ ଜିଲ୍ଲାପାଳଙ୍କ କୋର୍ଟରେ ରେଜିଷ୍ଟର ହୋଇଥିବା ବେଳେ ଗୋଟିଏ କେସ୍ ପୋଲିସ୍ ଥାନାରେ ଏଫ୍.ଆଇ୍.ଆର୍ ଦରଜ କରାଯାଇଛି । ଜିଲ୍ଲାରେ ଗ୍ଯାଲ୍ ର କଳାବଜାରୀ ରୋକିବା ପାଇଁ ସମୁଦାୟ ୪ଗୋଟି ଉପଖଣ୍ଡ ସ୍ତରୀୟ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ଗଠନ କରାଯାଇଥିବା ଜିଲ୍ଲା ମୁଖ୍ଯ…
Author: janabani
ବ୍ରହ୍ମପୁର,(ହିମାଂଶୁ ଶେଖର ସାବତ): ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରଶିକ୍ଷଣ କେନ୍ଦ୍ର ବ୍ରହ୍ମପୁର ଉନ୍ନୟନ କତୃପକ୍ଷ କାର୍ଯ୍ୟାଳୟରେ ଏକ ସ୍ଵତନ୍ତ୍ର ଶ୍ରେଣୀ ଗୃହର ଉଦ୍ଘାଟନ କରାଯାଇଛି l ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାର,ଚିକିଟି ବିଧାୟକ ଶ୍ରୀ ମନୋରଞ୍ଜନ ଦ୍ୟାନ ସାମନ୍ତରା,ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର ,ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ , ଗଞ୍ଜାମ ଜିଲ୍ଲାପାଳ ୱି କୀର୍ତ୍ତି ୱାସନ୍ , ଦକ୍ଷିଣାଞ୍ଚଳ ଆଇ ଜି ଶ୍ରୀ ନିତି ଶେଖର, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ ସର୍ବଣା ବିବେକ ଏମ୍, ବ୍ରହ୍ମପୁର ମହାନଗର ନିଗମ କମିଶନର ସୁଶ୍ରୀ ଏ ସସ୍ୟ ରେଡ୍ଡୀ, ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ ଅବିନାଶ କୁମାର ଉପସ୍ଥିତ ରହିଥିଲେ lଗଞ୍ଜାମ ଜିଲ୍ଲାରେ ପ୍ରଥମ ଥର ଜିଲ୍ଲା ପ୍ରଶାସନ ତରଫରୁ ଲକ୍ଷ୍ୟ ନିକେତନ କାର୍ଯ୍ୟକ୍ରମ ମାଧ୍ୟମରେ ସିଭିଲ ସର୍ଭିସ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି l ଜାନୁଆରୀ ମାସରେ…
ରାୟଗଡ,୪/୪:(ଅମୂଲ୍ୟ ନିଶଙ୍କ): ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶାନୁସାରେ ସମଗ୍ର ରାଜ୍ୟରେ ଏପ୍ରିଲ ୪ ତାରିଖରେ ଆଡମ୍ବରପୂର୍ଣ୍ଣ ଭାବେ ଶିଶୁ ପ୍ରବେଶ ଓ ଖଡିଛୁଆଁ ଉତ୍ସବ ପାଳନ ହୋଇଛି । ଏହି ପରିପ୍ରେକ୍ଷୀରେ ରାୟଗଡ ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ନେହେରୁପାଙ୍ଗା ଆଶ୍ରମ ବିଦ୍ୟାଳୟରେ ମଧ୍ଯ ଏହି କାର୍ଯ୍ୟକ୍ରମ ଉତ୍ସାହର ସହ ଅନୁଷ୍ଠିତ ହୋଇଛି । ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜୁ ପାଲ ଙ୍କ ସଭାପତିତ୍ବ କରିଥିବା ବେଳେ ସରପଞ୍ଚ ବୁଡୁବାଲି, ଶ୍ରୀ ଭୀମ ଗଗେରଙ୍ଗା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ବିଶ୍ୱନାଥ ପ୍ରଟିଙ୍ଗା ଙ୍କ ଉପସ୍ଥିତି ରେ ଛାତ୍ର ଛାତ୍ରୀ ଖାଡ଼ି ଛୁଆଁ କାର୍ଯ୍ୟକ୍ରମ ଆରମ୍ବ କରିବା ସହିତ ନୁଆଁ ରେ ଖାଡ଼ି ଛୁଆଁଇ ଥିବା ଛାତ୍ର ଛାତ୍ରୀ ଙ୍କୁ ମାନଙ୍କୁ ପୁସ୍ତକ ସହିତ ସ୍କୁଲ ବ୍ୟାଗ ବଣ୍ଟନ କରିଥିଲେ । ସୂଚନାନୁସାରେ, ଯେଉଁ ଶିଶୁମାନେ ଅଙ୍ଗନବାଡ଼ି ଶିକ୍ଷା ସମାପ୍ତ କରି ଆସନ୍ତା ସେପ୍ଟେମ୍ବର ସୁଦ୍ଧା ୫ ବର୍ଷ ପୂରଣ କରିବେ,…
ଶେରଗଡ଼,୪/୦୪:(ରଞ୍ଜିତ ପଲାଇ):ଶନିବାର ଦିନ ବିଭାଗୀୟ ନିର୍ଦ୍ଦେଶ ପ୍ରକାରେ ୨୦୨୬-୨୭ ଶିକ୍ଷାବର୍ଷ ସକାଶେ ଶିଶୁ ଶ୍ରେଣୀରେ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ FLN ଶିକ୍ଷକ ଶ୍ରୀ ଅନୀଲ କୁମାର ସାହୁଙ୍କ ତତ୍ବାବଧାନରେ ସରକାରୀ ନୀତି ନିୟମ ପ୍ରକାରେ ବିଦ୍ୟାଳୟ ସମ୍ମୁଖରେ ଝୋଟି ଚିତା ସହପୂର୍ଣ୍ଣ କୁମ୍ଭ ପ୍ରଦାନ ପୂର୍ବକଶିଶୁ ଓ ପିତା ମାତାଙ୍କୁ ପୁଷ୍ପ ଚନ୍ଦନ ଦେଇ ସ୍ବାଗତ କରାଯାଇଥିଲା। ତତ୍ପରେ ଦେବ ପୂଜନ ସହ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ କେ ତ୍ରିମୁଲା ଆଚାରୀଙ୍କ ଦ୍ବାରା ଖଡ଼ି ଛୁଆଁ କାର୍ଯ୍ୟ ସମାପନ ହୋଇଥିଲା। ତତ୍ ସହିତ ଗପଘର ଷ୍ଟଲ୍, ରଙ୍ଗ ପସରା ଷ୍ଟଲ୍ ଓ ଖେଳଘର ଷ୍ଟଲ୍ ର ପରିଦର୍ଶନ ସହିତ ଶିଶୁଙ୍କୁ ସମ୍ୟକ୍ ଧାରଣା ପ୍ରଦାନ କରାଯାଇଥିଲା। ଏଥିରେ ବିଦ୍ୟାଳୟ ପରିଚାଳନା କମିଟି କର୍ମକର୍ତ୍ତା ସହିତ ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ସବିତା ପଣ୍ଡା ଓ ଅଙ୍ଗନୱାଡ଼ି କର୍ମୀ ଶ୍ରୀମତୀ ପ୍ରମିଳା ଚୈଧୁରୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନା…
ହିଞ୍ଜିଳି/ଶେରଗଡ଼,୪/୦୪:(ରଞ୍ଜିତ ପଲାଇ):ହିଞ୍ଜିଳିକାଟୁ ଓ ଶେରଗଡ଼ ଅଞ୍ଚଳରେ ତାପମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି ଫଳର ବାଟୋଇଙ୍କ ପାଇଁ ଏ ପର୍ଯ୍ୟନ୍ତ ଜଳଛତ୍ର ସରକାରଙ୍କ ପକ୍ଷରୁ ଖୋଲାଯାଇନାହିଁ ।ଅସ୍ବାଭାବିକ ତାପମାତ୍ରାର ବୃଦ୍ଧି ୩୭ ଡିଗ୍ରୀ ଉପରେ ରହୁଛି ଯାହା ଦ୍ବାରା ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଲାଣି। ପିଇବା ପାଣିର ଚାହିଦା ବୃଦ୍ଧି ପାଇବା ବେଳେ ପାଣିବୋତଲ ଚଢାଦରେ ବିକ୍ରି ଯୋଗୁଁ ବାଧ୍ୟତାମୂଳକ ଭାବେ ବାଟୋଇ ଟି ଅଚିହ୍ନା ଅଜଣା ଦୋକାନଠୁ କ୍ରୟ ବେଳେ କେଉଁଠି ନାଁ କେଉଁଠି ସାମାନ୍ୟ ପାଟିତୁଣ୍ଡ ହେବା ଦେଖିବା ମିଳେ । ଉଭୟ ଅଞ୍ଚଳରେ ଥିବା ରାସ୍ତା କଡରେ ଥିବା ବିଭିନ୍ନ ଦୋକାନରେ ବେଆଇନ ଭାବେ ତିଆରି ହୋଇଥିବା ପାଣି ବୋତଲ ଚଢା ଦରରେ ପଥଚାରୀଙ୍କୁ ମିଳୁଛି । ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଥିବାବେଳେ ହିଞ୍ଜିଳି ପୌରପରିଷଦ , ହିଞ୍ଜିଳି ପଞ୍ଚାୟତ ସମିତି ଓ ଶେରଗଡ଼ ପଞ୍ଚାୟତ ସମିତି ଅଞ୍ଚଳରେ ଥିବା ସମସ୍ତ ପଞ୍ଚାୟତ ପକ୍ଷରୁ…
ବୋଲଗଡ଼,୪/୪(ସୁଶାନ୍ତ କୁମାର ପ୍ରଧାନ):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ମଣ୍ଡଳର ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ କୁମାର ସ୍ଵାଇଁଙ୍କ ପୌରହିତ୍ୟରେ ଶନିବାର ଦିନ ପୂର୍ବାହ୍ନରେ ପିଏମ୍ ଶ୍ରୀ ବାମନ ସରକାରୀ ଉଚ୍ଚବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାଶ ଓ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରିଣୀ ସେନାମିକା ରାୟଙ୍କ ନିର୍ଦ୍ଦେଶରେ ପାଳିତ ଏହି ଉତ୍ସବରେ ବୋଲଗଡ଼ ଗ୍ରା.ପ.ର ସରପଞ୍ଚ ଗୀତାଞ୍ଜଳି ସାହୁ ମୁଖ୍ୟ ଅତିଥି, ସମିତିସଭ୍ୟା ନିର୍ମଳା ପ୍ରଧାନ, ବୋଲଗଡ଼ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ କୈଳାସନାଥ ସ୍ୱାଇଁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକ।ରିଣୀ ଅମିତା ମିଶ୍ର ସଂପୃକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପୀତବାସ ଲେଙ୍କା, ପରିଚାଳନା ପରିଷଦର ଅଧ୍ୟକ୍ଷ ଅଶୋକ କୁମାର ଦଳବେହେରା ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ଅଧ୍ୟକ୍ଷ ଗଦାଧର ଚମ୍ପତ୍ତି ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ୨୪ ଜଣ ଶିଶୁ ବାଟିକା ଓ…
ପୋଲସରା, ୪/୪:(ସନ୍ତୋଷ କୁମାର ପଣ୍ଡା):ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ “ସଭିଏଁସ୍କୁଲ ଯିବା” ସ୍ଲୋଗାନକୁ ସାକାର କରିବା ସକାଶେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ପୋଲସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ହର୍ଷବାବୁ ଖାଡ଼ଙ୍ଗାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟାଳୟ ପକ୍ଷରୁ ଏକ ସଚେତନତା ରଥ ବାହାର କରାଯିବା ପରେ ସ୍ଥାନୀୟ ପିଏମ୍ ଶ୍ରୀ ଗୋପବନ୍ଧୁ ହାଇସ୍କୁଲ ପରିସର ସ୍ଥିତ ପ୍ରାଥମିକ ବିଦ୍ୟାଳୟଠାରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ଉଦଘାଟକ ଭାବେ ବିଡିଓ ଶଶିଭୂଷଣ ମହାପାତ୍ର ଯୋଗଦେଇଥିବା ବେଳେ ମୁଖ୍ୟଅତିଥି ଭାବେ ତହସିଲଦାର ଦିପ୍ତିମୟୀ ପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ପ୍ରତିନିଧି ଭାବେ ପୋଲସରା ପୌର ପରିଷଦ କାଉନସିଲର ଯଜ୍ଞ ନାରାୟଣ ସାହୁ ଏ ବିଇଓ ସୁବାସିନୀ ତ୍ରିପାଠୀ, ଉକ୍ତ ପିଏମ୍ ଶ୍ରୀ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଭାକର ପ୍ରଧାନ ଯୋଗଦେଇଥିଲେ…
ଫୁଲବାଣୀ,୪/୪:(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ୨୦୨୬ ଶିକ୍ଷା ବର୍ଷ ନିମନ୍ତେ ଜିଲ୍ଲାସ୍ତରୀୟ ‘ପ୍ରବେଶ ଉତ୍ସବ’ ଏବଂ ‘ଖଡ଼ିଛୁଆଁ’ କାର୍ଯ୍ୟକ୍ରମ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅତ୍ୟନ୍ତ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଶିଶୁମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ଏବଂ ଶିକ୍ଷାର ମୂଳଦୁଆକୁ ମଜବୁତ କରିବା ଉଦ୍ଦେଶ୍ୟରେ ଏହି ସାରସ୍ଵତ ସମାରୋହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶମ୍ଭୁନାଥ ନନ୍ଦୀ ଏବଂ ଫୁଲବାଣୀ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ଉପସ୍ଥିତ ରହି ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟରେ ପ୍ରଥମ କରି ପାଦ ଥାପିଥିବା…
ନୂଆପଡା,୦୪/୦୪:(ପରମେଶ୍ୱର ମେହେର):ନୂଆପଡା ଜିଲ୍ଲାରେ ବୃହତ ଉଠା ଜଳସେଚନ ବିଭାଗର ଜିଲ୍ଲା ସ୍ତରୀୟ କାର୍ଯ୍ୟନ୍ବୟନ ସମିତି (ଡିଏଲଆଇସି) ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମେଳନ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ମାଇକ୍ରୋ କମାଣ୍ଡ ଏରିଆଡେଭଲପମେଣ୍ଟ(ଏମସିଏଡି) କାର୍ଯ୍ୟକ୍ରମର ଜିଲ୍ଲା ସ୍ତରର କାର୍ଯ୍ୟନ୍ବୟନ, ନିରୀକ୍ଷଣ ଓ ସମନ୍ୱୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇଥିଲା।ବୈଠକରେ ଜିଲ୍ଲାପାଳ ଏମସିଏଡି କାର୍ଯ୍ୟକ୍ରମର ସୁଚାରୁ ଅମଲ ପାଇଁ କ୍ଲଷ୍ଟର ଚୟନ,ଜଳବ୍ୟବହାରକାରୀ ସମିତି (WUS) ଗଠନ ଓ ଅନ୍ୟାନ୍ୟ ଯୋଜନା ସହ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ।ଜିଲ୍ଲାପାଳ ଚାଷୀ ଓ ସରକାରଙ୍କ ମଧ୍ୟରେ ସେତୁ ସୃଷ୍ଟି ପାଇଁ ଚାନ୍ଦୋପୋଲା ଏମସିଏଡି କାର୍ଯ୍ୟକ୍ରମ ପାଇଁ ଚାଷୀ ସମ୍ପର୍କ ସଂସ୍ଥା ତଥା “ଫାର୍ମର ରିଲେସନସିପ ଏଜେନ୍ସି (FRA)” ଗଠନ ପାଇଁ ନୂଆପଡା କୃଷି ବିଜ୍ଞାନ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ।ଏଫଆରଏ ଦ୍ୱାରା ପାଣି କୃଷି ମିତ୍ର (PKM) ମାଧ୍ୟମରେ ଚାଷୀଙ୍କ ସହ ସମ୍ପର୍କ ସ୍ଥାପନ, କ୍ଷମତା ବିକାଶ, ଫସଲ ପରିକଳ୍ପନା ଓ…
ରାୟଗଡ଼ା,୪/୪:(ଅମୂଲ୍ୟ ନିଶଙ୍କ):ରାୟଗଡ଼ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମର ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି ଶନିବାର ଦିନ ଶୁଭାରମ୍ଭ କରିଛନ୍ତି | ସ୍ଥାନୀୟ ଗାନ୍ଧୀନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହାର ଆୟୋଜନ କରାଯାଇଥିଲା | ପ୍ରବେଶ ଉତ୍ସବରେ ଜିଲ୍ଲାପାଳଙ୍କ ସମେତ ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶାନ୍ତିଲତା ମୁନି ଓ ସସ୍ମିତା ବେହେରା, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଛବିଲାଲ ସିଂ, ସମଗ୍ର ଶିକ୍ଷା କାର୍ଯ୍ୟାଳୟର ପେଡାଗୋଜି ସଂଯୋଜକ ଜ୍ଞାନ ରଞ୍ଜନ ସାହୁ, ଭିନ୍ନକ୍ଷମ ସଂଯୋଜକ ପ୍ରଦୀପ କୁମାର ସାହୁ ପ୍ରମୂଖ ଉପସ୍ଥିତ ରହି ମା ବିଦ୍ୟାଦାୟିନୀ ସରସ୍ୱତୀଙ୍କ ପ୍ରତିମୂର୍ତ୍ତିରେ ପୂଜା ଅର୍ଚ୍ଚନା ପରେ ଶିଶୁ ବାଟିକାରେ ନାମ ଲେଖାଇଥିବା ଶିଶୁଙ୍କୁ ସିଲଟରେ ଖଡି ଛୁଆଇଁ ଶିକ୍ଷାରମ୍ଭ କରାଇଥିଲେ | ମୋଟ ପଚିଶି ଜଣ ଶିଶୁଙ୍କୁ ଖଡି ଛୁଆଇଁ ଶିକ୍ଷାରମ୍ଭ କରାଇବା ସହ ଶିକ୍ଷଣ…
ଫୁଲବାଣୀ,୪/୪:(ସୁନୀଲ ପଟ୍ଟନାୟକ);ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସାରା ଓଡ଼ିଶାରେ ପାଳିତ ହେଉଥିବା ‘ଓଡ଼ିଆ ପକ୍ଷ-୨୦୨୬’ ଅବସରରେ ଆଜି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ “ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ” ସଚେତନତା କାର୍ଯ୍ୟକ୍ରମ ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଆୟୋଜିତ ଏକ ଭବ୍ୟ ପଦଯାତ୍ରାକୁ ମାନ୍ୟବର ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ଏବଂ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ତଥା ଓଡ଼ିଶା ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ (ସଂଶୋଧନ) ଅଧିନିୟମ ଅନୁଯାୟୀ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମ ଫଳକ ଲଗାଇବା ପାଇଁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ, ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା…
ଫୁଲବାଣୀ,୪/୪:(ସୁନୀଲ ପଟ୍ଟନାୟକ):ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ‘ଓଡ଼ିଆ ପକ୍ଷ ୨୦୨୬’ ଅବସରରେ କନ୍ଧମାଳ ଜିଲ୍ଲାରେ ‘ଆମ ପୋଷାକ ଆମ ପରିଚୟ’ କାର୍ଯ୍ୟକ୍ରମ ବେଶ୍ ଉତ୍ସାହର ସହ ପାଳିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏପ୍ରିଲ ୧ ରୁ ୧୪ ପର୍ଯ୍ୟନ୍ତ ଚାଲୁଥିବା ଏହି ୧୪ ଦିନିଆ ସାଂସ୍କୃତିକ ମହାକୁମ୍ଭରେ ଆଜି ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ପାରମ୍ପରିକ ଓଡ଼ିଆ ପୋଷାକର ଝଲକ ଦେଖିବାକୁ ମିଳିଛି। ଆଜି କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାୟକ, ଫୁଲବାଣୀ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଗଦାଧର ପାତ୍ର, ଜିଲ୍ଲାର ବିଶିଷ୍ଟ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଫିସରେ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଓଡ଼ିଆ…