ପୁରୁଷୋତ୍ତମ ପୁର / ୧୦/୩ ( ଜନ ବାଣୀ ) ଗଞ୍ଜାମ ଜିଲ୍ଲା ର ବିଶ୍ବପ୍ରସିଦ୍ଧ ଶକ୍ତିପୀଠ ମା ତାରାତାରିଣୀ ଙ୍କ ଆଜି ଚୈତ୍ର ମାସର ପ୍ରଥମ ପାଳି l ଆଜି ସଖାଳୁ ସଖାଳୁ ମାଆଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା ଓ ମଙ୍ଗଳ ଆଳତି ରୀତିନୀତି ଅନୁସାରେ ଜିଲ୍ଲାପାଳ ଓ ସ୍ଥାନୀୟ ତହସିଲଦାର ଉପସ୍ଥିତି ରେ ହେଇଥିଲା। ମା ଙ୍କୁ ଦର୍ଶନ କରିବା ପାଈଂ ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ ଧାଡି ପ୍ରକ୍ରିୟାରେ ଆସି ମାଙ୍କୁ ଦର୍ଶନ କରିଥିଲେ l ଏହି ଜନସାମାଗମ କୁ ନଜରରେ ରଖି ପୂର୍ବ କାର୍ଯ୍ୟ ଶୁଚି ଅନୁସାରେ ମନ୍ଦିର ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ମାନ ନିଆଯାଇଥିଲା l ମାଆଙ୍କ ଏହି ଯାତ୍ରାକୁ ସଫଳ କରିବାପାଇଁ ଗଞ୍ଜାମ ଜିଲ୍ଲା ପାଳ ଭି. କିର୍ତ୍ତିଭାଷନ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଯାତ୍ରାକୁ ପରିଚାଳନା କରାଯାଇଥିଲା l ମା ଙ୍କ ଏହି ପର୍ବରେ ଜିଲ୍ଲାପାଳ ଙ୍କ ବ୍ୟତୀତ ଉପଜିଲ୍ଲାପାଳ ସିଭାଶିଷ…
Author: janabani
ଫୁଲବାଣୀ : ୯/୩ ( ଜନ ବାଣୀ ନ୍ୟୁଜ୍ ) କନ୍ଧମାଳ ଜିଲ୍ଲାର ଅଗ୍ରଣି ସାହିତ୍ୟ ଅନୁଷ୍ଠାନ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦର ଷୋଡଶ ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାରେ ମୁଖ୍ଯ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ ଯୋଗ ଦେଇଥିବା ବେଳେ, ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଶ୍ରୀ ଜଗନ୍ନାଥ ଧାମ ପୂରୀ ଗୋବର୍ଦ୍ଧନ ପୀଠ ର ସମ୍ପାଦକ ଓ ମୁଖ୍ୟ ପରିଚାଳକ, ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ତଥା ପ୍ରଚାରକ ପଣ୍ଡିତ ମାତୃପ୍ରସାଦ ମିଶ୍ର ଯୋଗ ଦେଇ ନିଜ ଅଭିଭାଷଣରେ ସାହିତ୍ୟ, ସୃଷ୍ଟି ସର୍ଜନା ବେଳେ ବ୍ରହ୍ମାଙ୍କ ଦ୍ବାରା ସୃଷ୍ଟି କରାଯାଇ ଥିବା ଚାରି ବେଦ, ର ମୂଳଦୁଆ ସାହିତ୍ୟ ବୋଲି କହିବା ସହିତ ଏହାର ଆବଶ୍ୟକତା ଯୁଗେ ଯୁଗେ ରହି ଆସିଛି ଏବଂ ରହିବ ବୋଲି କହିଥିଲେ। ଏଥି ସହ…
ଫୁଲବାଣୀ : ୯/୩ : ( ଜନ ବାଣୀ ନ୍ୟୁଜ ) ନିଜର ସ୍ତ୍ରୀ ଅନ୍ୟ ପୁରୁଷ ସହ ଅବୈଧ ସମ୍ପର୍କ ରଖିଥିବା ସନ୍ଦେହରେ ଗୁଳି କରି ହତ୍ୟା କରିବା ସହ ପୁରୁଷ ବନ୍ଧୁଙ୍କୁ ମଧ୍ୟ୍ୟ ଗୁଳିକରି ଲହୁଲୁହାଣ କରିଛି ଜଲାଦ ସ୍ୱାମୀ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କଟାପାଙ୍ଗା ଗ୍ରାମର ନରୋତ୍ତମ ବେହେରା ନିଜ ସ୍ତ୍ରୀକୁ ଧରି ବାଇକରେ ଆଧାରକାର୍ଡ଼ କରିବା ପାଇଁ ଫିରିଙ୍ଗିଆ ଯାଉଥିବା ବେଳେ ବଗାରୀମୁଣ୍ଡା କେନ୍ଦୁପତ୍ର ଫଡି ନିକଟରେ ଗୁଳିମାଡ଼ କରିଛି କ୍ରାଣ୍ଡି ବାଲି ପଞ୍ଚାୟତର ସରୁପଡା ଗ୍ରାମର ବିରଞ୍ଚି ବେହେରା । ନରୋତ୍ତମ ବେହେରା ର ଗୋଡ଼ ଓ ଦେହରେ ଗୋଳି ବାଜିଛି । ସେହି ସ୍ଥାନରୁ ଘରକୁ ଯାଇ ବିରଞ୍ଚି ନିଜ ସ୍ତ୍ରୀ ଲିଳିମା ବେହେରାକୁ ଗୁଳି କରି ହତ୍ୟା କରିଛି । ଗୋଛାପୋଡ଼ା ପୋଲିସ ମୃତଦେହ ଜବତ କରି ହତ୍ୟା ମାମଲା ରୁଜ୍ଜୁ କରି ଶବ ବ୍ୟବଛେଦ କରାଇବାକୁ…
ଓଡ଼ିଶାରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ମହାପ୍ରଭାବ। ହାଣ୍ଡିଶାଳରେ ମହଙ୍ଗା ମାଡ଼। ରନ୍ଧନ ଗ୍ୟାସ୍ ଓ ଖାଇବା ତେଲ ପାଇଁ ଲୋକେ ଛଟପଟ। ଗ୍ୟାସ୍ ସିଲିଣ୍ଡର ଓ ପେଟ୍ରୋଲ-ଡିଜେଲ୍ ପାଇଁ ରାତିରୁ ଲମ୍ଵା ଲାଇନ୍।ଭୁବନେଶ୍ବର ଖଣ୍ଡଗିରି ଲିଙ୍ଗରାଜ HP ଗ୍ୟାସ ଷ୍ଟେସନ୍ ସାମ୍ନାରେ ଲାଗିଛି ଗ୍ରାହକଙ୍କ ଲମ୍ବା ଲାଇନ୍ । ରୋଷେଇ ପାଇଁ ଘରେ ଗ୍ୟାସ ନାହିଁ। ଲୋକେ ହଇରାଣ ହେଉଛନ୍ତି । ୨୦ -୨୫ ଦିନ ହେଲା ଗ୍ୟାସ ବୁକ୍ କରି ଥିଲେ ବି ଗ୍ୟାସ ଡେଲିଭରୀ ହୋଇ ପାରିନି । ଗ୍ୟାସ ଲିଟର ପିଛା ୧୧୦ ଟଙ୍କା ଦେଇ କଳା ବଜାରରୁ କିଣୁଥିବା ଅଭିଯୋଗ କରିଛନ୍ତି ।ଯୁଦ୍ଧ ସ୍ଥିତିରେ ଦେଶରେ ଏଲ୍ପିଜି ଅଭାବ ଆଶଙ୍କା ଉପୁଯିଛି । ଗ୍ୟାସ ଦର ୬୦ ଟଙ୍କା ବଢ଼ିଗଲାଣି । ବଜାରରେ ଏକ ପ୍ରକାର ଭୟର ବାତାବରଣ । ଲୋକେ ଆତଙ୍କିତ ଅବସ୍ଥାରେ । ବଜାରରୁ ଅଧିକ ସିଲିଣ୍ଡର ଉଠାଇ ଦେବାକୁ ଏଜେନ୍ସିଗୁଡ଼ିକ ଆଗରେ ଭିଡ଼…
ସିବିଏସଇ ଢାଞ୍ଚାରେ ଓଡିଶାରେ ହେବ ପ୍ଲସଟୁ ପାଇଁ ଇମ୍ପ୍ରୁଭମେଣ୍ଟ ଏକ୍ସାମିନେସନ। ଚଳିତବର୍ଷ ପ୍ରଥମଥର ପାଇଁ କୌଣସି ଜଣେ ପରୀକ୍ଷାର୍ଥି ଚାହିଁଲେ ନିଜ ମାର୍କ ବଢାଇବା ପାଇଁ ଗୋଟିଏ ବିଷୟରେ ଆଉ ଥରେ ପରୀକ୍ଷା ଦେଇପାରିବେ। । ପରୀକ୍ଷା ଫଳାଫଳର ୬୦ ଦିନ ଭିତରେ ଇମ୍ପ୍ରୁଭ୍ମେଣ୍ଟ ତଥା ଉନ୍ନତି ପରୀକ୍ଷା ଦେବେ ଓ ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ । ଏହାକୁ ଚଳିତବର୍ଷରୁ ଲାଗୁ କରାଯିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପଦକ୍ଷେପ ନିଆଯାଇଛି ।ମେଡିକାଲ ନାମଲେଖା ପରି ଜାତୀୟ ପ୍ରବେଶିକା ପରୀକ୍ଷା କିମ୍ବା ନାମଲେଖାରେ ଯୁକ୍ତ ଦୁଇରେ ସର୍ବନିମ୍ନ ୭୫ ପ୍ରତିଶତ ମାର୍କ ଆବଶ୍ୟକ ହେଉଥିବା ବେଳେ ଏଥିରୁ କମ୍ ମାର୍କ ଥିବା ପିଲା ଆବେଦନ କିମ୍ବା ନାମଲେଖାରେ ହଇରାଣ ହେଉଛନ୍ତି । ତେଣୁ ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସିଏଚ୍ଏସ୍ଇ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଛାତ୍ରଛାତ୍ରୀଙ୍କୁ ମାତ୍ର ଗୋଟିଏ ବିଷୟରେ ଉନ୍ନତି ପରୀକ୍ଷା…
ସରିଲା ରାଜ୍ୟସଭା ନିର୍ବାଚନ ନାମାଙ୍କନ ପ୍ରତ୍ୟାହାର ସମୟସୀମା । କୌଣସି ପ୍ରାର୍ଥୀ କଲେନି ନାମାଙ୍କନ ପ୍ରତ୍ୟାହାର । ଫଳରେ ଏବେ ମଇଦାନରେ ରହିଛନ୍ତି ମୋଟ ୫ ପ୍ରାର୍ଥୀ। ବିଜେପିରୁ ମନମୋହନ ସାମଲ, ସୁଜିତ କୁମାର, ବିଜେଡିରୁ ସଂତୃପ୍ତ ମିଶ୍ର, ଡାକ୍ତର ଦତ୍ତେଶ୍ବର ହୋତା ଓ ବିଜେପି ସମର୍ଥନରେ ଦିଲୀପ ରାୟ ପ୍ରାର୍ଥୀ ହୋଇଛନ୍ତି। ରାଜ୍ୟସଭା ନିର୍ବାଚନ ନେଇ ରାଜ୍ୟ ରାଜନିତୀ ସରଗରମ। ତୃତୀୟ ଓ ଚତୁର୍ଥ ସିଟ୍ ଉପରେ ଶାସକ ଓ ବିରୋଧିଙ୍କ ନଜର। ଓଡ଼ିଶା ରାଜନିତୀ ଇତିହାସରେ ପ୍ରଥମ ଥର ପାଇଁ ମେଣ୍ଟ କରିଛନ୍ତି ବିଜେଡି ଓ କଂଗ୍ରେସ। ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ଉଭୟ ଦଳ କମନ କ୍ୟାଣ୍ଡିଡେଟ କରିଛନ୍ତି। ତୃତୀୟ ଓ ଚତୁର୍ଥ ପ୍ରାର୍ଥିଙ୍କୁ ନେଇ ଶାସକ ବିରୋଧି ମୁହାଁମୁର୍ହି ହୋଇଛନ୍ତି।ଆସନ୍ତା ୧୬ ତାରିଖରେ ହେବ ରାଜ୍ୟସଭା ପାଇଁ ଭୋଟିଂ ।ସେପଟେ ଦିଲ୍ଲୀପ ରାୟଙ୍କୁ ଜିତିବା ପାଇଁ ୮ଟି ଭୋଟ୍ ଆବଶ୍ୟକତା ରହିଛି । ଦିଲ୍ଲୀପଙ୍କ ନଜରରେ ରହିଛି…
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ଧୀରେ ଧୀରେ ଏହାର ପ୍ରଭାବ ଦେଖାଯାଉଛି । ଅର୍ଥାତ, ବଢିଲା ଖାଇବା ତେଲର ଦର । ଚିନ୍ତାରେ ଖାଉଟି । ଲିଟର ପିଛା ୧୦ ଟଙ୍କା ଖାଇବା ତେଲ ବର୍ତ୍ତମାନ ବଢିଥିବା କୁହାଯାଉଛି । କଟକ ମାଲଗୋଦାମରେ ରିଫାଇନ ତେଲ ଆଗରୁ ଲିଟର ପିଛା ୧୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୩ରୁ ୪ ଦିନ ଭିତରେ ବୃଦ୍ଧି ପାଇ ୧୭୦ ଟଙ୍କାରେ ପହଞ୍ଚିଛି । କିନ୍ତୁ ବର୍ତ୍ତମାନ ଓଡ଼ିଶାରେ ୧୫ରୁ ୨୦ ଦିନ ପାଇଁ ତେଲ ଷ୍ଟକ ରହିଛି ବୋଲି ରାଜ୍ୟ ବ୍ୟବସାୟୀ ସଂଘ ସମ୍ପାଦକ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନେ ଏହାକୁ ବାହାର ଦେଶରୁ ଆମଦାନୀ କରୁଛନ୍ତି । ସେମାନେ ଅସୁବିଧା ଦେଖୁଛନ୍ତି। ଦେଶ ଦେଶ ଭିତରେ ଯୁଦ୍ଧ ପାଇଁ ଏହି ପ୍ରଭାବ ପଡିଥିବା କୁହାଯାଉଛି। କିଛି ଷ୍ଟକ ରହିଛି। ମାତ୍ର ଆଗାମୀ ଦିନରେ ଏହା କମ ହୋଇପାରେ।…
ବୁଗୁଡ଼ା: ୯।୩ : ଜନ ବାଣୀ ବୁରୋ: ସ୍ଥାନୀୟ ସତସଙ୍ଗ କେନ୍ଦ୍ର ପକ୍ଷରୁ ସୂର୍ଯ୍ୟନଗରସ୍ଥିତ ଉତ୍ସବ ପ୍ରାଙ୍ଗଣ ରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ୧୩୮ତମ ଜନ୍ମ ମହୋତ୍ସବ ଓ ବ୍ଲକ ସ୍ତରୀୟ ୧୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମହୋତ୍ସବ ର ବ୍ରହ୍ମ ମୁହୂର୍ତ୍ତ ରେ ବେଦ ମାଙ୍ଗଳିକ, ପ୍ରତ୍ୟୁଷ ରେ ଉଷା କୀର୍ତ୍ତନ , ପ୍ରାତଃ କାଳ ରେ ସମବେତ ଉଷା ବିନତି ପ୍ରାର୍ଥନା , ପୂର୍ବାହ୍ନ ରେ ନଗର କୀର୍ତ୍ତନ ସହ ସତସଙ୍ଗ ସଦଲୋଚନା କରାଯାଇଥିଲା । ବୁଗୁଡ଼ା ସତସଙ୍ଗ ର ଆୟୋଜିତ ଏହି ମହୋତ୍ସବ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ , ମୁଖ୍ୟ ବକ୍ତା ଭାବେ ନିରଞ୍ଜନ ବିଶ୍ଵାଳ ଯୋଗ ଦେଇ ଠାକୁର ଅନୁକୂଳଚନ୍ଦ୍ର ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଶୃଙ୍ଖଳିତ ଜୀବନଚର୍ଯ୍ୟା ଗ୍ରହଣ କରିବା…
ଆଜି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ। ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ଖସାପଡ଼ା ଲାଗି ନୀତି । ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ନୀତି ଆରମ୍ଭ ହେବ । ଏହା ଗୁପ୍ତନୀତି ହୋଇଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।ଏହି ନୀତି ଶେଷ ପରେ ପୂର୍ବ ଭଳି ନୀତିକାନ୍ତି ଆଗକୁ ବଢ଼ିବା ସହ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ।ବର୍ଷରେ ଦୁଇରୁ ତିନିଥର ଏହି ନୀତି ସମ୍ପାଦନ କରାଯାଇଥାଏ।
ଆସନ୍ତା ୧୧ ତାରିଖଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବ। ଭୁବନେଶ୍ବର, କଟକ ସମେତ ଉପକୂଳ ଓଡ଼ିଶାର ତାପମାତ୍ରା ମଧ୍ୟ ୩୮ ଡିଗ୍ରି ଛୁଇଁବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଉତ୍ତର ଓଡ଼ିଶାରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ। ମାର୍ଚ୍ଚ ୯ରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ମୟୂରଭଞ୍ଜ ଓ କେନ୍ଦୁଝର ଏବଂ ୧୦ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ବଜ୍ରପାତ, ପବନ ସହ ବର୍ଷା ହୋଇପାରେ। ପରବର୍ତ୍ତୀ ୭ ଦିନର ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଏପ୍ରିଲ୍ ୨ରୁ ଯୁକ୍ତ୨ ଖାତାଦେଖା। ଏଥର ମଧ୍ୟ ଦୁଇଟି ପର୍ଯ୍ୟାୟରେ ଖାତା ମୂଲ୍ୟାୟନ କରାଯିବ। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ୍ ୨ରୁ ୧୩ ଓ ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୫ରୁ ୨୬ ତାରିଖ ଯାଏଁ ଖାତାଦେଖା ଚାଲିବ।ଦୁଇଟି ପର୍ଯ୍ୟାୟରେ ୧୬ ହଜାର ଅଧ୍ୟାପକ ନିୟୋଜିତ ହେବେ ବୋଲି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା କହିଛନ୍ତି। ଇ-ମୂଲ୍ୟାୟନ ହେବାକୁ ଥିବା କେନ୍ଦ୍ରଗୁଡ଼ିକରେ କମ୍ପ୍ୟୁଟର ଯେପରି ହ୍ୟାଙ୍ଗ ନହେବ, ସେଥିପ୍ରତି ଦୃଷ୍ଟି ଦେବାକୁ ସ୍ୱତନ୍ତ୍ର କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ଏପ୍ରିଲ ଭିତରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ କରି ମେ’ ତୃତୀୟ ସପ୍ତାହରେ ଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି। ତେବେ ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗର କିଛି ବିଷୟର ଉତ୍ତର ଖାତା ଇ-ମୂଲ୍ୟାୟନ ଏବ˚ କଳା ଓ ଧନ୍ଦାମୂଳକ ବିଭାଗ ବିଷୟଗୁଡ଼ିକର ମାନୁଆଲ୍ ମୂଲ୍ୟାୟନ କରାଯିବ। ଉଭୟ ଅଫ୍ଲାଇନ୍ ଓ ଅନ୍ଲାଇନ୍ ମୂଲ୍ୟାୟନ ପାଇଁ ୧୫୧ଟି ମୂଲ୍ୟାୟନ…